ବିନ୍ଦୁ ବିନ୍ଦୁରେ ଜୀବନ

ଅଜୟ କୁମାର ପାତ୍ର

ଅନେକ ଜାଣିବା ଶୁଣିବା ଲୋକେ ଜଳକୁ ‘ସାର୍ବଜନୀନ ଦ୍ରାବକ’ (Universal Solvent) ବୋଲି କହିଥାଆନ୍ତି। ଏହାର କାରଣ ପୃଥିବୀର ଆୟତନରୁ ଜଳଭାଗ ପ୍ରାୟ ସତୁରି ପ୍ରତିଶତ ଅଧିକାର କରିଛି। ସେମିତି ଆମ ଶରୀରର ସତୁରି ପ୍ରତିଶତରୁ ଅଧିକ ଭାଗ ଜଳ। ଜଳ ହିଁ ଏ ଜଗତ୍‌ର ଜୀବନକୁ ଦ୍ରବୀଭୂତ କରି ରଖିଛି।

ଆମ ଜଳ ଭାଗରୁ ୯୦% କେବଳ ସାଗର ଓ ମହାସାଗରରେ ରହିଛି। ଅବଶିଷ୍ଟ ୧୦% ମଧୢରୁ ୭% ବରଫାକାରରେ ରହିଛି। ଅବଶିଷ୍ଟ ୩%ରୁ ଭୂଗର୍ଭସ୍ଥ ଜଳର ପରିମାଣ ପ୍ରାୟ ୨% ଏବ˚ ମାତ୍ର ୧% ଜଳ ମଧୁର ଜଳ ଭାବେ ନଈ, ନାଳ ପୋଖରୀ ଇତ୍ୟାଦିରେ ଉପଲବ୍‌ଧ। ସୁତରା˚, ଯେଉଁ ୯୦% ଲୁଣି ପାଣି ସମୁଦ୍ରରେ ରହିଛି, ତାହାର ପ୍ରତ୍ୟକ୍ଷ ଉପଯୋଗ ମଣିଷ କରିପାରେ ନାହିଁ; ୭% ବରଫ ଯାହା ଉତ୍ତରମେରୁ ଓ ଦକ୍ଷିଣ ମେରୁ ତଥା ବିଭିନ୍ନ ଗିରି ଶୃଙ୍ଗମାନଙ୍କରେ ଜମାଟ ବାନ୍ଧି ରହିଛି, ତାହା ମଧୢ ମଣିଷର ପ୍ରତ୍ୟକ୍ଷ ବ୍ୟବହାର ଲାଗି ଅନୁପଯୋଗୀ; ୨% ଭୂତଳ ଜଳର ଆ˚ଶିକ ଉପଯୋଗ ମଣିଷ କରୁଛି। ତେଣୁ ପ୍ରକୃତ ପକ୍ଷେ ଆମେ ଅବଶିଷ୍ଟ ୧% ମଧୁର ପାଣିର ସର୍ବାଧିକ ପ୍ରତ୍ୟକ୍ଷ ଉପଯୋଗ ଦୈନନ୍ଦିନ ଜୀବନରେ କରିଆସିଛୁ।

ସୁତରା˚, ଆମର ଜଳ ସମ୍ବଳ ଅତ୍ୟନ୍ତ ସୀମିତ। ଏତେ କମ ପରିମାଣର ଉପଲବ୍‌ଧ ଜଳକୁ ଆମେ ଯଦି ଖୁବ୍‌ ଯତ୍ନର ଓ ସାବଧାନତାର ସହିତ ଉପଯୋଗ ନ କରିବା, ତା’ହେଲେ ନିଶ୍ଚିତ ଭାବରେ ଭବିଷ୍ୟତରେ ଏକ ଅତ୍ୟନ୍ତ ଜଳ କ୍ଳିଷ୍ଟ ପରିସ୍ଥିତି ସୃଷ୍ଟି କରି ବସିବା।

ଏକ ପରିସ˚ଖ୍ୟାନ କହିଥାଏ ଯେ ଆମର ଜଳ ବ୍ୟବହାରର ପ୍ରାୟ ୫୦% କୁଟୀର ଶିଳ୍ପ ଓ ବୃହତ ଶିଳ୍ପକୁ ଚଳାଇ ରଖିବାରେ ଖର୍ଚ୍ଚ ହୁଏ। ଅବଶିଷ୍ଟ ଅର୍ଧେକ ମଧୢରୁ ଚାଷବାସ, ବାଡ଼ି-ବଗିଚାରେ ୨୦% ଖର୍ଚ୍ଚ ହୋଇଥାଏ, ୫% ଚାଷରେ ବିଭିନ୍ନ ରୋଗ ଓ ପୋକମରା ଔଷଧ ତିଆରି କରିବାରେ ଖର୍ଚ୍ଚ ହୋଇଥାଏ। ମଣିଷର ସ୍ନାନ ତଥା ଅନ୍ୟାନ୍ୟ ବ୍ୟବହାର ଏବ˚ ରନ୍ଧାରନ୍ଧି ଲାଗି ପ୍ରାୟ ୧୦% ଜଳ ବ୍ୟୟ ହୋଇଥାଏ। ପ୍ରାୟ ୧୦% ଜଳ ମାତ୍ରାଧିକ ପ୍ରଦୂଷଣ କାରଣରୁ ବ୍ୟବହାରଯୋଗ୍ୟ ହେଉନାହିଁ। ଏବ˚ ସର୍ବଶେଷରେ ପାନୀୟ ପାଇଁ ମାତ୍ର ୫% ପାଣି ଉପଲବ୍‌ଧ ହୋଇଥାଏ। ତେଣୁ ଯଦି ଉକ୍ତ ସ୍ବଳ୍ପ ଲବ୍‌ଧ ପାଣିର ଯତ୍ନ ନିଆ ନ ଯିବ, ତା’ହେଲେ ଭବିଷ୍ୟତରେ ଜଳର ଅଭାବ ଉତ୍କଟ ହେବା ଅବଧାରିତ।

ବର୍ତ୍ତମାନ ଆସନ୍ତୁ ଆଲୋଚନା କରିବା ଜଣେ ସୁସ୍ଥ ବ୍ୟକ୍ତି ପାଇଁ ଦୈନିକ କେତେ ପରିମାଣର ସ୍ବଚ୍ଛ ପାଣି ଦରକାର ହୁଏ। ଜଣେ ସୁସ୍ଥ ବ୍ୟକ୍ତି ଅତି କମ୍‌ରେ ଦିନକୁ ହାରାହାରି ୮ ଲିଟର ପାଣି ପିଇବାରେ ବ୍ୟବହାର କରନ୍ତି, ଗାଧୋଇବା ପାଇଁ ପ୍ରାୟ ୧୭ ଲିଟର ପାଣି, ରନ୍ଧନ ପାଇଁ ୬ ଲିଟର, ହାତ ଧୋଇବା ଓ ବାସନକୁସନ ଧୋଇବା ପାଇଁ ୧୦ ଲିଟର, ଲୁଗା ସଫା ପାଇଁ ୧୦ ଲିଟର, ଶୌଚ ପାଇଁ ୫ ଲିଟର, ଅନ୍ୟାନ୍ୟ କାମରେ ପ୍ରାୟ ୧୪ ଲିଟର ଏଭଳି ମୋଟ ଦୈନିକ ପ୍ରାୟ ୭୦ ଲିଟର ଓ ବର୍ଷକୁ ପ୍ରାୟ ୨୫,୫୫୦ ଲିଟର ପାଣି ବ୍ୟବହାର କରନ୍ତି।

କିନ୍ତୁ ଉଦ୍‌ବେଗର କଥା ହେଲା ମନୁଷ୍ୟ ଜଳର ସୁପରିଚାଳନା ନେଇ ଉଦାସୀନ। କଳ-କାରଖାନା ଜନିତ ପ୍ରଦୂଷଣ, ଜଙ୍ଗଲ ଧ୍ବ˚ସୀକରଣ, ବହୁଳ ପୋକମରା ଓ କୃତ୍ରିମ ସାରର ପ୍ରୟୋଗ ଆଦି ହେତୁ ଆମ ଜଳ ସ˚ପଦ ଅଧିକରୁ ଅଧିକ ଦୂଷିତ ହେଉଛି, ଯାହାର ଅର୍ଥ ଆମ ପାନୀୟ ଜଳର ଭାଗ କମିବାରେ ଲାଗିଛି।

ଅନୁଧ୍ୟାନରୁ ଜଣାଯିବ ଯେ ଜାନୁଆରି ଠାରୁ ମେ, ୨୦୨୦ ମଧୢରେ ଆମେ ଯେଉଁ ହାରରେ ଜଳର ଉପଯୋଗ କରିଛେ, ତାହା ଗତ ବର୍ଷର ଏହି ବାର ମାସର ଜଳ ଉପଯୋଗ ହାର ଠାରୁ ଅଧିକ ହୋଇଛି। ଏହାର କାରଣ କରୋନା ଜନିତ ମୁଖ ଓ ହାତ ଧୋଇବା ଠାରୁ ଆରମ୍ଭ କରି ରାସ୍ତାଘାଟ, ଷ୍ଟେସନ, ହସ୍‌ପିଟାଲ, ଗାଡ଼ି-ମଟର, କଳ-କାରଖାନା, ଶିକ୍ଷାଳୟ, ଗୃହ ଆଦିର ପରିଷ୍କରଣ ଲାଗି ପାଣିର ବ୍ୟବହାର।

ଏହା ସତ ଯେ ମଣିଷ ଜାତି ଦିନକୁ ଦିନ ଅଧିକରୁ ଅଧିକ ଜଳ ବ୍ୟବହାର କରି ଚାଲିବ। ଏହି ପରିପ୍ରେକ୍ଷୀରେ ଜଳାଭାବ ଦୂର କ୍ଷେତ୍ରରେ ବୃଷ୍ଟି ଜଳ ସ˚ରକ୍ଷଣ (Rain water harnesing) ଏକ ମୁଖ୍ୟ ଭୂମିକା ଗ୍ରହଣ କରିପାରେ। ନିଜସ୍ବ ବଗିଚାରେ, ଛାତ ଉପରେ ପାଣି ସ˚ରକ୍ଷଣ କରିବା, ଗ୍ରାମାଞ୍ଚଳରେ ଯଥା ସହରାଞ୍ଚଳରେ କ୍ଷୁଦ୍ର ପୋଖରୀ ବା ଜଳାଶୟରେ ପାଣି ସ˚ରକ୍ଷଣ କରି ରଖାଯାଇପାରେ। ସେହିଭଳି ଦାୟିତ୍ବପୂର୍ଣ୍ଣ ଭାବେ ଜଳ ବ୍ୟବହାର ମଧ୍ୟ ଆଉ ଏକ ବାଟ। ଉଦାହରଣ ସ୍ବରୂପ ଗାଧୁଆଘର ଓ ରନ୍ଧନଶାଳାର ପାଣିକୁ ଗୃହ ଉଦ୍ୟାନରେ ଉପଯୋଗ କରାଯିବା ଦରକାର। ସେହିଭଳି ଗାଡ଼ିମଟର, ଗୃହାଙ୍ଗନ ବା ପୋଷାକ ପରିଚ୍ଛଦର ସଫାସଫିରେ ଜଳ ବ୍ୟବହାରଜନିତ ମିତବ୍ୟୟିତା ପ୍ରଦର୍ଶନ ଏକାନ୍ତ ଜରୁରୀ। ଏବେ ବିଭିନ୍ନ ଘରୋଇ କାର୍ଯ୍ୟ ଲାଗି ବ୍ୟବହାର କରାଯାଉଥିବା ଯନ୍ତ୍ର ଯେମିତିକି ‘ଵାସି˚ ମେସିନ’ ବା ‘ଡିସ ଵାସର’ରେ ଅଧିକ ପାଣି ବ୍ୟବହୃତ ହୋଇଥାଏ। ତେଣୁ ଯଥା ସମ୍ଭବ ସେ ସବୁ କାର୍ଯ୍ୟ ନିଜ ହାତରେ କରିବା ଉଚିତ। ପିଲାମାନଙ୍କୁ ପାଣିର ସୁଉପଯୋଗ ଦିଗରେ ସଚେତନ କରିବା ଏକାନ୍ତ ଜରୁରୀ। ସେହିଭଳି ବିଭିନ୍ନ ଉଦ୍ୟୋଗରେ ମଧ୍ୟ ଜଳ ସଞ୍ଚୟର ସ˚କଳ୍ପ ନିଆଯିବା ଉଚିତ। କାରଖାନାରୁ ବାହାରୁଥିବା ପ୍ରଦୂଷିତ ଜଳ ମଧ୍ୟ ଜଳ ସ˚ପଦ ପ୍ରତି ଏକ ବଡ଼ ବିପଦ। ସ୍ମରଣରେ ରହିବା ଉଚିତ ଯେ ଏକ ଲିଟର କଳ କାରଖାନାରୁ ବାହାରିଲେ ପ୍ରାୟ ଚାଳିଶ ଲିଟର ନଦୀ ପାଣି ପ୍ରଦୂଷିତ ହୋଇଥାଏ।

ମନେ ରଖିବାକୁ ହେବ ଯେ ବୁନ୍ଦାଏ ଜଳ ହେଉଛି ବୁନ୍ଦାଏ ଜୀବନ। ଆମ ଜଳ ସ˚ପଦ ଅତ୍ୟନ୍ତ ସୀମିତ। ତେଣୁ ମଣିଷର ଭୋଗ ଲାଳସା ଅପରିମେୟ ଭାବେ ବଢ଼ି ଚାଲିଥିବାରୁ ସଚେତନ ଲୋକେ ଜଳର ଭବିଷ୍ୟତ୍‌ ସ୍ଥିତି ନେଇ ଉଦ୍‌ବିଗ୍ନ ହେବା ସ୍ବାଭାବିକ। ଏହି ସମସ୍ୟାର କେବଳ ଗୋଟିଏ ସମାଧାନ ହେଉଛି ଜଳର ଉପଯୋଗ ନେଇ ଆମ ଦ୍ବାରା ଦାୟିତ୍ବର ପ୍ରଦର୍ଶନ।

ମୋ- ୯୪୩୮୬୨୧୩୯୧
[email protected]

ସମ୍ବନ୍ଧିତ ଖବର