କରୋନା କାଳରେ ଭୟମୁକ୍ତ ମନ

ମନ ପରିଭାଷା - ଫକୀର ମୋହନ ସାହୁ

ସ˚ପ୍ରତି ‘କରୋନା ପାନ୍‌ଡେମିକ୍‌’ ପରିପ୍ରେକ୍ଷୀରେ ବିଶ୍ବ ଅତ୍ୟନ୍ତ ବିପର୍ଯ୍ୟସ୍ତ ଏବ˚ ଜୀବନ ସଙ୍କୁଚିତ ହୋଇ ପଡ଼ିଥିବା ବେଳେ ଭୟ ଓ ଆଶଙ୍କା ସବୁ ମଣିଷଙ୍କ ଲାଗି ବିପଜ୍ଜନକ ମାନସିକ ଅସ୍ଥିରତା ସୃଷ୍ଟି କରିଛି। ଏହି ପରିସ୍ଥିତିରେ ଆମେମାନେ ସାଧାରଣତଃ ବାହାରର ପରିଚ୍ଛନ୍ନତା (ସାନିଟାଇଜି˚ ଇତ୍ୟାଦି) ବିଷୟରେ କହୁଛେ, କିନ୍ତୁ ମଣିଷର ଏକ ପରିଚ୍ଛନ୍ନ ଓ ଭୟମୁକ୍ତ ମନ ମଧୢ ବର୍ତ୍ତମାନର ସ˚କଟମୟ କାଳରେ ଏକ ବଡ଼ ଆବଶ୍ୟକତା। ତେଣୁ ମଣିଷ ନିଜ ମନର ପରିଚାଳନା କିଭଳି କରିବ ତାହା ଗୁରୁତ୍ବପୂର୍ଣ୍ଣ ଏବ˚ ସେ ବାବଦରେ କିଛି ସୂଚନା ଦିଆଯାଇପାରେ।

ଗବେଷଣା କହେ ଯେ ମାନସିକ ସ୍ଥିରତା ରକ୍ଷା ପାଇଁ ଶରୀର ଏକ ସୁନ୍ଦର ହରମୋନ୍‌ କ୍ଷରଣ କରିଥାଏ, ଯାହାର ନାମ ଅକ୍‌ସିଟୋସିନ୍‌। ଏହି ହରମୋନର କ୍ଷରଣ ମଣିଷ ଭିତରେ ସ୍ନେହ, ସ˚ପ୍ରୀତି ଓ ସୁଖାନୁଭୂତି ସୃଷ୍ଟି କରିଥାଏ। ଆମେମାନେ ପରସ୍ପରକୁ ପ୍ରଶ˚ସା କରିବା ସମୟରେ ବା ପରସ୍ପର ପ୍ରତି ଶ୍ରଦ୍ଧା ଜ୍ଞାପନ କରିବା ସମୟରେ ତଥା ଅନ୍ତରଙ୍ଗତା ପ୍ରଦର୍ଶନ କଲା ବେଳେ ଏହି ହରମୋନର କ୍ଷରଣ ଘଟି ମାନସିକ ଚାପ ହ୍ରାସ କରେ। କୋମଳ କଥା କହିବା ବା ପରସ୍ପରକୁ ଅଭିନନ୍ଦନ ଜ୍ଞାପନ କରିବା ଅଥବା ସୁସମ୍ପର୍କ ରକ୍ଷା କରିବା ଲାଗି ପ୍ରୟାସ କରିବା ଏହାର କ୍ଷରଣକୁ ସକ୍ରିୟ କରିଥାଏ। ଏହା ଦ୍ବାରା ମନ ଭିତରେ ଏକ ସକରାତ୍ମକତା ସୃଷ୍ଟି ହୋଇଥାଏ। ବର୍ତ୍ତମାନ ପରିସ୍ଥିତିରେ ମିଳାମିଶା ଉପରେ କଟକଣା ରହିଥିଲେ ମଧୢ ଫୋନ ବା ଅନ୍ୟ କୌଣସି ମାଧୢମରେ ଆମେ ପରସ୍ପର ମଧୢରେ ସ୍ନେହ, ଶ୍ରଦ୍ଧା ଓ ଭାବର ଆଦାନପ୍ରଦାନ କରିପାରିବା; ଯାହା ଏହି ସମୟର ହତାଶାକୁ ଦୂର କରି ଆମର ମାନସିକ ସ୍ବାସ୍ଥ୍ୟକୁ ଭଲ ରଖିବ।

ମନକୁ ସ୍ଥିର ରଖିବା ଦିଗରେ ଆଉ ଗୋଟିଏ କଥା ହେଲା ଏକ ବିପଦ ବା ସମସ୍ୟା ପ୍ରତି ଆମର ଦୃଷ୍ଟିଭଙ୍ଗୀ। ଉଦାହରଣ ସ୍ବରୂପ ସାପକୁ ଦେଖିଲେ ଅନେକଙ୍କ ମନରେ ଭୟର ସଞ୍ଚାର ହୁଏ। ମାତ୍ର ସେହି ମୁହୂର୍ତ୍ତରେ କିଏ କିଭଳି ପ୍ରତିକ୍ରିୟା ଦେଖାଇବ ତାହା ବିଭିନ୍ନ ଲୋକଙ୍କ ଲାଗି ଭିନ୍ନ ଭିନ୍ନ ହୋଇପାରେ। ଯଦି ଏହି ସ୍ଥିତିରେ ଆମେ ଭୟ ଦ୍ବାରା କାତର ହୋଇ ପଡ଼ିବା, ତେବେ ତାହା ଆମକୁ କି˚କର୍ତ୍ତବ୍ୟବିମୂଢ଼ ବା ପଙ୍ଗୁ ଏପରିକି ଶକ୍ତିହୀନ କରିଦେଇପାରେ। ସୁତରା˚ କୌଣସି ବିପଦ ସମୟରେ ଦମ୍ଭ ଧରି ଏହା ବିଚାର କରିବା ଦରକାର ଯେ କୌଣସି ସମସ୍ୟା ସ˚ପୂର୍ଣ୍ଣ ରୂପେ ନିୟନ୍ତ୍ରଣହୀନ ନୁହେଁ। ଏଭଳି ଭାବନା ଆମକୁ ଭୟମୁକ୍ତ ରଖିବ ଏବ˚ ଏବର କରୋନା ସ˚କ୍ରମଣ କାଳରେ ଏହା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ତୃତୀୟ କଥାଟି ହେଲା ବିଷାଦ ଓ ମାନସିକ ଚାପରୁ ଦୂରରେ ରହିବା ଦରକାର। କାରଣ ଏହାର ପ୍ରଭାବରେ ଶରୀରର ରୋଗ ପ୍ରତିରୋଧ ଶକ୍ତି କମିଯାଇପାରେ। ତେଣୁ ସର୍ବଦା ନିଜ ମନକୁ ହସହସ ବା ସରସ ରଖିବା ଦରକାର। ହସିବା ସମୟରେ ମୁଖ-ଗହ୍ବରରେ ଯେଉଁ ଲାଳ ସୃଷ୍ଟି ହୁଏ, ତହିଁରେ ‘ଇମ୍ୟୁନୋଗ୍ଲୋବିନ୍‌’ ନାମକ ଏକ ପଦାର୍ଥ ଥାଏ, ଯାହା ଆମ ଶ୍ବାସନଳୀର ଉପର ଭାଗରେ କୌଣସି ସମ୍ଭାବ୍ୟ ସ˚କ୍ରମଣର ଆଶଙ୍କାକୁ ଦୂର କରିଥାଏ। ସୁତରା˚, କୋଭିଡ୍‌ ସ˚କ୍ରମଣକୁ ଏହା ପ୍ରତିହତ କରିପାରେ। ସେଥି ଲାଗି ହାସ୍ୟରସାତ୍ମକ ବହି ପଢ଼ିବା ବା ମଜାଳିଆ ଟେଲିଭିଜନ କାର୍ଯ୍ୟକ୍ରମ ଦେଖିବା ବା ମଜା ଭିଡ଼ିଓ ଦେଖିବା ହେଉଛି ଆଜିକା ସମୟ ଲାଗି ଏକ ବଡ଼ ଆବଶ୍ୟକତା।

କରୋନା ସ˚କ୍ରମଣ ସମୟରେ ସର୍ବଦା ସତର୍କ ରହିବା ଜରୁରୀ। କିନ୍ତୁ ତା ସହିତ ଭୟମୁକ୍ତ ଓ ସକରାତ୍ମକ ଜୀବନ ଜିଇବା ମଧୢ ଏକାନ୍ତ ଆବଶ୍ୟକ।

ଜାଭିୟର‌୍‌ ବିଶ୍ବବିଦ୍ୟାଳୟ
ଭୁବନେଶ୍ବର- ୧୩

ସମ୍ବନ୍ଧିତ ଖବର