ମୌଳିକ ଶିକ୍ଷା ଓ ଜାତୀୟ ଶିକ୍ଷାନୀତି

ଜାତୀୟ ଶିକ୍ଷାନୀତି ଆଲୋଚନା - ପଦ୍ମଚରଣ ନାୟକ

ସ୍ବାଧୀନତା ଲାଭ ପୂର୍ବରୁ ଗାନ୍ଧୀଜୀ ମ୍ୟାକଲେ ପ୍ରବର୍ତ୍ତିତ ଶିକ୍ଷା ବଦଳରେ ଏକ ସ୍ବଦେଶୀ ଶିକ୍ଷା ପଦ୍ଧତିର ଆବଶ୍ୟକତା ଅନୁଭବ କରିଥିଲେ। ଗାନ୍ଧୀଜୀଙ୍କ କଳ୍ପିତ ଓ ଆର୍ଯ୍ୟନାୟକମଙ୍କ ନେତୃତ୍ବରେ ରୂପାୟିତ ସେହି ଶିକ୍ଷାକୁ ମୋୖଳିକ ଶିକ୍ଷା କୁହାଗଲା। ୧୯୩୭ ନିର୍ବାଚନ ପରେ କ˚ଗ୍ରେସ ଦଳ ନେତୃତ୍ବରେ ଗଠିତ ପ୍ରାଦେଶିକ ସରକାରମାନେ ତାହାକୁ ପ୍ରୟୋଗ କଲେ। ୧୯୩୯ ମସିହା ଆଡ଼କୁ କ˚ଗ୍ରେସ ଦଳ ଇସ୍ତଫା ଦେବାରୁ ତାହା ସରକାରୀ ଭାବରେ ଅଚଳ ହୋଇଯାଇଥିଲେ ହେଁ ଗୋପବନ୍ଧୁ ଚୋୖଧୁରୀ, ଶରତ ମହାରଣା ଆଦି ଏହାକୁ ବେସରକାରୀ ଭାବରେ ଚଳାଇଥିଲେ। ୧୯୪୬ ମସିହାରେ, ପୁଣି କ˚ଗ୍ରେସ ଦଳ ସରକାର ଗଢ଼ିବା ପରେ ଏହାକୁ ଆହୁରି ସଂଗଠିତ ଭାବରେ ବିଭିନ୍ନ ପ୍ରଦେଶରେ ପ୍ରଚଳନ କରାଗଲା। କିନ୍ତୁ ୧୯୫୭ ମସିହାରୁ କ˚ଗ୍ରେସ ଦଳ ନିଶା ନିବାରଣ ଓ ମୋୖଳିକ ଶିକ୍ଷା ଆଦି ଗାନ୍ଧୀୟ ବିଚାର ଓ କାର୍ଯ୍ୟକ୍ରମ ପରିତ୍ୟାଗ କରିଥିଲା।

ଅବଧୂତ ଚବିଶ ଗୁରୁ କଲାଭଳି ଗାନ୍ଧୀଜୀ ବହୁ ବ୍ୟକ୍ତିଙ୍କ ମହନୀୟ ବିଚାର ଓ କାର୍ଯ୍ୟର ଆଦର୍ଶକୁ ନିଜେ ପ୍ରୟୋଗ କରିଛନ୍ତି। ଅନେକେ ଜାଣିନଥିବେ ଯେ ମୋୖଳିକ ଶିକ୍ଷାର ବଡ଼ ଦିଗ, ଧନ୍ଦାମୂଳକ ଶିକ୍ଷାର ମହତ୍ତ୍ବ ସେ ଶିକ୍ଷା ଲାଭ କରିଥିଲେ, ଯୁକ୍ତରାଷ୍ଟ୍ର ଆମେରିକାର ବୁକର‌୍‌ ନାମକ ଜଣେ କ୍ରୀତଦାସଙ୍କ ସାଫଲ୍ୟରୁ। ବୁକର‌୍‌ ତାଙ୍କ ମୂଳ ନାଁ ସହିତ ଯୋଡ଼ି ଦେଇଥିଲେ ଟି ୱାସିଙ୍ଗଟନ୍‌। ଏହି ବୁକର‌୍‌ ଟି ୱାସିଙ୍ଗଟନ୍‌ ନିଜେ ଥିଲେ ନିରକ୍ଷର। କ୍ରୀତଦାସ ପ୍ରଥା ଲୋପ ପରେ ବୁକର‌୍‌ ସହରକୁ ଆସି ଦିନରେ ମଜୁରି ଲାଗି ଚଳିବା ସହିତ ରାତିରେ ଇ˚‌େରଜୀ ପଢ଼ିଲେ। ସେ ଶୁଣିବାକୁ ପାଇଥିଲେ ଯେ ଆମଷ୍ଟ୍ରଙ୍ଗ୍‌ ନାମକ ବ୍ୟକ୍ତି ନିଗ୍ରୋ ଓ ଲୋହିତ ଭାରତୀୟମାନଙ୍କ ଉଦ୍ଦେଶ୍ୟରେ ଏକ ବିଦ୍ୟାଳୟ ପ୍ରତିଷ୍ଠା କରିଛନ୍ତି, ଯେଉଁଠାରୁ ଶିକ୍ଷା ଲାଭକରି ସେମାନେ ଶିକ୍ଷକ ହୋଇ ଅନ୍ୟମାନଙ୍କୁ ଶିକ୍ଷା ଦେବେ। ସେଠାରେ ସାଧାରଣ ଶିକ୍ଷା ଛଡ଼ା କୃଷି ସମ୍ପର୍କୀୟ ଉନ୍ନତ ଶିକ୍ଷା ଦିଆଯାଉଥିଲା। ବୁକର‌୍‌ ବହୁ କଷ୍ଟ କରି ସେଠାରେ ପହଞ୍ଚି ଶିକ୍ଷା ଲାଭ କଲେ। ସେଠାରେ ସେ ଅନୁଭବ କଲେ ଯେ ତାଙ୍କ ଭଳି କୃଷ୍ଣକାୟମାନଙ୍କୁ ଚାଷ ଛଡ଼ା ଅନ୍ୟାନ୍ୟ ହସ୍ତଶିଳ୍ପର ଶିକ୍ଷା ଲାଭ କରିବାକୁ ହେବ।

ସେହି ଅନୁଷ୍ଠାନରୁ କିଛିକାଳ ଶିକ୍ଷା ଲାଭ କରି ଓ ଶିକ୍ଷକତା କରିବା ପରେ ସେ ସେଠାରୁ ଯାଇ ପ୍ରଥମେ ଗୋଟିଏ ବିଦ୍ୟାଳୟ ଆରମ୍ଭ କରିଥିଲେ। କିନ୍ତୁ ଅଭିଭାବକମାନେ ପ୍ରଥମେ ପ୍ରଥମେ ସେଠାକୁ ସେମାନଙ୍କ ପିଲାଙ୍କୁ ପଠାଉନଥିଲେ। ସେ ନିଜେ ଯାଇ ସେମାନଙ୍କୁ ବୁଝାଇବା ପରେ ସେହି ବିଦ୍ୟାଳୟଟି ବି ଭଲ ନାଁ କଲା। ଏହା ପରେ ପିଲାଏ ଆସିଲେ। ସେ ଶହ ଶହ ବିଦ୍ୟାଳୟ ଓ ଉଚ୍ଚତର ବିଦ୍ୟାଳୟମାନ ପ୍ରତିଷ୍ଠା କଲେ। ବିଦ୍ୟାଳୟ ଲାଗି ପ୍ରଥମେ ଋଣ ସ˚ଗ୍ରହ କରି ମଧୢ-ଯୁକ୍ତରାଷ୍ଟ୍ରରେ ସୁଲଭ ମୂଲ୍ୟରେ ସହସ୍ରାଧିକ ଏକର ଜମି କିଣି ସେ ଏକ ବିରାଟ ଅ˚ଚଳରେ ବହୁ ବିଦ୍ୟାଳୟ ସ୍ଥାପନ କଲେ ଓ ସେଠାରେ କ୍ରମେ ଚାଷ ଛଡ଼ା ୨୬ଟି ଧନ୍ଦାମୂଳକ ଶିକ୍ଷା ଦିଆଗଲା। ତାଙ୍କ କାମ ଦେଖି ସରକାର ତାଙ୍କୁ ୨୫୦୦୦ ଏକର ଜମି ବିନା ମୂଲ୍ୟରେ ଦେଲେ। କିଛି ମହତ ଲୋକ ବି ତାଙ୍କୁ ଏ ଦିଗରେ ସହାୟତା ଦେଇଥିଲେ। ଏହିସବୁ ବିଦ୍ୟାଳୟର ମହତ୍ତ୍ବ ସର୍ବତ୍ର ପ୍ରଚାରିତ ହୋଇଥିଲା ଯାହା ଫଳରେ ହାର୍ଭାର୍ଡ‌୍ ବିଶ୍ବବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ଉପାଧି ଦେଇଥିଲେ ଓ ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ତାଙ୍କ ସାଫଲ୍ୟ କାହାଣୀ ଶୁଣି ତାଙ୍କୁ ଡକାଇ ସମ୍ମାନିତ କରିଥିଲେ।

ମୋୖଳିକ ଶିକ୍ଷାକୁ ଭାରତୀୟ ଜାତୀୟ କ˚ଗ୍ରେସର ହରିପୁର ଅଧିବେଶନରେ (୧୯୩୮) ରାଷ୍ଟ୍ରୀୟ ଶିକ୍ଷାନୀତି ଭାବରେ ଗ୍ରହଣ କରାଯାଇଥିଲା। ଏଥିଲାଗି ହିନ୍ଦୁସ୍ଥାନୀ ତାଲିମ ସଂଘ ଗଠିତ ହୋଇ କ˚ଗ୍ରେସ ଶାସିତ ପ୍ରଦେଶମାନଙ୍କରେ ମୌଳିକ ଶିକ୍ଷା ପ୍ରବର୍ତ୍ତନ କରାଗଲା। ସେଥିରେ ୩ ବର୍ଷରୁ ୬ ବର୍ଷ ପ୍ରାକ୍‌ ମୋୖଳିକ ଓ ୭ ରୁ ୧୩ ବର୍ଷ ବୟସ ପର୍ଯ୍ୟନ୍ତ ମୋୖଳିକ ଏବ˚ ୧୪-୧୭ ବର୍ଷ ବୟସ ପର୍ଯ୍ୟନ୍ତ ଉତ୍ତର ମୋୖଳିକ ଶିକ୍ଷାର ବ୍ୟବସ୍ଥା ରହିଲା। ଶିକ୍ଷା ମାତୃଭାଷାରେ ଦେବା ଲାଗି ସ୍ଥିର ହେଲା। ଏହାର ପରବର୍ତ୍ତୀ ବୟସର ଉଚ୍ଚ ଶିକ୍ଷା ଲାଗି ସେ ସମୟରେ କୋୖଣସି ରୂପ‌େରଖ ସ୍ଥିର ହୋଇନଥିଲା। କାରଣ ଦେଶର ୧୭ ବର୍ଷ ବୟସ ପର୍ଯ୍ୟନ୍ତ ସବୁ ଯୁବକମାନେ ଖାଲି ସରକାରୀ ଚାକିରି ଉପରେ ଭରସା ନ ରଖି ଜୀବନ ଉପଯୋଗୀ ଶିକ୍ଷା ହାସଲ କରିବା ସବୁଠାରୁ ଅଧିକ ଜରୁରୀ ଥିଲା।

ଶୈଶବରୁ ୧୩ ବର୍ଷ ପର୍ଯ୍ୟନ୍ତ ମନୋବୈଜ୍ଞାନିକ ଦୃଷ୍ଟିକୋଣକୁ ଭିତ୍ତିକରି ଖେଳିବା ଓ କିଛି ଶାରୀରିକ ପରିଶ୍ରମ ମଧୢରେ ବିଦ୍ୟାର୍ଥୀଙ୍କ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ପାଠ୍ୟ ନିର୍ଘଣ୍ଟ ପ୍ରସ୍ତୁତ ହୋଇଥିଲା। ଏହା ଫଳରେ ବିଦ୍ୟାର୍ଥୀଙ୍କର ଶାରୀରିକ ଓ ମାନସିକ ଏବ˚ ବୌଦ୍ଧିକ ବିକାଶ ଲାଗି ସୁଯୋଗ ସୃଷ୍ଟି କରାଯାଇଥିଲା। ଏଥିରେ ବହିପାଠ ଛଡ଼ା ବଗିଚା କାମ ଜରିଆରେ ଛାତ୍ରର ଶରୀର ଶ୍ରମ ପ୍ରତି ଆଗ୍ରହ ସୃଷ୍ଟି କରାଯାଉଥିଲା। ୧୪ରୁ ୧୭ ବର୍ଷ ବୟସ୍କମାନେ ସୂତାକଟା, ଲୁଗାବୁଣା, ବଢ଼େଇକାମ, ଚମଡ଼ାକାମ, ମହୁଚାଷ ଭଳି ବିଭିନ୍ନ ହସ୍ତକର୍ମରେ ତାଲିମ ପାଉଥିଲେ।

ଶିକ୍ଷାର ବିଷୟବସ୍ତୁ ମଧୢରେ ପୂର୍ବୋକ୍ତ ମୋୖଳିକ ଉଦ୍ୟୋଗରୁ ଗୋଟିଏ ଏବ˚ ମାତୃଭାଷା, ଗଣିତ, ସମାଜଶାସ୍ତ୍ର, ସାଧାରଣ ବିଜ୍ଞାନ, ଚିତ୍ରକଳା, ସଙ୍ଗୀତ ଶିକ୍ଷା ଥିଲା। ଷଷ୍ଠ ଓ ୭ମ ଶ୍ରେଣୀରେ ଦେବନାଗରୀ ଲିପିରେ ପଢ଼ା ଓ ଲେଖା ଶିକ୍ଷାର ବ୍ୟବସ୍ଥା ରହିଲା।

ଏହି ପାଠ୍ୟକ୍ରମ ଛଡ଼ା ଗାନ୍ଧୀୟ ଆଶ୍ରମରେ ପ୍ରଚଳିତ ଏକାଦଶ ବ୍ରତ ଗାନ କରାଯାଇ ତାହାର ମର୍ମ ଛାତ୍ରମାନଙ୍କୁ ଅବହିତ କରାଯାଉଥିଲା। ତା’ଦ୍ବାରା ବିଦ୍ୟାର୍ଥୀ ଜୀବନ ପ୍ରତି ଗାନ୍ଧୀୟ ଦୃଷ୍ଟିକୋଣର ମର୍ମ ବୁଝୁଥିଲା। ଅଶୀ ବର୍ଷ ତଳର ଭାରତବର୍ଷ ତଥା ପୃଥିବୀର ପରିସ୍ଥିତିକୁ ଲକ୍ଷ୍ୟ ରଖି ଏଭଳି ଶିକ୍ଷା ଲାଭ କରିଥିବା ବ୍ୟକ୍ତି ଚାକିରି ନ ପାଇଲେ ବି ବେକାର ରହିବ ନାହିଁ; ଏହାକୁ ଲକ୍ଷ୍ୟ ରଖି, ପାଠ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଥିଲା। ସ୍ବାଧୀନତା ପ୍ରାପ୍ତି ପରେ, ଛାତ୍ରକୁ ଦେଶପ୍ରେମରେ ଉଦ୍‌ବୁଦ୍ଧ କରିବା ସଙ୍ଗେ ସଙ୍ଗେ ଦେଶକୁ ନୂଆ ଦୃଷ୍ଟିକୋଣରେ ଗଢ଼ିବା ଉଦ୍ଦେଶ୍ୟରେ, ପ୍ରବର୍ତ୍ତିତ ମୋୖଳିକ ଶିକ୍ଷା ଦର୍ଶନରେ ଉଦ୍‌ବୁଦ୍ଧ ହୋଇ ଆଗଭର ହେଲା ଭଳି ଶିକ୍ଷକ ମିଳିଲେ ନାହିଁ। ଯେଉଁ କେତେକ ବିଦ୍ୟାଳୟରେ ମୌଳିକ ଶିକ୍ଷା ଚାଲିଲା, ସେଠାରେ ଖାଲି ଧନ୍ଦାମୂଳକ ଶିକ୍ଷା ଦିଆଗଲା। ସରକାରୀ କର୍ମଚାରୀମାନେ ଏହାକୁ ଗ୍ରହଣ କରି ପାରି ନ ଥିଲେ ଓ ସାଧାରଣ ଅଭିଭାବକ, ମୌଳିକ ଶିକ୍ଷା ଯେ ଧନ୍ଦାମୂଳକ ଶିକ୍ଷାଠାରୁ ଗୁଣାତ୍ମକ ଦିଗରୁ ଉନ୍ନତ, ଏହା ଉପଲବ୍‌ଧି କରିପାରିଲେ ନାହିଁ। ପାଠପଢ଼ି କିଛି ଚାକିରି କରିବା ଉଦ୍ଦେଶ୍ୟରେ ପୂର୍ବରୁ ଯେଉଁ ପାଠ ପଢ଼ା ଯାଉଥିଲା ୧୯୫୭ ମସିହା ପରେ ସେହି ଢଙ୍ଗରେ ପଢ଼ାପଢ଼ି ଚାଲିଲା।

ମ୍ୟାକଲେ ପ୍ରବର୍ତ୍ତିତ ଶିକ୍ଷା ବ୍ୟବସ୍ଥା ସରକାର ଚଳାଇବା ଲାଗି କେତେ ଗୁଡ଼ିଏ କର୍ମଚାରୀ ସୃଷ୍ଟି ଉଦ୍ଦେଶ୍ୟରେ ପ୍ରବର୍ତ୍ତିତ ହୋଇଥିଲା; ଯେଉଁମାନେ ବିଦେଶୀ ସରକାରଙ୍କ ପ୍ରତି ଅନୁଗତ ଓ ସରକାର ଦ୍ବାରା ଅନୁଗ୍ରହୀତ ହୋଇ ରହିଲେ।

ସ୍ବାଧୀନତା ପ୍ରାପ୍ତି ପରେ ଯେଉଁ ୧୦ ବର୍ଷ ମୌଳିକ ଶିକ୍ଷା ଚାଲିଲା ତାହା ସାର୍ବଜନୀନ ନହୋଇ ଗାନ୍ଧୀବାଦୀମାନଙ୍କ ଆଗ୍ରହରେ ଚାଲିଲା, ଯାହାକୁ ପରୀକ୍ଷାମୂଳକ କୁହାଯିବ।

ତାହା ମୋୖଳିକ ଶିକ୍ଷା ନ ହୋଇ ଧନ୍ଦାମୂଳକ ଶିକ୍ଷା ସ୍ତରରେ ରହିଗଲା। ଏହି ଉଦ୍ଦେଶ୍ୟରେ କେତେକ ପ୍ରଚଳିତ ଟ୍ରେନିଂ ସ୍କୁଲ ଓ ଅନୁଗୁଳରେ ମୌଳିକ ଟ୍ରେନିଂ କଲେଜ ବି ପ୍ରତିଷ୍ଠିତ ହେଲା। ଏଥିଲାଗି ମୋୖଳିକ ଶିକ୍ଷାର ଆଦର୍ଶରେ ଉଦ୍‌ବୁଦ୍ଧ ଶିକ୍ଷକ ମିଳିଲେ ନାହିଁ ଏବ˚ ଉତ୍ତର-ମୋୖଳିକ ଶିକ୍ଷା ପରେ ବିଦ୍ୟାର୍ଥୀ ପାଇଁ ଉଚ୍ଚତର ଶିକ୍ଷାଲାଗି ବ୍ୟବସ୍ଥା ରହିଲାନାହିଁ। ସେମାନଙ୍କ ପାଇଁ ପ୍ରଚଳିତ ମହାବିଦ୍ୟାଳୟ ବା ଇଞ୍ଜିନିୟରି˚ ବା ଡାକ୍ତରୀ ଶିକ୍ଷା ପାଇବାର ସୁଯୋଗ ରହିଲା ନାହିଁ। ପରବର୍ତ୍ତୀ ୩୦ ବର୍ଷ ମଧୢରେ ପ୍ରଚଳିତ ଶିକ୍ଷାର କୋୖଣସି ମୋୖଳିକ ପରିବର୍ତ୍ତନ ଘଟିଲା ନାହିଁ। ଚାକିରି ସର୍ବସ୍ବ ଶିକ୍ଷା ପାଇଁ ଚାକିରି ସୁଯୋଗ ଶୁଖିଯିବାରୁ ମହାବିଦ୍ୟାଳୟ ମାନଙ୍କରେ +୨ ସ୍ତରରେ ଧନ୍ଦାମୂଳକ ଶିକ୍ଷାର ବ୍ୟବସ୍ଥା କରାଗଲା। କିନ୍ତୁ ତାହା ପ୍ରତି ବିଦ୍ୟାର୍ଥୀଙ୍କ ଆଗ୍ରହ ଦେଖାଗଲାନାହିଁ। ସ୍ବାଧୀନତା ପରଠାରୁ ସରକାରୀ ସ୍ତରରେ ଶିକ୍ଷାର ଗୁଣାତ୍ମକ ବିକାଶ ଲାଗି ବହୁ ବିଜ୍ଞ ବ୍ୟକ୍ତିଙ୍କ ଅଧୢକ୍ଷତାରେ ଏକାଧିକ କମିଟିର ରିପୋର୍ଟ ମିଳିଛି ଓ ତାକୁ କାର୍ଯ୍ୟକାରୀ କରିବାର ଉଦ୍ୟମ ହୋଇଛି। ଏହା ସତ୍ତ୍ବେ ଦେଶରେ ଗୁଣାତ୍ମକ ଶିକ୍ଷା ଆଶାନୁରୂପକ ଭାବରେ ବିକଶିତ ହୋଇନାହିଁ; ଅନ୍ୟ ପକ୍ଷରେ ଶିକ୍ଷିତ ବେକାରଙ୍କ ସ˚ଖ୍ୟା ବଢ଼ିଚାଲିଛି। ଦେଶର କୋୖଣସି ଉଚ୍ଚ ଶିକ୍ଷାନୁଷ୍ଠାନ ବିଶ୍ବସ୍ତରୀୟ ତ ହୋଇପାରିଲାନାହିଁ; ଅନ୍ୟପକ୍ଷରେ ଶିକ୍ଷିତ ବେକାରଙ୍କ ସ˚ଖ୍ୟା ବଢ଼ିଚାଲିଛି।

ଏଭଳି ନୈରାଶ୍ୟଜନକ ବାତାବରଣ ମଧୢରେ ୨୦୨୦ ଜାତୀୟ ଶିକ୍ଷାନୀତି ସମଗ୍ର ଶିକ୍ଷା ବ୍ୟବସ୍ଥା ଲାଗି ଏକ ଚମତ୍କାର ଦଲିଲ ପ୍ରଦାନ କରିଛି। ଏଥିଲାଗି ବହୁ ଶିକ୍ଷା ବିଶେଷଜ୍ଞଙ୍କଠାରୁ ଆରମ୍ଭ କରି ଦେଶର କୋଣଅନୁକୋଣରୁ ମତାମତ ନିଆଯାଇଛି। ଏଥିରେ ମୋୖଳିକ ଶିକ୍ଷାର ଅଧିକା˚ଶ ଲକ୍ଷ୍ୟ ନିହିତ ଅଛି। ଏହାକୁ କାର୍ଯ୍ୟକାରୀ କରିବାଲାଗି ଜାତୀୟ ସ୍ତରରେ ‘ହାୟର ଏଡୁକେସନ କାଉନସିଲ ଅଫ ଇଣ୍ତିଆ’ ଗଠିତ ହେବ। କୋଡ଼ିଏ ବର୍ଷ ମଧୢରେ ଏହି ପରିକଳ୍ପନା ସମ୍ପୂର୍ଣ୍ଣ ରୂପାୟିତ ହେବ। ଏଭଳି ବୈପ୍ଳବିକ ପରିବର୍ତ୍ତନର ଇଞ୍ଜିନ ହେବେ ଶିକ୍ଷକ। ଏବେ ଏହାର ପ୍ରଥମ ପାହାଚର ଶିକ୍ଷା ଅଙ୍ଗନବାଡ଼ିରୁ ହେଉଛି। କିନ୍ତୁ ଏହା ବଦଳରେ ୩ ରୁ ୬ ବର୍ଷ ବୟସ ପର୍ଯ୍ୟନ୍ତ ବିଧିବଦ୍ଧ ଶିକ୍ଷା ଦିଆଯିବ। ଏହି ପ୍ରାରମ୍ଭିକ ଶିକ୍ଷାର ଖୁବ୍‌ ଗୁରୁତ୍ବ ରହିଛି କିନ୍ତୁ ତାହା କ’ଣ ଅଙ୍ଗନବାଡ଼ି ଦିଦିଙ୍କ ଦ୍ବାରା ସମ୍ଭବପର? ରାଜ୍ୟର ପ୍ରଥମ ବିଶ୍ବବିଦ୍ୟାଳୟ, ଉତ୍କଳ ବିଶ୍ବବିଦ୍ୟାଳୟରେ ଉପଯୁକ୍ତ ଶିକ୍ଷକ ଅଭାବରୁ ଏହାର ସ୍ଥାନ ଦେଶର ଅଗ୍ରଗଣ୍ୟ ଶିକ୍ଷାନୁଷ୍ଠାନମାନଙ୍କ ମଧୢରେ ବହୁତ ତଳେ। ଖାଲି ଆମ ରାଜ୍ୟର ନୁହେଁ; ସାରା ଦେଶର ଅବସ୍ଥା ଏଇଆ। ଏଣୁ ସର୍ବୋଚ୍ଚ ସ୍ତରର ଶିକ୍ଷା ଏବ˚ ଗବେଷଣାର ମାନ ବୃଦ୍ଧି ଲାଗି ଦେଶର ୧୦୦ ଶ୍ରେଷ୍ଠ ବିଶ୍ବବିଦ୍ୟାଳୟରେ ପ୍ରସିଦ୍ଧ ବିଦେଶୀ ବିଶ୍ବବିଦ୍ୟାଳୟର କ୍ୟାମ୍ପସ୍‌ ଖୋଲିବାକୁ ସରକାର ସ୍ଥିର କରିଛନ୍ତି। କିନ୍ତୁ ପ୍ରାକ୍‌ ବିଦ୍ୟାଳୟଠାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଉପଯୁକ୍ତ ଶିକ୍ଷକ ନିଯୁକ୍ତ କରିବା ସବୁଠାରୁ ଦୁର୍ଲ˚ଘ୍ୟ ସମସ୍ୟା ହେବ।

ଏହା ଉଲ୍ଲେଖ କଲାବେଳେ ମୋୖଳିକ ଶିକ୍ଷା ପ୍ରଚଳନ କାଳରେ ୧୯୩୮ ମସିହାରେ ୱାର୍ଦ୍ଧାଠାରେ ଅନୁଷ୍ଠିତ ହିନ୍ଦୁସ୍ଥାନୀ ତାଲିମ ସ˚ଘରେ ତତ୍କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ବିଶ୍ବନାଥ ଦାସଙ୍କର ଭାଷଣର ଅସହାୟତା ମନେ ପଡୁଛି। ସେହି ଆଲୋଚନାସଭାରେ କ˚ଗ୍ରେସ ଦଳ ପରିଚାଳିତ ସରକାରର ପ୍ରଧାନମନ୍ତ୍ରୀମାନଙ୍କ ଛଡ଼ା ଗାନ୍ଧୀଜୀଙ୍କ ସମେତ ତୁଙ୍ଗ କ˚ଗ୍ରେସ ନେତାମାନେ ବି ଥିଲେ।

ସେଠାରେ ସେ କହିଥିଲେ- ‘‘ମୋର ଆଶଙ୍କା ଯେ ପରିବର୍ତ୍ତିତ ପରିସ୍ଥିତିରେ ଆମର ବର୍ତ୍ତମାନର ଶିକ୍ଷକମାନେ ଅଧିକ ଉପଯୋଗୀ ହେବେନାହିଁ। ଏମାନଙ୍କ ମଧୢରୁ ଅନେକେ ଏପରି ଯେ ସେମାନଙ୍କୁ ସୁଧାରିବା ବାଲିରୁ ତେଲ ବାହାର କରିବା ପରି ହେବ। …’’

୨୦୨୦ ଜାତୀୟ ଶିକ୍ଷାନୀତି ୨୦ ବର୍ଷ ମଧୢରେ ସମ୍ପୂର୍ଣ୍ଣ ରୂପାୟିତ ହେବ ବୋଲି ଆଶା କରାଯାଉଛି। ତେବେ ସେ ପରିବର୍ତ୍ତନ ଭିତରେ ବର୍ତ୍ତମାନର ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ବବିଦ୍ୟାଳୟ ପର୍ଯ୍ୟନ୍ତ ଯେଉଁ ଶିକ୍ଷକ ଅଛନ୍ତି ସେମାନେ କେତେ ଦୂର ସେହି ନୂଆ ଢା˚ଚାକୁ କାର୍ଯ୍ୟକାରୀ କରିବେ ତାହା ବିଚାର୍ଯ୍ୟ। ଯେଉଁ ସ˚ଖ୍ୟାରେ ଉଚ୍ଚ ବିଦ୍ୟାଳୟ, ମହାବିଦ୍ୟାଳୟ ଏବ˚ ବିଶ୍ବବିଦ୍ୟାଳୟ ଅଛି; ସେ ସବୁ ଗୁଡ଼ିକୁ ରଖି ନୂଆ ଢଙ୍ଗରେ ପରିବର୍ତ୍ତନ କରିବା ଦରକାର କି? ଯଦି ସେଗୁଡ଼ିକର ସ˚ଖ୍ୟା କମାଇ କେବଳ ଯୋଗ୍ୟ ଶିକ୍ଷକଙ୍କ ଦ୍ବାରା ଗୁଣାତ୍ମକ ଶିକ୍ଷାନୁଷ୍ଠାନ ଗଢ଼ିବା କଥା ତେବେ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନର ବଳକା ଶିକ୍ଷକଙ୍କୁ କିଭଳି ଥଇଥାନ କରାଯିବ? ଏ ସବୁ ଅନୁଷ୍ଠାନରେ ବି ସୁଯୋଗ୍ୟ ଶିକ୍ଷକଙ୍କ ଅଭାବ ହେଲେ ନୂଆକରି ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ସ୍ନାତକମାନଙ୍କୁ ତାଲିମ ଦେଇ ଏସବୁ ଶିକ୍ଷାନୁଷ୍ଠାନରେ ନିଯୁକ୍ତି ଦିଆଯାଇପାରେ। ହେଲେ ପ୍ରତିଭାବାନ ଯୁବକଯୁବତୀମାନେ ଶିକ୍ଷକ ହେବାଲାଗି ଆଗ୍ରହୀ ନୁହଁନ୍ତି। ମାଧୢମିକ ପରୀକ୍ଷା ଓ +୨ ପରୀକ୍ଷାରେ ସର୍ବୋଚ୍ଚ ମାନ ପାଇ ଉତ୍ତୀର୍ଣ୍ଣ ହୋଇଥିବା ଯୁବକଯୁବତୀଙ୍କ ମଧୢରେ କେହି ଭବିଷ୍ୟତରେ ଶିକ୍ଷକ ହେବାର ସ୍ବପ୍ନ ଦେଖୁନାହାଁନ୍ତି। ସେମାନେ ସ୍ବପ୍ନ ଦେଖନ୍ତି ଆଇ.ଏ.ଏସ, ଡାକ୍ତର ବା ସେହି ଶ୍ରେଣୀୟ ଉଚ୍ଚ ପଦବିର। ଦେଶର ଯୁବକଯୁବତୀମାନେ ଦେଶ ଗଠନର ଏହି ମହାନ କାର୍ଯ୍ୟରେ ନିଜକୁ ନିୟୋଗ କରିବାର ସାର୍ଥକତା ଅନୁଭବ କରନ୍ତି ନାହିଁ ଓ ସେମାନଙ୍କ ଅଭିଭାବକମାନେ ମଧୢ ସେମାନଙ୍କୁ ଏ ଦିଗରେ ବ୍ରତୀ ହେବାଲାଗି ଉତ୍ସାହିତ କରନ୍ତି ନାହିଁ।

ନରେନ୍ଦ୍ର ମୋଦୀ ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେବା ପରେ ଗତ ଛଅ ବର୍ଷର ଅଭିଜ୍ଞତାରୁ ତାଙ୍କର ଶିକ୍ଷା ପ୍ରତି ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ହୋଇଥିବା ଜଣାପଡୁଛି। ରୁଷ ଦେଶ ପ୍ରଥମ ମହାକାଶଯାନ ଉତ୍‌କ୍ଷେପଣ ପରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତିଙ୍କ ଆହ୍ବାନରେ ଗଣିତ ଓ ବିଜ୍ଞାନ ପଢ଼ିବା ଲାଗି ସେ ଦେଶରେ ପ୍ରବଳ ଉତ୍ସାହ ସୃଷ୍ଟି ହୋଇଥିଲା ଓ ଯୁକ୍ତରାଷ୍ଟ୍ର ସରକାର ମହାକାଶ ଅଭିଯାନ ପାଇଁ ପ୍ରାଣପଣେ ଲାଗିପଡ଼ିଥିଲେ। ଫଳରେ ଅଳ୍ପକିଛି ବର୍ଷ ମଧୢରେ ଯୁକ୍ତରାଷ୍ଟ୍ର ଚନ୍ଦ୍ରରେ ମଣିଷକୁ ଅବତରଣ କରାଇ ପୃଥିବୀକୁ ଫେରାଇ ପାରିଥିଲା। ଆମ ପ୍ରଧାନମନ୍ତ୍ରୀଙ୍କ ୨୦୨୦ ଜାତୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବାଲାଗି ସମଗ୍ର ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି। ଆଶାକରିବା ଯେ ଦେଶର ଯୁବକଯୁବତୀମାନେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ଜଣେ ଜଣେ ଆଦର୍ଶ ଶିକ୍ଷକ ହେବା ଦିଗରେ ବ୍ରତୀ ହେବେ।

ସଭାପତି
ମିଳିତ ଓଡ଼ିଶା ନିଶାନିବାରଣ ଅଭିଯାନ
ମୋ-୯୯୩୮୮୯୩୪୪୫

ସମ୍ବନ୍ଧିତ ଖବର