ଜନବହୁଳତାର ସମସ୍ୟା

ବିପିନ ବିହାରୀ ରାଉତ

ଜନସ˚ଖ୍ୟା ବୃଦ୍ଧି ସ˚ପର୍କିତ ସମସ୍ୟା ଆମ ରାଷ୍ଟ୍ର ଲାଗି ସ˚ପ୍ରତି ଏକ ମସ୍ତବଡ଼ ଆହ୍ବାନ। ଯେପରି ଦ୍ରୁତ ହାରରେ ଜନସ˚ଖ୍ୟା ବୃଦ୍ଧି ହେବାରେ ଲାଗିଛି, ତହିଁରେ ଆଗାମୀ କିଛି ବର୍ଷ ମଧୢରେ ସ୍ଥାନାଭାବ, ଖାଦ୍ୟାଭାବ, ଜଳାଭାବ, ପ୍ରାକୃତିକ ସ˚ସାଧନାଭାବ, ବେକାରି ବୃଦ୍ଧି ଆଦି ଭଳି ସମସ୍ୟା ଭୟାବହ ସ˚କଟର ରୂପ ନେବ। ଏହା ଯେ ଦେଶକୁ କବଳିତ କରିବ, ଏଥିରେ ସନ୍ଦେହ ନାହିଁ। ଭାରତର ଜନସ˚ଖ୍ୟା ଏବେ ୧୩୬ କୋଟିରୁ ଅଧିକ ହେଲାଣି ଏବ˚ ଏହାର କୁପ୍ରଭାବ ସର୍ବତ୍ର ଦେଖିବାକୁ ମିଳୁଛି।

ପୁଣି ଆଉ ଗୋଟିଏ ଦୃଷ୍ଟିରୁ ଜନବହୁଳତା ଆମ ଦେଶ ଲାଗି ଏକ ସ˚ପଦରେ ପରିଣତ ହୋଇପାରେ। ଯେମିତି କି ଭାରତର ଜନବହୁଳତା ଆମ ଦେଶକୁ ପୃଥିବୀର ଏକ ଅଗ୍ରଗଣ୍ୟ ବଜାରରେ ପରିଣତ କରିଛି। ସବୁ ନିର୍ମାଣକାରୀ ଏବ˚ ଯୋଗାଣକାରୀ ସ˚ସ୍ଥା ଭାରତକୁ ଏଥି ଲାଗି ଆସିବା ପାଇଁ ଚାହାନ୍ତି କାରଣ ଭାରତରେ ଏକ ବିଶାଳ ସ˚ଖ୍ୟକ ଉପଭୋକ୍ତା ଅଛନ୍ତି। ଦ୍ବିତୀୟ କଥା ହେଲା ଭାରତୀୟ ଜନସ˚ଖ୍ୟାର ଏକ ବିଶାଳ ଅ˚ଶ ଯୁବ ବର୍ଗ ହୋଇଥିବାରୁ ଏହା ଏକ ଈର୍ଷଣୀୟ ମାନବ ସମ୍ବଳ ମଧୢ। ତେବେ ଏହି ସମ୍ବଳର କିଭଳି ସୁପରିଚାଳନା କରାଯାଇପାରିବ, କିଭଳି ଏହି ମାନବସମ୍ବଳର ଦକ୍ଷତା ବୃଦ୍ଧି କରାଯାଇପାରିବ, ସେ ଦିଗରେ ସରକାର ଧୢାନ ଦେବା ନିହାତି ଜରୁରୀ।

କିନ୍ତୁ ଜନସ˚ଖ୍ୟା ବୃଦ୍ଧିର ଚାପ ରାଷ୍ଟ୍ରର ପ୍ରାକୃତିକ ସ˚ସାଧନ ଉପରେ ପ୍ରତିକୂଳ ଚାପ ପକାଉଛି। ଏହି କାରଣରୁ ଭାରତୀୟ ନାଗରିକମାନେ ଶିକ୍ଷା, ସ୍ବାସ୍ଥ୍ୟ, ରେଳ ଓ ସଡ଼କ ପରିବହନ ଭଳି କ୍ଷେତ୍ରରେ ସର୍ବନିମ୍ନ ସେବାରୁ ମଧୢ ବଞ୍ଚିତ ହେଉଛନ୍ତି। ସୁତରା˚, ଜନସ˚ଖ୍ୟା ଉପରେ ରୋକ ଲାଗିବା ନିତାନ୍ତ ଜରୁରୀ। ସୁଖର କଥା ଶିକ୍ଷିତ ଓ ସହରରେ ବସବାସ କରୁଥିବା ନାଗରିକମାନଙ୍କ ଭିତରେ ଏ ନେଇ ସଚେତନତା ଆସିଲାଣି। ସାଧାରଣତଃ ସହରରେ ଏବେ ଅତି କ୍ଷୁଦ୍ର ଅଣୁ ପରିବାରମାନେ ଦେଖିବାକୁ ମିଳିଲାଣି। କିନ୍ତୁ ଗ୍ରାମାଞ୍ଚଳରେ ଏ ନେଇ ସଚେତନତା କମ୍‌। ପୁତ୍ର ଲାଭ ଲାଗି ଅଧିକ ସ˚ଖ୍ୟକ କନ୍ୟାର ଜନକ ବା ଜନନୀ ହେବା ଏବେ ବି ଦେଖାଯାଉଛି। ତାହା ସହିତ ରହିଛି କମ୍‌ ବୟସରେ ଝିଅମାନଙ୍କୁ ବିବାହ ଦେବାର ପ୍ରଥା। ବେଆଇନ ହୋଇଥିିଲେ ମଧୢ ଏହି ପ୍ରଥା ଚାଲିଛି। କମ୍‌ ବୟସରେ ବିବାହ କରୁଥିବା ଦ˚ପତି ଅଧିକ ବର୍ଷ ସନ୍ତାନ ଉତ୍ପାଦନକ୍ଷମ ରହି ଜନସ˚ଖ୍ୟା ବୃଦ୍ଧିର କାରଣ ପାଲଟୁଛନ୍ତି।

ଏଭଳି ପରିସ୍ଥିତିରେ ଜନସ˚ଖ୍ୟା ବୃଦ୍ଧିକୁ ରୋକିବା ଲାଗି ସଚେତନତାର ପ୍ରସାର କରାଯିବା ଅତ୍ୟନ୍ତ ଜରୁରୀ। ବର୍ତ୍ତମାନ କମ୍‌ ସ˚ଖ୍ୟକ ସନ୍ତାନଙ୍କ ପିତାମାତାଙ୍କୁ ପ୍ରଦାନ କରାଯାଉଥିବା ସବୁଜ କାର୍ଡ ଓ ତଜ୍ଜନିତ ସୁବିଧାସୁଯୋଗର ପରିବର୍ଦ୍ଧନ କରାଯାଇ ସାଧାରଣ ଲୋକଙ୍କୁ ଏ ଦିଗରେ ପ୍ରଭାବିତ କରାଯିବା ଜରୁରୀ। ସବୁଠାରୁ ବଡ଼ କଥା ହେଲା ସାଧାରଣ ଲୋକେ ହୃଦୟଙ୍ଗମ କରିବା ଦରକାର ଯେ କ୍ଷୁଦ୍ର ପରିବାର ହିଁ ହେଉଛି ସୁଖୀ ପରିବାର। କାରଣ ଏକ ସୀମିତ ସମ୍ବଳ ମଧୢରେ ପିତାମାତା ଏକ କ୍ଷୁଦ୍ର ପରିବାରକୁ ଉନ୍ନତ ଜୀବନ ପ୍ରଦାନ କରିପାରନ୍ତି।

ଶ୍ରୀ ବିହାର କଲୋନି, ତୁଳସୀପୁର, କଟକ
ମୋ : ୯୪୩୭୬୬୬୪୫୩

ସମ୍ବନ୍ଧିତ ଖବର