ଯେତେବେଳେ ଏପ୍ରିଲ୍ରେ ‘କୋଭିଡ୍ ୧୯’ ମହାମାରୀ ଦ୍ରୁତ ବେଗରେ ବ୍ୟାପିବାକୁ ଲାଗିଲା, ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ପ୍ରଥମ ଥର ପାଇଁ ଇ˚ଲଣ୍ତ୍ରେ ଗ୍ରୀଷ୍ମକାଳୀନ କ୍ରିକେଟ୍ ଖେଳା ନ ଯିବାର ଗଭୀର ଆଶଙ୍କା ସୃଷ୍ଟି ହୋଇଥିଲା। ତେବେ, ସୌଭାଗ୍ୟବଶତଃ ଭିନ୍ନ କିଛି ଘଟିଲା। ଅବସ୍ଥାରେ ଯଥେଷ୍ଟ ଉନ୍ନତି ଆସିବା ସହ ଛଅଟି ଟେଷ୍ଟ୍ ମ୍ୟାଚ୍ ଖେଳାଯାଇପାରିଲା; ତିନିଟି ପାକିସ୍ତାନ ଓ ଆଉ ତିନିଟି େଵଷ୍ଟ୍ ଇଣ୍ତିଜ୍ ସହ। ଷ୍ଟାଡିଅମ୍ ପ୍ରାୟ ଖାଲି ଥିଲା। କିନ୍ତୁ, ସିଧା ପ୍ରସାରଣ ମାଧ୍ୟମରେ ସାରା ବିଶ୍ବର କ୍ରିକେଟ୍-ପ୍ରେମୀ ଉକ୍ତ ମ୍ୟାଚ୍ଗୁଡ଼ିକର ମଜା ନେଇପାରିଲେ। ଲକ୍ଷ ଲକ୍ଷ କ୍ରିକେଟ୍ ପ୍ରଶ˚ସକଙ୍କ ସହ ମୁଁ ମଧ୍ୟ ଖେଳ ଦେଖିଲି, ଯଦିଓ ମନରେ ଭୟ ଓ ଉତ୍କଣ୍ଠା ଜାଗ୍ରତ ହୋଇଥିଲା। କ୍ରିକେଟ୍ ମୋର ପ୍ରିୟ ଖେଳ। ତୀବ୍ର ପ୍ରତିଯୋଗିତା ହୋଇଥିଲେ ହେଁ ଶେଷରେ ଇ˚ଲଣ୍ତ୍ ଉଭୟ ସିରିଜ୍ ଜିତିପାରିଲା। ଗ୍ରୀଷ୍ମକାଳୀନ କ୍ରିକେଟ୍ ଋତୁ ଶେଷ ହୋଇଛି। ବିଶ୍ବର ପ୍ରଥମ ନୂଆ ବଲ୍ ବୋଲର୍ ବା ପେସର୍ ଭାବେ ଜିମି ଆଣ୍ତର୍ସନ୍ ଛଅଶହତମ ଉଇକେଟ୍ ଲାଭ କରିଛନ୍ତି। ପୂର୍ବରୁ କେବଳ ସ୍ପିନର୍ମାନେ ଏହି ଅଙ୍କ ଟପିପାରିଥିଲେ।
ଇ˚ଲଣ୍ତ୍ରେ ଟେଷ୍ଟ୍ କ୍ରିକେଟ୍ର ମଜା ନିଆରା। ମୁଁ ସକାଳୁ ଶୀଘ୍ର ଉଠେ। ତେଣୁ, ଦିନ ସାଢ଼େ ତିନିଟାରେ କ୍ରିକେଟ୍ ଆରମ୍ଭ ହେବା ପୂର୍ବରୁ ଲେଖା-ପଢ଼ା କାମ ସାରିପାରିଥାଏ। ଚାଳିଶ ମିନିଟ୍ର ମଧ୍ୟାହ୍ନ ଭୋଜନ ବିରତି କାଳରେ ମଧ୍ୟ ବାକିଆ କାମ କରିହୁଏ। ସେହି ପରି ବର୍ଷା କାରଣରୁ ଖେଳ ସାମୟିକ ବନ୍ଦ ହେଲେ ମଧ୍ୟ କାମ କରାଯାଇପାରେ। ଭାରତ ବା ଅଷ୍ଟ୍ରେଲିଆରେ ଖେଳ ହେଉଥିଲେ ଏହି ସୁଯୋଗ ମିଳେନାହିଁ। ଭାରତରେ ଯେଉଁ ସମୟରେ ଟେଷ୍ଟ୍ କ୍ରିକେଟ୍ ଖେଳାଯାଏ, ତାହା ମୋ ପାଇଁ କାର୍ଯ୍ୟ ସମୟ ଏବ˚ ଅଷ୍ଟ୍ରେଲିଆରେ ଯେଉଁ ସମୟରେ ଖେଳାଯାଏ, ତାହା ଉଭୟ ଶୟନ ଏବଂ କାର୍ଯ୍ୟର ସମୟ। ତେଣୁ, କେବଳ ଇ˚ଲଣ୍ତ୍ରେ ଖେଳ ହେଉଥିବା ବେଳେ ମୋ ପେସାଦାର ଜୀବନ ବାଧାପ୍ରାପ୍ତ ନ ହୋଇ ମୁଁ ସହଜରେ ଭାବେ କ୍ରିକେଟ୍ର ମଜା ନେଇପାରେ।
ଏବେ ମୁଁ ଟେଲିଭିଜନ୍ରେ କ୍ରିକେଟ୍ ଦେଖୁଛି। ଯେତେବେଳେ କିଶୋର ଥିଲି, ସିଧା ପ୍ରସାରଣର ସୁବିଧା ନ ଥିଲା। ତେଣୁ, ଶୁଣୁଥିଲି। ରେଡିଓ ମାଧ୍ୟମରେ ହିଁ ମୋର କ୍ରିକେଟ୍ ଜ୍ଞାନ ରୂପ ନେଇଥିଲା। ଆଜିକାଲି ରେଡିଓରେ କ୍ରିକେଟ୍ ଶୁଣୁଥିବା ଖେଳପ୍ରେମୀଙ୍କ ସ˚ଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି। ୧୯୬୬ରେ ମୋତେ ଯେତେବେଳେ ଆଠ ବର୍ଷ ବୟସ, ପ୍ରଥମ ଥର ପାଇଁ ରେଡିଓରେ କ୍ରିକେଟ୍ କ˚ମେଣ୍ଟ୍ରି ଶୁଣିଥିବା ମନେଅଛି। ଇ˚ଲଣ୍ତ୍ ବିରୋଧରେ େଵଷ୍ଟ୍ଇଣ୍ତିଜ୍ ୩-୧ରେ ସିରିଜ୍ ବିଜୟ ହାସଲ କରିଥିଲା। େଵଷ୍ଟ୍ଇଣ୍ତିଜ୍ ଦଳ କପ୍ତାନ ଗାର୍ଫିଲ୍ଡ ସେନ୍ଟ ଅବର୍ନ୍ ସୋବର୍ସ୍ଙ୍କ ନେତୃତ୍ବରେ ବୋଲି˚, ବ୍ୟାଟି˚ ତଥା ଫିଲ୍ଡି˚ ସବୁଥିରେ ବେଶ୍ ଶକ୍ତିଶାଳୀ ଥିଲା। ତାହା ପରଠାରୁ ପ୍ରଥମେ ରେଡିଓ ଏବ˚ ପରେ ଟେଲିଭିଜନ୍ ମାଧ୍ୟମରେ ମୁଁ ସର୍ବଦା ଗ୍ରୀଷ୍ମକାଳୀନ କ୍ରିକେଟ୍ ଉପଭୋଗ କରିଆସିଛି। କେବଳ ୧୯୮୬ରେ ବଞ୍ଚିତ ହୋଇଥିଲି। ସେହି ବର୍ଷ ଯୁକ୍ତରାଷ୍ଟ୍ର ଆମେରିକାରେ ଥିଲି ଏବ˚ ରେଡିଓ ବା ଟେଲିଭିଜନ୍ରେ ସିଧା ପ୍ରସାରଣର ସୁବିଧା ପାଇପାରି ନ ଥିଲି। ସେହି ବର୍ଷ କପିଳ ଦେବଙ୍କ ନେତୃତ୍ବରେ ଇ˚ଲଣ୍ତ୍ରେ ଭାରତ, ଇ˚ଲଣ୍ତ୍ ବିରୋଧରେ ଟେଷ୍ଟ୍ ଖେଳିଥିଲା ଏବ˚ ୨-୦ରେ ସିରିଜ୍ ବିଜୟ ଲାଭ କରିଥିଲା।
ଇ˚ଲଣ୍ତ୍ରେ ଖେଳା ଯାଉଥିବା କ୍ରିକେଟ୍ ମ୍ୟାଚ୍ ଦେଖିବା ସବୁ ବେଳେ ମଜାଦାର। ଆଉ ଯଦି ଭାରତ ଖେଳୁ ନ ଥିବ, ଅଧିକ ଉପଭୋଗ୍ୟ। କାରଣ, ଭାରତ ଖେଳୁ ନ ଥିବା ବେଳେ ଜଣେ ପକ୍ଷଭୁକ୍ତ ହୋଇ ରହିବନାହିଁ ଏବ˚ ସୌନ୍ଦର୍ଯ୍ୟାଭିଭୂତ ଭାବେ ଖେଳ ଦେଖିବ। ଜାତୀୟ ଗର୍ବ-ଗୌରବ ବା ଅନ୍ୟ କୌଣସି ବିଷାକ୍ତ ଭାବନା ମନକୁ ସଂକ୍ରମିତ କରିବନାହିଁ। ପୁଣି, ଭାରତୀୟ ଭାଷ୍ୟକାର (କମେେଣ୍ଟଟର୍)ଙ୍କ ଅନୁପସ୍ଥିତି ଆହୁରି ସନ୍ତୋଷ ଦିଏ। ହିନ୍ଦୀ ବା ମରାଠୀ ବା ତାମିଲ ଭାଷ୍ୟକାରଙ୍କୁ ଶୁଣିବାକୁ ଭଲ ଲାଗେ। ତେବେ, ଇ˚ରେଜୀରେ କଂମେଣ୍ଟ୍ରି ଦେଉଥିବା ଭାରତୀୟମାନେ ମୋତେ ଭଲ ଲାଗନ୍ତି ନାହିଁ। ସେମାନେ ପକ୍ଷପାତୀ ଭାବେ ମତ ଦେଉଥିବାରୁ ମୂଲ୍ୟହୀନ ଲାଗେ। ସେମାନେ ଅଧିକ ଗପନ୍ତି ଏବ˚ ଅଯଥାରେ ଗପନ୍ତି। କେବଳ ତାଙ୍କ ପକ୍ଷର ବିଜୟ ସେମାନେ ଚାହୁଁଥିବା ଭଳି ବୋଧହୁଏ।
ମୋର ପ୍ରିୟ କ୍ରିକେଟ୍ ଭାଷ୍ୟକାରମାନେ ତିନିଟି ଭିନ୍ନ ଭିନ୍ନ ଦେଶର। ସେମାନେ ହେଲେ ଇ˚ଲଣ୍ତ୍ର ମାଇକେଲ୍ ଆଥର୍ଟନ୍, େଵଷ୍ଟ୍ଇଣ୍ତିଜ୍ର ମାଇକେଲ୍ ହୋଲ୍ଡି˚ ଏବ˚ ଅଷ୍ଟ୍ରେଲିଆର ସେନ୍ ଵାର୍ନ୍। ଏ ଥର ତିନି ଜଣ ଯାକ ବକ୍ସରେ ଉପସ୍ଥିତ ଥିଲେ। ଆରମ୍ଭରୁ ଆଥର୍ଟନ୍ ଓ ହୋଲ୍ଡି˚ ଥିଲେ ଏବ˚ ପରେ ଵାର୍ନ୍ ଯୋଗ ଦେଇଥିଲେ। ଆଥର୍ଟନ୍ ଜଣେ ଉଚ୍ଚକୋଟୀର ଖେଳାଳି; ହୋଲ୍ଡି˚, ତାଙ୍କ ତୁଳନାରେ ଅଧିକ ଉଚ୍ଚକୋଟୀର; ଏବ˚ ଵାର୍ନ୍ ତିନି ଜଣଙ୍କ ମଧୢରେ ଶ୍ରେଷ୍ଠ। ଆଥର୍ଟନ୍ ନିଜ ସମୟର ଖେଳ କଥା କହନ୍ତିନାହିଁ। ହୋଲ୍ଡି˚ କ୍ବଚିତ୍ କହନ୍ତି। ଵାର୍ନ୍ ଜଣେ ଖୋଲା ସ୍ବଭାବର ବ୍ୟକ୍ତି। କ୍ରିକେଟ୍ ବଲ୍ ସହ ତାଙ୍କର ନିବିିଡ଼ ସ˚ପର୍କ। ସେ ବେଳେ ବେଳେ ନିଜ କଥା କହନ୍ତି; କିନ୍ତୁ, ଅମାର୍ଜିତ ବା ଅଶାଳୀନ ଭାବେ କେବେ ହେଲେ ନୁହେଁ।
ଏ ତିନିହେଁ ସୁନ୍ଦର ଭାବେ ପରସ୍ପରର ପରିପୂରକ। ସେମାନେ ଭିନ୍ନ ଭିନ୍ନ ଦେଶର ନାଗରିକ। କ୍ରିକେଟ୍ ପଡ଼ିଆରେ ସେମାନେ ଭିନ୍ନ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ। ନିଜ ପ୍ରବୀଣତା ଓ ଅଭିଜ୍ଞତାରୁ ଆଥର୍ଟନ୍ ବ୍ୟାଟି˚, ହୋଲ୍ଡି˚ ପେସ୍ ବୋଲି˚ ଏବ˚ ଵାର୍ନ୍ ସ୍ପିନ୍ ବୋଲି˚ ବାବଦରେ କହିପାରିବେ। ୧୯୭୫ରେ ହୋଲ୍ଡି˚ ଟେଷ୍ଟ୍ ଖେଳାଳି ଜୀବନ ଆରମ୍ଭ କରିଥିଲେ। ଵାର୍ନ୍ ୨୦୧୧ ପର୍ଯ୍ୟନ୍ତ ଇଣ୍ତିଆନ୍ ପ୍ରିମିଅର୍ ଲିଗ୍ ଖେଳୁଥିଲେ। ତେଣୁ, ଦୁହେଁ ଏକତ୍ର ବସିଲେ ଚାରି ଦଶନ୍ଧିର କ୍ରିକେଟ୍ କଥା କହିପାରିବେ। ଦୁହେଁ ବିଶ୍ବ-ବିଜେତା ଦଳର ପ୍ରତିନିଧିତ୍ବ କରିଥିବା ତାରକା ଖେଳାଳି। ନିଜ ନିଜ ସମୟରେ ସେମାନଙ୍କ ଦଳ ଶୀର୍ଷରେ ଥିଲା। ତେଣୁ, ସ୍ବାଭାବିକ ଭାବେ ସେମାନଙ୍କ ସହ ରହିଛି ଗୌରବପୂର୍ଣ୍ଣ କ୍ରିକେଟ୍ ଇତିହାସ। ଆଥର୍ଟନ୍ଙ୍କ କଥା ଭିନ୍ନ। ସେ ଖେଳୁଥିବା ସମୟରେ ଇ˚ଲଣ୍ତ୍ ଦଳର ସ୍ଥିତି ଭଲ ନ ଥିଲା। ତେଣୁ, ଗର୍ବରେ କହିବା ପାଇଁ ତାଙ୍କ ପାଖରେ କିଛି ନାହିଁ। ଏହି ତିନି ଜଣଙ୍କର ବ୍ୟକ୍ତିତ୍ବ ମଧ୍ୟ ଭିନ୍ନ ଭିନ୍ନ। ଵାର୍ନ୍ ସର୍ବଦା ଉଲ୍ଲସିତ ଥାଆନ୍ତି; ହୋଲ୍ଡି˚ ନମ୍ର ଓ ଶାନ୍ତ; ଆଥର୍ଟନ୍ ଟିକିନିଖି ଭାବେ ତଥ୍ୟଗ୍ରାହୀ। ଚରିତ୍ର, ବ୍ୟକ୍ତିତ୍ବ ଓ ସ˚ସ୍କୃତିଗତ ଭିନ୍ନତା ସତ୍ତ୍ବେ ସେମାନଙ୍କ ମଧ୍ୟରେ ଦୁଇଟି ସାମ୍ୟ ପରିଲକ୍ଷିତ ହୁଏ। ପ୍ରଥମ- ଖେଳର କୌଶଳ ଓ ଇତିହାସ ବାବଦରେ ସେମାନଙ୍କର ଗଭୀର ଜ୍ଞାନ। ଦ୍ବିତୀୟ- ଜାତୀୟ ପକ୍ଷପାତିତାଠାରୁ ସର୍ବଦା ଊର୍ଦ୍ଧ୍ବରେ ଥାଆନ୍ତି।
ମୋର ଏହି ତିନି ପ୍ରିୟ ଭାଷ୍ୟକାରଙ୍କ ବାବଦରେ କ୍ରିକେଟ୍ପ୍ରେମୀ ବନ୍ଧୁ ରାଜଦୀପ ସରଦେସାଇଙ୍କୁ କହିଥିଲି। ସେ ମଧ୍ୟ ନିଜର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଏବ˚ ନାସିର ହୁସେନଙ୍କୁ ଯୋଗ କରି, ଏହି ତିନି ଜଣିଆ ତାଲିକାକୁ ଚାରି ଜଣିଆରେ ପରିଣତ କରିବେ ବୋଲି କହିଥିଲେ। ମୁଁ ମଧ୍ୟ ନାସିର ହୁସେନଙ୍କୁ ପସନ୍ଦ କରେ; ତାଙ୍କର ସ୍ପଷ୍ଟ ଓ ଅକପଟ ଶୈଳୀ ପାଇଁ। ଜାତି, ବର୍ଣ୍ଣ, ଧର୍ମ ହେଉ ବା ଜାତୀୟତା ସେ ମଧୢ ଆଥର୍ଟନ୍ଙ୍କ ପରି ସମସ୍ତ ସ˚କୀର୍ଣ୍ଣତାଠାରୁ ଊର୍ଦ୍ଧ୍ବରେ।
ଇ˚ଲିସ୍ କ୍ରିକେଟ୍ ଭାଷ୍ୟକାରମାନେ ସର୍ବଦା ଏମାନଙ୍କ ପରି ନୁହନ୍ତି। ବ୍ରାୟାନ୍ ଜନ୍ଷ୍ଟନ୍ଙ୍କ କଥା କହୁଛି। ମୁଁ ବଡ଼ ହେଉଥିବା ବେଳେ ସେ ‘ବିବିସି’ ପାଇଁ ରେଡିଓ ବ୍ୟାଖ୍ୟାକାର ଭାବେ କାମ କରୁଥିଲେ। ସେ ବିଶେଷ ବ୍ରିଟିସ୍ ଶ୍ରୋତାପ୍ରିୟତା ଲାଭ କରିଥିଲେ। ୧୯୭୬ରେ େଵଷ୍ଟ୍ଇଣ୍ତିଜ୍ ଦଳ ଇ˚ଲଣ୍ତ୍ରେ ଇ˚ଲଣ୍ତ୍ ବିପକ୍ଷରେ ମ୍ୟାଚ୍ ଖେଳୁଥିବା ବେଳେ େଵଷ୍ଟ୍ ଇଣ୍ତିଜ୍ର ଦ୍ରୁତ୍ ବୋଲର୍ େଵନି ଡାନିଏଲ୍ସ ବା ଆଣ୍ତି ରବର୍ଟ୍ସ ସର୍ଟ୍ ବଲ୍ ପକାଇଲେ ଜନ୍ଷ୍ଟନ୍ କହୁଥିଲେ- ‘ଖରାପ ବଲ୍; ପ୍ରକୃତରେ ଗୋଟିଏ ଖରାପ ବଲ୍’(ଏ ନାସ୍ଟି ଵାନ୍, ଏ ରିଅଲି ନାସ୍ଟି ଵାନ୍)। ଅପରପକ୍ଷେ ନିଜ ଦେଶର ବବ୍ ଵିଲିସ୍ ବା କ୍ରିସ୍ ଓଲ୍ଡ ସମାନ ପ୍ରକାରର ବଲ୍ ପକାଇଲେ କହୁଥିଲେ- ‘ଚମତ୍କାର ବାଉନ୍ସର୍’। ଏ ଭଳି କହିବାର ଉଦ୍ଦେଶ୍ୟଟି ମନ୍ଦ। ଏହାର ଉଦ୍ଦେଶ୍ୟ ଶ୍ରୋତାଙ୍କୁ ଜଣାଇବା ଯେ, ଖଳ େଵଷ୍ଟ୍ ଇଣ୍ତିଜ୍ ଖେଳାଳି ପ୍ରତିପକ୍ଷର ବ୍ୟାଟସ୍ମ୍ୟାନ୍ଙ୍କୁ ଆହତ କରିବା ପାଇଁ ଜାଣିଶୁଣି ଏ ଭଳି ବୋଲି˚ କରୁଛନ୍ତି; ଅପରପକ୍ଷେ ଇ˚ଲିସ୍ ବୋଲର୍ ପ୍ରତିପକ୍ଷର ବ୍ୟାଟସ୍ମ୍ୟାନ୍ଙ୍କୁ ଆଉଟ୍ କରିବା ପାଇଁ ଚମତ୍କାର ବୋଲି˚ କରୁଛନ୍ତି।
୧୯୭୫ର କଥା କହୁଛି। ପାକିସ୍ତାନୀ ଦଳ ପକ୍ଷରୁ କ୍ରିକେଟ୍ ବିଶ୍ବ କପ୍ ଖେଳିବା ପାଇଁ ଯାଇଥାଆନ୍ତି ଜାଭେଦ ମିଆଁଦାଦ। ଜନ୍ଷ୍ଟନ୍, ତାଙ୍କୁ କଥା କଥାରେ ‘ମମ୍ ଆଣ୍ତ୍ ଆଇ’ କହି ପରିହାସ କରୁଥିଲେ। ଏହା ତାଙ୍କ ଦେଶରେ ପ୍ରଚଳିତ ଏକ ଲୋକପ୍ରିୟ ପରିହାସ ବା ଜୋକ୍। ସେତେ ବେଳେ ବି ମୋର କିଶୋର ହୃଦୟ ଉକ୍ତ ପରିହାସକୁ ସହ୍ୟ କରିପାରୁ ନ ଥିଲା। ତାଙ୍କ ପରିହାସ କାନକୁ ନିହାତି ଅଶାଳୀନ ଓ ଅମାର୍ଜିତ ଲାଗୁଥିଲା। ସେତେ ବେଳେ ଭାରତୀୟ ଦଳର କପ୍ତାନ ଥାଆନ୍ତି ଏସ୍ ଭେଙ୍କଟରାଘବନ। ଏହି ବ୍ରିଟିସ୍ ଭାଷ୍ୟକାର, ତାଙ୍କୁ ‘ରେନ୍ଟ-ଏ-କାରାଭାନ୍’ କହି ପରିହାସ କରୁଥାଆନ୍ତି। ତାଙ୍କର ବାରମ୍ବାର ଏ ଭଳି ପରିହାସ ବ୍ରିଟିସ୍ ଶ୍ରୋତାଙ୍କ ମନୋର˚ଜନ ପାଇଁ ସତେ ଯେମିତି ଖୋରାକ ଯୋଗାଉଥାଏ; ସେମାନେ ମଧ୍ୟ ଉତ୍ଫୁଲ୍ଲିତ ହୋଇ, ତାଙ୍କ କଥା ସହ ତାଳ ଦେଇ ପୁନରାବୃତ୍ତି କରୁଥାଆନ୍ତି। ସେ ଭଳି ବିରକ୍ତିକର ଭାଷ୍ୟ ପ୍ରକୃତରେ ନିନ୍ଦନୀୟ।
ସେ କାଳର ଅନ୍ୟ ବ୍ରିଟିସ୍ କ୍ରିକେଟ୍ ଭାଷ୍ୟକାରମାନେ ବ୍ରାୟାନ୍ ଜନ୍ଷ୍ଟନ୍ଙ୍କ ଭଳି ଏତେଟା ଅମାର୍ଜିତ-ଅଶାଳୀନ ନ ହେଲେ ବି ପ୍ରାୟ ତାଙ୍କ ସହ ସମାନ ଥିଲେ; ସତେ ଅବା ତାଙ୍କ ଅନୁଜ। ତେବେ, ଜଣେ ବ୍ୟତିକ୍ରମ ମଧ୍ୟ ଥିଲେ- ଜନ୍ ଆର୍ଲଟ୍। ଜନ୍ ବେଶ୍ ସ˚ସ୍କୃତିବନ୍ତ, ମର୍ଯ୍ୟାଦାସ˚ପନ୍ନ। ସେ ଚିରକାଳ ପଡ଼ିଆ ତଥା ପଡ଼ିଆ ବାହାରେ ବର୍ଣ୍ଣବୈଷମ୍ୟ ବିରୋଧୀ ଥିଲେ। ଆଥର୍ଟନ୍ ଓ ହୁସେନ ଉଭୟେ ବୟସରେ ମୋ’ଠାରୁ ଏକ ଦଶନ୍ଧି ସାନ। ସେମାନେ, ବ୍ରାୟାନ୍ ଜନ୍ଷ୍ଟନ୍ଙ୍କ ନାମ ଶୁଣିଥିବେ କି ନା, ଯଦି ଶୁଣିଥିବେ, ତାଙ୍କ ବାବଦରେ କ’ଣ ଭାବୁଥିବେ, ମୁଁ ଜାଣେନା। ତେବେ, ସୌଭାଗ୍ୟବଶତଃ ସେମାନେ ବ୍ୟକ୍ତିତ୍ବ, ଚରିତ୍ର ଓ ଜୀବନର ଅଭିଜ୍ଞତା ଦୃଷ୍ଟିରୁ ଜନ୍ଷ୍ଟନ୍ ନୁହନ୍ତି, ଆର୍ଲଟ୍ଙ୍କ ଉତ୍ତରାଧିକାରୀ। ଆଥର୍ଟନ୍ ଜଣେ େଵଷ୍ଟ୍ ଇଣ୍ତିଆନ୍ଙ୍କୁ ବିବାହ କରିଛନ୍ତି। ହୁସେନଙ୍କ ଜନ୍ମ ମାଡ୍ରାସ୍ରେ। ତାଙ୍କ ପିତା ମଧ୍ୟ କ୍ରିକେଟ୍ ଖେଳାଳି ଥିଲେ ଏବ˚ ମୂଳତଃ ଭାରତୀୟ; ତାମିଲନାଡ଼ୁ ପାଇଁ କ୍ରିକେଟ୍ ଖେଳୁଥିଲେ। ତେଣୁ, ଦୁହେଁ ଭିନ୍ନ ପ୍ରକାରେ ଚିନ୍ତା କରୁଥିବା ବ୍ୟକ୍ତି। ବ୍ରିଟିସ୍ ସମାଜ ବି ଆଉ ପୂର୍ବ ପରି ନାହିଁ। ଏହା ଏବେ ବିଭିନ୍ନତାର ଆବେଶରେ ଏବ˚ ବିବିଧ ସ˚ସ୍କୃତିକୁ ଗ୍ରହଣ କରିଛି।
ଗତ କିଛି ସପ୍ତାହରେ ମୁଁ ଯଥେଷ୍ଟ କ୍ରିକେଟ୍ ଉପଭୋଗ କରିଛି। ମହାମାରୀ କାଳରେ ଏହି ଆଶା ନ ଥିଲା। ତେବେ, ଇ˚ଲଣ୍ତ୍ର ଚଳିତ ଗ୍ରୀଷ୍ମକାଳୀନ କ୍ରିକେଟ୍ ଋତୁରେ ଭାଷ୍ୟରେ କ୍ରୀଡ଼ା ତୁଳନାରେ ନୈତିକତା ଓ ରାଜନୀତିକୁ ଗୁରୁତ୍ବ ଦିଆଯାଇଥିଲା। ‘କୃଷ୍ଣକାୟର ଜୀବନ ମଧ୍ୟ ମହତ୍ତ୍ବ ରଖେ’ ଆନ୍ଦୋଳନ ପ୍ରସଙ୍ଗରେ ଜଣେ ଶ୍ବେତକାୟ ଉପସ୍ଥାପକ ମାଇକେଲ୍ ହୋଲ୍ଡି˚ଙ୍କୁ ବର୍ଣ୍ଣବୈଷମ୍ୟ ବାବଦରେ ତାଙ୍କର ଅଭିଜ୍ଞତା ଉପରେ ପ୍ରଶ୍ନ କରିଥିଲେ। ହୋଲ୍ଡି˚ ଶାନ୍ତ ଭାବେ ଏବ˚ ଭାବପ୍ରବଣତାର ସହ ଉତ୍ତର ରଖିଥିଲେ। ଲୋକେ ଜିମି ଆଣ୍ତର୍ସନ୍ଙ୍କ ଛଅଶହତମ ଉଇକେଟ୍କୁ ଭୁଲିଯାଇପାରନ୍ତି; କିନ୍ତୁ, ହୋଲ୍ଡି˚ଙ୍କ ବୟାନର ଉକ୍ତ ଭିଡିଓ ସ˚ଭବତଃ ସବୁ ଦିନ ପାଇଁ ଅବିସ୍ମରଣୀୟ ରହିବ।
ପଛଲେଖା (Postscript): ମୁଁ ଖେଳ ଦେଖୁଥିବା ବେଳେ ଗୋଟିଏ ଟେଷ୍ଟ୍ ମ୍ୟାଚ୍ ସମୟରେ ବର୍ଷା ହୋଇଥିଲା। ସେତେ ବେଳେ ମୁଁ ‘ୟୁଟ୍ୟୁବ୍’ରେ ପ୍ରାୟ ଏକ ଘଣ୍ଟା ମାଇକେଲ୍ ଆଥର୍ଟନ୍ ଓ ସେନ୍ ଵାର୍ନ୍ଙ୍କ ମଧ୍ୟରେ ବାର୍ତ୍ତାଳାପ ଦେଖିଥିଲି-ଶୁଣିଥିଲି। ଉକ୍ତ ବାର୍ତ୍ତାଳାପ କାଳରେ ଆଥର୍ଟନ୍ ଅତି ସ୍ପଷ୍ଟ ଭାବେ ନିଜ କଥା କହିଥିଲେ, ଯାହା ସେ କ୍ବଚିତ୍ କେବେ ନିଜ ଖେଳାଳି ଜୀବନରେ କହିଥିବେ; ଯେତେ ବେଳେ ତାଙ୍କ ହାତରେ ବ୍ୟାଟ୍ ଥିଲା ଏବ˚ ଵାର୍ନ୍ଙ୍କ ହାତରେ ବଲ୍। ଯଦି ଉକ୍ତ ବାର୍ତ୍ତାଳାପ ଦେଖି ନ ଥାଆନ୍ତି ଏବ˚ ଦେଖିବା ପାଇଁ ଚାହାଁନ୍ତି, ତାହା ଏଠାରେ ମିଳିବ- https://www.youtube.com/watch?v=RH1vdm_9VcQ&t=17s।