ଆମ ଦେଶରେ ଉତ୍ପାଦିତ ହସ୍ତତନ୍ତ ବସ୍ତ୍ରର ବିଶେଷ ସୁନାମ ରହିଛି। ଏହାର ଗୁଣମାନ ଏହାକୁ ଆନ୍ତର୍ଜାତିକ ବାଣିଜ୍ୟର ଏକ ପ୍ରଧାନ ଅ˚ଶରେ ପରିଣତ କରିଛି। ହାତ ବୁଣା ବସ୍ତ୍ର ଆମ ଦେଶର ଗରିମା ଏବ˚ ଆମ ପରମ୍ପରା ତଥା ସ˚ସ୍କୃତିର ଏକ ଅ˚ଶ ଭାବେ ବିବେଚିତ। ପଶ୍ଚିମବଙ୍ଗର ସସଲିନ, ଗୁଜୁରାଟର ପାଟୋଲା, କାଶ୍ମୀରର କାନି ଶାଲ, ବାରାଣସୀର ବ୍ରୋକେଡ ଶାଢ଼ି, କାଞ୍ଚିପୁରମର ସିିଲ୍‌କ ଶାଢ଼ି, ଓଡ଼ିିଶାର ବାନ୍ଧ ଡିଜାଇନରେ ତିଆରି ବସ୍ତ୍ର ଆମର ଗୋୖୖରବମୟ ଅତୀତ ଏବ˚ ବର୍ତ୍ତମାନ ମଧୢରେ ଅପୂର୍ବ ଯୋଗସୂତ୍ର ସ୍ଥାପନ କରିଅଛି। ହସ୍ତତନ୍ତ ଶିଳ୍ପ ଲକ୍ଷାଧିକ ବୁଣାକାର ପରିବାରଙ୍କୁ ଜୀବିକା ଯୋଗାଇ ଦେଇ ଆସିଛି।

Advertisment

ଶିଳ୍ପ ବିପ୍ଳବ ପରେ ମିଲ୍‌ ଦ୍ବାରା ବସ୍ତ୍ର ଉତ୍ପାଦନ ହସ୍ତତନ୍ତର ଏକଚାଟିଆ ବଜାର (Monopoly)କୁ ଲୋପ କରିଦେଲା। ଲୁଗା କଳରେ କମ ଡିଜାଇନର ସାଦା ବସ୍ତ୍ର କିନ୍ତୁ ବହୁ ପରିମାଣରେ ଏବ˚ ଶସ୍ତାରେ ଉତ୍ପାଦିତ ହେଲା। ଫଳରେ ହସ୍ତତନ୍ତ ତା’ ସହିତ ପ୍ରତିଯୋଗିତାରେ ହାରିଗଲା। ସ୍ବାଧୀନତା ପରେ ଆମ ଦେଶରେ ବୁଣାକାରମାନଙ୍କ ପାଇଁ ଅନେକ ଗୁଡ଼ିଏ ଯୋଜନା ପ୍ରଣୟନ କରାଗଲା। ହାତ ବୁଣା ଲୁଗାର ବିକ୍ରିକୁ ପ୍ରୋତ୍ସାହନ ଦେବା ଲାଗି ରିହାତି ଦିଆଯିବା ସହିତ କିଛି କାର୍ଯ୍ୟକ୍ରମ (ଜନତା ଧୋତି ଓ ଶାଢ଼ି) ହାତକୁ ନିଆଗଲା। ସେ ସବୁର ବିକ୍ରି ପାଇଁ ସମବାୟ ସମିତି ଏବ˚ ହସ୍ତତନ୍ତ ଉନ୍ନୟନ ନିଗମ ଗଠିତ ହେଲା। କଞ୍ଚାମାଲ, ମୂଳଧନ, ଆବଶ୍ୟକ ଗୋଦାମ ଘର, ରଙ୍ଗ ଘର ଆଦି ଯୋଗାଇ ଦିଆଗଲା। ପ୍ରଶିକ୍ଷଣ ଦିଆଗଲା ତଥା ବୁଣାକାରଙ୍କ ହିତରେ ଅନେକ ଯୋଜନା କରାଗଲା।

କିନ୍ତୁ ଏହା ସତ୍ତ୍ବେ ଦେଖିବାକୁ ମିଳୁଛି ଯେ ଚାଲୁ ରହିଥିବା ତନ୍ତ (Active Loom) ଏବ˚ ପୂରା ସମୟ କାମ କରୁଥିବା ବୁଣାକାରମାନଙ୍କ ସ˚ଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ୧୯୮୭ ମସିହାରେ ହୋଇଥିବା ପ୍ରଥମ ହସ୍ତତନ୍ତ ଗଣନା ସହ ୨୦୧୯ର ଚତୁର୍ଥ ହସ୍ତତନ୍ତ ଗଣନାରୁ ଲବ୍‌ଧ ତଥ୍ୟର ତୁଳନା କଲେ ଦେଖାଯାଏ ଯେ ସର୍ବଭାରତ ସ୍ତରରେ ଚାଲୁଥିବା ତନ୍ତ ସ˚ଖ୍ୟା ୩୭.୭୮ ଲକ୍ଷରୁ କମି ୨୧.୭୮ ଲକ୍ଷରେ ଏବ˚ ପୂରା ସମୟ କାମ କରୁଥିବା ବୁଣାକାରଙ୍କ ସ˚ଖ୍ୟା ୬୭.୩୯ ଲକ୍ଷରୁ କମି ୩୫.୨୨ ଲକ୍ଷରେ ପହଞ୍ଚିଛି। ଓଡ଼ିିଶା ପରି ହସ୍ତତନ୍ତ ପାଇଁ ପ୍ରସିଦ୍ଧ ଗୋଟିଏ ରାଜ୍ୟରେ ଏହି ସ˚ଖ୍ୟା ତନ୍ତ କ୍ଷେତ୍ରରେ ୧.୧୯ ଲକ୍ଷରୁ କମି ୦.୪୮ ଲକ୍ଷରେ ଏବ˚ ବୁଣାକାରଙ୍କ ସ˚ଖ୍ୟା ୨.୪୭ ଲକ୍ଷରୁ କମି ୧.୧୬ ଲକ୍ଷ ହୋଇଛି।

ଏହାର ମୂଳ କାରଣ କୁଶଳୀ ବୁଣାକାରଙ୍କ ଆୟରେ ପରିଲକ୍ଷିତ ହେଉଥିବା ହ୍ରାସ। ଗ୍ରାମାଞ୍ଚଳରେ ବୁଣାକାରମାନେ ସ୍ଥାନୀୟ ଚାହିଦା ଅନୁସାରେ ଲୁଗା ଉତ୍ପାଦନ କରିଥାନ୍ତି। ମିଲ୍‌ ତିଆରି ଲୁଗା ଆସିବା ପରେ ତାହା ଗଭୀର ଭାବେ ଆକ୍ରାନ୍ତ ହେଲା। ଉଲ୍ଲେଖନୀୟ ଯେ ଅନେକ ସରକାରୀ ଯୋଜନା କମ କୁଶଳୀ ବୁଣାକାରଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କିନ୍ତୁ ସହରରେ ଅଧିକ ଉପାର୍ଜନକାରୀ କାର୍ଯ୍ୟ ତଥା ଗ୍ରାମାଞ୍ଚଳରେ ଏନ.ଆର.ଇ.ପି (NREP), ମନରେଗା(MGNREGA) ଭଳି ରୋଜଗାରର ସୁଯୋଗ ଯୋଗାଉଥିବା ଯୋଜନା ଉପଲବ୍‌ଧ ହେବାରୁ ଅନେକ ବୁଣାକାର ଅଧିକ ରୋଜଗାର ପାଇଁ ତନ୍ତକୁ ଗୌଣ କରିଦେଲେ। ଓଡ଼ିିଶାରେ ୧୯୯୦ ମସିହାରେ କୁଶଳୀ ବୁଣାକାରଙ୍କ ଦୈନିକ ଆୟ ପ୍ରାୟ ୨୦୦ ଟଙ୍କା ଥିଲା, ଯାହାକି ତତ୍କାଳୀନ ଅଣକୁଶଳୀ ଗ୍ରାମୀଣ ଶ୍ରମିକଙ୍କ ଦୈନିକ ମଜୁରି (୨୫ ଟଙ୍କା)ର ୮ ଗୁଣ ଥିଲା। ୨୦୨୦ ବର୍ଷ ବେଳକୁ କୁଶଳୀ ବୁଣାକାରଙ୍କ ଦୈନିକ ମଜୁରି ପ୍ରାୟ ୫୦୦ (ପାଞ୍ଚଶହ) ଟଙ୍କାକୁ ବଢ଼ିିଛି ସତ, କିନ୍ତୁ ଏହା ଗ୍ରାମୀଣ ଅଣକୁଶଳୀ ଶ୍ରମିକଙ୍କ ଦୈନିକ ମଜୁରିର ପ୍ରାୟ ଅଢ଼େଇ ଗୁଣା ବା ତା’ ଠାରୁ କମ୍‌ ଅଛି। ଏହି କାରଣରୁ ବୁଣାକାର ପରିବାରର ଯୁବ ପିଢ଼ି କୌଳିକ ପେସା ପରିବର୍ତ୍ତେ ନିକଟସ୍ଥ ସହରରେ ବିଭିନ୍ନ କାର୍ଯ୍ୟ; ଯେମିତି କି ଦୋକାନରେ କାମ କରିବା, ସିକ୍ୟୁରିଟି ଗାର୍ଡ ହେବା ଭଳି କାମ ପ୍ରତି ଅଧିକ ଆକୃଷ୍ଟ ହେଉଛନ୍ତିି।

ଏହି ପରିପ୍ରେକ୍ଷୀରେ ହସ୍ତତନ୍ତ ଶିଳ୍ପକୁ ନୂତନ ଭାବେ ସଜାଇବା ଆବଶ୍ୟକ। ଏହି ପ୍ରକ୍ରିୟାର ମୂଳ ଲକ୍ଷ୍ୟ ହେବ କୁଶଳୀ ବୁଣାକାରଙ୍କ ଆୟକୁ ସମ୍ମାନଜନକ ସ୍ତରକୁ ନେବା। ଏବେ ଲୋକଙ୍କ ନିତିଦିନିଆ ଲୁଗା ମିଲ୍‌ରେ ତିଆରି ହୋଇ ଅପେକ୍ଷାକୃତ ଶସ୍ତାରେ ମିଳୁଛି। ତେଣୁ ଅଧିକ କ୍ରୟ କ୍ଷମତା ତଥା ହାତ ତିଆରି ଜିନିଷ ପ୍ରତି ଶ୍ରଦ୍ଧା ରଖିଥିବା କିଛି ଲୋକଙ୍କ ପାଇଁ ହିଁ ହସ୍ତତନ୍ତ ବସ୍ତ୍ର ଉତ୍ପାଦନ କରିବାକୁ ପଡ଼ିିବ। ହାତ ବୁଣା ବସ୍ତ୍ର ଭଳି ଲୁଗା କଳତନ୍ତରେ କରିବା ସମ୍ଭବ ନୁହେଁ। ସୁତରା˚, ଆଗ୍ରହୀ କ୍ରେତାମାନଙ୍କ ସହ କୁଶଳୀ ବୁଣାକାରମାନଙ୍କ ସିଧାସଳଖ ଯୋଗାଯୋଗ ସ୍ଥାପନ କରି ସେମାନଙ୍କ ପସନ୍ଦ ଅନୁଯାୟୀ ଲୁଗା ବୁଣାଯିବା ଅତ୍ୟନ୍ତ ଆବଶ୍ୟକ। ବୁଣାକାରମାନେ ଲୁଗା ବୁଣି ସାରିବା ପରେ ସେହି ଲୁଗାକୁ କ୍ରେତାଙ୍କ ପାଖକୁ ପଠାଇ ଉଚିତ ଦାମ ପାଇବା ଆଦି ଲାଗି ନୂତନ ପ୍ରଯୁକ୍ତି ବିଜ୍ଞାନ ଉପରେ ଆଧାରିତ ପ୍ରକ୍ରିୟା ଏବେ ବେଶ୍‌ ସହଜରେ ଉପଲବ୍‌ଧ।

ଏବେ ବୁଣାକାରମାନେ ଆଧୁନିକ ପ୍ରଯୁକ୍ତିର ସୁଯୋଗ ନେବାର ବେଳ ଉପନୀତ। ଏହା ଫଳରେ ସେମାନେ ବଜାର ବିଷୟରେ ଜାଣିପାରିବେ ଓ ସିଧାସଳଖ ବ୍ୟବସାୟ କରିବା ଫଳରେ ବିକ୍ରିବଟାର ଖର୍ଚ୍ଚ ତଥା ମଧୢସ୍ଥିର ଆବଶ୍ୟକତା କମିଯିବ। ଏହା ଫଳରେ ବୁଣାକାରଙ୍କ ଆୟ ବେଶ ବଢ଼ିିବ। ବୁଣାକାର ପରିବାରର ଯୁବ ପିଢ଼ି ପ୍ରାୟତଃ କିଛିଟା ଶିକ୍ଷିତ ହୋଇଥିବାରୁ ଏହି ଦାୟିତ୍ବ ନେଇପାରିବେ। ହାତ ବୁଣା ଲୁଗା ସିଧାସଳଖ ବିକାଗଲେ ଗ୍ରାହକମାନଙ୍କ ପାଇଁ ଲୁଗାର ଦାମ ମଧୢ କିଛିଟା କମିବ, ଯାହା ଅଧିକ ଗ୍ରାହକ ସୃଷ୍ଟି କରିବ। କୁଶଳୀ ବୁଣାକାରମାନଙ୍କ ଶିକ୍ଷିତ ପୁତ୍ରକନ୍ୟାମାନେ ନୂଆ ବ୍ୟବସାୟ (Start up) ମଧୢ ଆରମ୍ଭ କରିପାରିବେ। ଭଲ ବଜାର ସୃଷ୍ଟି ଲାଗି ତ୍ରୁଟିହୀନ ବୁଣା, ନୂଆ ରଙ୍ଗ ଓ ଡିଜାଇନର ଉଚ୍ଚ ଗୁଣମାନର ଲୁଗା ଉତ୍ପାଦନ କରିବାକୁ ହେବ ଯାହା ଗ୍ରାହକଙ୍କୁ ଆକର୍ଷିତ କରିବ।

ଏଥି ନିମନ୍ତେ ଦୃଢ଼ ଭିତ୍ତିଭୂମିର ଆବଶ୍ୟକତା ରହିଛି। ସେଥିଲାଗି ବୁଣାକାର ବହୁଳ ଗାଁମାନଙ୍କରେ ଗୋଟିଏ ‘ସାମୂହିକ ସହାୟତା କେନ୍ଦ୍ର’ (Common Facility Centre)ର ସ୍ଥାପନା କରିବା ଆବଶ୍ୟକ। ଏହି କେନ୍ଦ୍ରରେ ସୂତା, କଞ୍ଚାମାଲ ଏବ˚ ଉତ୍ପାଦିତ ଲୁଗା ରଖିବା ପାଇଁ ଗୋଟିଏ ଗୋଦାମ ଘର ରହିବ। ସେଠାରେ ନିୟମିତ ଇଣ୍ଟରନେଟ୍‌, ଜେନେରେଟର ତଥା ବିଦ୍ୟୁତ ପରିଚାଳନା ସହ ଏକ ଅଫିସ ଘର ରହିବ। ଗ୍ରାମ ସ୍ତରରେ ରଙ୍ଗ ଡିଜାଇନରେ ପ୍ରଶିକ୍ଷଣ ଦେବା ନିମନ୍ତେ ପ୍ରଶିକ୍ଷଣ କେନ୍ଦ୍ର ମଧୢ ଆବଶ୍ୟକ। ସହରାଞ୍ଚଳରୁ ଆସିଥିବା ଗ୍ରାହକ/ଡିଜାଇନରଙ୍କ ସାମୟିକ ରହଣି ସକାଶେ କିଛିଟା ବ୍ୟବସ୍ଥା ରହିବା ଜରୁରୀ। ତେବେ, ଏଥି ନିମନ୍ତେ ଭାରତ ସରକାରଙ୍କ ହସ୍ତତନ୍ତ ଉନ୍ନୟନ କମିସନଙ୍କ ଦ୍ବାରା ଚାଲିଥିବା ଯୋଜନାରେ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି। ଏଥି ନିମନ୍ତେ ଅଧିକ ଅର୍ଥର ବ୍ୟବସ୍ଥା କ˚ପାନିମାନଙ୍କର ସାମାଜିକ ଦାୟବଦ୍ଧତା ପାଣ୍ଠି, ଜିଲ୍ଲା ଖଣି ଉନ୍ନୟନ ପାଣ୍ଠି, ସା˚ସଦ ପାଣ୍ଠିରୁ ମଧୢ କରାଯାଇପାରିବ। ଏହି କେନ୍ଦ୍ର ଗୁଡ଼ିିକର ପରିଚାଳନା ସ୍ଥାନୀୟ ବୁଣାକାରମାନଙ୍କୁ ନେଇ ଗଠିତ ଏକ ଉତ୍ପାଦକ କମ୍ପାନି (Producers Company) ମାଧୢମରେ କରାଯିବ।

କୁଶଳୀ ବୁଣାକାରଙ୍କୁ ରଙ୍ଗ ତଥା ଡିଜାଇନ ପାଇଁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ରହିଛି। କେନ୍ଦ୍ର ସରକାର ପରିଚାଳିତ ବୁଣାକାର ସେବା କେନ୍ଦ୍ର ତଥା ରାଜ୍ୟ ସରକାରଙ୍କ ବୟନ ଶିଳ୍ପ ବିଭାଗର ବୈଷୟିକ କର୍ମଚାରୀ (ହସ୍ତତନ୍ତ ବିଷୟରେ ଡିପ୍ଲୋମା ଥିବା) ଏହି ସାହାଯ୍ୟ ଦେଇ ପାରିବେ। କେବଳ ବୈଷୟିକ ପ୍ରଶିକ୍ଷଣ ନୁହେଁ, ହିସାବ ରଖିବା, ଇଣ୍ଟରନେଟ୍‌ ବ୍ୟବହାର, ରପ୍ତାନି ଆଦି ବିଷୟରେ ବୁଣାକାରମାନଙ୍କୁ ତାଲିମ ସକାଶେ ପ୍ରଶାସନିକ ସହାୟତା ଆବଶ୍ୟକ। ଉତ୍ପାଦନ ନିମନ୍ତେ ଆବଶ୍ୟକ କଞ୍ଚାମାଲ ସାମୂହିକ ସହାୟତା କେନ୍ଦ୍ର (CFC) ମାଧୢମରେ ବୁଣାକାରମାନେ ପାଇପାରିବେ। ଗୁଣମାନ ଓ ଉଚିତ ଦାମରେ କଞ୍ଚାମାଲ ମିଳିବା ନିମନ୍ତେ ସରକାରଙ୍କ ସହାୟତା ଆବଶ୍ୟକ। ସେହିପରି ବ୍ୟାଙ୍କ ମାଧୢମରେ ଆବଶ୍ୟକତା ଅନୁଯାୟୀ ଋଣ ଉଭୟ ବୁଣାକାର ତଥା ଉଦ୍ୟୋଗୀ (Start up Entrepreneur)ଙ୍କୁ ଠିକ୍‌ ସମୟରେ ଦେବା ହେଉଛି ଆଉ ଏକ ଏକ ଗୁରୁତ୍ବପୂର୍ଣ୍ଣ ବିଷୟ। ଏଥି ଲାଗି ବ୍ୟାଙ୍କ ଓ ବିଭିନ୍ନ ଆର୍ଥିକ ସ˚ସ୍ଥା ସହଯୋଗପୂର୍ଣ୍ଣ ମନୋଭାବ ପ୍ରଦର୍ଶନ କରିବା ଜରୁରୀ।

ଆଜିକାଲି କୋୖୖଣସି ଜିନିଷର ବିକ୍ରି ପାଇଁ ବ୍ରାଣ୍ତିଙ୍ଗ (Branding) ଅତ୍ୟନ୍ତ ଅପରିହାର୍ଯ୍ୟ। ଏହା ଗ୍ରାହକମାନଙ୍କର ଦୃଷ୍ଟି ଆକର୍ଷଣ କରିଥାଏ ଓ ବିଶ୍ବାସ ଜିଣିଥାଏ। ଏହାକୁ ଲକ୍ଷ୍ୟ ରଖି ପ୍ରଥମ ଜାତୀୟ ହସ୍ତତନ୍ତ ଦିବସ ପାଳନ (୭ ଅଗଷ୍ଟ ୨୦୧୫) ଅବସରରେ ଚେନ୍ନାଇରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଇଣ୍ତିଆ ହାଣ୍ତଲୁମ ବ୍ରାଣ୍ତ୍‌’ର ଶୁଭ ଉଦ୍‌ଘାଟନ କରିଥିଲେ। ଏହା ଯେତେ ବଳିଷ୍ଠ ହେବ ପୃଥିବୀରେ ଭାରତୀୟ ହାତବୁଣା ଲୁଗାର ଚାହିଦା ସେତେ ବଢ଼ିବ। ଏଥିଲାଗି ‘ନେସନାଲ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଫେସନ ଟେକ୍‌ନୋଲୋଜି’ ବା ‘ନିଫ୍‌ଟ’ ଓ ଫେସନ ଶିକ୍ଷା ସହ ସ˚ପୃକ୍ତ ଅନ୍ୟାନ୍ୟ ପ୍ରତିଷ୍ଠାନର ଛାତ୍ରଛାତ୍ରୀ ଓ ଅଧୢାପକମାନଙ୍କ ସହିତ କୁଶଳୀ ବୁଣାକାରମାନଙ୍କ ଯୋଗାଯୋଗ ଆବଶ୍ୟକ। ଫଳରେ ଛାତ୍ରଛାତ୍ରୀମାନେ ତନ୍ତ ଓ ବୁଣା ପ୍ରକ୍ରିୟା ବିଷୟରେ ସିଧାସଳଖ ଜ୍ଞାନ ପାଇପାରିବେ ଏବ˚ ସେମାନେ ବୁଣାକାରମାନଙ୍କୁ ବଜାର ଚାହିଦା ଅନୁସାରେ ନୂଆ ପ୍ରକାରର ଲୁଗା କରିବା ନିମନ୍ତେ ଡିଜାଇନ ତଥା ବୈଷୟିକ ପରାମର୍ଶ ଦେଇ ପାରିବେ।

କୋଭିଡ-୧୯ ମହାମାରୀ ଜନିତ ଲକ୍‌ଡାଉନ୍‌ ହେତୁ ଲକ୍ଷ ଲକ୍ଷ ଶ୍ରମିକ କର୍ମସ୍ଥାନରୁ ନିଜ ଗାଁକୁ ଫେରିଆସିଛନ୍ତି। ନିକଟରେ ହୋଇଥିବା ଏକ ସର୍ଭେରୁ ଜଣାଯାଏ ଯେ ସେମାନଙ୍କ ମଧୢରୁ ୨୫% ନିଜ ଗାଁରେ ରହିଯିବାକୁ ଚାହାନ୍ତି। ଏମାନଙ୍କ ମଧୢରେ ବୁଣାକାର ଓ ହସ୍ତତନ୍ତର ଅଭିଜ୍ଞତା ଥିବା ଅନେକ ବ୍ୟକ୍ତି ଥିବେ, ଯେଉଁମାନଙ୍କୁ କିଛି ଅର୍ଥ ସାହାଯ୍ୟ ମିଳିଲେ ସେମାନେ ନୂଆ ରୋଜଗାରର ବାଟ ପାଇପାରିବେ। ୨୦୧୫ରେ ଜାତୀୟ ସ୍ତରରେ ପୁରସ୍କୃତ ବୁଣାକାରଙ୍କୁ ପୁରସ୍କାର ହିସାବରେ ପ୍ରଥମ ଥର ପାଇଁ ଆଧୁନିକ ପ୍ରଯୁକ୍ତି ବିଜ୍ଞାନ ସ˚ପନ୍ନ ସ୍ମାର୍ଟ ଫୋନ୍‌ ପ୍ରଦାନ କରାଯାଇଥିଲା। କହିବା ବାହୁଲ୍ୟ ଯେ ଏହାର ଉପଯୁକ୍ତ ବ୍ୟବହାର ବୁଣାକାରମାନଙ୍କ ଲାଗି ପରିଚିତି ଓ ଉପାର୍ଜନର ଦ୍ବାର ପ୍ରଶସ୍ତ କରିବ। ଏକ ପାର˚ପରିକ ଶିଳ୍ପ ଯଦି ଆଧୁନିକ ବୈଷୟିକ ଜ୍ଞାନର ଉଚିତ ଉପଯୋଗ କରିପାରେ, ତେବେ ତାହା ଚମତ୍କାର ସଫଳତା ଦେଖାଇପାରେ।

ପ୍ରାକ୍ତନ ସଚିବ,
ବସ୍ତ୍ର ମନ୍ତ୍ରାଳୟ, ଭାରତ ସରକାର
ମୋ- ୮୫୨୭୬୬୧୮୦୦