ଆଧୁନିକ ସଭ୍ୟତା ଏବ˚ ଅସହାୟ ଜୀବନ

ଦିଗ୍‌ବଳୟର ଏ ପାଖରେ - ଜୟନ୍ତ କୁମାର ବିଶ୍ୱାଳ

ସାରା ବିଶ୍ବରେ କରୋନା ଭାଇରସ୍‌ ଜନିତ ସୃଷ୍ଟି ହୋଇଥିବା ଅଭୂତପୂର୍ବ ପରିସ୍ଥିତି ଆମ ପରି ସାଧାରଣ ଲୋକମାନଙ୍କୁ ଅଳ୍ପ ବହୁତ ଦାର୍ଶନିକ କରି ଦେଇଛି। ବ୍ୟକ୍ତିଗତ କଥାବାର୍ତ୍ତା ଠାରୁ ଆରମ୍ଭ କରି ସମ୍ବାଦପତ୍ର, ସାମାଜିକ ଗଣମାଧୢମ ଯଥା ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌ ପର୍ଯ୍ୟନ୍ତ ସବୁଥିରେ ଜୀବନ, ମୃତ୍ୟୁ, ସଭ୍ୟତା ସମ୍ପର୍କରେ ଚିନ୍ତାଶୀଳ ମନ୍ତବ୍ୟମାନଙ୍କର ମଧୢ ଆଦାନପ୍ରଦାନ ହେଉଛି। ସେ ସବୁର କିଛିଟା ନିଷ୍କର୍ଷ ପ୍ରଦାନ କରିବା ଏହି ଆଲେଖ୍ୟର ଉଦ୍ଦେଶ୍ୟ।

ପ୍ରକୃତରେ ଏହା ଏକ ଅଭୂତପୂର୍ବ ପରିସ୍ଥିତି। ବିଶ୍ବର ସମଗ୍ର ସଭ୍ୟତା ଯେ ଦିନେ ସମ୍ପୂର୍ଣ୍ଣ ନିସ୍ତବ୍‌ଧ ହୋଇଯିବ, ଏହା ଆମର କଳ୍ପନା ଭିତରେ କେବେ ବି ନ ଥିଲା। ଯେଉଁ ଦ୍ରୁତ ବେଗରେ ମଣିଷ ସଭ୍ୟତା ମାଡ଼ି ଚାଲିଛି, ଗଗନ-ଚୁମ୍ବୀ ଅଟ୍ଟାଳିକା ନିର୍ମାଣ ହେଉଛି; ନଦୀ, ହ୍ରଦ, ସମୁଦ୍ରରେ ମଣିଷର ପରାକ୍ରମ ଜାରି ରହିଛି; ଅନ୍ୟ ସମସ୍ତ ଜୀବଜଗତ୍‌, ପ୍ରକୃତି ଉପରେ ମଣିଷ ତା’ର କର୍ତ୍ତୃତ୍ବକୁ ସାବ୍ୟସ୍ତ କରିପାରିଛି। ସମୁଦ୍ର ଗର୍ଭ ଠାରୁ ଆରମ୍ଭ କରି ଅନ୍ତରୀକ୍ଷ ପର୍ଯ୍ୟନ୍ତ ତା’ର ପ୍ରଭୁତ୍ବକୁ ବିସ୍ତାର କରି ଚାଲିଛି; ଅହର୍ନିଶ କଳ କାରଖାନା, ଯାନବାହାନରେ ସଭ୍ୟତାର ଦୌଡ଼ ଲାଗି ରହିଛି- ଲାଗୁଥିଲା ବିଜ୍ଞାନ, ବୁଦ୍ଧି, ଧନକୁ ନେଇ ମଣିଷ ସଭ୍ୟତାର ଏହି ଯାତ୍ରା ଯେପରି ଚିରନ୍ତନ ଚାଲି ରହିଥିବ। ମଣିଷ ତାର ଅପରିମେୟ ଶକ୍ତି ବଳରେ, ସବୁବେଳେ ଏମିତି ଅପ୍ରତିହତ ହୋଇ ରହିଥିବ। ମାତ୍ର ଏକବି˚ଶ ଶତାବ୍ଦୀର ଏହି ସମୃଦ୍ଧ, ଶକ୍ତିମାନ ସଭ୍ୟତା ଯେ ଗୋଟିଏ ନଗଣ୍ୟ ଅଣୁଜୀବ ଦ୍ବାରା ଭୂଲୁଣ୍ଠିତ ହୋଇପଡ଼ିବ ଏହି ବିଡ଼ମ୍ବନା କଳ୍ପନା କରି ହେଉନଥିଲା।

ଅବଶ୍ୟ ଅତୀତର ଅନ୍ୟ ସବୁ ମହାମାରୀ ପରି ଏ ମହାମାରୀରୁ ମଧୢ ମାନବ ସମାଜ ସମୟକ୍ରମେ ଉତ୍ତୀର୍ଣ୍ଣ ହୋଇଯିବ। ଚିକିତ୍ସା ବିଜ୍ଞାନରେ ଗବେଷଣା ଫଳରେ ଔଷଧ, ପ୍ରତିଷେଧକ ସବୁ ପ୍ରସ୍ତୁତ ହୋଇଯିବ ଏବ˚ ଏକ ପ୍ରଲମ୍ବିତ ‘କାମୋଟୋଜ୍‌’ ଅବସ୍ଥା ପରେ ସଭ୍ୟତା ପୁଣି ତା’ର ପ୍ରମତ୍ତ ଯାତ୍ରା ଆରମ୍ଭ କରିଦେବ। ମାତ୍ର ଏହା ଭିତରେ ଗୋଟିଏ ଅପ୍ରତ୍ୟାଶିତ ଉପଲବ୍‌ଧି ହେଉଛି ଯେ ବ୍ୟକ୍ତିଗତ ଜୀବନରେ ଯେପରି ସବୁକିଛି ଧ୍ରୁବ ନିଶ୍ଚିତ ନୁହେଁ, ବୃହତ୍ତର ସାମାଜିକ ଜୀବନରେ, ମାନବ ସଭ୍ୟତାର ସର୍ବବ୍ୟାପୀ କ୍ଷେତ୍ରରେ ମଧୢ ସବୁକିଛି ସ୍ଥିର ନିଶ୍ଚିତ ନୁହେଁ। ଏତେ ଦାମ୍ଭିକତା ଦେଖାଉଥିବା ଏକବି˚ଶ ଶତାବ୍ଦୀର ଏ ମାନବ ସଭ୍ୟତା ମଧୢ ସ୍ପର୍ଶଭଙ୍ଗୁର, ଅସହାୟ ଅଟେ। ମଣିଷ ଜାତି ତା’ର ଆତ୍ମସର୍ବସ୍ବ ମାନସିକତା କାରଣରୁ ଏହି ମହାମାରୀ ପରି କେତେକଅଣ ବିପର୍ଯ୍ୟୟକୁ ମଧୢ ଭବିଷ୍ୟତରେ ନିମନ୍ତ୍ରଣ କରିପାରେ। ଆହୁରି ଭୟଙ୍କର ମହାମାରୀ ଠାରୁ ଆରମ୍ଭ କରି ପରିବେଶ ଜନିତ ପ୍ରଳୟଙ୍କରୀ ଧ୍ବ˚ସ ମଧୢ ଦେଖାଯାଇପାରେ, ଯାହାର ପୂର୍ବାଭାସ ମଧୢ ମିଳିଲାଣି। କିନ୍ତୁ ଏତେଦୂର ଭୋଗ-ଲିପ୍‌ସାର ଜୀବନ ଭିତରେ ଆମେ ନିମଜ୍ଜିତ ହୋଇଯାଇଛୁ ଏବ˚ ଏତେଦୂର ଏକ ବଜାର ଭିତ୍ତିକ ପ୍ରଯୁକ୍ତି ବିଦ୍ୟା ଆମକୁ ସେ ଭୋଗ ପ୍ରତି ଆସକ୍ତ କରି ଚାଲିଛି ଯେ ଆମେ ଭାବିନେଇଛୁ ଏ ପାର୍ଥିବ ସୁଖ, ବିଳାସର ଜୀବନ ସବୁଦିନ ପାଇଁ ଚାଲି ରହିଥିବ। ଦ୍ବାରବନ୍ଧ ବାହାରେ କ’ଣ ଅନିଶ୍ଚିତତା, ଅସହାୟତା ଅପେକ୍ଷା କରି ରହିଛି, ତାହା ଆମେ ଜାଣିପାରୁନାହୁଁ। ତେବେ ଏ କଥା ବର୍ତ୍ତମାନ ସ୍ପଷ୍ଟ ଯେ ଏକବି˚ଶ ଶତାବ୍ଦୀର ଏହି ଚରମ ଉତ୍କର୍ଷ ସମ୍ପନ୍ନ ସଭ୍ୟତା ସମ୍ପର୍କରେ ଆମର ନିଶ୍ଚିତତାବୋଧର ମୃତ୍ୟୁ (death of certitudes) ଘଟି ସାରିଛି।

ଏହି ଦୁଃସ୍ଥିତିକୁ ଅନୁଧୢାନ କଲେ ଆହୁରି ଅନେକ ଅନୁଭବ ସାମ୍‌ନାକୁ ଆସିଯାଏ, ଯେପରିକି ଜଗତ୍‌କରଣର ମଧୢ ଏକ ଭୟଙ୍କର ଦିଗ ରହିପାରେ। ଆଜି ବିଶ୍ବର ସମୃଦ୍ଧ ଅର୍ଥନୈତିକ ବ୍ୟବସ୍ଥା ଯଦି ଜଗତ୍‌କରଣର ଭିତ୍ତିଭୂମି ଉପରେ ପ୍ରତିଷ୍ଠିତ, ତେବେ ଆଜି ମଧୢ ବିଶ୍ବ ସମାଜର ଦୁଃସ୍ଥିତିର କାରଣ ଜଗତ୍‌କରଣ। ଏହା ଆଶ୍ଚର୍ଯ୍ୟଜନକ ଭାବେ ସତ୍ୟ ଯେ ଏହି ସମୟରେ ବିଶ୍ବର ପ୍ରତ୍ୟେକ ଦେଶ ଜଗତ୍‌କରଣକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ଜଗତ୍‌କରଣର ସମସ୍ତ ପ୍ରତୀକ- ଏୟାରପୋର୍ଟ, ହୋଟେଲ, ମଲ୍‌ ଇତ୍ୟାଦି- ସବୁ ବନ୍ଦ ହୋଇଯାଇଛି। ଏହା କ’ଣ ଏକ ଇଙ୍ଗିତ କି ଯେଉଁ ଜଗତ୍‌କରଣକୁ ଆମେ ଆପଣେଇ ନେଇଛେ, ତାହାର ଏକ ପୁନର୍ବିଚାର ପ୍ରୟୋଜନୀୟ? ଜଗତ୍‌କରଣ ଯଦି ଆମ ଜୀବନର ପ୍ରତ୍ୟେକ ଆବଶ୍ୟକତା ପାଇଁ ଆମକୁ ପର ଉପରେ ନିର୍ଭରଶୀଳ କରାଉଥିବ; ଏହା ଯଦି ଆମର ଭୋଗ-ପ୍ରବୃତ୍ତିକୁ ତ୍ପୋତ୍ସାହନ ଦେଇ ଆମକୁ କେବଳ ବସ୍ତୁ-ପ୍ରମତ୍ତ କରାଉଥିବ- ଏହା ତ ଆମ ପାଇଁ ଆଦୌ ଶୁଭଙ୍କର ନୁହେଁ।

କରୋନା ଭାଇରସ୍‌ର ବ୍ୟାପ୍ତି ଉହାନ୍‌ର ଏକ ବୀଭତ୍ସ କ˚ସେଇଖାନାରୁ ଆରମ୍ଭ ହୋଇଛି ବୋଲି ଜଣାଯାଏ। ସୃଷ୍ଟିର ସମସ୍ତ ଜୀବଜନ୍ତୁଙ୍କୁ ଏକ ଉଦ୍ଧତ ମନୋବୃତ୍ତିରେ ନିଜର ତାମସିକ ଲାଳସା ପାଇଁ ସ˚ହାର କରିବାର ପରିଣାମ କେତେ ସା˚ଘାତିକ ହୋଇପାରେ, ତାହାର ଏହା ଏକ ନଗ୍ନ ଦୃଷ୍ଟାନ୍ତ। ପ୍ରକୃତି ଠାରୁ ମଣିଷ କେତେ ବିଚ୍ଛିନ୍ନ ହୋଇ ସାରିଲାଣି ତା’ର ଏକ ସଦ୍ୟ ପ୍ରମାଣ ହେଉଛି ଯେ ଯେତେବେଳେ କରୋନା ଡରରେ ମଣିଷ ନିଜକୁ ଆତ୍ମରୁଦ୍ଧ କଲା, ସେତେବେଳେ ନଦୀ, ସମୁଦ୍ର, ବୃକ୍ଷଲତା, ଆକାଶ, ପବନ, ଜୀବଜନ୍ତୁ ସବୁ ସେମାନଙ୍କର ସୁନ୍ଦର ସ୍ବତଃସ୍ଫୂର୍ତ୍ତତାରେ ଆତ୍ମପ୍ରକାଶ କଲେ। ଏହିଥିରୁ ଏକ ଅନୁଭବ ହୁଏ ଯେ, ସୃଷ୍ଟି ପାଇଁ ମଣିଷ ପ୍ରଜାତି ଯେପରି ଆଉ ଗ୍ରହଣୀୟ ନୁହେଁ। ଏହାର ତାତ୍ପର୍ଯ୍ୟ ହେଲା ଯେ ସୃଷ୍ଟିରେ ରହିବାକୁ ହେଲେ ମଣିଷକୁ ଅନ୍ୟ ସମସ୍ତ ଜୀବଜନ୍ତୁ, ସ୍ଥାବର ଜଙ୍ଗମ ସହ ସହାବସ୍ଥାନ କରିବାକୁ ପଡ଼ିବ; ସେମାନଙ୍କ ଉପରେ ପ୍ରଭୁତ୍ବ ବିସ୍ତାର କରି ନୁହେଁ, ସେମାନଙ୍କୁ ନିଶ୍ଚିହ୍ନ କରି ନୁହେଁ।

ଏହି ସମୟରେ ଆଉ ଏକ ବିଶେଷ ଉପଲବ୍‌ଧି ହେଉଛି ଯେ ପ୍ରକୃତରେ ବହୁତ କମ୍‌ରେ ଆମେ ଚଳିପାରିବା। ଏହା ଅବଶ୍ୟ ସତ୍ୟ ଯେ ବାହାରକୁ ଯିବାର ନ ଥିଲା; କେବଳ ଘର ଭିତରେ ଆବଦ୍ଧ ହୋଇ ରହିବାକୁ ହେଉଥିଲା। ମାତ୍ର ଏହା ସତ୍ତ୍ବେ ବି ଏହି କଥା ଅନୁଭବ ହେଲା ଯେ ପରିଧାନ, ଆହାର ପରି ଅନେକ କଥାରେ ଏକ ସ୍ବଳ୍ପଭୋଗୀର ଜୀବନ ସ୍ବଚ୍ଛନ୍ଦ ଭାବେ ବଞ୍ଚିହେବ। ଆମକୁ ଅହର୍ନିଶ ଘେରି ରହିଥିବା ବଜାର ବନ୍ଦ ଥିଲା ଏବ˚ ଅତୀତର ଦିନ ପରି, ଆମେ ଅତି କମ୍‌ରେ ନିଜର ମୌଳିକ ଆବଶ୍ୟକତାକୁ ପୂରଣ କରି ବଞ୍ଚିବା ଶିଖିଯାଇଥିଲୁ। ସାମାନ୍ୟ ଆତ୍ମନିରୀକ୍ଷଣ କରି ଦେଖିଲେ ଲାଗୁଥିଲା, ଜୀବନକୁ କେତେ କମ୍‌ରେ ସୁନ୍ଦର ଭାବେ ମଧୢ ବଞ୍ଚି ହୋଇଯାଇପାରିବ। ମାତ୍ର ଆମେ ଆମର ଜୀବନକୁ ଖାଲି ବାହ୍ୟ ରଙ୍ଗ, ଢଙ୍ଗ (Superfluities) ଭିତରେ ନିମଜ୍ଜିତ କରି ରଖିଛୁ, ସେହି ବାହ୍ୟ ରଙ୍ଗ, ଢଙ୍ଗ ସହ କ୍ରମାଗତ ଆସକ୍ତି ଫଳରେ ସେଗୁଡ଼ିକ ଏବେ ଆମକୁ ଆମର ମୌଳିକ ଆବଶ୍ୟକତା ପରି ପ୍ରତୀତ ହେଉଛି। ଆମର ବସ୍ତ୍ର, ଖାଦ୍ୟ, ନିବାସ, ଯାନବାହାନ, ମନୋରଞ୍ଜନ ଇତ୍ୟାଦି ଜୀବନର ଯାବତୀୟ କ୍ଷେତ୍ରରେ ବେଶି ବେଶି ‘ସୁପର‌୍‌ଫ୍ଳୁଇଟିଜ୍‌’କୁ ଆବୋରି ଧରିବାଟା ଆମ ଜୀବନର ସଫଳତା ବୋଲି ଧରିନେଇଛୁ। କିନ୍ତୁ ଆଜି ଅନୁଭବ ହେଉଛି ଯେ ଆମର ଶାରୀରିକ ପରିପୁଷ୍ଟି ପାଇଁ, ଆମର ପ୍ରକୃତ ସୁଖ ଓ ଆନନ୍ଦ ପାଇଁ ବହୁତ କିଛି ସାମଗ୍ରୀ, ସାଧନର ଆବଶ୍ୟକତା ନାହିଁ। ବର˚ ପ୍ରାଚୁର୍ଯ୍ୟ ଜୀବନକୁ ସ୍ବତଃସ୍ଫୂର୍ତ୍ତ ଭାବରେ ଅନୁଭବ କରିବାରେ ପ୍ରତିବନ୍ଧ ହୋଇଥାଏ। ଯେତେବେଳେ ଆମର ଆବଶ୍ୟକତାକୁ ଆମେ କମ୍‌ କରି ଦେଉ, ସେତେବେଳେ ଆମର ଉଦ୍‌ବେଗ, ହତାଶା ସବୁ ମଧୢ ଦୂର ହୋଇଯାଏ ଏବ˚ ଏକ ପ୍ରଶାନ୍ତିର ଜୀବନ ଆରମ୍ଭ ହୁଏ। ସେତେବେଳେ ଆନନ୍ଦ ଆଉ ବାହାରର ଚାକଚକ୍ୟରେ ନ ଖୋଜି ନିଜ ଭିତରେ, ନିଜ ଜୀବନର ମୌଳିକ ଅନୁଭବ ଭିତରେ ଖୋଜିବା ଆରମ୍ଭ ହୁଏ।

ଘରେ ଆବଦ୍ଧ ହୋଇ ରହିବା ଦ୍ବାରା ବାହାରର ଅନେକ ଆକର୍ଷଣ, ବିକର୍ଷଣ ଗୁଡ଼ିକରୁ ନିଶ୍ଚିତ ଭାବେ ଅବ୍ୟାହତି ମିଳିଲା ଏବ˚ ଆମର ବହିର୍ମୁଖୀ ମାନସିକତା ଅନ୍ତର୍ମୁଖୀ ହେବା ପାଇଁ ସୁଯୋଗ ପାଇଲା। ଏହା ଫଳରେ ନିଜ ସହିତ ନିଜେ କିଛି ସମୟ କଟେଇବା ପାଇଁ ଅବକାଶ ମିଳିଲା। ପୂର୍ବରୁ ଯେପରି ଅଫିସରେ କି ଯେ କୌଣସି ବୃତ୍ତିରେ ଅନେକ ସମୟ କଟୁଥିଲା ଏବ˚ ସେଥିରୁ କିଛି ଉଦ୍‌ବୃତ୍ତ ସମୟ ଘର ବା ପରିବାରକୁ ଦିଆଯାଉଥିଲା, ଏବେ ତାହା ବଦଳିଗଲା। ହଠାତ୍‌ ଆମର ଘର ଆମ ପାଇଁ ସବୁଠାରୁ ଅଭୟ ପ୍ରଦାନକାରୀ ଆଶ୍ରୟର ସ୍ଥାନ ହୋଇଗଲା। ବାହାର ରାଜ୍ୟରୁ ଶ୍ରମଜୀବୀମାନେ ଅଜସ୍ର କଷ୍ଟ ସହି ବିକଳ ଆତୁରତାର ସହ ନିଜ ନିଜ ଗାଁକୁ ଫେରିବା ତ ସେହି ଆଶା, ବିଶ୍ବାସକୁ ସଙ୍କେତ କରେ।

ଏହି ଦୁଃସମୟରେ, କୋଭିଡ୍‌ ରୋଗର କୌଣସି ନିର୍ଦ୍ଦିଷ୍ଟ ଔଷଧ ବାହାରି ନ ଥିବାରୁ ଦେହର ପ୍ରତିରୋଧକ ଶକ୍ତି ବୃଦ୍ଧି ଉପରେ ଗୁରୁତ୍ବ ଦିଆଗଲା। ପୂର୍ବରୁ ରୋଗ ହେଉଥିଲା; ମାତ୍ର ତା’ ପାଇଁ ଫଳପ୍ରଦ ଔଷଧ ଥିବାରୁ ଆମେ ନିଜ ଦେହକୁ ତା’ର ସାମର୍ଥ୍ୟ କଥାକୁ ଚିନ୍ତା ମଧୢ କରୁନଥିଲୁ। ଦେହ ଖରାପ ହେଲା; ବ୍ୟସ୍ତ ହେବାର ନାହିଁ, କାରଣ ଔଷଧ ତ ଅଛି। ନିଜ ଦେହର ଏକ ପ୍ରାଣପୂର୍ଣ୍ଣ ସତ୍ତା ଅଛି, ସେ ବିଷୟରେ ଆମେ ସଚେତନ ହେବାର ଅବକାଶ ନ ଥିଲା, କାରଣ ଡାକ୍ତର ଏବ˚ ଔଷଧ ଦେହ କଥା ବୁଝିବାର ଦାୟିତ୍ବ ନେଇଯାଇଥିଲେ। ଏବେ କିନ୍ତୁ କୁହାଗଲା, ଔଷଧ ନାହିଁ, ତୁମେ ତୁମ ଦେହ ପାଖକୁ ଫେରିଯାଅ ଏବ˚ ତା’କୁ ହିଁ ପ୍ରଥମେ ସମର୍ଥ କରାଅ। ପ୍ରତିରୋଧକ ଶକ୍ତି ବଢ଼େଇବା ପାଇଁ ଯୋଗ, ପ୍ରାଣାୟମ କର, ଫଳ ଖାଅ, ଅଦା, ତୁଳସୀ ପରି ଔଷଧୀୟ ଗୁଣ ଥିବା ଜିନିଷ ଗୁଡ଼ିକୁ ସେବନ କର। ତୁମର ହିତ ପାଇଁ ପ୍ରକୃତିରୁ ମିଳୁଥିବା ଖାଦ୍ୟ ଗୁଡ଼ିକୁ ଗ୍ରହଣ କର।

ଏ ସବୁ କଥାକୁ ନିରୀକ୍ଷଣ କଲେ ଲାଗୁଛି, ଯେପରି ଆମେ ଆମ ଜୀବନର ମୂଳ ପ୍ରସ୍ଥ ଗୁଡ଼ିକୁ ଫେରିଯିବା (back to basics)ର ଏକ ଆହ୍ବାନ ଆସିଛି। ନିଜର ଆତ୍ମସତ୍ତା ସହ ସମୟ କଟେଇବା; ନିଜର ଘର, ପରିବାର, ନିଜର ଗାଁକୁ ଫେରିଆସିବା; ନିଜର ଦେହକୁ ଅନୁଭବ କରିବା ଏବ˚ ପ୍ରକୃତି ପାଖକୁ ଫେରିଯିବା- ଏ ଯେପରି ଉଦ୍‌ଭ୍ରାନ୍ତ ହୋଇ ଇତଃସ୍ତତ ଭାବେ ବୁଲୁଥିବା ମଣିଷର ଘର ବାହୁଡ଼ା। କରୋନାର ଭୟ କିଛି ଦିନ ପରେ ନିଶ୍ଚୟ ଅପସରିଯିବ ଏବ˚ ପୁଣି ଥରେ ସଭ୍ୟତାର ଉନ୍ମାଦ ଦୌଡ଼ ଆରମ୍ଭ ହୋଇଯିବ ପୁଣି ଏକ ବିପର୍ଯ୍ୟୟର ଆଗମନ ପର୍ଯ୍ୟନ୍ତ। କିନ୍ତୁ ଏହି ସବୁ ସମ୍ଭାବ୍ୟ ବିପଦକୁ ପ୍ରତିହତ କରିବାକୁ ହେଲେ ଆମକୁ ଜୀବନର ମୂଳ ଉପାଦାନ ଗୁଡ଼ିକ ପାଖକୁ ଫେରିଯିବାକୁ ହେବ। ସମ୍ପଦ ଅପେକ୍ଷା ସମ୍ପର୍କ ଆଡ଼କୁ, ପ୍ରତିପତ୍ତି ଅପେକ୍ଷା ଆତ୍ମୀୟତା ଆଡ଼କୁ, ଆଡ଼ମ୍ବର ଅପେକ୍ଷା ନମ୍ରତା ଆଡ଼କୁ ଆମ ଯାତ୍ରାର ଦିଗ ବଦଳେଇବାକୁ ହେବ। ମଣିଷ ଯଦି ସ˚ଯତ ହେବାକୁ ଶିଖିବ ନାହିଁ, ତେବେ ତା’କୁ ସ˚ତ୍ରସ୍ତ ହୋଇ ରହିବାକୁ ପଡ଼ିବ, କାରଣ ଏ ବିଶାଳ ସୃଷ୍ଟି କୌଣସି ଔଦ୍ଧତ୍ୟର କ୍ରୀଡ଼ାଭୂମି ନୁହେଁ।

ମୋ: ୯୪୩୭୨୯୨୧୧୩

ସମ୍ବନ୍ଧିତ ଖବର