ଅପପୁଷ୍ଟିର ଉପମହାଦେଶ

ଡାକ୍ତର ଜ୍ୟୋତିରଞ୍ଜନ ଚମ୍ପତିରାୟ

ଏହା ସତ ଯେ ଭାରତରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ଉତ୍ପାଦନ ହେଉଛି ଏବ˚ ବିଭିନ୍ନ ଗୋଦାମରେ ମହଜୁଦ ରହିଛି। ଏହା ସହିତ ଆମ ଦେଶରେ ଖାଦ୍ୟ ନିରାପତ୍ତା ଆଇନ ମଧ୍ୟ ରହିଛି। କିନ୍ତୁ ଏ ସବୁ ସତ୍ତ୍ବେ ଭାରତରେ ଅପପୁଷ୍ଟିର ହାର ବୃଦ୍ଧି ପାଇବାରେ ଲାଗିଛି। ଏହାର ଅଧିକ ଭାଗ ହେଉଛନ୍ତି ଶିଶୁ। ଶିଶୁଙ୍କ ପରେ ଆସିବେ ମହିଳା। ୨୦୧୯ର ଜାତୀୟ ଖାଦ୍ୟ ଏବ˚ ପୋଷଣ ସୁରକ୍ଷା ଆକଳନ ରିପୋର୍ଟ କହିଥାଏ ଯେ ୨୦୨୨ ସୁଦ୍ଧା ଭାରତରେ ଠିକ ଭାବେ ବିକଶିତ ହୋଇ ନ ଥିବା ଶିଶୁଙ୍କ ହାର ୩୧.୪%ରେ ପହଞ୍ଚିବ। ଏହି ରିପୋର୍ଟରୁ ଜଣାପଡ଼ିଛି ଯେ ଦେଶରେ ଖାଦ୍ୟ ନିରାପତ୍ତା ବୃଦ୍ଧି ପାଇଥିଲେ ସୁଦ୍ଧା ଶିଶୁ ଓ ମହିଳା ଅପପୁଷ୍ଟି ହାର କମିନାହିଁ। ଏଥି ଲାଗି ଶିଶୁ ଓ ମହିଳାମାନଙ୍କ ଠାରେ ଭିଟାମିନ ଏ, ଆଇରନ ବା ଲୌହ ଏବ˚ ଆୟୋଡିିନର ଅଭାବ ଦେଖିବାକୁ ମିଳୁଛି। ବର୍ତ୍ତମାନ ଭାରତୀୟ ଜନସ˚ଖ୍ୟାର ୩୦% ଅତ୍ୟଧିକ ଦାରିଦ୍ର୍ୟ କାରଣରୁ ଶରୀର ଲାଗି ଆବଶ୍ୟକ ହେଉଥିବା ପରିମାଣର କ୍ୟାଲୋରି ପାଇ ପାରୁ ନାହାନ୍ତି। ଦୈନିକ ଜଣେ ବ୍ୟକ୍ତି ୨୧୫୫ କିଲୋ କ୍ୟାଲୋରି ପାଇବା ଆବଶ୍ୟକ। କିନ୍ତୁ ଏହି ୩୦% ଭାରତୀୟ ଦୈନିକ ମାତ୍ର ୧୮୧୧ କିଲୋ କ୍ୟାଲୋରି ପାଇବାରେ ସକ୍ଷମ ହେଉଛନ୍ତି।

ଭାରତରେ କୁପୋଷଣର ଶିକାର ହୋଇ ଠିକଣା ରୂପେ ବିକଶିତ ହୋଇପାରୁ ନ ଥିବା ଶିଶୁଙ୍କ ହାର ବିହାରରେ ସର୍ବାଧିକ ଯାହା ୪୮% ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶରେ ଏହା ୪୬% ହୋଇଥିବା ବେଳେ କେରଳ ଓ ଗୋଆରେ ଏହା କମ୍‌ ଯଥା ୨୦% ବୋଲି ଜଣାପଡ଼ିଛି। ସେହିଭଳି ଅନୁସୂଚିତ ଜାତିରେ ୪୨.୫% ଏବ˚ ଅନୁସୂଚିତ ଜନଜାତି ବର୍ଗରେ ୪୩.୬% ଶିଶୁ କୁପୋଷଣର ଶିକାର ହେଉଛନ୍ତି। ଜଣାପଡ଼ିଛି ଯେ ପାଞ୍ଚ ବର୍ଷରୁ କମ୍‌ ବୟସର ଶିଶୁଙ୍କ ମୃତ୍ୟୁର ଏକ ତୃତୀୟା˚ଶ ଅପପୁଷ୍ଟିଜନିତ। ଜନ୍ମ ଲାଭ କରିବାର ପ୍ରଥମ ବର୍ଷରେ ଯେଉଁ ପୌଷ୍ଟିକତା ଓ ପୋଷଣ ମିଳିଥାଏ ତାହା ଜୀବନ ଯାକର ସ୍ବାସ୍ଥ୍ୟ ଓ ନିରାମୟତା ପାଇଁ ଅତି ଜରୁରୀ। ଶିଶୁ ଅବସ୍ଥାରେ ମାଆର ସ୍ତନ୍ୟପାନ ଠାରୁ ଅଧିକ ମୂଲ୍ୟବାନ ଉପହାର ଆଉ କିଛି ନାହିଁ। ଶିଶୁର ପ୍ରଥମ ୪ରୁ ୬ ମାସ ମସ୍ତିଷ୍କ ବୃଦ୍ଧି ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ସମୟ। ଏଥିଲାଗି ମାତୃସ୍ତନ୍ୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ।

ପିଲା ନିୟମିତ ଭାବେ ଶ୍ବେତସାର ସମୃଦ୍ଧ ଖାଦ୍ୟ, ଫଳ, ପନିପରିବା, ଦୁଗ୍‌ଧଜାତ ସାମଗ୍ରୀ, ମାଛ, ମା˚ସ, ଅଣ୍ତା, ମଞ୍ଜିଜାତୀୟ ଖାଦ୍ୟ, କୋଳି, ବାଦାମ ଆଦି ଖାଇବା ଜରୁରୀ। କିନ୍ତୁ ଦରିଦ୍ର ପରିବାରରେ ଏଭଳି ଖାଦ୍ୟ ପାଇବା ସମ୍ଭବ ହୋଇ ନ ଥାଏ। ଯଦିଓ ଜନ୍ମ ହେବା ପରେ ଶିଶୁଙ୍କୁ ପ୍ରଥମ ୬ ମାସ ପର୍ଯ୍ୟନ୍ତ ମାତୃ ସ୍ତନ୍ୟପାନ କରାଇବା ସବୁଠାରୁ ଅଧିକ ଜରୁରୀ, ଆମ ଦେଶର ମା’ମାନେ ମଧୢ ପୌଷ୍ଟିକତାର ଅଭାବରୁ ଅନେକ ସମୟରେ ସ୍ତନ୍ୟ ଦାନ ଲାଗି ଉପଯୁକ୍ତ ହୋଇ ନ ଥାଆନ୍ତି। ଏବେ ଯଦିଓ ଅଙ୍ଗନବାଡ଼ିରେ ଗ୍ରାମାଞ୍ଚଳର ଶିଶୁମାନଙ୍କ ପୁଷ୍ଟି ସାଧନ ଲାଗି ଛତୁଆ ଆଦି ଦିଆଯାଉଛି, ତାହା ଯଥେଷ୍ଟ ନୁହେଁ। ତେବେ ଗାଁ ଗହଳିରେ ଘରବାଡ଼ିରେ ହେଉଥିବା ପନିପରିବା ବା ଫଳ ମଧୢ ଶିଶୁମାନଙ୍କ ଲାଗି ଉପଯୁକ୍ତ ଖାଦ୍ୟ ହୋଇପାରିବ, ଯଦି ଗ୍ରାମାଞ୍ଚଳର ଲୋକେ ଏ ବାବଦରେ ଉପଯୁକ୍ତ ଜ୍ଞାନ ପାଇବେ। ତେଣୁ ଏ ବାବଦରେ ଗ୍ରାମାଞ୍ଚଳର ଲୋକଙ୍କୁ ଜଣାଇବା ସହିତ ସେମାନଙ୍କୁ ଅପପୁଷ୍ଟି ବାବଦରେ ସଚେତନ କରାଇବାକୁ ହେଲେ ଅଙ୍ଗନବାଡ଼ିର କର୍ମଚାରୀମାନଙ୍କୁ ମଧୢ ତାଲିମ ଦିଆଯିବା ଦରକାର ଯେମିତି ସେମାନେ ପରିପାର୍ଶ୍ବରେ ଉପଲବ୍‌ଧ ବିଭିନ୍ନ ଶସ୍ୟ, ପନିପରିବା, ଫଳ ଓ ମଞ୍ଜିକୁ ସନ୍ତୁଳିତ ଭାବେ ପିଲାମାନଙ୍କ ଖାଦ୍ୟରେ ବ୍ୟବହାର କରିବାକୁ ଅଭିଭାବକମାନଙ୍କୁ ସଚେତନ କରାଇପାରନ୍ତେ ଏବ˚ ଏହା ଜରିଆରେ ଶିଶୁମାନଙ୍କ ଲାଗି ଏକ ସୁନ୍ଦର ଭବିଷ୍ୟତ ଗଢ଼ିବା ଦିଗରେ ଆପଣା ଭୂମିକା ନିର୍ବାହ କରିପାରେନ୍ତ ।

(ଜାତୀୟ ପୁଷ୍ଟି ସପ୍ତାହ ଉପଲକ୍ଷେ)

ସହଯୋଗୀ ପ୍ରଫେସର, ଶିଶୁ ବିଭାଗ, ଶିଶୁଭବନ, କଟକ
ମୋ- ୯୪୩୭୧୨୪୦୭୪
[email protected]

ସମ୍ବନ୍ଧିତ ଖବର

Comments are closed.