ମାନସିକ ରୋଗ ଲାଗି ଚିକିତ୍ସା ବୀମା ଆଇନର ଉଲ୍ଲଂଘନ କାହିଁକି?

ଝରକା

ବଲିଉଡ୍‍ର ଯୁବ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ଆତ୍ମହତ୍ୟାର ଅନେକ ଦିଗ ନେଇ ତର୍କ ଆଲୋଚନା ମଧ୍ୟରେ ମାନସିକ ସ୍ବାସ୍ଥ୍ୟର ଦିଗଟି ଉଜାଗର ହେଉଛି।

ବାସ୍ତବରେ ଭାରତୀୟମାନେ ମାନସିକ ରୋଗକୁ ଗମ୍ଭୀରତାର ସହିତ ନିଅନ୍ତି ନାହିଁ। ଏହା ପ୍ରମାଣିତ ହେଉଛି ନିକଟରେ କେନ୍ଦ୍ର ସରକାର ଓ ବୀମା ପ୍ରାଧିକରଣକୁ ସୁପ୍ରିମ୍ କୋର୍ଟଙ୍କର ଏକ ପ୍ରଶ୍ନରୁ। ମାନସିକ ସ୍ବାସ୍ଥ୍ୟସେବା ଆଇନ (୨୦୧୭)ର ପରିଚ୍ଛେଦ ୨୧(୪)କୁ ଅନେକ ବୀମା କମ୍ପାନି ଉଲ୍ଲଂଘନ କରୁଥିବା ନେଇ ଏକ ପିଆଇଏଲ୍‍ର ଶୁଣାଣି କରି ସୁପ୍ରିମକୋର୍ଟର ତିନିଜଣ ବିଚାରପତି କେନ୍ଦ୍ର ଓ ବୀମା କର୍ତ୍ତୃପକ୍ଷଙ୍କୁ ନୋଟିସ ଜାରି କରି ପଚାରିଛନ୍ତି ଯେ କାହିଁକି ବୀମା କମ୍ପାନିଗୁଡ଼ିକ ମାନସିକ ରୋଗକୁ ସ୍ବାସ୍ଥ୍ୟ ବୀମାରେ ଅନ୍ତର୍ଭୁକ୍ତ କରି ମାନସିକ ରୋଗ ଚିକିତ୍ସାର ଖର୍ଚ୍ଚ ଭରଣା କରୁ ନାହାନ୍ତି?

‘ପିଆଇଏଲ୍‌’ ଦାଖଲ କରିଥିବା ଓକିଲଙ୍କ କହିବା ଅନୁଯାୟୀ ସେ ସୂଚନା ଅଧିକାର ଆଇନ ବଳରେ ଜାଣିବାକୁ ପାଇଥିଲେ କୌଣସି ବୀମା କମ୍ପାନିଗୁଡ଼ିକ ମାନସିକ ରୋଗକୁ ସ୍ବାସ୍ଥ୍ୟ ବୀମା ଅନ୍ତର୍ଭୁକ୍ତ କରନ୍ତି ନାହିଁ, ଯେତେବେଳେ କି ବୀମା ପ୍ରାଧିକରଣ (ଆଇଆର୍‍ଡିଏ) ୨୦୧୮ରୁ ଏ ନେଇ ନିର୍ଦ୍ଦେଶ ଦେଇ ସାରିଛନ୍ତି। ଏହି କାରଣରୁ ହଜାର ହଜାର ମାନସିକ ରୋଗୀ ଚିକିତ୍ସା ଖର୍ଚ୍ଚ ତୁଲାଇ ନ ପାରି ଅତ୍ୟନ୍ତ ଅସହାୟ ହୋଇ ପଡ଼ି ରହିଛନ୍ତି।

ଆମ ଦେଶରେ ଆଇନ ରହି ଏବଂ ତାକୁ ପାଳନ କରିବାକୁ ନିର୍ଦ୍ଦେଶ ଥାଇ ମଧ୍ୟ ତାକୁ ପାଳନ କରା ନ ଯିବା ଉଦ୍‌ବେଗଜନକ। ପୁଣି ତାହା ଯେତେବେଳେ ମାନସିକ ରୋଗ ଭଳି ଏକ ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟା ସହିତ ଜଡ଼ିତ ଏଭଳି ଉଲ୍ଲଂଘନ ଅକ୍ଷମଣୀୟ।

ସମ୍ବନ୍ଧିତ ଖବର