ଚାପରେ ଭାରତୀୟ ଗଣମାଧ୍ୟମ

ସା˚ପ୍ରତିକୀ - ରାମଚନ୍ଦ୍ର ଗୁହା

ଗଣମାଧ୍ୟମର ସ୍ବାଧୀନତା ଉପରେ ଅଙ୍କୁଶ ଲଗାଇବା ପାଇଁ ୧୮୨୪ରେ ‘ଇଷ୍ଟ୍ ଇଣ୍ତିଆ କ˚ପାନି’ ନିୟନ୍ତ୍ରଣାଧୀନ ବଙ୍ଗ ସରକାର ଏକ ଅଧ୍ୟାଦେଶ (ଅର୍ଡିନାନ୍‌ସ) ଜାରି କରିଥିଲେ। କୌଣସି କାରଣ ନ ଦର୍ଶାଇ ଯେକୌଣସି ଖବରକାଗଜର ପ୍ରକାଶନ ଅଧିକାର (ଲାଇସେନ୍‌ସ) ବାତିଲ କରିବା ପାଇଁ ଏଥିରେ ସରକାରଙ୍କୁ କ୍ଷମତା ଦିଆଯାଇଥିଲା। ସେତେ ବେଳେ କୋଲକାତାରେ ଇ˚ରେଜୀ ଓ ବା˚ଲା ଭାଷାରେ ପତ୍ର-ପତ୍ରିକା ପ୍ରକାଶନ କରୁଥିବା ବୁଦ୍ଧିଜୀବୀ ଏବ˚ ସ˚ପାଦକମାନଙ୍କୁ ଏହି ଅଧ୍ୟାଦେଶ କ୍ଷୁବ୍‌ଧ କରିଥିଲା। ଅଧ୍ୟାଦେଶ ବିରୋଧରେ ପ୍ରଥମେ ସ୍ବର ଉତ୍ତୋଳନ କରିଥିଲେ ରାଜା ରାମମୋହନ ରାୟ। ଅଧ୍ୟାଦେଶଟିକୁ ବାତିଲ କରିବା ପାଇଁ ସେ ସରକାରଙ୍କ ନିକଟରେ ଲିଖିତ ଆବେଦନ କରିଥିଲେ। ଟାଗୋର ପରିବାରର କିଛି ସଦସ୍ୟ ଏବ˚ ଅନ୍ୟ କେତେକ ପ୍ରଭାବଶାଳୀ ଭାରତୀୟ ସ୍ବାକ୍ଷର କରିବା ପରେ ଉକ୍ତ ଆବେଦନ ପତ୍ର ସରକାରଙ୍କ ନିକଟକୁ ପଠାଯାଇଥିଲା।

ଅନେକ ବର୍ଷ ତଳେ ରାମମୋହନଙ୍କ ସ୍ମୃତି କଥା ପଢ଼ିଥିଲି। ଏବେ ଭାରତରେ ସାମ୍ବାଦିକଙ୍କ ଉପରେ କ୍ରମବର୍ଦ୍ଧିଷ୍ଣୁ ଆକ୍ରମଣ ପରିପ୍ରେକ୍ଷୀରେ, ତାହା ପୁଣି ଥରେ ପଢ଼ିବା ପାଇଁ ଉତ୍ସାହିତ ହେଲି। ନିଜର ଔପନିବେଶିକ ପୂର୍ବ ସୂରୀଙ୍କ ପରି ଏବେ ସ୍ବାଧୀନ ଭାରତର ସରକାର, ଗଣମାଧ୍ୟମର ସ୍ବାଧୀନତା ବିରୋଧୀ ପାଲଟି ଥିବା ବେଳେ ରାମମୋହନଙ୍କ ସ୍ମୃତି କଥା ଏକ ସାବଲୀଳ ରଚନା। ।

ବ୍ରିଟିସ୍‌ ଶାସକମାନେ ଏସୀୟ ରାଜା-ମହାରାଜାଙ୍କ ପରି ପ୍ରଜାଙ୍କୁ ଅନ୍ଧକାରରେ ରଖି ଶାସନ କରିବା ଅନୁଚିତ ବୋଲି ଏହି ମହାନ୍‌ ଉଦାରବାଦୀ ସମାଜ ସ˚ସ୍କାରକ ସେତେ ବେଳେ ମତ ଦେଇଥିଲେ। ସେ ବ୍ରିଟିସ୍‌ମାନଙ୍କ ଉଦ୍ଦେଶ୍ୟରେ ଆହୁରି ମଧ୍ୟ ଲେଖିଥିଲେ, ନିରଙ୍କୁଶ ଓ ପ୍ରଜା ଉତ୍ପୀଡ଼କ ଶାସକମାନେ, ସେମାନଙ୍କ କୁକାର୍ଯ୍ୟ ଧରାପଡ଼ିବା ଏବ˚ ନିନ୍ଦିତ-ଅପବାଦିତ ହେବା ଭୟରେ ସର୍ବଦା ସ୍ବାଧୀନ ଅଭିବ୍ୟକ୍ତିକୁ ନିୟନ୍ତ୍ରଣରେ ରଖିବା ତଥା ଦମନ କରିବା ପାଇଁ ଇଚ୍ଛା କରନ୍ତି।

ନୂଆ ଶାସକମାନେ ନିଜ ପୂର୍ବ ସୂରୀଙ୍କ ଭଳି ନ ହୋଇ ମୁକ୍ତଚିନ୍ତକ ହେବେ ବୋଲି ରାମମୋହନ ଆଶା କରିଥିଲେ। ସେ ଲେଖିଥିଲେ- ମାନବ ପ୍ରକୃତିର ଅସ˚ପୂର୍ଣ୍ଣତା ବା ଅନିଖୁଣତାରେ ବିଶ୍ବାସ କରୁଥିବା ପ୍ରତ୍ୟେକ ସୁଶାସକ, ଏକ ବିଶାଳ ସାମ୍ରାଜ୍ୟର ଶାସନ ମାମଲାରେ, ସମସ୍ତ ତ୍ରୁଟି ସଜାଡ଼ିବା ଦିଗରେ ଦାୟିତ୍ବବାନ ଓ ଯତ୍ନଶୀଳ ହେବା ଉଚିତ। ପ୍ରତ୍ୟେକ ବ୍ୟକ୍ତି-ବିଶେଷଙ୍କ କ୍ଷେତ୍ରରେ ଯେଉଁଠି ସହାୟତା ଆବଶ୍ୟକ, ଦୃଷ୍ଟିକୁ ଆସିବା ମାତ୍ରକେ ଉପଯୁକ୍ତ ପଦକ୍ଷେପ ନିଆଯିବା ଉଚିତ। ଆଉ ଏହାକୁ ସୁରକ୍ଷିତ କରିବା ପାଇଁ ପ୍ରକାଶନର ସ୍ବାଧୀନତା ହେଉଛି ସବୁଠାରୁ ପ୍ରଭାବୀ ଆବଶ୍ୟକତା।

ସୁଶାସନ ପାଇଁ ସୂଚନାର ମୁକ୍ତ ପ୍ରବାହର ଆବଶ୍ୟକତା ବାବଦରେ ରାମମୋହନ ଦୃଢ଼ ଯୁକ୍ତି ବାଢ଼ିଥିଲେ। ଜଣେ ଶାସକ ଯଦି ଉତ୍ତମ ଭାବେ ଶାସନ କରିବାକୁ ଚାହିଁବେ, ସବୁ କିଛି ତାଙ୍କ ଦୃଷ୍ଟିକୁ ଆସିବା ଦରକାର। ଏଥିପାଇଁ ଅନୁମତି ଦେବା ଏବ˚ ଏହାକୁ ଉତ୍ସାହିତ କରିବା ବୁଦ୍ଧିମାନ ଶାସକଙ୍କ କର୍ତ୍ତବ୍ୟ। ଦୃଷ୍ଟାନ୍ତ ସ୍ବରୂପ- ଦେଶର ବିଭିନ୍ନ ଅଞ୍ଚଳରେ କୁଶାସନ ବା କୁପରିଚାଳନା, ତାଙ୍କ ଦୃଷ୍ଟିକୁ ଆସିଲେ ସେ ସଜାଡ଼ିବା ଦିଗରେ ପଦକ୍ଷେପ ନେଇପାରିବେ। ଆଉ ଏଥିପାଇଁ ଲୋଡ଼ା ସୂଚନାର ମୁକ୍ତ ପ୍ରବାହ। ଊନବି˚ଶ ଶତାବ୍ଦୀର ଏହି ଉଦାରବାଦୀ ସ˚ସ୍କାରକ ଯାହା କହିଥିଲେ, ପରବର୍ତ୍ତୀ କାଳରେ ବି˚ଶ ଶତାବ୍ଦୀରେ ଅମର୍ତ୍ତ୍ୟ ସେନ ମଧ୍ୟ ତାହା ଦୋହରାଇଛନ୍ତି। ନିଜର ପୁସ୍ତକ ‘ପୋଭର୍ଟି ଆଣ୍ତ୍‌ ଫେମିନ୍‌ସ’(୧୯୭୭)ରେ ସେ ଯୁକ୍ତି ବାଢ଼ିଛନ୍ତି- ପ୍ରଭୁତ୍ବବାଦୀ ଶାସନ ତୁଳନାରେ ଗଣତନ୍ତ୍ରବାଦୀ ଶାସନ ବ୍ୟବସ୍ଥାରେ ଦୁର୍ଭିକ୍ଷ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ଅପେକ୍ଷାକୃତ କମ୍‌। କାରଣ ଯଦି କୌଣସି ନିର୍ଦିଷ୍ଟ ଜିଲ୍ଲା ବା ପ୍ରଦେଶରେ ଖାଦ୍ୟାଭାବ ଦେଖାଦେବ, ତାହା ସଙ୍ଗେସଙ୍ଗେ ଗଣମାଧ୍ୟମରେ ପ୍ରକାଶ ପାଇବ ଏବ˚ ସରକାର ସହାୟତା ଯୋଗାଇବା ସହ ସେହି ଅଞ୍ଚଳର ଆବଶ୍ୟକତା ପୂରଣ ପାଇଁ ବାଧ୍ୟ ହେବେ। ୧୯୬୦ରେ ପ୍ରଭୁତ୍ବବାଦୀ ଚାଇନା ଭୋଗିଥିବା ଗୁରୁତର ଦୁର୍ଭିକ୍ଷ ପରିସ୍ଥିତି କୌଣସି ଗଣତାନ୍ତ୍ରିକ ରାଷ୍ଟ୍ରରେ ସୃଷ୍ଟି ହୋଇନାହିଁ। ସେତେବେଳେ ସେଠାରେ ନିମ୍ନ ସ୍ତରର ଦଳୀୟ କର୍ମକର୍ତ୍ତାମାନେ ଭୟଭୀତ ହୋଇ ତଥ୍ୟ ଲୁଚାଇଥିଲେ। ନିଜ ନିଜ ଅଞ୍ଚଳରେ ଖାଦ୍ୟାଭାବ ବାବଦରେ ବେଜି˚କୁ କୌଣସି ସୂଚନା ଦେଇ ନ ଥିଲେ। ତେଣୁ, ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା।

ଏବେ ‘କୋଭିଡ୍‌ ୧୯’ ମହାମାରୀ ଜନିତ ସ˚କଟ କାଳରେ ଉଭୟ ରାମମୋହନ ରାୟ ଏବ˚ ଅମର୍ତ୍ତ୍ୟ ସେନଙ୍କ କଥା ଓ କାର୍ଯ୍ୟ ପୂର୍ଣ୍ଣ ଭାବେ ପ୍ରାସଙ୍ଗିକ। ମହାମାରୀ ଉପରେ ଶୀଘ୍ର ବିଜୟ ହାସଲ ପାଇଁ ମୁକ୍ତ ଗଣମାଧ୍ୟମ ମାଧ୍ୟମରେ ପ୍ରସାରିତ ମୂଲ୍ୟବାନ ଖବରକୁ ବିଶ୍ବାସକୁ ନେବା ପରିବର୍ତ୍ତେ ଅନେକ ସରକାର ସାମ୍ବାଦିକମାନଙ୍କୁ ଦମନ କରିବାରେ ଲାଗିଛନ୍ତି। ‘କୋଭିଡ୍‌-୧୯’ ସ˚କଟ କାଳରେ ଏସିଆରେ ମୁକ୍ତ ଅଭିବ୍ୟକ୍ତି ଉପରେ ଅଙ୍କୁଶ ଲଗାଯିବାର ପ୍ରଚେଷ୍ଟାକୁ ନେଇ ଜାତିସ˚ଘର ମାନବ ଅଧିକାର ବିଭାଗୀୟ ହାଇ କମିସନର‌୍‌ ଏକ ରିପୋର୍ଟ‌୍‌ରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ରିପୋର୍ଟ‌୍‌ରେ ଭାରତର ଉଲ୍ଲେଖ ମଧ୍ୟ ଅଛି। ପ୍ରକାଶ ଯେ, ଆମ ଦେଶରେ ଅନ୍ୟୂନ ଜଣେ ଚିକିତ୍ସକ ଏବ˚ କେତେକ ସାମ୍ବାଦିକ ‘କୋଭିଡ୍‌-୧୯’ ପରିଚାଳନା ଜନିତ ସରକାରୀ ତ୍ରୁଟି-ବିଚ୍ୟୁତି ସ˚ପର୍କରେ ସର୍ବସାଧାରଣରେ ସମାଲୋଚନା କରି, ସରକାରୀ ଆକ୍ରୋଶର ଶିକାର ହୋଇଛନ୍ତି। ମୁମ୍ବାଇ ପୁଲିସ୍‌ କର୍ତ୍ତୃପକ୍ଷ ଏହି ପ୍ରସଙ୍ଗରେ ବେଶ୍‌ କିଛି ପାଦ ଆଗକୁ ବଢ଼ି ଏକ ନିର୍ଦେଶନାମା ମଧ୍ୟ ଜାରି କରିଛନ୍ତି। ଉକ୍ତ ନିର୍ଦେଶନାମା ଅନୁଯାୟୀ କୌଣସି ବ୍ୟକ୍ତି, ସରକାରୀ କର୍ମଚାରୀଙ୍କ କାର୍ଯ୍ୟ-କଳାପକୁ ନେଇ ଅବିଶ୍ବାସର ବାତାବରଣ ସୃଷ୍ଟି କଲେ, ସର୍ବସାଧାରଣଙ୍କ ଶାନ୍ତି ଭଙ୍ଗ କଲେ, ମଣିଷର ସ୍ବାସ୍ଥ୍ୟ ଓ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କଲେ, ଦଣ୍ତିତ ହେବେ।

ଏ ଭଳି ଦମନ ରାଷ୍ଟ୍ରୀୟ ନୀତି ବିରୋଧୀ। ଅବସ୍ଥାରେ ଉନ୍ନତି ଆଣିବା ବଦଳରେ ଏହା ଅବନତି ଘଟାଇବ। ଉକ୍ତ ରିପୋର୍ଟ‌୍‌ରେ ଟିପ୍ପଣୀ ଦିଆଯାଇଛି- ଏବେ ବିଶ୍ବ ଏକ ଗୁରୁତର ଅନିଶ୍ଚିତତା ମଧ୍ୟରେ ଗତି କରୁଛି। ଏହି ସମୟରେ ଚିକିତ୍ସା କ୍ଷେତ୍ରରେ କାର୍ଯ୍ୟରତ ପେସାଦାର, ସାମ୍ବାଦିକ, ମାନବିକ ଅଧିକାର କର୍ମକର୍ତ୍ତା ଏବ˚ ସାଧାରଣ ଲୋକଙ୍କୁ ସର୍ବସାଧାରଣ ସ୍ବାର୍ଥ ସ˚ପର୍କିତ ଗୁରୁତ୍ବପୂର୍ଣ୍ଣ ବିଷୟ ଯଥା- ସ୍ବାସ୍ଥ୍ୟ ସେବା, ସାମାଜିକ-ଅର୍ଥନୈତିକ ସ˚କଟ, ରିଲିଫ୍‌ ସାମଗ୍ରୀ ବଣ୍ଟନ ଆଦି କ୍ଷେତ୍ରରେ ସ୍ବାଧୀନ ଅଭିବ୍ୟକ୍ତି ପାଇଁ ନିଶ୍ଚିତ ଭାବେ ଅନୁମତି ଦିଆଯିବା ଉଚିତ।

ଆହୁରି ମଧ୍ୟ କୁହାଯାଇଛି- ଏହି ସ˚କଟ କାଳର ସୁଯୋଗ ନେଇ ସୂଚନାର ମୁକ୍ତ ପ୍ରସାରଣ, ଅସହମତି ଓ ବିତର୍କ ଉପରେ ଅଙ୍କୁଶ ଲଗାଯିବା ଅନୁଚିତ। ଦୃଷ୍ଟିକୋଣରେ ବିବିଧତା ଆହ୍ବାନକୁ ଭଲ ଭାବେ ବୁଝିବାରେ, ବିଚାର କରିବାରେ, ଏହାର ସମ୍ମୁଖୀନ ହେବାରେ ଏବ˚ ଏହା ଉପରେ ବିଜୟ ହାସଲରେ ସହାୟକ ହେବ। ବିଶ୍ବ ସ୍ତରରେ ଜୀବନ୍ତ ବିତର୍କକୁ ପ୍ରୋତ୍ସାହନ ଦେଲେ, ମହାମାରୀର ମୂଳକୁ ବୁଝିବା, ଏହାର କାରଣ ଜାଣିବା ସହଜ ହେବ। ଏହା ଯୋଗୁଁ ସୃଷ୍ଟି ହୋଇଥିବା ସାମାଜିକ, ଅର୍ଥନୀତିକ ଓ ଅନ୍ୟ ଦୀର୍ଘକାଳୀନ ସ˚କଟର ସଫଳ ମୁକାବିଲା ମଧ୍ୟ ସହଜ ହେବ। ସମସ୍ତ ଦେଶ ନିଜ ନିଜର ପୂର୍ବାବସ୍ଥା ଫେରିପାଇବା ପାଇଁ ଏ ଭଳି ବିତର୍କ ଗୁରୁତ୍ବପୂର୍ଣ୍ଣ।

ଏହି ଆଲେଖ୍ୟ ନୂଆଦିଲ୍ଲୀର କ୍ଷମତା ଗଳି ବା ଅନ୍ୟ ରାଜ୍ୟ ରାଜଧାନୀରେ ପଢ଼ାଯିବାର ଆଶା ପ୍ରାୟ ନାହିଁ। ତଥାପି ଉଲ୍ଲେଖ କରିବାକୁ ଚାହେଁ ଯେ, ଇତି ମଧ୍ୟରେ ପ୍ରାୟ ପଞ୍ଚାବନ ଜଣ ସାମ୍ବାଦିକଙ୍କୁ ବିଭିନ୍ନ ରାଜ୍ୟ ପ୍ରଶାସନ ଓ ରାଜନୈତିକ ଦଳର ଗୁଣ୍ତାଙ୍କ ପକ୍ଷରୁ ଧମକ-ଚମକ ଦିଆଯାଇଛି ବା ହଇରାଣ-ହରକତ କରାଯାଇଛି। କାରଣ ସେମାନେ ମହାମାରୀ ପରିଚାଳନା ସ˚ପର୍କିତ ଶାସନ ବିରୋଧୀ ରିପୋର୍ଟ‌୍‌ ଲେଖିଥିଲେ। ନୂଆଦିଲ୍ଲୀର ‘ରାଇଟ୍‌ସ ଆଣ୍ତ୍‌ ରିସ୍‌କସ ଆନାଲିସିସ୍‌ ଗ୍ରୁପ୍‌’ ପକ୍ଷରୁ ଏ ବାବଦରେ ଏକ ତଥ୍ୟ-ପ୍ରମାଣ ଭିତ୍ତିକ ସ୍ବତନ୍ତ୍ର ରିପୋର୍ଟ‌୍‌ ପ୍ରକାଶ ପାଇଛି। ଏହି ସାମ୍ବାଦିକମାନଙ୍କ ବିରୋଧରେ ଏତଲା ଦାଏର କରାଯାଇଛି, ଶାରୀରିକ ଆକ୍ରମଣ ହୋଇଛି ଏବ˚ କେତେକଙ୍କୁ ଗିରଫ ମଧ୍ୟ କରାଯାଇଛି। ଏହା ମାଧ୍ୟମରେ ରାଷ୍ଟ୍ର ଅନ୍ୟମାନଙ୍କୁ ଏକ ବାର୍ତ୍ତା ଦେଇଛି- ନିରବ ରହ; ନ ହେଲେ ପରିଣାମ ଭୋଗିବ।

ଏହି ପଞ୍ଚାବନ ଜଣଙ୍କ ମଧ୍ୟରେ ଅଛନ୍ତି- ଭାଜପା ଶାସିତ ଉତ୍ତର ପ୍ରଦେଶର ଏଗାର ଜଣ ସାମ୍ବାଦିକ, କେନ୍ଦ୍ର ଶାସିତ ଜାମ୍ମୁ-କାଶ୍ମୀରର ଛଅ ଜଣ, ଭାଜପା ଶାସିତ ହିମାଚଳ ପ୍ରଦେଶର ପାଞ୍ଚ ଜଣ। ଅଣ-ଭାଜପା ଶାସିତ ରାଜ୍ୟ ତାମିଲନାଡୁ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର ଏବ˚ ଓଡ଼ିଶାରେ ମଧ୍ୟ ଚାରି ଚାରି ଜଣ ଲେଖାଏଁ ସାମ୍ବାଦିକଙ୍କ ବିରୋଧରେ ମାମଲା ଦାଏର କରାଯାଇଛି।

ଏହି ସାମ୍ବାଦିକମାନଙ୍କ ବିରୋଧରେ ଔପନିବେଶ କାଳୀନ ଭାରତୀୟ ଦଣ୍ତ ସ˚ହିତା (ଇଣ୍ତିଆନ୍‌ ପେନାଲ୍‌ କୋଡ୍‌)ର ବିଭିନ୍ନ ଦଫା ଲଗାଯାଇଛି। ଯଥା- ଧାରା ୧୨୪ ଏ (ଦେଶଦ୍ରୋହ), ୧୫୩ ଏ (ଧର୍ମ ଓ ଅନ୍ୟ ଆଧାରରେ ସା˚ପ୍ରଦାୟିକ ସ˚ଘର୍ଷକୁ ଉସକାଇବା), ୧୮୨(ମିଥ୍ୟା ସୂଚନା), ୧୮୮(ସରକାରୀ କର୍ମଚାରୀଙ୍କ ନିର୍ଦେଶର ଅବମାନନା), ୫୦୪ (ଶାନ୍ତି ଭଙ୍ଗ କରିବା ପାଇଁ ଜାଣିଶୁଣି ଅନ୍ୟକୁ ଅପମାନିତ କରିବା), ୫୦୫(୨) (ଗୋଷ୍ଠୀ ଓ ସ˚ପ୍ରଦାୟ ମଧ୍ୟରେ ଶତ୍ରୁତା ଭାବ ସୃଷ୍ଟି କରିବା ଭଳି ବୟାନ ଦେବା)। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟିସ୍‌ ସରକାର ଏକଦା ଦେଶପ୍ରେମୀ-ସାମ୍ବାଦିକ ଲୋକମାନ୍ୟ ତିଲକ ଓ ମହାତ୍ମା ଗାନ୍ଧୀଙ୍କ ବିରୋଧରେ ଏହି ଦଫାଗୁଡ଼ିକ ଲଗାଇ ସେମାନଙ୍କୁ ଗିରଫ କରିଥିଲେ।

ଏହି ସ୍ତମ୍ଭ ଲେଖୁଥିବା ବେଳେ ଉତ୍ତର ପ୍ରଦେଶରେ ଆଉ ଜଣେ ସାମ୍ବାଦିକଙ୍କୁ ଗିରଫ କରାଯାଇଥିବା ଖବର ଆସିଲା। ତାଲାବନ୍ଦୀ ବେଳେ ବାରାଣସୀରେ ଗରିବମାନେ ଭୋଗିଥିବା ଅକଥନୀୟ ଦୁର୍ଦଶା ସ˚ପର୍କରେ ସେ ତଥ୍ୟ-ପ୍ରମାଣ ସମ୍ବଳିତ ରିପୋର୍ଟ‌୍‌ ଲେଖି ‘scroll.in’ରେ ପ୍ରକାଶ କରିଥିଲେ। ବାରାଣସୀ ସ୍ବୟ˚ ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ମଣ୍ତଳୀ। ସେଠାରେ ଯାହା ଘଟିଥିଲା, ସେହି ସତ୍ୟକୁ ଦବାଇ ଦେବାର ଉଲଙ୍ଗ ପ୍ରୟାସ ହେଉଛି, ଏହି ସାମ୍ବାଦିକଙ୍କ ଗିରଫଦାରି। ଏଠାରେ ମନେପଡ଼ିଯାଆନ୍ତି ରାଜା ରାମମୋହନ ରାୟ, ଯିଏ କହିଥିଲେ- ନିରଙ୍କୁଶ ଓ ପ୍ରଜା ଉତ୍ପୀଡ଼କ ଶାସକଗଣ, ସେମାନଙ୍କ କୁକାର୍ଯ୍ୟ ଧରାପଡ଼ିବା ଏବ˚ ନିନ୍ଦିତ-ଅପବାଦିତ ହେବା ଭୟରେ ସର୍ବଦା ସ୍ବାଧୀନ ଅଭିବ୍ୟକ୍ତିକୁ ନିୟନ୍ତ୍ରଣରେ ରଖିବା ତଥା ଦମନ କରିବା ପାଇଁ ଇଚ୍ଛା କରନ୍ତି। ଲୋକଙ୍କୁ ଅନ୍ଧକାରରେ ରଖିଲେ, ସୁବିଧା ଓ ସହଜରେ ଶାସନ କରିହେବ ବୋଲି ଏହି ଶାସକମାନେ ବିଶ୍ବାସ କରନ୍ତି।

ପ୍ରତି ବର୍ଷ ‘ରିପୋଟର୍ସ‌୍‌ ଉଇଦାଉଟ୍‌ ବର୍ଡର‌୍‌’ ଅନୁଷ୍ଠାନ ପକ୍ଷରୁ ଏକ ମୁକ୍ତ ଗଣମାଧ୍ୟମ ସୂଚୀ ପ୍ରକାଶ ପାଏ। ୨୦୧୦ରେ ଏହି ତାଲିକାରେ ଭାରତର ସ୍ଥାନ ଥିଲା ୧୦୫। ଦଶ ବର୍ଷ ପରେ ଏବେ ଏହାର ସ୍ଥାନ ୧୪୨କୁ ଖସିଆସିଲାଣି। କେବଳ ଏତିକି ସାନ୍ତ୍ବନା ଯେ, ଆମର କିଛି ପଡ଼ୋଶୀ ରାଷ୍ଟ୍ର ଆମଠାରୁ ମଧ୍ୟ ତଳେ ଅଛନ୍ତି। ପାକିସ୍ତାନ ୧୪୫ତମ ସ୍ଥାନରେ ଏବ˚ ବା˚ଲାଦେଶ ୧୫୧ତମ ସ୍ଥାନରେ। ତେବେ, ଆଉ ଦୁଇ ପଡ଼ୋଶୀ ଅପେକ୍ଷାକୃତ ଉଚ୍ଚ ସ୍ଥାନରେ ଅଛନ୍ତି; ନେପାଳ ୧୧୨ତମ ଏବ˚ ଶ୍ରୀଲଙ୍କା ୧୨୭ତମ ସ୍ଥାନରେ।

ଏହି ସୂଚୀରେ ଭାରତର ନିମ୍ନଗାମୀ ହୋଇଥିବା ବିଶ୍ବାସଯୋଗ୍ୟ। ନିଜ ଅଭିଜ୍ଞତାରୁ ମୁଁ ଏହା ବିଶ୍ବାସ କରେ। ଗତ ତିରିଶ ବର୍ଷ ହେଲା ମୁଁ ବିଭିନ୍ନ ଖବରକାଗଜ ଏବ˚ୱେବ୍‌ସାଇଟ୍‌ ପାଇଁ ଲେଖୁଛି। ଗଣମାଧ୍ୟମଗୁଡ଼ିକର ମାଲିକ ଓ ସ˚ପାଦକମାନଙ୍କ ଉପରେ କ୍ରମାଗତ ଚାପ ବଢ଼ୁଥିବା କଥା ମୁଁ ଜାଣେ। ଏକଦା ଗଣମାଧ୍ୟମର ମାଲିକମାନେ ରାଜନେତାମାନଙ୍କ ତୁଳନାରେ ବଡ଼ ବଡ଼ ବିଜ୍ଞାପନଦାତାଙ୍କୁ ଅଧିକ ଭୟ କରୁଥିଲେ। ଏବେ ପୂରା ଓଲଟା। ଆମ ପ୍ରଧାନମନ୍ତ୍ରୀ ଗଣମାଧ୍ୟମର ସ୍ବାଧୀନତା ସପକ୍ଷରେ ଆଦୌ ନାହାନ୍ତି। ଅଧିକା˚ଶ (ପ୍ରାୟ ସମସ୍ତେ) ମୁଖ୍ୟମନ୍ତ୍ରୀ ମଧ୍ୟ ନାହାନ୍ତି। କିଛି ବର୍ଷ ହେଲା ସାରା ଭାରତରେ ରାଜନେତାଙ୍କ ପକ୍ଷରୁ ସ˚ପାଦକମାନଙ୍କୁ ଧମକଚମକ ମିଳୁଥିବା ଜଣାଶୁଣା କଥା। ଏବେ ସାମ୍ବାଦିକମାନଙ୍କ ବିରୋଧରେ ଏତଲା, ମକଦମା ସାଧାରଣ ହୋଇଗଲାଣି।

ତଥାପି କିଛି ସାହସୀ ଓ ସ୍ବାଧୀନଚେତା ଖବରକାଗଜ ଏବ˚ େଵବ୍‌ସାଇଟ୍‌ ଏବେ ବି ସକ୍ରିୟ ଅଛନ୍ତି। ନିର୍ଭୟ ସାମ୍ବାଦିକ ବି ଅଛନ୍ତି। କିନ୍ତୁ, ମୋଟାମୋଟି ପରିସ୍ଥିତି ନିରାନନ୍ଦମୟ। ଭାରତୀୟ ଗଣମାଧ୍ୟମ ଅପେକ୍ଷାକୃତ କମ୍‌ ମୁକ୍ତ। ଜରୁରିକାଳୀନ ପରିସ୍ଥିତି ପରେ ଏବେ ସବୁଠାରୁ ଅଧିକ ଚାପରେ। ରାଜା ରାମମୋହନ ରାୟ ଜୀବିତ ଥିଲେ, କ୍ଷମତାଧାରୀଙ୍କ ଉପରେ ଏକ ତାଜା ସ୍ମୃତିକଥା ଲେଖିଥାଆନ୍ତେ। ତେବେ, ବୋଧହୁଏ ତାଙ୍କୁ ଚୁପ୍‌ କରାଇଦିଆଯାଆନ୍ତା ବା ତାଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣି ଏକ ଏତଲା ଦାଏର କରିଦିଆଯାଆନ୍ତା!

ସମ୍ବନ୍ଧିତ ଖବର