ବିଗତ ଶତାବ୍ଦୀର ସତୁରି ଦଶକରେ ଭାରତରେ ଚଳଚ୍ଚିତ୍ର ନିର୍ମାଣ ସ˚ଖ୍ୟା ହଲିଉଡ଼କୁ ଅତିକ୍ରମ କରିଗଲା ପରେ ବଲିଉଡ଼ ନାମର ପ୍ରଚଳନ ହେଲା। ଅବଶ୍ୟ ତିରିଶ ଦଶକରୁ କଲିକତାର ଟଲିଗଞ୍ଜକୁ ଟଲିଉଡ଼ କୁହାଯାଉଥିଲା। ବଲିଉଡ଼, ଦକ୍ଷିଣ ଭାରତ ଓ ଅନ୍ୟାନ୍ୟ ଆଞ୍ଚଳିକ ସିନେମା ସବୁ ମିଶିଗଲେ, ଆମ ଭାରତରେ ପୃଥିବୀର ସବୁଠାରୁ ଅଧିକ ଚଳଚ୍ଚିତ୍ର ପ୍ରସ୍ତୁତ ହୁଏ। ୨୦୧୭ ମସିହାରେ ଦେଶରେ ୧୯୮୬ଟି ଚଳଚ୍ଚିତ୍ର ନିର୍ମିତ ହୋଇଥିଲା। ତନ୍ମଧୢରୁ ହିନ୍ଦୀ ଚଳଚ୍ଚିତ୍ର ଥିଲା ୩୬୪। ମାତ୍ର ଟିକେଟ ବିକ୍ରିରେ ହିନ୍ଦୀ ଚଳଚ୍ଚିତ୍ର ଅନ୍ୟମାନଙ୍କ ଠାରୁ ଏପରିକି ହଲିଉଡ଼ ଠାରୁ ମଧୢ ଆଗୁଆ। ସମୁଦାୟ ଆୟର ୪୩ ଭାଗ ବଲିଉଡ଼ର, ୩୬ ଭାଗ ତେଲେଗୁ, ତାମିଲ ଫିଲ୍ମର ଓ ବାକି ଅନ୍ୟମାନଙ୍କର। ବଲିଉଡ଼ ୨୦୧୭ରେ ୩୧୦୦ କୋଟି ଟଙ୍କାର ବ୍ୟବସାୟ କରିଥିଲା ଓ ବେଶ କିଛି ବୈଦେଶିକ ମୁଦ୍ରା ଅର୍ଜନ କରିଥିଲା। ସମଗ୍ର ଭାରତ ଉପମହାଦେଶ ଓ ପ୍ରବାସୀ ଭାରତୀୟମାନଙ୍କ ମଧୢରେ ହିନ୍ଦୀ ସିନେମାର ଆଦର ଅଛି। କେତେକ ହିନ୍ଦୀ ଚଳଚ୍ଚିତ୍ର ଇ˚ରେଜୀ ଓ ଅନ୍ୟ ଭାଷାରେ ‘ସବ୍‌ଟାଇଟଲ୍‌’ (ସ˚ଳାପର ଭାଷାନ୍ତର) ବ୍ୟବହାର କରି ବିଦେଶରେ ଭଲ ବ୍ୟବସାୟ କରୁଛନ୍ତି। ହିନ୍ଦୀ ଚଳଚ୍ଚିତ୍ରର ଭାଷା, ହିନ୍ଦୀ, ହିନ୍ଦୁସ୍ଥାନୀ, ହିଙ୍ଗଲିସ। ଉର୍ଦ୍ଦୁର ପ୍ରଭାବ ସ˚ଳାପ ଇତ୍ୟାଦିରେ ସୁସ୍ପଷ୍ଟ। ସ˚ଗୀତରେ ପାଶ୍ଚାତ୍ୟ ସ˚ଗୀତ ଓ କବାଲିର ପ୍ରଭାବ ମଧୢ ଅନୁଭୂତ ହୁଏ।

Advertisment

ସ୍ବାଧୀନତା ପୂର୍ବରୁ ଲାହୋର ଓ କଲିକତାର ସିନେମା ଶିଳ୍ପ ବମ୍ବେ ସିନେମା ଶିଳ୍ପର ସମକକ୍ଷ ଓ ପ୍ରତିଦ୍ବନ୍ଦ୍ବୀ ଥିଲେ। ଅବିଭକ୍ତ ପଞ୍ଜାବ ଓ ବଙ୍ଗ ପ୍ରଦେଶରେ ସାମ୍ପ୍ରଦାୟିକ ଦଙ୍ଗା ହାଙ୍ଗାମା ଓ ଗଣ୍ତଗୋଳ ଲାଗି ରହିଥିବାରୁ ଚତୁର୍ଥ ଦଶକରେ ଲାହୋର ଓ କଲିକତାରୁ ଅନେକ ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ, ଗାୟକ ଓ ସିନେମା ନିର୍ମାତା ବମ୍ବେ ଚାଲି ଆସିଲେ। କେ.ଏଲ. ସାଇଗଲ, ପୃଥ୍ବୀରାଜ କପୁର, ମହମ୍ମଦ ରଫି, ନୁରଜାହାନ, ସମସାବ ବେଗମ ଆଦି ଏଥିରେ ଅନ୍ତର୍ଭୁକ୍ତ। ଅଶୋକ କୁମାର, ଦିଲୀପ କୁମାର ଓ ଦେବ ଆନନ୍ଦ ବମ୍ବେରେ ଅଭିନୟ ଜୀବନ ଆରମ୍ଭ କରିବାକୁ ନିରାପଦ ମନେ କଲେ। ସେଇ ସମୟରେ ମୁଖ୍ୟ ନାୟକମାନେ ଥିଲେ ସାନ୍ତାରାମ, ଜୟରାଜ, ମୋତିଲାଲ, ସାଇଗଲ ଓ ଅଶୋକ କୁମାର। ଦିଲୀପ କୁମାର ତାଙ୍କ ଜୀବନୀରେ ଅଶୋକ କୁମାରଙ୍କୁ ଶ୍ରେଷ୍ଠ ଅଭିନେତା ବୋଲି ବର୍ଣ୍ଣନା କରିବା ସହିତ ତାଙ୍କ ଠାରୁ ଅଭିନୟ କଳା ଶିକ୍ଷା କରିଛନ୍ତି ବୋଲି ସ୍ବୀକାର କରିଛନ୍ତି। ସେହି ସମୟରେ ନାୟକମାନେ ଗାୟକ ହେବାର ଆବଶ୍ୟକତା ମଧୢ ଥିଲା।

ଚତୁର୍ଥ ଦଶକର ଶେଷ ଭାଗରୁ ଷଷ୍ଠ ଦଶକ ପର୍ଯ୍ୟନ୍ତ ହେଉଛି ବଲିଉଡ଼ର ସୁବର୍ଣ୍ଣ ଯୁଗ। ପ୍ରଚ୍ଛଦପଟ ଗାୟକ/ଗାୟିକା ଆସି ସଙ୍ଗୀତକୁ ସମ୍ପୃଦ୍ଧି କଲେ ଓ ଗାୟକ ନ ହୋଇଥିବା ଯୋଗୁଁ ଯେଉଁ ପ୍ରତିଭା ସମ୍ପନ୍ନ ଅଭିନେତାମାନେ ଚଳଚ୍ଚିତ୍ରରେ ସୁଯୋଗ ପାଉନଥିଲେ, ସେମାନଙ୍କର ଆବିର୍ଭାବ ହେଲା। ସେ ସମୟରେ ତିନି ପ୍ରତିଭାବାନ କଳାକାର ହେଲେ ରାଜକପୁର, ଦିଲୀପ କୁମାର ଓ ଦେବ ଆନନ୍ଦ। ଅଭିନୟ କଳାରେ ରାଜ କପୁର, ଚାର୍ଲି ଚାପଲିନ, ଦେବ ଆନନ୍ଦ, ଗ୍ରିଗେରି ପେକ ଓ ଦିଲୀପ କୁମାର ମାରଲୋନ ବ୍ରାଣ୍ତୋଙ୍କ ଦ୍ବାରା ଅନେକଟା ପ୍ରଭାବିତ ଥିଲେ। ଏଇ ସମୟରେ ଅଭିନେତାମାନଙ୍କର ସାମାଜିକ ସ୍ବୀକୃତି ସମ୍ଭ୍ରାନ୍ତ ଶ୍ରେଣୀରେ ଆରମ୍ଭ ହେଲା ଓ ଅଭିନେତାମାନେ ଜନପ୍ରିୟ ହୋଇ ତାରକା (Star) ହୋଇଗଲେ। ଭାରତରେ ତାରକା ବ୍ୟବସ୍ଥାର ମୂଳଦୁଆ ପଡ଼ିଲା। ଅନେକଗୁଡିଏ ସାମାଜିକ ସମସ୍ୟା ଜଡ଼ିତ ଚଳଚ୍ଚିତ୍ର ସେଇ କାଳରେ ପ୍ରସ୍ତୁତ ହୋଇଥିଲା। ଯଥା ପ୍ୟାସା (୧୯୫୭) କାଗଜ କେ ଫୁଲ (୧୯୫୯), ଆଵାରା (୧୯୫୧), ଶ୍ରୀ ୪୨୦ (୧୯୫୫) ଓ ଆନ (୧୯୫୨)। ୧୯୪୦ ମସିହାରେ ନିର୍ମିତ ଵରତ ଚଳଚ୍ଚିତ୍ରକୁ ତାହାର ନିର୍ମାତା ୧୯୫୭ ମସିହାରେ ମଦର ଇଣ୍ତିଆ ନାମରେ ପୁନଃ ନିର୍ମାଣ କଲେ। ଏଇ ଚଳଚ୍ଚିତ୍ରଟି ୧୯୫୭ ମସିହାରେ Academy Award for Best Foreign Language Filmକୁ ମନୋନୀତ ହୋଇ ମାତ୍ର ଗୋଟିଏ ଭୋଟରେ ବଞ୍ଚିତ ହେଲା। ସେଇ କାଳରେ ଅଳ୍ପ କେତୋଟି କଳାତ୍ମକ ଚଳଚ୍ଚିତ୍ର- ଯାହାକୁ ସମାନ୍ତରାଳ ସିନେମା କୁହାଯାଏ, ମଧୢ ନିର୍ମିତ ହୋଇଥିଲା। ବଳରାଜ ସାହାଣୀ ଅଭିନୀତ ‘ଦୋ ବିଘା ଜମିନ’ ତନ୍ମଧୢରେ ବେଶ ଜନପ୍ରିୟତା ଲାଭ କରିଥିଲା। ବ୍ରିଟିସ ମାଗାଜିନ ‘Sight and Sound’ ୨୦୦୨ରେ ସର୍ବକାଳୀନ ଶ୍ରେଷ୍ଠ ୧୦୦ ଚଳଚ୍ଚିତ୍ରରେ ‘ପ୍ୟାସା’କୁ ସ୍ଥାନିତ କରିଥିଲେ। ରାଜ-ଦେବ-ଦିଲୀପ ଯୁଗ ଅନେକ ବର୍ଷ ଧରି ଚାଲିଲା ଓ ପରବର୍ତ୍ତୀ କାଳରେ ବହୁ ସଫଳ କଳାକାର, ଦେବ ଓ ଦିଲୀପଙ୍କ ଅଭିନୟ ପ୍ରଣାଳୀକୁ ଅନୁକରଣ କରିଛନ୍ତି। ସେଇ ସମୟରେ ସମ୍ଭ୍ରାନ୍ତ ହିନ୍ଦୁ ପରିବାରର ମହିଳାମାନେ ଅଭିନୟ ଜଗତ୍‌ରେ ପ୍ରବେଶ କରିବାକୁ କୁଣ୍ଠାବୋଧ କରୁଥିଲେ। ଅଧିକା˚ଶ ସଫଳ ଅଭିନେତ୍ରୀ ଥିଲେ ମୁସଲମାନ, ଯଥା- ସୁରେୟା, ନର୍ଗିସ, ମୀନାକୁମାରୀ, ନିମି ଓ ମଧୁବାଲା। ସେମାନେ ସମସ୍ତେ ନିମ୍ନ ମଧୢବିତ୍ତ ବା ତା’ ଠାରୁ ନିମ୍ନ ପରିବାରର ଓ କେତେକ ଗ୍ରହଣୀୟତା ନିମନ୍ତେ ହିନ୍ଦୁ ନାମ ବ୍ୟବହାର କରୁଥିଲେ।

ସପ୍ତମ ଓ ଅଷ୍ଟମ ଦଶକରେ ଚିତ୍ରନାଟ୍ୟ ଲେଖକ ସଲିମ-ଜାଭେଦ ବମ୍ବେର ଅପରାଧ ଜଗତ୍‌ ଓ ସହର ଭିତ୍ତିକ ସମସ୍ୟା ଉପରେ ଅଧିକ ଗୁରୁତ୍ବ ପ୍ରଦାନ କଲେ। ପ୍ରେମ, ଅପରାଧ ଓ ସଙ୍ଗୀତଭିତ୍ତିକ ଚଳଚ୍ଚିତ୍ର ନିର୍ମାଣ ହେଲା। ଏହାକୁ ମସଲା ଫିଲ୍ମ କୁହାଯାଏ। ଏହି ମସଲା ଫିଲ୍ମରେ ସବୁଠାରୁ ଲୋକପ୍ରିୟ ଥିଲା ‘ସୋଲେ’। ଏଇ ମସଲା ଫିଲ୍ମରୁ ‘Angry Young man’ ଅଭିନେତାର ସୃଷ୍ଟି ଓ ଏଇ ପ୍ରକାର ଫିଲ୍ମ ଅମିତାଭ ବଚ୍ଚନଙ୍କୁ Super Star କରି ଦେଲା। ନବମ ଦଶକ ସମୟକୁ କେତେକ ପରିବାରଧର୍ମୀ ଚଳଚ୍ଚିତ୍ର ନିର୍ମିତ ହେଲା ଓ ସେଗୁଡ଼ିକ ବେଶ ଜନପ୍ରିୟ ଥିଲା। ତନ୍ମଧୢରୁ ‘ହାମ ଆପକେ ହେ କୋନ’ ଓ ‘ଦିଲଵାଲେ ଦୁଲହନିଆଁ ଲେ ଜାଏଙ୍ଗେ’ ଉଲ୍ଲେଖନୀୟ। ମସଲା ଯୁଗର କିଛି କାଳ ରାଜୁତି ପରେ ଉଚ୍ଚମାନର ଚଳଚ୍ଚିତ୍ର ନିମନ୍ତେ ଆଗ୍ରହ ପ୍ରକାଶ ହେଲା ଓ ୨୦୦୦ ମସିହା ବେଳକୁ ‘କଭି ଖୁସି କଭି ଗମ୍‌’, ‘ଗହ୍ବର ଏକ ପ୍ରେମ କାହାଣୀ’ ଓ ‘ଲଗାନ’ ଭଳି କେତୋଟି ଉତ୍କୃଷ୍ଟ ଧରଣର ଫିଲ୍ମ ନିର୍ମାଣ ହେଉଛି ଓ ବଲିଉଡ଼ର ଜନପ୍ରିୟତା ଅତୁଟ ରହିଛି। ଏଇ ସମୟର ସଫଳ ନାୟକମାନେ ହେଲେ ତିନି ଜଣ ଖାଁ, ଅକ୍ଷୟ କ୍‌ୁମାର ଓ ଅଜୟ ଦେବଗନ। ଏକାଧିକ ଅଭିନେତ୍ରୀ ହଲିଉଡ଼ରେ ମଧୢ ଅଭିନୟ କରିବାର ସୁଯୋଗ ପ୍ରାପ୍ତ ହେଲେ। ଉପରୋକ୍ତ ନାୟକମାନେ ବର୍ତ୍ତମାନ ସମସ୍ତେ ପଚାଶ ବର୍ଷ ବୟସ ଟପି ସାରିଲେଣି ଓ ସେମାନଙ୍କ ଅଭିନୀତ ଚଳଚ୍ଚିତ୍ର ବିଫଳ ହେବା ଆରମ୍ଭ ହେଲାଣି। ଏବ˚ ତା’ ସହିତ କେତେକ ନୂତନ ପ୍ରତିଭାବାନ ଅଭିନେତା ଅଭିନେତ୍ରୀ ନିଜକୁ ପ୍ରତିଷ୍ଠା କରିବାକୁ ସମର୍ଥ ହେଲେଣି।

କିନ୍ତୁ ଏ ବିପୁଳ ଜନପ୍ରିୟତା ଓ ବ୍ୟାବସାୟିକ ସଫଳତା ସତ୍ତ୍ବେ ବଲିଉଡ଼ ଆନ୍ତର୍ଜାତିକ ସ୍ତରରେ ସ୍ବୀକୃତି ଲାଭ କରିପାରିନାହିଁ। କୌଣସି ବଲିଉଡ଼ ଚଳଚ୍ଚିତ୍ର ଏ ପର୍ଯ୍ୟନ୍ତ କୌଣସି ଆନ୍ତର୍ଜାତିକ ପୁରସ୍କାର ପାଇପାରି ନାହିଁ। ବିଦେଶୀ ଭାଷାର ସର୍ବଶ୍ରେଷ୍ଠ ସିନେମା ବର୍ଗରେ ଓସ୍କାର ପୁରସ୍କାର ଲାଗି ଭାରତକୁ ୧୯୫୭ ମସିହା ଠାରୁ ନିୟମିତ ଭାବରେ (୧୯୮୩ ବ୍ୟତୀତ) ଚଳଚ୍ଚିତ୍ର ପଠାଯାଇଛି, ମାତ୍ର ୩ଟି ଚଳଚ୍ଚିତ୍ର (ମଦର ଇଣ୍ତିଆ, ସଲାମ ବମ୍ବେ ଓ ଲଗାନ) ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ହୋଇ ପାରିଥିଲେ ମଧୢ ଶେଷରେ ବିଫଳ ହୋଇଛନ୍ତି। ଭାରତଭିତ୍ତିକ ଏକମାତ୍ର ଚଳଚ୍ଚିତ୍ର ‘ମନସୁନ େଵଡି˚’ ବିଶ୍ବ ସ୍ତରରେ ୨୦୦୧ରେ ପୁରସ୍କାର ପାଇଛି। ତା’ର ପ୍ରଯୋଜକ ମୀରା ନାୟାର କିନ୍ତୁ ବଲିଉଡ଼୍ ସହିତ ସମ୍ପୃକ୍ତ ନୁହନ୍ତି ଓ ବିଦେଶରେ ରହି ଚଳଚ୍ଚିତ୍ରଟି ନିର୍ମାଣ କରିଥିଲେ। ଏ ବର୍ଷ ଓସ୍କାର ଇତିହାସରେ ପ୍ରଥମ ଥର ଲାଗି ବିଦେଶୀ ଚଳଚ୍ଚିତ୍ର ବର୍ଗକୁ ଅତିକ୍ରମ କରି ଦକ୍ଷିଣ କୋରିଆର ‘ପାରାସାଇଟ୍‌’ ମୁଖ୍ୟ ସ୍ରୋତ ଓସ୍କାର ପୁରସ୍କାର କ୍ରମରେ ୪ଟି ବିଭାଗରେ ଶ୍ରେଷ୍ଠତ୍ବ ପ୍ରତିପାଦନ କରିପାରିଛି।

ଆନ୍ତର୍ଜାତିକ ସ୍ତରରେ ବଲିଉଡ଼ ସିନେମା ଗୁଣାତ୍ମକ ମାନରେ ଅସଫଳ ହେବାର କାରଣ ପ୍ରଣିଧାନଯୋଗ୍ୟ। ବଲିଉଡ଼ ସମର୍ଥକମାନଙ୍କ ଯୁକ୍ତି ଯେ, ଭାରତର ଚଳଚ୍ଚିତ୍ର ମନୋନୟନ ପଦ୍ଧତି ଠିକ୍‌ ନୁହେଁ; ବିଦେଶୀ ବିଚାରକମାନେ ଭାରତ ବିରୋଧୀ; ଏବ˚ ଭାରତରେ ବିପୁଳ ବଜାର ଥିବା ହେତୁ ନିର୍ମାତାମାନେ ଆନ୍ତର୍ଜାତିକ ଦର୍ଶକକୁ ଦୃଷ୍ଟିରେ ରଖି ଚଳଚ୍ଚିତ୍ର ନିର୍ମାଣ କରନ୍ତି ନାହିଁ। ବିଦେଶୀ ବିଚାରକମାନେ ଭାରତ ବିରୋଧୀ ବୋଲି ଧରିନେବା ଠିକ୍‌ ନୁହେଁ। କାରଣ ଭାରତରେ ଚଳଚ୍ଚିତ୍ର କେବଳ ଓସ୍କାର ନୁହେଁ, କ୍ୟାନ୍‌, ଭେନିସ ବା ବର୍ଲିନ କେଉଁଠାରେ ବି ପ୍ରାୟତଃ ସଫଳ ହୁଅନ୍ତି ନାହିଁ। ଆମ ଦେଶର ବଡ଼ ବଜାର ଭଳି ଚୀନ, ବ୍ରାଜିଲର ମଧୢ ବଡ଼ ବଜାର ଅଛି। କିନ୍ତୁ ସେମାନଙ୍କର ଚଳଚ୍ଚିତ୍ର ଆନ୍ତର୍ଜାତିକ ପୁରସ୍କାର ପାଇ ପାରୁଛି।

କେତେକ ସମାଲୋଚକଙ୍କ ମତରେ ଭାରତରେ ପ୍ରଚଳିତ ତାରକା ବ୍ୟବସ୍ଥା ଏଥି ନିମନ୍ତେ ଏକ ପ୍ରକାର ଦାୟୀ। ଭାରତରେ ଚଳଚ୍ଚିତ୍ର ନିର୍ମାଣ ବଜେଟ୍‌ର ଏକ ସି˚ହ ଭାବ ନାୟକ, ନାୟିକାଙ୍କ ପାରିଶ୍ରମିକରେ ଯାଏ। ଚଳଚ୍ଚିତ୍ର ସମୁଦାୟ ଖର୍ଚ୍ଚରେ ନାୟକ ନାୟିକାଙ୍କର ପାରିଶ୍ରମିକ ଆନୁପାତକ ଭାବରେ ଭାରତରେ ସବୁଠାରୁ ବେଶୀ। ଫଳତଃ ସାଜସଜ୍ଜା, ପରିପାଟୀ, ସ˚ଳାପ, ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ ସ୍ଥାନ (Location) ଇତ୍ୟାଦିରେ କମ ପରିମାଣରେ ଖର୍ଚ୍ଚ ହୁଏ। ଅନ୍ୟ ଦେଶର ଚଳଚ୍ଚିତ୍ର ସହିତ ପ୍ରତିଯୋଗିତାରେ ଆମ ଦେଶର ଚଳଚ୍ଚିତ୍ରମାନଙ୍କର ଏଇ ଦିଗ ଗୁଡ଼ିକ ଦୁର୍ବଳ। ଅଧିକା˚ଶ ଫିଲ୍ମର ଗଳ୍ପ ଦିଗଟି ଦୁର୍ବଳ ଓ କୌଣସି ନିର୍ଦ୍ଦିଷ୍ଟ ନାୟକଙ୍କୁ ଦୃଷ୍ଟିରେ ରଖି ଗଳ୍ପ ଓ ସ˚ଳାପ ରଚନା କରାଯାଏ। ଆମ ଚଳଚ୍ଚିତ୍ରରେ ନାଚ ଓ ଗୀତ ଉପରେ ମାତ୍ରାଧିକ ପ୍ରାଧାନ୍ୟ ଚଳଚ୍ଚିତ୍ରଟିକୁ ଗମ୍ଭୀରତାରହିତ କରି ପକାଇଥାଏ, ଯେଉଁଥିଲାଗି ତାହା କୌଣସି ଉଚ୍ଚକୋଟୀର ସିନେମା ସ୍ତରର ସମକକ୍ଷ ହୋଇପାରେ ନାହିଁ। ବି.ବି.ସ ବର୍ଷେ ତଳେ ଗୋଟିଏ ଶହେଟି ଭଲ ଚଳଚ୍ଚିତ୍ରର ତାଲିକା ପ୍ରସ୍ତୁତ କରିଥିଲା। ସେଥିରେ ଭାରତରୁ କେବଳ ସତ୍ୟଜିତ ରାୟଙ୍କ ‘ପଥେର ପାଞ୍ଚାଳୀ’ ସ୍ଥାନ ପାଇଥିଲା। ‘ପଥେର ପାଞ୍ଚାଳୀ’ ୧୯୫୫ ମସିହାର ବଙ୍ଗଳା ଚଳଚ୍ଚିତ୍ର ଓ ତାହା ବଲିଉଡ଼ ସଙ୍ଗେ ସମ୍ପୃକ୍ତ ନୁହେଁ।

ନିଜ ଦେଶରେ ବ୍ୟବସାୟକୁ ଦୃଷ୍ଟିରେ ରଖି ମସଲା ଫିଲ୍ମ ନିର୍ମାଣ କରିବାକୁ ନିର୍ମାତାମାନେ ଏକ ପ୍ରକାର ବାଧୢ ହେଲେ ମଧୢ କିଛି ଆନ୍ତର୍ଜାତିକ ସ୍ତରର ଗୁଣାତ୍ମକ ଚଳଚ୍ଚିତ୍ର ନିର୍ମାଣ କରି ଦେଶର ମାନ ବୃଦ୍ଧି କରିବା ଦିଗରେ ଉଦ୍ୟମ କରାଯିବା ଉଚିତ। ଅବଶ୍ୟ ଏବର ତରୁଣ ବଲିଉଡ୍‌ ନିର୍ଦ୍ଦେଶକ ଓ ନିର୍ଦ୍ଦେଶିକାମାନେ ସେଭଳି ସିନେମା ନିର୍ମାଣ କଲେଣି। ‘ହୈଦର’, ‘ପିକୁ’, ‘ପିଙ୍କ’, ‘ଗଲି ବଏ’, ‘ଅକ୍‌ଟୋବର’ ଭଳି ଅନେକ ଗୁଣାତ୍ମକ ଚଳଚ୍ଚିତ୍ର ଏବେ ଆତ୍ମପ୍ରକାଶ କଲାଣି। ବଲିଉଡ୍‌ରୁ ବ୍ୟାବସାୟିକ ସଫଳତା ମଧୢ ପ୍ରାପ୍ତ ହେବ। ଏଗୁଡ଼ିକ ଦେଶରେ ମଧୢ ବେଶ୍‌ ସଫଳ ହେଉଛନ୍ତି। ଅଚିରେ ଏଭଳି ସିନେମା ବିଦେଶ ବଜାରରେ ମଧୢ ଆଦୃତ ହେବେ। ବଲିଉଡ୍‌ ସିନେମା ବିଶ୍ବ ସିନେମାର ମର୍ଯ୍ୟାଦା ପାଇବ।

ଡି-୨୮, ବିଜେବି ନଗର, ଭୁବନେଶ୍ବର-୧୪
ମୋ-୯୯୩୭୪ ୨୨୫୨୧