ଅନେକଙ୍କୁ ବିମାନରେ ଉଡ଼ିବା ବିପଦପୂର୍ଣ୍ଣ ଲାଗୁଥିଲେ ହେଁ ପରିସଂଖ୍ୟାନ ଅନୁଯାୟୀ ଗମନାଗମନର ସବୁଠାରୁ ସୁରକ୍ଷିତ ମାଧ୍ୟମ ହେଉଛି ଆକାଶ ପଥ। ଶତାଧିକ ବର୍ଷର ଗବେଷଣା ଓ ପ୍ରତିଟି ବିମାନ ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ ବଳରେ ଉଡ଼ାଜାହାଜ ଦୁର୍ଘଟଣା ସଂଖ୍ୟା ଆଜି ଖୁବ୍ ସୀମିତ। ଉଡ଼ାଜାହାଜ ପ୍ରଯୁକ୍ତିବିଦ୍ୟାର ବିକାଶ ସହ ପାଇଲଟ୍ ପ୍ରଶିକ୍ଷଣ ଓ ପରୀକ୍ଷାକୁ ସାରା ବିଶ୍ବରେ କଡ଼ାକଡ଼ି ଭାବେ ପରିଚାଳିତ କରାଯାଇଥାଏ। କିନ୍ତୁ ଗତ ମାସରେ ପାକିସ୍ତାନ ସରକାର ଏକ ଉଦ୍ବେଗଜନକ କଥା ପ୍ରଘଟ କରିଥିଲେ। ପାକିସ୍ତାନର ମୋଟ୍ ୮୫୦ ଜଣ ପାଇଲଟ୍ଙ୍କ ମଧ୍ୟରୁ ୨୬୨ ଜଣଙ୍କ ଲାଇସେନ୍ସ ନକଲି ବୋଲି ସରକାର ନିଜେ ସ୍ବୀକାର କରିଥିଲେ। ଗତ ମେ ୨୨ ତାରିଖରେ କରାଚିରେ ଏକ ବିମାନ ଖସିପଡ଼ି ୯୭ ଜଣଙ୍କ ମୃତ୍ୟୁ ହେଲା ପରେ ଏହାର ଅନୁସନ୍ଧାନରୁ ପାଇଲଟ୍ଙ୍କ ଅଜ୍ଞତା ସମ୍ପର୍କରେ ଜଣାପଡ଼ିଥିଲା। ସେମାନଙ୍କ ମଧ୍ୟରୁ ଅନେକ ପରୀକ୍ଷାରେ ମଧ୍ୟ ନ ବସି ଲାଇସେନ୍ସ ହାସଲ କରି ଉଡ଼ାଜାହାଜ ଉଡ଼ାଉଥିଲେ। ଲାଞ୍ଚ ଦେଇ ଜଣେ ପାଇଲଟ୍ ହେବା ଘଟଣା ପାକିସ୍ତାନରେ ଭ୍ରଷ୍ଟାଚାର କେତେ ବିସ୍ତୃତ ତାହା ଜଣାଇଦେଉଛି। ଏ କଥା ପ୍ରକାଶ ପାଇବା ପରେ ୟୁରୋପିଆନ୍ ୟୁନିୟନ୍ ଏହାର ସମସ୍ତ ସଦସ୍ୟ ଦେଶରେ ପାକିସ୍ତାନ ଏୟାର୍ଲାଇନ୍ସକୁ ନିଷିଦ୍ଧ କରିଥିଲା। ଆମେରିକା ମଧ୍ୟ ଜୁଲାଇ ୧ ତାରିଖରୁ ପାକିସ୍ତାନ ଇଣ୍ଟର୍ନେସନାଲ୍ ଏୟାରଲାଇନ୍ସ୍ର ସମସ୍ତ ଉଡ଼ାଜାହାଜକୁ ଦେଶ ମଧ୍ୟକୁ ପ୍ରବେଶ ଉପରେ ନିଷେଧାଦେଶ ଲଗାଇଥିବା ସଂପର୍କରେ ଗତ ଗୁରୁବାର ଦିନ ଜଣାଇଛି। ୧୫ ବର୍ଷ ହେଲା କ୍ଷତିରେ ଚାଲୁଥିବା ପାକିସ୍ତାନ ଇଣ୍ଟର୍ନେସନାଲ୍ ଏୟାରଲାଇନ୍ସ୍ ଏବେ ବୁଡ଼ିବାକୁ ବସିଛି।
ପାକିସ୍ତାନର ନକଲି ପାଇଲଟ୍ : ଆମେରିକାର ଦଣ୍ଡ
ଦୃଷ୍ଟିପାତ
/sambad/media/post_attachments/wp-content/uploads/2020/07/pia.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)