ଏକ କାଳଜୟୀ ସିନେମାର ନେପଥ୍ୟ କାହାଣୀ

ବିଜନ କୁମାର ମହାପାତ୍ର

‘ସୋଲେ’ ହେଉଛି ଏଭଳି ଏକ ସିନେମା ଯାହାକୁ ଭାରତୀୟ ସିନେମା ଜଗତ୍‌ର ଏକ ମାଇଲଖୁଣ୍ଟ ବୋଲି କୁହାଯାଇପାରେ। ୧୯୭୫ ମସିହା ଅଗଷ୍ଟ ୧୫ ତାରିଖରେ ଏହି ସିନେମା ରିଲିଜ୍‌ ହୋଇଥିଲା। ରିଲିଜ୍‌ ହେବା ପରେ ପ୍ରଥ‌େମ ପ୍ରଥମେ ପ୍ରେକ୍ଷାଳୟରେ ଦର୍ଶକ ହୋଇ ନ ଥିଲେ। ଚଳଚ୍ଚିତ୍ର ସମୀକ୍ଷକମାନଙ୍କ ମତାମତ ବି ଉତ୍ସାହଜନକ ନ ଥିଲା। କିନ୍ତୁ କିଛି ଦିନ ପରେ ସିନେମାଟିରେ କିଛି ନୂତନତ୍ବ ରହିଥିବା ଅନୁଭବ କରି ଦର୍ଶକମାନେ ଏଭଳି ଭିଡ଼ ଜମାଇଲେ ଯେ ଏକ ‘ବ୍ଲକ ବଷ୍ଟର‌୍‌’ ଭାବେ ଏହା ରେକର୍ଡ ପରେ ରେକର୍ଡ ଭାଙ୍ଗି ଚାଲିଲା। ଏହାର ଏମିତି ଦର୍ଶକ ଗୋଷ୍ଠୀ ତିଆରି ହେଲେ ଯେଉଁମାନେ ଏକ ଡଜନରୁ ଅଧିକ ଥର ‘ସୋଲେ’ ସିନେମାକୁ ଦେଖିଛନ୍ତି।

‘ସୋଲେ’ ରିଲିଜକୁ ଇତି ମଧୢରେ ୪୫ ବର୍ଷ ବିତିଗଲାଣି ଏବ˚ ଏହାକୁ ଏକ ‘ପାନ୍‌ ଇଣ୍ତିଆନ୍‌ କଲ୍‌ଟ କ୍ଲାସିକ‌୍’ର ମର୍ଯ୍ୟାଦା ମିଳିଛି। ଭାରତୀୟ ଢାଞ୍ଚାରେ ନିର୍ମିତ ହୋଇଥିବା ଏହି ସିନେମା ଥିଲା ପ୍ରକୃତରେ େଵଷ୍ଟର୍ଣ୍ଣ ସିନେମାର ସ୍ବାଦ ବହନକାରୀ ପ୍ରଥମ ଭାରତୀୟ ସିନେମା। ଜାପାନର ପ୍ରସିଦ୍ଧ ନିର୍ଦ୍ଦେଶକ ଆକିରୋ କୁରୋସାଵାଙ୍କ କି˚ବଦନ୍ତୀୟ ସିନେମା ‘ସେଭେନ୍‌ ସାମୁରାଇ’ ସମେତ ‘ଦ ଡାର୍ଟି ଡଜନ୍‌’ ବା ‘ଦି ମ୍ୟାଗ୍‌ନିଫିସେ˚ଟ୍‌ ସେଭେନ’ ଅଥବା ‘ଫାଇବ୍‌ ମ୍ୟାନ୍‌ ଆର୍ମି’ କି˚ବା ‘ଵାନ୍‌ସ ଅପନ୍‌ ଏ ଟାଇମ୍‌ ଇନ୍‌ େଵଷ୍ଟ’ ଦ୍ବାରା ‘ସୋଲେ’ ଅନୁପ୍ରାଣିତ ବୋଲି କୁହାଯାଏ। ସେମାନଙ୍କ କଳ୍ପନା ପ୍ରସୂତ ଏହି କାହାଣୀକୁ ନେଇ ସଲିମ-ଜାଭେଦ (ସିନେମାଟିର କାହାଣୀ ଓ ଚିତ୍ର ନାଟ୍ୟର ଲେଖକ) ଯୋଡ଼ି ଫିଲ୍ମର ପ୍ରଯୋଜକ ଜି.ପି ସିପ୍ପି ଓ ନିର୍ଦ୍ଦେଶକ ରମେଶ ସିପ୍ପିଙ୍କୁ ସ˚କ୍ଷେପରେ ଶୁଣାଇ ଥିଲେ। ଆଗରୁ କୁଆଡ଼େ ମନମୋହନ ଦେଶାଇ ଓ ପ୍ରକାଶ ମେହେରା, ସେ ସମୟର ଅତି ସଫଳ ନିର୍ମାତା ନିର୍ଦ୍ଦେଶକ ‘ସୋଲେ’ର ସାରା˚ଶକୁ ଶୁଣି ପ୍ରତ୍ୟାଖ୍ୟାନ କରିଦେଇଥିଲେ। କିନ୍ତୁ ସିପ୍ପି ମହାଶୟ ତାକୁ ଗ୍ରହଣ କଲେ ଏବ˚ ତା’ ପରେ ଯାହା ହେଲା ତାହା ଇତିହାସ।

ଶୁଣାଯାଏ ଯେ ସିନେମାର ଏକ ଅତ୍ୟନ୍ତ ବଳିଷ୍ଠ ଚରିତ୍ର ଠାକୁର ବଲଦେବ ସି˚ହଙ୍କ ଭୂମିକା ପ୍ରଥମେ ଦିଲ୍ଲୀପ କୁମାରଙ୍କୁ ଦିଆଯାଇଥିଲା। ଚରିତ୍ରରେ ଗଭୀରତା ନ ଥିବା ଦର୍ଶାଇ ଦିଲ୍ଲୀପ କୁମାର ତାକୁ ଗ୍ରହଣ କରି ନ ଥିଲେ। ଫଳରେ ତାହା ସ˚ଜୀବ କୁମାରଙ୍କ ପାଖକୁ ଗଲା ଏବ˚ ଏହି ଭୂମିକା ତାଙ୍କର ଏକ ଅମର କୃତି ହୋଇ ରହିଗଲା। ଏଣେ ସ˚ଜୀବ କୁମାର କିନ୍ତୁ ଖଳନାୟକ ଗବ୍‌ବର ସି˚ହର ଭୂମିକାରେ ଅଭିନୟ କରିବାକୁ ଇଚ୍ଛୁକ ଥିଲେ। କିନ୍ତୁ ଗବ୍‌ବର ସି˚ହ ଭଳି ଏକ ଘୃଣ୍ୟ ଡାକୁର ଭୂମିକାରେ ଦର୍ଶକ ସ˚ଜୀବ କୁମାରଙ୍କୁ ପସନ୍ଦ କରିବେ ନାହିଁ ବୋଲି କୁହାଯିବାରୁ ସେ ମାନି ନେଇଥିଲେ। ଗବ୍‌ବର ସି˚ହର ଭୂମିକାରେ ଡ୍ୟାନି ଡେନ୍‌ଜୋପ୍ପା ଥିଲେ ପ୍ରଥମ ପସନ୍ଦ। କିନ୍ତୁ ଡ୍ୟାନି ସେତେବେଳେ ଫିରୋଜ ଖାଁଙ୍କ ସିନେମା ‘ଧର୍ମାତ୍ମା’ର ସୁଟି˚ରେ ବ୍ୟସ୍ତ ଥିବାରୁ ଏହା ଅମଜାଦ ଖାଁଙ୍କ ପାଖକୁ ଆସିଥିଲା। ଅମଜାଦ ଥିଲେ ସେ କାଳର ପ୍ରସିଦ୍ଧ ଖଳନାୟକ ଇମତିଆଜଙ୍କ ଭାଇ। କିନ୍ତୁ ସେ ସିନେମାରେ ପୂର୍ବରୁ ଅଭିନୟ କରି ନଥିଲେ। ତେବେ ଲେଖକ ସଲିମଙ୍କ ସହିତ ତାଙ୍କର ପରିଚୟ ଥିଲା ଏବ˚ ସଲିମ ତାଙ୍କୁ ଡାକି ଆଣି ଗବ୍‌ବର ଭୂମିକାରେ ଛିଡ଼ା କରାଇଥିଲେ। କହିବା ବାହୁଲ୍ୟ ଯେ ଗବ୍‌ବର ସି˚ହ ହେଉଛି ଭାରତୀୟ ସିନେମାର ସବୁଠାରୁ ଲୋକପ୍ରିୟ ଖଳନାୟକ। ‘ସୋଲେ’ ଏକ ମାଷ୍ଟର ପିସ୍‌ ଭାବେ ପରିଗଣିତ ହେବା ପଛରେ ଥିଲା ଅମଜାଦ ଖାଁଙ୍କ ଅନୁକରଣୀୟ ଚମତ୍କାର ଅଭିନୟ। ଫିଲ୍ମର ପାର୍ଶ୍ବ ନାୟକ ଜୟ ଭୂମିକାରେ ଅମିତାଭ ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା। କିନ୍ତୁ ସେଥି ଲାଗି ଅଫର ପ୍ରଥମେ ଯାଇଥିଲା ଶତ୍ରୁଘ୍ନ ସିହ୍ନାଙ୍କ ପାଖକୁ। କିନ୍ତୁ ସେତେବେଳକୁ ଶତ୍ରୁଘ୍ନ ସିହ୍ନା ଅଧିକା˚ଶ ଫିଲ୍ମରେ ଖଳନାୟକ ରୂପେ ଅବତୀର୍ଣ୍ଣ ହେଉଥିଲେ। ତେବେ ଶତ୍ରୁଘ୍ନ ସିହ୍ନାଙ୍କ ପକ୍ଷରେ ସମସ୍ତଙ୍କ ମତ ଥିବା ବେଳେ ଲେଖକ ସଲିମ-ଜାଭେଦ ଯୋଡ଼ି ଅମିତାଭ ବଚ୍ଚନଙ୍କ ଲାଗି ପ୍ରସ୍ତାବ ରଖିଥିଲେ। ଜାଭେଦ କହନ୍ତି ଯେ ଅମିତାଭଙ୍କୁ ଆଖି ଆଗରେ ରଖି ହିଁ ଜୟ ଭୂମିକାର ଚିତ୍ରଣ କରାଯାଇଥିଲା।

ଏକ ବିଶାଳ କ୍ୟାନ୍‌ଭାସ୍‌ରେ ସିନେମାଟିର ସୁଟି˚ ହୋଇଥିଲା। ଆକ୍‌ସନ୍‌ ଦୃଶ୍ୟର ସୁଟି˚ ପାଇଁ ବିଦେଶରୁ ଟେକ୍‌ନିସିଆନ ଅଣାଯାଇଥିଲେ। ବାଙ୍ଗାଲୋର ନିକଟବର୍ତ୍ତୀ ରାମନଗରମ ଠାରେ ସିନେମାର ଅଧିକା˚ଶ ଭାଗର ସୁଟି˚ ହୋଇଥିଲା। ରାମନଗରମ ହିଁ ଥିଲା ‘ସୋଲେ’ର କାଳ୍ପନିକ ରାମଗଡ଼। କୁହାଯାଏ ଯେ ‘ସୋଲେ’ ସିନେମା ଲାଗି ପୂରା ରାମଗଡ଼ ଗାଁକୁ ନିର୍ମାଣ କରାଯାଇଥିଲା। ଶୁଣିବାକୁ ମିଳିଥାଏ ଯେ ନିର୍ଦ୍ଦେଶକ ରମେଶ ସିପ୍ପି ‘ସୋଲେ’ର ଅନ୍ତିମ ଦୃଶ୍ୟରେ କ୍ଲାଇମାକ୍‌ସ ସ୍ବରୂପ ଦେଖାଇବାକୁ ଚାହିଁଥିଲେ ଯେ ଠାକୁର ବଲଦେବ ସି˚ହ ଗବ୍‌ବର ସି˚ହକୁ ହତ୍ୟା କରି ପ୍ରତିଶୋଧ ନେଉଛନ୍ତି। କିନ୍ତୁ ସେନ୍‌ସର ବୋର୍ଡ ଏଥିରେ ଆପତ୍ତି କଲେ। କାରଣ ଠାକୁର ଥିଲେ ଜଣେ ଅତି ଦକ୍ଷ ଓ ସାଧୁ ପୁଲିସ ଅଫିସର। ତେଣୁ ସେ ଆଇନକୁ ନିଜ ହାତକୁ ନେବା ବିଷୟ ସେନ୍‌ସର ବୋର୍ଡ ଲାଗି ଗ୍ରହଣୀୟ ନ ଥିଲା। ‘ସୋଲେ’ ଏଭଳି ଏକ ସିନେମା ଥିଲା ଯାହାର ଡାଇଲଗ ଶୁଣିବା ଲାଗି ଲୋକେ ତାହା ବାଜୁଥିବା ମାଇକ୍‌ ପାଖରେ ଭିଡ଼ ଲଗାଉଥିଲେ ଏବ˚ ସେ ସମୟର ଯୁବକମାନେ ଏହାକୁ ପୂରା ମୁଖସ୍ଥ କରି ପକାଇଥିଲେ। ଏହା ରିଲିଜ୍‌ ହେବାର ଠିକ୍‌ ୨୧ ବର୍ଷ ପରେ ଅର୍ଥାତ୍‌ ୧୯୯୬ ମସିହା ଅଗଷ୍ଟ ୧୫ ତାରିଖରେ ଏହି ସିନେମା ପ୍ରଥମ ଥର ପାଇଁ ଦୂରଦର୍ଶନରେ ପ୍ରସାରିତ ହେଲା। ଆଜି ବି ‘ସୋଲେ’ ସିନେପ୍ରେମୀଙ୍କୁ ରୋମାଞ୍ଚିତ କରିଥାଏ ଏବ˚ ନୂଆ ପିଢ଼ିର ତରୁଣ ଦର୍ଶକମାନେ ମଧୢ ଏଥିରୁ ଆନନ୍ଦ ଲାଭ କରୁଛନ୍ତି। ସତ କହିଲେ ‘ସୋଲେ’ ହେଉଛି ଏକ କାଳଜୟୀ ସିନେମା।
ଚାଣକ୍ୟନଗର, ବ୍ରହ୍ମପୁର-୮
ମୋ- ୯୭୦୩୬୯୦୮୪୭

ସମ୍ବନ୍ଧିତ ଖବର