ସ୍ୱରାଜର ପ୍ରଣେତା ‘ଲୋକମାନ୍ୟ’ ତିଲକ

ଅମିତ୍ ଶାହା

୧୯୨୦ ମସିହା, ଅଗଷ୍ଟ ୧ ତାରିଖ। ଏହି ଦିନ ଅମର ସ୍ବାଧୀନତା ସ˚ଗ୍ରାମୀ ତଥା ମହାନ ଚିନ୍ତାନାୟକ ‘ଲୋକମାନ୍ୟ’ ବାଲ୍‌ ଗଙ୍ଗାଧର ତିଲକ ଏହି ଧରାପୃଷ୍ଠରୁ ବିଦାୟ ନେଇଥିଲେ। ତାଙ୍କର ମୃତ୍ୟୁ ହେବାର ଶହେ ବର୍ଷ ବିତି ଯାଇଥିଲେ ମଧ୍ୟ ତାଙ୍କର ବ୍ୟକ୍ତିତ୍ବ, ବିଚାର ଏବ˚ ତାଙ୍କ ଦ୍ବାରା ସ୍ଥାପିତ ପରମ୍ପରାର ପ୍ରାସଙ୍ଗିକତା ଆଜି ମଧ୍ୟ ସେହିପରି ରହିଛି। ତିଲକଜୀଙ୍କ ବ୍ୟକ୍ତିତ୍ବ ଏବ˚ କୃତିତ୍ବ ବର୍ତ୍ତମାନ ସମୟ ପାଇଁ ଏକ ଅମୂଲ୍ୟ ସମ୍ପତ୍ତି ସଦୃଶ ହୋଇଛି, ଯାହା ବ୍ୟକ୍ତି, ସମାଜ ଏବ˚ ରାଷ୍ଟ୍ର ତିନିଟିକୁ ମାର୍ଗଦର୍ଶନ କରିବାର କାଳଜୟୀ ସାମର୍ଥ୍ୟ ରଖୁଛି।

ତିଲକଜୀ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ। ଶିକ୍ଷକ, ଆଇନଜୀବୀ, ସାମ୍ବାଦିକ, ସମାଜ ସ˚ସ୍କାରକ, ଚିନ୍ତକ, ଦାର୍ଶନିକ, ତେଜସ୍ବୀ ବକ୍ତା, ନେତା, ସ୍ବାଧୀନତା ସ˚ଗ୍ରାମୀ ଭଳି ବିଭିନ୍ନ ରୂପ ଏବ˚ ଦାୟିତ୍ବକୁ ସେ ସଠିକ୍‌ ଭାବରେ ନିର୍ବାହ କରିଥିଲେ। ଏହି ସମସ୍ତ ଭୂମିକାରେ ତାଙ୍କର ପ୍ରତିଭା ବୃଦ୍ଧି ପାଇ ବଡ଼ ଆକାରର ରୂପ ନେଇଥିଲା। ବାସ୍ତବରେ ବାଲ୍‌ ଗଙ୍ଗାଧର ତିଲକଙ୍କ ସମ୍ମାନଜନକ ଦକ୍ଷତା ଏବ˚ ବ୍ୟାପକ ବ୍ୟକ୍ତିତ୍ବକୁ ବୁଝିବା ଏତେ ସହଜ ନୁହେଁ। ତିଲକଙ୍କ ବ୍ୟକ୍ତିତ୍ବରେ ଏପରି ତୀକ୍ଷ୍୍‍ଣ ଏବ˚ ଏପରି ଏକ ଊର୍ଜା ଥିଲା ଯଦ୍ଦ୍ବାରା ସ୍ବତନ୍ତ୍ର ଏବ˚ ସାଧାରଣ ଲୋକ ସହଜରେ ଆକର୍ଷିତ ଏବ˚ ଅନୁପ୍ରାଣିତ ହେଉଥିଲେ। ଏହାର ଏପରି ପ୍ରଭାବ କାରଣରୁ କେଉଁଠି ନା କେଉଁଠି ତିଲକଜୀଙ୍କ ଏହି ଊର୍ଜାରୁ ହିଁ ମହାତ୍ମା ଗାନ୍ଧୀଙ୍କୁ ସ୍ବଦେଶୀ ମନ୍ତ୍ର ମିଳିଥିଲା। ସେ ସମୟରେ ମଦନମୋହନ ମାଲବୀୟ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ନିର୍ମାଣ କାମରେ ଥିବା ବେଳେ ସାବରକର ଏବ˚ ଅରବିନ୍ଦ ଘୋଷ କ୍ରାନ୍ତିର ମାର୍ଗରେ ବାହାରିଥିଲେ।

ରାଷ୍ଟ୍ରର ସ୍ବାଧୀନତାକୁ ନେଇ ତିଲକଜୀଙ୍କର ମତ ସ˚ପୂର୍ଣ୍ଣ ସ୍ପଷ୍ଟ ଥିଲା। ସେ କ˚ଗ୍ରେସରେ ପ୍ରଥମ ବ୍ୟକ୍ତି ଥିଲେ ଯିଏ ସମ୍ପୂର୍ଣ୍ଣ ସ୍ବରାଜ ଦାବି କରି କହିଥିଲେ ‘ସ୍ବରାଜ ମୋର ଜନ୍ମଗତ ଅଧିକାର ଏବ˚ ମୁଁ ଏହାକୁ ହାସଲ କରି ରହିବି’। ତାଙ୍କର ଏହି ଗୋଟିଏ ବାକ୍ୟ ସ୍ବାଧୀନତା ଆନ୍ଦୋଳନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବାରେ ବଡ଼ ଭୂମିକା ଗ୍ରହଣ କରିଥିଲା। ସ୍ବାଧୀନତା ସ˚ଗ୍ରାମରେ ସାଧାରଣ ଲୋକଙ୍କୁ ସାମିଲ କରିବା ନେଇ ତାଙ୍କର ବିଶ୍ବାସ ଥିଲା ଯେ ଭାରତୀୟଙ୍କୁ ନିଜର ସ˚ସ୍କୃତିର ଗୌରବ ଦ୍ବାରା ପରିଚିତ କରାଇପାରିଲେ ହିଁ ସେମାନଙ୍କ ଠାରେ ଆତ୍ମ ଗୌରବ ଏବ˚ ରାଷ୍ଟ୍ରୀୟତାର ଭାବନା ଜନ୍ମ ନେଇପାରିବ। ଏହି ବିଷୟରେ ସେ ନିଜର ସମ୍ବାଦପତ୍ର ‘ମରାଠା’ରେ ଲେଖିଥିଲେ, ‘ପ୍ରକୃତ ରାଷ୍ଟ୍ରବାଦ କେବଳ ପୁରୁଣା ଆଧାର ଭିତ୍ତିରେ ନିର୍ମାଣ ହୋଇପାରିବ’।

ମୋତେ ଅନୁଭବ ହେଉଛି ଯେ ୧୯୫୧ରେ ଭାରତୀୟ ଜନସ˚ଘ ପ୍ରତିଷ୍ଠିତ ହେବାର ମୂଳରେ କେଉଁଠି ନା କେଉଁଠି ତିଲକଜୀଙ୍କ ଏହି ଦର୍ଶନ ପ୍ରେରଣାର ଉତ୍ସ ଥିଲା। କାରଣ ଭାରତୀୟ ଜନସ˚ଘ ଭାରତର ବିକାଶ ଦିଗରେ ଯେଉଁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରିଥିଲା, ତାହା ପାଶ୍ଚାତ୍ୟ ମଡେଲ୍‌ ଉପରେ ଆଧାରିତ ନ ହୋଇ ଭାରତୀୟ ଦର୍ଶନ, ସ˚ସ୍କୃତି ଏବ˚ ଜ୍ଞାନ ଉପରେ ଆଧାରିତ ଥିଲା।

ସେ ଭାରତୀୟ ସା˚ସ୍କୃତିକ ଜାଗରଣ ଆଧାରରେ ଦେଶବାସୀଙ୍କ ମଧ୍ୟରେ ଦେଶ ପ୍ରେମ ଜାଗ୍ରତ କରିବାକୁ ଚାହୁଁଥିଲେ। ଏଥିପାଇଁ ସେ ଅନେକ ପଦକ୍ଷେପ ନେଇଥିଲେ। ଯେଉଁଥିରେ ଗଣେଶ ଉତ୍ସବ ଓ ଶିବାଜୀ ମହାରାଜ ଜୟନ୍ତୀ ପ୍ରମୁଖ ଥିଲା। ତିଲକଜୀଙ୍କ ଉଦ୍ୟମରେ ଆରମ୍ଭ ହୋଇଥିବା ଏହି ପର୍ବ ଆଜି ବଡ଼ ପରମ୍ପରାରେ ପରିଣତ ହୋଇଛି। ନିଜର ଏହି ସା˚ସ୍କୃତିକ ଜାଗରଣର ଉଦ୍ୟମରେ ତିଲକଜୀ କ˚ଗ୍ରେସର ଅଳ୍ପ କିଛି ଉଦାରବାଦୀ ଏବ˚ ସେମାନଙ୍କ ଅନୁଗାମୀମାନଙ୍କ ମଧ୍ୟରେ ସୀମିତ ଥିବା ରାଷ୍ଟ୍ରୀୟ ଆନ୍ଦୋଳନକୁ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କର ଜୀବନବ୍ୟାପୀ କାର୍ଯ୍ୟକୁ ଦେଖିଲେ କହିପାରିବା ଭାରତୀୟ ସ୍ବାଧୀନତା ସ˚ଗ୍ରାମକୁ ଯଦି ଭାରତୀୟ କରିବାରେ କିଏ କାମ କରିଥିଲେ ତେବେ ତାହା ଲୋକମାନ୍ୟ ତିଲକ ହିଁ କରିଥିଲେ। ସେ ସର୍ବଦା ଜନସାଧାରଣଙ୍କ ସହ ଜଡ଼ିତ ଥିଲେ ଏବ˚ ଏହି କ୍ରମରେ ତାଙ୍କ ନାମରେ ‘ଲୋକମାନ୍ୟ’ ଭଳି ଉପାଧି ଲାଗିଥିଲା।

ଏହି ଧରାପୃଷ୍ଠରେ ଅନେକ ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସହ ନିଜର ରାଷ୍ଟ୍ରବାଦୀ ସାମ୍ବାଦିକତା ମାଧ୍ୟମରେ ମଧ୍ୟ ବାଲ୍‌ ଗଙ୍ଗାଧର ତିଲକ ସ୍ବାଧୀନତାର ଜ୍ବାଳାକୁ ଜନସାଧାରଣଙ୍କ ମଧୢରେ ଜାଗ୍ରତ କରିଥିଲେ। ଇ˚ରେଜୀରେ ‘ମରାଠା’ ଏବ˚ ମରାଠୀରେ ‘କେସରୀ’ ନାମକ ଖବରକାଗଜ ମାଧ୍ୟମରେ ସେ ତାଙ୍କର ସମ୍ପାଦକୀୟ ଲେଖାକୁ ଲୋକଙ୍କ ପାଖରେ ପହଞ୍ଚାଉଥିଲେ। ତାଙ୍କର ପ୍ରତିଟି ଶବ୍ଦ ଇ˚ରେଜ ଶାସନ ବିରୁଦ୍ଧରେ ବିଦ୍ରୋହର ସ୍ବର ଉତ୍ତୋଳନ କରିବା ସହ ରାଷ୍ଟ୍ରର ସ୍ବାଧୀନତାର ଜ୍ବାଳାକୁ ପ୍ରଖର କରିବା ଦିଗରେ କାମ କରୁଥିଲା। ନିଜର ଲେଖାରେ ତିଲକଜୀ ବ୍ରିଟିସ୍ ଶାସନର ବର୍ବରତା ଏବ˚ ଭାରତୀୟ ସ˚ସ୍କୃତି ପ୍ରତି ଇ˚ରେଜମାନଙ୍କର ତୁଚ୍ଛ ଭାବନାର କଡ଼ା ସମାଲୋଚନା କରୁଥିଲେ। ତାଙ୍କର କଲମ ମୁନରୁ ବାହାରୁଥିବା ଶବ୍ଦରେ ବ୍ରିଟିସ୍‌ମାନେ କେତେ ଭୟଭୀତ ଥିଲେ ତାହା ‘କେସରୀ’ରେ ପ୍ରକାଶିତ ଲେଖା ଯୋଗୁଁ ତାଙ୍କର ଅନେକ ଥର ଜେଲ ଯିବା ଘଟଣାବଳୀରୁ ଜଣାପଡ଼େ।

ଲୋକମାନ୍ୟ ତିଲକ କେବଳ ଭାରତୀୟ ସ˚ସ୍କୃତି ବିଷୟରେ କଥାବାର୍ତ୍ତା କରୁନଥିଲେ ବର˚ ଭାରତୀୟ ଆଧ୍ୟାତ୍ମିକ ତଥା ସା˚ସ୍କୃତିକ ବିଷୟ ଉପରେ ମଧ୍ୟ ତାଙ୍କର ଗଭୀର ଜ୍ଞାନ ଏବ˚ ପ୍ରଜ୍ଞା ଥିଲା। ଯେତେବେଳେ ବ୍ରିଟିସ୍‌ ସରକାର ତାଙ୍କୁ ଦେଶଦ୍ରୋହ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ ଏବ˚ ତାଙ୍କୁ ବର୍ମାର ମଣ୍ତଳ ଜେଲ୍‌କୁ ପଠାଇଥିଲେ, ସେଠାରେ ବି ତାଙ୍କର ସା˚ସ୍କୃତିକ ଚେତନା ଏବ˚ ସକ୍ରିୟତାରେ ପୂର୍ଣ୍ଣଛେଦ ପଡ଼ିନଥିଲା। ଜେଲ୍‌ରେ ଖାଲି ଥିବା ସମୟରେ ତାଙ୍କ ଭିତରେ ପ୍ରଖର ବୌଦ୍ଧିକ ଶକ୍ତି ଜାଗ୍ରତ ହୋଇଥିଲା ଏବ˚ ସେବେ ଆମ ଶ୍ରୀମଦଭାଗବତ ଗୀତାର ରହସ୍ୟ ଖୋଲୁଥିବା ‘ଗୀତା ରହସ୍ୟ’ ନାମକ ଅନୁପମ କୃତି ପ୍ରସ୍ତୁତ ହୋଇଥିଲା। ଯାହା ବିଷୟରେ ରାଷ୍ଟ୍ରକବି ଦିନକର କହିଛନ୍ତି, ‘ଶ୍ରୀମଦଭାଗବତ ଗୀତା ଥରେ କର୍ମଯୋଗୀ କୃଷ୍ଣଙ୍କ ମୁହଁରେ ଏବ˚ ଦ୍ବିତୀୟ ଥର ତାହାର ପ୍ରକୃତ ବ୍ୟାଖ୍ୟା ଲୋକମାନ୍ୟ ତିଲକ କରିଥିଲେ’।

ସାମାଜିକ ସ˚ସ୍କାରକୁ ନେଇ ମଧ୍ୟ ତିଲକଜୀଙ୍କ ସ୍ପଷ୍ଟ ମତ ଥିଲା ଯେ ସ˚ସ୍କାର ନେତା ଏବ˚ ସ˚ସ୍କାରକଙ୍କ ଭାଷଣ ଦ୍ବାରା ସମ୍ଭବ ହୋଇପାରିବ ନାହିଁ। ଏହା ସେବେ ସମ୍ଭବ ଯେବେ ସେମାନେ ନିଜ ଜୀବନରେ ଏହାକୁ କାର୍ଯ୍ୟକାରୀ କରିବେ। ସେ କେବଳ କହୁନଥିଲେ, ସେ ନିଜର ଦୁଇ ଝିଅଙ୍କୁ ୧୬ ବର୍ଷ ହେବା ପରେ ଯାଇ ବିବାହ କରାଇ ଏହି କଥାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥିଲେ। ଅସ୍ପୃଶ୍ୟତା ଏବ˚ ଭେଦଭାବ ଭଳି ବିଷୟକୁ ସେ କଡ଼ା ବିରୋଧ କରୁଥିଲେ। ୧୯୧୮ ମସିହା ୨୫ ମାର୍ଚ୍ଚରେ ମୁମ୍ବାଇରେ ଦଳିତ ସମ୍ମିଳନୀରେ ସେ କହିଥିଲେ, ଯଦି ଈଶ୍ବର ଅସ୍ପୃଶ୍ୟତାକୁ ସହ୍ୟ କରନ୍ତି ତେବେ ମୁଁ ସେଭଳି ଈଶ୍ବରଙ୍କୁ ବରଦାସ୍ତ କରିବି ନାହିଁ। ଆଜକୁ ଶହେ ବର୍ଷ ପୂର୍ବେ ଏଭଳି କଥା କହିବା ଅତ୍ୟନ୍ତ ସାହସିକ କାମ ଥିଲା। ବିଭିନ୍ନ ଜାଗାରେ ସେ ତଳ ଶ୍ରେଣୀର ଲୋକଙ୍କ ସହ ସାମିଲ ହୋଇ ଏବ˚ ସେମାନଙ୍କ ସହ ଖାଦ୍ୟ ଖାଇ ନିଜର ଅସ୍ପୃଶ୍ୟତା ବିରୋଧୀ ବିଚାରଧାରାକୁ ପ୍ରମାଣିତ କରିଛନ୍ତି।

ତିଲକଜୀ କେବଳ ରାଜନୈତିକ ବିଜ୍ଞାନରେ ପଣ୍ତିତ ନଥିଲେ ବର˚ ରଣନୀତି ପ୍ରସ୍ତୁତ କରିବାରେ ମଧ୍ୟ ସିଦ୍ଧହସ୍ତ ଥିଲେ। ମୁଁ ଏଠାରେ ତିଲକଜୀଙ୍କ ଜୟନ୍ତୀ ସମାରୋହରେ ବୀର ସାବରକରଜୀ କହିଥିବା ଶବ୍ଦଗୁଡ଼ିକୁ ଉଲ୍ଲେଖ କରିବାକୁ ଚାହୁଁଛି। ସେ କହିଥିଲେ ‘ଯେଉଁ ପର୍ଯ୍ୟନ୍ତ ଆଇନର ନିବନ୍ଧ ଦ୍ବାର ଲମ୍ବାଯାଇ ପାରିବ, ସେହି ପର୍ଯ୍ୟନ୍ତ ଲଢ଼େଇ ଜାରି ରଖ। ଯଦି ନିବନ୍ଧ ଅଳ୍ପ ବଢ଼ିବ, ତେବେ ଟିକେ ପଛକୁ ଆସିବ, କିନ୍ତୁ ବାହାରକୁ ବାହାରିବା ଭିତରେ ସେହି ନିବନ୍ଧକୁ ଭାଙ୍ଗି ଦେବ’।

ଆଜି ଆତ୍ମନିର୍ଭର ଭାରତର ଆଲୋଚନା ହେଉଛି। ଏଠାରେ ଏହା ଉଲ୍ଲେଖନୀୟ ହେବ ଯେ ଲୋକମାନ୍ୟ ତିଲକ ମଧ୍ୟ ତାଙ୍କ ସମୟରେ ସ୍ବଦେଶୀ ଏବ˚ ଆତ୍ମନିର୍ଭରତା ଉପରେ ଜୋର ଦେଇଥିଲେ। ସେ ଶିକ୍ଷା, ଗଣମାଧୢମ ଅନୁଷ୍ଠାନ, କ୍ଷୁଦ୍ର ଶିଳ୍ପ, ଟେକ୍‌ସଟାଇଲ ମିଲ୍‌ ଭଳି ଉଦ୍ୟୋଗ ଆରମ୍ଭ କରିଥିଲେ ଏବ˚ ସେଗୁଡ଼ିକର ପରିଚାଳନା ମଧ୍ୟ କରୁଥିଲେ। କେବଳ ଏତିକି ନୁହେଁ, ଘରୋଇ ଉଦ୍ୟୋଗୀଙ୍କୁ ପୁଞ୍ଜି ଯୋଗାଇବା ପାଇଁ ସେ ‘ପୈସା ଫଣ୍ତ’ ନାମକ ଏକ ନିବେଶ ଫଣ୍ତ୍‌ର ଶୁଭାରମ୍ଭ କରି ଯୁବକଙ୍କୁ ଏହି ଫଣ୍ତ୍‌ରେ ଗୋଟିଏ ଦିନର ଦରମା ଜମା କରିବାକୁ ଆହ୍ବାନ କରିଥିଲେ। ଏହି ସମସ୍ତ କାର୍ଯ୍ୟକଳାପ ମାଧ୍ୟମରେ ତାଙ୍କ ବାର୍ତ୍ତା ସ୍ପଷ୍ଟ ଥିଲା ଯେ ଅନ୍ୟ ଦେଶ ଉପରେ ଭାରତର ନିର୍ଭରଶୀଳତା ହ୍ରାସ ପାଉ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶ ଆତ୍ମନିର୍ଭର ହେବା ଦିଗରେ ଅଗ୍ରସର ହେଉଛି। ତିଲକଜୀ ମାତୃଭାଷାକୁ ଶିକ୍ଷାର ମାଧ୍ୟମ କରିବା ଉପରେ ଗୁରୁତ୍ବ ଦେଇଥିଲେ। ଆଜି ଯେତେବେଳେ ୩୪ ବର୍ଷ ପରେ ମୋଦୀ ସରକାର ନୂଆ ଶିକ୍ଷାନୀତି ଆଣିଛନ୍ତି, ସେଥିରେ ମାତୃଭାଷାରେ ଶିକ୍ଷାକୁ ନେଇ ବ୍ୟବସ୍ଥା କରାଯାଇଛି।

ଶେଷରେ ମୁଁ ଏହା କହିବାକୁ ଚାହିଁବି, ‘ମରଣ’ ଏବ˚ ‘ସ୍ମରଣ’ ମଧ୍ୟରେ କେବଳ ଅଧା ‘ସ’ର ପାର୍ଥକ୍ୟ ରହିଛି। କିନ୍ତୁ ଏହି ଅଧା ‘ସ’ ପାଇଁ ସାରା ଜୀବନ ସିଦ୍ଧାନ୍ତରେ ଚାଲିବାକୁ ପଡ଼ିଥାଏ। ତେବେ ଯାଇ ମରଣର ଶହେ ବର୍ଷ ପରେ ଲୋକମାନେ ଆପଣଙ୍କୁ ମନେପକାନ୍ତି। ତିଲକଜୀଙ୍କ ବ୍ୟକ୍ତିତ୍ବ ଏଭଳି ଥିଲା ଯେ ଶହେ ବର୍ଷ ପରେ ମଧ୍ୟ ଏହା ଲୋକଙ୍କ ମନ ଏବ˚ ମସ୍ତିଷ୍କରେ ଛାପି ହୋଇ ରହିଯାଇଛି ଏବ˚ ଅନେକ ବର୍ଷ ପର୍ଯ୍ୟନ୍ତ ଏହି ବିଚାରଧାରା ସମସ୍ତଙ୍କୁ ପ୍ରଭାବିତ କରିବ।

ଗୃହମନ୍ତ୍ରୀ, ଭାରତ ସରକାର

ସମ୍ବନ୍ଧିତ ଖବର