ନ୍ୟାସନାଲ୍ କ୍ରାଇମ୍ ରେକର୍ଡ ବ୍ୟୁରୋ-୨୦୧୯ ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୮ ମସିହା ତୁଳନାରେ ଆତ୍ମହତ୍ୟା ସଂଖ୍ୟା ୩.୪% ବୃଦ୍ଧି ପାଇ ୧,୩୯,୧୨୩ ଜଣଙ୍କ ଜୀବନ ନେଇଥିଲା। ସଂଖ୍ୟା ଦୃଷ୍ଟିରୁ ଦେଖିଲେ ମହାରାଷ୍ଟ୍ରରେ ସର୍ବାଧିକ ୧୮,୯୧୬ ଜଣ ଆତ୍ମହତ୍ୟା କରିଥିବା ବେଳେ ଏହା ପଛକୁ ତାମିଲନାଡୁ ଓ ପଶ୍ଚିମବଙ୍ଗରେ ଯଥାକ୍ରମେ ୧୩,୪୯୩ ଓ ୧୨,୬୬୫ ଜଣ ଆତ୍ମହତ୍ୟା କରିଥିଲେ। ତେବେ ଆତ୍ମହତ୍ୟା ହାର ଦୃଷ୍ଟିରେ ଦେଖିଲେ କେରଳର କୋଲ୍ଲମ ସହରରେ ଏହା ସର୍ବାଧିକ ରହିଛି। ଏଠାରେ ପ୍ରତି ଏକ ଲକ୍ଷ ଜନସଂଖ୍ୟାରେ ଗତ ବର୍ଷ ୪୧.୨ ଜଣ ଆତ୍ମହତ୍ୟା କରିଛନ୍ତି। ଜାତୀୟ ସ୍ତରରେ କେରଳର ଆତ୍ମହତ୍ୟା ହାର ହେଉଛି ୨୪.୩% ଯାହା ଦେଶରେ ପଞ୍ଚମ ସର୍ବାଧିକ। ଏନ୍ସିଆର୍ବି ତଥ୍ୟ ଅନୁଯାୟୀ ୨୦୧୯ରେ କୋଲ୍ଲମରେ ସମୁଦାୟ ୪୫୭ ଜଣ ଆତ୍ମହତ୍ୟା କରିଥିଲେ। କୋଲ୍ଲମରେ ଆତ୍ମହତ୍ୟାର ସର୍ବାଧିକ କାରକ ହେଉଛନ୍ତି ପାରିବାରିକ କଳହ (୧୫୦)। ତା’ ପରକୁ ଆସିବ ମାନସିକ ରୋଗ (୧୩୦)। ସେମିତି ବିଭିନ୍ନ ରୋଗରେ ୭୬ ଜଣ, ପ୍ରେମରେ ଭୁଲ ବୁଝାମଣା ବା ବିଫଳତା ପାଇଁ ୨୬ ଜଣଙ୍କର ଆତ୍ମହତ୍ୟାରେ ଜୀବନ ଯାଇଛି। କେରଳକୁ ସର୍ବଦା ଏକ ଉଚ୍ଚ ଶିକ୍ଷିତ ଓ ଉତ୍ତମ ସ୍ବାସ୍ଥ୍ୟ ସେବାର ରାଜ୍ୟ ଭାବେ ଗଣାଯାଉଥିଲେ ହେଁ ଆତ୍ମହତ୍ୟାର କ୍ରମବର୍ଦ୍ଧିଷ୍ଣୁ ହାର ସକାଶେ ସାମାଜିକ କର୍ମୀମାନେ କେରଳ ସରକାରଙ୍କ ମାନସିକ ସ୍ବାସ୍ଥ୍ୟ ପ୍ରତି ଅବହେଳାତ୍ମକ ଆଭିମୁଖ୍ୟକୁ ଦାୟୀ କରୁଛନ୍ତି। ଲକ୍ଡାଉନ୍ ଜନିତ ବିଷାଦ ଓ ବେକାରି ଆଗାମୀ ସମୟରେ ଏଥିରେ ଆହୁରି ବୃଦ୍ଧି ଆଣିପାରେ ବୋଲି ଅନୁମାନ କରାଯାଉଛି। ଲୋକମାନଙ୍କୁ ଏଭଳି ଚରମ ନିଷ୍ପତ୍ତି ନେବାରୁ ଦୂରେଇ ରଖିବାକୁ ହେଲେ ଅଧିକ ମାନସିକ ବିଶେଷଜ୍ଞଙ୍କ ସହାୟତା ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଥାଆନ୍ତି।
ଆତ୍ମହତ୍ୟାର ସହର କୋଲ୍ଲମ
ଝରକା
/sambad/media/post_attachments/wp-content/uploads/2019/09/suicide-hanging-knot-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)