ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସୁନିଶ୍ଚିତ କରିବାର ସମୟ

କୋଭିଡ୍‍କାଳୀନ ଶିକ୍ଷା - ରମେଶ ପୋଖରିୟାଲ ’ନିଶଙ୍କ’

‘ଆଧୁନିକ ପ୍ରୋପାଗଣ୍ତା’ର ଉଦ୍ଦେଶ୍ୟ କେବଳ ଲୋକମାନଙ୍କୁ ଭୁଲ୍ ସୂଚନା ପ୍ରଦାନ କରିବା ନୁହେଁ, ଅପରନ୍ତୁ ଭୁଲ୍ ତଥ୍ୟକୁ ଠେଲିପେଲି ଆଗରେ ପହ˚ଚାଇବା ଓ ସତ୍ୟକୁ ବିଭ୍ରାନ୍ତିକର କରିବା ମଧ୍ୟ ଏହାର ଅଭିପ୍ରାୟ। ଏହାପଛରେ ଥିବା ଅସଲ ଉଦ୍ଦେଶ୍ୟଟି ହେଲା ଆପଣମାନଙ୍କ ସ୍ଥିର ଚିନ୍ତନକୁ ଅସ୍ଥିର କରିବା, ଏହାକୁ ନିଃଶେଷ କରିବା।’ ଗେରି କାସ୍ପାରୋଭଙ୍କର ଏହି ପ୍ରସିଦ୍ଧ ଆପ୍ତବାକ୍ୟଟି ବିଳମ୍ବରେ ହେଲେ ସୁଦ୍ଧା ମୋତେ ପ୍ରଭାବିତ କରିଥିଲା ଏବ˚ ବିଶେଷ କରି ସେତିକିବେଳେ ଯେତେବେଳେ କି ସରକାର ସିବିଏସ୍ଇ ଛାତ୍ରଛାତ୍ରୀମାନଙ୍କ ହିତ ସକାଶେ ଗ୍ରହଣ କରିଥିବା ଏକ ପଦକ୍ଷେପ ପ୍ରୋପାଗଣ୍ତାର ଶିକାର ହୋଇଛି। ଏଭଳି ଅପପ୍ରଚାରକାରୀମାନେ ସେମାନଙ୍କର ହୀନ ଉଦ୍ଦେଶ୍ୟ ଚରିତାର୍ଥ କରିବା ସକାଶେ ଏଭଳି କାର୍ଯ୍ୟ କରିବସିବେ ବୋଲି କଦାପି ଆଶା କରାଯାଉନଥିଲା। ପ୍ରତିଥର ଆମେ ରାଜନୀତି ଠାରୁୁ ଶିକ୍ଷାକୁ ଦୂରରେ ରଖିବା ଲାଗି ଯେତେ ପ୍ରୟାସ କରୁଛୁ, ପରିତାପର ବିଷୟ ଯେ ପ୍ରତିଥର ଶିକ୍ଷା ଏଭଳି କ୍ଷମତା ଖେଳର ଶିକାର ହେଉଛି। ଏବ˚ ଏହା ପଛରେ କିଛି ନିର୍ଦ୍ଦିଷ୍ଟ ଗୋଷ୍ଠୀର ଲୋକ ଅଛନ୍ତି। ସେମାନଙ୍କୁ ନିରବଚ୍ଛିନ୍ନ ଭାବେ ପ୍ରଚାର ସର୍ବସ୍ବ ବର୍ଗ ବୋଲି କୁହାଯାଇପାରେ, ଯେଉଁମାନେ କି ସରକାରଙ୍କ ପ୍ରତିଟି ଚିନ୍ତନ ଓ କାର୍ଯ୍ୟପନ୍ଥାକୁ ସର୍ବଦା ନିନ୍ଦା କରି ଚିତ୍କାର ଛାଡ଼ିଥାନ୍ତି। ଦୁଃଖର କଥା ଏହାର ଶିକାର ହେଉଛନ୍ତି ଆମର ତରୁଣ ଶିକ୍ଷାର୍ଥୀବର୍ଗ। ସେମାନେ ଯେତିକି ବିଭ୍ରାନ୍ତ ହେଉଛନ୍ତି, ସେମାନଙ୍କୁ ସେତିକି ଦୁଃଖ ପହଞ୍ଚୁଛି।

ଅଧୁନା, ଏହି ବର୍ଗର ଲୋକମାନେ ଶିକ୍ଷାକୁ ଏକ ଅସ୍ତ୍ର ଭାବେ ଉପଯୋଗ କରିବାକୁ ପ୍ରୟାସ ଚଳାଇଛନ୍ତି ଏବ˚ ତାହାରି ମାଧ୍ୟମରେ ସେମାନେ ସମାଜରେ ପ୍ରଭାବ ବିସ୍ତାର କରିବା ଓ କ୍ଷମତା ହାସଲ କରିବା ପାଇଁ ବ୍ୟାକୁଳ। କୋମଳମତି ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ଗଭୀର ଚିନ୍ତନ, ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ, ବିଶ୍ଳେଷଣାତ୍ମକ ଦକ୍ଷତା ଓ ସୃଜନଶୀଳତା ବଳରେ ସଶକ୍ତ କରିବା ପରିବର୍ତ୍ତେ ଏହି ଅପଶକ୍ତି ଗୋଷ୍ଠୀ ସେମାନଙ୍କୁ ବିଭ୍ରାନ୍ତ କରିବା ଲାଗି ଚେଷ୍ଟିତ। ଦେଶର ଛାତ୍ରବର୍ଗ ସଶକ୍ତ ହେଲେ ସେମାନଙ୍କର ପୂର୍ଣ୍ଣ ସାମର୍ଥ୍ୟର ଉପଯୋଗ କରିପାରିବେ ଏବ˚ ଏକବି˚ଶ ଶତାବ୍ଦୀର କୌଶଳ ଓ ଦକ୍ଷତା ସାଧନ ବଳରେ ନିଜର ସୁଚିନ୍ତନ, ନୈତିକତା ତଥା ନିଷ୍ଠା ବଳରେ ଏକ ସୁଦୃଢ଼ ରାଷ୍ଟ୍ର ଓ ସମାଜ ଗଠନ କରିପାରିବେ।

ସମ୍ପ୍ରତି ସାରାବିଶ୍ବରେ ଏବ˚ ଦେଶରେ ଦେଖାଦେଇଥିବା ଅଭୂତପୂର୍ବ ମହାମାରୀ କରୋନା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପାଇଁ ଏକ ବିରାଟ ଚାଲେଞ୍ଜ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଆମର ଛାତ୍ରଛାତ୍ରୀମାନଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ କରାଇବା ଯେତିକି ଆବଶ୍ୟକ, ସେଭଳି ଶିକ୍ଷାର ସୁଫଳ ମଧ୍ୟ ସୁନିଶ୍ଚିତ କରାଯିବା ସେତିକି ଜରୁରି। ପୁଣି ଛାତ୍ରଛାତ୍ରୀମାନଙ୍କୁ ଏକ ଭାରମୁକ୍ତ ତଥା ଅବସାଦମୁକ୍ତ ବାତାବରଣରେ କିଭଳି ଭାବେ ଏଭଳି ଶିକ୍ଷା ସାଧନ ଉପଲବ୍ଧ କରାଯିବ ତାହା ଏକ ବଡ଼ ପ୍ରଶ୍ନ ହୋଇ ଉଭା ହୋଇଛି। ସେହି ଲକ୍ଷ୍ୟ ହାସଲ କରିବା ନିମନ୍ତେ ମନ୍ତ୍ରଣାଳୟ ପକ୍ଷରୁ କଠିନ ଶ୍ରମ ସ୍ବୀକାର ପୂର୍ବକ ସକଳ ପ୍ରସଙ୍ଗ ପ୍ରତି ଦୃଷ୍ଟି ପ୍ରଦାନ କରାଯାଉଛି, ଯଦ୍ବାରା ଛାତ୍ର ସମାଜ ଯେଭଳି କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବନାହିଁ। ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣରେ ଏଚ୍ଆରଡି ଟିମ୍ ସହ ସାମିଲ ହୋଇଥିବାରୁ ନିଜକୁ ମୁଁ ଗୌରବାନ୍ବିତ ମନେକରୁଛି। ମନ୍ତ୍ରଣାଳୟ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡ଼ିକ ମଧ୍ୟରେ ଶିଶୁମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ଯାହାକି ସ୍କୁଲ୍ ଛୁଟି ଥିବା ସମୟରେ ମଧ୍ୟ କାର୍ଯ୍ୟକାରୀ କରାଯାଉଛି, ଇଣ୍ଟର୍‍ନାଲ୍ ଆସେସ୍‍ମେଣ୍ଟ ଆଧାରରେ ଛାତ୍ରଛାତ୍ରୀମାନଙ୍କୁ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ କରିବା, ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ‘ପାୱାର୍ ଅଫ୍ ଚଏସ୍’ର ସୁଯୋଗ ପ୍ରଦାନ ଏବ˚ ସାରା ଦେଶରେ ଇ-ଲର୍ଣ୍ଣି˚ ବ୍ୟବସ୍ଥାକୁ ପ୍ରସାରିତ କରିବା ଆଦି ସାମିଲ।

କିନ୍ତୁୁ, ନିକଟରେ ସରକାରଙ୍କ ବିରୋଧରେ ଅଭିଯୋଗର ଏକ ଢେଉ ସୃଷ୍ଟି କରାଯାଇଛି। ତାହା ହେଲା ସାମାଜିକ-ରାଜନୈତିକ ଆବଶ୍ୟକତା ଓ ଆକା˚କ୍ଷା ଦ୍ବାରା ପ୍ରଭାବିତ ହୋଇ ସିବିଏସ୍ଇ ବୋର୍ଡର ସିଲାବସ୍ (ପାଠ୍ୟକ୍ରମ)ରେ ସ˚ଶୋଧନ ସ˚ପର୍କିତ। ଏସବୁ ମିଛ ଅଭିଯୋଗ ସତ୍ତ୍ବେ, ଆମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ନେତୃତ୍ବାଧୀନ ସରକାରରେ ମନ୍ତ୍ରଣାଳୟ ସ୍ତରରେ, ପରବର୍ତ୍ତୀ ପିଢ଼ିର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ଯୋଗାଇ ଦେବା ନିମନ୍ତେ ସ˚ପୂର୍ଣ୍ଣ ବଚନବଦ୍ଧ ରହିିଛୁ। କିଛି ନ୍ୟସ୍ତ ସ୍ବାର୍ଥ ଗୋଷ୍ଠୀ ଯେଉଁମାନେ କି ସିଲାବସ୍‍ର ଏଭଳି ସୁସ˚ଗତିକରଣକୁ ସମାଲୋଚନା କରୁଛନ୍ତି, ସେମାନେ କିଛି ପଢ଼ିବା ଓ ବୁଝିବା କଥା ଚିନ୍ତା ନ କରି କେବଳ ପବ୍ଲିକ୍ ଡୋମେନକୁ ଆସି ଗଳା ଫଟାଇ ଚିତ୍କାର ଛାଡ଼ିବାରେ ବ୍ୟସ୍ତ ଅଛନ୍ତି।

କ’ଣ ପରିବର୍ତ୍ତନ କରାଯାଇଛି ଓ କାହିଁକି କରାଯାଇଛି: ଦେଶର ଅଗଣିତ ଛାତ୍ରଛାତ୍ରୀ, ମାତାପିତା, ଶିକ୍ଷକ ସମାଜ ଏବ˚ ସିବିଏସ୍ଇ ଠାରୁ ଅସ˚ଖ୍ୟ ଅନୁରୋଧ ପତ୍ର ପାଇବା ପରେ ଆମେ ପାଠ୍ୟକ୍ରମକୁ ସ˚ଶୋଧନ କରିବା ସକାଶେ ନିଷ୍ପତ୍ତି ଗ୍ରହଣ କରିଛୁ ଏବ˚ ନବମ ଓ ଦ୍ବାଦଶ ଶ୍ରେଣୀରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀମାନଙ୍କ ଉପରୁ ବୋଝ ହ୍ରାସ କରିବା ପାଇଁ ସିଦ୍ଧାନ୍ତ ନେଇଛୁ। ଯଦିଚ ପାଠ୍ୟକ୍ରମରେ ୩୦% ପର୍ଯ୍ୟନ୍ତ ହ୍ରାସ କରାଯାଇଛି ତଥାପି ବିଦ୍ୟାଳୟ ମୁଖ୍ୟ ଏବ˚ ଶିକ୍ଷକମାନଙ୍କ ଉପରେ ଏହି ଦାୟିତ୍ବ ନ୍ୟସ୍ତ କରାଯାଇଛି ଯେ ଯେଉଁସବୁ ଅଧ୍ୟାୟକୁ ବାଦ ଦିଆଯାଇଛି ସେ ସ˚ପର୍କରେ ସେମାନେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ରୂପେ ବୁଝାଇଦେବେ ଏବ˚ ପରବର୍ତ୍ତୀ ବିଭିନ୍ନ ଅଧ୍ୟାୟ ସହିତ ଯେଭଳି ସହଜରେ ସେମାନେ ଯୋଡ଼ିହୋଇ ଅଧ୍ୟୟନ କରିପାରିବେ ସେଥିପ୍ରତି ଯତ୍ନବାନ ହେବେ। କେବଳ ୨୦୨୧ ମସିହାର ବାର୍ଷିକ ପରୀକ୍ଷାର ବୋଝକୁ ଲାଘବ କରିବା ଉଦ୍ଦେଶ୍ୟରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। କାରଣ କରୋନା ମହାମାରୀ ସ˚କ୍ରମଣ ଯୋଗୁ ଛାତ୍ରଛାତ୍ରୀମାନଙ୍କର ଶିକ୍ଷାଦାନ ସମୟ ହାନି ଦୃଷ୍ଟିରୁ ଏଭଳି ସିଦ୍ଧାନ୍ତ ସରକାର ନେଇଛନ୍ତି। ଛାତ୍ରଛାତ୍ରମାନଙ୍କ ଲାଗି ଇଣ୍ଟରନାଲ୍ ଆସେସମେଣ୍ଟ ପାଇଁ ଏବ˚ ବର୍ଷାନ୍ତ ବୋର୍ଡ ପରୀକ୍ଷା ଲାଗି ସେହିସବୁ ବିଷୟଗୁଡ଼ିକର ପରୀକ୍ଷା କରାଯିବ ନାହିଁ। କିନ୍ତୁ, ଏନ୍‍ସିଇଆର୍‍ଟିର ବିକଳ୍ପ ଶିକ୍ଷାବର୍ଷ କ୍ୟାଲେଣ୍ତର୍‍କୁ ଅନୁସରଣ କରିବା ନିମନ୍ତେ ସିବିଏସ୍ଇ ବିଦ୍ୟାଳୟମାନଙ୍କୁ ନିର୍ଦ୍ଦେଶ ଦେଇଛି। ଏହି କ୍ୟାଲେଣ୍ତର୍ ପବ୍ଲିକ୍ ଡୋମେନ୍‍ରେ ଉପଲବ୍ଧ। ଏବ˚ ଯେଉଁସବୁ ବିଷୟଗୁଡ଼ିକର ଧ୍ୟାନ ଆକର୍ଷଣ କରିବା ଏବ˚ ଯୋଡ଼ାଯିବା ଲାଗି ଅଧିକତର ଭାବେ ଧ୍ୟାନ କେନ୍ଦ୍ରିତ କରାଯାଇଛି ସେଗୁଡ଼ିକୁ ଏହି କ୍ୟାଲେଣ୍ତର୍‍ରେ ସାମିଲ କରାଯାଇଛି। ଏହି କ୍ୟାଲେଣ୍ତର୍‍ରେ ପ୍ରତ୍ୟେକ ବିଷୟ ପାଇଁ ପରୀକ୍ଷାମୂଳକ ତଥା କାର୍ଯ୍ୟକ୍ରମ-ଆଧାରିତ ଅଧ୍ୟୟନ ନିମନ୍ତେ ଏକ ନିର୍ଦ୍ଦିଷ୍ଟ ଅଧ୍ୟୟନ ପ୍ଳାନ୍ ରହିଛି ଏବ˚ ତାହା ଘରୋଇ ଭାବେ ଓ ସହଜରେ ଉପଲବ୍ଧ ସାଧନ ସହାୟତାରେ ଘରେ ସ˚ପାଦନ କରାଯାଇପାରିବ। ମୁଁ ଯାହା କହିଛି, ‘ଶିକ୍ଷା ପୂର୍ବରୁ ସୁରକ୍ଷା’ ସେହି ମର୍ମରେ, ଏହି ବ୍ୟବସ୍ଥା ଛାତ୍ରଛାତ୍ରୀମାନଙ୍କୁ ଅଯଥା ବୋଝ ଓ କ୍ଳାନ୍ତିରୁ ମୁକ୍ତି ଦେଇପାରିବ। ଏବ˚ ଏହା ହେଉଛି ଗୋଟିଏ ଥର ଓ କେବଳ ପରୀକ୍ଷା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ ଯାହାକି କୋଭିଡ୍-୧୯ ବୈଶ୍ବିକ ମହାମାରୀ ଦୃଷ୍ଟିରୁ ଗ୍ରହଣ କରାଯାଇଛି।

ଏହା କାର୍ଯ୍ୟକାରୀ କରାଗଲା କିପରି: ପ୍ରଚାରଧର୍ମୀ ଏହି ସମାଲୋଚକଙ୍କ ଅଭିଯୋଗ ପରି, ଏଭଳି ପାଠ୍ୟକ୍ରମ ହ୍ରାସ ହଠାତ୍ କରାଯାଇନାହିଁ। ବିଭିନ୍ନ ବିଶେଷଜ୍ଞମାନଙ୍କ ସହ ଆଲୋଚନା କରାଯାଇ ସେମାନଙ୍କ ସୁପାରିଶ ଅନୁସାରେ ତଥା ଶିକ୍ଷାବିତ୍‌ମାନଙ୍କ ପରାମର୍ଶ କ୍ରମେ ଆମର ‘ଛାତ୍ରଛାତ୍ରୀମାନଙ୍କ ପାଇଁ ୨୦୨୦ ବର୍ଷର ସିଲାବସ’ (#SyllabusforStudents2020) ଅଭିଯାନ ଏବ˚ ବିଶେଷଜ୍ଞମାନଙ୍କ ଠାରୁ ପ୍ରାପ୍ତ ୧୫୦୦ରୁ ଊର୍ଦ୍ଧ୍ବ ପରାମର୍ଶ ଆଧାରରେ ଏହା ସ˚ପାଦିତ କରାଯାଇଛି। ଏଭଳି ସମ୍ମାନନୀୟ ବିଶେଷଜ୍ଞ ଏବ˚ ଶିକ୍ଷାବିତ୍‍ମାନଙ୍କ ପରାମର୍ଶ ଆମକୁ ‘ପାଠ୍ୟକ୍ରମ ସୁସ˚ଗତିକରଣ’ ଦିଗରେ ସହାୟକ ହୋଇପାରିଛି, ଯଦ୍ୟପି ଶିକ୍ଷାଲାଭ ସଫଳତାକୁ ଅକ୍ଷତ ରଖାଯାଇଛି। ଏଭଳି ସୁସ˚ଗତିକରଣ ବିଭିନ୍ନ ବିଷୟରେ କରାଯାଇଛି। କିନ୍ତୁ ସମାଲୋଚକମାନେ ଅଭିଯୋଗ ବାଢ଼ିଛନ୍ତି ଯେ ୩-୪ଟି ବିଷୟ, ଯଥା, ଜାତୀୟତାବାଦ, ପୌର ପ୍ରଶାସନ, ସ˚ଘୀୟ ବ୍ୟବସ୍ଥା ଇତ୍ୟାଦିରେ ଏଭଳି ସୁସ˚ଗତିକରଣ କରାଯାଇଛି। ସମ୍ଭବତଃ ସେମାନେ ଏହାକୁ ଭୁଲ୍ ବୁଝିଛନ୍ତି। ଏହାର କେତୋଟି ଉଦାହରଣ ଦେବାକୁ ଯାଇ କୁହାଯାଇପାରେ ଅର୍ଥନୀତି ଶାସ୍ତ୍ରରେ ଯେଉଁ ବିଷୟମାନ ରହିବାର ଆଶା କରାଯାଏ, ଯଥା, ମେଜର୍ସ ଅଫ୍ ଡିସ୍ପର୍ସନ୍, ବାଲାନ୍‍ସ ଅଫ୍ ପେମେଣ୍ଟସ, ଡେଫିସିଟ୍ ଇତ୍ୟାଦି; ପଦାର୍ଥ ବିଜ୍ଞାନରେ ହିଟ୍ ଇଞ୍ଜିନ୍ ଏଣ୍ତ ରେଫ୍ରିଜିରେଟର୍, ହିଟ୍ ଟ୍ରାନ୍ସଫର୍, କନଭେକ୍ସନ୍ ଏଣ୍ତ ରେଡିଏସନ୍; ସେହିଭଳି ଗଣିତ ଶାସ୍ତ୍ରରେ ପ୍ରପର୍ଟିଜ୍ ଅଫ୍ ଡିଟରମିନା˚ଟ୍‍ସ, କନ୍‍ସିଷ୍ଟେନ୍‍ସି, ଇନକନସିଷ୍ଟେନ୍‍ସି ଏବ˚ ନମ୍ବର୍ ଅଫ୍ ସଲ୍ୟୁସନ୍‍ସ ଅଫ୍ ସିଷ୍ଟମ୍ ଅଫ୍ ଲିନିଅର୍ ଇକ୍ୟୁସନ୍‍ସ ବାଏ ଏକଜାମ୍ପଲ୍‍ସ ଏଣ୍ତ ବାଇନୋମିଆଲ୍ ପ୍ରୋବାବିଲିଟି ଡିଷ୍ଟ୍ରିବ୍ୟୁସନ୍; ଜୀବ ବିଜ୍ଞାନରେ ମିନେରାଲ୍ ନ୍ୟୁଟ୍ରିସନ୍, ଡାଇଜେସନ୍ ଏଣ୍ତ ଆବ୍‍ଜର୍ପସନ୍ ଭଳି ବିଷୟକୁ ମୂଲ୍ୟାୟନରୁ ବାଦ୍ ଦିଆଯାଇଛି।

ଏଥିରେ କାହାର ଯୁକ୍ତି କରିବାକୁ କୌଣସି ଅବସର ନ ଥାଇପାରେ ଯେ ଏହିସବୁ ବିଷୟଗୁଡ଼ିକ କୌଣସି ହୀନ ଉଦ୍ଦେଶ୍ୟ ରଖି ବାଦ୍‌ ଦିଆଯାଇଛି। ଯଦି ଏଭଳି ଆକ୍ଷେପ କେହି କରନ୍ତି ତେବେ ତାହା କେବଳ ନିରପେକ୍ଷବିହୀନ ମନ ନେଇ ହିଁ କରିହେବ। କିନ୍ତୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏଥିପ୍ରତି ଦାୟିତ୍ବବଦ୍ଧ ଯେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷାଦାନ କରାଯିବ। ସେଥିପାଇଁ ଏଭଳି ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛି ଯଦ୍ବାରା ଆମର ଯୁବଗୋଷ୍ଠୀ ଗୁଣାତ୍ମକ ଶିକ୍ଷା ଲାଭ ପୂର୍ବକ ସଶକ୍ତ ହୋଇପାରିବେ। ଶିକ୍ଷାକୁ କେବଳ ଜ୍ଞାନ ସ˚ପ୍ରସାରଣର ଏକ ସାମାନ୍ୟ ସାଧନ ବୋଲି କୁହାଯାଇପାରିବ ନାହିଁ। ଏହାକୁ ହୃଦୟଙ୍ଗମ କରାଯିବା ଆବଶ୍ୟକ ଏବ˚ କୋମଳମତି ଛାତ୍ରଛାତ୍ରୀମାନଙ୍କୁ ଏଭଳି ସଶକ୍ତ କରାଯିବା ଦରକାର ଯଦ୍ବାରା ସେମାନେ ଯେକୌଣସି ପ୍ରସଙ୍ଗ ଉପରେ ଗଭୀର ଭାବେ ଚିନ୍ତା କରିପାରିବେ ଓ ସମସ୍ୟାର ସମାଧାନ କରିପାରିବେ। ସେହିଭଳି ସେମାନଙ୍କୁ କିଭଳି ଭାବେ ସୃଜନଶୀଳ କରାଯାଇପାରିବ, ସେମାନେ ନିଜ କାର୍ଯ୍ୟରେ ଅଭିନବତ୍ବ ପ୍ରଦର୍ଶନ କରିପାରିବେ, ସବୁ ପରିସ୍ଥିତି ସହ ଖାପ ଖୁଆଇପାରିବେ, ଏବ˚ ଅଭିନବ ପରିସ୍ଥିତିରେ ବିଦ୍ୟାଧ୍ୟୟନ କରିପାରିବେ ଯାହାକି ସେମାନଙ୍କୁ ଦୈନନ୍ଦିନ ଜୀବନରେ ସକଳ ପ୍ରକାର ଚାଲେଞ୍ଜର ମୁକାବିଲା କରିବାରେ ମଧ୍ୟ ସହାୟକ ହୋଇପାରିବ, ତାକୁ ମଧୢ ଦୃଷ୍ଟିରେ ରଖାଯାଉଛି। ଆମେ ‘ସକଳ ପ୍ରକାର ଶିକ୍ଷା-ସମସ୍ତଙ୍କ ପାଇଁ ଶିକ୍ଷା’ରେ ବିଶ୍ବାସ କରୁ ଏବ˚ ଆମେ ଜ୍ଞାନର ସୌଧକୁ କେବଳ ପାଠ୍ୟକ୍ରମ ଭାବେ ଠିଆ କରାଇ ଆମର ପ୍ରାଧାନ୍ୟକୁ ଜାହିର କରିବାକୁ ଆଦୌ ଚାହୁନାହିଁ।

ଆମେ ଜ୍ଞାନ ଅର୍ଜନ ବ୍ୟବସ୍ଥାର ମୂଲ୍ୟବୋଧକୁ ସମ୍ମାନ ଜଣାଇବା ଉଚିତ, ଯଦ୍ବାରା ଆମର ଛାତ୍ରଛାତ୍ରୀମାନେ ଉଚିତ ଜ୍ଞାନ ଅର୍ଜନ ଦ୍ବାରା ପରୀକ୍ଷାମୂଳକ, ସାମଗ୍ରିକ, ସମନ୍ବିତ, ଅଧ୍ୟୟନକୈନ୍ଦ୍ରିକ ଏବ˚ ଗଠନମୂଳକ ସୃଜନଶୀଳତା ହାସଲ କରିପାରିବେ। ଏବେ ଛାତ୍ରଛାତ୍ରୀମାନଙ୍କ ବିକାଶ ଏବ˚ ସଶକ୍ତିକରଣକୁ ନେଇ ସକଳ ପ୍ରକାର ଆଲୋଚନା କରାଯିବା ଉଚିତ। ସେମାନଙ୍କୁ କ୍ଷମତା ଖେଳର ଗୋଟି ଭାବେ ଆଦୌ ବ୍ୟବହାର କରାନଯାଉ। ତାହା ଯୁବ ମାନସିକତା ଓ ସେମାନଙ୍କ ଜୀବନ ପ୍ରତି ଉପହାସ କରିବା ଭଳି କାର୍ଯ୍ୟ ହେବ। ତେଣୁ ପରିଶେଷରେ ମୁଁ ସମସ୍ତଙ୍କୁ ଅନୁରୋଧ କରିବାକୁ ଚାହେ ଯେ ଭାରତକୁ ଜ୍ଞାନର ଏକ ପୀଠରେ ପରିଣତ କରିବା ଦିଗରେ ସମସ୍ତେ ସହଯୋଗର ହାତ ବଢ଼ାନ୍ତୁ। ଏଥିପାଇଁ ଗଠନମୂଳକ ଆଲୋଚନା ହେଉ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ତେଣୁ ଆମର ସମସ୍ତ ପ୍ରୟାସକୁ ଏକତ୍ରିତ କରି ଆମର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ଦିଗରେ ସଭିଏଁ ବ୍ରତୀ ହେବାକୁ ମୁଁ ଆହ୍ବାନ ଜଣାଉଛି।

କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ,
ଭାରତ ସରକାର

ସମ୍ବନ୍ଧିତ ଖବର