ଭୟାବହ କରୋନାର ଚିକିତ୍ସା ପାଇଁ ପ୍ଲାଜମା ଥେରାପି ଚିକିତ୍ସାକୁ ଗ୍ରହଣୀୟ ବୋଲି ବିଚାର କରାଯାଉଛି। ଇତିମଧୢରେ ଓଡ଼ିଶାରେ ମଧୢ ପ୍ଲାଜମା ଥେରାପି ଆରମ୍ଭ ହୋଇଛି। କରୋନାରୁ ସୁସ୍ଥ ହେଉଥିବା ରୋଗୀଙ୍କ ରକ୍ତ ସ˚ଗ୍ରହ କରାଯାଇ ଗୁରୁତର କରୋନା ରୋଗୀଙ୍କୁ ଯୋଗାଇ ଦିଆଯିବ ଯାହାଦ୍ବାରା ସ˚କ୍ରମିତ ଜଣକ ଆରୋଗ୍ୟ ଲାଭ କରିବେ। କଟକ ଏସ୍ସିବି ମେଡିକାଲ କଲେଜରେ ମୁଖ୍ୟମନ୍ତ୍ରୀ ପ୍ଲାଜମା ବ୍ୟାଙ୍କ ଉଦ୍ଘାଟନ କରିଛନ୍ତି। ପ୍ଲାଜମା ଥେରାପିରେ ଚିକିତ୍ସା ସେବା କେବଳ ଦିଲ୍ଲୀ ଓ ମହାରାଷ୍ଟ୍ରରେ ଚାଲିଥିବା ବେଳେ ଓଡ଼ିଶା ତୃତୀୟ ରାଜ୍ୟ ଭାବେ ଏ ଚିକିତ୍ସା ସେବା ଆରମ୍ଭ କରିବାକୁ ଯାଉଛି। କରୋନାରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରୁ ରକ୍ତ ଓ ପ୍ଲାଜମା ସ˚ଗ୍ରହ କରାଯାଇଥାଏ, ଯାହା ଚିକିତ୍ସାରେ ଲାଗେ। ରୋଗୀ ଜଣକ ସୁସ୍ଥତା ପାଇବାର ଚାରି ସପ୍ତାହ ଅର୍ଥାତ୍ ଗୋଟିଏ ମାସ ପରେ ହିଁ ସେମାନଙ୍କ ଠାରୁ ରକ୍ତ ସ˚ଗ୍ରହ କରାଯାଇଥାଏ। ତେଣୁ ଚଳିତ ମାସରେ ସର୍ବପ୍ରଥମେ ସୁସ୍ଥ ବ୍ୟକ୍ତିଙ୍କ ରକ୍ତ ସ˚ଗ୍ରହ ପ୍ରକ୍ରିୟା ଆରମ୍ଭ ହେଲେ ଖୁବ୍ ଶୀଘ୍ର ପରବର୍ତ୍ତୀ ସମୟରେ କରୋନା ରୋଗୀମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ। ସୂଚନାଥାଉ କି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୫୫୦୨ ଜଣ କରୋନା ରୋଗୀ ସୁସ୍ଥ ହୋଇସାରିଛନ୍ତି। ଏଭଳି କ୍ଷେତ୍ରରେ ସୁସ୍ଥ ହୋଇଥିବା ରୋଗୀଙ୍କୁ ରକ୍ତଦାନ ପାଇଁ ପ୍ରୋତ୍ସାହିତ କରାଯିବ। ସେମାନଙ୍କ ଅନୁମତି ପାଇବା ପରେ ହିଁ ରକ୍ତ ସ˚ଗ୍ରହ କରାଯାଇ ପ୍ଲାଜମା ବ୍ୟାଙ୍କରେ ରଖାଯିବ।
ଅତି ଗୁରୁତର ଅବସ୍ଥାରେ ଥିବା ରୋଗୀମାନଙ୍କ କ୍ଷେତ୍ରରେ କରୋନା ମୁକ୍ତ ହୋଇଥିବା ବ୍ୟକ୍ତିଙ୍କ ପ୍ଲାଜମା ଥେରାପି ଫଳପ୍ରଦ ହେଉଥିବା କୁହାଯାଉଛି। ତେବେ ପ୍ଲାଜମା ଥେରାପିକୁ ନେଇ ଚିକିତ୍ସା କ୍ଷେତ୍ରରେ ଅନେକ ଦ୍ବନ୍ଦ୍ବ ରହିଛି। ପ୍ଲାଜମା ଦାନ କରିବାକୁ ଚାହୁଁଥିବା ଲୋକମାନଙ୍କ ଉପଯୁକ୍ତ ସ୍କ୍ରିନି˚ ଠାରୁ ଆରମ୍ଭ କରି ଏହାକୁ ଗ୍ରହଣ କରୁଥିବା ଲୋକମାନଙ୍କ ଶରୀରରେ କି ପ୍ରକାର ପ୍ରଭାବ ଦେଖାଉଛି ତାହା ମଧୢ ସ˚ପୂର୍ଣ୍ଣ ଭାବେ ଲୋକଲୋଚନକୁ ଆସିନାହିଁ। ମାତ୍ର ୫% କରୋନା ସ˚କ୍ରମିତ ବ୍ୟକ୍ତିଙ୍କୁ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିଥାଏ। ଭେଣ୍ଟିଲେଟରରେ ଥିବା ବ୍ୟକ୍ତିମାନଙ୍କ କ୍ଷେତ୍ରରେ ପ୍ଲାଜମା ଥେରାପି ଜରିଆରେ ଚିକିତ୍ସା ସମ୍ଭବ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ଏପରିକି ଆମେରିକାର ଏଫ୍ଡିଏ ବା ଫୁଡ ଏଣ୍ତ ଡ୍ରଗ ଆଡମିନିଷ୍ଟ୍ରେସନ ନିଜ ଦେଶରେ ଏହାର ବ୍ୟବହାରକୁ ଅନୁମତି ଦେଇଛି। ତେଣେ ଚୀନ ସରକାର ଏହି ଥେରାପି ଜରିଆରେ ଗୁରୁତର ରୋଗୀଙ୍କ ଚିକିତ୍ସା କରିଥିବା କହିଛନ୍ତି। କେରଳ ସରକାର ମଧୢ ଏହି ଥେରାପି ଆରମ୍ଭ କରିଥିଲେ। ରକ୍ତରେ ପ୍ଲାଜମା ବାଦ ଆରବିସି, ଡବ୍ଲ୍ୟୁବିସି ଓ ପ୍ଲାଟଲେଟ ରହିଛି। ତେବେ ଯେଉଁ କରୋନା ସ˚କ୍ରମିତ ସୁସ୍ଥ ହୋଇ ସାରିଛନ୍ତି ତାଙ୍କ ଶରୀରରେ ଆଣ୍ଟିବଡିି ସୃଷ୍ଟି ହୋଇଥାଏ। ଗୁରୁତର ରୋଗୀଙ୍କ ଶରୀରରେ ଏହି ଆଣ୍ଟିବଡିି ପ୍ରବେଶ କରାଯାଇ କରୋନା ଭୂତାଣୁ ସହ ଲଢ଼ାଇବାରେ ସାହାଯ୍ୟ କରାଯାଏ। ତେବେ, ଯେଉଁ ବ୍ୟକ୍ତିମାନଙ୍କ ଠାରୁ ପ୍ଲାଜମା ନିଆଯିବ ସେମାନେ ଯେମିତି ଏଚ୍ଆଇଭି କିମ୍ବା ହେପାଟାଇଟିସ୍ରେ ପୀଡ଼ିତ ନ ଥାଆନ୍ତି ତାହା ଦେଖାଯିବା ଦରକାର। ଏହା ସହ ଅନ୍ୟ ଜଣେ ବ୍ୟକ୍ତିଙ୍କ ପ୍ଲାଜମା ଗୋଟିଏ ଶରୀରରେ ପ୍ରବେଶ କରିବା ପରେ ସ˚ପୃକ୍ତ ବ୍ୟକ୍ତିଙ୍କ ଶରୀର ଏହାକୁ କିଭଳି ଗ୍ରହଣ କରିବ ତାହା ମଧୢ ଜାଣିବା ଅତ୍ୟନ୍ତ ଜରୁରୀ। ନଚେତ୍ ପ୍ଲାଜମା ଗ୍ରହଣ କରିଥିବା ବ୍ୟକ୍ତିଙ୍କ ଶରୀରରେ ଆଲର୍ଜି ଠାରୁ ଆରମ୍ଭ କରି ରକ୍ତ ସ˚ଚାରଣ ଜନିତ ଫୁସଫୁସ ସ˚କ୍ରମଣ ଓ ସର୍କୁଲେଟାରି ଓଭରଲୋଡ ଓ ଅନ୍ୟ ରୋଗ ଦ୍ବାରା ଶିକାର ହେବାର ଆଶଙ୍କା ରହିଛି। ତେଣୁ ଅଧିକରୁ ଅଧିକ ଲୋକଙ୍କ ଉପରେ ଏହାର ଗବେଷଣା କରାଯିବା ପରେ ହିଁ ପ୍ଲାଜମା ଥେରାପିକୁ ବ୍ୟାପକ କରିବାର ସବୁଜ ସ˚କେତ ମିଳିବ।
ପ୍ଳାଜମା ହେଉଛି ରକ୍ତର ଲିକ୍ୟୁଇଡ କମ୍ପୋନେଣ୍ଟ। କରୋନା ରୋଗୀ ସୁସ୍ଥ ହେବା ପରେ ସେମାନଙ୍କ ରକ୍ତର ପ୍ଲାଜମାରେ ଆଣ୍ଟିବଡିି ତିଆରି ହୋଇଥାଏ। ଏହି ପ୍ଲାଜମାକୁ ଆଣି କରୋନା ଆକ୍ରାନ୍ତକୁ ଦିଆଗଲେ ଆଣ୍ଟିବଡିି ଆକ୍ରାନ୍ତ ବ୍ୟକ୍ତିଙ୍କ ଚିକିତ୍ସାରେ ସହାୟକ ହେବ। ପ୍ଲାଜମା ଥେରାପି ଏବର ନୁହେଁ। ୧୮୯୨ରୁ ଏହି ପ୍ରକ୍ରିୟାରେ ଚିକିତ୍ସା କରାଯାଉଛି। ଡିପଥେରିଆ ନାମକ ରୋଗର ଚିକିତ୍ସା ପାଇଁ ପ୍ରଥମେ ପ୍ଲାଜମା ଥେରାପି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଇବୋଲା, ସ୍ବାଇନ୍ ଫ୍ଲୁ, ସାର୍ସ ଭଳି ରୋଗର ଚିକିତ୍ସା ପାଇଁ ମଧୢ ପ୍ଳାଜମା ଥେରାପି ଦିଆଯାଇଛି। ଆକ୍ରାନ୍ତ ସୁସ୍ଥ ହେବାର ୧୪ ଦିନ ପରେ ଯାଇ ପ୍ଲାଜମା ଦାନ କରିପାରିବେ। ୧୮ରୁ ୬୦ ବର୍ଷ ବୟସର ଲୋକଙ୍କ ଠାରୁ ପ୍ଲାଜମା ନିଆଯାଇପାରିବ। ବ୍ୟକ୍ତିର ଓଜନ ୫୦ କିଲୋରୁ କମ୍ ହୋଇନଥିବ। ପ୍ଲାଜମା ଦେବା ପୂର୍ବରୁ ସେ ସୁସ୍ଥ ଅଛନ୍ତି କି ନାହିଁ ଏହାକୁ ଦେଖିବାକୁ ହେବ। ପ୍ଲାଜମା ଦାତାଙ୍କ ଠାରୁ ମେସିନ୍ରେ ରକ୍ତ ନିଆଯିବ। ତେବେ କେବଳ ପ୍ଲାଜମାକୁ ଗ୍ରହଣ କରିବା ପରେ ରକ୍ତ ପୁଣିଥରେ ବ୍ୟକ୍ତି ଦେହକୁ ଫେରି ଯିବ। ତିନି ମାସ ବ୍ୟବଧାନରେ ରକ୍ତଦାନ କରିବାକୁ ଥିବାବେଳେ ପ୍ଲାଜମା କିନ୍ତୁ ଜଣେ ସପ୍ତାହକୁ ଦୁଇ ଥର ଦାନ କରିପାରିବେ। ପ୍ଲାଜମାକୁ ଅଧିକ ଦିନ ଯାଏ ସ˚ରକ୍ଷଣ କରି ମଧୢ ରଖିହେବ। ଜଣେ ବ୍ୟକ୍ତିଙ୍କ ଠାରୁ ନିଆଯାଇଥିବା ପ୍ଲାଜମାକୁ ଦୁଇଜଣଙ୍କୁ ଦିଆଯାଇପାରିବ।
ଦିଲ୍ଲୀ ସରକାର ବର୍ତ୍ତମାନ ସୁଦ୍ଧା ୨୯ ଜଣ କୋଭିଡ ରୋଗୀଙ୍କ ଠାରେ ପ୍ଲାଜମାର କ୍ଲିନିକାଲ ପରୀକ୍ଷା କରିଛନ୍ତି ଓ ଏହାର ଫଳାଫଳ ମଧୢ ଖୁବ୍ ଭଲ ଆସିଛି। ନୂଆଦିଲ୍ଲୀ ପରେ ସେହିପରି ଭାରତର ସବୁଠାରୁ କରୋନା ପ୍ରପୀଡ଼ିତ ମହାରାଷ୍ଟ୍ରରେ ପ୍ଲାଜମା ଚିକିତ୍ସା ପ୍ରକଳ୍ପ ଆରମ୍ଭ ହେବାକୁ ଯାଉଛି। ଏହା ବିଶ୍ବର ସର୍ବବୃହତ୍ କନ୍ଭଲସେଣ୍ଟ ପ୍ଲାଜମା ଥେରାପି ପ୍ରକଳ୍ପ ହେବ ଯାହାର ନାମ ପ୍ଲାଟିନା ରହିଛି। ଏହି ଚିକିତ୍ସାକୁ ପାସିଭ୍ ଆଣ୍ଟିବଡିି ଚିକିତ୍ସା ମଧୢ କୁହାଯାଉଛି। ମହାରାଷ୍ଟ୍ରରେ ୨୧ଟି ମେଡିକାଲ କଲେଜରେ ଏହି ପ୍ରକଳ୍ପର ପରୀକ୍ଷଣ ଆରମ୍ଭ ହେବ। ସୂଚନା ଥାଉ କି ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଦେଶର ପ୍ରଥମ ରାଜ୍ୟ ଭାବେ କେରଳ ଗତ ଏପ୍ରିଲ ମାସରେ ପ୍ଲାଜମା ଥେରାପିର କ୍ଲିନିକାଲ ପରୀକ୍ଷା ଆରମ୍ଭ କରିଥିଲା। ଗତ ମେ ମାସରେ ଦେଶର ୨୧ଟି ହସ୍ପିଟାଲକୁ ପ୍ଲାଜମା ଥେରାପି ପାଇଁ ଆଇସିଏମ୍ଆରର ଅନୁମୋଦନ ମିଳିଥିଲା। ଏଥିରେ ଗୁଜୁରାଟ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲନାଡ଼ୁ, ମଧୢପ୍ରଦେଶ, ଉତ୍ତରପ୍ରଦେଶ, ପଞ୍ଜାବ, କର୍ଣ୍ଣାଟକ, ତେଲେଙ୍ଗାନା ଓ ଚଣ୍ତୀଗଡ଼ର କିଛି ବଛା ବଛା ହସ୍ପିଟାଲ ରହିଛି। ଓଡ଼ିଶାରେ ଏହି ଚିକିତ୍ସା ପଦ୍ଧତି ବିଶେଷ ସଫଳତା ଲାଭ କରିବ ବୋଲି ଆଶା।
ବିଭାଗୀୟ ମୁଖ୍ୟ, ହେପାଟୋଲୋଜି ବିଭାଗ, ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିିକାଲ କଲେଜ, କଟକ
ମୋ: ୯୪୩୭୦୫୧୯୫୭