ଗତ ମାର୍ଚ୍ଚ ମାସ ୨୫ ତାରିଖରେ ଭାରତରେ ତାଲାବନ୍ଦ ଘୋଷଣା ହେବାର ପ୍ରଥମ ଦିନ ବାରାଣସୀରେ ନିଜ ଲୋକସଭା କ୍ଷେତ୍ରରେ ସାଧାରଣ ଜନତାଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ- ମହାଭାରତ ଯୁଦ୍ଧ ୧୮ ଦିନ ଭିତରେ ଜୟ ହୋଇଥିଲା, ଆମେ ଭାରତବାସୀ କରୋନା ମହାମାରୀ ବିରୁଦ୍ଧରେ ଯୁଦ୍ଧକୁ ୨୧ ଦିନ ଭିତରେ ଜୟ କରିବା।

Advertisment

ମୋଦୀଜୀଙ୍କର ଏହି ଆହ୍ବାନ ଯେ ଏକ ଆସ୍ଫାଳନରେ ପରିଣତ ହୋଇସାରିଛି, ଏ କଥାରେ କେହି ଦ୍ବିମତ ହେବେ ନାହିଁ। କୋଭିଡ୍‌-୧୯ ସମଗ୍ର ମାନବ ଜାତି ପାଇଁ ଏକ ଆତଙ୍କ। ଏହି ଆତଙ୍କର ପଦଧ୍ବନି ପ୍ରଥମେ ଶୁଣାଯାଇଥିଲା ଥାଇଲାଣ୍ତରେ ଏବ˚ ୧୪ ଜାନୁଆରିରେ ଚାଇନାରେ ପ୍ରଥମେ ଏହାକୁ ସରକାରୀ ଭାବେ ଚିହ୍ନଟ କରାଯାଇଥିଲା। ଚାଇନାର ଉହାନ୍‌ ସହରରେ ଏହା ଆତଙ୍କ ଖେଳାଇଦେଇ ସାରା ବିଶ୍ବକୁ ଦିନ କେଇଟା ମଧ୍ୟରେ ବ୍ୟାପିଯାଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (WHO) ଘୋଷଣା କରିଥିଲା ଯେ ଏହି ମାରାତ୍ମକ ଭୂତାଣୁ ପାଇଁ କୌଣସି ପ୍ରତିଷେଧକ ନାହିଁ। ଏହାର ସ˚କ୍ରମଣକୁ ରୋକିବାର ଏକମାତ୍ର ରାସ୍ତା ହେଉଛି ସାମାଜିକ ଦୂରତା ରକ୍ଷା। ଜାନୁଆରି ମାସରୁ ଏହି ଭୂତାଣୁର ଭୟ ସମଗ୍ର ପୃଥିବୀକୁ ଆତଙ୍କିତ କରୁଥିବାବେଳେ ଆମ ଦେଶର ସରକାର ରାଜନୈତିକ କାରଣରୁ ଏହାକୁ ଜାଣିଶୁଣି ଅଣଦେଖା କଲେ।

ପ୍ରଥମତଃ ‘ହାଓଡିମୋଦୀ’ କାର୍ଯ୍ୟକ୍ରମରେ ଆମ ପ୍ରଧାନମନ୍ତ୍ରୀ ଆମେରିକାରେ ଯେଉଁ ସ୍ବାଗତ ସମ୍ବର୍ଦ୍ଧନା ପାଇଥିଲେ, ତାହାର ଋଣ ଶୁଝିବାକୁ ଗୁଜୁରାଟର ମୋଟେରା ଷ୍ଟାଡିୟମରେ ୨୪ ଫେବ୍ରୁଆରିରେ ଆୟୋଜନ କଲେ ‘ନମସ୍ତେ ଟ୍ରମ୍ପ୍’ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଭାରତବର୍ଷରେ ୨ ଦିନ ଧରି ଅତ୍ୟନ୍ତ ବ୍ୟୟବହୁଳ ଓ ଆଡମ୍ବରପୂର୍ଣ୍ଣ ଭାବେ ଆୟୋଜିତ ହେଲା। ଏଥିରେ ଭାରତର ରାଜକୋଷରୁ ୧୦୦ କୋଟି ଖର୍ଚ୍ଚ ହେଲା। ଏହି କାର୍ଯ୍ୟକ୍ରମକୁ ବିଦେଶରୁ ହଜାର ହଜାର ଅତିଥି ଆସିଲେ ଏବ˚ ଯେତେବେଳେ ଅନ୍ୟ ଦେଶରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ବ ଦିଆଯାଉଥିଲା, ସେତେବେଳେ ଲୋକମାନେ ହାତ ଧରାଧରି ହୋଇ ରାସ୍ତାକଡ଼ରେ ଠିଆ ହୋଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କର ସ୍ବାଗତ କରୁଥିଲେ। ଏହା କରୋନା ଭାଇରସ୍‌ ସ˚କ୍ରମଣ ପାଇଁ ଯେ ପଥ ପରିଷ୍କାର କରିଥିଲା, ଏ କଥା ଯେ କେହି ସ୍ବୀକାର କରିବେ।

ନମସ୍ତେ ଟ୍ରମ୍ପ୍‌ ଏକ ରାଜନୈତିକ ଶକ୍ତି ପ୍ରଦର୍ଶନ କାର୍ଯ୍ୟକ୍ରମ ଥିଲା। ବିଶ୍ବବ୍ୟାପୀ କରୋନା ଭାଇରସ୍‌ ସ˚କ୍ରମିତ ହେଉଛି ଜାଣି ସୁଦ୍ଧା, ଲୋକଙ୍କ ଜୀବନ ବିପନ୍ନ ହେବାର ଆଶଙ୍କା ଥାଇ ସୁଦ୍ଧା, ଏହାକୁ ଆୟୋଜନ କରାଗଲା।

ଫେବ୍ରୁଆରି ୨୫ରେ ଏହି କାର୍ଯ୍ୟକ୍ରମ ଶେଷ ହେବା ପରେ ମଧ୍ୟ ସରକାର ସତର୍କ ହେଲେ ନାହିଁ। କାରଣ, ତାଙ୍କର ଦ୍ବିତୀୟ ରାଜନୈତିକ ଲକ୍ଷ୍ୟ ଥିଲା ମଧ୍ୟପ୍ରଦେଶରେ କ˚ଗ୍ରେସ ନେତୃତ୍ବାଧୀନ କମଳନାଥ ସରକାରର ପତନ କରାଇ ଯେକୌଣସି ମତେ ବିଜେପି ସରକାର ପ୍ରତିଷ୍ଠା କରିବା। ଏହି ଯୋଡ଼-ତୋଡ଼ କାର୍ଯ୍ୟକ୍ରମରେ କେନ୍ଦ୍ର ସରକାର ମାର୍ଚ୍ଚ ମାସ ୨୦ ତାରିଖ ପର୍ଯ୍ୟନ୍ତ ଏତେ ବ୍ୟସ୍ତ ରହିଲେ ଯେ, କରୋନା ସ˚ପର୍କରେ ଚିନ୍ତା କରିବାକୁ ତାଙ୍କୁ ସମୟ ନ ଥିଲା। ଏହି ସବୁ ରାଜନୈତିକ କାର୍ଯ୍ୟକ୍ରମ ଶେଷ ହେବା ପରେ ସରକାର ଚେଇଁ ଉଠିଲେ ଏବ˚ ମାର୍ଚ୍ଚ ମାସ ୨୨ ତାରିଖ ରବିବାର ଦେଶରେ ଜନତା କର୍ଫ୍ୟୁ ଜାରି କରି ସ˚ଧ୍ୟାରେ ତାଳି ଓ ଥାଳି ବଜେଇବାକୁ ଆହ୍ବାନ୍‌ ଦେଲେ। ଏତେବେଳକୁ ନେଡ଼ିଗୁଡ଼ କହୁଣୀକୁ ବୋହିଯିବା ଜାଣି ବାଧ୍ୟ ହୋଇ ମାର୍ଚ୍ଚ ୨୪ ତାରିଖ ମଧ୍ୟରାତ୍ରିରୁ ସମଗ୍ର ଦେଶରେ ତାଲାବନ୍ଦ ଘୋଷଣା କରିଦେଲେ।

କିଛି ବିଶେଷଜ୍ଞଙ୍କ ମତ ଯଦି ଟ୍ରମ୍ପ୍‌ଙ୍କ ଗସ୍ତ ଓ ମଧ୍ୟପ୍ରଦେଶ ସରକାରଙ୍କୁ ଭାଙ୍ଗିବା ପାଇଁ ସମୟ ନଷ୍ଟ କରିନଥାେନ୍ତ, ଜାନୁଆରି ୧୫ ପରେ ଆମ ସରକାର ବିଦେଶ ଯାଇଥିବା ଭାରତୀୟମାନଙ୍କୁ ଦେଶକୁ ଫେରିଆସିବା ପାଇଁ ୮/୧୦ ଦିନ ସମୟ ଦେଇଥାେନ୍ତ ଏବ˚ ସେହି ସମୟ ଭିତରେ ଲକ୍‌ଡାଉନ୍‌କୁ କିପରି ସୁପରିଚାଳନା କରାଯାଇପାରିବ ତା’ର ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଥାେନ୍ତ, ତାହା ହେଲେ ଆମ ଦେଶରେ କରୋନାର ରୂପ ଏପରି ଭୟାବହ ହୋଇନଥାନ୍ତା। ଅସମୟରେ ନିଷ୍ପତ୍ତି ନେଇ ଆମେ ଜାଣିଶୁଣି ଆମ ଦେଶକୁ ମରଣ ମୁହଁକୁ ଠେଲି ନେଇଛନ୍ତି। ସେହିପରି ଓଡ଼ିଶାରେ ବାରମ୍ବାର ଦୂରଦୃଷ୍ଟି ସଂପନ୍ନ ନିଷ୍ପତ୍ତି ନ ନେବା ଫଳରେ ଆଜି ଓଡ଼ିଶାର ଲୋକ କରୋନା ପ୍ରକୋପର ଶିକାର ହୋଇଛନ୍ତି। ଓଡ଼ିଶା ସରକାର ପ୍ରଥମେ ନିଷ୍ପତ୍ତି ନେଲେ ଆଇ.ଏ.ଏସ୍‌. ଅଫିସରମାନଙ୍କୁ ବିଭିନ୍ନ ପ୍ରଦେଶକୁ ପଠାଇ ଓଡ଼ିଶାବାସୀଙ୍କ ଦାୟିତ୍ବ ବୁଝିବା ପାଇଁ; ଯାହା ଏକ ଉତ୍ତମ ନିଷ୍ପତ୍ତି। କିନ୍ତୁ କେହି ଗଲେ ନାହିଁ କି ଓଡ଼ିଶା ଲୋକଙ୍କ ଦୁଃଖ ଦୁର୍ଦଶା ବୁଝିଲେ ନାହିଁ। ପରବର୍ତ୍ତୀ ସମୟରେ ନିଷ୍ପତ୍ତି ପରିବର୍ତ୍ତନ କରି ପ୍ରତି ପ˚ଚାୟତରେ କ୍ବାରେ˚ଟାଇନ୍‌ ସେ˚ଟର କରି ୧୪ଦିନ ରଖିବାର ନିଷ୍ପତ୍ତି ନିଆଗଲା। ଏହି ନିଷ୍ପତ୍ତି ଦ୍ବାରା ଓଡ଼ିଶାର ଶ୍ରମିକମାନେ ଘରମୁହାଁ ହୋଇଗଲେ। ବିଦେଶରେ ରୋଜଗାର ବନ୍ଦ ହୋଇଗଲା। ସ˚ଚିତ ଅର୍ଥ ଶେଷ ହେଲା, ଖାଇବାକୁ ପଇସା ନାହିଁ, ରହିବାକୁ ଘର ନାହିଁ କିମ୍ବା ଘରକୁ ଆସିବାପାଇଁ କିଛି ବ୍ୟବସ୍ଥା ନାହିଁ। ଯାହା ଫଳରେ ଅକଥନୀୟ ଦୁର୍ଦଶାର ସମ୍ମୁଖୀନ ହେଲେ। ୨ ମାସ ପରେ ଆଣିଲା ବେଳକୁ ସେମାନେ ସ˚କ୍ରମିତ ହୋଇଗଲେ।

ଚାରିଟି ପର୍ଯ୍ୟାୟରେ ଦେଶରେ ହୋଇଥିବା ତାଲାବନ୍ଦ ଅନେକ ଦିଗରୁ ବିଫଳ ହୋଇଛି। କେନ୍ଦ୍ର ସରକାରଙ୍କୁ କୋଭିଡ୍‌-୧୯ ସ˚କ୍ରାନ୍ତରେ ପରାମର୍ଶ ଦେବା ପାଇଁ ଗଠିତ ଟାସ୍କଫୋର୍ସର ସଦସ୍ୟମାନେ ତାଲାବନ୍ଦକୁ ଅବୈଜ୍ଞାନିକ ଓ ଅଯୌକ୍ତିକ ବୋଲି ଅଭିହିତ କଲେଣି। ଟାସ୍କଫୋର୍ସର ସଦସ୍ୟ ଥିବା ବୈଜ୍ଞାନିକମାନେ ଅସନ୍ତୋଷ ପ୍ରକାଶ କରୁଛନ୍ତି ଯେ, ସରକାର ତାଲାବନ୍ଦ ଘୋଷଣା କରି ଜନଜୀବନକୁ ଠପ୍‌ କରିଦେଲେ ମଧ୍ୟ ଏହାର ଭରପୂର ସୁଯୋଗ ନେଇପାରିନାହାନ୍ତି। ତାଲାବନ୍ଦର ପ୍ରଥମ ଷାଠିଏ ଦିନ ଭିତରେ ସରକାର ସମଗ୍ର ଦେଶରେ ମାତ୍ର ୨୭ ଲକ୍ଷ ୫୫ ହଜାରରୁ କିଛି ଅଧିକ କୋଭିଡ୍‌-୧୯ ପରୀକ୍ଷା କରିଛନ୍ତି। (କାରାଭାନ୍‌, ତା-୧୭-୦୫-୨୦୨୦)

୧୩୦ କୋଟିରୁ ଅଧିକ ଜନବହୁଳ ଏକ ରାଷ୍ଟ୍ରରେ ତାଲାବନ୍ଦର ପ୍ରଥମ ୬୦ ଭିତରେ ଆମେ ଯଥେଷ୍ଟ ପରିମାଣର କୋଭିଡ୍‌-୧୯ ପରୀକ୍ଷା କରିପାରିଲୁ ନାହିଁ ବୋଲି ଟାସ୍କଫୋର୍ସର ବୈଜ୍ଞାନିକ ସଦସ୍ୟମାନେ ଦୁଃଖ ପ୍ରକାଶ କରିଛନ୍ତି। ବର୍ତ୍ତମାନ ଏସିଆ ମହାଦେଶ ଭିତରେ ଆମ ଦେଶ ସର୍ବାପେକ୍ଷା ଅଧିକ କରୋନା ସ˚କ୍ରମିତ। କିନ୍ତୁ ଆମ ପାଖରେ ସ୍ବାସ୍ଥ୍ୟ ସେବା ଲାଗି ଆବଶ୍ୟକ ଭିତ୍ତିଭୂମି ନାହିଁ। ପ୍ରକୃତ ପକ୍ଷେ, ତାଲାବନ୍ଦ ସହିତ ସମାନ୍ତରାଳ ଭାବେ କୋଭିଡ୍‌-୧୯ ବ୍ୟାପକ ଭାବେ ପରୀକ୍ଷା ହେବା କଥା। କାରଣ ତାଲାବନ୍ଦ ସମୟରେ ହିଁ କ˚ଟାକ୍‌ଟ ଟ୍ରେସି˚ କରିବାର ପ୍ରକୃଷ୍ଟ ସୁଯୋଗ ଥିଲା। କିନ୍ତୁ ଏହି ସମୟରେ କେବଳ ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଗଲା, ସେହିମାନଙ୍କୁ ପରୀକ୍ଷା କରାଯାଇଛି। କ˚ଟାକ୍‌ଟ ଟ୍ରେସି˚ ବ୍ୟାପକ ଭାବେ ହୋଇ ପାରି ନାହିଁ। ଯାହା ଫଳରେ ତାଲାବନ୍ଦ ସତ୍ତ୍ବେ ସମଗ୍ର ଏସିଆରେ ଭାରତ ଏବେ ଅତ୍ୟନ୍ତ ବିପଦଜନକ ଭାବେ କରୋନା ସ˚କ୍ରମଣର ହଟ୍‌ସ୍ପଟ୍‌ ହୋଇଯାଇଛି।

ଟାସ୍କଫୋର୍ସର ଆଉ ଜଣେ ସଦସ୍ୟ ମଧ୍ୟ ମତ ଦେଇଛନ୍ତି, କେରଳରେ କ˚ଟାକ୍‌ଟ ଟ୍ରେସି˚ ଯେପରି ବିଳମ୍ବରେ କରାଗଲା, ତାହା କେରଳର ସ୍ଥିତିକୁ ଅଧିକ ଜଟିଳ କରିଦେଲା। ତେଣୁ, ତାଲାବନ୍ଦ ସ˚ଗେ ସ˚ଗେ ସେହି ସମୟର କିପରି ସୁବିନିଯୋଗ ହୋଇପାରିବ, ସେଥିପାଇଁ କେନ୍ଦ୍ର ସରକାରଙ୍କର ନିର୍ଦ୍ଦିଷ୍ଟ ନୀତି ନ ଥିବାରୁ ତାଲାବନ୍ଦ ଏକ ପ୍ରକାର ବିଫଳ ହୋଇଛି ବୋଲି କୁହାଯାଇପାରେ।

ଏହି ତାଲାବନ୍ଦ ସମୟରେ ଲୋକମାନଙ୍କର ଗୋଟିଏ କର୍ତ୍ତବ୍ୟ ଥିଲା, ସେମାନେ ଘରେ ବସିବେ। କିନ୍ତୁ ସରକାରଙ୍କର କର୍ତ୍ତବ୍ୟ ଥିଲା ଏହି ତାଲାବନ୍ଦ ସମୟକୁ କିପରି ସଦୁପଯୋଗ କରିବେ। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ୟାପକ ସ˚ସ୍କାର ଆଣିବା ସହ ତାଲାବନ୍ଦ ପରବର୍ତ୍ତୀ ସମୟରେ ଲୋକମାନଙ୍କର ଜୀବନଧାରଣକୁ କିପରି ସ୍ବାଭାବିକ କରିହେବ, ସେଥିପାଇଁ ଦୀର୍ଘସୂତ୍ରୀ ଖସଡ଼ା ପ୍ରସ୍ତୁତ କରିବାର ଥିଲା। ବିଶେଷ କରି ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କର ପରିଚାଳନାରେ ସରକାର ସ˚ପୂର୍ଣ୍ଣ ବିଫଳ ହେଲେ। ଯାହା ଫଳରେ ଶ୍ରମିକମାନେ ସାରା ଦେଶରେ ଭୋକ ଉପାସରେ ଦୁର୍ଦଶା ଭୋଗିବା ସହ ପରବର୍ତ୍ତୀ ସମୟରେ ବିଭିନ୍ନ ରାଜ୍ୟର କରୋନା ସ˚କ୍ରମଣ ହାର ବଢ଼ାଇବାର କାରଣ ପାଲଟିଲେ।

ଲକ୍ଷ୍ୟହୀନ ଭାବେ ଯେପରି ଦିନେ ସ˚ଧୢାରେ ହଠାତ୍‌ ଦେଶରେ ବିମୁଦ୍ରୀକରଣ ଘୋଷଣା କରାଯାଇଥିଲା, ସେହିପରି ଯୋଜନାହୀନ ଭାବେ ହଠାତ୍‌ ତାଲାବନ୍ଦ କରିବା ଦ୍ବାରା ଆଜି ସୁଦ୍ଧା ରାସ୍ତାରେ ୧୬୦ରୁ ଅଧିକ ଶ୍ରମିକଙ୍କ ଜୀବନ ଗଲାଣି। ଜୀବନକୁ ବାଜି ଲଗେଇ ସେମାନେ ହଜାର ହଜାର କିଲୋମିଟର ରାସ୍ତା ଆଜି ବି ଚାଲୁଛନ୍ତି। କେଉଁଠି ଗର୍ଭବତୀ ସ୍ତ୍ରୀଟିଏ ରାସ୍ତାକଡ଼ରେ ପ୍ରସବ କଲାଣି ତ, କେଉଁଠି ମା’ଟିଏ ଦୁଇ କାନ୍ଧରେ ଦୁଇ ପିଲାଙ୍କୁ ଧରି ରାସ୍ତା ଚାଲୁଛି। ପ୍ରଶ୍ନ ହେଉଛି ଏହି ଶ୍ରମିକ ଶ୍ରେଣୀର ଅପରାଧ କ’ଣ? ତାଲାବନ୍ଦ ଘୋଷଣା ହେବା ପୂର୍ବରୁ ସେମାନଙ୍କ ସ୍ଥିତି କ’ଣ ହେବ ଆକଳନ କରାଯାଇଥିଲା ନା ନାହିଁ। ଏ ସ˚ପର୍କରେ ଏତିକି କୁହାଯାଇପାରେ ଯେ, ଯେକୌଣସି ବଡ଼ ସହରରେ ୨୦ ଭାଗ ଲୋକ ବସ୍ତିରେ ଭଙ୍ଗା ଚାଳିଆରେ ରହନ୍ତି। ଏମାନଙ୍କ ପାଇଁ ତାଲାବନ୍ଦର ଅର୍ଥ କ’ଣ? ସେମାନେ ଚେଷ୍ଟା କଲେ ବି ବସ୍ତି ଭିତରେ ଅସ୍ବାସ୍ଥ୍ୟକର ପରିବେଶରେ ସାମାଜିକ ଦୂରତା ରକ୍ଷା କରି ପାରିବେନି। ସେମାନଙ୍କର ଏହି ତାଲାବନ୍ଦ ସମୟରେ ଅଧିକରୁ ଅଧିକ କରୋନା ପରୀକ୍ଷା ଆବଶ୍ୟକ ହେଉଥିଲା, ତାହା ଆଦୌ କରାଗଲା ନାହିଁ।

ସରକାରଙ୍କ ଟାସ୍କଫୋର୍ସର ସଦସ୍ୟମାନଙ୍କ ଠାରୁ ନୀତି ଆୟୋଗର ସଦସ୍ୟ ମଧ୍ୟ ତାଲାବନ୍ଦର ବିଫଳତାକୁ ସ୍ବୀକାର କଲେଣି। କରୋନା ସ˚କ୍ରମଣକୁ ପ୍ରତିହତ କରିବା ପାଇଁ ତାଲବନ୍ଦର ଆବଶ୍ୟକତା ଥିଲା, କିନ୍ତୁ ଏହା ଯେତେବେଳେ ଏବ˚ ଯେଉଁପରି ରାଜନୈତିକ ଭାବରେ ଲାଗୁ କରାଗଲା, ସେଥିରୁ ଏହା ଲକ୍ଷ୍ୟହୀନ ନିଷ୍ପତ୍ତି ବୋଲି ସ୍ପଷ୍ଟ ଜଣାପଡୁଥିଲା।

ସ୍ବାସ୍ଥ୍ୟ ବିଜ୍ଞାନୀମାନେ କରୋନା ଭାଇରସ୍‌ର ପ୍ରଭାବ ତିନିବର୍ଷ ପର୍ଯ୍ୟନ୍ତ ରହିବ ବୋଲି କହୁଥିବା ବେଳେ ସରକାର ମାତ୍ର ୨ ସପ୍ତାହ ପର୍ଯ୍ୟନ୍ତ ଯୋଜନା କରୁଛନ୍ତି। ଏ କଥା ନିଶ୍ଚିତ ଯେ, ସାମାଜିକ ଦୂରତା ରକ୍ଷା ଯୋଗୁଁ ଦେଶର ସ˚କ୍ରମଣ ଭାର କମିଛି। କିନ୍ତୁ ଏତେ ବଡ ଦେଶରେ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରି ତାଲାବନ୍ଦ ଦ୍ବାରା ଆମେ ସ˚କ୍ରମଣକୁ ଯେତିକି ପରିମାଣ‌େର ରୋକିପାରିବା କଥା, ତାହା କରିପାରିନେ। ସରକାର ବିଦେଶୀ ରାଷ୍ଟ୍ରମାନଙ୍କ (ଆମେରିକା, ଇଟାଲି, ଇ˚ଲଣ୍ତ, ବ୍ରାଜିଲ, ସ୍ପେନ୍‌ ଇତ୍ୟାଦି)ର ମୃତ୍ୟୁ ସଂଖ୍ୟା ସହ ତୁଳନା କରି ବାହାବା ନେଉଛନ୍ତି ଯେ, ଆମ ଦେଶ ଅନ୍ୟ ଅନେକ ଦେଶ ଅପେକ୍ଷା କରୋନା ପରିପ୍ରେକ୍ଷୀରେ ଭଲ ସ୍ଥିତିରେ ଅଛି। ଲୋକଙ୍କ ମନବଳ ବୃଦ୍ଧି କରିବାପାଇଁ ଯଦି ଏକଥା କୁହାଯାଉଥାଏ ତାହା ଭିନ୍ନ କଥା। ଆମ ଦେଶ ଗ୍ରୀଷ୍ମ ପ୍ରଧାନ (Tropical) ଦେଶ। ଗ୍ରୀଷ୍ମ ପ୍ରଧାନ ଦେଶମାନଙ୍କରେ କରୋନା ଜନିତ ସ୍ଥିତିକୁ ତୁଳନା କଲେ ଆମ ଦେଶ ଯେ ନିଶ୍ଚିତ ଭାବେ ସ˚କଟରେ ପଡିଛି ଏକଥା କୁହାଯାଇ ପାରିବ। ଏବେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୧୭ ହଜାରରେ ପହଞ୍ଚି ପୃଥିବୀରେ ୭ ନମ୍ବର ସ୍ଥାନରେ ପହଞ୍ଚିଲାଣି। ଏହା ସୂଚାଉଛି, ଦେଶବାସୀ ୨ ମାସ ଧରି ତାଲାବନ୍ଦର କଟକଣାକୁ ମାନିଲେ ମଧ୍ୟ, ଦେଶର ଶ୍ରମିକମାନେ ରାଜରାସ୍ତାରେ ନିଜ ଜୀବନକୁ ବିପନ୍ନ କଲେ ମଧ୍ୟ ଦେଶରେ କରୋନା ସ˚କ୍ରମଣ ହୁ ହୁ ହୋଇ ବଢ଼ିବା‌େର ଲାଗିଛି। ଏଥିପାଇଁ ସରକାରଙ୍କ ପରିଚାଳନାଗତ ଦୋଷ ତ୍ରୁଟି ଅଧିକ ମାତ୍ରାରେ ଦାୟୀ। ସବୁଠାରୁ ବିଡ଼ମ୍ବନାର କଥା, ଏହି ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ନୀତି ଆୟୋଗର ଅଧ୍ୟକ୍ଷ ବିନୋଦ ପଲ୍‌ ଗତ ଏପ୍ରିଲ୍‌ ୨୪ ତାରିଖରେ କରୋନା ସ˚ପର୍କରେ ଏକ ପ୍ରେସ୍‌ମିଟ୍‌ରେ କହିଥିଲେ, ଦେଶର ସା˚ପ୍ରତିକ ମଡେଲ୍‌ ସୂଚାଉଛି ଯେ, ୧୬ ମଇ ପରେ ବୋଧହୁଏ ଆଉ ଦେଶରେ ଅଧିକ କରୋନା ରୋଗୀ ଦେଖିବାକୁ ମିଳିବେନି। କିନ୍ତୁ ବାସ୍ତବରେ ୧୬ ମଇ ପରେ ଏହି ରୋଗୀଙ୍କ ସ˚ଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି।

ରାଜ୍ୟ ସରକାରମାନେ ସେମାନଙ୍କ ପାରୁ ପର୍ଯ୍ୟନ୍ତ ଏହି ସ˚କ୍ରମଣକୁ ରୋକିବା ପାଇଁ ଚେଷ୍ଟା କରୁଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କ ବେପରୁଆ ନିଷ୍ପତ୍ତି ଏବ˚ ଲକ୍ଷ୍ୟହୀନ ଯୋଜନା ଯୋଗୁଁ ଲକ୍‌ଡାଉନ୍‌ ସ˚ପୂର୍ଣ୍ଣ ବିଫଳ ହୋଇଛି।

ଇତିମଧ୍ୟରେ ଜୁନ୍‌ ପହିଲାରୁ ‘ଅନଲକ୍‌-୧’ ବା ତାଲା ଖୋଲାର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। କିନ୍ତୁ ପ୍ରଶ୍ନ ହେଉଛି, କେବଳ କେତେଜଣଙ୍କୁ କେତେ ଦିନ ପାଇଁ ସ˚କ୍ରମଣରୁ ରକ୍ଷା କରିବା ପାଇଁ କ’ଣ ଦେଶବାସୀ ନିଜ ସମୟ, ସ˚ପତ୍ତି ଏପରିକି ଜୀବନକୁ ସମର୍ପଣ କରିଦେବେ?

ମୋ ବିଚାରରେ ଦେଶବାସୀଙ୍କର ଏହି ବଳିଦାନକୁ ଅଯଥାରେ ନଷ୍ଟ ହେବାକୁ ଦେବା ଉଚିତ ନୁହେଁ। କରୋନା ସ˚କ୍ରମଣ ଦାଉରୁ ଭାରତକୁ ମୁକ୍ତ କରିବା ପାଇଁ ବ୍ୟାପକ ଭାବେ କୋଭିଡ-୧୯ ପରୀକ୍ଷା ହେବା ଦରକାର। ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସ˚ପନ୍ନ କରାଯିବା ଦରକାର। ପରୀକ୍ଷା ପରେ ଯେଉଁମାନେ କରୋନା ପଜିଟିଭ୍‌ ଚିହ୍ନଟ ହେବେ ସେମାନଙ୍କୁ ଉତ୍ତମ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଦରକାର।

ସ୍ବାସ୍ଥ୍ୟକର୍ମୀ, ପୁଲିସ କର୍ମଚାରୀ, ସଫେଇ କର୍ମୀଙ୍କ ପରି ଦେଶର ଚାଷୀମାନଙ୍କୁ ମଧ୍ୟ କରୋନା ଯୋଦ୍ଧା ରୂପେ ପରିଗଣିତ କରିବା ଦରକାର। କାରଣ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସେମାନେ ବିଲବାଡ଼ିରେ ଖଟି ଆମକୁ ଆହାର ଦେଉଛନ୍ତି। ସେମାନଙ୍କ କୃଷି ଋଣ ଛାଡ଼ କରିବା ସହ ସେମାନଙ୍କ ହାତକୁ ନଗଦ ଅର୍ଥ ଦେବା ଦରକାର। ଦିନ ମଜୁରିଆ, ଖଟିଖିଆ, ଉଠାଦୋକାନୀଙ୍କ ହାତକୁ ନଗଦ ଅର୍ଥ ଦେବା ଦରକାର।

ତାଲାବନ୍ଦ ପରବର୍ତ୍ତୀ ସମୟର ସୁପରିଚାଳନା ନ କଲେ ଦେଶରେ କରୋନା ମହାମାରୀ ତ ନିଶ୍ଚୟ ବ୍ୟାପିବ, ତାହା ସହିତ ଭୋକ ଉପାସରେ ମଧ୍ୟ ଲକ୍ଷ ଲକ୍ଷ ଲୋକ ମରିବେ।

ପ୍ରଦେଶ କଂଗ୍ରେସ କମିଟି ସଭାପତି