ଆମିଷ ଆହାର ଉଚିତ କି?

ସ୍ୱାସ୍ଥ୍ୟ ଆଲୋଚନା - ଡାକ୍ତର ମଞ୍ଜୁଶ୍ରୀ ନାୟକ

ମନୁଷ୍ୟ ଆମିଷ ଭକ୍ଷଣ କରିବା ଉଚିତ କି? ଏଭଳି ପ୍ରଶ୍ନ ଅନେକ ପଚାରନ୍ତି। ତେବେ, କଥା ହେଲା ଉଭୟ ମଣିଷ ଓ ପଶୁପକ୍ଷୀ ପ୍ରାଣୀ ଜଗତ୍‌ର ଅ˚ଶ ହୋଇଥିବାରୁ ସେମାନଙ୍କର ଜୀବକୋଷ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ। ସେହି ଦୃଷ୍ଟିରୁ କୁହାଯାଇଥାଏ ଯେ ମଣିଷ ଅନ୍ୟ ପ୍ରାଣୀର ମାଂସକୁ ଭକ୍ଷଣ କରିବାର ଅର୍ଥ ସମାନ ଜୀବକୋଷକୁ ହଜମ କରିବାକୁ ଚେଷ୍ଟା କରିବା, ଯାହା ମଣିଷର ଶରୀର କରିବାକୁ ଚାହିଁ ନ ଥାଏ ଓ ଅନେକ ସମୟରେ ପ୍ରତ୍ୟାଖ୍ୟାନ କରିଥାଏ, ଯାହାର ପରିଣାମ ମଣିଷ ଶରୀରରେ ବିଭିନ୍ନ ଉପସର୍ଗ ମାଧୢମରେ କ୍ରମେ ଜଣାପଡ଼ିଥାଏ। ଦ୍ବିତୀୟ କଥା ହେଲା, ପ୍ରାଣୀଗୁଡ଼ିକୁ ବଧ କରାଯିବା ପୂର୍ବରୁ ସେମାନେ ଭୟାତୁର ହୋଇଯାଆନ୍ତି ଓ ବଞ୍ଚିବା ପାଇଁ ଚେଷ୍ଟା କରନ୍ତି। ଫଳରେ ସେମାନଙ୍କ ଶରୀରରେ ବିଷକ୍ରିୟା ସୃଷ୍ଟି ହୋଇଥାଏ। ସେହି ‘ଟକ୍‌ସିନ’ ବା ବିଷ ସେମାନଙ୍କ ମା˚ସ ଦେଇ ମଣିଷ ଶରୀରରେ ପ୍ରବେଶ କରେ। ଏହା ଶରୀରର ସାମୟିକ ପୁଷ୍ଟି ସାଧନ କରିଥାଏ ସତ; କିନ୍ତୁ, ଏହି ବିଷ ସ୍ନାୟୁ ମସ୍ତିଷ୍କର କୋଷଗୁଡ଼ିକୁ ଅଯଥାରେ ଉତ୍ତେଜିତ କରନ୍ତି। ଏହାଦ୍ବାରା ଦୃଷ୍ଟିଶକ୍ତି କମି ଯାଇପାରେ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇପାରେ। ବେଳେ ବେଳେ ଏହି ବିଷକ୍ରିୟାର ପ୍ରଭାବରେ ମାନବ ଶରୀରରେ ଜୀବକୋଷର ଦ୍ରୁତ ଓ ଅସ୍ବାଭାବିକ ବିଭାଜନ ହୋଇ ଟ୍ୟୁମର ସୃଷ୍ଟି ହୋଇପାରେ। ଆମିଷ ଆହାର ସ୍ନାୟୁକୁ ଉତ୍ତେଜିତ କରୁଥିବାରୁ ମନରେ କ୍ରୋଧ, ହି˚ସା ଓ ଅସହିଷ୍ଣୁତା ଆଦି ବୃଦ୍ଧି ପାଏ ବୋଲି ବିଶ୍ବାସ କରାଯାଉଛି।

ଗାଈ, ଗୋରୁ, ମେଣ୍ଢା ଠାରୁ ଆରମ୍ଭ କରି ଠେକୁଆ ବା ହରିଣଙ୍କ ଭଳି କ୍ଷୁଦ୍ର ପ୍ରାଣୀ ବା ହାତୀ ଭଳି ଅତି ବିଶାଳ ପ୍ରାଣୀ ସେମାନଙ୍କ ସମସ୍ତ ପୁଷ୍ଟି ଶାକାହାରରୁ ଆହରଣ କରନ୍ତି। ସେମାନେ ଯଦି ସେମାନଙ୍କ ଶକ୍ତି ବା ଚଞ୍ଚଳତା ଲାଗି ଆମିଷ ଲୋଡ଼ନ୍ତି ନାହିଁ, ତେବେ ବୁଝିବା ଦରକାର ଯେ ବଳଶାଳୀ ହେବା ଲାଗି ଆମିଷ ଆହାର ଅପରିହାର୍ଯ୍ୟ ନୁହେଁ। ସେହିଭଳି ବାଘ, ସି˚ହ ହୁଅନ୍ତୁ ବା କୁକୁର ବା ହେଟା ହୁଅନ୍ତୁ; ସେମାନେ ଆମିଷ ଖାଇ ହଜମ କରିବା ଲାଗି ଈଶ୍ବର ସେମାନଙ୍କ ଶରୀରର ଭିତର ଅ˚ଶକୁ ସେମିତି ଗଢ଼ିଛନ୍ତି। ଉଦାହରଣ ସ୍ବରୂପ ଆମିଷାଶୀ ପ୍ରାଣୀମାନେ ମା˚ସ ଭଲ ଭାବେ ଛିଣ୍ତାଇ ଓ ଚୋବେଇ ଖାଇବା ଲାଗି ସ୍ବତନ୍ତ୍ର ପ୍ରକାର ଦାନ୍ତ ଧାରଣ କରିଥାଆନ୍ତି। ଟିକିଏ ବଙ୍କା, ଲମ୍ବା ଓ ଗୋଜିଆ ‘କାନାଇନ୍‌’ ଦାନ୍ତ ବା ଶ୍ବାନଦନ୍ତ ସବୁ ଆମିଷ ଭକ୍ଷୀ ପଶୁଙ୍କର ଥାଏ। କିନ୍ତୁ ମଣିଷ ସେଭଳି ଦାନ୍ତ ଧରି ଜନ୍ମ ନେଇନାହିଁ। ମଣିଷର ଦାନ୍ତ ଶୃଙ୍ଖଳା ଶାକାହାରୀ ପ୍ରାଣୀଙ୍କ ଭଳି ହୋଇଥାଏ। ଏଥିରୁ ଆମେ ବୁଝିଯିବା ଦରକାର ଯେ ମଣିଷ ଆମିଷ ଆହାର କରିବା ଲାଗି ଗଢ଼ା ହୋଇନାହିଁ।

ଏବେ ବଡ଼ ବଡ଼ ଚିକିତ୍ସକ ଓ ବୈଜ୍ଞାନିକମାନେ ନିରାମିଷ ଆହାର ସପକ୍ଷରେ ଅନେକ ତଥ୍ୟଭିତ୍ତିକ ଗବେଷଣା ଲବ୍‌ଧ ମତ ଦେଉଥିବା ଦେଖାଯାଉଛି। ସେମାନେ ଜାଣିଲେଣି ଯେ ଅତ୍ୟଧିକ ମା˚ସାହାର ହୃଦ୍‌ଘାତ, କ୍ୟାନ୍‌ସର ବା ବୃକ୍କଜନିତ ରୋଗ ବୃଦ୍ଧିର କାରଣ। ସେଥିଲାଗି ଏବେ ନିରାମିଷ ଆହାର ଖାଉଥିବା ଲୋକଙ୍କ ସ˚ଖ୍ୟାରେ ବୃଦ୍ଧି ଘଟିବାରେ ଲାଗିଛି। କେବଳ ସ୍ବାସ୍ଥ୍ୟ ଦୃଷ୍ଟିରୁ ନୁହେଁ , ଜୀବେ ଦୟା ଭଳି ଏକ ପରମ ମାନବବାଦୀ ଭାବରେ ଉଦ୍‌ବୁଦ୍ଧ ହୋଇ ମଧୢ ଅନେକ ଲୋକ ଆମିଷ ଆହାର ପରିତ୍ୟାଗ କରୁଥିବା ଦେଖିବାକୁ ମିଳୁଛି।

ପ୍ରଫେସର ଓ ବିଭାଗୀୟ ମୁଖ୍ୟ, ନିଦାନ ବିଭାଗ, ପି.ଆର‌୍‌.ଏମ୍‌. ମେଡିକାଲ କଲେଜ, ବାରିପଦା
ମୋ: ୯୪୩୮୩୬୯୫୪୯

ସମ୍ବନ୍ଧିତ ଖବର