ଏବେ ଦେଶୀ ‘ଚିଂଗାରି’

ଝରକା

ଦେଶରେ ଅପରିସୀମ ଲୋକପ୍ରିୟତା ଅର୍ଜନ କରିଥିବା ସ୍ମାର୍ଟ ଫୋନ୍ ଆପ୍ ‘ଟିକ୍‍ଟକ୍’ ହେଉଛି ଚୀନ ତିଆରି। ଏହିଭଳି ଆପ୍‍ର ବାସନ୍ଦ ପାଇଁ ସାମାଜିକ ଗଣମାଧ୍ୟମରେ ଆହ୍ବାନ ଛୁଟୁଥିବା ବେଳେ ‘ଚିଂଗାରି’ ନାମକ ଏକ ଭାରତୀୟ ଆପ୍ ପାଇଁ ଏହା ବରଦାନ ସାବ୍ୟସ୍ତ ହୋଇଛି। ଟିକ୍‍ଟକ୍‍ ସହ ଅନେକ ସାମଞ୍ଜସ୍ୟ ଥିବା ‘ଚିଂଗାରି’ ଆପ୍‍କୁ ନିକଟରେ ୨୫ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କଲେଣି।

ଛତିଶଗଡ଼ର ଆଇଟି ବିଶେଷଜ୍ଞ ସୁମିତ ଘୋଷ, ଓଡ଼ିଶାର ବିଶ୍ବାତ୍ମା ନାୟକ ଓ କର୍ଣ୍ଣାଟକର ସିଦ୍ଧାର୍ଥ ଗୌତମଙ୍କ ମିଳିତ ଉଦ୍ୟମରେ ‘ଚିଂଗାରି’ ଆପ୍‌ଟି ବିକଶିତ ହୋଇଛି। ଭାରତୀୟ ବ୍ୟବହାରକାରୀଙ୍କ ସ୍ବାଦକୁ ଦୃଷ୍ଟିରେ ରଖି ଏହାର ପରିକଳ୍ପନା କରାଯାଇଥିବାରୁ ଟିକ୍‍ଟକ୍‍ ପରିତ୍ୟାଗ କରୁଥିବା ଭାରତୀୟଙ୍କ ପାଇଁ ଏହା ଏକ ଚମତ୍କାର ବିକଳ୍ପ ହୋଇପାରିଛି। ଏହିଭଳି ସାମାଜିକ ଗଣମାଧ୍ୟମ ଆପ୍ ଜରିଆରେ ମୁଖ୍ୟତଃ ଯୁବପିଢ଼ିଙ୍କ ମତ, ଚିନ୍ତାଧାରା ଓ ବ୍ୟକ୍ତିତ୍ବ ବିଶେଷ ଭାବେ ପ୍ରଭାବିତ ହେଉଥିବାରୁ ‘ଚିଂଗାରି’କୁ ବିକଶିତ କରାଯାଇଛି। ଏଭଳି ଦେଶୀ ବିକଳ୍ପ ବଳରେ ଚୀନର ଅଦୃଶ୍ୟ ଜାଲରୁ ମୁକ୍ତି ମିଳିବ ବୋଲି ମତ ପ୍ରକାଶ ପାଉଛି। ‘ଆତ୍ମନିର୍ଭର ଭାରତ’ ଦିଗରେ ଏହା ଏକ ଛୋଟ ପଦକ୍ଷେପ। ଏହା ଅନେକ ଭାରତୀୟ ବୁଦ୍ଧିମାନ ଆଇଟି ପେସାଦାରଙ୍କୁ ପ୍ରେରଣା ଯୋଗାଇବ।

ସମ୍ବନ୍ଧିତ ଖବର