ରାଜା ତାଙ୍କର ଜାତିଆ ଧୋବ ଫରଫର ଆରବୀ ଘୋଡ଼ାରେ ଯାଉଥିଲେ। ସେ ପଟୁ ଜଣେ ଧୋବା ଗୋଟିଏ ଖଚର ପିଠିରେ ବସି ଆସୁଥିଲା। ରାଜାଙ୍କୁ ଦେଖି ଧୋବା ଖଚର ପିଠିରୁ ଓହ୍ଲାଇଗଲା। କିନ୍ତୁ ରାଜା ଖଚରଟିକୁ ଦେଖି ତାଚ୍ଛଲ୍ୟରେ ହସି ଉଠିଲେ ଏବଂ ନିଜ ଘୋଡ଼ାକୁ ଦେଖାଇ କହିଲେ- ଦେଖ ତୋ ବଡ଼ ଭାଇକୁ!

Advertisment

ଏହା ପରେ ବିତି ଗଲା କିଛି ମାସ। ହଠାତ୍‌ ରାଜାଙ୍କ ଜୀବନରେ ଏକ ଦୁର୍ଦିନ ଆସିଲା। କିଛି ଶତ୍ରୁ ଯୋଜନାବଦ୍ଧ ଭାବେ ରାଜଉଆସ ଉପରେ ଆକ୍ରମଣ କଲେ। ରାଜା ଯେଉଁମାନଙ୍କୁ ଅତି ବିଶ୍ବସ୍ତ ବୋଲି ଭାବୁଥିଲେ, ସେମାନେ ଏହି ଚକ୍ରାନ୍ତରେ ସାମିଲ ଥିଲେ। ଅଗତ୍ୟା ରାଜା ତାଙ୍କ ଘୋଡ଼ା ପିଠିରେ ପଳାୟନ କରିବାକୁ ବାଧ୍ୟ ହେଲେ। କିନ୍ତୁ ସମସ୍ୟା ହେଲା ପାହାଡ଼ ଘେରା ସେଇ ରାଜ୍ୟର ସୀମା ବାହାରକୁ ଯିବା। ଆରବୀ ଘୋଡ଼ା ଲାଗି ସେ ପାହାଡ଼ ଅତିକ୍ରମ ସମ୍ଭବ ନ ଥିଲା। ଏହି ସମୟରେ ପୁଣି ଦେଖା ଦେଲା ସେହି ଧୋବା। ଏବେ ରାଜା ନିଜ ଘୋଡ଼ା ବଦଳରେ ଖଚରଟି ନେବାକୁ ଚାହିଁଲେ। କାରଣ ତାହା ହିଁ ତାଙ୍କୁ ଏ ବିପଦରୁ ପାର କରିବାରେ ସମର୍ଥ ଥିଲା।

ଧୋବା ଅକାତରେ ରାଜି ହେଲା ଏବଂ କହିଲା- ମଣିମା, ମୂଲ୍ୟ ଚେହେରାରେ ନ ଥାଏ, ଥାଏ କାମରେ ଏବଂ ଉପଯୋଗିତାରେ। ଏବେ ମୋ ଖଚରର ମୂଲ୍ୟ କେତେ ତାହା ସମସ୍ତେ ବୁଝି ପାରିବେ।

ରାଜା ସମ୍ମତ ହେଲେ।