ଜିଏସ୍‌ଟି ଫାଙ୍କିଲେ ଜେଲଦଣ୍ତ

ସହଦେବ ସାହୁ

ମଧୁମିତା ଷ୍ଟିଲ ଇଣ୍ତଷ୍ଟ୍ରି ପ୍ରାଇଭେଟ ଲିମିଟେଡ୍‌ର ନିର୍ଦ୍ଦେଶକଙ୍କୁ କିଛିଦିନ ତଳେ ଜିଏସ୍‌ଟି ଠକେଇ ଅଭିଯୋଗରେ ସମ୍ବଲପୁରରୁ ଗିରଫ କରାଯାଇଛି। ତାଙ୍କ ନାମରେ ଅଭିଯୋଗ ଯେ ୭୧୨ କୋଟି ଟଙ୍କାର ସ୍କ୍ରାପ୍‌ ବିନା ବିଲ୍‌ କିମ୍ବା ଜାଲ ବିଲ୍‌ରେ ସେ ରାଜ୍ୟ ବାହାରକୁ ଚାଲାଣ କରିଛନ୍ତି। ୧୩୦ କୋଟି ଟଙ୍କା ପାଖାପାଖି ଟିକସ ସେ ହଡ଼ପ କରିଛନ୍ତି। ଜିଏସ୍‌ଟି ଠକେଇ ଅଭିଯୋଗରେ ପାଞ୍ଚଟି ମାମଲାରେ ରାଜ୍ୟ ଜିଏସ୍‌ଟି ଅଧିକାରୀ ୧୦ ଜଣଙ୍କୁ ଗିରଫ କରିସାରିଲାଣି। ପାଞ୍ଚଟି ମାମଲାରେ ଜିଏସ୍‌ଟି ଠକେଇ ପରିମାଣ ପାଖାପାଖି ୩୫୦ କୋଟି ଟଙ୍କା ଆକଳନ କରାଯାଉଛି। ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେବେ ତେବେ ଜରିମାନା ସହିତ ତାଙ୍କୁ ପାଞ୍ଚବର୍ଷ ପର୍ଯ୍ୟନ୍ତ ଜେଲଦଣ୍ତ ହୋଇପାରେ।

ସେଲ୍‌ସ ଟାକ୍‌ସ କିମ୍ବା ଭାଟ ଆଇନରେ ଟିକସ ଫାଙ୍କି ଅଭିଯୋଗରେ ଗିରଫ କରିବା କିମ୍ବା ଜେଲଦଣ୍ତ ଦେବାର ବ୍ୟବସ୍ଥା ନ ଥିଲା। ସେଲ୍‌ସ ଟାକ୍‌ସ ଆଇନ ଅନୁସାରେ ପ୍ରତ୍ୟେକ ବ୍ୟବସାୟୀର କର ନିର୍ଦ୍ଧାରଣ ପ୍ରତି ବର୍ଷ ସେଲ୍‌ସ ଟାକ୍‌ସ ଅଫିସର କରୁଥିଲେ। ବ୍ୟବସାୟୀ ପ୍ରତି ମାସରେ କିମ୍ବା ପ୍ରତି ତିନି ମାସରେ ରିଟର୍ଣ୍ଣ ଦାଖଲ କରୁଥିଲେ ଏବ˚ ଟିକସ ପୈଠ କରୁଥିଲେ। ବର୍ଷ ଶେଷରେ ଅଫିସର ଦେଖୁଥିଲେ ବ୍ୟବସାୟୀ ଠିକ ରିଟର୍ଣ୍ଣ ଦେଇଛି ନା ନାହିଁ, ସରକାରଙ୍କର ପ୍ରାପ୍ୟ ପୈଠ କରିଛି ନା ନାହିଁ। ବ୍ୟବସାୟୀ ରାଜ୍ୟ ବାହାରୁ କିଛି ଦ୍ରବ୍ୟ ଆଣିଲେ, ତାଙ୍କୁ ସେଲ୍‌ସ ଟାକ୍‌ସ ଅଫିସରୁ ୱେ ବିଲ୍‌ ନେବାକୁ ପଡୁଥିଲା, ସେ ଆଗରୁ ଯେତିକି ୱେ ବିଲ୍‌ ନେଇଥିଲେ, କେତେ ଦ୍ରବ୍ୟ ଆଣିଥିଲେ, ସେସବୁର ହିସାବ ଦେବା ପରେ ନୂଆ ୱେ ବିଲ୍‌ ନେଉଥିଲେ। ବ୍ୟବସାୟ ପାଇଁ ଅନ୍ୟାନ୍ୟ ଫର୍ମ ବି ଅଫିସରୁ ତାଙ୍କୁ ନବାକୁ ପଡୁଥିଲା। ଅର୍ଥାତ୍‌, ପ୍ରତି କ୍ଷେତ୍ରରେ ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣରେ ବ୍ୟବସାୟୀ ରହୁଥିଲେ।

ସେଲ୍‌ସ ଟାକ୍‌ସ ବ୍ୟବସ୍ଥାରେ ଅନେକ ଦୋଷ ଦୁର୍ବଳତା ରହୁଥିଲା ଏବ˚ ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣ ହେତୁ ଦୁର୍ନୀତି ମଧୢ ହେଉଥିଲା। ସେଲ୍‌ସ ଟାକ୍‌ସ ବଦଳରେ ଭାଟ ଏବ˚ ଭାଟ ପରେ ଜିଏସ୍‌ଟି ଲାଗୁ ହେଲା। ଜିଏସ୍‌ଟି ପ୍ରଶାସନ ବ୍ୟବସ୍ଥାରେ ବିଭାଗୀୟ ଅଧିକାରୀଙ୍କର ପ୍ରତ୍ୟକ୍ଷ ନିୟନ୍ତ୍ରଣ ନାହିଁ। ବିଭାଗୀୟ ଅଧିକାରୀମାନେ କର ନିର୍ଦ୍ଧାରଣ କରୁନାହାନ୍ତି। ବ୍ୟବସାୟୀ ନିଜେ ନିଜର କର ନିର୍ଦ୍ଧାରଣ କରି ରିଟର୍ଣ୍ଣ ସହିତ ଟିକସ ପୈଠ କରୁଛନ୍ତି। ବର୍ଷକୁ ଥରେ ନିଜର ଖାତାପତ୍ର, ବହିବସ୍ତାନି ଧରି ବ୍ୟବସାୟୀ ବିଭାଗୀୟ ଅଧିକାରୀଙ୍କ ଦପ୍ତରକୁ ଆସୁନାହାନ୍ତି। ସେ ଘରେ ବସି କମ୍ପ୍ୟୁଟର ମାଧୢମରେ ଅନ୍‌ଲାଇନ ରିଟର୍ଣ୍ଣ ଭରୁଛନ୍ତି, ଟିକସ ଦଉଛନ୍ତି ଏବ˚ ଦ୍ରବ୍ୟ ଆଣିବାକୁ ଅନ୍‌ଲାଇନରେ େଵ ବିଲ ନଉଛନ୍ତି। ତେଣୁ ଜିଏସ୍‌ଟି ବ୍ୟବସ୍ଥାରେ ବ୍ୟବସାୟୀ ନିଜେ ନିଜର ଦେୟ ନିର୍ଦ୍ଧାରଣ କରୁଛନ୍ତି। ସୁତରାଂ, ଟିକସ ଫାଙ୍କିର ପ୍ରାଥମିକ ପ୍ରମାଣ ମିଳିଲେ ବ୍ୟବସାୟୀଙ୍କର ବ୍ୟବସାୟ ପ୍ରତିଷ୍ଠାନ ବିଭାଗୀୟ ଅଧିକାରୀଙ୍କ ଦ୍ବାରା ଅଡିଟ୍‌ ବା ଚଢ଼ଉ ହେଉଛି ଏବ˚ ଆବଶ୍ୟକ ସ୍ଥଳେ ଗିରଫ କରାଯାଉଛି।

ଜିଏସ୍‌ଟି ଆଇନ ତିଆରି ହେଲା ବେଳେ କେତେକେ ଯୁକ୍ତି ବାଢ଼ୁଥିଲେ, ଟିକସ ଫାଙ୍କି ପରି ଆର୍ଥିକ ଅପରାଧ ପାଇଁ ଗିରଫ ଓ ଜେଲଦଣ୍ତ ବ୍ୟବସ୍ଥା କଠୋର ହୋଇଯିବ ଏବ˚ ବିଭାଗୀୟ ଅଧିକାରୀଙ୍କ ଦ୍ବାରା କ୍ଷମତାର ଅପବ୍ୟବହାର ହେବାର ସୁଯୋଗ ରହିବ। ସେଲ୍‌ସ ଟାକ୍‌ସ କିମ୍ବା ଭାଟ ଆଇନରେ ଗିରଫ ଓ ଜେଲଦଣ୍ତର ବ୍ୟବସ୍ଥା ନ ଥିଲା, କିନ୍ତୁ କେନ୍ଦ୍ର ଆଦାୟ କରୁଥିବା ଉତ୍ପାଦ ଶୁଳ୍‌କ ଏବ˚ ସେବା କର ଆଇନରେ ଥିଲା। ଯୁକ୍ତି କରାଗଲା ଯେ ସେଲ୍‌ସ ଟାକ୍‌ସ ବ୍ୟବସ୍ଥାରେ ବ୍ୟବସାୟୀଙ୍କୁ ବିଶ୍ବାସକୁ ନିଆ ଯାଉନଥିଲା, ବିଭାଗୀୟ ଅଧିକାରୀଙ୍କ ନିୟନ୍ତ୍ରଣ କଡ଼ାକଡ଼ି ଥିଲା, କିନ୍ତୁ ଜିଏସ୍‌ଟି ପ୍ରଶାସନ ବ୍ୟବସ୍ଥାରେ ବ୍ୟବସାୟୀଙ୍କୁ ବିଶ୍ବାସ କରାଯାଉଛି, ଜିଏସ୍‌ଟିରେ ନିଜ ଦେୟ ନିଜେ ବ୍ୟବସାୟୀ ନିର୍ଦ୍ଧାରଣ କରୁଛନ୍ତି, ବାର୍ଷିକ କର ନିର୍ଦ୍ଧାରଣ ପାଇଁ କିମ୍ବା ରିଟର୍ଣ୍ଣ ବା ଫର୍ମ ପାଇଁ ତାଙ୍କୁ ଅଫିସକୁ ଆସିବାକୁ ପଡୁନି। ବିଶ୍ବାସ ଭଙ୍ଗ କଲେ, ଦଣ୍ତର ପରିମାଣ ଅଧିକ ହେବା ମଧୢ ଯୁକ୍ତିଯୁକ୍ତ। ତଥାପି, ରାଜ୍ୟ କିମ୍ବା କେନ୍ଦ୍ରୀୟ ଜିଏସ୍‌ଟି ଆଇନରେ ପାଞ୍ଚ କୋଟିରୁ ଅଧିକ ଠକେଇ ପ୍ରମାଣ ମିଳିଲେ, ତାହା ଧର୍ତ୍ତବ୍ୟ ଏବ˚ ଜାମିନ ଅଯୋଗ୍ୟ ବିବେଚିତ କରାଯିବ। ଯେହେତୁ ସମାନ କାରବାର ଉପରେ ଜଣେ ବ୍ୟବସାୟୀ ରାଜ୍ୟ ଓ କେନ୍ଦ୍ରୀୟ ଜିଏସ୍‌ଟି ଦଉଛନ୍ତି, ଗୋଟିଏ ଆଇନ ଅନୁସାରେ ପାଞ୍ଚ କୋଟି ଟଙ୍କା ଠକେଇ ଅର୍ଥାତ୍ ସେ ୧୦ କୋଟି ଜିଏସ୍‌ଟି ହଡ଼ପ କରିଥିଲେ, ତାଙ୍କର ଅପରାଧ ଧର୍ତ୍ତବ୍ୟ ଓ ଜାମିନ ଅଯୋଗ୍ୟ ଧରାଯିବ। ଗିରଫ କଲା ପୂର୍ବରୁ ଜିଏସ୍‌ଟି ଅଧିକାରୀ ଉଚ୍ଚ କର୍ତ୍ତୃପକ୍ଷଙ୍କ ପୂର୍ବାନୁମତି ନେବେ। କେତୋଟି ମାମଲାରେ ହାଇକୋର୍ଟ ମଧୢ ଗିରଫ ହୋଇଥିବା ବ୍ୟକ୍ତିଙ୍କୁ ଜାମିନ ଦେବାକୁ ଅଗ୍ରାହ୍ୟ କରିଛନ୍ତି।

ଜିଏସ୍‌ଟି ମୂଳ ନିୟମ ଅନୁସାରେ ବ୍ୟବସାୟୀ ବିକ୍ରି ମୂଲ୍ୟ ଉପରେ ସ˚ଗୃହୀତ କର ପରିମାଣରୁ କ୍ରୟ ଉପରେ ପୈଠ କର ପରିମାଣକୁ ବିୟୋଗ କରି ଅବଶିଷ୍ଟ ସରକାରଙ୍କୁ ପୈଠ କରିଥାନ୍ତି, ଅର୍ଥାତ୍‌ ଇନ୍‌ପୁଟ ଟାକ୍‌ସ କ୍ରେଡିଟ୍‌ ପାଇଥାନ୍ତି। କିନ୍ତୁ କିଛି ଅସାଧୁ ବ୍ୟବସାୟୀ ଏହି ବ୍ୟବସ୍ଥାର ଫାଇଦା ନଉଛନ୍ତି। ସେହି ବ୍ୟବସାୟୀମାନେ ବାସ୍ତବରେ କ୍ରୟ ଉପରେ ଟିକସ ନ ଦେଇ, ଇନ୍‌ପୁଟ ଟାକ୍‌ସ କ୍ରେଡିଟ ନଉଛନ୍ତି। ସେଥିପାଇଁ ସେମାନେ ତାଙ୍କର ମୂଲିଆ, ଡ୍ରାଇଭର, ଚାକର, ବେକାର ଯୁବକ ଇତ୍ୟାଦି ଚିହ୍ନା ପରିଚିତ ବ୍ୟକ୍ତିଙ୍କ ନାମରେ ରେଜିଷ୍ଟ୍ରେସନ ନେଇଯାଉଛନ୍ତି। ଜିଏସ୍‌ଟି ଆଇନରେ ରେଜିଷ୍ଟ୍ରେସନ ନେବା ମଧୢ ସହଜ। ଅନ୍‌ଲାଇନ ଆବେଦନ କରାଯାଉଛି ଏବ˚ କିଛି ଦସ୍ତାବିଜ କିମ୍ବା ପ୍ରମାଣପତ୍ର ଅନ୍‌ଲାଇନରେ ଦେଲେ ରେଜିଷ୍ଟ୍ରେସନ ମିଳିଯାଉଛି। ସେମାନେ ସେପରି ପଞ୍ଜିକୃତ ବ୍ୟକ୍ତିଙ୍କ ନାମରେ ଖରିଦ ଦେଖାଇ, ପ୍ରକୃତରେ ଟିକସ ନ ଦେଇ, ବିକ୍ରି ଉପରେ ସ˚ଗୃହୀତ କର ପରିମାଣରୁ ଇନ୍‌ପୁଟ ଟାକ୍‌ସ କ୍ରେଡିଟ୍‌ ନେଇ, ନିଜେ ଆତ୍ମସାତ କରୁଛନ୍ତି। କିମ୍ବା ଜାଲ୍‌ ବିଲ୍‌ କାଟି ଟିକସ ଫାଙ୍କୁଛନ୍ତି। କେତେକ କ୍ଷେତ୍ରରେ ବେକାର ଯୁବକଙ୍କୁ ମାସକୁ ପାଞ୍ଚ ହଜାର, ଦଶ ହଜାର ଟଙ୍କା ଦେଇ ସେମାନଙ୍କ ନାମରେ ରେଜିଷ୍ଟ୍ରେସନ ନେଇ କୋଟି କୋଟି ଟଙ୍କାର ବେପାର କରୁଛନ୍ତି, ଯାହା ସେହି ଯୁବକମାନେ ଜାଣିପାରୁ ନାହାନ୍ତି। ଗଲାବର୍ଷ ଟିଟିଲାଗଡ଼ରୁ ଏପରି ଜଣେ ବେକାର ଯୁବକଙ୍କୁ ଗିରଫ କରାଯାଇଥିଲା।

ଜିଏସ୍‌ଟି କର୍ତ୍ତୃପକ୍ଷ ସଜାଗ ରହିଲେ ଠକେଇ କରୁଥିବା ଲୋକ ନିଶ୍ଚିତ ଧରାପଡ଼ିଯିବ। ଏବେ ଅନ୍‌ଲାଇନ୍‌ରେ ଜଣେ ବ୍ୟବସାୟୀ େଵ ବିଲ୍‌ ଦେଇ ଦ୍ରବ୍ୟ ଆଣୁଛି। େଵ ବିଲ୍‌ ପାଇବାକୁ ଗାଡ଼ି ନମ୍ବର, ଦ୍ରବ୍ୟର ପରିମାଣ, ଦ୍ରବ୍ୟର ମୂଲ୍ୟ ଇତ୍ୟାଦି ଦବାକୁ ପଡ଼େ। ତେଣୁ ଜିଏସ୍‌ଟିଏନ୍‌ (ଜିଏସ୍‌ଟି ନେଟ୍‌ଵାର୍କ)ରେ ଜଣେ ବ୍ୟବସାୟୀ କେତେ ଖରିଦ କଲା ସେହି ତଥ୍ୟ ଉପଲବ୍‌ଧ। ଅନ୍‌ଲାଇନ୍‌ରେ ରିଟର୍ଣ୍ଣ ଦାଖଲ ସହିତ ବ୍ୟବସାୟୀ ଖରିଦର ଇନ୍‌ଭଏସ୍‌ ବା ବିଲ୍‌ ଏବ˚ ବିକ୍ରିର ବିଲ୍‌ର ତଥ୍ୟ ଦିଏ। କ୍ରେତା ଓ ବିକ୍ରେତାଙ୍କର ଇନ୍‌ଭଏସ୍‌ର ମେଳ ଜିଏସ୍‌ଟିଏନ୍‌ରେ ହୋଇପାରୁଛି। ଜଣେ ବିକ୍ରେତା ରିଟର୍ଣ୍ଣ ଦାଖଲ କରିନଥିଲେ କିମ୍ବା ଜାଲ୍‌ ବିଲ୍‌ ଦର୍ଶାଇଥିଲେ କ୍ରେତାର ରିଟର୍ଣ୍ଣର ଇନ୍‌ଭଏସ୍‌ ବିବରଣୀ ସହିତ ମେଳ ହେବନି ଏବ˚ ଜିଏସ୍‌ଟିଏନ୍‌ରେ ମେଳ କରାଗଲେ ସେ ଧରାପଡ଼ିଯିବ। ଜିଏସ୍‌ଟିଏନ୍‌ରେ ଉପଲବ୍‌ଧ ତଥ୍ୟରୁ ଠକ ବ୍ୟବସାୟୀ ଧରାପଡୁଛନ୍ତି ଏବ˚ ଗୋଟିଏ ବର୍ଷରେ ୧୦ ଜଣ ଗିରଫ ହେଲେଣି।

ବେପାର ବଣିଜର ବୃଦ୍ଧିକୁ ଆଖି ଆଗରେ ରଖି ପରୋକ୍ଷ କର ବ୍ୟବସ୍ଥାରେ ସ˚ସ୍କାର ଅଣାଯାଇଛି। ସ˚ସ୍କାରର ଉଦ୍ଦେଶ୍ୟ, କର ବ୍ୟବସ୍ଥା ଯେପରି ବେପାରବଣିଜ ବୃଦ୍ଧିରେ ପ୍ରତିବନ୍ଧ ନ ହୁଏ। ଉତ୍ତମ କର ବ୍ୟବସ୍ଥା ହେଉଛି, ଯାହା ବେପାରବଣିଜ ଓ ଅର୍ଥନୈତିକ ବୃଦ୍ଧିର ସହାୟକ ହୁଏ। ଜିଏସ୍‌ଟି ପ୍ରଶାସନରେ ବିଭାଗୀୟ ଅଧିକାରୀଙ୍କର ବ୍ୟବସାୟୀଙ୍କ ଉପରେ ପ୍ରତ୍ୟକ୍ଷ ନିୟନ୍ତ୍ରଣ ନାହିଁ। ବ୍ୟବସାୟୀଙ୍କୁ ହିଁ ପୂର୍ଣ୍ଣ ବିଶ୍ବାସକୁ ନେଇ ସବୁ ବ୍ୟବସ୍ଥା କରାଯାଇଛି। ସେମାନେ ଠକିବେ ନାହିଁ, ନିଜର ଟିକସ ପୈଠ କରିବେ ବୋଲି ଆଶା ରଖାଯାଇଛି।
ଜିଏସ୍‌ଟିରେ ଠକେଇ ଦେଖି କେତେକେ ମତ ରଖିଛନ୍ତି, ଜିଏସ୍‌ଟି ଆଇନ କୋହଳ ହୋଇଯାଉଛି, ଅଧିକ କଟକଣା ଆବଶ୍ୟକ। କିନ୍ତୁ ଅସାଧୁ ବ୍ୟବସାୟୀଙ୍କ ସ˚ଖ୍ୟା ବହୁତ କମ୍‌, ହୁଏତ ୫%ରୁ ୧୦% ଭିତରେ। ଏତିକି ଅସାଧୁଙ୍କ ପାଇଁ ୯୦ରୁ ୯୫% ସାଧୁ, ସଚ୍ଚୋଟ ବ୍ୟବସାୟୀଙ୍କୁ ଅଧିକ କଟକଣା କରି ଅସୁବିଧାରେ ପକେଇବା କେବେ ଯୁକ୍ତିଯୁକ୍ତ ହେବ ନାହିଁ। ଅପର ପକ୍ଷରେ ଯଦି ଅସାଧୁ ବ୍ୟବସାୟୀଙ୍କୁ ଠିକ ସମୟରେ ଦଣ୍ତିତ କରାଯାଏ, ତେବେ ସେମାନଙ୍କ ସ˚ଖ୍ୟା କମିବ।

କେ-୮/୫୪୩, କଳିଙ୍ଗ ବିହାର, ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩

ସମ୍ବନ୍ଧିତ ଖବର