କୋଭିଡ୍-୧୯ ମହାମାରୀ ଭାରତରେ ସଂକ୍ରମଣର ରେକର୍ଡ ଭାଙ୍ଗୁଥିବା ସମୟରେ ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି ପ୍ରକାଶ କରିଥିବା ଏକ ରିପୋର୍ଟ ମହାମାରୀ କାଳରେ ଏକ ଜୀବନାନୁକୂଳ ତଥ୍ୟ ପ୍ରଦାନ କରିଛି। ଦେଶର ୨୪ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଦ୍ବାରା ପ୍ରଦତ୍ତ ତଥ୍ୟ ଅନୁଯାୟୀ ମାର୍ଚ୍ଚ ୨୪ରୁ ମେ ୩୧ ମଧ୍ୟରେ ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୬୨ ପ୍ରତିଶତ ହ୍ରାସ ପାଇଛି। ଗତ ବର୍ଷ ଏହି ଅବଧିରେ ଭାରତରେ ୩୭,୦୧୮ଟି ଦୁର୍ଘଟଣା ଘଟି ୧୪,୩୮୫ ଜଣଙ୍କର ଅଦିନରେ ମୃତ୍ୟୁ ଘଟିଥିବା ବେଳେ ଏ ବର୍ଷ ଉଭୟ ଦୁର୍ଘଟଣା ଓ ମୃତ୍ୟୁ ସଂଖ୍ୟା ଉଲ୍ଲେଖନୀୟ ଭାବେ ହ୍ରାସ ପାଇଛି। ଏ ବର୍ଷ ସମାନ ସମୟରେ ଦୁର୍ଘଟଣା ସଂଖ୍ୟାରେ ୬୮% ହ୍ରାସ ଘଟି ୧୧,୬୪୫ ହୋଇଥିବା ସହ ମୃତ୍ୟୁ ସଂଖ୍ୟାରେ ୬୨.୪୦% କମି ୫,୪୦୯ ଜଣଙ୍କ ମୃତ୍ୟୁରେ ସୀମିତ ରହିଛି। ଉତ୍ତରାଖଣ୍ଡରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁରେ ସର୍ବାଧିକ ୯୦ ପ୍ରତିଶତ ହ୍ରାସ ପାଇଛି। ଏହା ପଛକୁ କେରଳରେ ଦ୍ବିତୀୟ ସର୍ବାଧିକ ୮୮.୭% ହ୍ରାସ ଘଟିଥିବା ଦେଖାଯାଇଛି। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମହାରାଷ୍ଟ୍ରରେ ମୃତ୍ୟୁ ସଂଖ୍ୟାରେ ସର୍ବାଧିକ ୧,୬୩୨ ହ୍ରାସ ଘଟିଛି। ସେହିପରି ରାଜସ୍ଥାନ, ଗୁଜୁରାଟ, ବିହାର ଓ ତେଲେଙ୍ଗାନାରେ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ଯଥାକ୍ରମେ ୧୧୭୧, ୯୦୦, ୮୯୮ ଓ ୬୦୪ ହ୍ରାସ ଘଟିଛି। କୋଭିଡ୍ ଜନିତ ଲକ୍ଡାଉନ୍ କାରଣରୁ ଆହତଙ୍କ ସଂଖ୍ୟାରେ ମଧ୍ୟ ବିଶେଷ ଭାବେ ହ୍ରାସ ଘଟିଛି। ଗତ ବର୍ଷ ତୁଳନାରେ ଏହି ବର୍ଷ ସେହି ଅବଧିରେ ୨୬,୦୦୦ କମ୍ ସଂଖ୍ୟକ ଲୋକ ଆହତ ହୋଇଛନ୍ତି।
ଲକ୍ଡାଉନ୍ ଅବଧି : ସଡ଼କ ନିରାପତ୍ତାର ସମୟ
ଦର୍ପଣ
/sambad/media/post_attachments/wp-content/uploads/2020/07/acc-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)