‘ଅନ୍’ ଓ ‘ଅଫ୍’ ଯଦିଓ ଦୁଇଟି ଇ˚ରେଜୀ ଶବ୍ଦ, ଆମ ଦୈନନ୍ଦିନ ଜୀବନରେ ଏହା ଏତେ ମାତ୍ରାରେ ବ୍ୟବହୃତ ଯେ ଏହା ଆଉ ଇଂରେଜୀ ପଦ ନ ରହି ସତେ ଯେପରି ଆମ ନିତିଦିନିଆ ଓଡ଼ିଆ ଭାଷାରେ ଏକ ସାଧାରଣ ଅ˚ଶଟିଏ ପାଲଟିଯାଇଛି। ଫଳରେ ଗାଁ ଗହଳିର ଏକ ଅପାଠୁଆ ମା’ ମଧୢ ନିଜ ପୁଅକୁ କହୁଛି, ‘ପୁଅରେ, ଲାଇଟ୍ଟା ଟିକିଏ ଅନ୍ କରି ଦେଲୁ’। ପୁଅ ମଧୢ ପାଠୁଆ ହେଉ କିମ୍ବା ଅପାଠୁଆ ହେଉ, ଆବଶ୍ୟକ ମତେ ସୁଇଚ ଟିପି ଲାଇଟ୍ ଅନ୍ କିମ୍ବା ଅଫ୍ କରି ଦେଉଛି।
ଏବେ କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ସା˚ପ୍ରତିକ ସମୟରେ ଏହି ‘ଅନ୍’ ଏବ˚ ‘ଅଫ୍’ ସହିତ ଆଉ ଗୋଟିଏ ଶବ୍ଦ ଯୋଡ଼ି ହୋଇଯାଇଛି। ତାହା ହେଲା ‘ଲାଇନ୍’। ଯଦିଓ ‘ଅନ୍ ଲାଇନ୍’ ଏବ˚ ‘ଅଫ୍ ଲାଇନ୍’ ଇଂେରଜୀ ଭାଷାରେ ବ୍ୟବହୃତ ଦୁଇଟି ପ୍ରଚଳିତ ଶବ୍ଦ ଏବ˚ ପାରିପାର୍ଶ୍ବିକ ପରିସ୍ଥିତି ଅନୁସାରେ ଭିନ୍ନ ଭିନ୍ନ ଅର୍ଥ ପ୍ରକାଶ କରେ। ବର୍ତ୍ତମାନ କିନ୍ତୁ ଏହାକୁ କେବଳ ଗୋଟିଏ ଅର୍ଥରେ ସମସ୍ତେ ବହୁଳ ଭାବରେ ବ୍ୟବହାର କଲା ଭଳି ମନେ ହେଉଛି। ତାହା ହେଲା ମୋବାଇଲ୍, ଲ୍ୟାପ୍ଟପ୍, କମ୍ପ୍ୟୁଟର, ଟେଲିଭିଜନ ଓ ଇଣ୍ଟରନେଟ୍ ମାଧୢମରେ ପରସ୍ପର ମଧୢରେ ଯୋଗାଯୋଗର ସମ୍ପର୍କକୁ ‘ଅନ୍ ଲାଇନ୍’ କୁହାଯାଉଛି। ଏହା ବ୍ୟତିରେକେ ଆଉ ଯାହା ସହିତ ବାସ୍ତବ ଜୀବନର ସମ୍ପର୍କ ସେ ସବୁ ହେଲା ‘ଅଫ୍ ଲାଇନ୍’। ତେଣୁ ଚାକିରିଆମାନେ ଛାତି ଫୁଲାଇ କହିବା ଆରମ୍ଭ କଲେଣି, ଆମର ‘ଅନ୍ ଲାଇନ୍’ ମାଧୢମରେ ‘ଵାର୍କ ଫ୍ରମ୍ ହୋମ୍’ ଅର୍ଥାତ୍ ଘରେ ରହି ଅଫିସ୍ କାମ ଚାଲୁ ରହିଛି। ସ୍କୁଲ ପିଲାଠାରୁ ଆରମ୍ଭ କରି ମହାବିଦ୍ୟାଳୟ ତଥା ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସଗର୍ବରେ କହୁଛନ୍ତି ଯେ ଆମର ମଧୢ ‘ଅନ୍ ଲାଇନ୍’ରେ କ୍ଲାସ୍ ଚାଲିଛି। ସାର୍ ଓ ମ୍ୟାଡାମ୍ମାନେ ବିନା ପ୍ରଶିକ୍ଷଣରେ ମଧୢ ଅତି ଦକ୍ଷତାର ସହିତ ‘ଅନ୍ ଲାଇନ୍’ରେ ପାଠ ପଢ଼ଉଛନ୍ତି ଏବ˚ ପିଲାମାନେ ମଧୢ ଅତି ପ୍ରଗାଢ଼ତାର ସହ ପାଠକୁ ଗ୍ରହଣ କରି ପାରୁଛନ୍ତି। ସତେ ଯେପରି ସ୍କୁଲ କଲେଜରେ ଆଉ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ଶ୍ରେଣୀଗୃହ ଶିକ୍ଷାର ଆବଶ୍ୟକତା ନାହିଁ। ହୁଏତ ଏହା ବଡ଼ ସହରରେ ଭଲ ଭିତ୍ତିଭୂମି ଥିବା କିଛି ଶିକ୍ଷାନୁଷ୍ଠାନମାନଙ୍କର ସ୍ଥିତି ହୋଇଥାଇପାରେ, କିନ୍ତୁ ବିନା ଭିତ୍ତିଭୂମିରେ ଗାଁ ଗହଳି ତଥା ଛୋଟ ସହରରେ ରହୁଥିବା ଛାତ୍ରଛାତ୍ରୀମାନେ ଶିକ୍ଷା ଲାଇନ୍ରେ ‘ଅନ୍’ ଅଛନ୍ତି କି ‘ଅଫ୍’ ଅଛନ୍ତି ତାହା ସହଜେ ଅନୁମେୟ। ଅନ୍ୟପଟେ ରାଜନେତାମାନଙ୍କ ଠାରୁ ଆରମ୍ଭ କରି ବାବୁମାନଙ୍କ ପର୍ଯ୍ୟନ୍ତ ଗୁରୁ ମନ୍ତ୍ର ପ୍ରଦାନ ଠାରୁ ପ୍ରକଳ୍ପର ଶୁଭ ଉଦ୍ଘାଟନ ଯାଏ ‘ଅନ୍ ଲାଇନ୍’ରେ ଭାରି ବ୍ୟସ୍ତ।
କିନ୍ତୁ ଏହା ଭିତରେ କେତୋଟି ଗୁରୁତ୍ବପୂର୍ଣ୍ଣ ଲାଇନ୍ ଗୁଡ଼ିକ ‘ଅଫ୍’ ବା ନିଷ୍କ୍ରିୟ ହୋଇଗଲା ଭଳି ଲାଗୁଛି। ପ୍ରଥମତଃ ପାରିବାରିକ ଜୀବନରେ ଅନ୍ ଲାଇନର ବ୍ୟବହାର ଏତେ ମାତ୍ରାରେ ବଢ଼ିଯାଇଛି ଯେ, ପୁଅ ଅନ୍ ଲାଇନ୍ ପଢ଼ା ନାଁରେ ତାର ମନପସନ୍ଦ ଭିଡିଓ କିମ୍ବା ଗେମିି˚ ଦେଖିବାରେ ବ୍ୟସ୍ତ ଥିଲା ବେଳେ ଝିଅଟି ଅନ୍ ଲାଇନ୍ ଚାଟି˚ରେ ବ୍ୟସ୍ତ। ମା’ ରୋଷେଇ ଘରେ କିମ୍ବା ଘରକରଣାରେ ବ୍ୟସ୍ତ ଥିବା ବେଳେ ବାପା ‘ଵାର୍କ ଫ୍ରମ୍ ହୋମ୍’ରେ ବ୍ୟସ୍ତ। ଘରେ ରହୁଥିବା ଜେଜେବାପା ଓ ଜେଜେମା’ କିମ୍ବା ଅଜା ଆଈଙ୍କ ପାଇଁ କାହାର ବା ସମୟ ଅଛି! ବିଶେଷ କରି ବର୍ତ୍ତମାନ ପିଢ଼ିର। ପିଲାମାନଙ୍କର ବାପା ମା’ ମାନେ ଘରେ କିଭଳି ‘ଅଫ୍ ଲାଇନ୍’ର ଅନୁଭବ କରୁଛନ୍ତି, ତାହା ସେମାନେ ହିଁ ଭଲ ଭାବରେ କହିପାରିବେ। ଦ୍ବିତୀୟରେ, ସାଇ ପଡ଼ୋଶୀର ସମ୍ପର୍କ, କ୍ରମବର୍ଦ୍ଧିଷ୍ଣୁ ସହରୀକରଣ ଜୀବନ ମଧୢରେ ଏହି ଗୁରୁତ୍ବପୂର୍ଣ୍ଣ ଲାଇନ୍ଟି ସମ୍ପୂର୍ଣ୍ଣ ‘ଅଫ୍’ ହୋଇଗଲା ଭଳି ଲାଗୁଛି। ସହରୀ ଜୀବନରେ ପାଖ ପଡ଼ୋଶୀମାନଙ୍କ ସହ ସମ୍ପର୍କ ରଖିବାରେ ନା ଅଛି ଆଗ୍ରହ, ନା ଅଛି ସମୟ। ଫେସ୍ବୁକ୍, ଟୁଇଟର୍, ଇନଷ୍ଟାଗ୍ରାମ, ହ୍ୟାଟ୍ସଆପ୍ ଇତ୍ୟାଦି ସାମାଜିକ ଗଣମାଧୢମ ଦ୍ବାରା ବିଶ୍ବର କୋଣେ ଅନୁକୋଣେ ସମ୍ପର୍କ ସ୍ଥାପନ କରିବାର ଚେଷ୍ଟା ମଧୢରେ ନିକଟତମ ପଡ଼ୋଶୀ କିମ୍ବା ବନ୍ଧୁ କୁଟୁମ୍ବ ସହିତ ସମ୍ପର୍କର ଲାଇନ୍ଟା ‘ଅଫ୍’ ହୋଇଯାଉଛି। ପରିଶେଷରେ ସାମାଜିକ ସମ୍ପର୍କ ତଥା ଦାୟିତ୍ବର ଗୁରୁତ୍ବପୂର୍ଣ୍ଣ ଲାଇନ୍ଟା କିଭଳି ଆସ୍ତେ ଆସ୍ତେ ‘ଅଫ୍’ ହେଲା ଭଳି ଲାଗୁଛି। ଟେଲିଭିଜନ୍ରେ ଦେଖା ଯାଉଥିବା ଏକ ସଦ୍ୟତମ ବିଜ୍ଞାପନରୁ ଏହା ପ୍ରାଞ୍ଜଳ ଭାବେ ଅନୁଭବ କରିହେବ। ତାହା ହେଲା, ଗୋଟିଏ ପରିବାରରେ ବାପା ଘରୁ ବାହାରି ଇଲେକ୍ଟ୍ରିକ୍ ବିଲ୍, ପାଣି ବିଲ୍ ଦେବା ବାହାନାରେ ସମାଜର କିଛି ଲୋକଙ୍କ ସହ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିବା ବେଳେ ପୁଅଟି କହୁଛି, ବାପା ତୁମେ ବ୍ୟସ୍ତ ହୁଅନି। ମୁଁ ସେସବୁ ‘ଅନ୍ ଲାଇନ୍’ରେ ପେମେଣ୍ଟ କରିଦେବି। ଶେଷରେ ବାପା ବାଧୢ ହୋଇ କହୁଛନ୍ତି, ମୁଁ ବାରିକ ପାଖକୁ ଯାଉଛି ଖିଅର ହେବା ପାଇଁ।
ତେଣୁ ବର୍ତ୍ତମାନ ପରିପ୍ରେକ୍ଷୀରେ ସବୁଠାରୁ ବଡ଼ ଆବଶ୍ୟକତା ହେଉଛି, ଏକ ‘ହଟ୍ ଲାଇନ୍’ ବା ଉଷ୍ମ ସମ୍ପର୍କ- ସାହାଯ୍ୟ, ସହଯୋଗ, ସହଭାଗିତା, ସମ୍ବେଦନଶୀଳତା ଓ ସର୍ବୋପରି ‘ସର୍ବ ଜନ ହିତାୟ, ସର୍ବ ଜନ ସୁଖାୟ’ର ହଟ୍ ଲାଇନ୍- ଯାହାକି ଅନ୍ ଲାଇନ୍ ଓ ଅଫ୍ ଲାଇନ୍ର କ୍ରମବର୍ଦ୍ଧିଷ୍ଣୁ ଦୂରତ୍ବକୁ ଦୂର କରିପାରିବ।
ମୋ: ୯୮୬୧୧୨୪୨୦୨
[email protected]