ଇଣ୍ଟରନେଟ୍‌ ଏବେ ଜୀବନରେଖା

ପ୍ରଯୁକ୍ତି ଆଲୋଚନା - ଅସୀମା ସାହୁ

ଇଣ୍ଟରନେଟ୍‌ ବ୍ୟବହାର କରିବାକୁ ଯେ ଆମେ ବାଧୢ ତାହା କୋଭିଡ-୧୯ ପ୍ରମାଣ କରି ସାରିଲାଣି। ମହାମାରୀର ଏହି ଜଟିଳ ପରିସ୍ଥିତିରେ ଆମେ ସାମାଜିକ ଭାବେ ସମସ୍ତଙ୍କ ସହ ଯୋଡ଼ି ହେବା ପାଇଁ ଇଣ୍ଟରନେଟ୍‌ ହିଁ ଏକମାତ୍ର ସାଧନ। ବିଶ୍ବ ସ୍ତରୀୟ ‘େଵବ୍‌ ଫାଉଣ୍ତେସନ୍‌’ର ପ୍ରୟାସରେ ନିର୍ମିତ ‘ସମବର୍ଗୀ ଇଣ୍ଟରନେଟ୍‌ ଗଠବନ୍ଧନ’ର ଉପନିର୍ଦ୍ଦେଶିକା ଓ ନୀତି ମୁଖ୍ୟ ଏଲଇଏନର ସାରପଙ୍ଗ ନିଜ ବ୍ଲଗ୍‍ରେ ଦର୍ଶାଇଛନ୍ତି ଯେ ଯଦିଓ ପୂର୍ବାପେକ୍ଷା ବହୁ ଗୁଣରେ ଅଧିକ ଇଣ୍ଟରନେଟ୍‌ ଉପଯୋଗ ହେତୁ ବର୍ତ୍ତମାନ ଏହା ଏକ ଜୀବନରେଖା, ଏକ ବିଳାସ ନୁହେଁ, ତଥାପି ୩୫୦ କୋଟିରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ।’ ସୁତରା˚, ଆଜି ମଧୢ ବିଶ୍ବର କୋଟି କୋଟି ଲୋକ ଇଣ୍ଟରନେଟ୍‌ ସହ ଯୋଡ଼ି ହେବାରୁ ବଞ୍ଚିତ ରହିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

କାଗଜ ବିହୀନ (ପେପର‌୍‌ ଲେସ୍‌), ଉପସ୍ଥିତି ବିହୀନ (ପ୍ରେଜେନ୍‌ସଲେସ୍‌) ଓ ନଗଦ ବିହୀନ (କ୍ୟାସ୍‌ଲେସ୍‌) ଅବଧାରଣା ହେଉଛି ଡିଜିଟାଲ୍‌ ଇଣ୍ତିଆର ଭିତ୍ତିଭୂମି। ଏହି ଭିତ୍ତିଭୂମି ଉପରେ ଇ-ସେବା ବ୍ୟବସ୍ଥା ପର୍ଯ୍ୟବସିତ। ଗୃହ ମନ୍ତ୍ରାଳୟ ଦ୍ବାରା ଗତ ମାର୍ଚ୍ଚ ୨୪ ତାରିଖରେ ଜାରି ହୋଇଥିବା ଅଧିସୂଚନା ଅନୁଯାୟୀ ଇଣ୍ଟରନେଟ୍‌ ଓ ଦୂରସ˚ଚାର ଜରୁରୀ-କାଳୀନ ସେବା ଭାବରେ ଘୋଷିତ ହୋଇଛି। ଏଥିରେ ସାମିଲ ହୋଇଛନ୍ତି ସାମାଜିକ ଗଣମାଧୢମ ଓ କୃତ୍ରିମ ବୁଦ୍ଧିମତ୍ତା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍‌ସ)। ହ୍ବାଟ୍‌ସଆପ୍‌, ଫେସ୍‌ବୁକ୍‌, ଟ୍ବିଟର ଓ ଇନ୍‌ଷ୍ଟାଗ୍ରାମ ପରି ମଞ୍ଚରେ ଉପଭୋକ୍ତାମାନେ ପୂର୍ବାପେକ୍ଷା ୮୩% ଅଧିକ ସମୟ ଅତିବାହିତ କରୁଛନ୍ତି। ନିତି ଦିନିଆ ଜୀବନର ପ୍ରାୟ ସମସ୍ତ କାର୍ଯ୍ୟ ଯେପରି ବୃତ୍ତି, ଶିକ୍ଷା, ମନୋର˚ଜନ, ସାମାଜିକ ସମ୍ପର୍କ, ପରିବହନର ମାଧ୍ୟମ, ଇ-ବ୍ୟବସାୟ, ସମ୍ମିଳନୀ, ଇଣ୍ଟରନେଟ୍‌ ବ୍ୟାଙ୍କ ବ୍ୟବସ୍ଥା, ଅନଲାଇନ୍‌ ଖାଦ୍ୟ, ସଉଦା, ଔଷଧ ପତ୍ର ସେବା, କୋଭିଡ୍‌ ସମ୍ବନ୍ଧୀୟ ସୂଚନା ଓ ତଥ୍ୟ, ହଠାତ୍‌ ଅନଲାଇନ୍‌ ଦ୍ବାରା ଆମକୁ କରିବାକୁ ହେଉଛି। ବିବାହ, ବ୍ରତ ଏପରିକି ଅନ୍ତେଷ୍ଟିକ୍ରିୟା ପରି ସାମାଜିକ କାର୍ଯ୍ୟରେ ଭିଡିଓ କନ୍‌ଫେରେନ୍‌ସି˚ ଏକ ବୈଷୟିକ ମାଧ୍ୟମ ହେବା ସହ ଆମମାନଙ୍କୁ ପ୍ରିୟଜନଙ୍କ ସହ ଯୋଡ଼ିବାର ସାମର୍ଥ୍ୟ ଦେଇଛି। ସୁତରା˚, ଇଣ୍ଟରନେଟ୍‌ର ପ୍ରବେଶ ଆମମାନଙ୍କୁ ଘରେ ରହି ସାମାଜିକ ଦୂରତା ରକ୍ଷା କରୁଥିବା ବେଳେ ବାହାର ବିଶ୍ବ ସହିତ ଯୋଡ଼ି ରଖିବାରେ ସକ୍ଷମ କରିପାରିଛି। ଭାରତୀୟ ଇଣ୍ଟରନେଟ୍‌ ଓ ମୋବାଇଲ ସ˚ଘ ଓ ନେଲସନ୍‌ଙ୍କ ତାଜା ତଥ୍ୟ ଅନୁଯାୟୀ ଭାରତରେ ବର୍ତ୍ତମାନ ପାଖାପାଖି ୬୦ କୋଟି ୯୦ ଲକ୍ଷ ଇଣ୍ଟରନେଟ୍‌ ଉପଭୋକ୍ତା ଅଛନ୍ତି। ୨୦୧୯ ସୁଦ୍ଧା ଏହି ସ˚ଖ୍ୟା ୫୦ କୋଟି ୩୦ ଲକ୍ଷ ଥିଲା। ଇଣ୍ଟରନେଟ୍‌ ବ୍ୟବହାରରେ ଭାରତ ବିଶ୍ବରେ ଚୀନ (୮୦ କୋଟି ୩୦ ଲକ୍ଷ ଉପଭୋକ୍ତା) ପଛକୁ ଦ୍ବିତୀୟ ସ୍ଥାନ ଅଧିକାର କରିଛି। ୧୨ ଓ ତା’ ଠାରୁ ଅଧିକ ବୟସ ବର୍ଗକୁ ହିସାବକୁ ନେଲେ ଗ୍ରାମାଞ୍ଚଳରେ ୨୨ କୋଟି ୭୦ ଲକ୍ଷ ଉପଭୋକ୍ତା ଓ ନଗରାଞ୍ଚଳରେ ୨୦ କୋଟି ୫୦ ଲକ୍ଷ ଉପଭୋକ୍ତା ଇଣ୍ଟରନେଟ୍‌ ବ୍ୟବହାର କରୁଛନ୍ତି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଅବଶିଷ୍ଟ ୭ କୋଟି ୧୦ ଲକ୍ଷ ଉପଭୋକ୍ତା ହେଲେ ୫ ବର୍ଷରୁ ୧୧ ବର୍ଷର ଶିଶୁ।

‘ଏସିଟି ଫାଇବର‌୍‌ ନେଟ୍‌’ ଇଣ୍ଟରନେଟର ବ୍ୟବହାର ଉପରେ ବିଗତ ଏକ ମାସର ତଥ୍ୟ ପ୍ରଦାନ କରିଛନ୍ତି। ଏହି ତଥ୍ୟ ଅନୁସାରେ ଲକ୍‌ଡାଉନ ସମୟରେ ଦେଶରେ ପୂର୍ବାପେକ୍ଷା ୪୦% ଅଧିକ ଇଣ୍ଟରନେଟ୍‌ ବ୍ୟବହାର କରାଯାଇଛି। ସହରାଞ୍ଚଳରେ ଏହି ଅଭିବୃଦ୍ଧି ହାର ୫୪% ଥିବା ବେଳେ ଗ୍ରାମାଞ୍ଚଳରେ ତାହା ୩୭%। ମହାମାରୀ ପୂର୍ବରୁ ସ୍ମାର୍ଟଫୋନରେ ଲୋକମାନେ ହାରାହାରି ୩ ଘଣ୍ଟା ୨୨ ମିନିଟ୍‌ (ଜାନୁଆରି ୧୩- ଫେବ୍ରୁଆରି ୨୨) ସମୟ ଅତିବାହିତ କରୁଥିଲେ। ଏବେ ତାହା ପ୍ରାୟ ୪ ଘଣ୍ଟା (ଏପ୍ରିଲ୍‌ ୨୫- ମେ ୧)କୁ ବୃଦ୍ଧି ପାଇଛି। ଲିଙ୍ଗଗତ ଇଣ୍ଟରନେଟ ବ୍ୟବହାରକୁ ତୁଳନା କଲେ ସାରା ଦେଶରେ ୬୫% ପୁରୁଷ ଥିବାବେଳେ ୩୫% ମହିଳା ଅଟନ୍ତି। ଗତ ସପ୍ତାହରେ ଦେଶର ୧୯ଟି ନଗରାଞ୍ଚଳରେ ସର୍ବେକ୍ଷଣ କରି ଜଣାଯାଇଛି ଯେ ୯୮.୭% ଲୋକ ବିରାମ ବିନା ଦିନରାତି ଅନଲାଇନ୍‌ ଥିଲେ। ସେହିପରି ମାସିକ ଡାଉନଲୋଡ ହାର ୬୬% ବୃଦ୍ଧି ପାଇଥିବା ବେଳେ ଅପ୍‌ଲୋଡ୍‌ ୩୭% ବୃଦ୍ଧି ପାଇଛି।

ଏସବୁ ସତ୍ତ୍ବେ ଲକ୍‌ଡାଉନ୍‌ ସମୟରେ ମୋବାଇଲ ନେଟ୍ଵାର୍କର ବହୁଳ ବ୍ୟବହାର ପାଇଁ ଚାହିଦାକୁ ନେଇ ଉତ୍ତମ ସେବା ପ୍ରଦାନ ସମ୍ଭବ ହୋଇପାରୁନାହିଁ। ଘରୋଇ ଦୂରସ˚ଚାରକୁ ପ୍ରତିନିଧିତ୍ବ କରୁଥିବା ‘ଭାରତୀୟ ସେଲୁଲାର‌୍‌ କାର୍ଯ୍ୟବାହୀ ସ˚ଘ’ର ଆକଳନ ଅନୁଯାୟୀ ଡାଟା ଉପଭୋଗ ଦେଶରେ ୩୦% ବୃଦ୍ଧି ପାଇଛି। ମାତ୍ର ବ୍ରଡବ୍ୟାଣ୍ତ ସେବାରେ ନେଟଵାର୍କ ସ୍ପିଡ୍‌ ପୂର୍ବାପେକ୍ଷା ୨୦% ମନ୍ଥର ହୋଇଯାଇଛି। ମୋବାଇଲ ଡାଉନ୍‌ଲୋଡ ସ୍ପିଡ୍‌ ଦିନ ସାରା ଅତ୍ୟଧିକ କମିଯିବା ଦ୍ବାରା ଉପଭୋକ୍ତା ଇଚ୍ଛା ମୁତାବକ ଓ ଆବଶ୍ୟକ ଅନୁଯାୟୀ ଡାଉନ୍‌ଲୋଡ ସୁବିଧାରୁ ବଞ୍ଚିତ ହୋଇ ବିରକ୍ତ ହେଉଛନ୍ତି। ଇଣ୍ଟରନେଟ୍‌ ବ୍ୟବହାରର ସଘନତା ବୃଦ୍ଧି ଜନିତ ଟ୍ରାଫିକ୍‌ ଜାମ ଏହାର ମୁଖ୍ୟ କାରଣ। ଏହା ଗ୍ରାମୀଣ ଉପଭୋକ୍ତା ସିଗନାଲ ପାଇବା ଲାଗି ଗଛ ବା ଛାତ ଉପରେ ଚଢ଼ିବା ଭଳି ଏକ ଲଜ୍ଜାଜନକ ଦୃଶ୍ୟକୁ ଜନ୍ମ ଦେଇଛି। ସେହିପରି ଡିଜିଟାଲ ନିରକ୍ଷରତା ଓ ଭିତ୍ତିଭୂମିର ଅଭାବ ମଧୢ ଏ କ୍ଷେତ୍ରରେ ଅନ୍ୟ ଏକ ବଡ଼ ସମସ୍ୟା।

ତେଣୁ ନେଟ୍‌ଵାର୍କ‌୍‌ କ୍ଷମତା ବୃଦ୍ଧି ହେଉଛି ଆଜିର ପ୍ରଥମ ଆବଶ୍ୟକତା। ଏଥି ସହିତ ଗୁଣାତ୍ମକ ମାନରେ ଉନ୍ନତି ମଧୢ ଏକାନ୍ତ ଜରୁରୀ। ଆଜିକାର ସ୍ଥିତିରେ ଇଣ୍ଟରନେଟ୍‌ ସେବାକୁ ସମସ୍ତଙ୍କ ପହଞ୍ଚ ଭିତରକୁ ଆଣିବା ହେଉଛି ସର୍ବାଧିକ ଗୁରୁତ୍ବପୂର୍ଣ୍ଣ।

ରାଗ୍‌ଧା, ମୟୂରଭଞ୍ଜ-୭୫୭୦୨୯
ମୋ: ୯୪୩୭୩୮୦୭୭୦

ସମ୍ବନ୍ଧିତ ଖବର