ଅର୍ଥନୀତିର ଦୁରବସ୍ଥାରେ ମୋଦୀ ଭୂମିକା

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଯୁକ୍ତରାଷ୍ଟ୍ର ଆମେରିକାର ବିଶ୍ବ ସ୍ତରୀୟ, ବିଶ୍ବସନୀୟ ରେଟି˚ ସ˚ସ୍ଥା ‘ମୁଡିଜ୍‌’ ଗତ ସପ୍ତାହରେ ଭାରତର ବିତ୍ତୀୟ ଅବସ୍ଥାକୁ ‘ବିଏଏ୩’ ଭାବେ ଆଖ୍ୟାୟିତ କରିଛି; ଏହା ସର୍ବ-ନିମ୍ନ ଗ୍ରେଡ୍‌। ଏଥି ସହ ଏହା ‘ଷ୍ଟାଣ୍ତାର୍ଡ‌୍‌ ଆଣ୍ତ୍‌ ପୁଅର‌୍‌’ ଓ ‘ଫିଚ୍‌’ ସହ ସାମିଲ ହୋଇଛି, ଯେଉଁମାନେ ପୂର୍ବରୁ ଭାରତକୁ ଏହି ଗ୍ରେଡ୍‌ ଦେଇସାରିଛନ୍ତି। ଏ ଭଳି ନିଷ୍ପତ୍ତିକୁ ବର୍ଣ୍ଣନା କରିବାକୁ ଯାଇ, ‘ମୁଡିଜ୍‌’ ପକ୍ଷରୁ ସ୍ପଷ୍ଟୀକରଣରେ କହାଯାଇଛି- ଭାରତକୁ ଏହି ଗ୍ରେଡ୍‌ ଦେବା କେବଳ କରୋନା ମହାମାରୀ ଜନିତ ନୁହେଁ। ମହାମାରୀ ପୂର୍ବରୁ ଭାରତର ବିତ୍ତୀୟ ସ୍ଥିତି ଦୁର୍ବଳ ହୋଇସାରିଥିଲା। ଗତ ବର୍ଷରୁ ପତନର ଧାରା ଅବ୍ୟାହତ ଥିଲା। ଏବେ ମହାମାରୀ ଯୋଗୁଁ ତାହା ଅଧିକ ତୀବ୍ର ହୋଇଛି।

ନରେନ୍ଦ୍ର ମୋଦୀଙ୍କ ପ୍ରଧାନମନ୍ତ୍ରିତ୍ବର ଷଷ୍ଠ ବାର୍ଷିକୀ ଅବସରରେ ଏ ଭଳି ନକାରାତ୍ମକ ରାୟ ଆସିଛି। ଇତିମଧ୍ୟରେ ଦିଲ୍ଲୀର ଦୁଇ ଜଣ ବରିଷ୍ଠ ସ୍ତମ୍ଭକାର ପୂର୍ଣ୍ଣ ପ୍ରକୃତିସ୍ଥତାର ସହ ମୋଦୀଙ୍କ କାର୍ଯ୍ୟ-କାଳର ଆକଳନ କରି, ସ୍ବାଧୀନ ମତ ଦେଇଛନ୍ତି। ମୋଦୀ ଅର୍ଥନୀତିକ ସ˚ସ୍କାର ଆଣିବେ ବୋଲି ଏକଦା ଦୁହେଁ ଆଶା କରିଥିଲେ; ଏବ˚ ଏବେ ଦୁହେଁ ମୋଦୀଙ୍କ ଦ୍ବାରା ହତାଶ ହୋଇଥିବା ଅନୁଭବ କରୁଛନ୍ତି। ‘ଇଣ୍ତିଆନ୍‌ ଏକ୍‌ସପ୍ରେସ୍‌’ରେ ତଭଲୀନ ସି˚ହ ଲେଖିଛନ୍ତି- ଅରୁଣ ଜେଟଲୀଙ୍କ ଅକାଳ ପରଲୋକ ଯୋଗୁଁ ଏ ଭଳି ଘଟିଛି। ତାଙ୍କ ଦେହାନ୍ତ ପରେ ସରକାରର ଅଗ୍ରାଧିକାର ଓ ଚିତ୍ରରେ ଆକସ୍ମିକ ଏବ˚ ନାଟକୀୟ ପରିବର୍ତ୍ତନ ଆସିଛି। ‘ଦ ପ୍ରିଣ୍ଟ୍‌’ରେ ଶେଖର ଗୁପ୍ତା ମୋଦୀଙ୍କୁ ପରାମର୍ଶ ଦେଉଥିବା ଭାରତୀୟ ପ୍ରଶାସନିକ ସେବା ଅଧିକାରୀମାନଙ୍କ ଉପରେ ଦୋଷ ଲଦିଛନ୍ତି। ତାଙ୍କ ଭାଷାରେ- ଏହି ଅଧିକାରୀମାନେ ଅଧିକ ସତର୍କ ଏବ˚ ‘ରିସ୍‌କ’ ନେବାକୁ ଚାହାଁନ୍ତିନାହିଁ। ପୂର୍ବର ପ୍ରଧାନମନ୍ତ୍ରୀ ଯଥା- ନରସି˚ହ ରାଓ ଏବ˚ ଅଟଳ ବିହାରୀ ବାଜପେୟୀଙ୍କୁ ପରାମର୍ଶ ଦେଉଥିବା ଅଧିକାରୀମାନେ ଏମାନଙ୍କ ତୁଳନାରେ ଅଧିକ ଦକ୍ଷ ଥିଲେ।

ମୋ ନିଜର ବିଶ୍ଳେଷଣ ସ˚ପୂର୍ଣ୍ଣ ଭିନ୍ନ। ପ୍ରଧାନମନ୍ତ୍ରୀ ଭାବେ ମୋଦୀଙ୍କ ନୈରାଶ୍ୟଜନକତା ପାଇଁ ତାଙ୍କର ପରାମର୍ଶଦାତାମାନଙ୍କୁ ଦାୟୀ କରାଯାଇପାରିବନାହିଁ। ଏଥିପାଇଁ ସେ ନିଜେ ଦାୟୀ। ନିଜ ଦୋଷ-ଦୁର୍ବଳତା-ତ୍ରୁଟି ଯୋଗୁଁ ସେ ବିଫଳ ହୋଇଛନ୍ତି। ବିପୁଳ ସ˚ଖ୍ୟା-ଗରିଷ୍ଠତାର ସହ ଦୁଇ ଦୁଇ ଥର ବିଜୟୀ ହୋଇ ମଧ୍ୟ ସେ ଅର୍ଥନୈତିକ କ୍ଷେତ୍ରକୁ ପ୍ରଗତିଶୀଳ କରାଇବାରେ ବିଫଳ, ଯଦିଓ ତାଙ୍କର ସମର୍ଥକ-ପ୍ରଶ˚ସକମାନେ ତାଙ୍କଠାରୁ ଭିନ୍ନ କିଛି ଆଶା କରୁଥିଲେ। ତାଙ୍କ ବିଫଳତା ପାଇଁ ତାଙ୍କର ତିନିଟି ଚରିତ୍ରଗତ ବୈଶିଷ୍ଟ୍ୟ ଦାୟୀ।

ପ୍ରଥମ- ବିଶେଷଜ୍ଞମାନଙ୍କୁ ସନ୍ଦେହ କରିବା ଏବ˚ ବିଶେଷ ଜ୍ଞାନକୁ ଅଣ-ଦେଖା କରିବା। ସେ ଜଣେ ଆତ୍ମ-ନିର୍ମିତ ମଣିଷ। ନିଜ ବୁଦ୍ଧି, ନିଜ କାର୍ଯ୍ୟ ଓ ନିଜ ଇଚ୍ଛା-ଶକ୍ତି ବଳରେ ଶୀର୍ଷକୁ ଉଠିଛନ୍ତି। ପ୍ରସିଦ୍ଧ ଅନୁଷ୍ଠାନରେ ଶିକ୍ଷା ଲାଭ କରିଥିବା ବିଶେଷଜ୍ଞମାନଙ୍କୁ ସର୍ବଦା ସ˚ଶୟପୂର୍ଣ୍ଣ ଦୃଷ୍ଟିରେ ଦେଖନ୍ତି। ତାଙ୍କର ବୟାନରୁ ଏହା ସ୍ପଷ୍ଟ ପ୍ରମାଣିତ ହୁଏ। ଅନେକ ସମୟରେ ତାଙ୍କ ପାଟିରୁ ବାହାରେ- ମୁଁ କଠିନ ଶ୍ରମ (ହାର୍ଡ‌୍‌ ଵାର୍କ‌୍‌)ରେ ବିଶ୍ବାସ କରେ, ହାର୍ଭାର୍ଡ‌୍‌ରେ ନୁହେଁ। ତେବେ, ଦୁଇଟିଯାକ ଯେ ପରସ୍ପରର ପରିପୂରକ, ସେ ଏହା ବୁଝନ୍ତିନାହିଁ। ଅଭିଜିତ୍‌ ବାନାର୍ଜୀ ହାର୍ଭାର୍ଡ‌୍‌ରୁ ପିଏଚ୍‌ଡି ଲାଭ କରିଥିଲେ। ତେବେ, ତା’ ପରେ କଠିନ ଶ୍ରମ କରିଥିଲେ। କଠିନ ଶ୍ରମ ବିନା ସେ କେବେ ହେଲେ ନୋବେଲ୍‌ ପୁରସ୍କାର ପାଇ ନ ଥାଆନ୍ତେ। ସୁଶାସନ ପାଇଁ ଲୋଡ଼ା ଉଭୟ କେନ୍ଦ୍ରୀଭୂତ ଶକ୍ତି ଓ ବିଶେଷ ଜ୍ଞାନ। ସରକାରର ବିମୁଦ୍ରୀକରଣ ପଦକ୍ଷେପ ଦେଶର ଅର୍ଥନୀତିକୁ ବହୁ ବର୍ଷ ପଛକୁ ନେଇଗଲା। ପ୍ରଧାନମନ୍ତ୍ରୀ ଯଦି ଚିକାଗୋରେ ଉଚ୍ଚ-ଶିକ୍ଷିତ ରିଜର୍ଭ‌୍‌ ବ୍ୟାଙ୍କ୍‌ର ଗଭର୍ନର‌୍‌ଙ୍କ କଥା ଶୁଣିଥାଆନ୍ତେ, ସେହି ଭଳି ଦୁଃସ୍ଥିତି ଉପୁଜି ନ ଥାଆନ୍ତା। ଠିକ୍‌ ସେହି ପରି ପ୍ରଧାନମନ୍ତ୍ରୀ ଯଦି ଦେଶର ଅଭିଜ୍ଞ ମହାମାରୀ ବିଶେଷଜ୍ଞଙ୍କ କଥା ଶୁଣିଥାଆନ୍ତେ, ‘କୋଭିଡ୍‌-୧୯’ ଜନିତ ଏ ଭଳି ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇ ନ ଥାଆନ୍ତା। ସେ ମହାମାରୀ ପରିଚାଳନାରେ ବିଶେଷଜ୍ଞଙ୍କ କଥା ଶୁଣିବା ବଦଳରେ ନିଜର ମରଜି ମୁତାବକ ନାଟକୀୟ ପଦକ୍ଷେପ ନେଲେ।

ଦ୍ବିତୀୟ- ତାଙ୍କ ଚରିତ୍ରର ଦ୍ବିତୀୟ ବୈଶିଷ୍ଟ୍ୟ, ପ୍ରଥମଟି ସହ ସ˚ପର୍କିତ। ପ୍ରଧାନମନ୍ତ୍ରୀ ସର୍ବଦା ବ୍ୟକ୍ତି-ଉପାସନାରେ ବିଶ୍ବାସ ରଖିଆସିଛନ୍ତି। ତାଙ୍କ ସହ କାର୍ଯ୍ୟ କରିଥିବା ଜଣେ ବୈଷୟିକ ବିଶେଷଜ୍ଞ, ମୋତେ ଏକଦା କହିଥିଲେ- ସମସ୍ତ ବିଶେଷଜ୍ଞ ଉପଦେଷ୍ଟାଙ୍କଠାରୁ ସେ ପୂର୍ଣ୍ଣ ଆଜ୍ଞାନୁବର୍ତ୍ତିତା ଚାହାଁନ୍ତି। ତାଙ୍କ ନିକଟରେ କାମ କରିବା ପାଇଁ ଏହି ଗୋଟିଏ ନିୟମ ନିଶ୍ଚିତ ଭାବେ ପାଳିବାକୁ ହେବ। ୨୦୧୯ରେ ଗୋଟିଏ ଧାଡ଼ି ସ୍ଲୋଗାନ୍‌କୁ ପାଥେୟ କରି ସେ ନିର୍ବାଚନ ଲଢ଼ିଥିଲେ ଓ ଜିତିଥିଲେ- ‘ମୋଦୀ ଅଛନ୍ତି ତ ସବୁ ସ˚ଭବ’; ‘ମୋଦୀ ହୈ ତୋ ମୁମକିନ ହୈ’। ଅର୍ଥାତ୍‌, ସମସ୍ତ ସଫଳତା ପଛରେ ସେ। ସେ ହିଁ ସବୁ କିଛି। ତାଙ୍କ ଭିନ୍ନ ଅନ୍ୟ କିଛି ନାହିଁ। କେବଳ ମୋଦୀ ହିଁ ଆତଙ୍କବାଦ ଶେଷ କରିପାରିବେ; କେବଳ ସେ ଏବଂ ଏକଲା ସେ ହିଁ ପାକିସ୍ତାନକୁ ଅପମାନିତ କରିପାରିବେ (ଏବେ ଚାଇନାକୁ ମଧ୍ୟ); ସେ ସମସ୍ତ ଦୁର୍ନୀତି ଲୋପ କରିପାରିବେ; କେବଳ ସେ ହିଁ ଭାରତକୁ ‘ବିଶ୍ବ ଗୁରୁ’ରେ ପରିଣତ କରିପାରିବେ। ତାଙ୍କ ଦଳ ଓ କେନ୍ଦ୍ର ସରକାରରେ ଥିବା ଚାଟୁକାରମାନଙ୍କର ଏଥିରେ ପୂର୍ଣ୍ଣ ବିଶ୍ବାସ। କିନ୍ତୁ, ପ୍ରକୃତ କଥା ହେଉଛି, ଭାରତ ଭଳି ଏକ ବିଶାଳ ଓ ଜଟିଳ ଦେଶ କେବେ ହେଲେ ଜଣଙ୍କ ଇଚ୍ଛା ଦ୍ବାରା ସୁଶାସିତ ହୋଇପାରିବନାହିଁ; ସେହି ବ୍ୟକ୍ତି ଜଣକ ଯେତେ କଠିନ ପରିଶ୍ରମୀ ଓ ଦୂରଦ୍ରଷ୍ଟା ହୁଅନ୍ତୁ ପଛକେ।

ତୃତୀୟ- ଗଭୀର ଆତ୍ମବିଶ୍ବାସ ଓ ଶକ୍ତି-ସାମର୍ଥ୍ୟ ଥିବା ସତ୍ତ୍ବେ ପ୍ରଧାନମନ୍ତ୍ରୀ ନିଜ ଭିତରେ ନିଜେ ଅସୁରକ୍ଷିତ। ଏହା ତାଙ୍କ ବ୍ୟବହାରରୁ ମନେହୁଏ। ନିଜର କୌଣସି ପରାମର୍ଶଦାତା ବା କୌଣସି ମନ୍ତ୍ରୀ, ଯେତେ ଭଲ କାମ କଲେ ବି ସେ ସର୍ବସାଧାରଣରେ ତାଙ୍କର ପ୍ରଶ˚ସା କରିବାକୁ ଇଚ୍ଛା କରନ୍ତି ନାହିଁ। ଏଥିରୁ ତାଙ୍କର ଅସୁରକ୍ଷିତ ମନୋଭାବ ପ୍ରମାଣିତ ହୁଏ। କେନ୍ଦ୍ର ସରକାରରେ ସେ ଗୁଜରାଟ କ୍ୟାଡର‌୍‌ର ପଦସ୍ଥ ଅଧିକାରୀମାନଙ୍କୁ ପ୍ରାଧାନ୍ୟ ଦେଇଛନ୍ତି। ସେମାନଙ୍କୁ ଗୁରୁତ୍ବପୂର୍ଣ୍ଣ ପଦ-ପଦବିରେ ବସାଇଛନ୍ତି। କ˚ଗ୍ରେସ୍‌ ସରକାର ଅମଳରେ ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ ଅଭିଜ୍ଞ ଓ ଦକ୍ଷ ପ୍ରଶାସକମାନଙ୍କୁ ଦୂରେଇ ଦେଇଛନ୍ତି ବା ବିଶ୍ବାସକୁ ନେଇନାହାନ୍ତି। ସେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କ ଜ୍ଞାନ ଓ ଦକ୍ଷତାକୁ ବିଚାରକୁ ନେବା ବଦଳରେ, ଆଜ୍ଞାନୁବର୍ତ୍ତିତା ଆଧାରରେ ପୁରସ୍କୃତ କରିଛନ୍ତି ବା ଉଚ୍ଚ ପଦରେ ବସାଇଛନ୍ତି।

୨୦୧୩-୧୪ରେ ଯେତେ ବେଳେ ପ୍ରଧାନମନ୍ତ୍ରୀ ହେବା ପାଇଁ ସେ ପ୍ରଚାର ଆରମ୍ଭ କରିଥିଲେ, ଭାରତୀୟ ଜନତା ପାର୍ଟିର ହିନ୍ଦୁତ୍ବ ଆଦର୍ଶର ଧାର ଧାରୁ ନ ଥିବା ଅନେକ ଭାରତୀୟ ଉତ୍ସାହର ସହ ତାଙ୍କୁ ଗ୍ରହଣ କରିଥିଲେ। କାରଣ, କ˚ଗ୍ରେସ୍‌ର କୁଶାସନ, ଦୁର୍ନୀତି ଓ ପ୍ରିୟା-ପ୍ରୀତି-ତୋଷଣ ପ୍ରତି ସେମାନଙ୍କର ବିତୃଷ୍ଣା ଆସିଯାଇଥିଲା। ସେମାନେ ମୋଦୀଙ୍କୁ ଅର୍ଥନୈତିକ ସ˚ସ୍କାରକ, ଭାରତର ଡେଙ୍ଗ୍‌ ଜିଆଓପିଙ୍ଗ୍‌ ରୂପେ ଦେଖିଥିଲେ। ଭାବିଥିଲେ, ଔଦ୍ୟୋଗିକ ପରାକାଷ୍ଠାର ଚମତ୍କାର ଦେଶ ଦେଖିବ। ମୋଦୀଙ୍କ ବାଗ୍ମିତା, ତାଙ୍କ ଊର୍ଜା ଆଦି ଦ୍ବାରା ସେମାନେ ପ୍ରଭାବିତ ହୋଇଥିଲେ। ତାଙ୍କୁ ଜଣେ ଆତ୍ମ-ନିର୍ମିତ ମହାମାନବ ରୂପେ ଦେଖିଥିଲେ। ସେ ନିଜର ଆର‌୍‌ଏସ୍‌ଏସ୍‌ ଅତୀତକୁ ପଛରେ ଛାଡ଼ିଥିବା ଦାବିକୁ ବିଶ୍ବାସ କରିଥିଲେ।

ତେବେ, ଅତ୍ୟନ୍ତ ଦୁଃଖଦ ଭାବେ ସେମାନେ ମୋଦୀଙ୍କୁ ସନ୍ଦେହର ଊର୍ଦ୍ଧ୍ବରେ ରଖି ଭୁଲ୍‌ କରିବସିଥିଲେ। ମୋଦୀ ଆମକୁ ହତାଶ କରିବାର ଏକ କାରଣ ହେଉଛି, ସେ ପ୍ରକୃତରେ ଜଣେ ସା˚ପ୍ରଦାୟିକ ବ୍ୟକ୍ତି। ସେ ସହଜରେ ଧରାପଡ଼ନ୍ତିନାହିଁ। ସର୍ବସାଧାରଣରେ କିଛି କହିବା ବେଳେ ସତର୍କତା ଅବଲମ୍ବନ କରନ୍ତି। ତେଣୁ, ତାଙ୍କ ସା˚ପ୍ରଦାୟିକ ରୂପ ଦେଖାଯାଏନାହିଁ। ତେବେ, ବେଳେ ବେଳେ ତୁଣ୍ତରୁ ଖସିଯାଏ; ଯେମିତିକି ନାଗରିକତ୍ବ ସ˚ଶୋଧନ ଆଇନକୁ ବିରୋଧ କରି ଆନ୍ଦୋଳନ ଚାଲିଥିବା ବେଳେ ତାଙ୍କ ପାଟିରୁ ବାହାରିଯାଇଥିଲା- ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କୁ ସେ, ସେମାନେ ପିନ୍ଧିଥିବା ପୋଷାକରୁ ଚିହ୍ନନ୍ତି। ଯାହା ହେଉ ନା କାହିଁକି, ତାଙ୍କ ନିରବତା ବି ଅନେକ କିଛି ବୟାନ କରେ। ତାଙ୍କ ଦଳର ସା˚ସଦ ଓ ମନ୍ତ୍ରୀମାନେ ସର୍ବସାଧାରଣରେ ମୁସଲମାନମାନଙ୍କ ହତ୍ୟାକାରୀଙ୍କୁ ପ୍ରଶ˚ସା କରୁଥିବା ବେଳେ ସେ ନିରବ ରହିଥିଲେ। ତାଙ୍କ ଗୃହ ମନ୍ତ୍ରୀ ମୁସଲମାନମାନଙ୍କୁ ‘ଉଇ’ କହିବା ବେଳେ ଏବ˚ ଭାଜପାର ଆଇଟି ସେଲ୍‌ ତବଲିଘି ଜମାତ ଘଟନାକୁ ସା˚ପ୍ରଦାୟିକ ରୂପ ଦେବା ବେଳେ ବି ସେ ନିରବ ରହିଥିଲେ। ତାହା ଛଡ଼ା ତାଙ୍କ ସରକାରର ନାଗରିକତ୍ବ ସ˚ଶୋଧନ ଆଇନଟି ମଧ୍ୟ ପକ୍ଷପାତୀ। ଏସବୁରୁ ତାଙ୍କ ହିନ୍ଦୁତ୍ବବାଦୀ ପରିଚୟ ସ୍ପଷ୍ଟ ପ୍ରମାଣିତ ହୁଏ। ସେ ହିନ୍ଦୁ ରାଷ୍ଟ୍ର ସପକ୍ଷରେ ଅଛନ୍ତି ଏବ˚ ଯେଉଁ ମୁସଲମାନମାନେ ଏହାର ବିରୋଧ କରିବେ, ସେମାନେ ଦଣ୍ତିତ ହେବେ। ମୁସଲମାନ ସ˚ପ୍ରଦାୟକୁ ମାତୃଭୂମି ପ୍ରତି ସେମାନଙ୍କର ବିଶ୍ବସ୍ତତା ନିଶ୍ଚିତ ଭାବେ ପ୍ରମାଣିତ କରିବାକୁ ହେବ।

‘କୋଭିଡ୍‌-୧୯’ର ଆଗମନର ବହୁ ପୂର୍ବରୁ, ମୋଦୀଙ୍କ ଦଳ ଓ ତାଙ୍କ ସରକାର ମୁସଲମାନ ସ˚ପ୍ରଦାୟ ବିରୋଧରେ ମାତିଥିବା ବେଳେ ଅର୍ଥନୀତି ନିମ୍ନଗାମୀ ହୋଇଚାଲିଥିଲା ଏବ˚ ସହଜରେ କାହା ଦୃଷ୍ଟିରେ ପଡ଼ୁ ନ ଥିଲା। ଜନତା ନିରବଦ୍ରଷ୍ଟା ସାଜିଥିଲା। ଗଣମାଧ୍ୟମକୁ ଭୟଭୀତ କରାଯାଇଥିଲା। ସାମାଜିକ ଶାନ୍ତି ଓ ସ˚ହତି ଭଙ୍ଗୁରଶୀଳ ହୋଇପଡ଼ିଥିଲା। ଯେକୌଣସି ରାଷ୍ଟ୍ର ପାଇଁ ଧ୍ରୁବୀକରଣ ରାଜନୀତି ସର୍ବଦା ବିକାଶର ପରିପନ୍ଥୀ।

ନରେନ୍ଦ୍ର ମୋଦୀ ୨୦୧୪ରେ ‘ଭଲ ଦିନ’ ବା ‘ଅଚ୍ଛେ ଦିନ’ର ପ୍ରତିଶ୍ରୁତି ଦେଇଥିଲେ, ଯାହା ଏବେ ବି ଆସିନାହିଁ ବା ଯାହାର ଆସିବା ସ୍ପଷ୍ଟ ହୋଇନାହିଁ। ଇତି ମଧ୍ୟରେ ତାଙ୍କ ପ୍ରଧାନମନ୍ତ୍ରିତ୍ବର ଛଅ ବର୍ଷ ପୂରିସାରିଲାଣି। ତାଙ୍କ ପ୍ରତିଶ୍ରୁତି ନ ଫଳିବାର କାରଣ କୌଣସି ଜଣେ ବିଶ୍ବସ୍ତ ଦକ୍ଷ ମନ୍ତ୍ରୀଙ୍କ ଅକାଳ ବିୟୋଗ ନୁହେଁ ବା କିଛି ପଦସ୍ଥ ସରକାରୀ କର୍ମଚାରୀଙ୍କର ଅଦକ୍ଷତା ନୁହେଁ। ତାଙ୍କ ସରକାରର ବିଫଳତା ପାଇଁ ସେ ନିଜେ ଦାୟୀ। ସେ ଗୌରବୋନ୍ମାଦ ଗ୍ରସ୍ତ; ନିଜକୁ ସବୁଠାରୁ ଦକ୍ଷ ଓ ପାରଙ୍ଗମ ଭାବୁଛନ୍ତି। ବିଶେଷଜ୍ଞମାନଙ୍କୁ ସନ୍ଦେହ କରୁଛନ୍ତି। ଯୌବନରୁ ଧରିରଖିଥିବା ସା˚ପ୍ରଦାୟିକ ଆଦର୍ଶର ବନ୍ଧନ ମଧ୍ୟରୁ ମୁକୁଳିପାରୁନାହାନ୍ତି। ତାଙ୍କର ଏହି ଚାରିତ୍ରିକ ବୈଶିଷ୍ଟ୍ୟଗୁଡ଼ିକ ଯୋଗୁଁ ଭବିଷ୍ୟତ୍‌ରେ ଇତିହାସ, ତାଙ୍କୁ ଅଧିକ କଠୋର ଭାବେ ବିଚାର କରିବ।

ସମ୍ବନ୍ଧିତ ଖବର