ରାଜ୍ୟଙ୍କୁ କୋଭିଡ୍‌ ସହାୟତା

ଅକ୍ଷୟ କୁମାର ସାହୁ

ଭାରତର କ୍ରମବର୍ଦ୍ଧିଷ୍ଣୁ କରୋନା ସ˚କ୍ରମିତଙ୍କ ସ˚ଖ୍ୟା ଦେଶର ଆର୍ଥିକ ସୁଧାର ପ୍ରକ୍ରିୟାକୁ ଗଭୀର ଭାବେ ପ୍ରଭାବିତ କରିଛି। ଏହା ମଧ୍ୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଏକ ବିରାଟ ବ୍ୟବଧାନ ସୃଷ୍ଟି କରିବା ଆରମ୍ଭ କରିଛି। କ୍ରମବର୍ଦ୍ଧିଷ୍ଣୁ କୋଭିଡ୍‌ ସ˚କ୍ରମିତଙ୍କ ସ˚ଖ୍ୟା ଦେଶର ଜନସ୍ବାସ୍ଥ୍ୟ ପରିଚାଳନା ବ୍ୟବସ୍ଥା ଉପରେ ଏକ ବଡ଼ ଚାପ ସୃଷ୍ଟି କରିଛି। ଅର୍ଥନୀତିକୁ ପୁନଃ ସ˚ସ୍ଥାପନ ବା ପୁନଃ ସ˚ରଚନା କରିବାକୁ ଚେଷ୍ଟା କରୁଥିବା ରାଜ୍ୟ ସରକାରଙ୍କ ଉପରେ ଏହି ଚାପ ବୋଝ ଉପରେ ନଳିତା ବିଡ଼ା ଭଳି ହୋଇଛି।

ଭାରତ ଗୋଟିଏ ସ˚ଘୀୟ ରାଷ୍ଟ୍ର। ଏଠାକାର ଶାସନ ବ୍ୟବସ୍ଥାରେ ଉଭୟ କେନ୍ଦ୍ର ଓ ରାଜ୍ୟମାନଙ୍କ ଏକ ନିର୍ଦ୍ଦିଷ୍ଟ ଭୂମିକା ରହିଛି। କିନ୍ତୁ ରାଜ୍ୟମାନଙ୍କ ସହିତ କୌଣସି ପରାମର୍ଶ ନକରି ମାତ୍ର ୪ ଘଣ୍ଟାର ମହଲତ ଦେଇ ଦେଶରେ ସହସା ଲକ୍‌ଡାଉନ୍‌ ଘୋଷଣା କରାଯିବା ପରେ ତାହା ଅର୍ଥନୀତିକୁ ଏକ ପ୍ରକାର ବିଧ୍ବସ୍ତ କରିଦେଇଛି ବୋଲି ଅନେକ ଅର୍ଥନୀତି ବିଶେଷଜ୍ଞ ମତ ପ୍ରକାଶ କରୁଛନ୍ତି।

କୋଭିଡ୍‌ ସ˚କଟ ଯୋଗୁ ଏବେ ରାଜ୍ୟଗୁଡ଼ିକର କର ରାଜସ୍ବ ସ˚ଗ୍ରହ ଭୀଷଣ ରୂପେ ବାଧାପ୍ରାପ୍ତ ହୋଇଛି। ରାଜ୍ୟମାନେ ନିଜର ନିଅଣ୍ଟିଆ ପରିସ୍ଥିତିକୁ ମେଣ୍ଟାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଅର୍ଥ ପାଇଁ ଅନୁରୋଧ କରୁଛନ୍ତି।

ଓଡ଼ିଶା ସମେତ ପ୍ରାୟ ସବୁ ରାଜ୍ୟ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ଲାଗି ଘୋର ଆର୍ଥିକ ଅନଟନର ସମ୍ମୁଖୀନ ହୋଇଛନ୍ତି। ସରକାରୀ କର୍ମଚାରୀମାନଙ୍କର ଦରମା ହେଉ ବା କୋଭିଡ୍‌ ପରିଚାଳନା ପାଇଁ ଅର୍ଥ ହେଉ; ତାହା ଯୋଗାଡ଼ କରିବା ପାଇଁ ରାଜ୍ୟ ସରକାରମାନେ ସମର୍ଥ ହୋଇପାରୁନାହାଁନ୍ତି। ପଞ୍ଜାବ ଭଳି ଧନୀ ରାଜ୍ୟ ଠାରୁ ଆରମ୍ଭ କରି ଝାଡ଼ଖଣ୍ତ ଓ ଓଡ଼ିିଶା ଭଳି ବିକାଶନ୍ମୁମୁଖୀ ରାଜ୍ୟମାନେ ନିଜର ବାର୍ଷିକ ରାଜସ୍ବ ସମ୍ବଳ ସ˚ଗ୍ରହ ଲକ୍ଷ୍ୟର ଏକ ତୃତୀୟା˚ଶ ହାସଲ କରିବା ନେଇ ମଧୢ ସନ୍ଦେହ ପ୍ରକାଶ ପାଉଛି।

ଭାରତରେ ମାର୍ଚ୍ଚ ମାସ ୨୫ ତାରିଖରୁ ଲକ୍‌ଡାଉନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ସେହି ସମୟରେ ସ˚କ୍ରମଣର ହାର ବଢ଼ିିଥିଲେ ବି କେନ୍ଦ୍ର ସରକାର ଲୋକମାନଙ୍କର ଜୀବିକାର ପୁନଃ ସ˚ସ୍ଥାପନ ସକାଶେ ଏପ୍ରିଲ୍‌ ୨୦ ତାରିଖରୁ ‘ଅନ୍‌-ଲକ୍‌’ ପ୍ରକ୍ରିୟା ଆରମ୍ଭ କରିଛନ୍ତି।

ଏପ୍ରିଲ୍‌ ମାସ ୨୦ ତାରିଖରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କେନ୍ଦ୍ରୀୟ ଟିକସ ଓ ଶୁଳ୍‌କରେ ସେମାନଙ୍କର ଅ˚ଶ ବାବଦରେ ୪୬,୩୮ କୋଟି ୧୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ। ସେହି ମାସ ୩ ତାରିଖରେ ରାଜ୍ୟମାନଙ୍କୁୁ ରାଜସ୍ବ ନିଅଣ୍ଟ ଭରଣା ଅନୁଦାନ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ଲାଗି ମୋଟ ୧୭,୨୮୭ କୋଟି ଟଙ୍କା ପ୍ରଦାନ କରିଥିଲେ। ଏହି ଅର୍ଥକୁ ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ଓ କୋଭିଡ୍‌ ପରୀକ୍ଷା ଇତ୍ୟାଦି ଉଦ୍ଦ୍ୟେଶରେ ଖର୍ଚ୍ଚ କରାଯିବାର ଥିଲା। କିନ୍ତୁ ରାଜ୍ୟମାନଙ୍କର କହିବା କଥା ଯେ ଏହି ଅର୍ଥର ପରିମାଣ କୋଭିଡ୍‌ ଭୟାବହତା ତୁଳନାରେ ସମୁଦ୍ରକୁ ଶଙ୍ଖେ ଭଳି।

ମେ ମାସ ୧୩ ତାରିଖ ଦିନ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅର୍ଥନୀତିକୁ ବେଗଗାମୀ କରିବା ଲାଗି ୨୦ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରିଥିଲେ। ଗରିବ ଲୋକମାନଙ୍କୁ ମାଗଣାରେ ଖାଦ୍ୟ ଯୋଗାଇବା ଠାରୁ ଆରମ୍ଭ କରି ସେମାନଙ୍କୁ ବାସସ୍ଥାନ ଯୋଗାଇଦେବା ଏବ˚ ନିଜ ଘର ନିକଟରେ କର୍ମସ˚ସ୍ଥାନ ସୁଯୋଗ ସୃଷ୍ଟି କରିବା ଲାଗି ଏହି ଆର୍ଥିିକ ପ୍ୟାକେଜ୍‌ରେ ବ୍ୟବସ୍ଥା ରହିଥିଲା। ଏହା ଛଡ଼ା ଅଣୁ, କ୍ଷୁଦ୍ର ଓ ମଧୢମ ଧରଣର ଉଦ୍ୟୋଗମାନଙ୍କୁ ପୁ˚ଜି ଉପଲବ୍‌ଧ କରାଇବା, କୃଷି, ଶିଳ୍ପର ଭିତ୍ତିିଭୂମି ବିକାଶ ଲାଗି ବ୍ୟବସ୍ଥା ଏହି ପ୍ୟାକେଜରେ ରହିଛି।

ଇତି ମଧୢରେ ରାଜ୍ୟମାନଙ୍କୁ ଅଧିକ ଋଣ କରିବା ସହିତ ସ୍ବଳ୍ପକାଳୀନ ଅର୍ଥ ଆବଶ୍ୟକତା ପୂରଣ କରିବା ଲାଗି ଅଧିକ ପରିମାଣରେ ସାଧନୋପାୟ ବା ‘େଵଜ୍‌ ଆଣ୍ତ ମିନସ୍‌’ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ଏହି ଅନୁମତିକୁ ଏକ ଦାୟୀମୁକ୍ତ ସ୍ବୀକୃତି ବା ଲାଇସେନ୍‌ସ ଭାବେ ରାଜ୍ୟମାନେ ଉପଭୋଗ କରିପାରିବେ ନାହିଁ। କାରଣ ସମ୍ବଳ ସ˚ଗ୍ରହର ସୂତ୍ର ସୃଷ୍ଟି ନ କରି ଅଧିକ ଋଣ କରିବା ବିଜ୍ଞତାର ପରିଚୟ ହୋଇନପାରେ। ଏହା ରାଜ୍ୟକୁ ଋଣଯନ୍ତାକୁୁ ଠେଲିଦେବ।

ବର୍ଦ୍ଧିତ କୋଭିଡ୍‌ ସ˚କ୍ରମଣ ରାଜ୍ୟମାନଙ୍କର ବଜେଟ୍‌ ପରିଚାଳନାକୁ ବିଗାଡ଼ିି ଦେଇଛି। ରାଜ୍ୟମାନେ ଯୋଜନା ବ୍ୟୟକୁ କାର୍ଯ୍ୟକାରୀ କରିବା ବର୍ତ୍ତମାନ ସେମାନଙ୍କ ଲାଗି ଏକ ପ୍ରକାର କଷ୍ଟକର ବ୍ୟାପାର ହୋଇପଡ଼ିଛି। ଓଡ଼ିଶାରେ ରାଜ୍ୟ ସରକାର ସମସ୍ତ ଯୋଜନା ବ୍ୟୟ ଉପରେ କଟକଣା ଜାରି କରିବା ସହିତ ନୂଆ ନିଯୁକ୍ତି ଓ ଖାଲିଥିବା ପଦ ପୂରଣ ଉପରେ ଦୁଇ ବର୍ଷ ଲାଗି ପ୍ରତିବନ୍ଧ ଲଗାଇଛନ୍ତି।

ଲକ୍‌ଡାଉନ୍‌ ସମୟରେ ରାଜ୍ୟମାନଙ୍କ ପାଖରେ ସମ୍ବଳ ସ˚ଗ୍ରହ ପାଇଁ ସୀମିତ ସୁଯୋଗ ରହିଛି। ତତ୍‌କ୍ଷାଣିକ ସମ୍ବଳ ସ˚ଗ୍ରହ ଲାଗି ପ୍ରପର୍ଟି ବା ସମ୍ପତ୍ତିି, ମଦ ଓ ଡିଜେଲ-ପେଟ୍ରୋଲ ଉପରେ ଅଧିକ କର ବସାଇବା ସହିତ ରାଜ୍ୟମାନଙ୍କ ନିକଟରେ ଆଉ ବିଶେଷ କିଛି ବିକଳ୍ପ ଥିଲା ଭଳି ଦିଶୁନାହିଁ। ଆର୍ଥିକ ମାନ୍ଦାବସ୍ଥା ଯୋଗୁ ରାଜ୍ୟମାନେ ଦ୍ରବ୍ୟ ଓ ସେବା କରରୁ ସେମାନଙ୍କର ଧାର୍ଯ୍ୟ ଭାଗରୁ ଯଥେଷ୍ଟ କମ୍‌ ପାଇବାର ସମ୍ଭାବନା ଦେଖା ଦେଇଛି। କେବଳ ସେତିକି ନୁହେଁ, ରାଜ୍ୟମାନେ କେନ୍ଦ୍ର ସରକାରଙ୍କ ନିକଟରୁ ରାଜ୍ୟ ମଧୢରୁ ସ˚ଗୃହୀତ କେନ୍ଦ୍ରୀୟ ଟିକସର ଯେଉଁ ଅ˚ଶଧନ ପାଇବା କଥା, ତାହା ମଧୢ ପାଇପାରୁନାହାଁନ୍ତି। ଏହା ହିଁ ଆମ ରାଜ୍ୟ ସମେତ ଅନ୍ୟ ସମସ୍ତ ରାଜ୍ୟମାନଙ୍କ ଲାଗି ଏକ ବଡ଼ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ଗତ ଜୁନ୍‌ ମାସରେ ଡିସେମ୍ବର-ଜାନୁଆରି-ଫେବ୍ରୁଆରି ତ୍ରୟମାସ ଲାଗି ରାଜ୍ୟମାନଙ୍କୁ ୩୬ ହଜାର ୪୦୦ କୋଟି ଟଙ୍କା ଦ୍ରବ୍ୟ ଓ ସେବାକର କ୍ଷତି ଭରଣା ବାବଦରେ ପ୍ରଦାନ କରାଯାଇଛି। ଏବେ ସୁଦ୍ଧା ରାଜ୍ୟମାନେ କେନ୍ଦ୍ରୀୟ ଟିକସରୁ ଅନେକ ପରିମାଣର ଅ˚ଶଧନ ପାଇ ନାହାନ୍ତି।

ଗତ ମେ ମାସ ୨୧ ତାରିଖରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ କେନ୍ଦ୍ରୀୟ କର ଓ ଶୁଳ୍‌କର ଅ˚ଶଧନ ବାବଦରେ ୯୨ ହଜାର ୭୭ କୋଟି ଟଙ୍କା କେନ୍ଦ୍ରୀୟ ବିଭାଜନୀ ପାଣ୍ଠି ବା ‘ଡିଭିଜିଭ୍‌ ପୁଲ’ରୁ ପ୍ରଦାନ କରିଛନ୍ତି।

ନିକଟରେ କେରଳର ଅର୍ଥମନ୍ତ୍ରୀ ଟି ଏମ୍‌ ଥୋମାସ ଦାବି କରିଛନ୍ତି ଯେ ବର୍ତ୍ତମାନ କୋଭିଡ୍‌ ସଙ୍କଟ ପରିସ୍ଥିତିରେ ରାଜ୍ୟମାନଙ୍କୁ ୬୦-୪୦% ହାରରେ କେନ୍ଦ୍ରୀୟ କରରୁ ଅ˚ଶଧନ ପ୍ରଦାନ କରାଯାଉ। ଥୋମାସଙ୍କର ଏହି ଦାବି ଏବେ ଏକ ଜାତୀୟ ବିତର୍କ ଲାଗି ଅବକାଶ ସୃଷ୍ଟି କରିଛି।

କୋଭିଡ୍‌ ସଙ୍କଟ ଯୋଗୁ ଏବେ ରାଜ୍ୟମାନେ ବହୁ କୋଟି ଟଙ୍କାର ବିକ୍ରି କର ହରାଇବାର ସମ୍ଭାବନା ସୃଷ୍ଟି ହୋଇଛି ବୋଲି ଅନେକ ରାଜ୍ୟର ଅର୍ଥ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିବା ଏମ୍‌ ଗୋବିନ୍ଦ ରାଓ କହିଛନ୍ତି। ଏପରି ପରିସ୍ଥିତିରେ ରାଜ୍ୟମାନଙ୍କୁ କେନ୍ଦ୍ର ସରକାର କୋଭିଡ୍‌ ଗ୍ରାଣ୍ଟ ବା ସ୍ବତନ୍ତ୍ର କୋଭିଡ୍‌ ଅନୁଦାନ ପ୍ରଦାନ କରିବା ଆବଶ୍ୟକ ବୋଲି ‌େସ କହନ୍ତି। ମୋଦୀ ସରକାର ରାଜ୍ୟମାନଙ୍କୁ ଅଧିକ ଆର୍ଥିିକ ସହାୟତା ପ୍ରଦାନ କରିବା କଥା। ରାଜ୍ୟମାନଙ୍କୁ ଦ୍ରବ୍ୟ ଓ ସେବା କର ବାବଦରେ ସ˚ଗୃହୀତ ଅର୍ଥରୁ ଅଧିକ ପରିମାଣର ଅ˚ଶ ପ୍ରଦାନ ଆବଶ୍ୟକ ବୋଲି ବେଙ୍ଗାଲୁରୁ ସ୍ଥିତ ବିଆର ଆମ୍ବେଦକର ସ୍କୁଲ୍‌ ଅଫ୍‌ ଇକୋନୋମିକ୍‌ସର ଭାଇସ୍‌ ଚାନ୍‌ସେଲର ଏନ ଆର ଭାନୁମୂର୍ତ୍ତି କହିଛନ୍ତି। ଚଳିତ ବର୍ଷ ରାଜ୍ୟଗୁଡ଼ିିକୁ ଦ୍ରବ୍ୟ ଓ ସେବାକର ବାବଦରେ ଆଗୁଆ ଭାବେ ଅଧିକ ଅର୍ଥ ପ୍ରଦାନ କରିବା ଆବଶ୍ୟକ ବୋଲି ସେ କହନ୍ତି।

କେନ୍ଦ୍ର ସରକାର ଖୋଲାବଜାରରୁ ସ୍ବଳ୍ପ ସୁଧରେ ଋଣ କରି ରାଜ୍ୟମାନଙ୍କୁ କୋଭିଡ୍‌ ସହିତ ଲଢ଼ିବା ଏବ˚ ଆର୍ଥିିକ ପୁନର୍ଗଠନ ଲାଗି ଅଧିକ ଅର୍ଥ ପ୍ରଦାନ କରିବା ଲାଗି ଆନ୍ତରିକ ପ୍ରୟାସ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି। ଯଦି ଠିକଣା ସମୟରେ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଆର୍ଥିକ ପୁନଃ ସ˚ରଚନା ଲାଗି ଆବଶ୍ୟକ ସମର୍ଥନ ଓ ସହାୟତା ପ୍ରଦାନ ନକରନ୍ତି, ତେବେ ଆଗାମୀ ଦିନରେ ପରିସ୍ଥିତି ଅଣାୟତ୍ତ ହୋଇ ଯାଇପାରେ।

ରାଜ୍ୟ ପ୍ରତିନିଧି, ଦି ଏସିଆନ୍‌ ଏଜ୍‌
ମୋ- ୯୪୩୯୧୭୬୮୩୬

ସମ୍ବନ୍ଧିତ ଖବର