ଉତ୍ତର ମିଳିଛି

ଯୋଗେନ୍ଦ୍ର ଯାଦବ

ଚମତ୍କାର ଉତ୍ତର ମିଳିଲା! ତେବେ, ପ୍ରଶ୍ନଟି କ’ଣ ଥିଲା? ପାଞ୍ଚ ଅଗଷ୍ଟ ପରେ ଧର୍ମ ନିରପେକ୍ଷତାବାଦ ପ୍ରସଙ୍ଗରେ ହୋଇଥିବା ସ˚କ୍ଷିପ୍ତ ଅଥଚ ଶକ୍ତିଶାଳୀ ବିତର୍କ ପରେ ମୋ ମନରେ ଏହି ଭାବନା ଆସିଥିଲା। ଅଯୋଧ୍ୟାରେ ରାମ ମନ୍ଦିର ଭୂମି ପୂଜନ ଉପରେ ମୁଁ ସଙ୍ଗେସଙ୍ଗେ ଟିପ୍ପଣୀ ଦେଇଥିଲି। ତା’ ଉପରେ ଅନେକ ପ୍ରତିକ୍ରିୟା ଆସିଥିଲା। ଆନନ୍ଦର ବିଷୟ ହେଉଛି, ମୋର ଟିପ୍ପଣୀ ମୋର ପ୍ରିୟ ରାଜନୈତିକ ଟୀକାକାରଙ୍କ ମଧ୍ୟରେ ଅନ୍ୟତମ- ପ୍ରତାପଭାନୁ ମେହଟାଙ୍କ ଧ୍ୟାନ ଆକର୍ଷଣ କରିଥିଲା। ସେ ଚମତ୍କାର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ତେବେ, ଯେଉଁ ପ୍ରଶ୍ନର ଉତ୍ତର ଖୋଜାଚାଲିଛି, ତାହା ପ୍ରତାପଭାନୁ ଦେଇଥିବା ପରି ମୋର ହୃଦ୍‌ବୋଧ ହେଉନାହିଁ!

ଭାରତୀୟ ଧର୍ମ ନିରପେକ୍ଷତା ଉପରେ ତିନିଟି ମହତ୍ତ୍ବପୂର୍ଣ୍ଣ ପ୍ରଶ୍ନର ଉତ୍ତର ଉପରେ ଆମ ଦେଶର ଭବିଷ୍ୟତ୍‌ ନିର୍ଭର କରୁଛି। ଧର୍ମ ନିରପେକ୍ଷତା ଏବେ କେଉଁ ଅବସ୍ଥାରେ? କେଉଁ କାରଣରୁ ଭାରତୀୟ ଧର୍ମ ନିରପେକ୍ଷତା ଏହି ଅବସ୍ଥାରେ ପହଞ୍ଚିଛି? ଆଗକୁ ମାର୍ଗ କ’ଣ ଏବ˚ ଏବେ କ’ଣ କରାଯିବ?

ମୁଁ ଏହି ପ୍ରସଙ୍ଗରେ ପୂର୍ବରୁ ମଧ୍ୟ କହିଛି ଯେ, ଆମ ଧର୍ମ ନିରପେକ୍ଷ ସାଧାରଣତନ୍ତ୍ର ସ˚କଟରେ। ଆଉ ଯାହା ବାକି ଥିଲା, ୨୦୧୯ ପରେ ପୂରା ହୋଇଗଲା। ୨୦୧୯ ପରେ ଅବସ୍ଥା ଅଧିକ ନିମ୍ନଗାମୀ ହୋଇଛି। ଆମ ସମ୍ମୁଖରେ ଏକ ବହୁସ˚ଖ୍ୟକବାଦୀ ସରକାର ବା ଶାସନ ବ୍ୟବସ୍ଥା। ଏହା ଆମ ସମ୍ବିଧାନର ଧର୍ମ ନିରପେକ୍ଷତାକୁ କେବଳ ଏକ ସ୍ମୃତି କଥା ରୂପରେ ବଜାୟ ରଖିଛି। ନ୍ୟାୟପାଳିକା ଯଦି ଏହାକୁ ଗୁରୁତ୍ବର ସହ ନ ନେବ, ଆଗକୁ ଏହା ଜନଶ୍ରୁତି‌ ବା କିଂବଦନ୍ତି ପାଲଟିଯିବ। ଏହି ସ୍ଥିତିରେ ଧର୍ମ ନିରପେକ୍ଷତାବାଦ ମୃତ ସହ ସମାନ।

ଆମ ଧର୍ମ ନିରପେକ୍ଷ ରାଷ୍ଟ୍ରର ପତନ ପାଇଁ ସ˚ଘ ପରିବାରକୁ ଦାୟୀ କରାଯାଉଥିବା ଶୁଣିଶୁଣି, ମୁଁ ଥକି ଗଲିଣି। ଭାରତୀୟ ଜନତା ପାର୍ଟିର ଆପରାଧିକ କାର୍ଯ୍ୟକଳାପ ଏବ˚ ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘର ରାଷ୍ଟ୍ର-ବିରୋଧୀ ଆଚରଣ ବାବଦରେ ମୁଁ ଲେଖି ଆସିଛି। ଏହା ବି ଲେଖିଛି ଯେ, ଆମର ଏହି ଅବସ୍ଥା ପାଇଁ ଆମର ଧର୍ମ ନିରପେକ୍ଷ ଅନୁଷ୍ଠାନଗୁଡ଼ିକ ମଧ୍ୟ ଦାୟୀ। ଏଥି ପାଇଁ ସୁବିଧାବାଦୀ ରାଜନେତା ଏବ˚ ସାଧାରଣ ଜନଜୀବନ ସହ କୌଣସି ସ˚ପର୍କ ନ ଥିବା ବୁଦ୍ଧିଜୀବୀମାନଙ୍କ ଉପରେ ମୁଁ ଦୋଷ ଲଦିଛି। ଏହିମାନେ ନିଜକୁ ଧର୍ମ ନିରପେକ୍ଷତାବାଦର ରକ୍ଷାକର୍ତ୍ତା କହିଆସିଛନ୍ତି। ଆଗକୁ ରାସ୍ତା କ’ଣ? ଏହା କେବଳ ଏକ ରାଜନୈତିକ ଲଢ଼େଇ ନୁହେଁ। କେବଳ ଗାଦିସୀନ ସରକାରକୁ ବିତାଡ଼ିତ କରିବା ମଧ୍ୟ ସମାଧାନ ନୁହେଁ। ଏହା ଏକ ଦୀର୍ଘ ମିଆଦୀ ସା˚ସ୍କୃତିକ ଲଢ଼େଇ, ଯେଉଁଥିରେ ଧର୍ମ ନିରପେକ୍ଷତାବାଦର ତଥାକଥିତ ପୃଷ୍ଠପୋଷକଙ୍କୁ ସାଧାରଣ ଲୋକଙ୍କ ଭାଷା କହିବାକୁ ହେବ ଏବ˚ ଧର୍ମ ଓ ପର˚ପରାର ଭାଷା ଶିଖିବାକୁ ହେବ।

ମୋର ବିଶ୍ଳେଷଣର ପ୍ରଥମ ଭାଗରେ ଧର୍ମ ନିରପେକ୍ଷତାବାଦର ମୃତ୍ୟୁ ସ˚ପର୍କରେ ମୁଁ ଯାହା କହିଛି, ପ୍ରତାପଭାନୁ ମେହଟା ସେଥି ସହ ଏକମତ। ଏହା ଉପରେ ସୁହାସ ପଲଶୀକର ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଶେଖର ଗୁପ୍ତା ମୋ ବିଶ୍ଳେଷଣ ସହ ଏକମତ ନୁହନ୍ତି। ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଯେ ପୂର୍ବରୁ ଅନେକ ଥର ଧର୍ମ ନିରପେକ୍ଷତାବାଦର ମୃତ୍ୟୁ ଘୋଷିତ ହୋଇଛି। ହଁ, ସେ ଠିକ୍‌ କହିଛନ୍ତି। ତେବେ, ଗଣତନ୍ତ୍ର ଓ ଧର୍ମ ନିରପେକ୍ଷତାବାଦ ଭଳି ମହାନ୍‌ ଆଦର୍ଶ ଏକାଧିକ ଥର ମୃତ୍ୟୁବରଣ କରୁଥିବା କ’ଣ ଠିକ୍‌ ନୁହେଁ?

ଶେଖର ଗୁପ୍ତା କହୁଛନ୍ତି, ଯାହାର ମୃତ୍ୟୁ ହୋଇଛି, ତାହା ଧର୍ମ ନିରପେକ୍ଷତାବାଦ ନୁହେଁ। ଧର୍ମ ନିରପେକ୍ଷବାଦୀ ମୁଖା ପିନ୍ଧିଥିବା ସୁବିଧାବାଦୀ ଅଳ୍ପ ସ˚ଖ୍ୟକଙ୍କ ମୃତ୍ୟୁ ଘଟିଛି। ଏମାନଙ୍କ ମୃତ୍ୟୁ ପାଇଁ ଲୁହ ବୁହାଇବା ଲାଗି କେହି ନାହାନ୍ତି ଏବ˚ କେହି ଲୁହ ବୁହାଇବା ବି ଅନୁଚିତ। ତେବେ, କ’ଣ ଖାଲି ଏତିକି କହିଦେଲେ, କଥା ସରିଯିବ? ଆମେ କ’ଣ ପ୍ରତି ଦିନ ଘଟୁଥିବା ଭେଦ-ଭାବ ଓ ପକ୍ଷପାତିତା, ଭିଡ଼-ହତ୍ୟାର ଖବର, ନାଗରିକତା ସ˚ପର୍କିତ ନୂଆ ଆଇନ ଏବ˚ ନ୍ୟାୟପାଳିକାର ରହସ୍ୟମୟ ନିରବତାକୁ ଅଣ-ଦେଖା କରିବା? ଶେଖର ଗୁପ୍ତା କ’ଣ ସେହି ସମୟକୁ ଅପେକ୍ଷା କରିଛନ୍ତି, ଯେତେବେଳେ ଧର୍ମ ସତ୍ତା ଔପଚାରିକ ଭାବେ ଶାସନ ବ୍ୟବସ୍ଥାକୁ ଅଧିକାର କରିବ ଏବ˚ ସରକାରୀ ଭାବେ ଧର୍ମ ନିରପେକ୍ଷତାବାଦର ମୃତ୍ୟୁ ଘୋଷଣା କରାଯିବ?

ମୁଁ ଦେଇଥିବା ନିଦାନକୁ ପ୍ରତାପଭାନୁ ଗ୍ରହଣ କରିପାରିନାହାନ୍ତି। ତାଙ୍କ ଭାଷାରେ ମୋର ନିଦାନ ଐତିହାସିକ ରୂପରେ ସମସ୍ୟାପୂର୍ଣ୍ଣ, ସୈଦ୍ଧାନ୍ତିକ ରୂପରେ ସ˚ଶୟପୂର୍ଣ୍ଣ ଏବ˚ ସା˚ସ୍କୃତିକ ରୂପରେ ବିପଜ୍ଜନକ। ମୋର ନିଦାନ ପ୍ରତି ସେ ନିଶ୍ଚିତ ଭାବେ କଠୋର ଭାଷା ପ୍ରୟୋଗ କରିଛନ୍ତି। ତେବେ, ସେ ନିଜ ସପକ୍ଷରେ ଶକ୍ତିଶାଳୀ ଯୁକ୍ତି ଉପସ୍ଥାପନ କରିବାକୁ ଭୁଲିନାହାନ୍ତି। ସେ ଲେଖିଛନ୍ତି: ଆମ ଦେଶରେ ଧର୍ମ ତାତ୍ତ୍ବିକତା ଓ ଧାର୍ମିକ ଆଲୋଚନା ଅଭାବରୁ ସା˚ପ୍ରଦାୟିକତାର ଉତ୍‌ଥାନ ହୋଇଥିବା ବିଚାର, ଏକ ଐତିହାସିକ ତ୍ରୁଟି। ଏହି ପ୍ରସଙ୍ଗ ରାଜନୈତିକ ଥିଲା ଏବ˚ ଏବେ ବି ରାଜନୈତିକ ହୋଇ ରହିଛି। ଲୋକତନ୍ତ୍ର ଓ ରାଷ୍ଟ୍ରବାଦର ଗର୍ଭରୁ ଏହାର ଜନ୍ମ। ସେ ଆହୁରି ମଧ୍ୟ ଲେଖିଛନ୍ତି: ଧାର୍ମିକତାର ପ୍ରକୃତି ଏବେ ପ୍ରସଙ୍ଗ ନୁହେଁ। ଭାରତ ନାମକ ଏକ ବିରାଟ ବିଚାର ମଧ୍ୟରୁ ମୁସଲମାନ ସ˚ପ୍ରଦାୟକୁ ବଳପୂର୍ବକ ଦୂରେଇ ଦେବା ହିଁ ଏବେ ମୁଖ୍ୟ ପ୍ରସଙ୍ଗ। ରାଜନୀତି ମାଧ୍ୟମରେ ପ୍ରକୃତ ଧର୍ମର ସ˚ଜ୍ଞା ଓ ପରିଭାଷା ନିରୂପଣ କରିବା ଅନୈତିକ। ହିନ୍ଦୁ ଧର୍ମ ଓ ଆମର ଭାଷାଗୁଡ଼ିକ ପ୍ରତି ଅବହେଳା କରାଯାଇଥିବା ପ୍ରଚାର ନିନ୍ଦନୀୟ। ଏହା ହିନ୍ଦୁମାନଙ୍କୁ ବିଭ୍ରାନ୍ତ କରୁଛି ଏବ˚ ପ୍ରତାରିତ ହୋଇଥିବାର ଭ୍ରମାତ୍ମକ ଧାରଣା ସେମାନଙ୍କ ମଧ୍ୟରେ ବଳବତ୍ତର ହୋଇଛି।

ପ୍ରତାପଭାନୁଙ୍କ ଏହି ଯୁକ୍ତି ସହ ମୁଁ ପ୍ରାୟ ଏକମତ। କିଏ ପ୍ରକୃତ ହିନ୍ଦୁ ଓ କିଏ ମୁସଲମାନ, ଏହା ଯଦି ରାଜନେତାମାନେ ନିର୍ଦ୍ଧାରଣ କରିବେ, ଏହି ଭାବନା ହିଁ ମୋତେ ଥରାଇ ଦେଉଛି। ଧର୍ମ ଓ ଧର୍ମ ନିରପେକ୍ଷତା ସ˚ପର୍କିତ ଆଲୋଚନାରୁ ମୁଁ ସର୍ବଦା ଯଥା ସ˚ଭବ ନିଜକୁ ଦୂରେଇ ରଖିଆସିଛି। କାଳେ ମୋ କଥାକୁ ଭିନ୍ନ ଭାବେ ଆଖ୍ୟାୟିତ କରାଯିବ, ଏହି ଭୟରେ। ତେବେ, ଏବେ ଏ ଭଳି ସମୟ ଆସି ପହଞ୍ଚିଛି, ଆଉ ନିରବ ରହିହେବନାହିଁ।

ଧର୍ମ ନିରପେକ୍ଷତାବାଦୀମାନେ ସେମାନଙ୍କ ପରାଜୟ ଜନିତ ସତ୍ୟକୁ ସ୍ବୀକାର କରିବା ସହ ନିଜକୁ ପଚାରନ୍ତୁ: ଆମେ କାହିଁକି ରାଜନୈତିକ ଲଢ଼େଇ ହାରିଲୁ? ସୁବିଧାବାଦୀ ଓ ଧର୍ମ ନିରପେକ୍ଷ ଦଳଙ୍କ ଉପରେ ଦୋଷ ଲଦିଦେବା ସହଜ। ତେବେ, ସବୁଠାରୁ ଗମ୍ଭୀର ପ୍ରଶ୍ନ ହେଉଛି: ଆମେ ଏକ ମହାନ୍‌ ବିଚାର ରଖିଥିବା ସତ୍ତ୍ବେ ରାଜନୈତିକ ଲଢ଼େଇ ହାରିଲେ କାହିଁକି? ସାରା ହିନ୍ଦୁ ଜନମତ ଧର୍ମ ନିରପେକ୍ଷତାବାଦର ବିରୋଧୀ କାହିଁକି? ପ୍ରତାପଭାନୁ ଏହି ଜଟିଳ ପ୍ରଶ୍ନର ଉତ୍ତର ଦେଇନାହାନ୍ତି। ସେ ଯଦି ଏହାର ଉତ୍ତର କେତେ ବେଳେ ଦିଅନ୍ତି, ସେ ମୋ ସହ ଏକମତ ହେବେ ଯେ କେବଳ ଦକ୍ଷିଣପନ୍ଥୀ ପ୍ରଚାରକୁ ଦୋଷ ଦେବା ଠିକ୍‌ ନୁହେଁ; ଧର୍ମ ନିରପେକ୍ଷତାବାଦର ରକ୍ଷାକର୍ତ୍ତାମାନେ ମଧ୍ୟ ଦୋଷ ସ୍ବୀକାର କରିବା ଆବଶ୍ୟକ।

ଯେଉଁମାନେ ଇତିହାସ ଲେଖିଛନ୍ତି, ଯେଉଁମାନେ ପାଠ୍ୟ-ପୁସ୍ତକ ଲେଖିଛନ୍ତି, ଯେଉଁମାନେ ଜନମତକୁ ପ୍ରଭାବିତ କରିଛନ୍ତି, ଯେଉଁମାନେ ଶିକ୍ଷା ବ୍ୟବସ୍ଥାକୁ ଚଳାଇଛନ୍ତି- ସମସ୍ତେ ବିଫଳ ହୋଇଛନ୍ତି। ଆମ ଭଳି ଲୋକେ ବିଫଳ। ଠିକଣା ଭାବେ ଯୋଗାଯୋଗ କରିପାରି ନ ଥିବାରୁ ଆମେ ବିଫଳ। ଆମେ ସାଧାରଣ ହିନ୍ଦୁମାନଙ୍କ ସହ ସ˚ପର୍କ ସ୍ଥାପନ କରିପାରିନାହେଁ। କାରଣ ଆମେ ସେମାନଙ୍କ ଭାଷା କହୁନାହେଁ କି ସେମାନଙ୍କ ଭାଷା ବୁଝୁନାହେଁ। ଧର୍ମ ନିରପେକ୍ଷ ବୁଦ୍ଧିଜୀବୀଙ୍କର ସାମାଜିକ ଦୂରତ୍ବ, ସା˚ସ୍କୃତିକ ଅଶିକ୍ଷା ଏବ˚ ବୌଦ୍ଧିକ ଔଦ୍ଧତ୍ୟ, ଧର୍ମ ନିରପେକ୍ଷତାବାଦର ପତନର କାରଣ ହୋଇଛି।

ପ୍ରତାପଭାନୁଙ୍କୁ ଲାଗୁଛି, ମୁଁ ଦେଶର ଶିକ୍ଷା କ୍ଷେତ୍ରରେ ଉଦାରବାଦୀ-ବାମପନ୍ଥୀ ବିଦ୍ବାନ୍‌ଙ୍କ ପ୍ରଭାବକୁ ବଢ଼େଇ-ଚଢ଼େଇ ଆକଳନ କରୁଛି। ନା, ମୁଁ ପ୍ରକୃତରେ ସେପରି କରୁନାହିଁ। ସେମାନଙ୍କ ଉପସ୍ଥିତି ଦେଶର ଅଳ୍ପ କିଛି େଶୖକ୍ଷିକ ପରିସର ମଧ୍ୟରେ ସୀମିତ। ତେବେ, ସୀମିତ ଉପସ୍ଥିତି ସତ୍ତ୍ବେ ଆମ ଦେଶର ମାନବୀୟ ଓ ସାମାଜିକ ବିଜ୍ଞାନରେ ଉଚ୍ଚ ଶିକ୍ଷା କ୍ଷେତ୍ରକୁ ସେମାନଙ୍କ ଅବଦାନ ଅତୁଳନୀୟ। ଅଧିକା˚ଶ ରାଜ୍ୟ ପରିଷଦଗୁଡ଼ିକ ‘ଏନ୍‌ସିଆର‌୍‌ଟି’ ପୁସ୍ତକଗୁଡ଼ିକୁ ନକଲ କରିଛନ୍ତି। ୧୯୮୦ ପର୍ଯ୍ୟନ୍ତ ସାର୍ବଜନୀନ ଓ ଘରୋଇ ଗଣମାଧ୍ୟମ ଉଦାରବାଦୀ-ବାମପନ୍ଥୀଙ୍କ ଦଖଲରେ ଥିଲା। ପ୍ରତାପଭାନୁ ଏ ଭଳି ଅନେକ ହିନ୍ଦୀ ଲେଖକଙ୍କ ନାମ ମନେ ପକାଇଛନ୍ତି, ଯେଉଁମାନେ ଚିନ୍ତା ଓ ଚେତନାରେ ଧର୍ମ ନିରପେକ୍ଷ ଥିଲେ। ସେ ଲେଖିଛନ୍ତି: ସ୍ବାଧୀନତା ପରବର୍ତ୍ତୀ କାଳୀନ କେହି ପ୍ରତିଷ୍ଠିତ ଅଣ-ଧର୍ମ ନିରପେକ୍ଷତାବାଦୀ ହିନ୍ଦୀ ଲେଖକ ଥିବା ମୁଁ ଜାଣେନାହିଁ। ଆଶୁତୋଷ ଭରଦ୍ବାଜ ମଧ୍ୟ ତାଙ୍କ କଥାରେ ଏକମତ। ଅନ୍ୟ ଭାରତୀୟ ଭାଷା କ୍ଷେତ୍ରରେ ମଧ୍ୟ ଏହା ହିଁ ସତ୍ୟ ବୋଲି ମୁଁ ବିଶ୍ବାସ କରେ। ଏଠାରେ ମୁଁ କହିରଖେ ଯେ, ଦେଶର ଭାଷା କହୁଥିବା-ଲେଖୁଥିବା ବୁଦ୍ଧିଜୀବୀମାନେ କେବେ ହେଲେ ଧର୍ମ ନିରପେକ୍ଷତାବାଦ ଛାଡ଼ି ନ ଥିଲେ। ତେବେ, ଧର୍ମ ନିରପେକ୍ଷ ଅନୁଷ୍ଠାନଗୁଡ଼ିକ ଅଣ-ଇ˚ରେଜୀ ବୁଦ୍ଧିଜୀବୀଙ୍କ ସଙ୍ଗ ତ୍ୟାଗ କରିଥିଲା। ପ୍ରତିଷ୍ଠିତ ଗଣମାଧ୍ୟମଗୁଡ଼ିକ ମଧ୍ୟ ଭାଷା ସହ ଏହା କରିଥିଲେ।

ଏହା ହୁଏତ ଅଧିକ ଗୁରୁତ୍ବପୂର୍ଣ୍ଣ ନୁହେଁ। କିନ୍ତୁ, ଧର୍ମ ନିରପେକ୍ଷ ଅନୁଷ୍ଠାନଗୁଡ଼ିକ ହିନ୍ଦୁ ଧର୍ମକୁ ଯେଉଁ ଭଳି ଦେଖିଲେ, ତାହା ବେଶ୍‌ ଗୁରୁତ୍ବପୂର୍ଣ୍ଣ। ଏବେ ଦେଶର ସବୁଠାରୁ ବଡ଼ ସ˚ପ୍ରଦାୟ ଗଭୀର ଆଘାତ ପାଇଥିବା ବୋଧ କରୁଛି, ଯଦିଓ ଏହା ଅନେକ ଭ୍ରମାତ୍ମକ ଧାରଣା ଦ୍ବାରା ପରିଚାଳିତ। ଅନେକ ମନ-ଗଢ଼ା କାହାଣୀ ଏହି ସ˚ପ୍ରଦାୟ ମଧ୍ୟରେ ଭରି ଦିଆଯାଇଛି। ଧର୍ମ ନିରପେକ୍ଷମାନେ ସବୁ ଧର୍ମ ପ୍ରତି ଉଦାସୀନ ଥିଲେ। ତଥାପି ଅସ୍ବସ୍ତିକର ପ୍ରଶ୍ନ ପଚାରିବାରୁ ଆମକୁ କେହି ବିରତ କରି ପାରିବେନାହିଁ: ଧର୍ମ ନିରପେକ୍ଷତାବାଦ ନାମରେ ବୁଦ୍ଧିଜୀବୀ ମହଲରେ ହିନ୍ଦୁ ଧର୍ମର ଯେଉଁ ଭଳି ପରିହାସ କରାଯାଇଛି, ଅନ୍ୟ କୌଣସି ଧର୍ମର ବାବଦରେ ସେହି ଭଳି ପରିହାସ କରାଯାଇଛି କି? ଏବେ ବି ହିନ୍ଦୁ ଧର୍ମ ସମାଜର ସବୁଠାରୁ କଦର୍ଯ୍ୟ ବ୍ୟବସ୍ଥା ଜାତି-ବାଦର କବଳିତ ନୁହେଁ କି? ହିନ୍ଦୁ ଧର୍ମକୁ ଉପନିବେଶ ଶାସନ କାଳରେ ଯେଉଁ ଭଳି ଦେଖା ଯାଉଥିଲା, ଧର୍ମ ନିରପେକ୍ଷମାନେ ଠିକ୍‌ ସେହି ଭଳି ଦେଖି ନ ଥିଲେ କି?

ହିନ୍ଦୁ ଧର୍ମ ଆଘାତ ପାଉଥିବା ଉପରେ ଧ୍ୟାନ କେନ୍ଦ୍ରୀଭୂତ କଲେ, ରାସ୍ତା-ଘାଟ, ସାହି-ବସ୍ତିରେ ମୁସଲମାନମାନେ ପାଉଥିବା ଆଘାତ ଅଣ-ଦେଖା ହୋଇ ରହିଯିବ। ବାସ୍ତବତା ହେଉଛି, ଦୁଇଟିଯାକ ସ˚ଯୁକ୍ତ। ତଥାକଥିତ ଧର୍ମ ନିରପେକ୍ଷତାବାଦୀଙ୍କ ଦ୍ବାରା ହିନ୍ଦୁ ଧର୍ମ ଏତେ ଲାଞ୍ଛିତ ହୋଇଛି ଯେ, ଏବେ ଲଢ଼ିବାକୁ ତାହା ପାଖରେ କିଛି ନାହିଁ।

ତାହା ହେଲେ ଏବେ କ’ଣ କରାଯିବ? ପ୍ରତାପଭାନୁ କହନ୍ତି: ବ୍ୟକ୍ତିର ମର୍ଯ୍ୟାଦା ଓ ଅଧିକାର ପାଇଁ ଆଉ ଏକ ସ୍ବାଧୀନତା ସ˚ଗ୍ରାମ ଲଢ଼ାଯିବ। କିନ୍ତୁ, ଏହା ଏଥି ପାଇଁ ସହାୟକ ହେବନାହିଁ ଯେ, ଏହା ଅନ୍ତରାଳରେ ନିରାଶାବାଦ ଛପିଛି। ଆମ ପାଇଁ ଆଉ ଏକ ସ୍ବାଧୀନତା ସ˚ଗ୍ରାମ ଅବଶ୍ୟ ଲୋଡ଼ା। ଆମକୁ ବ୍ୟକ୍ତିର ମର୍ଯ୍ୟାଦା ଓ ଅଧିକାର ରକ୍ଷା କରିବାକୁ ହେବ। ଆମେ ପରସ୍ପରର ଧର୍ମ ବିରୋଧୀ ହେବା ଅନୁଚିତ। ତେବେ, ଏହା କିପରି ସ˚ଭବ ହେବ? ଏହି ନୂଆ ସ୍ବାଧୀନତା ସ˚ଗ୍ରାମ ପାଇଁ ଆମେ କିପରି ଲୋକଙ୍କୁ ଏକତ୍ର କରିପାରିବା?

ପ୍ରତାପଭାନୁଙ୍କ ସୂକ୍ଷ୍ମ ବିଶ୍ଳେଷଣରୁ ମୁଁ ଏହାର କୌଣସି ଉତ୍ତର ପାଉନାହିଁ। ଉତ୍ତର ପାଇବାର କୌଣସି ସୁବିଧା ଉପାୟ ନାହିଁ। ବହୁଜନ ସ˚ଖ୍ୟାଗରିଷ୍ଠତା ଏବ˚ ଆଞ୍ଚଳିକ ରାଜନୀତି ମାଧ୍ୟମରେ ହିନ୍ଦୁ ସା˚ପ୍ରଦାୟିକତାବାଦର ମୁକାବିଲା ସୂତ୍ର ଆଉ କାମ କରୁନାହିଁ। ନିର୍ବାଚନୀ ମେଣ୍ଟ ଗଣିତ ବି କାମ ଦେଉନାହିଁ। ଭାଜପାକୁ ଦୂରେଇ ରଖିବା ପାଇଁ ପ୍ରତିପକ୍ଷର ସ୍ବଳ୍ପ-ଅବଧି ବିଶିଷ୍ଟ ରଣନୀତି ଶେଷରେ ଭାଜପାକୁ ହିଁ ସୁହାଇଲା।

ତେଣୁ ସ˚ଖ୍ୟାଗରିଷ୍ଠବାଦ ସହ ସାମିଲ ହେବା ଛଡ଼ା ଅନ୍ୟ ପନ୍ଥା ନାହିଁ। ସ˚ଖ୍ୟାଗରିଷ୍ଠଙ୍କ ସା˚ସ୍କୃତିକ ଓ ଆଦର୍ଶଗତ ବିଚାରକୁ ଆମକୁ ଗ୍ରହଣ କରିବାକୁ ପଡ଼ିବ। ଆମକୁ ଆଉ ଏକ ନୂତନ ଓ ଅଧିକ ଆକର୍ଷଣୀୟ ରାଷ୍ଟ୍ରବାଦ ସୃଷ୍ଟି କରିବାକୁ ହେବ। ଏଥି ପାଇଁ ରାଷ୍ଟ୍ରୀୟ ସ୍ବୟ˚ ସେବକ ସ˚ଘ ଯାହା କରିଛି, ଆମକୁ ମଧ୍ୟ ତାହା କରିବାକୁ ହେବ। ସାଧାରଣ ଲୋକଙ୍କ ପାଖକୁ ଯିବାକୁ ହେବ। ଆଉ ଏଥି ପାଇଁ ସେମାନଙ୍କ ଭାଷା କହିବା ଦରକାର। ସାଧାରଣତନ୍ତ୍ରକୁ ରକ୍ଷା କରିବା ପାଇଁ ଆମକୁ ଲୋକଙ୍କ ଭାଷାରେ ବିତର୍କ କରିବାକୁ ହେବ। ହିନ୍ଦୁ ଧର୍ମ ସମେତ ଆମର ସା˚ସ୍କୃତିକ ପର˚ପରା, ସାମାଜିକ ବ୍ୟବସ୍ଥା ଆଦିର ପୁନଃ ବ୍ୟାଖ୍ୟାନ କରିବାକୁ ହେବ। ଧାର୍ମିକ ଭାଷା କହିବାର ଅର୍ଥ ମଧ୍ୟ ଏହା ନୁହେଁ ଯେ, ଧର୍ମ ଶାସ୍ତ୍ରରେ ଯାହା ଲେଖାହୋଇଛି, ତାହାକୁ ଅନ୍ଧ ଭାବେ ଗ୍ରହଣ କରିନେବା ଏବ˚ ରାଜନୈତିକ ପ୍ରସଙ୍ଗରେ ପରିଣତ କରିବା। ଧର୍ମ ଓ ପର˚ପରାକୁ ତାର ପ୍ରକୃତ ଅର୍ଥ ଦ୍ବାରା ପ୍ରଦର୍ଶିତ ମାର୍ଗରେ ପରିଚାଳିତ ହେବାକୁ ଦେବା ଏବ˚ ସମ୍ବେଦନଶୀଳ ହେବା।

ତେଣୁ, ବିତର୍କର ନୂଆ ପନ୍ଥା ବାହାର କରିବା ଆବଶ୍ୟକ। ସମସ୍ତଙ୍କୁ ନେଇ ଆମକୁ ଆଗେଇବାକୁ ହେବ। ଭାରତ ଏକ ମହାନ୍‌ ବିଚାର। ଏହାକୁ ହୃଦ୍‌ବୋଧ କରିବା ପାଇଁ ଆମକୁ ଅସୀମିତ ହେବାକୁ ପଡ଼ିବ। ଛଳନା ଓ ଅନୁକରଣ ଦ୍ବାରା ଏହା ଲାଭ କରିବା ସ˚ଭବ ନୁହେଁ। ଆମକୁ ଆମେ କହୁଥିବା ଭାଷା ବଦଳାଇବାକୁ ହେବ। ‘ଧର୍ମ ନିରପେକ୍ଷତାବାଦ’ ବଦଳରେ ଆମେ ଏକ ନୂଆ ଶବ୍ଦର ପ୍ରଚଳନ କରିବା ଆବଶ୍ୟକ, ଯାହାର ଆମ ସ˚ସ୍କୃତି, ଭାଷା ଓ ପର˚ପରା ସହ ସ˚ପର୍କ ଥିବ। ଆମକୁ ନିଜର ତ୍ରୁଟି ସୁଧାରିବାକୁ ହେବ। ଏଥି ପାଇଁ ଆମକୁ ନିଜର ତ୍ରୁଟି ଓ ଦୋଷ-ଦୁର୍ବଳତା ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବାକୁ ପଡ଼ିବ। ଜଣେ ରାଜନୈତିକ ବିଶ୍ଳେଷଣକାରୀ ଯେଉଁଠି ଚାବି ହଜିଥିଲା, ସେଠାରେ ଖୋଜେ; କିନ୍ତୁ, ଜଣେ ରାଜନୈତିକ ସକ୍ରିୟତାବାଦୀକୁ ଯେଉଁଠି ଆଲୋକ ଅଛି, ସେଠାରେ ଚାବି ଖୋଜିବାକୁ ପଡ଼ିବ।

[email protected]

ସମ୍ବନ୍ଧିତ ଖବର