ପ୍ଲେଗ ଓ ଇୟାମର ଉଦାହରଣ

ଶିବ ପ୍ରସାଦ ଅଧିକାରୀ

ମହାମାରୀ ସମୟରେ ଏକାନ୍ତ ବାସର ଆବଶ୍ୟକତା ଏବେ ସାରା ପୃଥିବୀରେ ଅନୁଭୂତ ହେଉଛି। ପୃଥିବୀରେ ବିଭିନ୍ନ ସମୟରେ ଅନେକ ପ୍ରକାରର ମହାମାରୀ ଦେଖା ଦେଇଛି। କିନ୍ତୁ ଅତି ପୁରୁଣା କାଳରେ ଗଣମାଧ୍ୟମର ଆଜିକାଲି ଭଳି ପ୍ରସାର ନ ଥିବାରୁ ସେ କାଳରେ କ’ଣ ଘଟୁଥିଲା ସେ ବାବଦରେ ଆମେ ବିଶେଷ ଜାଣୁନା। ମଧ୍ୟଯୁଗରେ ୟୁରୋପରେ ସମୟେ ସମୟେ ପ୍ଲେଗ୍‌ ଦେଖାଯାଉଥିଲା। କେବଳ ଚତୁୁର୍ଦ୍ଦଶ ଶତାବ୍ଦୀରେ ଏହା ଦ୍ବାରା ଆନୁମାନିକ ପାଞ୍ଚ କୋଟି ଲୋକ ମୃତ୍ୟୁବରଣ କରିଥିଲେ। ସେଥି ଲାଗି ଏହି ଭୟାବହ ରୋଗକୁ କଳା ମୃତ୍ୟୁ ବା Black Death ବୋଲି ଆଖ୍ୟା ଦିଆଯାଇଛି।

୧୬୬୫ ସାଲ ସେପ୍ଟେମ୍ବର ମାସରେ ସେଫଲିଡ ନିକଟସ୍ଥ ଇୟାମ ନାମକ ଗ୍ରାମରେ ପ୍ଲେଗ୍‌ ବ୍ୟାପିଲା। ଲଣ୍ତନ ସହରରେ ସେତେବେଳେ ପ୍ଲେଗ୍‌ ବ୍ୟାପିଥାଏ। କେହି ଜଣେ ଲଣ୍ତନରୁ ଏକ ଲୁଗା ବଣ୍ତିଲ ଆଣିଥିଲେ, ସେଥିରୁ ସେ ରୋଗର ବୀଜାଣୁ ଦ୍ବାରା ଏହି ଗ୍ରାମରେ ପ୍ଲେଗ୍‌ ପ୍ରବେଶ କଲା। ପ୍ରଥମ ଆକ୍ରାନ୍ତ ପରେ ସେ ଗାଁର ସମ୍ଭ୍ରାନ୍ତ ଓ ଧନୀ ପରିବାରର ଲୋକେ ଗାଁ ଛାଡ଼ି ଚାଲିଯିବାକୁ ବାହାରିଲେ। କିନ୍ତୁ ଅନୁଭୂତିରୁ ଜଣାଥିଲା ଯେ ଲୋକେ ବାହାରକୁ ଗଲେ ରୋଗ ବି ତାଙ୍କ ସଙ୍ଗରେ ଯାଏ। ତେଣୁ ଗାଁର ମୁଖିଆ ସମସ୍ତଙ୍କୁ ଅନୁରୋଧ କରି କହିଲେ ସେହି ଗାଁରେ ହିଁ ରହ। ଯଦ୍ଦ୍ବାରା ଏ ରୋଗ ଅନ୍ୟ ଅଞ୍ଚଳକୁ ବ୍ୟାପିବ ନାହିଁ। ତାଙ୍କ କଥା ମାନି ସମସ୍ତେ ‘ସ˚ଗରୋଧ’ ଓ ‘ଏକାନ୍ତ ବାସ’ରେ ରହିଲେ। ଗାଁ ଚାରିପଟେ ଏକ ବାଡ଼ ବା ‘ବାରିକେଡ’ ତିଆରି କରାଗଲା। ପାଖ ଗାଁର ଲୋକେ ସେମାନଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କଲେ। ଚଉଦ ମାସ ସମୟ ଧରି ଏହା ଚାଲିଲା। ନଭେମ୍ବର ୧୬୬୬ ପରେ ଏହି ରୋଗ ନିୟନ୍ତ୍ରଣକୁ ଆସିଲା। ସେତେବେଳକୁ ସେ ଗାଁର ୭୬ ପରିବାରର ୩୫୦ ବାସିନ୍ଦା ମଧୢରୁ ୨୫୯ ଜଣ ମଲେ। କିନ୍ତୁ ପ୍ଲେଗ୍‌କୁ ଅନ୍ୟ ସ୍ଥାନକୁ ବ୍ୟାପିବାକୁ ଦେଲେ ନାହିଁ। ଇୟମ ଗାଁର ଲୋକମାନଙ୍କ ତ୍ୟାଗକୁ ସ୍ବୀକାର କରି ଇ˚ରେଜୀ ଏକ ଲାଳିଗା ବା ରାଇମ ‘Rhyme’ ରହିଛି।

‘ରି˚ଗା ରି˚ଗା ରୋଜେସ୍‌’ ନାମରେ ଏହି ରାଇମ୍‌ରେ ଯାହା ଅଛି ତାହା ହେଲା ପ୍ଲେଗ୍‌ ଆକ୍ରାନ୍ତ ହେଲେ ଛାତିରେ ଗୋଲାପ ଫୁଲ ଆକାରର ଗୋଲ ଗୋଲ ନାଲି ରଙ୍ଗ ପଡ଼ିଯାଏ ଇତ୍ୟାଦି ଇତ୍ୟାଦି। ସେତେବେଳେ ଅନ୍ଧବିଶ୍ବାସର ବଶବର୍ତ୍ତୀ ଲୋକେ ଏହାକୁ ଏକ ଦୈବୀ ପ୍ରକୋପ ବୋଲି ଭାବି ଫୁଲ ଉପହାର ଦିଆନିଆ କରୁଥିଲେ। ପ୍ଲେଗ୍‌ ହେଲେ ନିମୋନିଆ ସହିତ ବହୁତ ଛିଙ୍କ ହୁଏ ଓ ଶ୍ବାସନଳୀରେ ସ˚କ୍ରମଣ ହେତୁ ରୋଗୀ ମରିଯାଏ। ସେତେବେଳେ ବୀଜାଣୁର ଅବସ୍ଥିତି ଜଣା ନ ଥିଲା। ଅଣୁବୀକ୍ଷଣ ଯନ୍ତ୍ରର ଉଦ୍ଭାବନ ମଧୢ ହୋଇ ନ ଥିଲା। ରୋଗର କାରଣ ଓ ନିରାକରଣ ବି ଅଜଣା ଥିଲା। ତେଣୁ କେବଳ ଉପଚାର ଥିଲା ‘ସ˚ଗରୋଧ’ ଓ ‘ଏକାନ୍ତ ବାସ’।

ଆଜି ମଧୢ ମହାମାରୀରୁ ରକ୍ଷା ପାଇବା ପାଇଁ ଏକାନ୍ତ ବାସ ପ୍ରାସଙ୍ଗିକ ହୋଇଛି। ‘ଆଣ୍ଟିବାୟୋଟିକ୍‌’ର ଉଦ୍ଭାବନ ପର ଠାରୁ ବୀଜାଣୁ ଜନିତ ରୋଗକୁ ଆୟତ୍ତ କରାଯାଇପାରୁଛି ଏବ˚ ତାହା ଆଉ ମହାମାରୀର କାରଣ ହେଉନାହିଁ। କିନ୍ତୁ ଭୂତାଣୁର କୋଷ ନ ଥିବା କାରଣରୁ ଏହା ଲାଗି କୌଣସି ଔଷଧ ବା ପ୍ରତିଷେଧକ ବାହାର କରିବା କଷ୍ଟସାଧୢ ହୋଇଥାଏ। ସେହି କାରଣରୁ ଆଜି ବିଜ୍ଞାନର ଏତେ ଉନ୍ନତି ସତ୍ତ୍ବେ କରୋନା ‘ପାନ୍‌ଡେମିକ’କୁ ଦମନ କରିବା ଅସମ୍ଭବ ହୋଇ ପଡ଼ିଛି। ଏପରିକି ଏହି ଭୂତାଣୁକୁ ସ˚ପୂର୍ଣ୍ଣ ଭାବେ ବୁଝା ଯାଇ ପାରୁନାହିଁ।

‘ଇୟାମ’ ଗାଁର ମୁଖିଆଙ୍କର ଆଦେଶ ଲୋକେ ମାନିଲେ ବୋଲି ପ୍ଲେଗ୍‌ ବ୍ୟାପିବାକୁ କିଛିଟା ରୋକା ଯାଇପାରିଲା। ତେଣୁ ମହାମାରୀ କାଳରେ ମୂଳ କଥା ହେଲା ନିୟମକୁ ମାନିବା। ଆମେ ଆରମ୍ଭରୁ ‘ଏକାନ୍ତ ବାସ’ ଓ ‘ସାମାଜିକ ଦୂରତା’ ରକ୍ଷାକୁ ଆଦରି ନେଇଛେ। କିନ୍ତୁ ଠିକଣା ଭାବେ ନିୟମ ମାନୁ ନ ଥିବାରୁ ଏହା ବ୍ୟାପିବାରେ ଲାଗିଛି। ଯଦି ଚୀନରେ ‘ଉହାନ’ ସହରରୁ ଏହାକୁ ବାହାରକୁ ବାହାରିବାକୁ ଦିଆ ଯାଇ ନ ଥାଆନ୍ତା, ତେବେ ଆଜି ପୃଥିବୀ ଏହି ଅବସ୍ଥାରେ ପହଞ୍ଚି ନ ଥାଆନ୍ତା। ଏବେ ପୃଥିବୀ ସାରା ଗୋଟିଏ ଜାଗାରୁ ଅନ୍ୟ ଜାଗାକୁ ଅକ୍ଳେଶରେ ଯିବା ଆସିବା କରିବା ପାଇଁ ବସ୍‌, ରେଳ, ଉଡ଼ାଜାହାଜ ଇତ୍ୟାଦି ରହିଛି। ଜୀବିକା ପାଇଁ ହେଉ ବା ଭ୍ରମଣ ଲାଗି ହେଉ ଲୋକେ ସର୍ବଦା ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ଲାଗି ଆଗଭର। ତେଣୁ ସ˚କ୍ରମଣ ମାତ୍ର ଦୁଇ ମାସ ଭିତରେ ପୃଥିବୀ ସାରା ବ୍ୟାପିଗଲା। ଏବେ ବି ତାହା ବ୍ୟାପୁଛି। ଏହା କେମିତି ବ୍ୟାପିବ ନାହିଁ, ସେ ସ˚ପର୍କିତ ଜ୍ଞାନ ସମସ୍ତଙ୍କର ଅଛି। କିନ୍ତୁ ସତର୍କତାମୂଳକ ନିୟମକୁ କଡ଼ାକଡ଼ି ମାନିବା ନେଇ ଲୋକମାନଙ୍କର ବିଶେଷ ଧ୍ୟାନ ନାହିଁ।

ପ୍ରାକ୍ତନ କୁଳପତି,
ଫକୀର ମୋହନ ବିଶ୍ବବିଦ୍ୟାଳୟ
ମୋ: ୯୪୩୯୪୩୧୬୦୦

ସମ୍ବନ୍ଧିତ ଖବର