ଏବେ କେବଳ ପ୍ରବାସୀ ଶ୍ରମିକ ନୁହନ୍ତି, ନିଜ ଗାଁ ବା ନିକଟସ୍ଥ ସହରରେ ମୂଲ ଲାଗି ଚଳୁଥିବା ବା ଛୋଟ ବ୍ୟବସାୟ କରି ଚଳୁଥିବା ଅର୍ଥାତ୍ ଅଣ ସ˚ଗଠିତ କ୍ଷେତ୍ରରେ କାମ କରି ଚଳୁଥିବା ଅସଂଖ୍ୟ ବ୍ୟକ୍ତିଙ୍କ ଜୀବିକା ନାହିଁ। ତାଲାବନ୍ଦ କୋହଳ ହେବା ପରେ ଯଦିଓ ଅର୍ଥନୀତି ଧୀରେ ଧୀରେ ଗଜୁରିବାକୁ ଲାଗିଛି, ଜୀବିକା ହରାଇଥିବା ବ୍ୟକ୍ତିକୁ ଅଣ୍ଟା ସଳଖି ଠିଆ ହେବା ଲାଗି ବେଶ୍ କିଛି ସମୟ ଲାଗିବ। ପ୍ରବାସୀମାନେ ଦୀର୍ଘ ଦିନ ଧରି ଗାଁ ଛାଡିଥିବାରୁ ଅନେକଙ୍କ ପାଖରେ ରେସନ କାର୍ଡ ନ ଥିବ। ଯଦିଓ ଘୋଷଣା କରାଯାଉଛି ଯେ ବିନା କାର୍ଡଧାରୀଙ୍କୁ ମଧୢ ଆଗାମୀ ନଭେମ୍ବର ମାସ ଯାଏ ଅନ୍ନ, ଡାଲି ଓ ଖାଦ୍ୟ ଶସ୍ୟ ମିଳିବ, କିନ୍ତୁ ଗ୍ରାମାଞ୍ଚଳରେ ହାତରେ କାର୍ଡ ନ ଥିଲେ ଦମ୍ଭ ନାହିଁ। ପୁଣି କାମଧନ୍ଦା ଅଭାବ ହେତୁ ଗାଁ ଛାଡ଼ିଥିବା ଲୋକ ଗାଁକୁ ଫେରି ମନ ପସନ୍ଦର କାମ ପାଇ ପାରିବା ଏକ କଷ୍ଟସାଧୢ ବ୍ୟାପାର। ଯଦି ଚାଷ ଜମି ଥାଏ, ତହିଁରେ କିଛି ଆରମ୍ଭ କରାଯାଇପାରେ। କିନ୍ତୁ ଯଦି ଜମି ସ୍ବଳ୍ପ ଏବ˚ ତାହା କେବଳ ଋତୁକାଳୀନ ଫସଲ ଲାଗି ଉପଯୋଗୀ, ତେବେ ସବୁଦିନିଆ ଆବଶ୍ୟକତା ପୂରଣ ହେବା ସହଜ ନୁହେଁ। ପୁଣି ହଠାତ୍ କିଛି ନୂଆ କାମ ଆରମ୍ଭ କରିବାକୁ ହାତରେ ପଇସା ଥିବା ଦରକାର। ପୁଣି ଏତେ ଲୋକଙ୍କୁ ନିୟୋଜିତ କରିବା ସକାଶେ ଆବଶ୍ୟକ ଭିତ୍ତିଭୂମି ଓ ବଜାର ଖୋଜିବାକୁ ପଡ଼ିବ। ଏଣେ କେନ୍ଦ୍ର ସରକାରଙ୍କ ୨୦ ଲକ୍ଷ କୋଟି ଟଙ୍କାର ‘ଆତ୍ମନିର୍ଭର ଭାରତ ପ୍ୟାକେଜ୍’ର ଅନେକ ଯୋଜନା ଦୀର୍ଘସୂତ୍ରୀ ମନେହୁଏ। ସେହି ପରିପ୍ରେକ୍ଷୀରେ କମ ସମୟରେ ଦୁଇ ପଇସା ଯୋଗାଇ ପାରିବା ଲାଗି ଏକ ବିକଳ୍ପ ହେଉଛି ‘ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା’ ବା ‘ମନରେଗା’, ଯେଉଁଥି ସକାଶେ ସରକାର ଆଗରୁ ଟ.୬୧,୫୦୦ କୋଟି ଏବ˚ ଏବେ ଅତିରିକ୍ତ ଟ.୪୦,୦୦୦ କୋଟି ଟଙ୍କାର ବ୍ୟବସ୍ଥା କରିଛନ୍ତି।
ବାସ୍ତବରେ ଦେଖିଲେ ‘ମନରେଗା’ ଏକ ଚମତ୍କାର ଯୋଜନା ଯହିଁରେ ଯେ କୌଣସି ଅଣକୁଶଳୀ ସାବାଳକ କାମ ମାଗିଲେ ତାଙ୍କୁ କାମ ଯୋଗାଇ ଦିଆଯିବ। ଏହା ମାଧୢମରେ ଗୋଟିଏ ପରିବାରକୁ ଅତି କମରେ ୧୦୦ ଦିନର କାମ ମିଳିପାରିବ। ଓଡ଼ିଶା ଭଳି ଏକ ଦୁର୍ବିପାକ ପ୍ରବଣ ଅଞ୍ଚଳ ସକାଶେ କାମ କରିବାର ଦିବସ ସଂଖ୍ୟା ୨୦୦ରେ ଧାର୍ଯ୍ୟ କରାଯାଇଅଛି। ପରିବାରର ସ˚ଜ୍ଞା ମଧୢ ବହୁତ ସରଳ, ଅର୍ଥାତ୍ କେବଳ ସ୍ବାମୀ, ସ୍ତ୍ରୀ ବା କେବଳ ତାଙ୍କର ବୃଦ୍ଧ ବାପା ମାଆ ଅଥବା ଅବିବାହିତ ଭାଇ ଭଉଣୀ ଇତ୍ୟାଦି ଏକ ଏକ ଭିନ୍ନ ପରିବାର ହୋଇ ପାରିବେ। ଏହାର ଅର୍ଥ କାମ କରିବାକୁ ଚାହୁଁଥିବା ଯେ କୌଣସି ସାବାଳକ ରୋଜଗାର କରିପାରିବେ। କାମ କରିବା ସ୍ଥାନରେ ପିଇବା ପାଣି, ଔଷଧ ବାକ୍ସ (ପ୍ରାଥମିକ ଚିକିତ୍ସା ସକାଶେ) ରହିବାର ବ୍ୟବସ୍ଥା ଅଛି। ପାଞ୍ଚ ଜଣରୁ ଅଧିକ ଛୋଟ ଶିଶୁଙ୍କୁ ଜଗିବା ସକାଶେ ମଧ୍ୟ ବ୍ୟବସ୍ଥା ବାଧୢତାମୂଳକ। ବୃଦ୍ଧ,ବୃଦ୍ଧା, ଭିନ୍ନକ୍ଷମ ଇତ୍ୟାଦିଙ୍କୁ ପାଣି ଦେବା ବା ଛୋଟ ଶିଶୁଙ୍କୁ ଜଗିବା ଇତ୍ୟାଦି କାମରେ ନିୟୋଜିତ କରାଯାଇପାରିବ। ଏହି ଯୋଜନାର ସବୁଠାରୁ ଭଲ ଦିଗ ହେଉଛି ଜଣେ ଜବ୍କାର୍ଡ ମାଗିବାର ୧୫ ଦିନ ମଧୢରେ ଜବ୍କାର୍ଡ ପାଇବ ଏବ˚ କାମ ମାଗିବାର ପନ୍ଦର ଦିନ ମଧୢରେ କାମ ଯୋଗାଇ ଦିଆଯିବ।
ପ୍ରଥମ ଥର ସକାଶେ ଏକ ଯୋଜନାରେ କାମ ମାଗିବାକୁ ଏକ ଅଧିକାର ରୂପେ ଗଣା ଯାଇଛି। ଅନ୍ୟାନ୍ୟ ସୁବିଧା ମଧୢରେ ରହିଛି ୫ କିଲୋମିଟରରୁ ଅଧିକ ଦୂର କାମ କରିବାକୁ ଗଲେ ମଜୁରି ଭିନ୍ନ ଦୈନିକ ମଜୁରିର ଏକ ଦଶମା˚ଶ ଯାତାୟାତ ଖର୍ଚ୍ଚ ପ୍ରଦାନ, କର୍ମ ସ୍ଥଳରେ ଦୁର୍ଘଟଣାର ସମ୍ମୁଖୀନ ହେଲେ ସମସ୍ତ ଚିକିତ୍ସା ଖର୍ଚ୍ଚ, ମୃତ୍ୟୁବରଣ କଲେ ବା ସ˚ପୂର୍ଣ୍ଣ ଅକର୍ମଣ୍ୟ ହେଲେ କ୍ଷତିପୂରଣର ବ୍ୟବସ୍ଥା। ଆଇନରେ ଏପରି ବ୍ୟବସ୍ଥା ମଧୢ ଅଛି ଯେ ୫୦ ଜଣ ଯଦି ଏକାଦିକ୍ରମେ କାମ କରିବା ସକାଶେ ଆବେଦନ କରନ୍ତି, ତେବେ ଏକ ନୂତନ କାମ ହାତକୁ ନିଆଯାଇପାରେ। ଏହା ବାଦ୍ ଏହି ଯୋଜନା ମଧୢରେ ସରକାର ସବୁଦିନିଆ ସ˚ପତ୍ତି ସୃଷ୍ଟିକୁ ଗୁରୁତ୍ବ ଦେଇଛନ୍ତି। ଯଦ୍ଦ୍ବାରା ହିତାଧିକାରୀ ନିଜ ଜମିକୁ ସମୃଦ୍ଧ କରିପାରିବ, ମୋ ପୋଖରୀ ଯୋଜନା କ୍ରମରେ ୫୦୦୦ ଟଙ୍କାରୁ ଆରମ୍ଭ କରି ୧,୦୦,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚରେ ଏକ ପୋଖରୀ ଖନନ ମଧ୍ୟ କରେଇ ପାରିବ। ନିଜ ଜମିରେ ଚାଷ କରାଇ ପାରିବେ। ସରକାରଙ୍କ ତରଫରୁ ‘ମୋ ଉପକାରୀ ବଗିଚା’ କ୍ରମରେ ପନିପରିବା ଚାଷ ମଧ୍ୟ କରାଯାଇପାରିବ।
ତେବେ ଏହାର ପରିଚାଳନା ଉପରେ ଏହି ଚମତ୍କାର ରୋଜଗାରଭିତ୍ତିକ ଯୋଜନାର ଫଳାଫଳ ନିର୍ଭର କରେ। ହିତାଧିକାରୀଙ୍କୁ ଅଧିକରୁ ଅଧିକ ଫାଇଦା ଦେବା ପାଇଁ ବ୍ୟକ୍ତିଗତ ପାଇଖାନା, ପ୍ରଧାନମନ୍ତ୍ରୀ ଆବାସ, ଜମିର ଉନ୍ନତୀକରଣ, ପୋଖରୀ ଖନନ ଭଳି ବ୍ୟକ୍ତିଗତ ସମୃଦ୍ଧିମୂଳକ କାମକୁ ଅଗ୍ରାଧିକାର ଦିଆଯିବା କଥା। ଏବେ କରୋନାକାଳୀନ ଅର୍ଥନୀତି କଥା ବିଚାର କଲେ ଗ୍ରାମୀଣ କ୍ଷେତ୍ରରେ ରୋଜଗାର ବୃଦ୍ଧି ଲାଗି ମନରେଗା ଏକ ଅତ୍ୟନ୍ତ ଫଳପ୍ରଦ ଯୋଜନା ଯାହାର ଲାଭ ସଂପୂର୍ଣ୍ଣ ଭାବେ ନିଆଯିବା କଥା।
ପଦରପଡ଼ା, ବୌଦ୍ଧ
ମୋ-୯୪୩୭୫୭୧୮୩୧