ସ୍ୱର୍ଗଦ୍ୱାର କ’ଣ ମୁକ୍ତିର ଏକ ମାତ୍ର ପଥ?

କରୋନାକାଳୀନ ଜୀବନ-ଦର୍ଶନ - ବାମଦେବ ବରାଳ

ଶ୍ରୀମନ୍ଦିରର ଦକ୍ଷିଣ ଦିଗରେ ସମୁଦ୍ର କୂଳେ ଶ୍ରୀ ଗୋବର୍ଦ୍ଧନ ପୀଠ ପରେ ପରେ ଅବସ୍ଥିତ ପ୍ରସିଦ୍ଧ ସ୍ବର୍ଗଦ୍ବାର। ଏଠାରେ ଯମଙ୍କର କର୍ତ୍ତୃତ୍ବ ନ ଥିବାରୁ ମଣିଷର ମର ଶରୀରକୁ ଏଠାରେ ଦାହ କଲେ ସ୍ବର୍ଗପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି। ଏଠାରେ ସମୁଦ୍ର (ମହୋଦଧି)ରେ ବୁଡ଼ ପକାଇ ପିଣ୍ତଦାନ କରାଯାଏ। ବିଶ୍ବାସ ଅଛି ଦେବତାମାନେ ଏହି ସ୍ଥାନରେ ସ୍ବର୍ଗରୁ ଅବତରଣ କରି ସମୁଦ୍ରରେ ସ୍ନାନ କରନ୍ତି ଓ ପରେ ଶ୍ବେତଗଙ୍ଗାରେ ପାଦ ଧୋଇ ଶ୍ରୀମନ୍ଦିରକୁ ପ୍ରବେଶ କରି ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଥା’ନ୍ତି। ଆହୁରି କଥା ଅଛି ଯେ ଅତୀତରେ ଏହି ସ୍ଥାନରୁ ବିଭୀଷଣ ଏବ˚ ଇନ୍ଦ୍ର ଆଦି ଦେବତା ଶୂନ୍ୟକୁ ଗମନ କରିଥିବା ବିଷୟ ପାଟ୍ଟଯୋଗୀ ମହାପାତ୍ର ଓ ମେଘମାଳିଆ ସୁଆର ପଣ୍ତା ଦେଖିଛନ୍ତି। ଇନ୍ଦ୍ରଦ୍ୟୁମ୍ନ ଶ୍ରୀମନ୍ଦିର ପ୍ରତିଷ୍ଠା କରିବା ପାଇଁ ବ୍ରହ୍ମାଙ୍କୁ ଏହି ସ୍ଥାନ ଦେଇ ମର୍ତ୍ତ୍ୟକୁ ଆଣିଥିଲେ। ତେଣୁ ଏହା ସ୍ବର୍ଗକୁ ଦ୍ବାର ବା ‘ସ୍ବର୍ଗଦ୍ବାର’ ନାମରେ ନାମିତ। ଏହାକୁ ଦର୍ଶାଇବା ପାଇଁ ‘ପିତୃସ୍ତମ୍ଭ’ ନାମରେ ସ୍ବର୍ଗଦ୍ବାର ନିକଟରେ ବାଉଳି ମଠ ବା ନାନକ ପୀଠର ସମ୍ମଖକୁ ଏହି ସ୍ତମ୍ଭ ପୋତି ହୋଇ ଉପରକୁ ଚାରିଫୁଟ ଉଚ୍ଚରେ ରହିଛି। ତାକୁ ଲୋକେ ସ୍ବର୍ଗ ନିଶୁଣି ବା ସ୍ବର୍ଗଶ୍ରେଣୀ କହନ୍ତି। ମଣିଷର ମରଶରୀର ସହିତ ପ୍ରେତତ୍ବ ବିରାଜିତ ଥିବା ବିଶ୍ବାସ କରାଯାଏ। ଶ୍ରୀକ୍ଷେତ୍ରରେ ମୃତ ବ୍ୟକ୍ତିର ପ୍ରେତତ୍ବ ପିତୃସ୍ତମ୍ଭ ପର୍ଯ୍ୟନ୍ତ ରହିଥାଏ। ତେଣୁ ଏହାକୁ ‘ପିତୃତୀର୍ଥ’ ବୋଲି କହିଥା’ନ୍ତିି। ଜୀବନର ଆରମ୍ଭରୁ ପିତାମାତା ତଥା ଗୁରୁଜନଙ୍କ ଠାରୁ ବ୍ୟକ୍ତି ଜୀବନର ସ˚ସ୍କାର ପାଇଥିବାବେଳେ ମୃତ୍ୟୁ ପରେ ସମ୍ପର୍କୀୟମାନଙ୍କ ଦ୍ବାରା ଶରୀରର ସ˚ସ୍କାର କରାଯାଏ। ସେହି ଶରୀର ସ˚ସ୍କାରକୁ ଆତ୍ମାର ମୁକ୍ତି ବା ଅଣମୁକ୍ତିର ବାଟ ମିଳିବାର ଗୁରୁତ୍ବ ଦିଆଯାଇଥାଏ। ଶରୀର ସ˚ସ୍କାର ପାଇଁ ବିଭିନ୍ନ ପଦ୍ଧତି କାହିଁ କେଉଁ କାଳରୁ ଚଳିଆସୁଛି। ମୁଖ୍ୟତଃ ଦାହ କରିବା କି˚ବା ସମାଧି ଦେବା। ଏହି ସ˚ସ୍କାର ପାଇଁ ସ୍ଥାନ ନିରୂପଣ କରିବା ଏକ ବିଶେଷ କଥା। ହିନ୍ଦୁଧର୍ମରେ କିଛିଲୋକ କାଶୀ-ବାରଣାସୀ, ଶୀକ୍ଷେତ୍ର ଭଳି ପବିତ୍ର ସ୍ଥାନରେ ଜୀବନର ଶେଷ ସମୟ କଟାଇଥା’ନ୍ତିି, ଯେ ଏଠାରେ ମୃତ୍ୟୁଲାଭ କଲେ, ଆଉ ଦାହ ସ˚ସ୍କାର ହେଲେ ସ୍ବର୍ଗପ୍ରାପ୍ତି ହେବ।

ଶ୍ରୀକ୍ଷେତ୍ର ହେଉଛି ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ବା ‘ମର୍ତ୍ତ୍ୟ ବୈକୁଣ୍ଠ’। ତେଣୁ ପ୍ରତ୍ୟେକ ଲୋକଙ୍କ ମନରେ କଥାଉଠେ ଯେ ସେହି କ୍ଷେତ୍ରର ସ୍ବର୍ଗଦ୍ବାରରେ ଦାହ ସ˚ସ୍କାର ହେଲେ ସ୍ବର୍ଗପ୍ରାପ୍ତି ହେବ। ମଣିଷର ଦୁଇଟି ନିଆଁ ମଧୢରୁ ଗୋଟିଏ ଅନ୍ତୁଡ଼ିଶାଳରେ ଏବ˚ ଅନ୍ୟଟି ଜୁଇରେ। ତେଣୁ ଯେଉଁଠି ଜଠର ଅଗ୍ନି ଶରୀରରୁ ଶେଷ ସେଇଠି ଜଳେ ଚିତାଗ୍ନି। ମହାମାନବମାନଙ୍କୁ ଶ୍ରୀମନ୍ଦିର ରୋଷଘର ଚୁଲିରୁ ବୈଷ୍ଣବାଗ୍ନି ବା ବାଡ଼ବାଗ୍ନି କୋଡ଼ୁଆରେ ପ୍ରାପ୍ତି ହୋଇଥାଏ (ଭଜନ ସମ୍ରାଟ ଭିକାରି ବଳ ଓ ବାଣୀକଣ୍ଠ ନିମାଇଁ ହରିଚନ୍ଦନ ଇତ୍ୟାଦି)। ଆତ୍ମାର ସଦ୍‌ଗତି ନିମନ୍ତେ ଶବମାନଙ୍କୁ ବଡ଼ଦାଣ୍ତରେ ଶ୍ରୀମନ୍ଦିର ସି˚ହଦ୍ବାର ସମ୍ମୁଖରେ ନିଆଯାଏ। ଦୂରଦୂରାନ୍ତରରୁ ଥିଲାବାଲା ଲୋକମାନେ ସେମାନଙ୍କର ସମ୍ପର୍କୀୟର ମୃତ ଶରୀରକୁ ଦାହ ନିମନ୍ତେ ପୁରୀ ଆଣିଥା’ନ୍ତିି।

କିନ୍ତୁ ଏଣେ ଆମେ ଦେଖୁଁ ଯେ ପଞ୍ଚସଖାର ବଳରାମ ଦାସଙ୍କୁ ପୁରୀର ଅନତି ଦୂରରେ ଏରବଙ୍ଗଠାରେ ସନ୍ତରା ବଣରେ, ଯଶୋବନ୍ତ ଦାସଙ୍କୁ ଅଢ଼ଙ୍ଗଗଡ଼ରେ, ଅଚ୍ୟୁତାନନ୍ଦ ଦାସଙ୍କୁ ନେମାଳରେ ସମାଧି ଦିଆଯାଇ ଗାଦି ନିର୍ମାଣ ହୋଇ ପୂଜା କରାଯାଉଛିି। ବେନୁପଡ଼ା ମଠରେ ବାଇଦାସ ଓ ଅଭିରାମ ପରମହ˚ସ ପାଇଛନ୍ତି ନିଜ ସ୍ଥାନରେ ମୁକ୍ତି ଓ ସମାଧି। ଅଜାମ୍ବିଳକୁ ତାର ମୃତ୍ୟୁ ବେଳେ ତା’ ଘରକୁ ଲକ୍ଷ୍ମୀନାରାୟଣ ଯାଇ ତାକୁ ମୁକ୍ତି ଦେଇଛନ୍ତି। ସେମିତି ଆମ ସମୟର ଇତିହାସ ପୁରୁଷ ଡ. ହରେକୃଷ୍ଣ ମହତାବଙ୍କୁ ତାଙ୍କ ଗ୍ରାମ ଅଗରପଡ଼ା, ଭଦ୍ରକଠାରେ ଦାହ ସ˚ସ୍କାର କରାଯାଇଛି। ଏଭଳି ଉଦାହରଣ ଅସ˚ଖ୍ୟ ରହିଛି। ଅନେକ ଏହା ମଧୢ ଭାବନ୍ତି ଯେ ନିଜ ଗ୍ରାମରେ ଦାହ ସ˚ସ୍କାର ହେଲେ ମୁକ୍ତି ମିଳେ। ଏହା ମଧୢ ବିଶ୍ବାସ ଅଛି ଯେ ପ୍ରୟାଗରେ ଅସ୍ଥି ବିସର୍ଜନ, କାଶୀ ବିଶ୍ବନାଥ ଦର୍ଶନ, ଗୟାରେ ପିଣ୍ତଦାନ ଓ ପୁରୀରେ ବ୍ରାହ୍ମଣ ଭୋଜନ ଦେଲେ ପିତାମାତାଙ୍କ ଆତ୍ମାର ସ୍ବର୍ଗପ୍ରାପ୍ତି ହୁଏ। କିନ୍ତୁ କିଛି ଲୋକ ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବା କିଏ କିଏ ମହୋଦଧିରେ ଅଥବା ଅନେକ ନିଜ ନିଜ ସ୍ଥାନରେ ପବିତ୍ର ନଦୀରେ ଅସ୍ଥି ବିସର୍ଜନ କରିଥା’ନ୍ତିି। ତ୍ରିବେଣୀ ଅମାବାସ୍ୟାରେ ପ୍ରାଚୀ ନଦୀ କୂଳରେ ଏବ˚ ଉତ୍କଳମଣିଙ୍କର ଗ୍ରାମ ପାଖରେ ଭାର୍ଗବୀ ନଦୀରେ ‘ସାଗର ସ୍ନାନ’ ମୁକ୍ତିର ପଥ ବୋଲି ଗଣାଯାଏ। ମୁକ୍ତି ମଣ୍ତପଙ୍କ ଉପ-ସଭାପତି ପଣ୍ତିତ ଅଶୋକ ମହାପାତ୍ରଙ୍କ ମତରେ ଏସବୁ ‘ଥିଲା ନଥିଲା ବାଲା’ର କଥା। ଯେତେ ଯାହା ହେଲେ ସବୁ କିଛି ମଣିଷର ମାନସିକତା ଏବ˚ ଅବବୋଧ ଉପରେ ନିର୍ଭର କରେ। ଯେଉଁମାନେ ନିଜର ଶରୀର ଦାନ କରିଛନ୍ତିି ସେମାନଙ୍କର ଆତ୍ମା ମୃତ୍ୟୁ ପରେ ଅଣମୁକ୍ତି ରହିବ କି? ବୁଝିବାକୁ ହେବ ‘ମନ ନିର୍ମଳେ ଗାଡ଼ିଆ ଗଙ୍ଗା’ କଟକଠାରେ ଏକ ସ˚ଗୋଷ୍ଠୀ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଶ୍ରୀ ଶ୍ରୀ ଶଙ୍କରାଚାର୍ଯ୍ୟ, ନିଶ୍ଚଳାନନ୍ଦ ସରସ୍ବତୀ କହିଥିଲେ, ଅଣହିନ୍ଦୁମାନେ ପତିତପାବନ ଓ ନୀଳଚକ୍ରକୁୁ ଦର୍ଶନ କରି ଶ୍ରୀମନ୍ଦିରକୁୁ ପରିକମ୍ରଣ କଲେ, ଶ୍ରୀଜଗନ୍ନାଥଙ୍କର ଦର୍ଶନର ଫଳପ୍ରାପ୍ତି ହୋଇଥାଏ। ଭକ୍ତ ସାଲବେଗ, ଶ୍ରୀମନ୍ଦିର ବାହାରେ ରହି ମଧୢ ପ୍ରତ୍ୟହ ଶ୍ରୀଜିଉଙ୍କର ଦର୍ଶନ ଲାଭ କରିଥିଲେ ତାଙ୍କର ଦାଢ଼୍ୟତା ଭକ୍ତି ବଳରେ।

ବର୍ତ୍ତମାନ ସମୟରେ ଏ ଯେଉଁ ଭୟଙ୍କର ମହାମାରୀ ‘କରୋନା’ ସାରା ବିଶ୍ବକୁ ଗ୍ରାସ କରି ଜୀବନକୁ ହନ୍ତସନ୍ତ କରିସାରିଲାଣି, ଲୋକ ତ୍ରାହି ତ୍ରାହି ଡାକିଲେଣି, ସେ ସମୟରେ ସ୍ବର୍ଗଦ୍ବାରରେ ମୃତ ଶରୀରକୁ ଦାହ କରି ସ୍ବର୍ଗପ୍ରାପ୍ତିର ଆଶା କରିବା କ’ଣ ଆମ ପାଇ ଁ ନିହାତି ଜରୁରୀ? ତେଣୁ ଆଇନକୁୁ ସମ୍ମାନ ଓ ସମାଜର ମଙ୍ଗଳ ପାଇଁ ବିବେଚନାପୂର୍ଣ୍ଣ କାର୍ଯ୍ୟ କରିବା ଉଚିତ। କୁହାଯାଇଛି, ‘ବିଶ୍ବାସେ ମିଳଇ ହରି ତର୍କେ ବହୁଦୂର’।

ମୋ-୯୩୩୭୨୭୪୭୦୫

ସମ୍ବନ୍ଧିତ ଖବର