କରୋନା ସଂକ୍ରମଣ ହିନ୍ଦୁ ଜୀବନ ଶୈଳୀରେ ସମାଧାନ

ଝରକା

ସଂପ୍ରତି ଯେତେବେଳେ ସାରା ପୃଥିବୀ କରୋନା ଭୂତାଣୁ ସଂକ୍ରମଣ ଦ୍ବାରା କଲବଲ ହୋଇ ପ୍ରତି‌େଷଧକର ଅପେକ୍ଷାରେ ରହିଛି, ସେତିକି ବେଳେ ଭାରତୀୟ ଆଧ୍ୟାତ୍ମିକତା ଏହି ହତାଶା ମଧ୍ୟରେ ଏକ ଆଶାର ଆଲୋକ ସୃଷ୍ଟି କରିଛି। ବିଭିନ୍ନ ଭାରତୀୟ ତଥା ପାଶ୍ଚାତ୍ୟ ବୈଜ୍ଞାନିକଙ୍କ ଗବେଷଣାର ନିଷ୍କର୍ଷ ଆଧାରରେ କୁହାଯାଉଛି ଯେ ଏକ ବିଶୁଦ୍ଧ ହିନ୍ଦୁ ଜୀବନ ଶୈଳୀ ମଣିଷ ଓ ପ୍ରକୃତି ମଧ୍ୟରେ ଅପୂର୍ବ ସମନ୍ବୟ ରକ୍ଷା କରି ପାରୁଥିବାରୁ ଏହା ଶରୀରକୁ ସୁସ୍ଥ ଓ ରୋଗ ପ୍ରତିରୋଧ୍ୟ କରିଥାଏ, ଯାହା କରୋନା ସଂକ୍ରମଣ କାଳରେ ବି‌େ‌ଶଷ ଗୁରୁତ୍ବପୂର୍ଣ୍ଣ ମନେ ହୋଇଥାଏ।

ଉଦାହରଣ ସ୍ବରୂପ ପ୍ରତ୍ୟହ ଯୋଗାଭ୍ୟାସ ଯେ ସୁସ୍ଥ ଜୀବନଯାପନ ଲାଗି ଏକ ଅପୂର୍ବ ଉପାୟ ଏହା ସବିଶ୍ବ ସ୍ବୀକୃତ ହୋଇସାରିଲାଣି। ସେହିଭଳି ହିନ୍ଦୁ ଔଷଧ ବିଜ୍ଞାନ ଆୟୁର୍ବେଦର ମୂଳତତ୍ତ୍ବ ଶରୀରକୁ ରୋଗ ପ୍ରତିରୋଧ୍ୟ କରିବା ଉପରେ ଗୁରୁତ୍ବ ପ୍ରଦାନ କରିଥାଏ। ତେଣୁ, କରୋନା ସଂକ୍ରମଣରୁ ରକ୍ଷା ପାଇବା ଲାଗି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ ସଂପ୍ରତି ଏହା ବି‌େଶଷ ଲୋକପ୍ରିୟତା ହାସଲ କରିଥିବା ଦେଖିବାକୁ ମିଳୁଛି। ସେହିଭଳି କୁହାଯାଉଛି ଯେ ହିନ୍ଦୁମାନଙ୍କ ପବିତ୍ର ନାଦ ‘ଓଁ’ର ଉଚ୍ଚାରଣ ମଧ୍ୟ ଶରୀର ଓ ମନକୁ ସୁସଂହତ କରି ରୋଗମୁକ୍ତ ରଖିପାରେ।

ଏହା ଏବେ ବୈଜ୍ଞାନିକ ଭାବେ ପ୍ରମାଣିତ ଯେ ଠିକଣା ଭାବେ ‘ଓମ୍‌’ ଶବ୍ଦର ଉଚ୍ଚାରଣ କରାଗ‌େଲ ତାର ସୁପ୍ରଭାବ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ। ଏହାର ଉଚ୍ଚାରଣ ଯେଉଁ ତରଙ୍ଗ ସୃଷ୍ଟି କରିଥାଏ, ତାହା ଏକ ‘କସମିକ୍ ଏନର୍ଜି’ ବା ଦିବ୍ୟ ଶକ୍ତି ସ୍ଫୁରଣର କାରଣ ହୋଇ ଶରୀର ଓ ମନରେ ଏକ ପ୍ରଶାନ୍ତ ପୁଲକ ସୃଷ୍ଟି କରିଥାଏ। ଏହା ମନକୁ ଚାପ ମୁକ୍ତ ରଖୁଥିବାରୁ ଏହା ଯେ ଆଜିର କରୋନା ସଂକ୍ରମଣର ଭୟାଚ୍ଛନ୍ନ ପରିବେଶରେ ଅତ୍ୟନ୍ତ ଉପଯୋଗୀ ତାହା ସମସ୍ତେ ହୃଦୟଙ୍ଗମ କରିବା ଉଚିତ। ସେହିଭଳି ନିୟମିତ ‘ଓମ୍‌’ର ଉଚ୍ଚାରଣ ଦ୍ବାରା ବିଭିନ୍ନ ଗ୍ରନ୍ଥିରୁ ହରମୋନ କ୍ଷରଣ ପ୍ରକ୍ରିୟା ଓ ପାଚନ ପ୍ରକ୍ରିୟା ସୁସଂହତ ହୋଇପାରେ। ଏହା ଦ୍ବାରା ଶରୀର ମଧ୍ୟରେ ସଂଘଟିତ ସକରାତ୍ମକ ପ୍ରତିକ୍ରିୟା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ।

ବିଡ଼ମ୍ବନାର ବିଷୟ ଯେ ଆଧୁନିକ ଭାରତୀୟମାନେ ପାରଂପରିକ ହିନ୍ଦୁ ଜୀବନଶୈଳୀକୁ ପରିତ୍ୟାଗ କରିଛନ୍ତି। କିନ୍ତୁ ପାଶ୍ଚାତ୍ୟ ବିଜ୍ଞାନ ଓ ଗବେଷଣା ଏହି ଜୀବନ ଶୈଳୀକୁ ପୃଥିବୀର ସର୍ବାଧିକ ଧାରଣକ୍ଷମ ଓ ପୋଷଣକ୍ଷମ ଜୀବନ ଧାରଣ ପଦ୍ଧତି ବୋଲି ସ୍ବୀକାର କରିସୋରିଲାଣି। ଉଦ୍‌ଭ୍ରାନ୍ତ ଜୀବନ ଶୈଳୀ ଦ୍ବାରା ସୃଷ୍ଟ ରୋଗ ଓ ମହାମାରୀ ପରିପ୍ରେକ୍ଷୀରେ ହିନ୍ଦୁ ଜୀବନ ଶୈଳୀକୁ ଯେ ସମସ୍ତେ ଆପଣାଇବା ଉଚିତ, ଏ ନେଇ କୌଣସି ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର