‘ଅନ୍‌ଲାଇନ୍’ ଶିକ୍ଷାର ସଫଳତା ଲାଗି ଆବଶ୍ୟକ ହେଉଥିବା ଡିଜିଟାଲ ସାମର୍ଥ୍ୟର ଅଭାବ, ଭିନ୍ନ ପାଠ୍ୟକ୍ରମ ଓ ଭାଷା ମାଧ୍ୟମରେ ପଢି ଆସିଥିବା ପ୍ରବାସୀ ଶ୍ରମିକଙ୍କ ପିଲାମାନଙ୍କ ସମସ୍ୟା ଓ ଭବିଷ୍ୟତ ଚିନ୍ତା ତଥା ସ୍କୁଲ ଓ କଲେଜଗୁଡ଼ିକ କ୍ବାରାଣ୍ଟାଇନ୍ ସେଣ୍ଟର ରୂପେ ବ୍ୟବହୃତ ହେବା ଇତ୍ୟାଦି କରୋନାକାଳୀନ ଶିକ୍ଷା କ୍ଷେତ୍ରରେ କିଛି ବଡ଼ ସମସ୍ୟା ରୂପେ ଉଭା ହୋଇଛି। କରୋନା ପାନ୍‌ଡେମିକ୍‌ ତଜ୍ଜନିତ ଲକ୍‌ଡାଉନ୍‌ କାରଣରୁ ଜନ ଜୀବନର ସମସ୍ତ ବିଭାବ ଅତ୍ୟନ୍ତ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଶିକ୍ଷା ତଥା ଅଧୢୟନରତ ଶିକ୍ଷାର୍ଥୀ ତହିଁରୁ ବାଦ୍‌ ପଡ଼ନ୍ତେ ବା କିପରି? ତେବେ, ଏହି କ୍ରମରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ରାଜ୍ୟର ପ୍ରାଥମିକ ଓ ମାଧୢମିକ ଶିକ୍ଷା। ଆମ ରାଜ୍ୟର ୮୭ ଭାଗ ଛାତ୍ରଛାତ୍ରୀ ଗ୍ରାମାଞ୍ଚଳରେ ଅଧୢୟନ କରନ୍ତି। ଯେଉଁମାନେ ପ୍ରାୟତଃ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ଦୀର୍ଘ ୫ ମାସ ଧରି ଏକକାଳୀନ ସ୍କୁଲ ବନ୍ଦ ରହିବା ଫଳରେ ସେହି ସବୁ ପିଲାମାନଙ୍କର ପାଠରେ ଏକପ୍ରକାର ଡୋରି ବନ୍ଧା ହୋଇଯାଇଛି। ସଙ୍ଗରୋଧକୁ ଗୁରୁତ୍ବ ଦିଆ ଯାଉଥିିବା ହେତୁ ବାପା-ମାଆମାନେ ପିଲାମାନଙ୍କ ପାଇଁ ଘରୋଇ ଟ୍ୟୁସନର ମଧୢ ବନ୍ଦୋବସ୍ତ କରିପାରୁ ନାହାନ୍ତି। ଗ୍ରାମାଞ୍ଚଳର ଅଶିକ୍ଷିତ ବା ଅଳ୍ପ ଶିକ୍ଷିତ ଲୋକେ ନିଜ ଘରେ ପିଲାମାନଙ୍କୁ ବସାଇ ପାଠ ପଢ଼ାଇବା ସମ୍ଭବ ନୁହେଁ। ଗରିବ ଖଟିଖିଆ ବା ମେହନତ କରି ବଞ୍ଚୁଥିବା ମଣିଷମାନଙ୍କ ପାଖରେ ସେଭଳି ସମୟ ବା ସାମର୍ଥ୍ୟ ନଥାଏ। ସେଥିପାଇଁ ସେମାନେ ପିଲାମାନଙ୍କୁ ପଢ଼ାଇବା ନିମନ୍ତେ ସରକାରୀ ବିଦ୍ୟାଳୟ ଉପରେ ନିର୍ଭର କରିଥାନ୍ତି। ସ୍କୁଲରେ ଯେଉଁ ପିଲାମାନେ ୪ ମାସ ତଳେ ପଣକିଆ ଅଭ୍ୟାସ କରୁଥିଲେ, ସେମାନଙ୍କୁ ଆଜି ସ˚ଖ୍ୟା ଆସୁନାହିଁ। ଯେଉଁମାନେ ବହି ପଢ଼ି ପାରୁଥିଲେ, ସେମାନଙ୍କୁ ଅକ୍ଷର ଚିହ୍ନିବା କଷ୍ଟକର ହେଉଛି। ଏହି ଅବସ୍ଥା ଯଦି ଆଗକୁ ଲାଗି ରହେ, ତେବେ ଅବସ୍ଥା ଯେ ଅଧିକ ଉଦ୍‌ବେଗଜନକ ହେବ, ତାହା ସହଜରେ ଅନୁମାନସାପେକ୍ଷ।

Advertisment

ନିର୍ଦ୍ଦିଷ୍ଟ ଶ୍ରେଣୀରେ ପଢୁଥିବା ପିଲାମାନଙ୍କ ମଧୢରୁ କିଛି ପିଲାଙ୍କର ଶିଖିବାର ବା ପାଠ ଆୟତ୍ତ କରିବାର ଦକ୍ଷତା ସେହି ଶ୍ରେଣୀ ଯୋଗ୍ୟ ହୋଇ ନଥାଏ ବୋଲି ସେମାନଙ୍କୁ ‘ଉତ୍କର୍ଷ’, ‘ଉତ୍‌ଥାନ’ ଭଳି କାର୍ଯ୍ୟକ୍ରମ ମାଧୢମରେ ପୂର୍ବ ଶ୍ରେଣୀର ପାଠକୁ ପର ଶ୍ରେଣୀରେ ପୁନର୍ବାର ପଢ଼ା ଯାଇ ସେହି ଶ୍ରେଣୀ ଉପଯୋଗୀ କରାଯିବାର ପ୍ରଚେଷ୍ଟା କିଛି ବର୍ଷ ଧରି ଆମ ରାଜ୍ୟରେ ଚାଲୁ ରହିଛି। କିନ୍ତୁ ଚଳିତ ବର୍ଷ କରୋନା ସ˚କ୍ରମଣ ତଥା ଲକ୍‌ଡାଉନ୍‌ ଲାଗି ରାଜ୍ୟ ସରକାର ସେହି କାର୍ଯ୍ୟକ୍ରମକୁ ସମୟ ଅଭାବରୁ ଆଉ ଆଗେଇ ନେଇ ପାରିବା ଅବସ୍ଥାରେ ନାହାନ୍ତି। ଏପରିକି ପ୍ରଥମ ଠାରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତ୍ୟେକ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସିଧାସଳଖ ବିନା ବାର୍ଷିକ ପରୀକ୍ଷାରେ ପରବର୍ତ୍ତୀ ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା ପାଇଁ ସରକାର ଘୋଷଣା କରି ସାରିଲେଣି। ଏଥିରେ ପିଲାମାନଙ୍କର ଦକ୍ଷତା ମାପିବା ସମ୍ଭବ ହେବନାହିଁ। ଅପରପକ୍ଷରେ ଯେଉଁ ପ୍ରବାସୀ ଶ୍ରମିକମାନେ ଅନ୍ୟ ରାଜ୍ୟ ଓ ଦେଶରୁ ଜୀବନ ବଞ୍ଚାଇବା ପାଇଁ ନିଜ ରାଜ୍ୟକୁ ଫେରି ଆସିଛନ୍ତି, ନିକଟ ଭବିଷ୍ୟତରେ ସେମାନେ ଯଦି ସେମାନଙ୍କ କର୍ମସ୍ଥଳୀକୁ ଫେରି ନ ଯାଆନ୍ତି, ତେବେ ସେମାନଙ୍କ ପିଲାଛୁଆମାନେ ଏବେ ଏକ ନୂଆ ସମସ୍ୟାର ସମ୍ମୁଖୀନ ହେବେ। କାରଣ ରାଜ୍ୟ ବାହାରେ ଥିବା ଶ୍ରମିକମାନଙ୍କ ପିଲାଛୁଆମାନେ ସେମାନେ ରହୁଥିବା ରାଜ୍ୟରେ ପ୍ରଚଳିତ ପାଠ୍ୟକ୍ରମ ଓ ପାଠ୍ୟଖସଡ଼ା ଆଧାରରେ ଅଧୢୟନ କରୁଥିଲେ। ଏବେ ଆମ ରାଜ୍ୟରେ ସେମାନଙ୍କ ପାଠପଢ଼ା ଅନିଶ୍ଚିତତା ଭିତରକୁ ଚାଲିଯିବା ନିଶ୍ଚିତ। ସେହି ସବୁ ପିଲାମାନଙ୍କ ଭିତରୁ ଯେଉଁମାନେ ଟିକିଏ ଉଚ୍ଚ ଶ୍ରେଣୀରେ(ଅଷ୍ଟମ ବା ନବମ) ପଢୁଛନ୍ତି, ସେମାନେ ସବୁଠାରୁ ଅଧିକ ହଇରାଣ ହେବେ ଓ ଆମ ରାଜ୍ୟରେ ସ˚ପୂର୍ଣ୍ଣ ନୂତନ ଶିକ୍ଷାବ୍ୟବସ୍ଥା, ପାଠ୍ୟକ୍ରମ, ପାଠ୍ୟଖସଡ଼ା, ପାଠ୍ୟପୁସ୍ତକ ଓ ଭାଷା ପରିପ୍ରେକ୍ଷୀରେ ସେମାନଙ୍କ ପାଠ ପଢ଼ା ବ୍ୟାହତ ହେବା ସୁନିଶ୍ଚିତ। ଏହା ଦ୍ବାରା ହଜାର ହଜାର ମେଧାବୀ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତ ହୋଇ ପଡ଼ିଛି।

ଆମ ରାଜ୍ୟ ସରକାର ଲକ୍‌ଡାଉନ୍‌ ସମୟରେ ଆମ ପିଲାମାନଙ୍କର ପାଠପଢ଼ାକୁ କୌଣସି ମତେ ଚଳାଇ ରଖିବା ପାଇଁ ‘ଡିଜିଟାଲ୍‌ ଶିକ୍ଷା’ ଉପରେ ଗୁରୁତ୍ବ ଦେଇଛନ୍ତି। ‘ଏଡୁସାଟ୍‌’, ‘ଶିକ୍ଷାସ˚ଯୋଗ’ ଓ ‘ମଧୁ ଆପ୍‌’ ଆଦିର ସହାୟତା ନେଇ ଶିକ୍ଷାଦାନ କରିବା ପାଇଁ ଶିକ୍ଷା ବିଭାଗ ଠାରୁ ଆରମ୍ଭ କରି ଶିକ୍ଷକ ସ˚ଗଠନମାନଙ୍କ ପର୍ଯ୍ୟନ୍ତରେ ସମସ୍ତେ ଉଦ୍ୟମ କରିଛନ୍ତି। କିନ୍ତୁ ଏହାର ଫଳାଫଳ ଅତ୍ୟନ୍ତ ନୈରାଶ୍ୟଜନକ। ସହରାଞ୍ଚଳରେ ୩୦ ଭାଗ ପିଲାଙ୍କ ପାଖରେ ଏହି ବ୍ୟବସ୍ଥା ପହଞ୍ଚିଛି ସିନା, ଗ୍ରାମାଞ୍ଚଳର ୧୦ ଭାଗ ପିଲାଙ୍କୁ ମଧୢ ଏହାର ଉପକାର ମିଳିନାହିଁ। କାରଣ ଓଡ଼ିଶା ଭଳି ଗୋଟିଏ ଗରିବ ରାଜ୍ୟର ଗ୍ରାମାଞ୍ଚଳରେ ବାସବାସ କରୁଥିବା ୭୦ ଭାଗରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଖରେ ‘ଆଣ୍ତ୍ରେଏଡ୍‌ ଫୋନ୍‌’ ନାହିଁ। ସେମିତି ଇଣ୍ଟରନେଟ୍‌ ବ୍ୟବସ୍ଥା ମଧୢ ଅନେକ ଜାଗାରେ ଅନୁପଲବ୍‌ଧ। ପୁଣି ରାଜ୍ୟର ଗ୍ରାମାଞ୍ଚଳରେ ବିଜୁଳି ସରବରାହ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ ସ୍ଥିତିରେ ରହିଛି। ଅଧିକନ୍ତୁ ଏ ରାଜ୍ୟର ଶିକ୍ଷକମାନଙ୍କୁ ମଧୢ ଡିଜିଟାଲ୍‌ ଦୁନିଆ ସହିତ ସ˚ଯୋଜିତ କରିବାର ବ୍ୟବସ୍ଥା ଅଦ୍ୟାବଧି ସ˚ପୂର୍ଣ୍ଣ ସଫଳ ହୋଇପାରି ନାହିଁ। ଏପରିକି ୩୦ ଭାଗ ଶିକ୍ଷକଙ୍କ ପାଖରେ ମଧୢ ଆଣ୍ତ୍ରଏଡ୍‌ ଫୋନ୍‌ ଉପଲବ୍‌ଧ ନୁହେଁ ଏବ˚ ଅନେକ ଶିକ୍ଷକ ଠିକ୍‌ ଭାବେ ଇଣ୍ଟରନେଟ୍‌ ବ୍ୟବହାର କରି ଜାଣନ୍ତି ନାହିଁ। ତେଣୁ ଆମ ବ୍ୟବସ୍ଥାରେ ଥିବା ଏହି ସବୁ ଅସୁବିଧା ପାଇଁ ପିଲାମାନଙ୍କ ପାଖରେ ଡିଜିଟାଲ ଶିକ୍ଷା ପହଞ୍ଚାଇବା ଆଶାନୁରୂପ ହୋଇ ପାରିନାହିଁ। ଯଦି ରାଜ୍ୟ ସରକାର ଦାବି କରୁଛନ୍ତି ଯେ ‘ଅନ୍‌ଲାଇନ୍‌’ ଶିକ୍ଷା(ଡିଜିଟାଲ୍‌) ବ୍ୟବସ୍ଥା ସଫଳ ହୋଇଛି, ତେବେ ତାହା ଅବାସ୍ତବ। ସୁତରା˚, ଭବିଷ୍ୟତରେ ଆମ ରାଜ୍ୟକୁ ଡିଜିଟାଲ ବା ‘ଅନ୍‌ଲାଇନ୍‌’ ଶିକ୍ଷା ସକାଶେ ସମର୍ଥ କରିବା ପାଇଁ ଉଭୟ ଶିକ୍ଷକ ଓ ଶିକ୍ଷାର୍ଥୀଙ୍କୁ ଡିଜିଟାଲ ବ୍ୟବସ୍ଥା ସହିତ ଅଧିକ ସ˚ଯୋଜିତ ଓ ପାରଙ୍ଗମ କରିବାକୁ ହେବ ଏବ˚ ଏ ନେଇ ଭିତ୍ତିଭୂମିର ବିକାଶ ମଧୢ କରିବାକୁ ହେବ। ଗ୍ରାମାଞ୍ଚଳରେ ରହୁଥିବା ସାଧାରଣ ଲୋକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ ନ ହେଲେ ମଧୢ ସେମାନେ ‘ଅନ୍‌ଲାଇନ୍‌’ ଶିକ୍ଷା ଲାଗି ଲୋଡ଼ା ପଡୁଥିବା ସାଧନ ପାଇପାରିବେ ନାହିଁ, ଯାହା ପ୍ରକାରାନ୍ତରେ ଏଭଳି ଶିକ୍ଷା ପଦ୍ଧତିକୁ ବିଫଳ କରାଇବ।

ମାଧୢମିକ ସ୍ତରରେ ଦଶମ ଶ୍ରେଣୀ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍‌ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀମାନଙ୍କର ଖାତା ମୂଲ୍ୟାୟନ ଏବେ ବହୁ ଅବ୍ୟବସ୍ଥା ମଧ୍ୟରେ ଆରମ୍ଭ ହୋଇଛି। ଏହା କେବେ ସରିବ, ତାହା ଏବେଠାରୁ କହିବା ମୁସ୍କିଲ। କରୋନା ପ୍ରଭାବରେ ଏ ସବୁ ପିଲାମାନେ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି। ଦଶମ ଶ୍ରେଣୀ ହେଉ କିମ୍ବା ଯୁକ୍ତ ଦୁଇ ଉଚ୍ଚମାଧୢମିକ ଶ୍ରେଣୀର ଛାତ୍ରଛାତ୍ରୀମାନେ ହୁଅନ୍ତୁ; ସେମାନଙ୍କ ଉଚ୍ଚ ଶିକ୍ଷାର ସମ୍ଭାବନା ଭୟଙ୍କର ଭାବରେ ପ୍ରଭାବିତ ହୋଇଛି। ସେମାନଙ୍କ ପାଇଁ ଚଳିତ ବର୍ଷ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଅଟେ। ଏହି ବର୍ଷ ସେମାନଙ୍କ ମଧୢରୁ ଯେଉଁମାନେ ବିଜ୍ଞାନ, କଳା ବା ବାଣିଜ୍ୟ ଭଳି ଶିକ୍ଷା ସ୍ରୋତରେ ଅଥବା ଇ˚ଜିନିଅରି˚ ବା ମେଡିକାଲ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ ହେବାକୁ ଆଶାୟୀ, ସେମାନେ ଭିନ୍ନ ଭିନ୍ନ ସ୍ତରରେ ଶିକ୍ଷା ଗ୍ରହଣ କରି ଥାଆନ୍ତି। ସେସବୁ ଛାତ୍ରଛାତ୍ରୀମାନେ ଏବେ ହତାଶା ଜର୍ଜରିତ ଏବ˚ ସେମାନଙ୍କ ଅଭିଭାବକମାନେ ଶଙ୍କାଗ୍ରସ୍ତ ଅବସ୍ଥାରେ ଅଛନ୍ତି। ଉଚ୍ଚଶିକ୍ଷା ଓ ଗବେଷଣା ପାଇଁ ଆମ ରାଜ୍ୟ ଓ ଦେଶର ଛାତ୍ରଛାତ୍ରୀ ସେମାନଙ୍କର ମେଧା, ଇଚ୍ଛା ଓ ସୁବିଧା ଅନୁଯାୟୀ ଭିନ୍ନ ଭିନ୍ନ ରାଜ୍ୟ ବା ଦେଶକୁ ଯାଇ ଉଚ୍ଚଶିକ୍ଷା ଲାଭ କରିଥାନ୍ତି। ଏବେ କରୋନା ସମଗ୍ର ବିଶ୍ବକୁ ଏଭଳି ଭାବରେ କବଳିତ କରିଛି ଯେ ସେମାନଙ୍କ ଲାଗି ଏକ ପ୍ରତିକୂଳ ସ୍ଥିତି ସୃଷ୍ଟି ହୋଇଛି। ବିଦେଶରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଏବେ ଅଧାରେ ପାଠ ଛାଡ଼ି ଘରକୁ ଫେରିଛନ୍ତି। ଯଦିଓ ସେମାନେ ‘ଅନଲାଇନ୍‌’ ଶିକ୍ଷା ହାସଲ କରିବେ, କିନ୍ତୁ ତାହା ଆନୁଷ୍ଠାନିକ ଶିକ୍ଷା ସହିତ ସମକକ୍ଷ ହେବ ନାହିଁ।

ଏବେ ଶିକ୍ଷାବର୍ଷ ଆରମ୍ଭ ହେବା ନେଇ ସମସ୍ତେ ଅନିଶ୍ଚିତ। ଶିକ୍ଷାବର୍ଷର ଅବଧି ତଥା ଆରମ୍ଭ ଓ ଶେଷ ନିର୍ଦ୍ଧାରଣ କରା ନ ଗଲେ ପାଠ୍ୟଖସଡ଼ା ଓ ପାଠ୍ୟକ୍ରମକୁ ବ୍ୟବସ୍ଥିତ କରି ହେବ ନାହିଁ। ଯୁକ୍ତ ଦୁଇ ଶ୍ରେଣୀର ଅନେକ ବିଷୟରେ ଏ ପର୍ଯ୍ୟନ୍ତ ପରୀକ୍ଷା ହୋଇ ନାହିଁ। ସେସବୁ ବିଷୟଗୁଡ଼ିକର ପରୀକ୍ଷା କେବେ ହେବ ଓ ଖାତା ମୂଲ୍ୟାୟନ କରାଯାଇ ଫଳ କେବେ ପ୍ରକାଶିତ ହେବ, ସେ ନେଇ ଉଭୟ ଛାତ୍ର ଓ ଅଭିଭାବକ ଘୋର ଆଶଙ୍କା ଓ ଉଦ୍‌ବେଗ ମଧୢରେ ଅଛନ୍ତି।

ଏବେ ‘ଲକଡାଉନ୍‌’କୁ ଅନେକା˚ଶରେ କୋହଳ କରାଯାଇଛି। ତେବେ, ଜୁଲାଇ ୩୧ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ଖୋଲି ପାରିବ ନାହିଁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଏହାର ଦୁଇଟି କାରଣ ଥାଇପାରେ। ଗୋଟିଏ ହେଲା ଶିକ୍ଷାର୍ଥୀମାନେ ଗୋଟିଏ ଶ୍ରେଣୀରେ ଏକାଠି ବସିଲେ କି ଖେଳ ପଡ଼ିଆ ବା ସ୍କୁଲ ପରିସରରେ ଏକତ୍ର ହେଲେ ସାମାଜିକ ଦୂରତ୍ବ ବ୍ୟାହତ ହେବ ଓ କରୋନା ବ୍ୟାପିବାର ଆଶଙ୍କା ରହିଛି। ଦ୍ବିତୀୟଟି ହେଉଛି ଫେରି ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କ ପାଇଁ ସଙ୍ଗରୋଧ ଗୃହ ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ଭାବେ ବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକୁ ବ୍ୟବହୃତ କରା ଯାଇଥିବାରୁ ସେଠାରେ ବିଦ୍ୟାଳୟ ଖୋଲିବା ସମ୍ଭବପର ନୁହେଁ। ଏ ଦୁଇଟିଯାକ କାରଣ ଯଥାର୍ଥ, କିନ୍ତୁ ଏ ପରିପ୍ରେକ୍ଷୀରେ ଯାହା ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ତାହା ହେଲା ଅଧିକ ସମୟ ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ବନ୍ଦ ରଖି ଶିକ୍ଷା ଦାନକୁ ଅଧିକ ଡେରି ଯାଏ ବାଧା ଦିଆଯାଇ ପାରିବ ନାହିଁ। କଥାରେ କହନ୍ତି ‘ହାଟୁଆ ହୁଡ଼ିଲେ ହାଟ ପାଳିଏ, ଚଷା ହୁଡ଼ିଲେ ବରଷେ।’ ସେହି ନ୍ୟାୟରେ କହି ହେବ ଯେ ‘ଶିକ୍ଷା ହୁଡ଼ିଲେ ପୁରୁଷେ’।

କରୋନା ସ˚କ୍ରମଣ ଜନିତ ସ୍ଥିତିରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ବିଗିଡ଼ି ଯାଇଛି। କରୋନା ମହାମାରୀ ବିରୋଧରେ ସ˚ଗ୍ରାମ ଜାରି ରହିବା ସହିତ ଶିକ୍ଷା ବ୍ୟବସ୍ଥାକୁ ଚଳାଇ ରଖିବା ଏକ ଆହ୍ବାନଭରା କାର୍ଯ୍ୟ ହୋଇଥିଲେ ମଧୢ ତାହା କରିବାକୁ ହେବ। ଏଥିପାଇଁ ରାଜ୍ୟ ସରକାର, ଶିକ୍ଷାବିତ୍‌, ବୁଦ୍ଧିଜୀବୀ, ବିଭିନ୍ନ ଶିକ୍ଷକ ସ˚ଗଠନ ତଥା ରାଜ୍ୟ ଶିକ୍ଷା ବିଭାଗର ପଦସ୍ଥ ଅଧିକାରୀମାନେ ଏହା ଉପରେ ବିଚାରାଲୋଚନା କରିବା ଏକାନ୍ତ ଜରୁରୀ। ଖୁବ୍‌ ଶୀଘ୍ର ଶିକ୍ଷା ପାଇଁ ଏକ ସୁଦୂରପ୍ରସାରୀ ଚିନ୍ତା ସମ୍ବଳିତ ନିଷ୍ପତ୍ତିି ନେବାର ଆବଶ୍ୟକତା ରହିଛି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ଚଳନକ୍ଷମ କରି ଶିକ୍ଷାର୍ଥୀମାନଙ୍କୁ ଶିକ୍ଷା ସହିତ ଯୋଡ଼ି ମାନବ ସମ୍ବଳର ବିକାଶ ଦିଗରେ ଅଗ୍ରସର ହେବାକୁ ପଡ଼ିବ। ଆଉ ଅନ୍ୟ ବାଟ ନାହିଁ।
ସାଧାରଣ ସ˚ପାଦକ, ଓଷ୍ଟା
ମୋ- ୮୭୬୩୦୪୪୫୮୪