ଶ୍ରେଣୀରେ ପାଠ ପଢ଼ା- କିଛି ପ୍ରସ୍ତାବ

କରୋନାକାଳୀନ ଶିକ୍ଷା - ପ୍ରୀତୀଶ ଆଚାର୍ଯ୍ୟ

ଏହି କିଛି ଦିନର ଅନୁଭବରୁ ଛାତ୍ର, ଶିକ୍ଷକ ଏବ˚ ଅଭିଭାବକ ବୁଝି ସାରିବେଣି ଯେ ‘ଅନ୍‌ଲାଇନ୍’ କ୍ଲାସ୍‌ କେବେ ନିୟମିତ କ୍ଲାସ୍‌ର ବିକଳ୍ପ ହୋଇନପାରେ। ଆଦର୍ଶ ବିକଳ୍ପର ଅଭାବରେ ତାହା କେବଳ ଏକ କାମଚଳା ବ୍ୟବସ୍ଥା। ଜିଲ୍ଲାସ୍ତରୀୟ କଲେଜ ପିଲାଙ୍କ ମଧୢରେ ବି ଅନ୍ୟୂନ ଷାଠିଏ-ସତୁରି ପ୍ରତିଶତ ପିଲା ହୁଏତ ‘ଏଣ୍ତ୍ରଏଡ୍‌’ ଫୋନ୍‌ରୁ ବଞ୍ଚିତ, ଅଥବା ପ୍ରତ୍ୟେକ ଅନ୍ତତଃ ମୋଟ ଦୁଇ ତିନି ଘଣ୍ଟାର କ୍ଲାସ୍‌ ପାଇଁ ଆବଶ୍ୟକ ଦୁଇ ତିନି ଜିବି (GB)ର ଡାଟାର ଖର୍ଚ୍ଚ ପାଇଁ ଅସମର୍ଥ। ଏହା ବାହାରେ ନେଟ୍‌ଵାର୍କର ସମସ୍ୟା କଥା ରହିଛି। ଏ ସବୁକୁ ବାଦ ଦେଲେ ପୁଣି ‘ଅନ୍‌ଲାଇନ୍‌’ କ୍ଲାସ୍‌ର ଉପଯୋଗିତା ବିଷୟ ଆଉ ଏକ ପ୍ରସଙ୍ଗ। ଅନ୍ୟଥା ସାଧାରଣ କ୍ଲାସ୍‌ରେ ଖୁବ୍‌ ଭଲ ପ୍ରଦର୍ଶନ କରୁଥିବା ଶିକ୍ଷକ ମଧୢ ସ୍ବାଭାବିକ କାରଣରୁ ‘ଅନ୍‌ଲାଇନ୍‌’ କ୍ଲାସ୍‌ ନେବା ବେଳେ ଉପଯୋଗୀ ସାବ୍ୟସ୍ତ ହୋଇପାରୁ ନାହାନ୍ତି। ଅନ୍ତତଃ ଦୁଇଟି କ୍ଲାସ୍‌ ନେବା ପାଇଁ ଏବ˚ ତା’ ସାଙ୍ଗରେ ଆନୁଷଙ୍ଗିକ ‘ନେଟ୍‌’ ସମର୍ଥିତ ପ୍ରସ୍ତୁତି ପାଇଁ, ଶିକ୍ଷକମାନଙ୍କୁ ପ୍ରତିଦିନ ଦୁଇ GBରୁ ଅଧିକ ‘ଡାଟା’ ବ୍ୟୟ କରିବାକୁ ପଡ଼ୁଛି। ସେହି ବ୍ୟୟ ଭାର ଶିକ୍ଷକଙ୍କୁ ବହନ କରିବାକୁ ପଡ଼ୁଛି। ଏଥିରେ ଘରୋଇ ଶିକ୍ଷକ ସବୁଠାରୁ ଅଧିକ ଭାରାକ୍ରାନ୍ତ, ଯଦିଓ ସେମାନଙ୍କୁ ପ୍ରାୟତଃ କମ୍‌ ବେତନ ମିଳିଥାଏ। ସେମାନଙ୍କ ପାଇଁ ଏହି ଆକସ୍ମିକ ବ୍ୟୟବରାଦ କଦାପି ଏକ ଊଣା ବୋଝ ନୁହେଁ। ଅଧିକନ୍ତୁ, ମହାମାରୀ ଯୋଗୁଁ ସ୍କୁଲ ବନ୍ଦ ବୋଲି ସେମାନଙ୍କୁ ପୂରା ବେତନ ବି ମିଳୁନାହିଁ। ମୋଟ କଥା ହେଲା, ‘ଅନ୍‌ଲାଇନ୍‌’ କ୍ଲାସ୍‌ର ସମାପ୍ତି ଏବ˚ ରେଗୁଲାର କ୍ଲାସ୍‌ର ପୁନଃ ପ୍ରଚଳନ ଉଭୟ ଛାତ୍ର ଏବ˚ ଶିକ୍ଷକଙ୍କ ସ୍ବାର୍ଥ ଦୃଷ୍ଟିରୁ ଜରୁରୀ ଭଳି ମନେହୁଏ।

ଦ୍ବିତୀୟରେ କରୋନା ମହାମାରୀର ପ୍ରକୋପ ଆଉ ଅଳ୍ପ ଦିନ ପରେ ଶେଷ ହେବ ବୋଲି ମନେ ହେଉନାହିଁ। ଭାରତ ସରକାରଙ୍କ କେହି କେହି ଦାବି କରୁଛନ୍ତି ଯେ ଅଗଷ୍ଟ ୧୫ ତାରିଖରେ କରୋନା ବିରୋଧରେ ଭାରତୀୟ ପ୍ରତିଷେଧକ ଟିକା ଆସିଯିବ। କିନ୍ତୁ ଏବେ ଜଣାପଡ଼ିଲାଣି ଯେ ତାହା ଆଦୌ ସମ୍ଭବ ନୁହେଁ। ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ଆଦି କେତେକ ଅଗ୍ରଣୀ ଗବେଷଣାଗାରରେ ଯେଉଁ ପ୍ରସ୍ତୁତି ଚାଲିଛି, ତାହା ଯଦି ବିଶ୍ବସନୀୟ, ତେବେ ଅନ୍ତତଃ ଆଉ ଛଅ ମାସ ଆମକୁ ଗୋଟିଏ ପ୍ରତିଷେଧକ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ପୁଣି ପ୍ରତିଷେଧକ ଟିକା ଆସିଲେ ବି ବିକାଶଶୀଳ ଦେଶର ସାଧାରଣ ଜନତା ସ୍ତରକୁ ତାହା କେବେ ପହଞ୍ଚିବ, ତାହା ବି ଏକ ପ୍ରଶ୍ନବାଚୀ। ସେହି ସ୍ଥିତିରେ ଆଉ ଛଅ ମାସ ବା ତା’ଠାରୁ ଅଧିକ ସମୟ କାଳ କ’ଣ ଆମକୁ ‘ଅନ୍‌ଲାଇନ୍‌’ ଶିକ୍ଷା ବ୍ୟବସ୍ଥା ଭରସାରେ ରହିବାକୁ ପଡ଼ିବ? ‘ଅନ୍‌ଲାଇନ୍‌’ ବ୍ୟବସ୍ଥା ଭରସାରେ ଶିକ୍ଷାକୁ ଛାଡ଼ି ଦିଆଯାଇ ପାରିବ କି? ଯେମିତି ହେଉ ପଛକେ ରେଗୁଲାର କ୍ଲାସ୍‌ ଚାଲୁ ବୋଲି କହିବାକୁ ହୁଏ’ତ ଆମେ ବାଧୢ ହେବା। ଯେମିତି ସ୍ଥିତି ଅଧିକରୁ ଅଧିକ ଗୁରୁତର ହେବା ସତ୍ତ୍ବେ ଦୋକାନ ବଜାର ଖୋଲା ଯାଉଛି; ଗାଡ଼ି ମୋଟର ବି ଚାଲୁଛି; ଟ୍ରେନ୍‌ ଏବ˚ ବିମାନ ସେବାର ପୁନରାରମ୍ଭ କରିବାକୁ କର୍ତ୍ତୃପକ୍ଷ ବାଧୢ ହୋଇଛନ୍ତି; ସେମିତି ଶିକ୍ଷାନୁଷ୍ଠାନର ରେଗୁଲାର କ୍ଲାସ୍‌କୁ ଆରମ୍ଭ କରିବାକୁ କର୍ତ୍ତୃପକ୍ଷ ହୁଏ’ତ ଚାପର ବଶବର୍ତ୍ତୀ ହୋଇପାରନ୍ତି।

ଏବେ ଅନେକ ରାଜ୍ୟର ପରୀକ୍ଷା ବୋର୍ଡ ଦଶମ ଏବ˚ ଦ୍ବାଦଶର ପରୀକ୍ଷା ଫଳ ଘୋଷଣା କଲେଣି। ଯେଉଁ ରାଜ୍ୟର ‘ବୋର୍ଡ’ ଏହି ଘୋଷଣା କରି ନାହାନ୍ତି, ସେଗୁଡ଼ିକ ମଧୢ ନିଶ୍ଚିତ ରୂପେ ଶୀଘ୍ର ଫଳାଫଳ ଘୋଷଣା କରିବେ। ଏହା ଦ୍ବାରା ପିଲାଙ୍କ ପରୀକ୍ଷା ଫଳାଫଳକୁ ନେଇ ରହିଥିବା ଅନିଶ୍ଚିତତା ସାମାନ୍ୟ ମାତ୍ରାରେ ଊଣା ହୋଇଛି। ତେବେ କଥା ହେଲା ପରୀକ୍ଷାର ଫଳାଫଳ ପ୍ରକାଶନ ପରେ ଯଦି ଆଗକୁ ନୂଆ ଓ ଉପର କ୍ଲାସ୍‌ରେ ନାମଲେଖାର ବ୍ୟବସ୍ଥା ନ ହୁଏ, ନିୟମିତ କ୍ଲାସ୍‌ ନ ହୁଏ, ଉପର ଶ୍ରେଣୀର ବିଜ୍ଞାନ ଏବ˚ ମେଡିକାଲ ‘ଲ୍ୟାବ୍‌’ରେ ସ୍ବାଭାବିକ ଭାବରେ ପିଲାଙ୍କୁ କାର୍ଯ୍ୟ କରିବା ପାଇଁ ଅବସର ନ ମିଳେ, ତେବେ ପିଲାଙ୍କ ଅନିଶ୍ଚିତତା ଏବ˚ ମାନସିକ ବିଷାଦ ବଢ଼ି ଯିବା ସ୍ବାଭାବିକ। ବାସ୍ତବିକତା ହେଲା ଯେ ଶିକ୍ଷା ହେଉଛି ଏକ ସମୂହ କାର୍ଯ୍ୟ; ପିଲାଙ୍କ ସମାଗମ ବିନା ତାହା ନା ଗତି ପାଏ, ନା ରୂପ? ଶ୍ରେଣୀରେ ପ୍ରବେଶ ଠାରୁ ଆରମ୍ଭ କରି ଫଳାଫଳ ପ୍ରକାଶନ; କ୍ଲାସ୍‌ଠାରୁ ଆରମ୍ଭ କରି ପରୀକ୍ଷାଗାର ଏବ˚ ଖେଳପଡ଼ିଆ, ଶିକ୍ଷାର ପ୍ରତ୍ୟେକ ବିଭାବରେ ପିଲାଙ୍କ ସାମୂହିକ ସମ୍ପୃକ୍ତିର ଆବଶ୍ୟକତା ପଡ଼େ। ତେଣୁ ହଠାତ୍‌ ବିପରୀତ ଗତିରେ ଯାଇ ‘ସାମାଜିକ ଦୂରତା’କୁ ନୂଆ ମାନଦଣ୍ତ କଲା ବେଳକୁ ପଢ଼ାରେ ତାଳମେଳ ରହି ନ ପାରେ।

ପୁଣି ଆଜିର ଭଳି ପରିସ୍ଥିତିରେ ସ୍ବାସ୍ଥ୍ୟ ଏବ˚ ସାମାଜିକ ଦୂରତା ପ୍ରଶ୍ନକୁ ଆଦୌ ଅଣଦେଖା କରାଯାଇ ନ ପାରେ। ସୁତରା˚, ପର୍ଯ୍ୟାୟକ୍ରମେ ସମ୍ଭବତଃ ରେଗୁଲାର କ୍ଲାସ୍‌ ଆରମ୍ଭ କରିବାକୁ ପଡ଼ିବ। ଅବଶ୍ୟ ତାକୁ ସମାନ ସମୟରେ ଏବ˚ ଶିକ୍ଷାର ସମସ୍ତ ସ୍ତରରେ ଏକା ସାଙ୍ଗରେ ଆରମ୍ଭ କରି ହେବ ନାହିଁ। ପ୍ରଥମେ ପରୀକ୍ଷାମୂଳକ ଭାବେ ତାକୁ ମେଡିକାଲ କଲେଜରେ ଆରମ୍ଭ କରାଯାଇପାରେ; ଯେଉଁଠି ଛାତ୍ରମାନେ ମହାମାରୀ ଏବ˚ ତା’ର ନିୟନ୍ତ୍ରଣ ପାଇଁ ‘ସାମାଜିକ ଦୂରତା’ର ମହତ୍ତ୍ବକୁ ଭଲ ଭାବେ ବୁଝନ୍ତି। ଠିକ୍‌ ସେହିଭଳି ନର୍ସି˚ ତାଲିମ କେନ୍ଦ୍ରରେ ମଧୢ ବିନା କୌଣସି ‘ରିସ୍କ’ ନେଇ ନିୟମିତ କ୍ଲାସ୍‌ ଆରମ୍ଭ କରାଯାଇପାରେ। ଏହାଦ୍ବାରା ଡାକ୍ତର ଏବ˚ ନର୍ସ ତାଲିମର ଧାରା ପ୍ରାରମ୍ଭ ପାଇଯିବ, ଯାହା କି କରୋନା ଲଢ଼େଇ ପାଇଁ ମଧୢ ଏକ ଆବଶ୍ୟକତା।

ଏହି ପ୍ରୟୋଗ ଯଦି ଫଳଦାୟୀ ସାବ୍ୟସ୍ତ ହୁଏ, ଉଚ୍ଚ ଶିକ୍ଷା ଏବ˚ ବୈଷୟିକ ଶିକ୍ଷାର ଅନ୍ୟ ବିଭାବ ପାଇଁ ମଧୢ ରେଗୁଲାର କ୍ଲାସ୍‌ର ମାର୍ଗ ଉନ୍ମୁକ୍ତ କରି ହେବ। ଯଦି ଏହି ପ୍ରୟୋଗ ଅପରିଣାମଦର୍ଶୀ ବୋଲି ହୁଏ, ତାକୁ ମାସେ ଦୁଇ ମାସ ପରେ ତୁରନ୍ତ ଖୋଲା ମନରେ ବନ୍ଦ କରି ଦିଆଯାଇପାରେ; କାରଣ ସ୍ବାସ୍ଥ୍ୟକୁ ଉପେକ୍ଷା କରି ଆମେ ଶିକ୍ଷାର ପ୍ରବର୍ତ୍ତନ କରିପାରିବା ନାହିଁ। ପ୍ରଥମେ କେବଳ ମେଡିକାଲ ଶିକ୍ଷା, ନର୍ସିଂ ତାଲିମ, ବୈଷୟିକ ଶିକ୍ଷା ଏବ˚ ବିଶ୍ବବିଦ୍ୟାଳୟର ଶ୍ରେଣୀ ଗୃହରେ ଏହି ବ୍ୟବସ୍ଥାର ଆରମ୍ଭ କରାଯାଇପାରେ। ଦ୍ବିତୀୟ କଥା ହେଲା, ଶିକ୍ଷାନୁଷ୍ଠାନର ଶ୍ରେଣୀଗୃହ ତଥା ପରୀକ୍ଷାଗାରକୁ ନିୟମିତ ଭାବେ ‘ସାନିଟାଇଜ୍‌’(ପରିଷ୍କରଣ) କରିବା ଏବ˚ ‘ଡିସ୍‌ଇନ୍‌ଫେକ୍ଟ’ (ସ˚କ୍ରମଣଶୂନ୍ୟ) କରିବା କାମକୁ ଆଦୌ ଅଣଦେଖା କରାଯିବା କଥା ନୁହେଁ। ତୃତୀୟରେ ରେଗୁଲାର କ୍ଲାସ୍‌ର ଆରମ୍ଭ ହେବା ଅର୍ଥ ଶିକ୍ଷାନୁଷ୍ଠାନର କ୍ଲାସ୍‌ରୁମ ତୁଳନାରେ ହଷ୍ଟେଲ ଏବ˚ ମେସ୍‌ ଡାଇନି˚ରେ ସାମାଜିକ ଦୂରତାର ନିୟମ ଭଙ୍ଗ ହେବାର ଅଧିକ ଆଶଙ୍କା ବଢ଼ିବ। ତା’ ଉପରେ ଯଥୋଚିତ ଧୢାନ ନ ଦେଲେ ଏହି ପ୍ରୟୋଗ ଫଳପ୍ରଦାୟୀ ହୋଇପାରିବ ନାହିଁ। ମୂଳ କଥା ହେଲା ଯେ ବ୍ୟକ୍ତିଗତ ଭାବେ ଶିକ୍ଷାର୍ଥୀ ଯଦି ସଚେତନ ରହନ୍ତି, ତେବେ କରୋନା ସ˚କ୍ରମଣକୁ ଯଥା ସମ୍ଭବ ପ୍ରତିହତ କରିପାରିବେ। କେବଳ ପ୍ରଶାସନିକ ନିର୍ଦ୍ଦେଶକ ବା କର୍ତ୍ତୃପକ୍ଷଙ୍କ ତାଗିଦା ବଳରେ କେବେ ସମସ୍ୟାରୁ ସୁରକ୍ଷା ମିଳି ନ ପାରେ। ସାନ ବୟସର ପିଲାଙ୍କ ଠାରେ ଏଭଳି ସଚେତନତା ସ୍ବାଭାବିକ ଭାବେ ଏବ˚ ସହଜରେ ଆଶା କରାଯାଇ ନ ପାରେ। ଯେମିତି ପ୍ରୟାସ ସତ୍ତ୍ବେ ଅନ୍‌ଲାଇନ୍‌ କ୍ଲାସ୍‌ ବିଶେଷ ସଫଳ ହୋଇପାରୁନାହିଁ, ସେମିତି ଏହି କିସମର ରେଗୁଲାର କ୍ଲାସ୍‌ (ଯେଉଁଥିରେ କେବଳ ଉଚ୍ଚ ଶିକ୍ଷା ସ୍ତରରେ ପିଲା ଲାଭବାନ ହେବେ) କରିବା ତଳ ଶ୍ରେଣୀର ଏବ˚ ବିଶେଷ କରି ସ୍କୁଲ ସ୍ତରର ପିଲାଙ୍କ କ୍ଷେତ୍ରରେ ସହଜରେ ସଫଳ ହେବନାହିଁ। ମାତ୍ର ପ୍ରାୟୋଗିକ ସ୍ତରରେ ସୀମିତ ସ˚ଖ୍ୟକ ଅନୁଷ୍ଠାନରେ ତାହା ଫଳପ୍ରଦ ହେଲେ ଏବ˚ ଉକ୍ତ ପ୍ରୟୋଗ ଦ୍ବାରା ମହାମାରୀର ସ˚କ୍ରମଣ ବୃଦ୍ଧି ନ ଘଟିଲେ, ପ୍ରାରମ୍ଭିକ ସ୍ତରରେ ପ୍ରୟୋଗରେ ରହିଥିବା ଭୁଲତ୍ରୁଟିକୁ ସୁଧାରି ପାରିଲେ ଉଚ୍ଚ ମାଧୢମିକ ଏବ˚ ଉଚ୍ଚତର ମାଧୢମିକ ସ୍କୁଲ ସ୍ତରରେ ରେଗୁଲାର କ୍ଲାସ୍‌ କରାଯାଇପାରିବ।

ଏଠାରେ ପ୍ରଶ୍ନ ଉଠେ, କ’ଣ ପ୍ରାଥମିକ ବିଦ୍ୟାଳୟ ସ୍ତରକୁ ଆମେ କିଛି ମାସ ପରେ ଏହି ପ୍ରୟୋଗକୁ ବିସ୍ତାରିତ କରିପାରିବା? ସମସ୍ୟା ହେଲା ଯେ ପ୍ରାଥମିକ ଶ୍ରେଣୀର ପିଲାଙ୍କ ମହାମାରୀକୁ ନେଇ ସଚେତନତା କମ ଥିବାର ଆଶଙ୍କା ରହିଛି। ଦ୍ବିତୀୟ ସମସ୍ୟା ହେଲା ଯେ, ପ୍ରାଥମିକ ଏବ˚ ଉଚ୍ଚ ପ୍ରାଥମିକ (ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ) ସ୍କୁଲରେ ପ୍ରତି କ୍ଲାସ୍‌ରୁମରେ ପିଲା ସ˚ଖ୍ୟା ଅଧିକ ବୋଲି ଅନୁମାନ କରାଯାଏ, ଯାହା ସାମାଜିକ ଦୂରତାର ନିୟମ ଉଲ୍ଲ˚ଘନକୁ ସୁଯୋଗ ଦେବ। କିନ୍ତୁ, ତା’ଠାରୁ ବଡ଼ ସମସ୍ୟା ହେଲା ଯେ ଆମର ଅଧିକା˚ଶ ସରକାରୀ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ବସିବା ପାଇଁ ବେଞ୍ଚ ଓ ଟେବୁଲର ପ୍ରାବଧାନ ନାହିଁ। କିନ୍ତୁ ଚଟାଣରେ ବସିବା ଦ୍ବାରା ଷଷ୍ଠ, ସପ୍ତମ ଏବ˚ ଅଷ୍ଟମ ଶ୍ରେଣୀ ବେଳକୁ ଝିଅ ପିଲା ଶିକ୍ଷକଙ୍କ ପ୍ରଶ୍ନର ଠିଆ ହୋଇ ଉତ୍ତର ଦେଲା ବେଳେ ଖୁବ୍‌ ଅସହଜ ଅନୁଭବ କରନ୍ତି। ପିଲାଙ୍କ ମନୋବଳ ବି ମୋଟାମୋଟି ଭାବେ କ୍ଷୁଣ୍ଣ ହୁଏ। ମହାମାରୀ କାଳରେ ତାହା ହୁଏ’ତ ‘ସାମାଜିକ ଦୂରତା’ର ଉଲ୍ଲ˚ଘନ ପାଇଁ ଆହୁରି ବାଟ ଖୋଲିଦେବ। ତେଣୁ, ପ୍ରାଥମିକ ସ୍ତରରେ ରେଗୁଲାର କ୍ଲାସ୍‌ର ପ୍ରୟୋଗକୁ ବିସ୍ତାରିତ କରିବାକୁ ଯଦି କର୍ତ୍ତୃପକ୍ଷ ଚାହିଁବେ, ତେବେ ଆଗ ପରି ସ୍କୁଲର ପ୍ରଥମ ଶ୍ରେଣୀ ପିଲାଙ୍କ ପାଇଁ ମଧୢ ବେଞ୍ଚ-ଟେବୁଲର ବ୍ୟବସ୍ଥା କରିବାକୁ ହେବ। ସ୍କୁଲ ବ୍ୟବସ୍ଥାର ସାମଗ୍ରିକ ଉନ୍ନତି ଦୃଷ୍ଟିରୁ ଏହା କସ୍ମିନ କାଳେ ଏକ ‘ଅପବ୍ୟୟ’ ସାବ୍ୟସ୍ତ ହେବ ନାହିଁ। ଯେଉଁ ସ୍କୁଲରେ ଆବଶ୍ୟକ ସ˚ଖ୍ୟାରେ ଶିକ୍ଷକ ନାହାନ୍ତି, ସେଠାରେ ମଧୢ ରେଗୁଲାର କ୍ଲାସ୍‌ର ପ୍ରୟୋଗ ଦୁରୂହ ହେବ, କାରଣ ପିଲା ଏବ˚ କ୍ଲାସ ପରିଚାଳନା ପାଇଁ ସ୍କୁଲ ସ୍ତରରେ ଶିକ୍ଷକଙ୍କ ନିଘା ଏବ˚ ଉପସ୍ଥିତି ଅନିବାର୍ଯ୍ୟ। ତେଣୁ, ନିୟମ ଅନୁଯାୟୀ ଶିକ୍ଷକ ନିଯୁକ୍ତି ମଧୢ କରିବାକୁ ପଡ଼ିବ। ଅନ୍ୟଥା ସ୍କୁଲ ସ୍ତରରେ ନିୟମିତ କ୍ଲାସ୍‌ କଥା ଚିନ୍ତା କରାଯାଇପାରିବ ନାହିଁ।

ରେଗୁଲାର କ୍ଲାସ୍‌ ପକ୍ଷରେ ରହିଥିବା ଏହି ସବୁ ମତକୁ ଅନେକ ହୁଏତ ନାକଚ କରି ଦେବେ। ମାତ୍ର ତା’ ପୂର୍ବରୁ ଆମର ବୁଝିବା ଉଚିତ ଯେ ଏହା ଖଣ୍ତାଧାରରେ ଚାଲିବା ଭଳି କଥା। ଆଦର୍ଶ ବିକଳ୍ପର ଅଭାବରେ ଯେମିତି ଅନ୍‌ଲାଇନ୍‌ ଶିକ୍ଷାର ପ୍ରୟୋଗ ଚାଲିଛି, ଏହା ସେହି ଧରଣର କିମ୍ବା ତା’ର ପାଖାପାଖି ଏକ ସମ୍ଭାବିତ ବିକଳ୍ପ। ସ୍ବାସ୍ଥ୍ୟ ସମସ୍ୟାକୁ ଗୁରୁତ୍ବହୀନ ବୋଲି କହିବା ଏହାର ଲକ୍ଷ୍ୟ ନୁହେଁ। ମହାମାରୀର ବର୍ଦ୍ଧିଷ୍ଣୁ ପ୍ରକୋପକୁ ଅଣଦେଖା କରିବାର ଉଦ୍ଦେଶ୍ୟ ମଧୢ ଏଥିରେ ନିହିତ ନାହିଁ। ମହାମାରୀର ଅନୁଭବ ଯେମିତି ସମକାଳୀନ ସମାଜ ପାଇଁ ନୂଆ, ଏହି ସବୁ ପ୍ରୟୋଗର ବିଚାର ମଧୢ ନୂଆ। ସୁତରା˚, ନୂଆ ବାଟ ଖୋଜିବାରେ ବା ନୂଆ ପ୍ରୟୋଗ କଥା ଚିନ୍ତା କରିବାରେ ଆପତ୍ତି ନ ରହିପାରେ। ଯଦି କୌଣସି ପ୍ରୟୋଗ ଫଳପ୍ରସୂ ହୁଏ, ତେବେ ତାହା ଏ ମହାମାରୀ କାଳରେ ଏକ ଚମତ୍କାର ଉପଲବ୍‌ଧି ହୋଇପାରେ।

[email protected]

ସମ୍ବନ୍ଧିତ ଖବର