ଓଜୋନ ପ୍ରଦୂଷଣ ବଢ଼ାଇଛି ଲକ୍‌ଡାଉନ୍‌

ଅଲେଖ ଚନ୍ଦ୍ର ସାମଲ

ଆମ ସାଧାରଣ ଜୀବନ ଜଳବାୟୁ, ପରିବେଶରେ ଓଜୋନର ଗୁରୁତ୍ବ ସମ୍ବନ୍ଧରେ ଆମେ ସମସ୍ତେ ଜାଣିଛେ। ବର୍ତ୍ତମାନର କରୋନା କାରଣ ପାଇଁ ଯେଉଁ ଲକ୍‌ଡାଉନ୍‌ ହୋଇଛି, ତାହା ସମଗ୍ର ବିଶ୍ବରେ ଅର୍ଥନୈତିକ, ପର୍ଯ୍ୟଟନ, ଗମନାଗମନ ଓ ପ୍ରଦୂଷଣକୁ ମଧୢ ପ୍ରଭାବିତ କରିଛି। ଗାଡ଼ିମଟର ଓ କଳକାରଖାନା ଅଧିକା˚ଶ କମି ଯାଇଥିବାରୁ ଏହାର ପ୍ରଭାବରେ ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇଯାଇଛି। କିନ୍ତୁ ଏହା ସତ୍ତ୍ବେ ଏକ ଅନୁସନ୍ଧାନର ତଥ୍ୟ ସୂଚିତ କରିଛି ଯେ ଏହି ଲକ୍‌ଡାଉନ୍‌ ସମୟରେ ନାଇଟ୍ରୋଜେନ ଡାଇଅକ୍‌ସାଇଡ (ଏନ୍‌ଓ୨) ଏବ˚ ସୂକ୍ଷ୍ମ କଣିକା ପଦାର୍ଥ ବା ପିଏମ୍‌ ୨.୫ ସ୍ତର ହ୍ରାସ ପାଇଥିବା ବେଳେ ଓଜୋନର ପ୍ରଦୂଷଣକୁ ବଢ଼ାଇ ଦେଇଛି। ମାର୍ଚ୍ଚ ୨୫ରେ ଭାରତରେ କରୋନା ପାଇଁ ଲକ୍‌ଡାଉନ୍‌ ଘୋଷିତ ହେବା ପରେ ଦେଶର ୨୨ଟି ବଡ଼ ସହରରେ ଓଜୋନ ପ୍ରଦୂଷଣ ବଢ଼ିଛି। ଅତ୍ୟଧିକ ପ୍ରତିକ୍ରିୟାଶୀଳ ଓଜୋନ ଗ୍ୟାସ୍‌ (ଓ୩) ପୃଥିବୀର ‘ଷ୍ଟ୍ରାଟସ୍ପିଅର’ ବା ସମତାପ ମଣ୍ତଳରେ ଥିବାବେଳେ ଜୀବନକୁ ରକ୍ଷା କରିବାରେ ଏହା ସାହାଯ୍ୟ କରିଥାଏ। ସେଠାରେ ଏହା ଓଜୋନ ସ୍ତର ସୃଷ୍ଟି କଲେ ଯାହା ସୂର୍ଯ୍ୟଙ୍କ ଠାରୁ ଅତି ବାଇଗଣୀ ରଶ୍ମିକୁ ଛାଣିଥାଏ। କିନ୍ତୁ ‘ଷ୍ଟ୍ରାଟସ୍ପିଅର’ ବା ବାୟୁମଣ୍ତଳର ସବୁଠୁ ନିମ୍ନ ସ୍ତରରେ ଓଜୋନ ଏକ ପ୍ରଦୂଷକ ଭାବେ କାର୍ଯ୍ୟ କରିଥାଏ। ଏଠାରେ ସୂଚିତ କରାଯାଇପାରେ କି ଏହା ଶ୍ବାସକ୍ରିୟାଜନିତ ରୋଗ ଓ ହୃଦ୍‌ରୋଗ ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାର କାରଣ ହୁଏ। ବିଶେଷ କରି ବାହାରର ବାୟୁ ପ୍ରଦୂଷଣ କାରଣରୁ ଅନେକ କୁପ୍ରଭାବ ପାଇଁ ନାଇଟ୍ରୋଜେନ ଡାଇଅକ୍‌ସାଇଡ ବା ଏନ୍‌ଓ୨ ସୂକ୍ଷ୍ମ କଣିକା ପଦାର୍ଥ ଯାହାକୁ ପିଏମ୍‌ ୨.୫ ଓ ପିଏମ୍‌୧୦ ସହିତ ‘ଟ୍ରପୋସ୍ପରିକ’ ଓଜୋନ ଦାୟୀ।

ଏକ ଗବେଷଣାଧର୍ମୀ ସ˚ସ୍ଥା ସିଏସ୍‌ଇ ପକ୍ଷରୁ ୨୦୧୯ ଜାନୁଆରି ୧ରୁ ମେ ୩୧, ୨୦୨୦ ପର୍ଯ୍ୟନ୍ତ ଭାରତର ୨୨ଟି ସହରରେ ଚାରିଟିି ପ୍ରମୁଖ ପ୍ରଦୂଷକ ନାଇଟ୍ରୋଜେନ ଡାଇଅକ୍‌ସାଇଡ ପିଏମ୍‌ ୨.୫, ପିଏମ୍‌୧୦ ଓ ଓଜୋନର ସ୍ଥିତିକୁ ବିଶ୍ଳେଷଣ କରାଯାଇଥିଲା। ଦିଲ୍ଲୀ ଏନ୍‌ସିଆର ଅନ୍ତର୍ଗତ ଗୁଡ଼ଗାଓଁ, ଗାଜିଆବାଦ, ଫରିଦାବାଦ ଓ ନୋଏଡ଼ା ସମେତ କୋଲକାତା, ଚେନ୍ନାଇ, ମୁମ୍ବାଇ, ଅହମଦାବାଦ, ହାଇଦ୍ରାବାଦ, ବେଙ୍ଗାଲୁରୁ, ଜୟପୁର, ବିଶାଖାପାଟଣା, ହାଵଡ଼ା, ପୁନେ, ଲକ୍ଷ୍ନୌ ଆଦି ସହର ରହିଛି। ଏହି ବିଶ୍ଳେଷଣର ତଥ୍ୟ ସୂଚିତ କରିଛି କି ଲକ୍‌ଡାଉନ୍‌ ସମୟରେ ଅନେକ ଦିନ ଧରି ସହରଗୁଡ଼ିକର ଓଜୋନ ପ୍ରଦୂଷଣ ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଥିଲା। ପରିସ˚ଖ୍ୟାନର ଭିନ୍ନ ଭିନ୍ନ ତଥ୍ୟ ମଧୢ ରହିଛି। ଅହମଦାବାଦରେ ଏହା ସର୍ବଦା ୪୩ ଦିନ ଧରି ନିର୍ଦ୍ଧାରିତ ମାନକ ଠାରୁ ଅଧିକ ଥିଲା ବେଳେ ସର୍ବନିମ୍ନ ଭାବେ ନୋଏଡ଼ାରେ ୧୨ ଦିନ ପାଇଁ ମାନକ ଅତିକ୍ରମ କରିଛି ଓଜୋନ ପ୍ରଦୂଷଣ। ଏପରିକି ଭିନ୍ନ ଭିନ୍ନ ସହରର ତଥ୍ୟ ଯାହା ସୂଚିତ କରୁଛି ତାହା ଭିତରେ ଦିଲ୍ଲୀ-ଏନ୍‌ସିଆର ଓ ଅହମଦାବାଦକୁ ଦେଖିଲେ ଅତି କମ୍‌ରେ ଗୋଟିଏ ମେଜରି˚ ଷ୍ଟେସନ (ପରିମାପକ କେନ୍ଦ୍ର)ରେ ଲକ୍‌ଡାଉନ୍‌ ଅବଧିର ଦୁଇ ତୃତୀୟା˚ଶ ଦିନରେ ନିର୍ଦ୍ଧାରିତ ମାନକ ଠାରୁ ଓଜୋନ ପ୍ରଦୂଷଣ ଅଧିକ ଥିଲା।

ଏଠାରେ ସୂଚିତ କରାଯାଇପାରେ କି ବିଶ୍ବର ଅନେକ ସ୍ଥାନରେ ସାଧାରଣତଃ ଗ୍ରୀଷ୍ମ ସମୟରେ ଓଜୋନ ପ୍ରଦୂଷଣ ବଢ଼ିଯାଇଥାଏ। ଏହା ପରିଷ୍କାର ଓ ବିଶୁଦ୍ଧ ବାୟୁ ଥିବା ଅ˚ଚଳରେ ବଢ଼ିଥାଏ। ଓଜୋନ କୌଣସି ଉତ୍ସ ଦ୍ବାରା ସିଧାସଳଖ ନିର୍ଗତ ହୁଏ ନାହିଁ। କିନ୍ତୁ ସୂର୍ଯ୍ୟକିରଣ ଓ ଉତ୍ତାପ ପ୍ରଭାବରେ ବାୟୁରେ ଥିବା ନାଇଟ୍ରୋଜେନ ଅକ୍‌ସାଇଡ ଓ ଅନ୍ୟାନ୍ୟ ଭୋଲଟାଇଡ ଅର୍ଗାନିକ କମ୍ପାଉଣ୍ତ ଓ ଗ୍ୟାସ୍‌ ଭିତରେ ଫଟୋ-କେମିକାଲ ପ୍ରତିକ୍ରିୟା ଦ୍ବାରା ତାହା ସୃଷ୍ଟି ହୋଇଥାଏ। ହେଲେ ଉଚ୍ଚ ନାଇଟ୍ରୋଜେନ ଅକ୍‌ସାଇଡ ସ୍ତର ପୁଣି ଥରେ ଓଜୋନ ସହିତ ପ୍ରତିକ୍ରିୟା କରିପାରେ ଓ ତାହାକୁ ପୋଛି ଦେଇପାରେ, ହେଲେ ଅଧିକ ସଫା ଥିବା ବାୟୁ ଅ˚ଚଳକୁ ପଳାଇ ଯାଉଥିବା ଓଜୋନକୁ ନିୟନ୍ତ୍ରଣ କରିବା ପାଇଁ ସେଠାରେ ନାଇଟ୍ରୋଜେନ ଅକ୍‌ସାଇଡ ନ ଥାଏ। ଫଳରେ ଉକ୍ତ ଅ˚ଚଳରେ ଓଜୋନ ବୃଦ୍ଧି ପାଏ। କରୋନା ସ˚କ୍ରମଣର ପ୍ରାରମ୍ଭିକ ସମୟ ଗ୍ରୀଷ୍ମ ସମୟ ଥିବାରୁ ଏହି ସମୟରେ ଆରମ୍ଭ ହୋଇଥିବା ଲକ୍‌ଡାଉନ୍‌ର ପ୍ରଭାବରେ ତାପମାତ୍ରାରେ ନାଇଟ୍ରୋଜେନ ଅକ୍‌ସାଇଡ ସାଧାରଣ ସ୍ତର ଠାରୁ କମ୍‌ ହୋଇଥିଲା। ବ୍ରିଟେନ‌େର ମଧୢ ସମାନ ଅବସ୍ଥା ଦେଖା ଯାଇଥିଲା ଯେଉଁଠାରେ ଲକ୍‌ଡାଉନ୍‌ ସମୟରେ ନାଇଟ୍ରୋଜେନ ଅକ୍‌ସାଇଡ ସ୍ତର ୨୦ରୁ ୮୦% ହ୍ରାସ ପାଇଥିଲା, କିନ୍ତୁ ଓଜୋନ ସ୍ତର ବଢ଼ିଥିଲା। ଲକ୍‌ଡାଉନ୍‌ ଓ ସାମାଜିକ ଦୂରତ୍ବରୁ ବାୟୁ ନିର୍ମଳ ଓ ବିଶୁଦ୍ଧ ହେବା ଓ ନାଇଟ୍ରୋଜେନ ଅକ୍‌ସାଇଡ ଏବ˚ ଧୂଳିକଣା ହ୍ରାସ ହେବା ଭଲ ଫଳାଫଳ। କିନ୍ତୁ ଉଚ୍ଚ ସ୍ତରର କ୍ଷତିକାରକ ଓଜୋନ ସ୍ବାସ୍ଥ୍ୟ ଉପରେ ଗୁରୁତର ପ୍ରଭାବ ପକାଇଥାଏ। ଯଦି ସମସ୍ତ ଉତ୍ସର କ୍ଷେତ୍ରରୁ ଗ୍ୟାସ୍‌ ନିୟନ୍ତ୍ରିତ କରାଯାଏ ତେବେ ଓଜୋନକୁ ନିୟନ୍ତ୍ରଣ କରା ଯାଇପାରିବ। ପ୍ରଦୂଷଣ ହ୍ରାସ ପାଇଁ ସମ୍ମିଳିତ ଉଦ୍ୟମ ଜରୁରୀ। ମହାମାରୀର ପରବର୍ତ୍ତୀ ସମୟରେ ଲାଭକୁ ବଜାୟ ରଖିବା ପାଇଁ ଏବ˚ ଆମ ସମସ୍ତଙ୍କ ସ୍ବପ୍ନ ଥିବା ‘‘ନୀଳ ଆକାଶ ଓ ସ୍ବଚ୍ଛ ଫୁସ୍‌ଫୁସ୍‌ ନିମନ୍ତେ ଏକ ବିସ୍ତାର ଓ ଦୂରଦୃଷ୍ଟି ସମ୍ପନ୍ନ ଯୋଜନା ଆବଶ୍ୟକ’, ଯାହାଦ୍ବାରା ଓଜୋନ ସମେତ ଗ୍ୟାସୀୟ ନିର୍ଗମନ ହ୍ରାସ ପାଇଁ ନିଶ୍ଚିତ କରାଯାଇପାରିବ। ମଣିଷର ସବୁ କିଛି ସ୍ବାଭାବିକତାକୁ ଫେରାଇ ଆଣିବାକୁ ସକ୍ଷମ ହେବ। ଯାହାଦ୍ବାରା ଆମ୍ଭେମାନେ ସବୁଜ ପରିବେଶ ଓ ବିଶୁଦ୍ଧ ନିର୍ମଳ ପବନ ମଧୢ ପାଇପାରିବା। ଯାହାକି ଆମ ସମସ୍ତଙ୍କ ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ପୂର୍ବତନ ଡିଏଫ୍‌ଓ
କେନ୍ଦୁଲିଫ୍‌, ଜୟପୁର ଡିଭିଜନ
ମୋ: ୯୪୩୭୨୫୭୧୨୩

ସମ୍ବନ୍ଧିତ ଖବର