ନେତୃତ୍ବ କହିଲେ ସାଧାରଣତଃ ରାଜନୀତି, ଯୁଦ୍ଧନୀତି, ବିଦ୍ରୋହ- ବୌଦ୍ଧିକ, ନୈତିକ ଓ ରାଜନୀତିକ- ଧର୍ମ ନୈତିକତାରେ ଲୋକେ ନେତୃତ୍ବ ଖୋଜନ୍ତି। କୌଣସି ରୋଗର ପ୍ରତିଷେଧକ ବ୍ୟବସ୍ଥା ପାଇଁ ଏକ ବୈଜ୍ଞାନିକ ନେତୃତ୍ବ ମଧୢ ଦଳଗତ ଗବେଷଣା ପାଇଁ ଆବଶ୍ୟକ ଜଣାପଡ଼େ। ସାମାଜିକ ସ˚ସ୍କାର ପାଇଁ ମଧୢ ନେତୃତ୍ବ ସ୍ବୀକାର କରାଯାଏ। ଯେ କୌଣସି ଆନ୍ଦୋଳନରେ ମଧୢ ନେତୃତ୍ବ ଗୁରୁତ୍ବପୂର୍ଣ୍ଣ ହୋଇପଡ଼େ। କିନ୍ତୁ ସାହିତ୍ୟରେ ନେତୃତ୍ବ ସହଜରେ ବୋଧଗମ୍ୟ ହୁଏ ନାହିଁ। ହିମାଳୟ ଶିଖର ଚଢ଼ିବା ପାଇଁ ଗୋଟିଏ ଦଳରେ ନେତୃତ୍ବର ଆବଶ୍ୟକତା ରହିଛି। ଖେଳ ପଡ଼ିଆରେ ନେତୃତ୍ବ ଲକ୍ଷ୍ୟ କରାଯାଇପାରେ। ଫୁଟ୍‌ବଲ୍, କ୍ରିକେଟ୍‌ରୁ ଆରମ୍ଭ କରି କବାଡ଼ି ପର୍ଯ୍ୟନ୍ତ ନେତୃତ୍ବ ସ୍ବୀକାର କରାଯାଇପାରେ। ଜାହାଜର କପ୍ତାନ୍‌ ପରି କର୍ପୋରେଟ୍‌ ମାନଙ୍କରେ ମଧୢ ନେତୃତ୍ବ ଦେଖାଯାଏ। ଯେତେ ପ୍ରକାର ପରିଚାଳନା ରହିଛି ସବୁଥିରେ ଏକ ନେତା ଆବଶ୍ୟକ। ସିନେମା, ଥିଏଟର, ଅର୍କେଷ୍ଟ୍ରା, ଏପରିକି ନୃତ୍ୟ ସଙ୍ଗୀତରେ ଜଣେ ନିର୍ଦ୍ଦେଶକ କାମ୍ୟ। ପରିବାରରେ ବାହାଘରଟିଏ କିମ୍ବା ଜନ୍ମ ମୃତ୍ୟୁ ଉତ୍ସବ-ବିଚ୍ଛେଦ ପାଳନ ପାଇଁ ମଧୢ ଏକ ନେତା ବା ଅଗ୍ରଣୀ ଆବଶ୍ୟକ। ପରିବାର ଓ ସାଧାରଣ ବଣଭୋଜି ପରିଚାଳନା ପାଇଁ ମଧୢ ଜଣେ ଅଘୋଷିତ ନେତା ରହେ। ଅର୍ଥାତ୍‌ ଜଣେ ବ୍ୟକ୍ତିର ପରିକଳ୍ପନା, ପରିଚାଳନା ଓ ନିୟନ୍ତ୍ରଣ ଉପରେ ଗୋଟିଏ ଅନୁଷ୍ଠାନ, ପୀଠ ବା କାର୍ଯ୍ୟର ସଫଳତା ନିର୍ଭର କରେ। ତେଣୁ ପ୍ରଥମେ ନେତୃତ୍ବର ପରିଭାଷାକୁ ବୁଝିବାକୁ ହେବ।

Advertisment

ନେତାର ପ୍ରଥମ ଗୁଣ ହେଲା ତାର ଭିଜନ୍‌ ବା ମାନସଚିତ୍ର ଓ ତାର ସଠିକ୍‌ ଅବଧାରଣା। ରାଜନୀତିରେ ଏହି ଦୃଷ୍ଟି-ଦର୍ଶନ ଏକ ବୈଶ୍ବିକ ସନ୍ତୁଳନର ପରିମିତି ମଧୢରେ ଗୋଟିଏ ରାଷ୍ଟ୍ର ବା ରାଜ୍ୟର ଭବିଷ୍ୟତ କଳ୍ପନା। ନେତୃତ୍ବ ସବୁବେଳେ ଭବିଷ୍ୟତ ଅର୍ଥାତ୍‌ ଆଗାମୀ ସମୟ ପାଇଁ ଉଦ୍ଦିଷ୍ଟ। ନେତାର ଦର୍ଶନ ଏକ ସ୍ଥିର ଚିତ୍ର ନୁହେଁ। ଏହା ସମୟ-ବାସ୍ତବ ପରିପ୍ରେକ୍ଷୀରେ ଓ ବିଶ୍ବର କ୍ରମ ପରିବର୍ତ୍ତନ ପରିପ୍ରେକ୍ଷୀରେ ଚଳଚଞ୍ଚଳ। ଯେଉଁ ନେତା ଦେଶର ଉପସ୍ଥିତ ସମ୍ବଳ ଓ ଭବିଷ୍ୟତର ସମ୍ଭାବିତ ସମ୍ବଳର ସଫଳ ପରିଚାଳନା କରେ, ସେ ସଫଳତା ପାଏ। ଏହି ସମ୍ବଳ କେବଳ ଧନ ନୁହେଁ। ଏହା ଧନ, ଧନାଗମ ପରିଯୋଜନା, ଶିକ୍ଷା-ପ୍ରଶିକ୍ଷଣ-ଗବେଷଣାଲବ୍‌ଧ ଜ୍ଞାନବିସ୍ତାର ସହିତ ନୂତନ ବୈଷୟିକ ଦକ୍ଷତା ବିକାଶ ଏବ˚ ଜନସ˚ଖ୍ୟାର ବାସ, ବସ୍ତ୍ର, ଖାଦ୍ୟ, ଗମନାଗମନ, ପରିବହନ, ଯୋଗାଯୋଗ, ବ୍ୟକ୍ତି-ଗୋଷ୍ଠୀର ଧର୍ମ ଧାରଣା, ନୈତିକତା ପ୍ରଭୃତିର ସମନ୍ବିତ ଚିତ୍ର। ଏହି ସମ୍ବଳର ପରିଚାଳନା ଓ ଅଭିବୃଦ୍ଧି ପାଇଁ ଯିଏ ଆଗାମୀ ଭବିଷ୍ୟତର ଦୃଶ୍ୟଚିତ୍ର ବାଢ଼ିପାରେ ଏବ˚ କରି ଦେଖାଇବାର ବିଶ୍ବାସ ସୃଷ୍ଟି କରିପାରେ ସେ ହିଁ ନେତା ହୋଇପାରେ। ସର୍ବୋପରି ଯେଉଁ ବ୍ୟକ୍ତି ନିଜର ସ୍ବାର୍ଥକୁ ଜଳାଞ୍ଜଳି ଦେଇ ରାଷ୍ଟ୍ର, ଗୋଷ୍ଠୀ କିମ୍ବା କ୍ଷେତ୍ର ସ୍ବାର୍ଥକୁ ଆପଣାଏ ସେ ହିଁ ନେତା। ଏପରି ନେତା କ୍ଷେତ୍ରଜ୍ଞ, ରାଷ୍ଟ୍ରଜ୍ଞ ଏବ˚ ତାର କଥା କହିବାର ଶକ୍ତି ଅନ୍ୟମାନଙ୍କ ଠାରୁ ବେଶି। ସେ ତାର ରାଷ୍ଟ୍ରୀୟ ଆଦର୍ଶ ସ୍ପଷ୍ଟ ଭାବରେ ବୁଝାଇପାରେ। ଓଜସ୍ବିନୀ ଭାଷଣ ଦେଇ ଲୋକଙ୍କୁ ମନ୍ତ୍ରମୁଗ୍‌ଧ କରିପାରେ କିନ୍ତୁ ଭାଷଣ ସର୍ବସ୍ବ ନୁହେଁ। ସେ ଯାହା କହେ, ଯାହା ପ୍ରତିଶ୍ରୁତି ଦିଏ, ତାହା ପାଳନ କରେ। କଥା-ଚିନ୍ତା-କର୍ମର ସମନ୍ବିତ ଏକାଗ୍ରତା ତାର ଶ୍ରେଷ୍ଠ ପରିଚୟ। ଲୋକଙ୍କର ଆଗାମୀ ଭବିଷ୍ୟତ ପାଇଁ ସେ ଯେଉଁ ଯୋଜନା ପ୍ରସ୍ତୁତ କରେ ତାହା କଳ୍ପନାର ସ୍ବର୍ଗ ନୁହେଁ, ଏକ ବାସ୍ତବ ରେଖାଚିତ୍ର। ନେତାର ନାୟକପଣ, ବାକ୍‌ପଟୁତା, କାର୍ଯ୍ୟାନୁରାଗ, ସହନଶୀଳତା, ନିଃସ୍ବାର୍ଥସେବା ତାକୁ ନେତା ପଦରେ ବସାଏ ଲୋକଙ୍କ ମନରେ ଏବ˚ ଆସନରେ।

ନେତୃତ୍ବର ଏହି ଆଦର୍ଶର ଅନେକ ବାସ୍ତବ ରୂପ ଇତିହାସରେ ଲକ୍ଷ୍ୟ କରାଯାଏ। କିନ୍ତୁ ଏପରି ନେତୃତ୍ବ ସାହିତ୍ୟ କ୍ଷେତ୍ରରେ ଅସମ୍ଭବ ଓ ଅନାବଶ୍ୟକ ମଧୢ। ବିଶ୍ବର ପ୍ରାୟ ପ୍ରତ୍ୟେକ ସ˚ସ୍କୃତିର ସାହିତ୍ୟ କ୍ଷେତ୍ରରେ କୌଣସି ନେତୃତ୍ବ କେହି ନେଇନାହିଁ ଯେହେତୁ ଏପରି ନେତୃତ୍ବ ସମ୍ଭବ ନୁହେଁ। ଯଦି ଜଣେ ସ୍ରଷ୍ଟା ଲୋକଙ୍କ ମନରେ ପ୍ରଭାବ ବିସ୍ତାର କରିପାରେ, ସେ ହୁଏତ ପୂଜ୍ୟ ହୁଏ। ପ୍ରତ୍ୟେକ ଲୋକର ଆତ୍ମାର ଝଙ୍କାର ହୋଇପାରେ- ହଁ ହୋଇପାରେ କିନ୍ତୁ ସେଥିରେ ବି ଅନେକ ପ୍ରତିବାଦୀ, କୁତ୍ସାରଟନାକାର, ନିନ୍ଦୁକ ରହିବେ। କାରଣ ସାହିତ୍ୟ କ୍ଷେତ୍ରରେ ପ୍ରତ୍ୟେକ ସ୍ରଷ୍ଟା ନିଜକୁ ମହାନାୟକ ଭାବେ। ସମସ୍ତ ଜନତାର ବା ଜାତିର ଆନୁଗତ୍ୟ ଓ ପ୍ରଶ˚ସା ଦାବି କରେ। ଉପେନ୍ଦ୍ର ଭଞ୍ଜଙ୍କ ପରି ଧନ୍ୟ କବିଙ୍କ ମୁଣ୍ତରେ ମୋ ପାଦ ବୋଲି ଲେଖିପାରେ କଳାକାରର ଅହ˚କାରରେ। ଭବଭୂତି ଓ କାଳିଦାସ ସମସାମୟିକ କି ନୁହନ୍ତି ତାହା ପ୍ରମାଣ ସାପେକ୍ଷ କିନ୍ତୁ ଜନଶ୍ରୁତିରେ ରହିଛି ଯେ ଭବଭୂତି କାଳିଦାସଙ୍କ ପ୍ରଶ˚ସା ପାଇଁ ଅନେକ ମିଥ୍ୟାଭିନୟ ମଧୢ କରିଥିଲେ। ରବୀନ୍ଦ୍ର ନାଥଙ୍କ ଠାରୁ ପ୍ରଶ˚ସା ପାଇବା ପାଇଁ ନଜରୁଲ୍‌ ଇସଲାମ୍‌ ଟାଗୋର‌୍‌ଙ୍କ ଘରେ ପ୍ରବେଶ କରି ଦାବି କରିଥିଲେ ବୋଲି କୁହାଯାଏ। ଅର୍ଥାତ୍‌ ପ୍ରତ୍ୟେକ କବି ଲୋକଙ୍କ ହୃଦୟରେ ଉଚ୍ଚାସନ ପାଇଁ ଏବ˚ ରାମ-କୃଷ୍ଣ ପରି (ବ୍ୟାସ-ବାଲ୍ମୀକି ନୁହନ୍ତି) ପର୍ବପର୍ବାଣି, ଲୋକଗୀତ, ଜୀବନ ସଙ୍ଗୀତରେ ଯୁଗ ଯୁଗ ବଞ୍ଚିଲା ପରି ଆତ୍ମାନୁରାଗୀ ହୁଏ। ନିଜର ପ୍ରଶ˚ସା ବ୍ୟତୀତ ଅନ୍ୟ କିଛି ଶୁଣିବା ପାଇଁ ମଧୢ ଚାହେଁ ନାହିଁ। ବିଶ୍ବ ସାହିତ୍ୟରେ ଜଣେ କବି ଜୀବିତାବସ୍ଥାରେ କିଛି ପାଏ ନାହିଁ। ଦାନ୍ତେ ଜେଲ୍‌ରେ ଜୀବନ କାଟିଥିଲେ। ହୋମର‌୍‌ ଅନ୍ଧ ହୋଇ ବୁଲୁଥିଲେ। ଓଡ଼ିଆ କବିମାନେ ରାଜକୃପାରେ ଜୀବନ ସାର୍ଥକ ମଣୁଥିଲେ। ସେତିକି ମଧୢ ସାରଳା ଦାସ କି ପଞ୍ଚସଖାମାନେ ପାଇଛନ୍ତି ବୋଲି ପ୍ରତ୍ୟୟ ଆସୁନାହିଁ। କିନ୍ତୁ ସାହିତ୍ୟ ପୃଷ୍ଠପୋଷକତା (ଅଗ୍ରପୋଷକତା ମଧୢ) ବିନା ତିଷ୍ଠି ପାରେ ନାହିଁ। ବାସ୍ତବରେ ପାଠକଶ୍ରେଣୀ ହିଁ ସାହିତ୍ୟିକ ଅଗ୍ର-ପୃଷ୍ଠପୋଷକ। ବି˚ଶ ଶତାବ୍ଦୀ ଶେଷ ପର୍ଯ୍ୟନ୍ତ ପାଠକ ନିଜେ କେଉଁ ନାନ୍ଦନିକ ଆନନ୍ଦ ଚାହେଁ ଠିକ୍‌ ବୁଝି ପାରୁ ନ ଥିଲା। ଶିକ୍ଷା, ବିଶେଷ ଭାବେ ଆଧୁନିକ ବୈଜ୍ଞାନିକ ଶିକ୍ଷା ପଦ୍ଧତି ପ୍ରଣୋଦିତ ପିଢ଼ିମାନେ ଶିକ୍ଷାକୁ ବିଶ୍ବ ଓ ମଣିଷ ମଧୢରେ ମଧୢସ୍ଥିର ଭୂମିକା ଦେଇଛନ୍ତି। ଯାହା ଫଳରେ ମିଥ୍‌ ପ୍ରତି ଲୋକଙ୍କର ଦୃଷ୍ଟି ବଦଳି ଯାଇଛି। ଯେଉଁ ବାସ୍ତବତା ଆଜିର ପିଢ଼ିମାନେ ଭୋଗ କରୁଛନ୍ତି ସେହି ବାସ୍ତବତା ଓ ତାର ରୂପ ଚିତ୍ରଣ ସହ ନୂଆ ବାସ୍ତବର ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ସେମାନେ ଆଶା କରନ୍ତି ନୂଆ ମନ୍ତ୍ର। ଭକ୍ତି, ସମର୍ପଣ କିମ୍ବା ସ୍ବପ୍ନ ସ୍ବର୍ଗ କଳ୍ପନା ସେମାନେ ଆଜିର ସାହିତ୍ୟିକ ପାଖରୁ ଆଶା କରନ୍ତି ନାହିଁ। ୧୯୨୨ରେ ଟି.ଏସ୍‌.ଇଲିଅଟ୍‌ଙ୍କ ‘ଦ’ େଵଷ୍ଟ ଲ୍ୟାଣ୍ତ’ ପ୍ରକାଶ ପାଇଲା ପରେ ବିଶ୍ବରେ ଯେଉଁ ପାଠକୀୟ ଚହଳ ସୃଷ୍ଟି ହେଲା ତାର କାରଣ ହେଲା ପାଠକ ନିଜ ବାସ୍ତବତାର କାବ୍ୟଚିତ୍ର ପ୍ରଥମେ ଦେଖି ପାରିଲା। ଏହି ଚହଳ-ଆଗ୍ରହ ସବୁ ସ˚ସ୍କୃତିର ଭାଷାକୁ ପ୍ରଭାବିତ କଲା ଏବ˚ ସବୁ କବି ଇଲିଅଟ୍‌ଧର୍ମୀ କବିତା ଲେଖିଲେ। ଏହି ଦୃଷ୍ଟିରୁ ଇଲିଅଟ୍‌ଙ୍କୁ କାବ୍ୟନେତା-କାବ୍ୟନିର୍ଦ୍ଦେଶକ କୁହାଯାଇପାରେ। କିନ୍ତୁ ଇଲିଅଟ୍‌ ସେହି ଅଘୋଷିତ ନେତାର ଆସନରେ ନାହାନ୍ତି। କାରଣ ୧୯୬୦ ପରେ ପରେ ବିଶ୍ବ ଓ ବିଶ୍ବଜ୍ଞାନ ବଦଳି ଯାଇଛି। ସେହି ଭାବେ ୧୯୪୭ ଓ ୧୯୫୦ ପରେ ଭାରତ ତଥା ଓଡ଼ିଶାର ସା˚ସ୍କୃତିକ ବାତାବରଣ ବଦଳିଯିବା ସହ ଅଭିଳାଷ ଓ ମହତ୍ତ୍ବାକା˚କ୍ଷା ବଦଳି ଯାଇଛି। ବ୍ୟକ୍ତିର ଆତ୍ମବିଶ୍ବାସ ବଢ଼ିଛି। ତେଣୁ ଅନ୍ୟ ବ୍ୟକ୍ତିର ନେତୃତ୍ବ ଗ୍ରହଣ କରିବା ଲାଗି ସେ ସାଧାରଣତଃ ପ୍ରସ୍ତୁତ ନୁହେଁ। ଅଗ୍ରଣୀ ସାହିତ୍ୟିକମାନଙ୍କୁ ଆଜିର ପାଠକ ସମ୍ମାନ କରେ ଏବ˚ ସେମାନଙ୍କର ଶୈଳୀ, ଭାବସତ୍ତା ଓ ଦର୍ଶନର ଅନୁରାଗୀ ମଧୢ ହୁଏ। କିନ୍ତୁ ନେତୃତ୍ବ ପାଇଁ ଯେଉଁ ଗୁଣାବଳୀ ଯଥା ପ୍ରତିଭା, ଶ୍ରମ, ସାଧୁତା, ସ୍ବାଭିମାନ, ମାନବବୋଧ ଓ ସର୍ବୋପରି ଅନ୍ୟ ଲେଖକର ସ୍ବାଭିମାନକୁ ସ୍ବୀକାର କରିବାର ମହାନୁଭବତା ପ୍ରଭୃତି ଯଦି କେଉଁଠି ମିଳେ ଯୁବ ଲେଖକ ସେହି ଶକ୍ତିର ନେତୃତ୍ବ ଅର୍ଥାତ୍‌ ଆଦର୍ଶ ଗ୍ରହଣ କରିପାରେ। କିନ୍ତୁ ଅନୁକରଣ କରେ ନାହିଁ: ଯଦି କରେ ସେ ଲେଖକ ନୁହେଁ। ପ୍ରତ୍ୟେକ ଲେଖକ ତାର ନିଜ ଇଚ୍ଛାର ପୃଥିବୀ ଗଢ଼େ ତାର ଅନୁଭବର ଭାଷାରେ। ସେହି ପୃଥିବୀ ଯଦି ଅନ୍ୟ ପାଠକ ବା ଲେଖକର ଗ୍ରହଣୀୟ ହୁଏ, ସେ ପ୍ରଭାବିତ ହୁଏ। ମୂଳ ଲେଖକ ପ୍ରଭାବଶାଳୀ ହୁଏ।

ଓଡ଼ିଆ ସାହିତ୍ୟରେ ସାରଳା ଦାସ, ଜଗନ୍ନାଥ-ବଳରାମ ପ୍ରଭୃତି ଅଶେଷ ପ୍ରଭାବ ବିସ୍ତାର କରିଥିଲେ ଓଡ଼ିଆର ମନପ୍ରାଣ ଆଚରଣରେ। କିନ୍ତୁ ଆଜି ନୂତନ ଶିକ୍ଷା ଓ ପରିବର୍ତ୍ତିତ ବିଶ୍ବ ପରିପ୍ରେକ୍ଷୀରେ ସେମାନେ ପଠନୀୟ କିନ୍ତୁ ପ୍ରାୟ ଗ୍ରହଣୀୟ ନୁହନ୍ତି। କାରଣ ଆଜିର ବିଶ୍ବ କୌଣସି ଭଗବାନ ଓ ଆକ୍ଷେପିତ ନୈତିକତା ଦ୍ବାରା ପରିଚାଳିତ ନୁହେଁ। ଡେକାର୍ଟ କହିଲା ପରି: ମୁଁ ପ୍ରଶ୍ନ କରେ, ତେଣୁ ମୁଁ ଏକ ସ୍ବତନ୍ତ୍ର ସତ୍ତା। ଏହି ସ୍ବତନ୍ତ୍ର ସତ୍ତା ଯେଉଁ ନିୟାମକ ସନ୍ଧାନ କରେ ତାହା ତାର ଇଚ୍ଛା-ଅଭିଳାଷର ଅନୁରୂପ ହେବାକୁ ପଡ଼ିବ। ନଚେତ୍‌ ସେ ନିଜର ନିୟମ-ନୈତିକତା ଗଢ଼ିବ। ସଚ୍ଚି ରାଉତରାୟ ନିଶ୍ଚିତ ଭାବେ ଏକ ପ୍ରକାର ନୂତନ ବିଶ୍ବର ଆଭାସ ଦେଇଥିଲେ। କିନ୍ତୁ ଧାର୍ମିକ ପ୍ରଗତି ଆସିବା ପରେ ଓ ଶିକ୍ଷା ଗଭୀର ମାନସ ଆନ୍ଦୋଳନ ସୃଷ୍ଟି କରିବା ପରେ ତାହାର ବିସ୍ତାର ବଳୟ ସ˚କୁଚିତ ହେଲା। ଆଜିର ଅଗ୍ରଣୀ ଲେଖକମାନେ ନିଜର ଛୋଟିଆ ପୃଥିବୀର ଭାବଭାଷା ଓ ମହକ-ଗନ୍ଧ କଥା ଲେଖନ୍ତି। ନିଜ ଦର୍ପଣରେ ମୁଖବିଶ୍ବର ଛିଦ୍ର, ମସୃଣତା ଓ ବର୍ଣ୍ଣବିଭାର ମଳିନତା କଥା କୁହନ୍ତି। ବେଳେ ବେଳେ ସେହି ଦର୍ପଣ ପ୍ରତିଫଳିତ ଝାପ୍‌ସା ବିଶ୍ବର ଚିତ୍ରକଳ୍ପକୁ ନିଜ ଆତ୍ମହୀନ ଅନୁଭୂତିରେ ମିଶାଇ ଦାବି କରନ୍ତି ସେମାନଙ୍କର ବିଶ୍ବଦୃଷ୍ଟି। ତେଣୁ ନୂତନ ପିଢ଼ିର ଲେଖକ ସେମାନଙ୍କୁ ଅଗ୍ରଣୀର ସମ୍ମାନ ଦିଏ କିନ୍ତୁ ସେମାନଙ୍କର ନେତୃତ୍ବ ସ୍ବୀକାର କରିପାରେ ନାହିଁ। ଆଜିର ପିଢ଼ି ବିଶ୍ବ ସାହିତ୍ୟ, ସଙ୍ଗୀତ, କୃତି ଏବ˚ ରାଜନୀତିର ଜଟିଳତାରେ ନିଜର ସାର୍ଥକତା ଖୋଜେ ତାର ନିଜ ବିଶ୍ବାସ ସୃଷ୍ଟି କରି। ତେବେ ସେ କାହିଁକି କାହାର ନେତୃତ୍ବ ସ୍ବୀକାର କରିବ? ତା’ଛଡ଼ା ଏହି ଅଗ୍ରଣୀମାନେ ଓଡ଼ିଶା ବାହାରକୁ ଗଲେ ଓଡ଼ିଆ ସାହିତ୍ୟର କଥା କୁହନ୍ତି ନାହିଁ। ନିଜର ଅବଦାନ ଓ ସେମାନେ କିପରି ବିଶ୍ବ ମଞ୍ଚରେ ଅନ୍ୟମାନଙ୍କର ସମକକ୍ଷ ସେହି କଥା କୁହନ୍ତି। ସରକାର, ଏକାଡେମୀ ଓଡ଼ିଶା ପାଇଁ ଏକ ସାହିତ୍ୟିକ ଆଦର୍ଶ ସୃଷ୍ଟି କରିବା ପାଇଁ ପ୍ରୋତ୍ସାହନ ଦିଅନ୍ତି। କିନ୍ତୁ ସାହିତ୍ୟ ଏପରି ଏକ ସୃଷ୍ଟି ଯେଉଁଠି ସ୍ରଷ୍ଟା ନିଜେ ହିଁ ଭଗବାନ। ସେହି ଭଗବାନ ନିଜ ସୃଷ୍ଟିରେ ଅନ୍ୟ ଭଗବାନଙ୍କୁ କିପରି ଆସନ ଦେବ? ପ୍ରକୃତରେ ସାହିତ୍ୟରେ ପ୍ରଭାବ ରହିପାରେ କିନ୍ତୁ ନେତୃତ୍ବ ନେବା ପାଇଁ କେହି ଏ ପର୍ଯ୍ୟନ୍ତ ସମର୍ଥ ପ୍ରାୟ ହୋଇନାହାନ୍ତି।

ଚିତ୍ରକାବ୍ୟ, ଶିଶୁବିହାର, ଭୁବନେଶ୍ବର-୧୪
ମୋ:୯୪୩୮୮୦୩୬୨୩