ସଫଳ ରୂପାୟନର ସୂତ୍ର

ଶିକ୍ଷାନୀତି ୨୦୨୦ - ପ୍ରଫେସର କ୍ଷିତିଭୂଷଣ ଦାସ

ଭାରତ ପରି ଏକ ପ୍ରଗତିଶୀଳ ତଥା ଜ୍ଞାନ ଆଧାରିତ ସମାଜରେ ଉଚ୍ଚଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ଅନେକ ଦିନରୁ ଏକ ବହୁଚର୍ଚ୍ଚିତ ବିଷୟ ରୂପେ ରହିଆସୁଛି। ବିଗତ ବର୍ଷମାନଙ୍କରେ ଏ ଦିଗରେ ସେପରି କିଛି ଆଖିଦୃଶିିଆ ପରିବର୍ତ୍ତନ ଅଣାଯାଇପାରିନାହିଁ। ସ୍ବାଧୀନତାର ପରବର୍ତ୍ତୀ ଭାରତରେ ମାକଲେଙ୍କ ଶିକ୍ଷାନୀତି ଅନୁସୃତ ହୋଇ ଆସୁଅଛି। ଯାହାକି ଭାରତର ବିକାଶର ପରିପନ୍ଥୀ ବୋଲି ସାବ୍ୟସ୍ତ ହୋଇସାରିଛି। କିନ୍ତୁ ଗତ କିଛି ଦଶନ୍ଧି ମଧୢରେ କ୍ରମବର୍ଦ୍ଧିଷ୍ଣୁ ଛାତ୍ରସମାଜ, ଶିକ୍ଷାୟତନ ତଥା ଦେଶର ପ୍ରଗତିକୁ ଆଗେଇ ନେବା ପାଇଁ ଶିକ୍ଷା ବ୍ୟବସ୍ଥାରେ ଯେ ଆମୂଳଚୂଳ ପରିବର୍ତ୍ତନର ଆବଶ୍ୟକତା ରହିଛି, ସେ କଥାର ଗୁରୁତ୍ବ ଦେଶର ସମସ୍ତ ସଚେତନ ନାଗରିକ ଅନୁଭବ କରୁଛନ୍ତି।

ବିଭିନ୍ନ ପ୍ରତିବନ୍ଧ ସତ୍ତ୍ବେ ଭାରତ ପରି ଏକ ବିଶାଳ ଜନସମୃଦ୍ଧ ଦେଶର ଆବଶ୍ୟକତା ପୂରଣ କରିପାରୁଥିବା ଏବ˚ ଦେଶକୁ ଆତ୍ମନିର୍ଭର କରିବା ଉପଲକ୍ଷେ ଭାରତ ସରକାର ଏକ ରାଷ୍ଟ୍ରୀୟ ଶିକ୍ଷାନୀତି ଦେଶବାସୀଙ୍କ ସମ୍ମୁଖରେ ଉପସ୍ଥାପିତ କରିଛନ୍ତି। ଦେଶର ପ୍ରତିଷ୍ଠିତ ଶିକ୍ଷାବିତ୍‌ମାନଙ୍କ ଦ୍ବାରା ଦୀର୍ଘ ସମୟର ପରୀକ୍ଷା ନିରୀକ୍ଷାର ଫଳ ସ୍ବରୂପ ଯେଉଁ ଶିକ୍ଷାନୀତି ଏବେ ଅନୁସୃତ ହେବାକୁ ଯାଉଛି ତାହାର ସଫଳ ରୂପାୟନ କିପରି ହୋଇପାରିବ, ସେହି ଦିଗ ପ୍ରତି ଆଲୋଚନା କରିବା ଏହି ପ୍ରବନ୍ଧର ଲକ୍ଷ୍ୟ।

ନୂତନ ରାଷ୍ଟ୍ରୀୟ ଶିକ୍ଷାନୀତି ବିଗତ ଦିନର ଶିକ୍ଷାନୀତି ଠାରୁ କେତେକ କ୍ଷେତ୍ରରେ ଭିନ୍ନ। ପ୍ରଚଳିତ ଶିକ୍ଷାନୀତିରେ ଥିବା ଅନେକ ତ୍ରୁଟି ବିଚ୍ୟୁତିର ସ˚ଶୋଧନ କରି ନୂତନ ପ୍ରସ୍ତାବ ସହିତ ଅଣାଯାଇଥିବା ଏହି ପ୍ରସ୍ତାବରେ ଦେଶକୁ ନିରନ୍ତର ଭାବରେ ଆଗେଇ ନେଇ ଉତ୍କର୍ଷର ଶିଖରରେ ପହଞ୍ଚାଇ ପାରିବାର ସାମର୍ଥ୍ୟ ରଖିପାରିବାର ପ୍ରତିଶ୍ରୁତି ଏଥିରେ ଥିବା ଲକ୍ଷ୍ୟ କରାଯାଏ।

ପୂର୍ବ ପ୍ରଚଳିତ ଶିକ୍ଷାନୀତି ଗୁଡ଼ିକର ସଫଳ ରୂପାୟନ ହୋଇ ନ ପାରିବାର ଅନେକ କାରଣ ରହିଥିଲା- ପ୍ରଥମରେ ଶିକ୍ଷା ଅନୁଷ୍ଠାନଗୁଡ଼ିକର ସ˚ଖ୍ୟାବୃଦ୍ଧି ସତ୍ତ୍ବେ ଶିକ୍ଷିତମାନଙ୍କର ନିମ୍ନ ନିଯୁକ୍ତି, ଅଧିକ ସ˚ଖ୍ୟକ ଶିକ୍ଷିତ ବେକାର ସୃଷ୍ଟି, ଶିକ୍ଷା କ୍ଷେତ୍ରରେ ଆର୍ଥିକ ସମ୍ବଳର ଅଭାବ, ପ୍ରଶାସନିକ ବିମୁଖତା ତଥା ନିଯୁକ୍ତି କ୍ଷେତ୍ରରେ ଅସାମଞ୍ଜସ୍ୟତା ଓ ନିଯୁକ୍ତି ସମ୍ବନ୍ଧୀୟ ଜଟିଳ ନିୟମାବଳୀ। ଦ୍ବିତୀୟତଃ ଶିକ୍ଷା କ୍ଷେତ୍ରରେ ପ୍ରାଥମିକତା ଥିବା ସମସ୍ୟାଗୁଡ଼ିକ ପ୍ରତି ଧୢାନ ନ ଦେବା, ଗୁଣାତ୍ମକ ଶିକ୍ଷା ପ୍ରତି ନଜର ନ ଦେବା, ନିମ୍ନ ବୌଦ୍ଧିକ ସ୍ତରରେ ଏବ˚ ଅନଗ୍ରସର ଅବସ୍ଥାରେ ଥିବା ଯୁବବର୍ଗଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥାର ଅଭାବ। ତୃତୀୟତଃ ନୀତି କାର୍ଯ୍ୟକାରିତାରେ ବିମୁଖତା। ଏହାର କାରଣ ଭାବରେ ଏଠାରେ ଦର୍ଶାଯାଇପାରେ ଯେ ଶିକ୍ଷାବ୍ୟବସ୍ଥାର ବିଭିନ୍ନ ସ୍ତରରେ ଥିବା ପ୍ରଶାସନିକ ଅଧିକାରୀମାନଙ୍କ ମଧୢରେ ସମନ୍ବୟର ଅଭାବ, ଶିକ୍ଷା କ୍ଷେତ୍ରରେ କାର୍ଯ୍ୟ କରୁଥିବା ହିତାଧିକାରୀମାନେ ନିଜ ନିଜ ଦାୟିତ୍ବ ସଠିକ୍‌ ଭାବେ ନିର୍ବାହ ନ କରିବା ଅନ୍ୟ ଏକ ମୁଖ୍ୟ କାରଣ ବୋଲି କୁହାଯାଇପାରେ।

ଏ ସମସ୍ତ ବିଷୟ ବିଚାରକୁ ନେଇ ପ୍ରକୃତ ଅର୍ଥରେ ଗଣତାନ୍ତ୍ରିକ ପ୍ରକ୍ରିୟା ଆଧାରରେ ଶିକ୍ଷାନୀତିଗୁଡ଼ିକର ତର୍ଜମା କରାଯାଇ ଏକ ପ୍ରଭାବଶାଳୀ ଓ ନିରନ୍ତର ଅଗ୍ରଣୀ ନୀତି ପ୍ରସ୍ତୁତ କରାଯାଇଛି। ଏହି ଶିକ୍ଷାନୀତି ପ୍ରଣୟନ ବହୁମୁଖୀ ଓ ସ୍ପଷ୍ଟ ଲକ୍ଷ୍ୟ ରଖିଥିବା ଏକ ଯୁଗାନ୍ତକାରୀ ପଦକ୍ଷେପ। ଏହି ପରିପ୍ରେକ୍ଷୀରେ ନୂତନ ଶିକ୍ଷାନୀତିର ସଫଳ ରୂପାୟନର ରୂପରେଖ କିପରି ହେବ ତାହା ଆଲୋଚ୍ୟର ବିଷୟ।

ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହେଉଛି ଶିକ୍ଷାକ୍ଷେତ୍ରରେ ଠିକ୍‌ ପ୍ରାଥମିକତା ନିରୂପଣ କରିବା। ଏହି ନୀତିର କାର୍ଯ୍ୟାନ୍ବୟନରେ ଦୁଇଟି ମୁଖ୍ୟ ଅ˚ଶୀଦାର (stakeholders) ହେଉଛନ୍ତି କେନ୍ଦ୍ରର ଶିକ୍ଷା ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଦ୍ବାରା ପରିଚାଳିତ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଦ୍ୟାଳୟଗୁଡ଼ିକ। ଶିକ୍ଷା ମନ୍ତ୍ରଣାଳୟର ଭୂମିକା- ମାର୍ଗଦର୍ଶନ, ଆର୍ଥିକ ସମ୍ବଳର ବ୍ୟବସ୍ଥା କରିବା, ପରିଚାଳନା ଓ ତଦାରଖ ତଥା ସମନ୍ବୟ ରକ୍ଷା କରିବା। ତଦନୁରୂପ ହିତାଧିକାରୀମାନେ ନିଜର ପ୍ରାଥମିକତା ଭିତ୍ତିରେ ସ୍ବଳ୍ପ ଓ ଦୀର୍ଘକାଳୀନ ଲକ୍ଷ୍ୟ ଧାର୍ଯ୍ୟ କରି ଶିକ୍ଷାନୀତିର କାର୍ଯ୍ୟକାରିତା ପ୍ରତି ଧାନ କେନ୍ଦ୍ରିତ କରିବା ବିଧେୟ ଏବ˚ ଏହା ନିର୍ଦ୍ଦିଷ୍ଟ ସୀମା ମଧୢରେ ହେବା ଉଚିତ।

ଏହାର ପ୍ରତ୍ୟେକ ଲକ୍ଷ୍ୟ ହାସଲ ପାଇଁ ଆର୍ଥିକ ସହାୟତାର ଆବଶ୍ୟକତା ନାହିଁ। ଏଥିରେ ଏପରି କେତେକ ଲକ୍ଷ୍ୟ ନିର୍ଦ୍ଧାରିତ ହୋଇଛି ଯେଉଁଥିରେ ଶିକ୍ଷଣ ପ୍ରକ୍ରିୟାକୁ ଗ୍ରହଣ କରିବା ପାଇଁ ବୈଷୟିକ ଓ ପ୍ରଶାସନିକ ପ୍ରକ୍ରିୟାର ଏକ ଭିନ୍ନ ଦୃଷ୍ଟିକୋଣ ଓ ମନୋଭାବ ଆବଶ୍ୟକ। ଶିକ୍ଷାନୁଷ୍ଠାନଗୁଡ଼ିକୁ ଯଥେଷ୍ଟ ସହାୟତା ଦିଆଯାଇଛି ଯାହାଦ୍ବାରା ସେମାନେ ଶିକ୍ଷାକୁ ସାମଗ୍ରିକ ଓ ବହୁ ବିଷୟକ କରିବା ସହ ନିଷ୍ପତ୍ତି ନେବାର କ୍ଷମତା ରଖିପାରିବେ। ଏଥିପାଇଁ ଯାହା ଆବଶ୍ୟକ ତାହା ହେଉଛି ଉତ୍ସର୍ଗୀକୃତ ମନୋଭାବ, ଉପଯୁକ୍ତ ନେତୃତ୍ବ ଓ ଦାୟିତ୍ବ ସମ୍ପନ୍ନ ମାନସିକତା। ଯେଉଁମାନଙ୍କ ଉପରେ ଏହି ଶିକ୍ଷାନୀତି କାର୍ଯ୍ୟକାରୀ କରିବା ଦାୟିତ୍ବ ନ୍ୟସ୍ତ ହେବ ସେମାନେ ବୈଷୟିକ ଜ୍ଞାନ ସମ୍ପନ୍ନ ଓ ମୁକ୍ତମନା ହେବା ଏକ ଜରୁରୀ ଆବଶ୍ୟକତା। ତେଣୁ ଏଠାରେ ନେତୃତ୍ବର ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।

ଯେହେତୁ ଏହି ଶିକ୍ଷାନୀତି ଦୀର୍ଘକାଳୀନ, ସେଥିପାଇଁ ଉପଯୁକ୍ତ ସହାୟକ ବ୍ୟବସ୍ଥା (Supporting System) ସୃଷ୍ଟି କରିବା ଆବଶ୍ୟକ। ଜାତୀୟ ସ୍ତରରେ ଉଚ୍ଚଶିକ୍ଷା ଆୟୋଗ (HECI) ପ୍ରତିଷ୍ଠା ହେବା ସହ ଏହିପରି ପ୍ରଣାଳୀର ଅବଧାରଣା ପ୍ରବର୍ତ୍ତିତ ହୋଇଛି। ଏହି କାର୍ଯ୍ୟ ସମ୍ପାଦନ ପାଇଁ ଚାରିଗୋଟି ସ˚ସ୍ଥା; ଯଥା: (କ) ନ୍ୟାସନାଲ ହାୟର ଏଜୁକେସନ ରେଗୁଲେଟୋରି କାଉନ୍‌ସିଲ୍‌ (NHERC), (ଖ) ନ୍ୟାସନାଲ ଆକ୍ରିଡିଟେସନ କାଉନ୍‌ସିଲ (NAC), (ଗ) ହାୟର ଏଜୁକେସନ୍‌ ଗ୍ରାଣ୍ଟସ୍‌ କାଉନ୍‌ସିଲ (HEGC) ଓ (ଘ) ଜେନେରାଲ ଏଜୁକେସନ୍‌ କାଉନ୍‌ସିଲ ଅଫ୍‌ ଇଣ୍ତିଆ (GEC)। ଏହି ସ˚ସ୍ଥାଗୁଡ଼ିକ ଦ୍ବାରା ୪ଟି ବିଷୟବସ୍ତୁକୁ ପ୍ରାଧାନ୍ୟ ଦିଆଯିବାର ଯୋଜନା କରାଯାଇଛି। ସେଗୁଡ଼ିକ ହେଉଛି- ନିୟାମକ (Regulation), ସ୍ବୀକୃତି (Accreditation), ଆର୍ଥିକ ସହାୟତା ଏବ˚ ଶିକ୍ଷାର ଗୁଣାତ୍ମକ ମାନ। ଏହି ସୁଚିନ୍ତିତ ଯୋଜନାର କାର୍ଯ୍ୟକାରିତା ପାଇଁ ଉପଯୁକ୍ତ ତଥ୍ୟ ସ˚ଗ୍ରହ, ସେଗୁଡ଼ିକର ବର୍ଗୀକରଣ ଓ ବିଶ୍ଲେଷଣ କରିବା ପାଇଁ ଏକ ଏକୀକୃତ ତଥ୍ୟ ସ˚ଗ୍ରହାଳୟ (Integrated Database) ପ୍ରସ୍ତୁତ କରିବା ଆବଶ୍ୟକ ହେବ ଏବ˚ ପରେ ଏହାକୁ ବ୍ୟାପକ କରାଯାଇ ପ୍ରତ୍ୟେକ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଓ ପ୍ରତ୍ୟେକ ଶିକ୍ଷାସ˚ସ୍ଥାନ ଗୁଡ଼ିକ ଏହି Database ସହ ସ˚ଯୁକ୍ତ ହୋଇପାରି‌େବ।

ସମଗ୍ର ଦେଶରେ ଏହି ଶିକ୍ଷାନୀତିର ଅନୁପାଳନ ପାଇଁ ଏଥି ସହ ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବ˚ ସମସ୍ତ ଅ˚ଶୀଦାରମାନଙ୍କର ଦକ୍ଷତା ବୃଦ୍ଧି କରିବା ଆବଶ୍ୟକ। ଉପଯୁକ୍ତ ସମୟ ଅନ୍ତରରେ ଏହାର କାର୍ଯ୍ୟକାରିତାର ସମୀକ୍ଷା କରାଯାଇ ଏଥିରେ ଥିବା ତ୍ରୁଟି ବିଚ୍ୟୁତି ଦୂର କରି ଅନାବଶ୍ୟକ ପ୍ରକ୍ରିୟାଗୁଡ଼ିକୁ ବାଦ ଦିଆଯାଇପାରିବ। ଏହାଦ୍ବାରା ନିର୍ଦ୍ଦିଷ୍ଟ ସମୟ ସୀମା ମଧୢରେ ନିୟମଗୁଡ଼ିକର କାର୍ଯ୍ୟ ସମ୍ପନ୍ନ ହେବାରେ କୌଣସି ପ୍ରତିବନ୍ଧ ରହିବ ନାହିଁ। ଏହାର କାର୍ଯ୍ୟକାରିତା ପାଇଁ ଯେଉଁ ସମୟସୀମା ଧାର୍ଯ୍ୟ କରାଯାଇଛି ସେଥିପାଇଁ ସମସ୍ତ ବିଶ୍ବବିଦ୍ୟାଳୟ ଯଥା: କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଘରୋଇ ବିଶ୍ବବିଦ୍ୟାଳୟ ଏବ˚ ଉଚ୍ଚମାନ୍ୟତା ସମ୍ପନ୍ନ ବିଶ୍ବବିଦ୍ୟାଳୟ ଗୁଡ଼ିକ ସହିତ ଯଦି ରାଜ୍ୟର ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଏହି ନୀତିଗୁଡ଼ିକୁ ଆପଣାଇ ଏକ ସଙ୍ଗେ ଆଗକୁ ବଢ଼ିପାରିଲେ ଏହାର ଲକ୍ଷ୍ୟ ସାଧନ ହୋଇପାରିବ।

ରାଷ୍ଟ୍ରୀୟ ଶିକ୍ଷାନୀତି ଅନ୍ତର୍ଗତ ‘‘ଉଚ୍ଚ ଶିକ୍ଷାରେ ଯୁଗାନ୍ତକାରୀ ପରିବର୍ତ୍ତନ’’ ଉପରେ ଆୟୋଜିତ ରାଷ୍ଟ୍ରୀୟ ସମ୍ମିଳନୀରେ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍‌ବୋଧନ ଦେଇ କହିଛନ୍ତି ଯେ ‘‘ରାଷ୍ଟ୍ରୀୟ ଶିକ୍ଷାନୀତି କାର୍ଯ୍ୟକାରୀ କରିବା ପାଇଁ ଆମ ସମସ୍ତଙ୍କୁ ନିଷ୍ଠାର ସହ ଏକମନ ନେଇ କାର୍ଯ୍ୟ କରିବାକୁ ହେବ।’’ ଏହି ପରିପ୍ରେକ୍ଷୀରେ ସାରା ଦେଶରେ ବିଶ୍ବବିଦ୍ୟାଳୟ, ମହାବିଦ୍ୟାଳୟ, ସ୍କୁଲ ବୋର୍ଡ, ବିଭିନ୍ନ ରାଜ୍ୟ ତଥା ଶିକ୍ଷାକେନ୍ଦ୍ର ସହ ଜଡ଼ିତ ସମସ୍ତ ଅନୁଷ୍ଠାନ ମଧୢରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏହାର ଲକ୍ଷ୍ୟ ପୂରଣ ହୋଇପାରିଲେ ଦେଶର ବିକାଶରେ ନିଶ୍ଚିତ ସହାୟକ ହେବ। ଏଥିରେ ଦ୍ବିରୁକ୍ତି ନାହିଁ।

ପ୍ରୋ ଭାଇସ୍‌ ଚାନ୍‌ସେଲର
ଇଗ୍‌ନୁ, ନୂଆଦିଲ୍ଲୀ

ସମ୍ବନ୍ଧିତ ଖବର