ଆଧୁନିକ ଯୁଗରେ ଉଚ୍ଚ ଶିକ୍ଷାର ଗୁଣାତ୍ମକ ବିକାଶ କୌଣସି ଦେଶ ଓ ରାଜ୍ୟର ଉନ୍ନତି ପାଇଁ ଅପରିହାର୍ଯ୍ୟ। ଏଥିପାଇଁ ସୁଯୋଗ ଓ ସୁବିଧା ସୃଷ୍ଟି କରିବାର ଗୁରୁ ଦାୟିତ୍ବ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ନ୍ୟସ୍ତ। ଉଚ୍ଚ ଶିକ୍ଷାକୁ ନିୟନ୍ତ୍ରଣ କରିବା ପାଇଁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ( ୟୁଜିସି) ଏକ ସ୍ବତନ୍ତ୍ର ସ˚ସ୍ଥା ଭାବରେ କାର୍ଯ୍ୟ କରୁଛି। ଭାରତର ପ୍ରାୟ ୮୦୦ରୁ ଅଧିକ ବିଶ୍ବବିଦ୍ୟାଳୟ ୟୁଜିସି ସହ ଅନୁବନ୍ଦିତ। ପ୍ରତ୍ୟେକ ବିଶ୍ବବିଦ୍ୟାଳୟ ସହ ଶତାଧିକ ମହାବିଦ୍ୟାଳୟ ଅନୁବନ୍ଦିତ ହୋଇ ସ୍ନାତକ ଓ ସ୍ନାତ‌େକାତ୍ତର ଶିକ୍ଷାଦାନରେ କାର୍ଯ୍ୟରତ।

Advertisment

କୋଭିଡ ୧୯ ମହାମାରୀ ସମଗ୍ର ବିଶ୍ବରେ ଆତଙ୍କ ସୃଷ୍ଟି କରିବା ସ˚ଗେ ସ˚ଗେ ଆର୍ଥିକ, ସାମାଜିକ ଓ ଶିକ୍ଷା ଭଳି ପ୍ରତ୍ୟେକ କ୍ଷେତ୍ରକୁ ଦୋହଲାଇ ଦେଇଛି। ଗତ ମାର୍ଚ୍ଚ ମାସରୁ ଅଦ୍ୟାବଧି ଏହାକୁ ନିୟନ୍ତ୍ରଣ କରିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଥିବା ସତ୍ତ୍ବେ ଦିନକୁ ଦିନ ଏହା ଭୟଙ୍କର ରୂପ ଧାରଣ କରିବାରେ ଲାଗିଛି। ସୁତରାଂ, ଏଭଳି ଏକ ପରିସ୍ଥିତିରେ ଶିକ୍ଷା ବ୍ୟବସ୍ଥା ଅଚିରେ ଭୁଶୁଡ଼ି ପଡ଼ିବା ଭଳି ସ୍ଥିତିକୁ ଆସିଗଲାଣି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଶିକ୍ଷାଦାନ ପାଇଁ ଅନେକ ବିକଳ୍ପ ବ୍ୟବସ୍ଥା କରାଯାଇଥିଲେ ମଧୢ ସେ ସବୁ ଫଳପ୍ରଦ ହୋଇ ପାରୁନାହିଁ। ଏହି ପରିପ୍ରେକ୍ଷୀରେ ବିଶ୍ବବିଦ୍ୟାଳୟ ପରୀକ୍ଷା ପରିଚାଳନା ଏକ ସମସ୍ୟା ସୃଷ୍ଟି କଲାଣି। ଏହା ଛାତ୍ରଛାତ୍ରୀ, ଅଭିଭାବକ, ଉଚ୍ଚ ଶିକ୍ଷା ବିଭାଗ ଏବ˚ ବିଶ୍ବବିଦ୍ୟାଳୟ ପ୍ରସାଶକଙ୍କ ମୁଣ୍ତବ୍ୟଥାର କାରଣ ପାଲଟିଛି।

କୋଭିଡ-୧୯ର ସ˚କଟକୁ ଦୃଷ୍ଟିରେ ରଖି ୟୁଜିସି ଏକ କମିଟି ଗଠନ କରି ଉଚ୍ଚ ଶିକ୍ଷା ପାଇଁ ଏକ ମାର୍ଗଦର୍ଶିକା ପ୍ରସ୍ତୁତ କରିବା ସକାଶେ ଦାୟିତ୍ବ ଅର୍ପଣ କରିଥିଲେ। ଏହି କମିଟିର ସଦସ୍ୟ ଶିକ୍ଷାବିତ୍‌ମାନେ ମେ ମାସରେ ଅନେକ ମୂଲ୍ୟବାନ ପରାମର୍ଶ ପ୍ରଦାନ କରିଥିଲେ। ସିଲାବସକୁ ସଙ୍କୁଚିତ କରିବା, ଅନଲାଇନ ବା ଡିଜିଟାଲ ଶିକ୍ଷାଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବା, ଶିକ୍ଷା ବର୍ଷକୁ ଜୁନ୍‌ ପରିବର୍ତ୍ତେ ସେପ୍‌ଟେମ୍ବରରେ ଆରମ୍ଭ କରିବା ଏବ˚ ସର୍ବୋପରି ଏ ବର୍ଷର ବିଶ୍ବବିଦ୍ୟାଳୟ ପରୀକ୍ଷାକୁ ବାତିଲ କରି ବିକଳ୍ପ ମୂଲ୍ୟାୟନ ଭିତ୍ତିରେ ଫଳ ପ୍ରକାଶ କରିବା ଇତ୍ୟାଦି ଏହି ପରାମର୍ଶ ଅନ୍ତର୍ଭୁକ୍ତ ଥିଲା। ଏହା ପରେ ୟୁଜିସି ଏକ ସ˚କେତ ଦେଲେ ଯେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବାକି ଥିବା ବିଶ୍ବବିଦ୍ୟାଳୟର ପରୀକ୍ଷାଗୁଡ଼ିକ ବାତିଲ କରାଯିବ। ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଚାପମୁକ୍ତ ହୋଇ ଆଶ୍ବସ୍ତି ଲାଭ କଲେ।

ଆମ ରାଜ୍ୟର ଉଚ୍ଚ ଶିକ୍ଷାମନ୍ତ୍ରୀ କୋଭିଡ-୧୯ ମହାମାରୀର ସଙ୍କଟକୁ ଉଚ୍ଚ ଶିକ୍ଷା ବିଭାଗ କେମିତି ମୁକାବିଲା କରିବ ତାର ଏକ ରୂପରେଖ ପ୍ରସ୍ତୁତ କରିବା ପାଇଁ ଅନେକ ପଦକ୍ଷେପ ନେବା ଆରମ୍ଭ କରିଦେଲେ। ଏହି ପରିପ୍ରେକ୍ଷୀରେ ଉଚ୍ଚ ଶିକ୍ଷା ସଚିବ, ସମସ୍ତ ବିଶ୍ବବିଦ୍ୟାଳୟର କୁଳପତି, ପରୀକ୍ଷା ନିୟନ୍ତ୍ରକ, ଉଚ୍ଚ ଶିକ୍ଷା ପରିଷଦର ପଦାଧିକାରୀଙ୍କୁ ନେଇ ଅନେକ ମାନସମନ୍ଥନ କରାଗଲା। ଓଡ଼ିଶାରେ ୨୦୧୯-୨୦ ଶିକ୍ଷାବର୍ଷର ବାକି ଥିବା ପରୀକ୍ଷା ସବୁ କରିବା ସମ୍ଭବ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା। ସବୁ ବର୍ଗର ସୁଚିନ୍ତିତ ମତାମତ ନେଇ ଉଚ୍ଚ ଶିକ୍ଷା ବିଭାଗ ପରୀକ୍ଷାଗୁଡ଼ିକୁ ବାତିଲ କରିବା ସ˚ଗେ ସ˚ଗେ ବିକଳ୍ପ ମୂଲ୍ୟାଙ୍କନ ମାଧୢମରେ ଫଳ ପ୍ରକାଶ ପାଇଁ ବିଶ୍ବବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଲେ। ଓଡ଼ିଶାର ଲକ୍ଷାଧିକ ଛାତ୍ରଛାତ୍ରୀ, ଅଧୢାପକ, କର୍ମଚାରୀଙ୍କ ଜୀବନ ଏକ ଆସନ୍ନ ବିପତ୍ତିରୁ ରକ୍ଷା କରାଗଲା। ଦଳ ମତ ନିର୍ବିଶେଷରେ ସମାଜର ପ୍ରତ୍ୟେକ ବର୍ଗ ଏହାକୁ ସ୍ବାଗତ କଲେ।

ଏଭଳି ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ଗତ ୬ ଜୁଲାଇରେ ୟୁଜିସି ଏକ ନିର୍ଦ୍ଦେଶନାମା ଜାରି କରି ସମସ୍ତଙ୍କୁ ଆତଙ୍କିତ କରି ଦେଇଛନ୍ତି କହିଲେ ଚ‌ଳେ। ୟୁଜିସିଙ୍କ କହିବା କଥା ଯେ, ସ୍ନାତକ (ଯୁକ୍ତ ୩) ଓ ସ୍ନାତକୋତ୍ତର ( ପି.ଜି) ର ଶେଷ ସେମିଷ୍ଟାର ଯଥାକ୍ରମେ ଷଷ୍ଠ ଓ ଚତୁର୍ଥ ପରୀକ୍ଷାକୁ କୌଣସିମତେ ବାତିଲ କରାଯାଇପାରିବ ନାହିଁ। ଏହାଦ୍ବାରା ଡିଗ୍ରିର ବିଶ୍ବସନୀୟତା ହ୍ରାସ ପାଇବ। ଜଣେ ସ୍ନାତକ ଛାତ୍ର ତିନି ବର୍ଷରେ ୬ଟି ସେମିଷ୍ଟାର ପରୀକ୍ଷା ଦେଇଥାଏ ଯାହାକି ବିଶ୍ବବିଦ୍ୟାଳୟ ଦ୍ବାରା ପରିଚାଳିତ। କୌଣସି ସେମିଷ୍ଟାର ସ˚ପୃକ୍ତ ମହାବିଦ୍ୟାଳୟ କରି ନଥାଏ। ତେବେ ଯେଉଁମାନେ ଶେଷ ବର୍ଷର ଛାତ୍ରଛାତ୍ରୀ ସେମାନଙ୍କର ୫ଟି ସେମିଷ୍ଟାର କରି ବିଶ୍ବବିଦ୍ୟାଳୟମାନେ ମୂଲ୍ୟାଙ୍କନ କରିସାରିଛନ୍ତି। ଏହି ଫଳାଫଳକୁ ଆଧାର କରି ଷଷ୍ଠ ସେମିଷ୍ଟାରର ଫଳ ପ୍ରକାଶ କରାଯିବା ଏକ ବିକଳ୍ପ ବ୍ୟବସ୍ଥା। ଏଣୁ ମାତ୍ର ଗୋଟିଏ ସେମିଷ୍ଟାର ନ ହେଲେ ଯେ ଡିଗ୍ରିର ବିଶ୍ବସନୀୟତା କମିଯିବ ଏହା ଏକ ଅବାଞ୍ଛିତ ଯୁକ୍ତି ପରି ମନେହୁଏ। ବର˚ ଷଷ୍ଠ ସେମିଷ୍ଟାରକୁ ବାଧୢତାମୂଳକ କରିବା ଅର୍ଥ ପାଞ୍ଚଟି ସେମିଷ୍ଟାର ଫଳାଫଳ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା। ଠିକ ସେହିପରି ପିଜିରେ ତିନିଟି ସେମିଷ୍ଟାରର ଫଳାଫଳକୁ ଆଧାର କରି ଚତୁର୍ଥ ସେମିଷ୍ଟାର ମୂଲ୍ୟାଙ୍କନ କଲେ ବେଦ ଅଶୁଦ୍ଧ ହେବ ନାହିଁ। ଯେତେବେଳେ ଏକ ଜାତୀୟ ବିପତ୍ତି ଆସେ ପରିସ୍ଥିତି ସହ ସାଲିସ କରିବା ବିିଜ୍ଞତାର ପରିଚୟ। ଦେଶର ଭବିଷ୍ୟତ ବୋଲାଉଥିବା ଆମ ଉଚ୍ଚ ଶିକ୍ଷିତ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ଓ ଜୀବନ ଯେ ଶିକ୍ଷା ମୂଲ୍ୟବାନ ଠାରୁ ଅଧିକ ମୂଲ୍ୟବାନ ଏହା ସମସ୍ତେ ସ୍ବୀକାର କରିବେ।

ଓଡ଼ିଶାର ଉଚ୍ଚ ଶିକ୍ଷା ମନ୍ତ୍ରୀ ୟୁଜିସିର ନିଦ୍ଦେର୍ଶନାମାର ପୁନଃବିଚାର କରିବା ପାଇଁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀଙ୍କୁ ଗତ ୯ ଜୁଲାଇରେ ଚିଠି ଲେଖିଥିଲେ; ଠିକ ସେହିପରି ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ପ˚ଜାବ, ମଧୢପ୍ରଦେଶ, ତାମିଲନାଡୁ, ହରିୟାନା ସରକାର ମଧୢ ଏହାର ପ୍ରତିବାଦ କରିଛନ୍ତି। ଭାରତର ୧୬୮ଟି ବିଶ୍ବବିଦ୍ୟାଳୟ କୋଭିଡ-୧୯ ପରିସ୍ଥିତିରେ ପରୀକ୍ଷା କରିବା ଅନୁକୂଳ ନୁହେଁ ବୋଲି ତାଙ୍କ ଅସହାୟତା ପ୍ରକାଶ କରିଛନ୍ତି। ଇତି ମଧୢରେ ‘ଜଏଣ୍ଟ ଫୋରମ ଫର ମୁଭମେଣ୍ଟ ଅନ ଏଜୁକେସନ’ ପକ୍ଷରୁ ମୁମ୍ବାଇ ହାଇକୋର୍ଟରେ ଏକ ଯାଚିକା ଦାୟର କରାଯାଇଅଛି। ଏକ ସତ୍ୟପାଠ ମାଧୢମରେ ୟୁଜିସି ପକ୍ଷରୁ କୁହାଯାଇଛି ଯେ ପରୀକ୍ଷା ବାତିଲ କରିବା ରାଜ୍ୟ ସରକାରଙ୍କ ଅଧିକାରଭୁକ୍ତ ନୁହେଁ। ଠିକ କଥା। କିନ୍ତୁ ଅନ୍ୟ ପକ୍ଷରେ ଜୀବନକୁ ନିଶ୍ଚିତ ବିପଦ ମୁଖକୁ ଠେଲି ଦେଇ ପରୀକ୍ଷା ପାଇଁ ବାଧୢ କରିବା ଅମାନବୀୟ ବ୍ୟତୀତ ଆଉ କିଛି ନୁହେଁ। ଅନ୍ୟ ପକ୍ଷରେ ବିଭିନ୍ନ ପ୍ରଦେଶର ୩୧ ଜଣ ଛାତ୍ରଛାତ୍ରୀ ସୁପ୍ରିମକୋର୍ଟରେ ଆବେଦନ କରି ଶେଷ ସେମିଷ୍ଟାରକୁ ବାତିଲ ପାଇଁ ପ୍ରାର୍ଥନା କରିଛନ୍ତି।

ଓଡ଼ିଶାରେ ସମସ୍ତ ଯୁଦ୍ଧକାଳୀନ ପଦକ୍ଷେପ ସତ୍ତ୍ବେ ଜୁଲାଇ ମାସରେ କରୋନା ଆକ୍ରାନ୍ତଙ୍କ ସ˚ଖ୍ୟା ହୁ ହୁ ହୋଇ ବଢ଼ିଚାଲିଛି। ସର୍ବସାଧାରଣରେ ଏହା ଏକ ଅବସାଦର ବାତାବରଣ ସୃଷ୍ଟି କରିଛି। ଏଭଳି ଏକ ପରିସ୍ଥିତିରେ ପ୍ରାୟ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ପରୀକ୍ଷା କରିବା ଅର୍ଥ ବିପଦକୁ ଆମନ୍ତ୍ରଣ କରିବା। ଏହାକୁ ଦୃଷ୍ଟିରେ ରଖି ଉଚ୍ଚ ଶିକ୍ଷାମନ୍ତ୍ରୀ ପୁଣି ଥରେ ଗତ ୨୩ ଜୁଲାଇରେ କେନ୍ଦ୍ରମନ୍ତ୍ରୀଙ୍କୁ ପତ୍ର ଲେଖି ତାଙ୍କ ଦାବି ଦୋହରାଇଛନ୍ତି। ମନ୍ତ୍ରୀ ମହୋଦୟ ତାଙ୍କ ଚିଠିରେ ପରୀକ୍ଷା ବାତିଲ ଲାଗି ଯେଉଁ ଆଠଟି କାରଣ ଦର୍ଶାଇଛନ୍ତି ସେ ସବୁ ଯୁକ୍ତିଯୁକ୍ତ ଓ ଯଥାର୍ଥ ବୋଲି ମନେ ହୁଏ।

ଓଡ଼ିଶା ଭଳି ଏକ ରାଜ୍ୟରେ ଗ୍ରାମାଂଚଳ ପିଲାଙ୍କ ସ˚ଖ୍ୟା ଦୁଇ ତୃତୀୟା˚ଶରୁ ଅଧିକ। ଆର୍ଥିକ ସ୍ବଚ୍ଛଳତା ଓ ଭିତ୍ତିଭୂମିକୁ ବିଚାରକୁ ନେଲେ ଅନଲାଇନ ପରୀକ୍ଷା ଅସମ୍ଭବ। ଗମନାଗମନ ବ୍ୟବସ୍ଥା ଅଚଳ, ଅନେକ ମହାବିଦ୍ୟାଳୟ ଓ ଛାତ୍ରାବାସ କୋଭିଡ-୧୯ ମୁକାବିଲା ପାଇଁ ବ୍ୟବହାର କରାଯାଉଅଛି। ୟୁଜିସିର କହିବା କଥା ଯେ ସେପ୍‌ଟେମ୍ବର ଶେଷ ସୁଦ୍ଧା ପରୀକ୍ଷା କରାଯାଇପାରେ। ତେବେ ନୂତନ ଶିକ୍ଷାବର୍ଷ ପୁଣି କେବେ? ଏହା ହେଲେ ଶିକ୍ଷା କ୍ୟାଲେଣ୍ତର ସ˚ପୂର୍ଣ୍ଣ ଅନିଶ୍ଚିତ ହୋଇଯିବ। ଯଦି ଦଶମ ଓ ଦ୍ବାଦଶରେ (ଯାହାକି ତାଙ୍କ ଫାଇନାଲ ବୋର୍ଡ ପରୀକ୍ଷା) ବିକଳ୍ପ ମୂଲ୍ୟାଙ୍କନ ଗ୍ରହଣଯୋଗ୍ୟ ହୋଇପାରିଲା, ତାହା ହେଲେ ବିଶ୍ବବିଦ୍ୟାଳୟ ସ୍ତରରେ ଅସୁବିଧା କେଉଁଠି?

ଏହି ସବୁ ଯୁକ୍ତିକୁ ବିଜ୍ଞତାର ସହ ବିଚାର କଲେ କୋଭିଡ -୧୯ ମହାମାରୀର ଭୟଙ୍କର ସ୍ଥିତିରେ ଶେଷ ସେମିଷ୍ଟାର ପରୀକ୍ଷା କରିବା ପାଇଁ ୟୁଜିସି ନିଜ ଜିଦରେ ଅଟଳ ରହିବା ଏକ ଅକ୍ଷମଣୀୟ ଅଦୂରଦର୍ଶିତା। ଏହାର ପରିଣାମ ଭୟାବହ ହେବା ଅସମ୍ଭବ ନୁହେଁ। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ, ଅଭିଭାବକ ବର୍ତ୍ତମାନ ମାନସିକ ଚାପଗ୍ରସ୍ତ। ଏହି ଅନିଶ୍ଚିତତା ଯଥାଶୀଘ୍ର ଦୂର ହେବା ଦରକାର। ବିଳମ୍ବ ହେଲେ ଅନେକ କ୍ଷତି ହେବା ସହ କେନ୍ଦ୍ର ରାଜ୍ୟ ସ˚ପର୍କରେ ତାର ପ୍ରଭାବ ପଡ଼ିବା ନିଶ୍ଚିତ। ଏଣୁ ଏପରି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଉପରେ ପୁନର୍ବିଚାର କରାଯିବା ଆବଶ୍ୟକ।

ଭାରପ୍ରାପ୍ତ ଅଧ୍ୟକ୍ଷ, କେ.ଭି, କଲେଜ, କ˚ଟାବାଞ୍ଜି, ବଲାଙ୍ଗୀର
ମୋ- ୯୪୩୭୨୧୦୫୫୫