ଭାବପ୍ରବଣ ନେହରୁ- ଦୁଇଟି ଦୃଷ୍ଟାନ୍ତ

ଇତିହାସ ଆଲୋଚନା - ହିରଣ୍ୟ ମହାନ୍ତି

ପଣ୍ତିତ ଜବାହରଲାଲ ନେହରୁ ଥିଲେ ଅନନ୍ୟ ସାଧାରଣ ସମର୍ଥ-ପାଣ୍ତିତ୍ୟର ଅଧିକାରୀ। ଅନ୍ୟ ପକ୍ଷରେ ସେହି ଉତ୍ତୁଙ୍ଗ-ପୁରୁଷଙ୍କର ମଧୢ ଥିଲା ଏକ ବିରାଟ ଦୁର୍ବଳତା: ତାହା ହେଲା ‘ଏକ ଜିଦ୍‌ଖୋର-ଭାବପ୍ରବଣତା’। ତାଙ୍କର ନେତୃତ୍ବ ଭାରତବର୍ଷ ପାଇଁ ଆଣିଥିଲା ଅମିତ ଗୌରବ। ତାଙ୍କର ଜିଦ୍‌ଖୋର ଭାବପ୍ରବଣତା ମଧୢ ଘଟାଇଥିଲା ଅପୂରଣୀୟ କ୍ଷତି। ଏଠାରେ ତତ୍‌ସ˚କ୍ରାନ୍ତ, ଦୁଇଟି ଉଦାହରଣ ରଖାଯାଇପାରେ।

୧୯୨୬ ମସିହାର ଅନ୍ତିମ ଚରଣ। ଜବାହରଲାଲ ସପରିବାର ‘ବର୍ଲିନ’ ଭ୍ରମଣରେ ଥିଲେ। ସେଠାରେ ସେ ଜାଣିବାକୁ ପାଇଥିଲେ ଯେ, ‘ବ୍ରସେଲ’ ଠାରେ ବିଶ୍ବର ଅବହେଳିତ, ଅତ୍ୟାଚାରିତ ରାଷ୍ଟ୍ରମାନଙ୍କର ପ୍ରତିନିଧିମାନଙ୍କୁ ନେଇ ଗୋଟିଏ ବିଶ୍ବସ୍ତରୀୟ ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଜବାହରଲାଲ ସେହି ବର୍ଲିନ ମୁକାମରୁ ଭାରତୀୟ ଜାତୀୟ କ˚ଗ୍ରେସର ସଭାପତିଙ୍କୁ ଟେଲିଗ୍ରାଫିକ ବାର୍ତ୍ତା ପଠାଇଥିଲେ। ସେଥିରେ ଭାରତର ଜାତୀୟ କ˚ଗ୍ରେସର ପ୍ରତିନିଧିତ୍ବ ରହିବା ଉଚିତ ହେବ ବୋଲି ଥିଲା ଜବାହରଙ୍କ ଯୁକ୍ତି। ଆହୁରି ସ୍ପଷ୍ଟ କରି ସେ ଲେଖିଥିଲେ- ‘କ˚ଗ୍ରେସର ପ୍ରତିନିଧିମାନଙ୍କର ଭାଗୀଦାରି ବିଶ୍ବସ୍ତରୀୟ ମଞ୍ଚରେ ପହଞ୍ଚିବାର ସମୟ ଉପନୀତ ହୋଇଥିବାରୁ ତାହା ଆଉ ଦେଶ ମଧୢରେ ସୀମିତ ନ ରହୁ।’ ‘ବ୍ରସେଲ’ କ˚ଗ୍ରେସ ୧୯୨୭ରେ ଅନୁଷ୍ଠିତ ହେଲା। ଉପନିବେଶ ସପକ୍ଷବାଦୀ ଶକ୍ତି ଇ˚ଲଣ୍ତ, ଆମେରିକା, ଫ୍ରାନ୍‌ସ ଓ ଇଟାଲି ଏବ˚ ସେମାନଙ୍କୁ ସମର୍ଥନ ଦେଉଥିବା ରାଷ୍ଟ୍ରମାନଙ୍କରୁ ସ୍ବାଭାବିକ ଭାବେ ପ୍ରତିନିଧିତ୍ବ ପହଞ୍ଚିନଥିଲା। ସେଠାରେ ଯୋଗ ଦେଇଥିଲେ ବାମପନ୍ଥୀ ଚାଇନା, ଲାଟିନ୍‌ ଆମେରିକା, ପାଲେଷ୍ଟାଇନ୍‌, ସିରିଆ, ଇଜିପ୍ଟ, ଆରବ ଏବ˚ ଆଫ୍ରିକା ଓ ଆଫ୍ରିକାନ ନିଗ୍ରୋ-ରାଷ୍ଟ୍ର ସମୂହ। ଜବାହର ସେଠାରେ ଉପସ୍ଥିତ ଥିବାରୁ ଆୟୋଜକମାନେ ତାଙ୍କୁ ସେହି ମଞ୍ଚରେ ଜଣେ ସମ୍ମାନିତ ପ୍ରମୁଖ ବକ୍ତା ଭାବରେ ଉଦ୍‌ବୋଧନ ଦେବା ପାଇଁ ସାଦର ନିମନ୍ତ୍ରଣ ପେସ କଲେ। ଜବାହର, ଜାତୀୟ କ˚ଗ୍ରେସ ଠାରୁ କୌଣସି ଅନୁମୋଦନକୁ ଅପେକ୍ଷା ନ କରି ସେଇ ସଭାରେ ଯୋଗଦାନ ରଖିଥିଲେ। ସେ ତାଙ୍କ ‘କେମ୍ବ୍ରିଜ୍‌’ ଛାତ୍ର ଜୀବନ କାଳରୁ ରାଜନୈତିକ ଦୃଷ୍ଟିଭଙ୍ଗୀରେ ଥିଲେ ଜଣେ ଉଗ୍ର ସମାଜବାଦୀ। ଯାହା ଥିଲା ସାମ୍ୟବାଦୀ ଦର୍ଶନର ନିକଟବର୍ତ୍ତୀ। ସେଦିନ ସେ ସେହି ମଞ୍ଚରେ ଉଦ୍‌ବୋଧନ ରଖୁଥିଲା ବେଳେ ସମ୍ଭବତଃ ଭୁଲି ଯାଇଥିଲେ ଯେ ଭାରତୀୟ ଜାତୀୟ କ˚ଗ୍ରେସରେ ଥିବା ତାଙ୍କର ଆନୁଷ୍ଠାନିକ ପରିଚୟ। ପରାଧୀନ, ଅତ୍ୟାଚାରିତ, ଦଳିତ ଜାତିମାନଙ୍କ ଉଦ୍ଦେଶ୍ୟରେ ସେ ରଖିଥିଲେ ଗୋଟିଏ ଅଗ୍ନିବର୍ଷୀ ଉଦ୍‌ବୋଧନ। ଜଣେ ଭବିଷ୍ୟଦ୍ରଷ୍ଟା ପରି ସମବେତ ଶ୍ରୋତୃମଣ୍ତଳୀକୁ ପ୍ରବୋଧନା ଦେଇ ସେ କହିଥିଲେ ଯେ ‘ସାମ୍ରାଜ୍ୟବାଦର ଦୁର୍ଗ ସବୁ ଅଚିରେ ଭୁଶୁୁଡି ପଡ଼ିବାକୁ ଯାଉଛି।’ ସେ ମଧୢ ତାଙ୍କ ଜନ୍ମଭୂମି ଭାରତର ସା˚ସ୍କୃତିକ ଦାରିଦ୍ର୍ୟ ପାଇଁ ସାମ୍ରାଜ୍ୟବାଦୀମାନଙ୍କ ଆଡ଼କୁ ଅଙ୍ଗୁଳି ଦର୍ଶାଇଥିଲେ। ମାତ୍ର ସେ ଯେତେବେଳେ ଆୟୋଜକମାନଙ୍କୁ ସୁଖୀ କରିବା ପାଇଁ କମ୍ୟୁନିଜିମର ସ୍ତୁତି କରି ବସିଲେ, ସେତିକିବେଳେ ଭାରତୀୟ ଜାତୀୟ କ˚ଗ୍ରେସର ଚିନ୍ତନ ଠାରୁ ସେ ବିଚ୍ଛିନ୍ନ ହୋଇଗଲେ। ସେଠାରେ କମ୍ୟୁନିଷ୍ଟମାନଙ୍କର ଉପସ୍ଥିତି ଥିଲା ସ୍ପଷ୍ଟ ଭାବରେ ଅଧିକ। ସେମାନେ କରତାଳି ଦେଇ ବିଶାଳ ଜନସଭାକୁ ପ୍ରକ˚ପିତ କରିଥିଲେ। ମାଓସେତୁଙ୍ଗ୍‌, ଚାଉଏନଲାଏ ପ୍ରଭୃତି କମ୍ୟୁନିଷ୍ଟ ନେତାମାନେ ସମ୍ଭବତଃ ସେଦିନ ଠାରୁ ଆବିଷ୍କାର କରି ନେଇଥିଲେ ଜବାହରଲାଲଙ୍କ ଭିତରେ ଜଣେ ସମଗୋତ୍ରୀ କମ୍ରେଡଙ୍କୁ। ସେଦିନ ସେହି ମଞ୍ଚରେ ଉପସ୍ଥିତ ଥିବା ବିଶ୍ବବିଖ୍ୟାତ ବୈଜ୍ଞାନିକ ଆଇନଷ୍ଟାଇନ୍‌ ଜବାହରଙ୍କୁ ପ୍ରଥମ କରି ଚିହ୍ନିଲେ। ସେଠାରେ ମଧୢ ଥିଲେ ସୁନ୍‌ ୟାତ ସେନ ଏବ˚ ରୋମଁ ରୋଲାଁ।

ଏହି ଘଟନାର ୨ ବର୍ଷ ପରେ ୧୯୩୧ ମସିହାରେ ଦିଲ୍ଲୀଠାରେ ବ୍ରିଟିସ ଇଣ୍ତିଆ ସରକାରଙ୍କର କେତେକ ମୁଖ୍ୟ ପଦାଧିକାରୀ ଓ ଜାତୀୟ କ˚ଗ୍ରେସର କେତେକ ମୁଖ୍ୟ ନେତାଙ୍କ ଅନେକ ଦାବି ଉପରେ ଗୋଟିଏ ବିସ୍ତୃତ ଆଲୋଚନା ହୋଇ ସର୍ବସମ୍ମତ ବୁଝାମଣା ପତ୍ରଟିଏ ଲଣ୍ତନ ସରକାରଙ୍କୁ ପଠାଇବା ପାଇଁ ସଭା ଅନୁଷ୍ଠିତ ହୋଇଥିଲା। ସେଠାରେ ଜବାହରଲାଲଙ୍କ ଉପସ୍ଥାନ ଉପରେ ବ୍ରିଟିସ୍‌ ଇଣ୍ତିଆ ସରକାର ଆପତ୍ତି ଉଠାଇଥିଲେ। କ˚ଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ମାତ୍ର ସରକାରଙ୍କ ପ୍ରତିନିଧିମାନେ ଜିଦ୍‌ କରିଥିଲେ ଯେ, ଜବାହର ‘ବ୍ରସେଲ’ରେ ରଖିଥିବା ବକ୍ତବ୍ୟକୁ ସଭାରେ ଵାପସ୍‌ କରିନିଅନ୍ତୁ, ଅଥବା ଆ˚ଶିକ ସ˚ଶୋଧନ କରି ନିଅନ୍ତୁ, ଅଥବା ଜାତୀୟ କ˚ଗ୍ରେସ ତାହାକୁ ସ˚ଶୋଧନ କରୁ। ସଭାର ଅଚଳାବସ୍ଥା ଲକ୍ଷ୍ୟ କରି ସେଠାରୁ ଉଠି ଆସିଥିଲେ ଜବାହରଲାଲ। ନିଜର ଭାବପ୍ରବଣତା ପାଇଁ ବରଣ କରି ନେଇଥିଲେ ସ୍ବେଚ୍ଛା ବହିଷ୍କାର। ପଣ୍ତିତଜୀଙ୍କର ଆଉ ଏକ ଐତିହାସିକ ଭାବପ୍ରବଣତା ପାଇଁ ଭାରତବର୍ଷକୁ ଆଜି ପର୍ଯ୍ୟନ୍ତ ବହୁତ କଡ଼ା ମୂଲ୍ୟ ଦେବାକୁ ପଡ଼ୁଛି। କୋରିଆନ ଯୁଦ୍ଧରେ ଆମେରିକା, ଦକ୍ଷିଣ କୋରିଆ ସମର୍ଥନରେ ଯୁଦ୍ଧକୁ ଓହ୍ଲାଇଥାଏ। ଉତ୍ତର କୋରିଆ ସପକ୍ଷରେ ଥାଏ ଚାଇନା (ପିପୁଲ୍‌ସ ରିପବ୍ଲିକ୍‌ ଚାଇନା)। ଯୁଦ୍ଧରେ ଆମେରିକାର ପଚାଶ ହଜାର ସୈନ୍ୟ ନିହତ ହୋଇଥିଲେ। ୧୯୫୦ ମସିହାର କଥା। ଆମେରିକାକୁ ସହାୟତା ଦେବା ପାଇଁ ପ୍ରତିଶ୍ରୁତିଆବଦ୍ଧ ରାଷ୍ଟ୍ରମାନେ କଥା ରଖିନଥିଲେ। ସେହି କାରଣରୁ ଆମେରିକା-ସିନେଟ୍‌ ଗ୍ଲୋବାଲ ଏଡ୍‌ ବିଲ୍‌ ଏବ˚ ଦି ମାର୍ଶାଲ ପ୍ଲାନ୍‌ ନାମରେ ଦୁଇଟି ପ୍ରସ୍ତାବ ସିନେଟ୍‌ରେ ଗୃହୀତ କରାଇ ନେଲେ। ତାହା ଡିଆନ ଆଚେସନ (Dean Acheson)ଙ୍କ ଦ୍ବାରା ଘୋଷିତ ହେବା ପରେ ତାହା ଉପରେ ସେହି ଭାବ ପ୍ରବଣତାବଶତଃ ଆନ୍ତର୍ଜାତିକ ପ୍ରେସ୍‌ରେ ଜବାହର ପ୍ରଥମେ ପ୍ରତିକୂଳ ମନ୍ତବ୍ୟ ରଖିଲେ। ପ୍ରସ୍ତାବଟିରେ କମ୍ୟୁନିଷ୍ଟ ରାଷ୍ଟ୍ରମାନଙ୍କୁ ବାସନ୍ଦ କରାଯିବାର କଥା କୁହାଯାଇଛି ବୋଲି ଜବାହର ଯୁକ୍ତି କରିଥିଲେ। ଆମେରିକାର ପୂର୍ବତନ ରାଷ୍ଟ୍ରପତି ହୁଭର ଯେତେବେଳେ ଜାତିସ˚ଘରେ ସୋଭିଏତ ୟୁନିୟନକୁ ବାଦ ଦିଆଯିବା ପ୍ରସ୍ତାବ ରଖିଥିଲେ, ନେହରୁ ପ୍ରଥମେ ଏହାକୁ ନିନ୍ଦା କରିବା ସହ ବିଶ୍ବ ଜନମତ ସୃଷ୍ଟି କରାଯିବ ବୋଲି ଖୋଲା ଖୋଲି ଆହ୍ବାନ ରଖିଥିଲେ। ଜବାହରଙ୍କର ଏତାଦୃଶ କମ୍ୟୁନିଷ୍ଟ ସପକ୍ଷବାଦୀ ବିବୃତିକୁ ବଲ୍ଲଭଭାଇ ପଟେଲଙ୍କ ସମେତ ବର୍ଷୀୟାନ କ˚ଗ୍ରେସ ନେତାମାନେ ନାପସନ୍ଦ କରିଥିଲେ।

ଯୁଦ୍ଧରେ ଯୁକ୍ତରାଷ୍ଟ୍ର ଆମେରିକା ବିପୁଳ ସୈନ୍ୟ ବଳ ହରାଇଥିବାରୁ ମ୍ରିୟମାଣ ଥାଏ। ସେତିକି ବେଳେ ଭାରତ ପକ୍ଷରୁ ସାନ୍ତ୍ବନା ମିଳିବାର ଅବସରଟିଏ ଆସିଥାଏ। ଯୁଦ୍ଧ ପରେ ଜାତିସ˚ଘରେ ଯେଉଁ ଆଲୋଚନା ହୋଇଥିଲା ସେଥିରେ ପଣ୍ତିତ ନେହରୁ, ‘ଉତ୍ତର କୋରିଆ’କୁ ପ୍ରଥମ ଆକ୍ରମଣକାରୀ ବୋଲି ଦୃଢ଼ ଯୁକ୍ତି ବାଢ଼ିଥିଲେ। ଏଥିରେ ଭାରତର ଦୃଷ୍ଟିଭଙ୍ଗୀ ବଦଳିଥିବା ଲକ୍ଷ୍ୟ କରି ଆମେରିକା ଭାରତ ପ୍ରତି ପ୍ରୀତ ହୋଇଥିଲା। ଇତ୍ୟବସରରେ ଜାତିସ˚ଘର ନିରାପତ୍ତା ପରିଷଦରେ ପଞ୍ଚମ ଶୂନ୍ୟ ସ୍ଥାନଟି ପୂରଣ ହେବାର ଥାଏ। ଆମେରିକା ପ୍ରସ୍ତାବ ପଠାଇଥିଲା ଯେ ସେହି ଶୂନ୍ୟ ସ୍ଥାନଟି ପାଇଁ ଭାରତର ସବୁ ଦିଗରୁ ଯୋଗ୍ୟତା ରହିଛି। ସେହି ପ୍ରସ୍ତାବ ସପକ୍ଷରେ ବ୍ରିଟେନ ଓ ଫ୍ରାନ୍‌ସ ସେମାନଙ୍କର ମତ ରଖିଥିଲେ। କିନ୍ତୁ ସେତିକି ବେଳେ ନେହରୁଙ୍କର ସେଇ ପୁରୁଣା ଭାବପ୍ରବଣତା ସେଥିରେ ମଧୢ ବାଧକ ସାଜିଲା। ପ୍ରଧାନମନ୍ତ୍ରୀ ନେହରୁ ଚାଇନା ସପକ୍ଷରେ ଓକିଲାତି ବାଢ଼ିବାକୁ ଯାଇ କହିଥିଲେ ଯେ ନିରାପତ୍ତା-ପରିଷଦର ପଞ୍ଚମ ସ୍ଥାୟୀ ସଦସ୍ୟତା ପାଇଁ ପିପୁଲ୍‌ସ ରିପବ୍ଲିକ୍‌ ଚାଇନାର ଦାବି ଓ ଯୋଗ୍ୟତା ଅଧିକ। ନେହରୁଙ୍କ ଯୁକ୍ତି ଥିଲା ଚାଇନା, ଏସିଆ ମହାଦେଶର ଆୟତନ ଓ ଜନସ˚ଖ୍ୟା ବିଚାରରେ ସବୁଠାରୁ ବଡ଼ ରାଷ୍ଟ୍ର। ଦ୍ବିତୀୟରେ ତାହାର ସୀମାକୁ ସ୍ପର୍ଶ କରିଛନ୍ତି ‘ଏସିଆ’ ଓ ‘ୟୁରୋପ’ର ଅଧିକ ସ˚ଖ୍ୟାର ରାଷ୍ଟ୍ର। ଜାତିସ˚ଘ ସାଧାରଣ ସଭାରେ ନେହରୁଙ୍କ ଏପରି ଯୁକ୍ତିରେ ପଶ୍ଚିମୀ-ରାଷ୍ଟ୍ରମାନେ ବିସ୍ମିତ ଓ କ୍ଷୁବ୍‌ଧ ହୋଇ ଯାଇଥିଲେ। ଯେଉଁ ପାକିସ୍ତାନକୁ ସେ ଦିନ ପର୍ଯ୍ୟନ୍ତ ଜାତିସ˚ଘର ସାଧାରଣ ସଭାରେ ସଦସ୍ୟତା ମିଳିନଥିଲା, ଖାସ୍‌ ଭାରସାମ୍ୟ ରକ୍ଷା କରିବାକୁ ବନ୍ଧୁ ରାଷ୍ଟ୍ର ଭାବେ ତାକୁ ନେବାକୁ ଆମେରିକା ଓ ବ୍ରିଟେନ ଦାବି କରିଥିଲେ ଏବ˚ ତାହା ଗ୍ରହଣ କରାଯାଇଥିଲା।

ଜବାହରଙ୍କ ସେବା ଓ ଅବଦାନକୁ ଇତିହାସ ଶ୍ରଦ୍ଧାରେ ସବୁ ଦିନ ଲାଗି ସ୍ମରଣରେ ରଖିବ; କିନ୍ତୁ ତାଙ୍କର ଜିଦ୍‌ଖୋର ଭାବପ୍ରବଣତା ପାଇଁ ଆଜି ଦେଶ ଯାହା ସବୁ ସାମନା କରୁଛି, ସେଥିଲାଗି ସେ ସମାଲୋଚିତ ମଧୢ ହେବା ସ୍ବାଭାବିକ।

ଗଜପୀଠ, ପୁନ୍ଦାଳୋ, ପାଟକୁରା, କେନ୍ଦ୍ରାପଡ଼ା
ମୋ- ୯୭୭୭୨୦୫୬୮୪

ସମ୍ବନ୍ଧିତ ଖବର