ଭାରତରେ କରୋନା- କ’ଣ କରାଯିବା ଉଚିତ

ମହାମେଘବାହନ ଐର ଖାରବେଳ ସ୍ୱାଇଁ

ବିଭିନ୍ନ ସର୍ଭେରୁ ଜଣାପଡୁଛି ଯେ, ଆଗାମୀ ସେପ୍‌ଟେମ୍ବର ମାସ ଆରମ୍ଭ ବେଳକୁ ଭାରତରେ କରୋନା ମହାମାରୀ ଦ୍ବାରା ୩୫ ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବେ। ବେଙ୍ଗାଲୁରୁର ପ୍ରସିଦ୍ଧ ଇଣ୍ତିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ସାଇନ୍‌ସର ତଥ୍ୟ ଅନୁସାରେ ନଭେମ୍ବର ଆରମ୍ଭ ବେଳକୁ କରୋନା ରୋଗୀଙ୍କ ସ˚ଖ୍ୟା ୧ କୋଟି ୨୦ ଲକ୍ଷକୁ ବୃଦ୍ଧି ପାଇଥିବ। ଜାନୁଆରି, ୨୦୨୧ ଆରମ୍ଭ ବେଳକୁ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ୨ କୋଟି ୯୦ ଲକ୍ଷରେ ପହଞ୍ଚିଥିବ। ମାର୍ଚ୍ଚ ୨୦୨୧ ବେଳକୁ କରୋନା ରୋଗୀଙ୍କ ସ˚ଖ୍ୟା ୫ କୋଟି ୨୦ ଲକ୍ଷରେ ପହଞ୍ଚିଥିବ। ତାହା ଭାରତରେ କରୋନାର ଚରମ ପର୍ଯ୍ୟାୟ ବୋଲି ମଧ୍ୟ କୁହାଯାଇ ପାରିବ ନାହିଁ। ସେହିପରି ମୃତ୍ୟୁ ସ˚ଖ୍ୟା ଦେଖିଲେ, ସେପ୍‌ଟେମ୍ବର ଆରମ୍ଭ ବେଳକୁ ଭାରତରେ ୧ ଲକ୍ଷ ୪୦ ହଜାର ଲୋକ ମରିସାରିଥିବେ। ସେହି ଅନୁକ୍ରମରେ ନଭେମ୍ବର ବେଳକୁ ୫ ଲକ୍ଷ, ଜାନୁଆରି ୨୦୨୧ ବେଳକୁ ୧୦ ଲକ୍ଷ ଓ ମାର୍ଚ୍ଚ ୨୦୨୧ ବେଳକୁ ୨୮ ଲକ୍ଷ ଲୋକ ମରିସାରିଥିବେ। ଏହାର ଅର୍ଥ ହେଲା, କରୋନାକୁ ନିୟନ୍ତ୍ରଣ କରିବାରେ ପ୍ରଥମରୁ ଭାରତ ଯେଉଁ ସଫଳତା ଅର୍ଜନ କରିଥିଲା, ତାହା ଆଉ ରହିବ ନାହିଁ।

ଯେତେବେଳେ ପ୍ରଥମ ଦୁଇଟି ପର୍ଯ୍ୟାୟର ଲକ୍‌ଡାଉନ ଭାରତରେ ଲାଗୁ ହୋଇଥିଲା, ସେତେବେଳେ କରୋନା ସ˚କ୍ରମଣର ଗତି ଅତି ସାଧାରଣ ଅବା ନିମ୍ନ ଥିଲା। ୟୁରୋପୀୟ ଦେଶ ଇଟାଲି, ସ୍ପେନ, ଫ୍ରାନ୍‌ସ, ବ୍ରିଟେନ ଓ ଏପରିକି ଛୋଟ ଦେଶ ବେଲଜିୟମ ମଧ୍ୟ ଭୟାନକ ବୋଲି ମନେ ହେଉଥିଲେ। ପରେ ପରେ ଆମେରିକାର ଅବସ୍ଥା ଭୟାବହ ମନେ ହେଲା ଏବ˚ ଏବେ ମଧ୍ୟ ସେ ଦେଶକୁ ସେହି ନଜରରେ ଦେଖାଯାଉଛି। ଏବେ ଦକ୍ଷିଣ ଆମେରିକାର ଦେଶ ବ୍ରାଜିଲରେ ୮୦,୦୦୦ରୁ ଅଧିକ ଲୋକ ମରିଯିବା ଯୋଗୁଁ ସେଠାକାର ପରିସ୍ଥିତି ଭୟାବହ ଦିଶୁଛି। ଦକ୍ଷିଣ ଆମେରିକାର ରାଷ୍ଟ୍ର ମେକ୍‌ସିକୋ, ପେରୁ, କଲମ୍ବିଆ, ଚିଲି ଆଦି ରାଷ୍ଟ୍ରମାନଙ୍କରେ ମୃତ୍ୟୁ ସ˚ଖ୍ୟା ଖୁବ ଜୋରରେ ବଢୁଛି। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ (ଡବ୍‌ଲ୍ୟୁ.ଏଇଚ.ଓ.) ପକ୍ଷରୁ କୁହାଯାଇଛି ଯେ, ଆଫ୍ରିକାରେ ଏହି ରୋଗ ଅତି ଉଦ୍‌ବେଗଜନକ ଭାବରେ ବୃଦ୍ଧି ପାଉଛି। ଅର୍ଥାତ୍‌, କରୋନା ଚାରିଆଡ଼େ ବୁଲିବୁଲି ତା’ର କାୟା ବିସ୍ତାର କରୁଛି।

ଯଦିଓ ଏ ପର୍ଯ୍ୟନ୍ତ ଭାରତର ମୃତ୍ୟୁ ସ˚ଖ୍ୟା ଭୟାବହ ଲାଗୁନାହିଁ, ଆଗାମୀ ଦିନମାନଙ୍କରେ ତାହା ଭୟାବହ ହେବନାହିଁ, ତାହା କହି ହେବନାହିଁ। ଯେତେବେଳେ ଦୁଇ ପର୍ଯ୍ୟାୟର ଲକ୍‌ଡାଉନ୍‌କୁ ହାଲୁକା କରି ତା’କୁ ଅନ୍‌ଲକ୍‌ଡାଉନ୍‌ ରୂପେ ବର୍ଣ୍ଣନା କରାଗଲା, ସେତେବେଳେ ଭାରତରେ ଆର୍ଥିକ ଅଭିବୃଦ୍ଧିର ସ˚କେତ ମଧ୍ୟ ଦେଖାଗଲା। କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଗଲା, ଆର୍ଥିକ ଅଭିବୃଦ୍ଧିର ସବୁଜ କୁଆଁ ଗଜୁରି ଉଠିବାର ସ˚କେତ ମିଳୁଛି। କାରଣ ଯେଉଁ ଶ୍ରମିକମାନେ ଅନେକ କ୍ଷେତ୍ରରେ ଲକ୍ଷ ଲକ୍ଷ ସ˚ଖ୍ୟାରେ ପାଦରେ ଚାଲି ଚାଲି ନିଜ ରାଜ୍ୟମାନଙ୍କୁ ଫେରି ଆସିବାକୁ ଚେଷ୍ଟା କଲେ, ସେ ଅବସ୍ଥାର ପରିବର୍ତ୍ତନ ହେଲା, ଯେତେବେଳେ ବନ୍ଦ ପଡ଼ିଥିବା ଶିଳ୍ପମାନଙ୍କର ମାଲିକମାନେ ଗାଁମାନଙ୍କୁ ଆସି ଶ୍ରମିକମାନଙ୍କୁ ଫେରାଇ ନେବାକୁ ଚେଷ୍ଟା କଲେ। କିଛି ଶ୍ରମିକମାନେ ପୁଣି ସେମାନେ ଛାଡ଼ିଆସିଥିବା କାରଖାନାମାନଙ୍କୁ ଫେରିଗଲେ ମଧ୍ୟ। କିନ୍ତୁ ଲକ୍‌ଡାଉନ୍‌ କୋହଳ ହେଲା ପରେ ଦେଖାଗଲା ଲୋକମାନେ ବିକଳ ହୋଇ ବାହାରକୁ ବାହାରି ଆସିଲେ। ସେମାନେ କରୋନା ଠାରୁ ନିଜକୁ ନିରାପଦ ରଖିବାର ନିର୍ଦ୍ଦେଶାବଳୀକୁ ମାନିଲେ ନାହିଁ।

ଓଡ଼ିଶାକୁ ଦୃଷ୍ଟାନ୍ତ ରୂପେ ଦେଖିଲେ, ଅଧିକା˚ଶ କ୍ବାରାଣ୍ଟାଇନ୍ ସେଣ୍ଟର ମାନଙ୍କରେ କରୋନା ନିରୋଧୀ ନିୟମ ମାନିବା ପରିବର୍ତ୍ତେ ତାସ୍‌ ଖେଳିବା, ପାଖାପାଖି ବସି ଗପସପ କରିବା, ମଝିରେ ମଝିରେ କୁଆଡ଼େ ପଳାଇବା ଆଦି ଭଳି କରୋନାକୁ ନିମନ୍ତ୍ରଣ କରି ଆଣୁଥିବା ପଦକ୍ଷେପମାନ ସେଠାରେ ଥିବା ଲୋକମାନେ ନେଇଛନ୍ତି। ସେମାନଙ୍କୁ ଏଥିରୁ ନିବର୍ତ୍ତାଇବା ପାଇଁ ସରପଞ୍ଚ, ରାଜନୈତିକ ଲୋକମାନେ ଚେଷ୍ଟା ମଧ୍ୟ କଲେ ନାହିଁ। କାରଣ ସେମାନେ ଏହି ଅନ୍ତେବାସୀମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହିଁଲେ ନାହିଁ। କେବଳ ଓଡ଼ିଶାରେ ନୁହେଁ, ଭାରତର ଅଧିକା˚ଶ ଜାଗାମାନଙ୍କରେ ଏପରି ଘଟିଲା। କଲିକତାର ମମତା ବାନାର୍ଜୀ ସକାଳୁ ପ୍ରବଳ ଭିଡ଼ ହେଉଥିବା ଫୁଲ ବଜାରମାନଙ୍କୁ ଖୋଲି ଦେଲେ। ମୁମ୍ବାଇରେ ଅତ୍ୟନ୍ତ ଗଳି ଅଞ୍ଚଳ ମାନଙ୍କରେ ଓ ବଜାରରେ ଜନସାଧାରଣ ଯେମିତି କୌଣସି ଚିନ୍ତାହୀନ ଭାବରେ ବୁଲୁଥିଲେ ତା’ର ଦୃଶ୍ୟମାନ ଟି.ଭି. ପର୍ଦ୍ଦାମାନଙ୍କରେ ଦେଖାଯାଉଥିଲା। ମୁଖ୍ୟତଃ ଏହି କାରଣମାନଙ୍କ ଯୋଗୁଁ, ଲକ୍‌ଡାଉନ୍‌ କୋହଳ ହେଲା ପରେ କରୋନା ଉପରେ ନିୟନ୍ତ୍ରଣ ମଧ୍ୟ କୋହଳ ହୋଇଗଲା ଓ ବ୍ୟାପକ ଭାବରେ ବୃଦ୍ଧି ପାଇବାକୁ ଲାଗିଲା। ଏଥିପାଇଁ ବ୍ୟସ୍ତ ରାଜ୍ୟ ସରକାରମାନେ ପୁଣି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ମାନ ଲାଗୁ କଲେ। କେନ୍ଦ୍ର ସରକାର ଦ୍ବିତୀୟ ଲକ୍‌ଡାଉନ୍‌ ପରେ ଯେତେବେଳେ ଏହାକୁ କୋହଳ କଲେ, ସେତେବେଳେ ରାଜ୍ୟ ସରକାରମାନେ ପୁଣି ସାରା ରାଜ୍ୟରେ ନହେଲେ ମଧ୍ୟ ଅନେକ ନିର୍ଦ୍ଦିଷ୍ଟ ଅଞ୍ଚଳ ମାନଙ୍କରେ ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ଘୋଷଣା କଲେ। ଓଡ଼ିଶା ପରି ରାଜ୍ୟମାନଙ୍କରେ ୧୧ଟି ଜିଲ୍ଲାରେ ସପ୍ତାହର ଶେଷ ଦୁଇ ଦିନକୁ ସଟ୍‌ଡାଉନ୍‌ ହିସାବରେ ଘୋଷଣା କରାଗଲା। ମୁଖ୍ୟତଃ ସହରାଞ୍ଚଳମାନଙ୍କରେ ଅଧିକ କରୋନା ସ˚କ୍ରମଣ ହେଉଥିବାରୁୁ ସେହିଠାରେ ହିଁ ପୁଣି ଲକ୍‌ଡାଉନ୍‌, ସଟ୍‌ଡାଉନ୍‌ ପାଳନ କରାଗଲା। ଏବ˚ ଏହି ଅଞ୍ଚଳଗୁଡ଼ିକରେ ଶିଳ୍ପ ତଥା ବ୍ୟବସାୟ ଚାଲିଥା’ନ୍ତି। ଏହାକୁ ନିୟମିତ ଚଲାଇବା ପାଇଁ ଯେଉଁ ନିଶ୍ଚିତ ନୀତିର ଆବଶ୍ୟକତା ରହିଛି, ତାହା ଆଉ ରହିଲା ନାହିଁ। କେତେବେଳେ କେଉଁଠି ବନ୍ଦ ପାଳନ ହେବ, ତା’ର କିଛି ନିର୍ଦ୍ଦିଷ୍ଟତା ନ ରହିବା ଯୋଗୁଁ ଯେଉଁ ଗତିରେ ଶିଳ୍ପ, ବାଣିଜ୍ୟ ବ୍ୟବସ୍ଥାର ପୁନରୁତ୍‌ଥାନ ହୋଇଥିଲା, ତାହା ପୁଣି ଦବିଗଲା।

ଉଦାହରଣ ସ୍ବରୂପ ଜୁନ୍‌ ୧୫ ବେଳକୁ ୧ କୋଟି ୮୨ ଲକ୍ଷ ଇ-େୱବିଲ୍‌ ଜାରି ହୋଇଥିଲା ବେଳେ ଜୁଲାଇ ୧୩ ବେଳକୁ ତାହା କମି ୧ କୋଟି ୭୨ ଲକ୍ଷ ହୋଇ ଯାଇଥିଲା। ୫୦,୦୦୦ ଟଙ୍କାରୁ ଅଧିକ ମୂଲ୍ୟର ମାଲ ପରିବହନ ପାଇଁ ଏହି ଇ-େୱବିଲ୍‌ ଜାରି କରାଯାଇଥାଏ। ଶିଳ୍ପମାନଙ୍କ ଦ୍ବାରା ବିଦ୍ୟୁତ ଖର୍ଚ୍ଚ କମିବା, ଦେଶରେ ଘରୋଇ ଚାହିଦା କମିଯିବା ଆଦି ଘଟଣାମାନ ଅର୍ଥନୀତିର ସ˚କୋଚନର ସ˚କେତ ଦେଲେ। ନେମୁରା ଭାରତୀୟ ବ୍ୟବସାୟ ସୂଚକାଙ୍କ ଅନୁସାରେ ଜୁନ୍‌ ଶେଷ ବେଳକୁ ଏହା ୭୦.୫ ଥିଲା ବେଳେ ଜୁଲାଇ ୫ ବେଳକୁ ୬୯.୩ ଓ ଜୁଲାଇ ୧୨ ବେଳକୁ ୬୬.୮ କୁ କମିଯାଇଛି। ଆର୍ଥିକ ମାନକ ନିର୍ଦ୍ଧାରଣକାରୀ ସ˚ସ୍ଥା ଆଇ.ସି.ଆର.ଏ.ର ଆକଳନ ଅନୁଯାୟୀ ୨୦୨୧ର ଭାରତର ମୋଟ ଜାତୀୟ ଉତ୍ପାଦ (ଜି.ଡି.ପି.) ପୂର୍ବ ବର୍ଷ ଅପେକ୍ଷା ୯.୫% ସ˚କୁଚିତ ହେବ ଅର୍ଥାତ୍‌ କମିଯିବ। ଗତ ମାସର ଆକଳନ ଥିଲା ଯେ, ଏହା ୫% କମିବ।

ଭାରତର ସହରମାନଙ୍କରେ ଦେଖାଗଲା, ସେଠାରେ ଲକ୍‌ଡାଉନ ଲାଗୁ ହେବା ଓ ନହେବା ଉପରେ କରୋନା ସ˚କ୍ରମଣର ସ˚ଖ୍ୟା ବଢ଼ିବା ବା କମିବା ନିର୍ଭର କଲାନାହିଁ। ମୁମ୍ବାଇ ଓ ଚେନ୍ନାଇରେ ଲକ୍‌ଡାଉନ୍‌ ଉଠିଲା ପରେ ଆକ୍ରାନ୍ତ ମାନଙ୍କ ସ˚ଖ୍ୟା ବଢ଼ିବାକୁ ଲାଗିଲା। କିନ୍ତୁ ଦିଲ୍ଲୀରେ ଆକ୍ରାନ୍ତ ମାନଙ୍କ ଦୈନିକ ସ˚ଖ୍ୟା କମିଲା। ରାଷ୍ଟ୍ରୀୟ ଲକ୍‌ଡାଉନ୍‌ ପରେ ଦିଲ୍ଲୀରେ ଆଉ ଅଲଗା ଲକ୍‌ଡାଉନ୍‌ ଘୋଷଣା ହେଲା ନାହିଁ। କିନ୍ତୁ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା କମିଗଲା।

ସାରା ପୃଥିବୀର ଦେଶମାନଙ୍କୁ ଅନୁଶୀଳନ କଲେ ଦେଖାଯିବ ଯେ, ଲକ୍‌ଡାଉନ୍‌ କେତେକ ରାଷ୍ଟ୍ରରେ କାମ କଲା ଯେଉଁଠି ଏହା କଡ଼ାକଡ଼ି ଭାବରେ ଲାଗୁ ହେଲା। କାନାଡା ଲକ୍‌ଡାଉନ ଲାଗୁ କଲା। ସ୍କୁଲମାନଙ୍କୁ ବନ୍ଦ କରିଦେଲା। ଡେ କେୟାର ଓ ଅଫିସମାନଙ୍କୁ ବନ୍ଦ କରିଦେଲା। ଜୁନ୍‌ ମାସରେ ଠିକ ସମୟ ଦେଖି ଧୀରେ ଧୀରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଖୋଲିଲା। ଚାରିଆଡ଼େ କରୋନା ପରୀକ୍ଷା କରାଗଲା। ଏବେ ମଧ୍ୟ ସେଠାରେ ଔଷଧ ଦୋକାନ ମାନଙ୍କରେ କରୋନା ପରୀକ୍ଷା ଚାଲିଛି। ଭିଏତନାମ ହେଉଛି କରୋନା ରୋକିବାର ଆଉ ଏକ ସଫଳ କାହାଣୀ। ଯେଉଁ ଦିନ ଏହାର ଦୁଇ ଜଣ ନାଗରିକ କରୋନା ରୋଗାକ୍ରାନ୍ତ ବୋଲି ସାବ୍ୟସ୍ତ ହେଲେ, ସେହି ଦିନ ଭିଏତନାମ ଚୀନ ସହ ବିମାନ ଚଳାଚଳ ବନ୍ଦ କରିଦେଲା। ଗତ ମାର୍ଚ୍ଚ ମାସ ବେଳକୁ ସେ ଦେଶରେ ମାସ୍କ୍‌ ପିନ୍ଧିବାକୁ ବାଧୢତାମୂଳକ କରାଗଲା। ଏଯାଏ ସେଠାରେ କରୋନା ରୋଗରେ କେହି ମରି ନାହାନ୍ତି। ନ୍ୟୁଜିଲାଣ୍ତ ଗତ ଫେବ୍ରୁଆରି ୨୮ରେ ସେ ଦେଶର ପ୍ରଥମ କରୋନା ଆକ୍ରାନ୍ତର ଖବର ଘୋଷଣା କଲା। ମାର୍ଚ୍ଚ ୨୮ ବେଳକୁ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କଡ଼ାକଡ଼ି ଭାବରେ କରାଗଲା। ଏବେ ସେଠାରେ ଦିନକୁ ଜଣେ ଦୁଇଜଣ କରୋନା ରୋଗୀ ବାହାରୁଛନ୍ତି।

ଯେଉଁ ଦେଶମାନଙ୍କରେ ଲକ୍‌ଡାଉନ୍‌ କାମ କଲା ନାହିଁ ସେମାନଙ୍କ ମଧୢରେ ପ୍ରଥମ ହେଉଛି ଆମେରିକା। ଗତ ଜାନୁଆରିରେ ଏହାର ପ୍ରଥମ କରୋନା ରୋଗୀର କଥା ଜଣାପଡ଼ିଲା। ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ଏହି ଦେଶ ରାଷ୍ଟ୍ରୀୟ ଜରୁରିକାଳୀନ ଅବସ୍ଥା ଘୋଷଣା କଲାନାହଁ। ରାଷ୍ଟ୍ରୀୟ ସ୍ତରରେ ଆମେରିକା ଲକ୍‌ଡାଉନ୍‌ ଘୋଷଣା କଲାନାହିଁ। ଏହି ଦେଶ ତା’ର ରାଜ୍ୟମାନଙ୍କୁ ଛାଡ଼ିଦେଲା, ସେମାନଙ୍କ ନିଜ କାର୍ଯ୍ୟ ପନ୍ଥା ସ୍ଥିର କରିବା ପାଇଁ। ଇଟାଲିର ବାଣିଜ୍ୟିକ ସମ୍ପର୍କ ଚୀନ ସହ ଅତି ଘନିଷ୍ଠ ହୋଇଥିବାରୁ ସେଇଠୁ ଏ ଦେଶ ପ୍ରଥମ କରୋନା ରୋଗ ପାଇଲା। କିନ୍ତୁ ଏତେ ଜୋରରେ ଏ ଦେଶରେ କରୋନା ମାଡ଼ିଗଲା ଯେ, ଏହାର ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ୍ଣ ଭାବରେ ରୋଗ ସହ ତାଳ ଦେଇ ନପାରି ଏକ ପ୍ରକାର ଅକାମି ହୋଇଗଲା। କିନ୍ତୁ ବହୁତ ଲୋକ ମରିଗଲା ପରେ ଏ ଦେଶ ତାର ନିଜ ଯୋଜନା ଅନୁସାରେ ଲକ୍‌ଡାଉନ୍‌ ଲାଗୁ କଲା। ସ୍ବିଡେନ ହେଉଛି ଗୋଟିଏ ପ୍ରମୁଖ ‘ନୋରଡିକ୍‌’ ଦେଶ ଯାହା ଉତ୍ତର ମେରୁ ସହ ଲାଗିଛି। ଏ ଦେଶର ପ୍ରଶାସକମାନଙ୍କର ଗୋଟିଏ ବଦ୍ଧମୂଳ ଧାରଣା ଥିଲା ଯେ, କିଛି ଲୋକଙ୍କୁ ରୋଗ ଆକ୍ରାନ୍ତ କଲେ ସେମାନଙ୍କ ଦେହରେ ଆପେ ଆପେ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥାଏ। ଏହାକୁ ଗୋଷ୍ଠୀ ସୁରକ୍ଷା କୁହାଯାଏ। ସ୍ବିଡେନରେ ସେଇଆ ହେବ ବୋଲି ସେମାନେ ଭାବୁଥିଲେ। ତେଣୁ ସେଠାକାର ସରକାର ଆଦୌ ଲକ୍‌ଡାଉନ ଲାଗୁ କଲେନାହଁ। ତେଣୁ ‘ନୋରଡିକ୍‌’ ଦେଶମାନଙ୍କ ମଧ୍ୟରେ ସର୍ବାଧିକ ମୃତ୍ୟୁ ଏହି ଦେଶରେ ହୋଇଛି।

ଭାରତ ଯଦି ଅତି ଭୟାବହ ଅବସ୍ଥା ସୃଷ୍ଟି ହେଉ ବୋଲି ନ ଚାହେଁ ତେବେ ଜନସାଧାରଣଙ୍କୁ କରୋନା ମୁକାବିଲା ପ୍ରକ୍ରିୟାରେ ଆହୁରି ଅଧିକ ସ˚ପୃକ୍ତ କରିବାକୁ ପଡ଼ିବ। ଶିଳ୍ପ ଜଗତ୍‌କୁ ମଧ୍ୟ ଏହି ସୁରକ୍ଷା କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଇବାକୁ ପଡ଼ିବ, ଯେମିତିକି ତାଙ୍କ କାରଖାନାମାନଙ୍କରେ ମାସ୍କ୍‌ ପିନ୍ଧିବା, ହାତ ଧୋଇବା ଓ ସାମାଜିକ ଦୂରତ୍ବ ରକ୍ଷାକରିବା ଏକ ନୂଆ ନିୟମରେ ପରିଣତ ହୁଏ। ଭାର୍ଚୁଆଲ ମିଟିଙ୍ଗ (ମୋବାଇଲ ଯୋଗେ), ଟେଲି ମେଡିସିନ, ଇ-ଶିକ୍ଷା ଆଦି ଏଣିକି ନୂଆ ମନ୍ତ୍ର ହେବ। ନୂଆ କରି ଖୋଲୁଥିବା ଘରୋଇ କମ୍ପାନିମାନେ ଏହି ନୂଆ ପଦ୍ଧତି ଲାଗୁ କରନ୍ତୁ। ସି.ଆଇ.ଆଇ., ଫିକି, ଆସୋଚେମ ପରି ଶିଳ୍ପ ସ˚ଗଠନମାନଙ୍କୁ ଏହି ନୂଆ ପଦ୍ଧତି ଲାଗୁ ପାଇଁ ପ୍ରଭାବିତ କରାଯିବା ଦରକାର। କାରଖାନା, ଅଫିସ ଓ ଏପରିକି ଘରେ ମଧ୍ୟ ମାସ୍କ୍‌ ପିନ୍ଧିବାର ଆବଶ୍ୟକତା ଅଛି ବୋଲି ଜନ ସଚେତନତା ସୃଷ୍ଟି କରାଯିବା ଦରକାର।

ଏବେ ସରକାରମାନେ ସ୍ବାସ୍ଥ୍ୟ ସେବା ପାଇଁ ବଜେଟରେ ଅଧିକ ଅର୍ଥ ଆବଣ୍ଟନ କରିବା ଦରକାର। ମାତ୍ର ୨/୩% ଜିଡିପିର ଅର୍ଥ ସ୍ବାସ୍ଥ୍ୟ ସେବା ପାଇଁ ଖର୍ଚ୍ଚ ହେଉଥିବା ବେଳେ ତାହା ବଢ଼ିବା ଏକାନ୍ତ ଆବଶ୍ୟକ। ମେଡିକାଲ ପାଠ୍ୟକ୍ରମମାନଙ୍କରେ ଏବେ ସ˚କ୍ରାମକ ରୋଗ ଚିକିତ୍ସାକୁ ବିଶେଷ ଗୁରୁତ୍ବ ଦିଆଯାଉ। ଅଧିକରୁ ଅଧିକ ଡାକ୍ତରମାନେ ଯେମିତି ସ˚କ୍ରାମକ ରୋଗ ପାଠ ପଢ଼ନ୍ତି, ଏ କଥା ପ୍ରତି ଧୢାନ ଦିଆଯିବା ଉଚିତ। ରୋଗ ଚିକିତ୍ସାର ଅର୍ଥ କେବଳ କ୍ୟାନ୍‌ସର, ହୃଦରୋଗ ଆଦି ବ୍ୟକ୍ତିଗତ ରୋଗ ନୁହେଁ, ମହାମାରୀ ସେ କ୍ଷେତ୍ରରେ ବହୁ ଅଧିକ ଭୟାନକ ଏ କଥା ସମ୍ପର୍କରେ ଡାକ୍ତରୀ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯିବା ଦରକାର। ସ˚କ୍ରାମକ ରୋଗକୁ ଏକ ସୁପର ସ୍ପେସିଆଲିଷ୍ଟ ବିଷୟ ଭାବରେ ଗ୍ରହଣ କରାଯିବା ଉଚିତ।

ଅଧିକରୁ ଅଧିକ ନର୍ସ, ସ୍ବାସ୍ଥ୍ୟ କର୍ମୀ ଇତ୍ୟାଦିଙ୍କୁ କିପରି ସ˚କ୍ରାମକ ରୋଗର ଚିକିତ୍ସା କରାଯିବ ସେ ସମ୍ପର୍କରେ ଅଧିକ ତାଲିମ ଦିଆଯିବା ଆବଶ୍ୟକ। ଗତ ଏକ ଦଶନ୍ଧି ମଧ୍ୟରେ ବିଶ୍ବରେ ଏକାଧିକ ମହାମାରୀ ବ୍ୟାପିଲାଣି। ତେଣୁ ଭାରତ କେବଳ ମେଡିକାଲ କଲେଜ ଓ ତା’ର ଭିିତ୍ତିଭୂମି ନିର୍ମାଣ ଉପରେ ଧୢାନ ନଦେଇ ଡାକ୍ତରଖାନା ମାନଙ୍କର ଡିଜାଇନରେ ମଧ୍ୟ ପରିବର୍ତ୍ତନ କରିବା ଆବଶ୍ୟକ ଯେମିତିକି ସେଠାରେ ସ˚କ୍ରାମକ ରୋଗୀମାନଙ୍କର ଅଲଗା ଚିକିତ୍ସା କରାଯାଇ ପାରିବ। ଭାରତ ନିଜେ ମେଡିକାଲ ଯନ୍ତ୍ରପାତି, ଫାର୍ମାସିୟୁଟିକାଲ ଦ୍ରବ୍ୟ, ଟିକା ଓ ରୋଗୀ ଚିକିତ୍ସା ସହ ସ˚ପୃକ୍ତ ବ୍ୟକ୍ତିମାନଙ୍କର ବ୍ୟକ୍ତିଗତ ସୁରକ୍ଷା ଉପକରଣ ନିଜେ ତିଆରି କରୁ। ଅନ୍ୟ ଦେଶମାନଙ୍କ ଉପରେ ଏଥିପାଇଁ ନିର୍ଭର ନକରୁ। ହୁଏତ ଏସବୁ ଉତ୍ପାଦନ ପାଇଁ ଭାରତ ସରକାର ସରକାରୀ ଉଦ୍ୟୋଗ ଖୋଲିପାରିବେ ଯେମିତି ଆବଶ୍ୟକ ମୁତାବକ ମେଡିକାଲ ଦ୍ରବ୍ୟ ସଙ୍ଗେ ସଙ୍ଗେ ମିଳିପାରିବ।

ମୋ-୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର