ଓଡ଼ିଆ ବୈଜ୍ଞାନିକଙ୍କୁ ସ୍ୱୀକୃତି

ବିଜ୍ଞାନ ଗବେଷଣା - ପ୍ରଫେସର ଶିବପ୍ରସାଦ ଅଧିକାରୀ

ଆମ ରାଜ୍ୟରେ ପାଞ୍ଚଟି ସରକାରୀ ବିଶ୍ବବିଦ୍ୟାଳୟ ଅଛି; ଉତ୍କଳ, ବ୍ରହ୍ମପୁର, ସମ୍ବଲପୁର, ଉତ୍ତର ଓଡ଼ିଶା ଓ ଫକୀରମୋହନ ବିଶ୍ବବିଦ୍ୟାଳୟ। ଏ ସବୁଥିରେ ବିଭିନ୍ନ ବିଜ୍ଞାନ ବିଷୟରେ ଶିକ୍ଷା ଓ ଗବେଷଣା ଦୀର୍ଘ ୧୫ ବର୍ଷରୁ ଅଧିକ କାଳ ଧରି ଚାଲୁଅଛି। ଏହା ଛଡ଼ା ରାଜ୍ୟର ଏକମାତ୍ର କୃଷି ବିଶ୍ବବିଦ୍ୟାଳୟରେ କୃଷିରେ ଶିକ୍ଷା ଗବେଷଣା ଅନେକ ବର୍ଷ ଧରି ଚାଲିଛି। ଏହି କିଛି ବର୍ଷ ମଧୢରେ ଆଉ କିଛି ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ କାର୍ଯ୍ୟକ୍ଷମ ହେବା ପରେ ବିଜ୍ଞାନ ଶିକ୍ଷା ଓ ଗବେଷଣାର କ୍ଷେତ୍ର ପରିବ୍ୟାପ୍ତ ହୋଇଛି ବୋଲି କହିଲେ ଠିକ ହେବ। ଏହାଛଡ଼ା ଓଡ଼ିଶାରେ ଅନେକ ଜାତୀୟ ଗବେଷଣା ପ୍ରତିଷ୍ଠାନ ମଧୢ କାର୍ଯ୍ୟକ୍ଷମ। କଟକର ଜାତୀୟ ଧାନ ଗବେଷଣା କେନ୍ଦ୍ର, ଖଣିଜ ଦ୍ରବ୍ୟର ଗବେଷଣା ଲାଗି ଭୁବନେଶ୍ବରରେ ଅବସ୍ଥିତ କେନ୍ଦ୍ରୀୟ ବିଜ୍ଞାନ ଓ କାରିଗରି ସ˚ସ୍ଥାନ (CSIR-IMMT), କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଚାଷ ଓ ଗବେଷଣା ଅନୁଷ୍ଠାନ(CIFA-), କେନ୍ଦ୍ରୀୟ ଜଳ ପ୍ରଯୁକ୍ତି ଗବେଷଣା କେନ୍ଦ୍ର(CWTRC), କେନ୍ଦ୍ରୀୟ ଭୂମି ମୂଳ ଫସଲ ଗବେଷଣା ସ˚ସ୍ଥାନ(CWTRC), ଜୀବବିଜ୍ଞାନ ସ˚ସ୍ଥାନ,ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(RMRC), ଆଞ୍ଚଳିକ ଗବେଷଣାଗାର(RRL) ଏବ˚ ଇନଷ୍ଟିଚ୍ୟୁଯ୍‌ ଅଫ୍‌ ଫିଜକ୍‌ସ ଆଦି ତହିଁର ଅନ୍ତର୍ଭୁକ୍ତ। ତା ସହିତ ରାଜ୍ୟରେ ରହିଛି ୋଗଯିଏ ଏନଆଇଟି, କୋଟିଏ ଆଇଆଥଇଟି ଏବ˚ ନାଇସର(NISER)। କିନ୍ତୁ ଏହା ସତ୍ତ୍ବେ ଆମ ରାଜ୍ୟରେ କୌଣସି ଜାତୀୟ ବିଜ୍ଞାନ ଏକାଡେମି ଦ୍ବାରା ସ୍ବୀକୃତି ପ୍ରାପ୍ତ ବୈଜ୍ଞାନିକଙ୍କ ସ˚ଖ୍ୟା ଏତେ କମ୍‌ କାହିଁକି? ବୈଜ୍ଞାନିକ ଗବେଷଣାର ମାନ ନିର୍ଦ୍ଧାରଣର ଏକ ପରିମାପକ ହେଉଛି ସେମାନଙ୍କୁ କୌଣସି ଜାତୀୟ ବିଜ୍ଞାନ ଏକାଡେମୀ ଦ୍ବାରା ଫେଲୋସିପ ପ୍ରଦାନ, ଯାହା ଆମ ରାଜ୍ୟରେ ବହୁ କମ୍‌ ସ˚ଖ୍ୟକ ବୈଜ୍ଞାନିକଙ୍କୁ ମିଳୁଛି।

ଆମ ଦେଶରେ ଦୁଇଟି ପ୍ରମୁଖ ବିଜ୍ଞାନ ଏକାଡେମି ହେଲେ ଦିଲ୍ଲୀସ୍ଥିତ ଭାରତୀୟ ଜାତୀୟ ବିଜ୍ଞାନ ଏକାଡେମି (INSA) ଓ ଆଲହାବାଦସ୍ଥିତ ଜାତୀୟ ବିଜ୍ଞାନ ଏକାଡେମି (NASI)। ଏହି ଦୁଇ ପ୍ରତିଷ୍ଠାନ ପ୍ରତି ବର୍ଷ ଆବେଦନ ଓ ମନୋନୟନ ଭିତ୍ତିରେ ବୈଜ୍ଞାନିକମାନଙ୍କ ଗବେଷଣାର ମୂଲ୍ୟାୟନ କରି ସେହି ସ˚ସ୍ଥାର ଫେଲୋସିପ ପ୍ରଦାନ କରିଥାନ୍ତି। ସେହିଭଳି ଜାତୀୟ କୃଷି ବିଜ୍ଞାନ ଏକାଡେମି (NAAS) ମଧୢ ପ୍ରତିବର୍ଷ ପ୍ରାୟ ୨୪ ଜଣ କୃଷି ବୈଜ୍ଞାନିକଙ୍କୁ ୯ଟି ଭିନ୍ନଭିନ୍ନ କୃଷି ବିଷୟ ଯଥା- ଫସଲ ବିଜ୍ଞାନ, ଉଦ୍ୟାନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ, ମତ୍ସ୍ୟ ବିଜ୍ଞାନ, ପ୍ରାକୃତିକ ସମ୍ପଦ ପରିଚାଳନା, ଫସଲ ସୁରକ୍ଷା, ଯାନ୍ତ୍ରିକ କୃଷି ଓ ସାମାଜିକ ବିଜ୍ଞାନରେ ଫେଲୋସିପ ପ୍ରଦାନ କରିଥାଏ। ଏତଦ୍‌ ବ୍ୟତୀତ ବିଦେଶୀ ବୈଜ୍ଞାନିକ ଓ ପ୍ରବାସୀ କୃଷି ବୈଜ୍ଞାନିକମାନଙ୍କ ଗବେଷଣାକୁ ମଧୢ ସ୍ବୀକୃତି ପ୍ରଦାନ କରି ଫେଲୋସିପ ପ୍ରଦାନ କରିଥାଏ। ସେଭଳି ଭାବରେ ଯାନ୍ତ୍ରିକ ଓ ଭେଷଜ ବିଭାଗରେ ମଧୢ ସ୍ବତନ୍ତ୍ର ଏକାଡେମି ରହିଛନ୍ତି, ଯେଉଁମାନେ ଫେଲୋସିପ ପ୍ରଦାନ କରନ୍ତି।

ଓଡ଼ିଶାର ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଜାତୀୟ ଗବେଷଣା କେନ୍ଦ୍ରରେ ଯେତେ ବୈଜ୍ଞାନିକ ସ˚ପ୍ରତି କାର୍ଯ୍ୟରତ ବା କାର୍ଯ୍ୟ କରି ସାରିଛନ୍ତି, ସେମାନଙ୍କର ଗବେଷଣାର ଉତ୍କର୍ଷକୁ ବିଶେଷ ସ୍ବୀକୃତି ମିଳିପାରିନାହିଁ। ସାରା ଭାରତରେ ୨୦୨୦ ସୁଦ୍ଧା ୯୬୫ ଜଣ INSA, ୧୬୮୨ ଜଣ NASI ଓ ୬୯୨ ଜଣ NAASର ଫେଲୋ ଭାବେ ସ୍ବୀକୃତି ଲାଭ କରିଛନ୍ତି। କିନ୍ତୁ ଓଡ଼ିଶାରେ କେବଳ ୯ ଜଣ INSA, ୧୩ ଜଣ NASI ଓ ୧୮ ଜଣ NAAS ଫେଲୋ ଭାବେ ସମ୍ମାନିତ ହୋଇଛନ୍ତି। ଅନ୍ୟ ରାଜ୍ୟଗୁଡ଼ିକର ଅନୁପାତରେ ଏହି ସ˚ଖ୍ୟା ବହୁତ କମ। ଦେଖିବାକୁ ମିଳୁଛି ଯେ କଲିକତା, ଦିଲ୍ଲୀ, ମୁମ୍ବାଇ, ଚେନ୍ନାଇ, ବାଙ୍ଗାଲୋର, ହାଇଦ୍ରାବାଦ, ଲକ୍ଷ୍ନୌ ଓ ପୁଣେର ବୈଜ୍ଞାନିକମାନେ ଅଧିକ ସ˚ଖ୍ୟାରେ ସ୍ବୀକୃତି ଲାଭ କରୁଛନ୍ତି। ଅବଶ୍ୟ କେତେକ ଓଡ଼ିଆ ବୈଜ୍ଞାନିକ ଓଡ଼ିଶା ବାହାରେ କର୍ମରତ ଥାଇ ଏହି ଫେଲୋସିପ ଲାଭ କରିଛନ୍ତି ଯାହା ହେଉଛି ସର୍ବମୋଟ ଚଉବନ।

ଏହି ପରିପ୍ରେକ୍ଷୀରେ ଯାହା ଆବଶ୍ୟକ ତାହା ହେଲା ରାଜ୍ୟର ବିଶ୍ବବିଦ୍ୟାଳୟ ଓ ଗବେଷଣା ସ˚ସ୍ଥାନରେ ଉଚ୍ଚକୋଟୀର ଗବେଷଣା। ସେଥିଲାଗି ଏକ ବୌଦ୍ଧିକ ତଥା ସଘପ ଗବେଷଣା ଭିତ୍ତିକ ପରିବେଶ ଅପରିହାର୍ଯ୍ୟ। ମନେ ରଖିବାକୁ ହେବ ଯେ କେବଳ ଉଚ୍ଚକୋଟୀର ଗବେଷଣା ହିଁ ରାଜ୍ୟରେ ବୌଦ୍ଧିକ ବାତାବରଣକୁ ଋଦ୍ଧିମନ୍ତ କରିବ। ସେଥିଲାଗି ଉଭୟ ଗବେଷକ ଓ ଗବେଷଣା ସ˚ସ୍ଥା ଏକଜୁଟ ହୋଇ ଉତ୍କର୍ଷ ହାସଲ ଦିଗରେ କାର୍ଯ୍ୟ କରିବା ଜରୁରୀ।

ପ୍ରାକ୍ତନ କୁଳପତି
ଫକୀର ମୋହନ ବିଶ୍ବବିଦ୍ୟାଳୟ
ମୋ: ୯୪୩୯୪୩୧୬୦୦

ସମ୍ବନ୍ଧିତ ଖବର