‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ସ୍ଥପତି

ଯୋଗୀ ଆଦିତ୍ୟନାଥ

‘ରାଜା କାଳସ୍ୟ କାରଣମ୍’: ମହାଭାରତର ‘ଶାନ୍ତି ପର୍ବ’ ସମୟରେ ଭୀଷ୍ମ ପିତାମହ ଯୁଧିଷ୍ଠିରଙ୍କୁ ଏହି ଯେଉଁ ଅନନ୍ତ ଜ୍ଞାନର ଶିକ୍ଷା ଦେଇଥିଲେ, ତାହା ହୁଏତ ରହସ୍ୟମୟ ଲାଗିପାରେ, କିନ୍ତୁ ଏହା ସମସ୍ତ ଭାରତୀୟଙ୍କୁ ଏକ ଦୃଢ଼ ବାର୍ତ୍ତା ଦେଇଛି। ସଂସ୍କୃତରେ ଏହାର ଅର୍ଥ ହେଉଛି, ଜଣେ ଶାସକ କେବେ ବି ପରିସ୍ଥିତିର ଦାସ ନୁହନ୍ତି, ବରଂ ସେ ନିଜ କାର୍ଯ୍ୟ ଦ୍ୱାରା ତାହା ସୃଷ୍ଟି କରନ୍ତି। ବାସ୍ତବରେ ଦେଶର ସମସାମୟିକ ରାଜନୈତିକ ସ୍ଥିତି ଏବଂ ପ୍ରଚଳିତ ବ୍ୟବସ୍ଥା ଶାସକର କାର୍ଯ୍ୟ ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ। ଏହା ପ୍ରକୃତରେ ଭାରତର ଦୁଃଖଦ କାହାଣୀ, ଯାହାର ସ୍ୱାଧୀନତା ପରେ ଅଭାବନୀୟ ନେତୃତ୍ୱ ଦେଶକୁ ଅରାଜକତା, ଅସ୍ଥିରତା, ସାମାଜିକ ଅସାମଞ୍ଜସ୍ୟତା, ଅସୁରକ୍ଷା, ବିଶ୍ୱାସରେ ସଙ୍କଟ ଏବଂ ମୌଳିକ ସୁବିଧାର ଅନୁପଲବ୍‌ଧତା ମଧ୍ୟକୁ ଠେଲିଦେଇଛି। ଯଦି ଏହା ଆଭ୍ୟନ୍ତରୀଣ ସ୍ଥିତି ଥିଲା, ତେବେ ବିଶ୍ୱସ୍ତରୀୟ ମଞ୍ଚରେ ଦେଶ ନିଜର ସାଥୀ ରାଷ୍ଟ୍ରମାନଙ୍କ ଠାରୁ ସମ୍ମାନ ପାଇବାରେ ଓ ସେମାନଙ୍କୁ ସମ୍ମାନ ଦେବାରେ ବିଫଳ ହୋଇଥିଲା। ସୌଭାଗ୍ୟବଶତଃ ସେହି ପରିସ୍ଥିତିଗୁଡିକ ଏବେ ଅତୀତ ହୋଇଯାଇଛି ଏବଂ ନୂଆ ଭାରତ ବିଶ୍ୱର ପଥପ୍ରଦର୍ଶକ ଭାବେ ଉଭା ହୋଇଛି। ଏହା କେବଳ ୬ ବର୍ଷର କଥା ଥିଲା, ଯେଉଁ ସମୟରେ ଆମର ମହାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ଯୋଗ୍ୟ ସ୍ଥପତି ଭାବେ ଭାରତକୁ ପ୍ରତିଷ୍ଠିତ କରାଇଛନ୍ତି।

ସ୍ୱାଧୀନତା ପରଠାରୁ ନେତାମାନେ ଗରିବଙ୍କ ବିଷୟରେ ଆଲୋଚନା କରିଆସୁଥିଲେ। କିନ୍ତୁ ଏବେ ସମୟ ଆସିଛି କଲ୍ୟାଣକାରୀ ପ୍ରୟାସ, ଭିତ୍ତିଭୂମିର ଉଲ୍ଲେଖନୀୟ ବିକାଶ ଏବଂ ବିଶ୍ୱ ମଞ୍ଚରେ ଭାରତର ଉତ୍‌ଥାନ ଆଦିର ଫଳାଫଳ ଗରିବ, ସାଧାରଣ ଲୋକଙ୍କ ପାଖରେ ପହଞ୍ଚିଛି। ‘ଅନ୍ତ୍ୟୋଦୟରୁ ରାଷ୍ଟ୍ରୋଦୟ’ ଭଳି ଏକ ଅନନ୍ୟ ଯାତ୍ରା ସହିତ ବିଶ୍ୱ ମଞ୍ଚରେ ଭାରତର ଉତ୍‌ଥାନ ଆମକୁ ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ପ୍ରକୃତ ଅର୍ଥ ବୁଝାଇଛି। ଏହା ପାରଦର୍ଶିତାପୂର୍ଣ୍ଣ ଦୟାଳୁ ବ୍ୟକ୍ତିତ୍ୱର ଅଧିକାରୀ ମୋଦୀଜୀ ଥିଲେ, ଯିଏ ଜନତାଙ୍କ ସ୍ବଭାବ, ଚିନ୍ତାଧାରା ଏବଂ ଭାବନାକୁ ବୁଝିଥିଲେ ଏବଂ ସେମାନଙ୍କୁ ଜାତୀୟତାବାଦ ସହ ଯୋଡ଼ିଥିଲେ। ଜନତାଙ୍କ ଶକ୍ତିକୁ ରାଷ୍ଟ୍ର ନିର୍ମାଣରେ କିପରି ବିନିଯୋଗ କରାଯିବ, ଏହା ତାହାର ଏକ ଉଦାହରଣ ଥିଲା। କିପରି ଏକ ବିଶାଳ ସମୂହ ରାଷ୍ଟ୍ର ନିର୍ମାଣର ଲକ୍ଷ୍ୟ ଦିଗରେ ଚିନ୍ତା କରିପାରିବେ, ତାହାର ଏହା ହେଉଛି ଏକ ଅନନ୍ୟ ଦୃଷ୍ଟାନ୍ତ।

ପ୍ରଧାନମନ୍ତ୍ରୀ ତାଙ୍କର ଉତ୍ତମ କାର୍ଯ୍ୟ ମାଧ୍ୟମରେ ଗାଁଗୁଡିକୁ, ଗରିବଙ୍କୁ, ଯୁବକଙ୍କୁ, ଚାଷୀଙ୍କୁ ଏବଂ ମହିଳାଙ୍କୁ ଏକାଠି କରିଛନ୍ତି ଏବଂ ‘ସବକା ସାଥ, ସବକା ବିଶ୍ୱାସ’କୁ ସୁନିଶ୍ଚିତ କରାଇଛନ୍ତି। ଏହା ‘ବେଟି ପଢ଼ାଓ-ବେଟି ବଚାଓ’ ହେଉ ଅବା ‘ଉଜ୍ଜ୍ୱଳା ଯୋଜନା’ ହେଉ, ଏହି କଲ୍ୟାଣକାରୀ ଯୋଜନାଗୁଡିକ ପଛରେ ଲକ୍ଷ୍ୟ ହେଉଛି ଏହାର ଲାଭକୁ ଗରିବଙ୍କ ନିକଟରେ ପହଞ୍ଚାଇବା ଏବଂ ମହିଳାଙ୍କ ମଧ୍ୟରେ ‘ଆତ୍ମସମ୍ମାନ’ ଓ ‘ଆତ୍ମନିର୍ଭରତା’ର ଭାବନା ସୃଷ୍ଟି କରିବା। ଏସବୁ ମଧ୍ୟରେ ତିନି ତଲାକକୁ କିପରି ଭୁଲି ହେବ? ଏହା କରି ପ୍ରଧାନମନ୍ତ୍ରୀ ଦେଶ ତରଫରୁ ନାରୀ ଶକ୍ତିକୁ ସମ୍ମାନ ଦେଲେ ଏବଂ ସେମାନଙ୍କ ମୌଳିକ ଅଧିକାରକୁ ପୁନଃ ସ୍ଥାପନ କଲେ।

ଗତ ୬ ବର୍ଷ ମଧ୍ୟରେ ଏକ ନୂତନ ସାମାଜିକ-ଅର୍ଥନୈତିକ, ସାମାଜିକ ନ୍ୟାୟ ଏବଂ ଲୋକ କଲ୍ୟାଣର ବ୍ୟବସ୍ଥାକୁ ପ୍ରତିଷ୍ଠା କରିବା ଲାଗି ଜନକଲ୍ୟାଣକାରୀ ଯୋଜନାଗୁଡିକୁ ଏକ ଧାରାରେ ତୃଣମୂଳ ସ୍ତରକୁ ଅଣାଯାଇଛି।

ଆମର ପ୍ରଧାନମନ୍ତ୍ରୀ ଦେଶର ଲୋକଙ୍କ ମୌଳିକ ସଙ୍କଟ ବିଷୟରେ ଅବଗତ ଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏହିପରି ଏକ ଯୋଜନା ଯେଉଁଥିରେ ସରକାର ତିନି କୋଟି ଘର ନିର୍ମାଣ କରି ଗରିବ, ଆବାସହୀନଙ୍କ ପାଇଁ ଶସ୍ତାରେ ଘର ଯୋଗାଇଦେଲେ। ଏଥିରେ ଏକ ବୃହତ ସଂଖ୍ୟକ ଜନତାଙ୍କୁ ଲାଭ ଦିଆଯାଇଛି, ଯେଉଁମାନେ ସ୍ୱାଧୀନତା ପରଠାରୁ ଅନ୍ଧାରରେ ରହିଆସିଥିଲେ। ୨୦୧୪ ପରେ ମହତ୍ତ୍ବାକାଂକ୍ଷୀ ଯୋଜନା ‘ହର ଘର ବିଜଲି’ ଦ୍ୱାରା ୪ କୋଟି ପରିବାରଙ୍କୁ ଖୁସି ପ୍ରଦାନ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ଯୋଜନାରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ମହିଳାଙ୍କୁ ୮ କୋଟି ଗ୍ୟାସ ସଂଯୋଗ ଦିଆଯାଇଛି। ଏହା ପ୍ରଥମ ଉଦାହରଣ ଥିଲା ଯେ ତାଙ୍କ ପରି କେହି ଜଣେ ମହିଳାଙ୍କ ବିଷୟରେ ଏତେ ଭାବିଲେ ଓ ସେମାନଙ୍କୁ ଅଙ୍ଗାରଜନିତ ରୋଗରୁ ମୁକ୍ତ କରିବା ସାଙ୍ଗକୁ ସେମାନଙ୍କ ମଧ୍ୟରେ ଆତ୍ମସମ୍ମାନର ଭାବନା ସୃଷ୍ଟି କରିଥିଲେ। କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଯୋଜନା ଦ୍ୱାରା ୧୨ କୋଟି ଚାଷୀଙ୍କୁ ସମ୍ମାନିତ କରାଯାଇଛି, ମୁଦ୍ରା ଋଣ ଯୋଜନାରେ ୨୩ କୋଟି ଲୋକଙ୍କୁ ସାମିଲ କରାଯାଇଥିବା ବେଳେ ୫୦ କୋଟି ଲୋକ ଆୟୁଷ୍ମାନ ଯୋଜନା ଦ୍ୱାରା ଗୁରୁତର ରୋଗର ଚିକିତ୍ସା ସୁବିଧା ପାଇଛନ୍ତି।

ହର ଘର ନଳ, ପିଏମ ଆବାସ ଯୋଜନା, ସୌଭାଗ୍ୟ ଯୋଜନା, ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ, ଆୟୁଷ୍ମାନ ଭାରତ ଭଳି ଯୋଜନା ଗରିବ ଏବଂ ଗ୍ରାମାଞ୍ଚଳ ଲୋକଙ୍କ ବିକାଶ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିଛି। ପିଏମ ଶସ୍ୟ ଯୋଜନା, ପିଏମ କୃଷି ଜଳସେଚନ ଯୋଜନା, ଏମଏସପି, କିଷାନ ସମ୍ମାନ ନିଧି ହେଉଛି କିଛି ଯୋଜନା ଯାହା ବର୍ଷ ବର୍ଷ ଧରି ଅବହେଳିତ ହୋଇଆସୁଥିବା ଚାଷୀଙ୍କ ଦୁଃଖ ଦୂର କରିବାକୁ ଏବଂ ସେମାନଙ୍କୁ ଉଚିତ ମାନ୍ୟତା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି। ସ୍କିଲ ଇଣ୍ଡିଆ, ଷ୍ଟାଣ୍ଡ ଅପ ଇଣ୍ଡିଆ, ଷ୍ଟାର୍ଟ ଅପ ଇଣ୍ଡିଆ, ମେକ ଇନ ଇଣ୍ଡିଆ ଏବଂ ମୁଦ୍ରା ଯୋଜନା ଆରମ୍ଭ କରି ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ିକୁ ଉତ୍ସାହିତ କରିଛନ୍ତି ଓ ସେମାନଙ୍କୁ ଆତ୍ମନିର୍ଭର ହେବା ପାଇଁ ପ୍ରେରଣା ଦେଇଛନ୍ତି। ଏହି ଯୋଜନାଗୁଡିକ ଦେଶର ଆର୍ଥିକ ବ୍ୟବସ୍ଥାକୁ ମଧ୍ୟ ପ୍ରୋତ୍ସାହନ ଦେଇଛି।

ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କର ଦୃଢ଼ ଭାରତ କୈନ୍ଦ୍ରିକ ରାଷ୍ଟ୍ରନୈତିକ ଆଭିମୁଖ୍ୟ ପୂରା ପୃଥିବୀରେ ଆମ ମହାନ ଦେଶର ପୌରାଣିକ, ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ପୁନଃ ପ୍ରତିଷ୍ଠା କଲା। ନମାମି ଗଙ୍ଗେ, ବିଶ୍ୱ ଯୋଗ ଦିବସ, ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରର ଭିତ୍ତିପ୍ରସ୍ତର ସ୍ଥାପନ, କାଶୀ ବିଶ୍ୱନାଥ ମନ୍ଦିର ଏବଂ ପ୍ରୟାଗ କୁମ୍ଭ-୨୦୧୯ ମାଧ୍ୟମରେ ଭାରତ ଏକ ବିରଳ ବିଶ୍ୱ ମାନ୍ୟତା ପାଇଲା। ଏହା କୌଣସି ସାଧାରଣ ସଫଳତା ନୁହେଁ, ବରଂ ଏକ ଅଲୌକିକ ପ୍ରୟାସ ଯୋଗୁ ଭାରତୀୟ ଯୋଗକୁ ମିଳିତ ଜାତିସଂଘ ସ୍ୱୀକୃତି ପ୍ରଦାନ କରି ଜୁନ୍ ୨୧ କୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। ଏହା ପ୍ରଧାନମନ୍ତ୍ରୀଙ୍କ ପ୍ରୟାସ ଥିଲା, ଯାହା ପାଇଁ ପ୍ରତ୍ୟେକ ଭାରତୀୟ ଋଣୀ ହେବା ଉଚିତ ଯେ ୨୦୦ରୁ ଅଧିକ ଦେଶ ବର୍ତ୍ତମାନ ଆମ ଦେଶର ଏହି ମହାନ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପରମ୍ପରାକୁ ଅନୁସରଣ କରୁଛନ୍ତି। ପ୍ରୟାଗ କୁମ୍ଭ-୨୦୧୯ ଅନ୍ୟ ଏକ ମାଇଲଖୁଣ୍ଟ ଥିଲା, ଯେଉଁଥିରେ ୨୪ କୋଟିରୁ ଅଧିକ ଭକ୍ତ ଧାର୍ମିକ ତଥା ଆଧ୍ୟାତ୍ମିକ ଅନୁଭବ ଲାଭ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ପଥ ପ୍ରଦର୍ଶନ ଯୋଗୁଁ ଏହା “ଦିବ୍ୟ କୁମ୍ଭ ଭବ କୁମ୍ଭ” ରୂପରେ ପରିଣତ ହୋଇଛି ଯାହାକୁ ମାନବତାର ଅସ୍ଥାବର ଐତିହ୍ୟ ଭାବେ ୟୁନେସ୍କୋ ମାନ୍ୟତା ମିଳିଛି, ଯାହାକି ସମଗ୍ର ଭାରତକୁ ଗୌରବାନ୍ବିତ କରିଛି ।

ଗତ କିଛି ଦଶନ୍ଧି ଧରି ଆମ ଦେଶ ପ୍ରତିରକ୍ଷା ସମସ୍ୟାରେ ସମ୍ମୁଖୀନ ହୋଇଆସୁଥିଲା। ପ୍ରଧାନମନ୍ତ୍ରୀ ସେହି ସମସ୍ତ ଆହ୍ବାନକୁ ରୋକିବାରେ ସଫଳ ହେବା ସଙ୍ଗେ ସଙ୍ଗେ ଏକ ଶକ୍ତିଶାଳୀ ଭାରତର ମୂଳଦୁଆ ପକାଇଲେ। ଭାରତ ପାଇଁ କେବଳ ଉତ୍ତର ପୂର୍ବ ନୁହେଁ ପଶ୍ଚିମ ଏବଂ ଉତ୍ତର ପାଶ୍ଚାତ୍ୟ ସୀମା ମଧ୍ୟ ଏକ ଆହ୍ବାନ ଥିଲା। ପ୍ରଧାନମନ୍ତ୍ରୀ ବିକାଶ ଶୃଙ୍ଖଳରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ଅନ୍ତର୍ଭୁକ୍ତ କଲେ। ‘ଲୁକ୍ ଇଷ୍ଟ’ ନୀତି ସହିତ ପ୍ରଧାନମନ୍ତ୍ରୀ ଉତ୍ତର ପୂର୍ବକୁ ଭିତ୍ତିଭୂମି ସୁବିଧା ଆଣିଥିଲେ ଏବଂ ‘ଆକ୍ଟ ଇଷ୍ଟ ପଲିସି’ ମାଧ୍ୟମରେ ପୂର୍ବ ଏସିଆର ସୁବିଧା ଉତ୍ତର ପୂର୍ବକୁ ଅଣାଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ‘ଲୁକ୍ ଇଷ୍ଟ ନୀତି’ ଉତ୍ତର ପୂର୍ବରାଜ୍ୟଗୁଡ଼ିକୁ ଭିତ୍ତିଭୂମି ଯୋଗାଇଲା ଏବଂ ‘ଆକ୍ଟ ଇଷ୍ଟ ନୀତି’ ମାଧ୍ୟମରେ ଏହି ରାଜ୍ୟଗୁଡିକ ପୂର୍ବ ଏସିଆର ସୁବିଧାମାନ ପାଇଲେ। ସେହିଭଳି ଦଶନ୍ଧି ଧରି ଭାରତୀୟଙ୍କୁ ହଇରାଣ କରୁଥିବା ଧାରା ୩୭୦ ଏବଂ ୩୫-A ରଦ୍ଦ କରାଯାଇଥିଲା। ଏହା କରି ପ୍ରଧାନମନ୍ତ୍ରୀ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଉଦ୍ଦେଶ୍ୟକୁ ପୁନଃ ପ୍ରମାଣିତ କରିଛନ୍ତି। ଉଭୟ ଉତ୍ତର ପୂର୍ବ ଏବଂ କାଶ୍ମୀରରେ ବର୍ତ୍ତମାନ ଶାନ୍ତି, ସୌହାର୍ଦ୍ଦ୍ୟର ବାତାବରଣ ସୃଷ୍ଟି ହୋଇଛି ଏବଂ ଲୋକମାନେ ବିକାଶମୁଖୀ ହୋଇଛନ୍ତି।

ଅନ୍ତର୍ଜାତୀୟ ସମ୍ପର୍କ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ‘ବନ୍ଧୁଙ୍କ’ ସହିତ ‘ବନ୍ଧୁତା’କୁ ନୂତନ ଉଚ୍ଚତାକୁ ନେଇଥିବା ବେଳେ ଶତ୍ରୁମାନଙ୍କୁ ଏକ ଦୃଢ ବାର୍ତ୍ତା ଦେଇଛନ୍ତି। ଦେଶର ସାର୍ବଭୌମତ୍ୱ ଏବଂ ନିରାପତ୍ତାକୁ ଧ୍ୟାନରେ ରଖି ପ୍ରଧାନମନ୍ତ୍ରୀ ବୈଦେଶିକ ନୀତିରେ କଥାବାର୍ତ୍ତା, ସହାନୁଭୂତି, ସହଯୋଗ, କାର୍ଯ୍ୟକଳାପ ଏବଂ ସହଭାଗିତାକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି। ପଡ଼ୋଶୀ ଦେଶ ଯାହା ବିରୋଧରେ ଆମେ ଏକ ସର୍ଜିକାଲ୍ ଏବଂ ଏୟାର ଷ୍ଟ୍ରାଇକ୍ କରିଥିଲୁ, ସେ ଏବେ ଆମକୁ ଆଖି ମିଳାଇ ଚାହିଁବା ପାଇଁ ମଧ୍ୟ ସାହସ କରିପାରିବ ନାହିଁ। ଏହି ସମୟରେ, କ୍ଷମତାଶାଳୀ ଆମେରିକା ଭାରତକୁ ଏହାର ରଣନୀତିକ ଭାଗୀଦାରି ଭାବରେ ବିବେଚନା କରେ ଏବଂ ୟୁରୋପ ଆମ ସହିତ ଅର୍ଥନୈତିକ ଏବଂ ପ୍ରତିରକ୍ଷାର ସହଯୋଗ ସ୍ଥାପନ କରିବାକୁ ଚାହୁଁଛି।

ଉତ୍ତରପ୍ରଦେଶର ଭାଗ୍ୟ ଯେ ଏଠାରେ କାଶୀ ଅଛି, କାରଣ ଏହା ବାବା ବିଶ୍ୱନାଥଙ୍କ ପ୍ରାଚୀନ ନଗରୀ ଏବଂ ଆମର ପ୍ରିୟ ପ୍ରଧାନମନ୍ତ୍ରୀ ବାରାଣସୀ ସଂସଦୀୟ ନିର୍ବାଚନମଣ୍ଡଳୀକୁ ପ୍ରତିନିଧିତ୍ୱ କରୁଛନ୍ତି। ପ୍ରଧାନମନ୍ତ୍ରୀଙ୍କ ମହାନ କାର୍ଯ୍ୟ କାଶୀକୁ ବିକାଶର ଏକ ନୂତନ ଶୀର୍ଷରେ ପହଞ୍ଚାଇଛି। ଗତ ୬ ବର୍ଷରେ ମୋଦୀ କାଶୀଙ୍କୁ ‘ମୋ କାଶୀ’ ବୋଲି ସମ୍ବୋଧନ କରିଛନ୍ତି, ଯାହା ନଗରୀର ସଂସ୍କୃତି ଏବଂ ଆଧ୍ୟାତ୍ମିକତାକୁ ନୂତନ ଦିଗ ଦେଇଛି। ମା’ ଗଙ୍ଗାଙ୍କର ଶୁଦ୍ଧତା ଏବଂ ପବିତ୍ରତା ପ୍ରଧାନମନ୍ତ୍ରୀଙ୍କ ସଂକଳ୍ପକୁ ପ୍ରତିଫଳିତ କରିଥାଏ, ଯେଉଁଥିରେ ସେ କହିଥିଲେ ଯେ ‘ଗଙ୍ଗା ମୋତେ ଚେତାଇ ଦେଇଛନ୍ତି’। କାଶୀର ଘାଟ, ମନ୍ଦିର ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବାବା ବିଶ୍ୱନାଥଙ୍କ ଧାମ ପ୍ରଧାନମନ୍ତ୍ରୀଙ୍କ ବ୍ୟକ୍ତିତ୍ୱ ଏବଂ ତାଙ୍କର କାର୍ଯ୍ୟର ପ୍ରତୀକ। ପ୍ରଧାନମନ୍ତ୍ରୀ କାଶୀର ଜଣେ ମଡେଲ ପ୍ରତିନିଧି ତଥା ଜଣେ କର୍ମଚାରୀ ଭାବେ ଦାୟିତ୍ୱ ପୂରଣ କରିବା ପ୍ରେରଣାଦାୟକ ଅଟେ। କାଶୀରେ ପ୍ରତ୍ୟେକ ବିକାଶ ନୀତିର ସବିଶେଷ ତଥ୍ୟ ରଖିବା ଏବଂ ନିରୀକ୍ଷଣ କରିବା ପ୍ରେରଣାଦାୟକ ଅଟେ। ଜାତୀୟ ତଥା ଅନ୍ତର୍ଜାତୀୟ ଭ୍ରମଣର ବ୍ୟସ୍ତବହୁଳ କାର୍ଯ୍ୟସୂଚି ସତ୍ତ୍ୱେ ପ୍ରଧାନମନ୍ତ୍ରୀ ଯେମିତି ବୁଥ୍ ସ୍ତରର କର୍ମକର୍ତ୍ତାଙ୍କ ଠାରୁ ଆରମ୍ଭ କରି ସାମାଜିକ, ସାଂସ୍କୃତିକ, ଆଧ୍ୟାତ୍ମିକ ଏବଂ ବ୍ୟବସାୟିକ ସଂଗଠନଙ୍କ ସହିତ ଯୋଗାଯୋଗ କରନ୍ତି, ଏକ ସକାରାତ୍ମକ ବାର୍ତ୍ତା ପଠାଏ। ରାଜ୍ୟ ତଥା ବିଶେଷ କରି କାଶୀ ବାସିନ୍ଦାଙ୍କ ପାଇଁ ଏହା ଏକ ଗର୍ବର ବିଷୟ ଯେ ଆମେ ଏହିପରି ଭାବେ ପ୍ରଧାନମନ୍ତ୍ରୀଙ୍କ ନିକଟତର ହୋଇପାରିଛୁ ଏବଂ ତାଙ୍କ ସହଯୋଗ ପାଇପାରୁଛୁ ।

ଜନନୀ ଜନ୍ମଭୂମିଶ୍ଚ ସ୍ୱର୍ଗାଦ୍ୱପି ଗରୀୟସି: (ଉଭୟ ମା’ ଏବଂ ମାତୃଭୂମି ସ୍ୱର୍ଗ ତୁଳନାରେ ମହାନ) ଏହି ସ୍ୱର୍ଣ୍ଣିମ ବାଣୀକୁ ମୋଦୀଜୀ ସାମଗ୍ରିକ ଭାବେ ଗ୍ରହଣ କରିଛନ୍ତି। ସେ ଶୁଦ୍ଧତା ଏବଂ ଆନ୍ତରିକତା ସହିତ ଉଭୟଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ ପାଳନ କରିଛନ୍ତି। ଆମର ପ୍ରିୟ ପ୍ରଧାନମନ୍ତ୍ରୀ ଜଣେ ଧାର୍ମିକ, ମାନବ ପ୍ରତି ସେବା ଭାବନା ଏବଂ ଅତ୍ୟଧିକ ସମ୍ବେଦନଶୀଳ ବ୍ୟକ୍ତିତ୍ୱର ଅଧିକାରୀ ମୋଦୀଜୀଙ୍କ ମଧ୍ୟରେ ଜଣେ ନେତା, ପରାମର୍ଶଦାତା ତଥା ମାର୍ଗଦର୍ଶକ ପାଇଥିବାରୁ ମୁଁ ନିଜକୁ ସୌଭାଗ୍ୟଶାଳୀ ମନେକରୁଛି। ମୁଁ ଶ୍ରୀରାମଙ୍କୁ ପ୍ରାର୍ଥନା କରୁଛି ଯେ ‘ଏକ ଭାରତ- ଶ୍ରେଷ୍ଠ ଭାରତ’ର ସ୍ଥପତି ମୋଦୀଜୀ ଆମ ଉପରେ ସବୁଦିନ ପାଇଁ ଅନୁଗ୍ରହ ଜାରି ରଖିଥାନ୍ତୁ।

(ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ)

-ଲେଖକ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର