ଏକ ଜଣାଶୁଣା ସାମାଜିକ ବିଜ୍ଞାନ ପରୀକ୍ଷଣରେ, ଅଣ-କ୍ରମାନୁସାରେ ମନୋନୀତ ଲୋକମାନଙ୍କର ଏକ ନମୁନାକୁ କେତେକ ସରଳ ପ୍ରଶ୍ନ ପଚରାଯାଏ - ଯେପରିକି ସେମାନେ ସାଇକେଲଟିଏ କିପରି କାମ କରେ ତାହା ବୁଝିଛନ୍ତି କି? ଆଶା ଅନୁରୂପ ଅଧିକା˚ଶ କହିବେ ଯେ- ହଁ। କିନ୍ତୁ ଯେତେବେଳେ ସାଇକେଲର ଏକ ଆନୁମାନିକ ଚିତ୍ର ଆଙ୍କିବାକୁ କୁହାଯାଏ ଅଧିକା˚ଶ ଏହା ଠିକ ଭାବରେ ଆଙ୍କି ପାରନ୍ତି ନାହିଁ- ଏପରିକି ଅନେକ ବିଭିନ୍ନ ପ୍ରକାରର କିମ୍ଭୁତ-କିମାକାର ଚିତ୍ର ଆଙ୍କିବାର ଦେଖାଯାଏ ଯାହାକି ଜମା ସାଇକେଲ ପରି କାମ ଦେବନାହିଁ। ମଣିଷର ପୃଷ୍ଠଭୂମି, ଶିକ୍ଷା, ସାମାଜିକ ସ୍ଥିତି, ଜାତି, ଲିଙ୍ଗ, ଜାତୀୟତା ଇତ୍ୟାଦି ନିର୍ବିଶେଷରେ ଏହି ଘଟଣା ଅଧିକା˚ଶ ବିଷୟରେ ସମାନ ଭାବରେ ପ୍ରଯୁଜ୍ୟ। ସାମାଜିକ ମନୋବିଜ୍ଞାନର ଜଣାଶୁଣା ଏହି ସିଦ୍ଧାନ୍ତ ପ୍ରଥମେ ଡାନିଙ୍ଗ-କ୍ରୁଗର ପ୍ରଭାବ ଭାବରେ ୧୯୯୯ ମସିହାରେ ପରିଚିତ ହୁଏ। ଏହା ଆମର ନିଜ ଜ୍ଞାନ କିମ୍ବା ଦକ୍ଷତାର ବାସ୍ତବିକ ସ୍ତର ଠାରୁ ଅଧିକ ଆକଳନ କରିବାର ପ୍ରବୃତ୍ତିର ପ୍ରତିଫଳନ। ଏହା ଏକ ଜ୍ଞାନଗତ ପକ୍ଷପାତିତା ବା ଭ୍ରମ ଭାବରେ ଜଣାଶୁଣା, ଯାହା ସମୟାନୁକ୍ରମେ ଯେକୌଣସି ନିର୍ଦ୍ଦିଷ୍ଟ ବିଷୟ ସମ୍ପର୍କରେ ଅଧିକ ଜାଣିବା ଦ୍ବାରା ଆପେ ଆପେ ଦୂର ହୁଏ। ପରେ ପରେ ୨୦୦୨ ମସିହାରେ ମନୋବିଜ୍ଞାନୀ ଲିଓନିଡ ରୋଜେନବଲିଟ ଏବ˚ ଫ୍ରାଙ୍କ କିଲଙ୍କ ଦ୍ବାରା ‘ଇଲ୍ୟୁଜନ ଅଫ ଏକ୍‌ସପ୍ଲାନେଟୋରି ଡେପ୍‌ଥ’ (IoED) ଅର୍ଥାତ୍‌ ‘ବ୍ୟାଖ୍ୟାଗତ ଗଭୀରତାର ଭ୍ରମ’ ଭାବରେ ଏହା ଅଧିକ ସାର୍ବଜନୀନ ହୋଇ ଥିଲା। ଏହି ସିଦ୍ଧାନ୍ତ ଅନୁଯାୟୀ, ଅଧିକା˚ଶ ଲୋକ ଅନୁଭବ କରନ୍ତି ଯେ ସେମାନେ ବିଭିନ୍ନ ବିଷୟ ସବୁକୁ ବାସ୍ତବିକ ସ୍ତର ତୁଳନାରେ ବହୁ ଅଧିକ ପ୍ରାଞ୍ଜଳ ଭାବରେ ଏବ˚ ଗଭୀରତା ସହିତ ବୁଝିଥାନ୍ତି। କିନ୍ତୁ ଏହା ପ୍ରକୃତରେ ଏକ ବଡ଼ ଭ୍ରମ। ବର୍ତ୍ତମାନ ଇଣ୍ଟରନେଟ ଯୁଗରେ ଅହରହ ନିତ୍ୟ ନୂତନ ତଥ୍ୟର ବନ୍ୟା ମଧୢ ଆମକୁ ଏପରି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହେବାରେ ସାହାଯ୍ୟ କରିଥାଏ। ଏହିପରି ଜ୍ଞାନଗତ ପକ୍ଷପାତିତା ବା ଭ୍ରମ ଅଧିକା˚ଶ ସମୟରେ ସାମାଜିକ ଗଣମାଧୢମରେ ଦେଖିବାକୁ ମିଳୁଥିବାରୁ ଅଯଥା ଓ ନିଷ୍ଫଳ ତର୍କର ଏକ ବଡ କାରଣ। ଉପରୋକ୍ତ ସାମାଜିକ ପରୀକ୍ଷାର ଏକ ଦ୍ବିତୀୟ ପର୍ଯ୍ୟାୟରେ ଲୋକମାନଙ୍କୁ ପ୍ରଥମ ପର୍ଯ୍ୟାୟରେ ପଚରା ଯାଇଥିବା ବିଷୟ ବସ୍ତୁ ଉପରେ ସବିଶେଷ ଓ ସଠିକ ତଥ୍ୟ ଦିଆଯାଏ ଓ ତା’ ପରେ ପୁଣି ସେହି ବିଷୟରେ ନିଜର ଜ୍ଞାନର ଗଭୀରତା ବିଷୟରେ ପ୍ରଶ୍ନ କରାଯାଏ। ବର୍ତ୍ତମାନ ଉତ୍ତରରେ ପ୍ରାୟ ବାସ୍ତବତା ପ୍ରତିଫଳିତ ହେବାର ଦେଖା ଯାଇଥାଏ। ଯେତେବେଳେ ଆମେ ନିଜ ଜ୍ଞାନର ସ୍ବଳ୍ପତା ବିଷୟରେ ସତ୍ୟ ହୃଦୟଙ୍ଗମ କରୁ, ତାହା ଆପେ ଆମକୁ ନମ୍ର ଏବ˚ ଅନ୍ୟମାନଙ୍କ ମତାମତକୁ ଗ୍ରହଣ କରିବାରେ ସାହାଯ୍ୟ କରେ। ଏହାଦ୍ବାରା ଆମେ ସେହିପରି ବିଶେଷଜ୍ଞମାନଙ୍କୁ ସମ୍ମାନ ଦେବାକୁ ଶିଖୁ, ଯେଉଁମାନେ ନିର୍ଦ୍ଦିଷ୍ଟ ବିଷୟଗୁଡ଼ିକ ଉପରେ ଗଭୀର ଅନୁଶୀଳନ ମାଧୢମରେ ଦକ୍ଷତା ଓ ଜ୍ଞାନ ଆହରଣ କରିଛନ୍ତି।

Advertisment

ଆଜି କୌଣସି ବିଷୟରେ ଆଳାପ ଆଲୋଚନା କରିବା ବେଳେ କଥା କଥାରେ ଆମେ ଅନେକ ସମୟରେ ରାଜନୈତିକ ବାଦ ବିବାଦ ଭିତରକୁ ଆସି ଯାଉଛେ। ଡୋନାଲ୍‌ଡ ଟ୍ରମ୍ପ୍‌, ବୋଲସନାରୋ, ଡୁଟାର୍ଟେ, ପୁଟିନ, ଜନସନ, ମୋଦୀଙ୍କ ପରି ନେତାଙ୍କ ଦ୍ବାରା ବିଶ୍ବ ପୂର୍ବ ଅପେକ୍ଷା ଅଧିକ ସାମାଜିକ ଓ ରାଜନୈତିକ ସ୍ତରରେ ବିଭାଜିତ ହେବାରେ ଲାଗିଛି। ଦଳୀୟ ତଥା ଶସ୍ତା ଲୋକପ୍ରିୟତା ପାଇଁ ନ୍ୟସ୍ତ ସ୍ବାର୍ଥବାଦୀ ରାଜନେତା ସେହି ବିଭାଜନଗୁଡ଼ିକ ପ୍ରଥମେ ସୃଷ୍ଟି କରୁଛନ୍ତି ଓ ସେଥିରୁ ଫାଇଦା ମଧୢ ନେଉଛନ୍ତି। ଟ୍ବିିଟର ଏବ˚ ଫେସବୁକ ପରି ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଏହିପରି ପ୍ରବୃତ୍ତି ସ୍ପଷ୍ଟ ଦେଖିବାକୁ ମିଳେ। ଏହାକୁ ଆହୁରି ବିପଜ୍ଜନକ କରୁଛି ନକଲି ତଥ୍ୟର ପ୍ରାଚୁର୍ଯ୍ୟ ଯାହାକୁ ସମ୍ବାଦ ବା ଖବର ଭାବରେ ପରିବେଷଣ କରାଯାଉଛି। ଏହିପରି ଭ୍ରା˚ତିମୂଳକ ତଥ୍ୟର ବ୍ୟବହାର ପ୍ରାୟ ସୁଚିନ୍ତିତ ଅଭିଯାନ ଆକାରରେ ରାଜନୈତିକ ଉଦ୍ଦେଶ୍ୟ ସାଧନା ପାଇଁ ବ୍ୟବହାର କରାଯାଉଛି। ଟ୍ରୋଲ୍‌ ସେନା ଏବ˚ ବଟ୍‌ କାରଖାନାଗୁଡ଼ିକର ବ୍ୟାପକତା ଦଳ ତଥା ଅନ୍ୟାନ୍ୟ ସ˚ସ୍ଥାମାନଙ୍କ ଦ୍ବାରା କେବଳ ବିଜ୍ଞାପନ ପାଇଁ ନୁହେଁ ବର˚ ଯେକୌଣସି ଘଟନା ପ୍ରବାହକୁ ନିଜକୁ ସୁହାଇଲା ପରି ନିୟନ୍ତ୍ରଣ କରିବାରେ ସାହାଯ୍ୟ କରୁଛି। ଦୁର୍ଭାଗ୍ୟବଶତଃ, ଏହି ଧାରାଗୁଡିକର ମାରାତ୍ମକ ପରିଣାମ କେବଳ ଅନଲାଇନ୍‌ ବାର୍ତ୍ତାଳାପରେ ସୀମିତ ନୁହେଁ ବର˚ ତା ସହିତ ବାସ୍ତବ ଜୀବନରେ ବାରମ୍ବାର ଦେଖିବାକୁ ମିଳୁଛି। ଦିଲ୍ଲୀରେ ନିକଟ ଅତୀତରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ହେଉ କିମ୍ବା କୋଭିଡ-୧୯ ମହାମାରୀ ହେଉ; ମିଥ୍ୟା ଖବର ଏବ˚ ଭୁଲ ସୂଚନା ଅଭିଯାନର ଆଶଙ୍କା ଅତ୍ୟନ୍ତ ସା˚ଘାତିକ ବୋଲି ପ୍ରମାଣିତ ହୋଇଛି। ଏପରିକି ଆମେରିକାର ରାଷ୍ଟ୍ରପତିଙ୍କ ପାଇଁ ଜାତୀୟ ନିର୍ବାଚନ ମଧୢ ଏହିପରି ଭାବରେ ବାହ୍ୟ ଶକ୍ତି ମାନଙ୍କ ଦ୍ବାରା ପ୍ରଭାବିତ କରାଯାଉଥିବାର ସନ୍ଦେହ ହେଉଛି। ଏହି ଧାରାକୁ ରୋକାଯିବା ନିହାତି ଜରୁରୀ।

ଏହି ପରିପ୍ରେକ୍ଷୀରେ ପ୍ରାମାଣିକ ସୂଚନାର ପାରମ୍ପରିକ ଉତ୍ସଗୁଡ଼ିକ ତୀବ୍ର ଆକ୍ରମଣର ଶିକାର ହେବାରେ ଲାଗିଛନ୍ତି। କାରଣ ମିଥ୍ୟା ଖବର ବିସ୍ତାରରୁ ଲାଭ ପାଇବାକୁ ଥିବା ବ୍ୟକ୍ତିଙ୍କ ପାଇଁ ଏହା ସବୁଠାରୁ ବଡ଼ ବିପଦ। ବିଡ଼ମ୍ବନାର ବିଷୟ, ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ପରି ଅତି ଶକ୍ତିଶାଳୀ ବ୍ୟକ୍ତିମାନେ ସମସ୍ତ ମୁଖ୍ୟ ସ୍ରୋତ ଗଣମାଧୢମର ପ୍ରତିଷ୍ଠା ନଷ୍ଟ କରିବାରେ ଏକ ଅଗ୍ରଣୀ ଭୂମିକା ନେଇଛନ୍ତି। ଏହି ପାରମ୍ପରିକ ଗଣମାଧୢମ ସବୁ ଦୀର୍ଘ କାଳର ବିଶ୍ବସନୀୟତା ପାଇଁ ସୁପରିଚିତ। ସେମାନଙ୍କୁ ମିଥ୍ୟା ଖବରର ଉତ୍ସ ଭାବରେ ନାମିତ କରିବା ଦ୍ବାରା ସମାଜର ପ୍ରଭୂତ କ୍ଷତି ସାଧନ ହେଉଛି। ଏହାର ମୂଳ କାରଣ ହେଲା ଏହି ଅନୁଷ୍ଠାନଗୁଡ଼ିକ କ୍ଷମତାରେ ଥିବା ନେତାମାନଙ୍କୁ ସେମାନଙ୍କ କାର୍ଯ୍ୟ ପାଇଁ ଉତ୍ତରଦାୟୀ କରିବାକୁ ଚେଷ୍ଟା କରନ୍ତି। ଏହିପରି ଉଦାହରଣ ଭାରତରେ ମଧୢ ଦେଖିବାକୁ ମିଳୁଛି। ନିକଟରେ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି ଯେ କୋଭିଡ-୧୯ ବିସ୍ଫୋରଣ ଆରମ୍ଭ ହେବାର ମାତ୍ର କିଛି ମାସ ମଧୢରେ ଭାରତୀୟ ପୁଲିସ ୫୦ରୁ ଅଧିକ ସାମ୍ବାଦିକଙ୍କ ବିରୋଧରେ ବିଭିନ୍ନ ବାହାନାରେ କେସ୍‌ ରୁଜୁ କରିଛି। ମାନ୍ୟଗଣ୍ୟ ବୁଦ୍ଧିଜୀବୀ ଓ ପ୍ରତିଷ୍ଠାନମାନଙ୍କୁ ଅପମାନିତ କରାଯିବା ଏପରିକି ଅକାରଣରେ ସେମାନଙ୍କ ଜେଲ ଯିବା ଦେଖି ମଧୢ ପ୍ରଧାନମନ୍ତ୍ରୀ ମୋଦୀ ସେ ବିଷୟରେ ନିରବତା ଅବଲମ୍ବନ କରୁଛନ୍ତି। ବିଶେଷ ଭାବରେ ମାନବିକ ଅଧିକାର ଓ ପରିବେଶ ପାଇଁ ଲଢ଼ୁଥିବା ସାମାଜିକ କର୍ମୀମାନେ ଆଜି ସବୁ ଦିଗରୁ ଆକ୍ରମଣର ଶିକାର ହେଉଛନ୍ତି। ଜାତୀୟ ସ୍ବାର୍ଥ ନାମରେ ଅନେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ସବୁକୁ ହଇରାଣ ହରକତ କରାଯାଉଛି।

ସତ୍ୟ ଏବ˚ ମିଥ୍ୟା ମଧୢରେ ଯୁଦ୍ଧ କ୍ରମେ ଘମାଘୋଟ ହେବାରେ ଲାଗିଛି ଓ ମନେହୁଏ ଏହାର ପରିଣାମ ଆମର ଭବିଷ୍ୟତ ଉପରେ ନିର୍ଣ୍ଣାୟକ ପ୍ରଭାବ ପକାଇବ। ଆମମାନଙ୍କ ମଧୢରୁ ଅଧିକା˚ଶଙ୍କ ମଧୢରେ ବ୍ୟାଖ୍ୟାଗତ ଗଭୀରତାର ଭ୍ରମ ହେତୁ ସତ୍ୟର ସ୍ବର ବହନ କରୁଥିବା ବରିଷ୍ଠ ବ୍ୟକ୍ତିମାନଙ୍କ ଅବମାନନା ଏକ ମାରାତ୍ମକ ପରିସ୍ଥିତି ସୃଷ୍ଟି କରିଚାଲିଛି। ଏହି ସମସ୍ୟାକୁ ଠିକ ଭାବରେ ବୁଝି ଜଟିଳ ତଥ୍ୟ ଓ ସିଦ୍ଧାନ୍ତ ସବୁକୁ ସରଳ ଭାଷାରେ ବ୍ୟାଖ୍ୟା କରିବା ଭବିଷ୍ୟତରେ ଏକ ଗୁରୁତ୍ବପୂର୍ଣ୍ଣ ଆବଶ୍ୟକତା ହେବ। ଡାନିଙ୍ଗ-କ୍ରୁଗର କିମ୍ବା IoED ର ଧାରଣା ପ୍ରଚଳିତ ହେବାର ବହୁ ପୂର୍ବରୁ, ପ୍ରସିଦ୍ଧ ଦାର୍ଶନିକ ବର୍ଟ୍ରାଣ୍ତ ରସେଲ ସରଳ ଶବ୍ଦରେ ଏହି ସିଦ୍ଧାନ୍ତଟିର ବ୍ୟାଖ୍ୟା ନିମ୍ନଲିଖିତ ଭାବରେ କରିଥିଲେ: ବିଶ୍ବର ମୁଖ୍ୟ ସମସ୍ୟା ହେଉଛି ମୂର୍ଖମାନେ ସର୍ବଦା ଆତ୍ମବିଶ୍ବାସରେ ଭରପୂର ଥିବାବେଳେ ବୁଦ୍ଧିମାନ ବ୍ୟକ୍ତିମାନେ ସନ୍ଦେହରେ ପରିପୂର୍ଣ୍ଣ ଅଟନ୍ତି। ଆମର ସାମ୍ପ୍ରତିକ ଅସୁବିଧାଗୁଡ଼ିକର ଉତ୍ସଟି ମଧୢ ଏହିଠାରେ ହିଁ ଅଛି!

[email protected]