ଉମର ଖାଲିଦ ହେବାର ବିଡ଼ମ୍ବନା

ଯୋଗେନ୍ଦ୍ର ଯାଦବ

ମୋର ଜଣେ ବନ୍ଧୁ ହିଲାଲ ଅହମଦ। ସେ ମଧ୍ୟ ମୋ ଭଳି ‘ଦ ପ୍ରି˚ଟ୍‌’ର ସ୍ତମ୍ଭକାର। ସେ ନିଜ ମେଜ ଉପରେ ତିନିଟି ଛବି ସଜାଇ ରଖିଛନ୍ତି। ଗୋଟିଏ କାବା-ସରିଫର। ଆପଣମାନଙ୍କୁ ମନେ ପକାଇଦିଏ କି ହିଲାଲ ଦିନରେ ପାଞ୍ଚ ଥର ନମାଜ ପଢ଼ନ୍ତି। ଆଉ ଗୋଟିଏ ଛବି ଗ୍ବେଭାରାଙ୍କର। କାରଣ, ମାର୍କ‌୍‌ସବାଦୀ ବିଚାର ଓ ପର˚ପରା ସହ ହିଲାଲଙ୍କର ଗଭୀର ସ˚ପର୍କ। ତୃତୀୟ ଛବିଟି ମହାତ୍ମା ଗାନ୍ଧୀଙ୍କର। ମହାତ୍ମାଙ୍କ ଆଚାର ଓ ବିଚାରରୁ ହିଲାଲ ଅନୁପ୍ରାଣିତ ହେଉଥିବାର ପ୍ରମାଣ।

ଏହା ଅଡ଼ୁଆ ଲାଗୁଛି ନା? ଅଡ଼ୁଆ ମଧ୍ୟ ସୁନ୍ଦରତା ଭଳି; ଏହା ଅନେକ ସମୟରେ ଦେଖିବା ବାଲାର ଆଖି ଉପରେ ନିର୍ଭର କରେ। କୌଣସି ବଙ୍ଗୀୟ ପରିବାରରେ ରାମକୃଷ୍ଣ ପରମହ˚ସଙ୍କ ଛବି କଡ଼ରେ ଲେନିନ୍‌ଙ୍କ ଛବି ଆମକୁ ଅଡ଼ୁଆ ଲାଗେନାହିଁ କାହିଁକି? ସତ୍ୟ ହେଉଛି, ଆମ ସମାଜରେ ମୁସଲମାନର ପରିଚୟ ଧରା-ବନ୍ଧା; ତାହା ବାହାରେ ଆମେ କିଛି ବି ଭାବିପାରୁନା।

ରବିବାର ଦିନ ଫେବ୍ରୁଆରିରେ ହୋଇଥିବା ଦଙ୍ଗା ମାମଲାରେ ଉମର ଖାଲିଦଙ୍କୁ ଗିରଫ କରାଯିବା ପରେ ମୋ ମନରେ ପ୍ରଶ୍ନଟି ପୁଣି ଥରେ ଉଙ୍କିମାରିଲା। ଆପଣ ଯୁବକ; ଆପଣ ବିଦ୍ରୋହୀ। ଆପଣ ଭାରତୀୟ ଏବ˚ ମୁସଲମାନ। ନିଜର ପରିଚୟ ଓ ମିଜାଜ ସହ ବୁଝାମଣା ନ କରି କ’ଣ ଆପଣ ଏକ ସଙ୍ଗେ ଏସବୁ ହୋଇପାରିବେ? ଏହା କେବଳ ଉମର ଖାଲିଦଙ୍କ ସ˚ଶୟାବସ୍ଥା ନୁହେଁ। ଏହା ତାଙ୍କ ପରି ଅନ୍ୟ ଲକ୍ଷ ଲକ୍ଷ ଶିକ୍ଷିତ ଯୁବ ଭାରତୀୟ ମୁସଲମାନମାନଙ୍କୁ ବ୍ୟଥିତ କରୁଥିବ।

ମୁଁ ଯେତେବେଳେ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲି, ଅନେକ ମୁସଲମାନ ଯୁବକ ଅଡ଼ୁଆ ପରିସ୍ଥିତିରେ ପଡ଼ି ବାଧ୍ୟ ହୋଇ କଠୋର ନିଷ୍ପତ୍ତି ନେଇଥିବା ଦେଖିଛି। ଯେଉଁ ଇତିହାସ ସେମାନେ ବନାଇ ନାହାନ୍ତି, ତାହାର ବୋଝ ଉଠାଇବାକୁ ବାଧ୍ୟ। ନିଜ ଦେଶରେ ନିଜର ଦେଶପ୍ରେମର ପ୍ରମାଣ ମଗାଗଲେ, ଜଣେ ମୁସଲମାନ ଯୁବକ ଆଗରେ ଦୁଇଟି ବିକଳ୍ପ: ନିଜର ମୁସଲମାନତ୍ବକୁ ଭୁଲିବାକୁ ହେବ କି˚ବା ନିଜର ବିଦ୍ରୋହୀ ଆତ୍ମାକୁ ଦମନ କରିବାକୁ ପଡ଼ିବ। ମୁଁ ଜାଣିଥିବା ଅନେକ ବାମପନ୍ଥୀ ମୁସଲମାନ ପ୍ରଥମ ବିକଳ୍ପକୁ ଗ୍ରହଣ କରିଛନ୍ତି। ସେମାନେ ନାସ୍ତିକ ପାଲଟିଛନ୍ତି। ନିଜ ପରିବାର ଓ ସ˚ପ୍ରଦାୟଠାରୁ ଅଲଗା ହୋଇଛନ୍ତି। ଧର୍ମ ନିରପେକ୍ଷ, ସହରୀ ସମାଜରେ ନିଜ ପାଇଁ ସ୍ଥାନ ଖୋଜିଛନ୍ତି। ଶେଷରେ ଉତ୍ତର ଜୀବନରେ ସେମାନେ ଆବିଷ୍କାର କରିଛନ୍ତି ଯେ, ସେମାନେ ଏକଲା ତଥା ଏବେ ବି ମୁସଲମାନ ହିଁ ଅଛନ୍ତି; ଅନ୍ୟ କିଛି ହୋଇପାରିନାହାନ୍ତି। ଯେଉଁମାନେ ଦ୍ବିତୀୟ ବିକଳ୍ପ ଗ୍ରହଣ କଲେ, ସେମାନେ ନିଜର ବିଦ୍ରୋହୀ ଆତ୍ମାକୁ ଦମନ କରି, ସଚ୍ଚୋଟ ମୁସଲମାନ ରହିଲେ। ନିଜ ଜୀବନ ସାଧାରଣ ଭାବେ ଗଢ଼ିଲେ। ତେବେ, ଆଇନା ସମ୍ମୁଖରେ ନିଜକୁ ଦେଖିବାକୁ ଭୟ କଲେ।

ଉମର ଖାଲିଦ ଏହି ଦୁଇ ବିକଳ୍ପ ବାହାରର ବ୍ୟକ୍ତିତ୍ବ। ତାଙ୍କ ବିରୋଧରେ ଯେତେ ବେଳେ ଦେଶଦ୍ରୋହ ମାମଲା ଦାଏର କରାଯାଇଥିଲା, ସେବେଠାରୁ ତାଙ୍କୁ ଜାଣେ। ଦେଶଦ୍ରୋହ ମାମଲାଟି ସ˚ପୂର୍ଣ୍ଣ କପୋଳକଳ୍ପିତ ଥିବା ମୁଁ ଭଲ ଭାବେ ଜାଣେ। ତାଙ୍କୁ ତଥା କହ୍ନୈୟା କୁମାରଙ୍କୁ ଦେଶଦ୍ରୋହୀ ଓ ଭାରତ ବିରୋଧୀ ସାବ୍ୟସ୍ତ କରିବା ପାଇଁ କୌଣସି ପ୍ରମାଣ ନ ଥିଲା। ତଥାପି ଏହି ବାମମାର୍ଗୀ ବିଦ୍ରୋହୀ ଯୁବକଙ୍କୁ ନେଇ ମୁଁ ଅଳ୍ପ-ବହୁତ ଚିନ୍ତିତ ଥିଲି। ମୋ ଜୀବନରେ ମୁଁ ଏ ଭଳି ଅନେକଙ୍କୁ ଦେଖିଛି। ସେମାନଙ୍କର ଆଦର୍ଶବାଦ ଓ ଉତ୍ସର୍ଜିତ ମନୋଭାବ ମୋତେ ଆକର୍ଷିତ କରିଛି। କିନ୍ତୁ, ସେମାନଙ୍କ ବିଚାରଧାରା ମୋତେ ଥଣ୍ତା କରିଦିଏ। ଅନେକ ସମୟରେ ଭାବେ ସେମାନେ କେଉଁ ପୃଥିବୀରେ ବଞ୍ଚୁଛନ୍ତି! ଉମରଙ୍କୁ ଜାଣିବା ମୋ ପାଇଁ ଏକ ମଧୁର ବିସ୍ମୟ। ଉତ୍ତେଜକ କିନ୍ତୁ ଉତ୍ତେଜନାମୂଳକ ନୁହେଁ; ପ୍ରସିଦ୍ଧ କିନ୍ତୁ ପାଦ ସର୍ବଦା ଭୂମିରେ। ସେ ଉଚ୍ଚ-ଶିକ୍ଷିତ। ବାସ୍ତବ ଦୁନିଆ ସହ ସ˚ଶ୍ଳିଷ୍ଟ। ଦୂରଦୃଷ୍ଟିସ˚ପନ୍ନ ଏବ˚ ବ୍ୟାବହାରିକ। ହି˚ସା ଦ୍ବାରା ରାଷ୍ଟ୍ରକୁ ଦଖଲ କରିବାର ବୈପ୍ଳବିକ ଦିବାସ୍ବପ୍ନ ଠାରୁ ସେ ବହୁତ ଦୂରରେ। ସେ ଗଣତାନ୍ତ୍ରିକ ରାଜନୀତିର ବଙ୍କା-ତେଢ଼ା ମାର୍ଗର ଯାତ୍ରୀ ହେବା ପାଇଁ ସଦା ଇଚ୍ଛୁକ। ଜାତି ଓ ଲିଙ୍ଗ ପ୍ରସଙ୍ଗ ସହ ଜଡ଼ିତ ଏହି ବାମପନ୍ଥୀ ନେତାଙ୍କର ଉତ୍ତରୋତ୍ତର ଉନ୍ନତି, ମୁଁ ଭବିଷ୍ୟତ୍‌ରେ ଦେଖିବାକୁ ଚାହେଁ।

ତେବେ, ତାଙ୍କ ବାବଦରେ ଭିନ୍ନ କିଛି ମୋ ଧ୍ୟାନ ଆକର୍ଷିତ କରିଛି: ସେ ମୁସଲମାନ ଏବ˚ କେବଳ ମୁସଲମାନ ଭାବେ ଛିଡ଼ାହେବାକୁ ଚାହାଁନ୍ତି। ତାଙ୍କ ପିତା ଜମାତ-ଏ-ଇସ୍‌ଲାମୀ ସହ ସ˚ପୃକ୍ତ। ହେଲେ, ଉମର ପିତାଙ୍କ ପରି ମୌଳବାଦୀ ନୁହନ୍ତି କି ପିତାଙ୍କ ପଥ ବାଛି ନ ଥିବାରୁ ନିଜର ମୁସଲମାନତ୍ବ ପରିହାର କରିନାହାନ୍ତି। ସେ, ମୋର ବନ୍ଧୁ ହିଲାଲଙ୍କ ଭଳି ଧାର୍ମିକ ମୁସଲମାନ ନୁହନ୍ତି। ନମାଜ ପଢ଼ନ୍ତି ନାହିଁ। ତାଙ୍କର ବାନ୍ଧବୀ ବନଜ୍ୟୋତ୍ସ୍ନା ମଧ୍ୟ ତାଙ୍କର ବୌଦ୍ଧିକ ଓ ରାଜନୀତିଜ୍ଞ ବାନ୍ଧବୀ। ସେ ବଙ୍ଗୀୟ ହିନ୍ଦୁ। ଏହା ମୁସଲମାନ ସ˚ପ୍ରଦାୟକୁ ସନ୍ତୁଷ୍ଟ କରିବାର ଆଶା କମ୍‌। ସେ ପଛୁଆ ବର୍ଗର ମୁସଲମାନମାନଙ୍କ ଦୁର୍ଦଶା କଥା କହନ୍ତି, ଯାହା ଉଚ୍ଚ ବର୍ଗର ମୁସଲମାନମାନଙ୍କ ପାଇଁ ବିରକ୍ତିକର। ଏହା ସଙ୍ଗକୁ ସେ ବାମପନ୍ଥୀ। ଅର୍ଥାତ୍‌, ମୁସଲମାନ ସ˚ପ୍ରଦାୟର ରାଜନୀତିର ସେ ଆଦୌ ନିକଟତର ନୁହନ୍ତି।

ଏ ସବୁ ସତ୍ତ୍ବେ ଉମର ନିଜର ମୁସଲମାନତ୍ବ ସ˚ପର୍କରେ କହନ୍ତି। ସେ ନିଜ ସ˚ପ୍ରଦାୟର ଦୁର୍ଦଶା କଥା କହନ୍ତି, ଯାହା ‘ସଚ୍ଚର କମିଟି’ର ସରକାରୀ ରିପୋର୍ଟ‌୍‌ରେ ଉଲ୍ଲେଖିତ। ସେ ଏହାକୁ ଅନ୍ୟ ନିଷ୍ପେଷିତ ସ˚ପ୍ରଦାୟ ଯଥା- ଦଳିତ, ଆଦିବାସୀ, ଓବିସି, ମହିଳା ବର୍ଗ ଆଦିଙ୍କ ସହ ସ˚ଯୁକ୍ତ କରନ୍ତି। ସେ ସାମ୍ବିଧାନିକ ଅଧିକାର କଥା କହନ୍ତି। ଅନ୍ୟ ସ˚ପ୍ରଦାୟର ନେତାଙ୍କ ଭଳି ସେ ମଧ୍ୟ ବିଶେଷ ଭାବେ ମୁସଲମାନମାନଙ୍କ ବିରୋଧରେ ହେଉଥିବା ପକ୍ଷପାତୀ କାର୍ଯ୍ୟ-କଳାପ କଥା କହନ୍ତି। ପକ୍ଷପାତୀ ନାଗରିକ ସ˚ଶୋଧନ ଆଇନ ବିରୋଧରେ ସେ ସ୍ବର ଉତ୍ତୋଳନ କରିଥିଲେ। ଏହା ବିରୋଧରେ ହୋଇଥିବା ପ୍ରତିବାଦର ନେତୃତ୍ବ ନେଇଥିଲେ। ଏହି ଆନ୍ଦୋଳନ ସହ ସ˚ପୃକ୍ତ ମୁସଲମାନ ସା˚ପ୍ରଦାୟିକ ଅନୁଷ୍ଠାନଗୁଡ଼ିକଠାରୁ ଦୂରତ୍ବ ବଜାୟ ରଖିଥିଲେ। ସେ ଦୃଢ଼ତା ଓ ସାହସର ସହ କହିଥିଲେ- ‘ମୁଁ ସେହି ମୁହୂର୍ତ୍ତକୁ କେବେ ହେଲେ ଭୁଲିବିନାହିଁ, ଯେତେ ବେଳେ ମୋ ଡାକରାରେ ହଜାର ହଜାର ମଣିଷ ମୋବାଇଲ୍‌ ଫୋନ୍‌ର ଟର୍ଚ‌୍‌ ଲଗାଇ ସ୍ବାଧୀନତାର ସ୍ଲୋଗାନ୍‌ ଦେଇଥିଲେ: ଆମେ କ’ଣ ମାଗିଲେ? ସ୍ବାଧୀନତା! କ୍ଷୁଧାରୁ ସ୍ବାଧୀନତା! ଆମ୍ବେଦକରବାଲା ସ୍ବାଧୀନତା!’

ଏ ହେଉଛନ୍ତି ଉମର ଖାଲିଦ। ଯୁବକ; ଆଦର୍ଶବାଦୀ; ବିଦ୍ରୋହୀ; ବୁଝାମଣାକୁ ନା କରୁଥିବା ଭାରତୀୟ; ଏବ˚ ମୁସଲମାନ; ଏକ ସଙ୍ଗେ ଏହିସବୁ। ତେଣୁ, ସେ ଆଜି ଯୁବ ସମାଜର ଆଦର୍ଶ। ବିଶେଷତଃ ମଧ୍ୟବିତ୍ତ ପରିବାରର ଶିକ୍ଷିତ ମୁସଲମାନ ଯୁବକ, ଯେଉଁମାନେ ଧର୍ମଯାଜକମାନଙ୍କ ପଞ୍ଝା, ସା˚ପ୍ରଦାୟିକ ଶିବିର ଏବ˚ ଧରା-ବନ୍ଧା ମୁସଲମାନତ୍ବରୁ ମୁକ୍ତି ଚାହାଁନ୍ତି, ସେମାନଙ୍କ ପାଇଁ ଉମର- ୟୁଥ୍‌ ଆଇକନ୍‌।

ଏହି ଉମର ଖାଲିଦ ଆତଙ୍କବାଦୀ ବିରୋଧୀ ‘ୟୁଏପିଏ’ ଆଇନର ବିଭିନ୍ନ ଦଫା ଅନୁଯାୟୀ ଗିରଫ ହୋଇ ଏବେ କାରାଗାରରେ। ତାଙ୍କ ବିରୋଧରେ ଲାଗିଛି ବିଭିନ୍ନ ହାସ୍ୟାସ୍ପଦ ଆରୋପ। ହାସ୍ୟାସ୍ପଦ ଏଥି ପାଇଁ ଯେ, ୨୦୧୮ରୁ ସେ ପୁଲିସ୍‌ ସୁରକ୍ଷା ବଳୟ ଭିତରେ ଥିଲେ। ତାଙ୍କୁ ସବୁ ବେଳେ ପୁଲିସ୍‌ କର୍ମୀ ଜଗିରହୁଥିଲେ। ଇଲେକ୍‌ଟ୍ରୋନିକ୍‌ସ ଯନ୍ତ୍ର-ପାତି ମାଧ୍ୟମରେ ତାଙ୍କ ଉପରେ ଅହରହ ଦୃଷ୍ଟି ରଖାଯାଉଥିଲା। ଏହି ଅବସ୍ଥାରେ ସେ ଦେଶର ରାଜଧାନୀରେ ହି˚ସାର ବାତାବରଣ ଖେଳାଇବାରେ ସମର୍ଥ ହେଲେ! ବାମପନ୍ଥୀଙ୍କ ଉପରେ ତୁମେ ଯେ କୌଣସି ଆରୋପ ଲଗାଇପାର; ତେବେ, ସା˚ପ୍ରଦାୟିକ ହି˚ସାର ଆରୋପ କେବେ ହେଲେ ନୁହେଁ। ଏହା ସତ୍ତ୍ବେ ଦିଲ୍ଲୀ ପୁଲିସ୍‌ ଆମକୁ ଉମରଙ୍କ ବାବଦରେ ବିଶ୍ବାସ କରିବାକୁ କହୁଛି। ପୁଲିସ୍‌ କହୁଛି- ସେ ସା˚ପ୍ରଦାୟିକ ମୁସଲମାନ ଅନୁଷ୍ଠାନ ‘ପପୁଲାର‌୍‌ ଫ୍ରନ୍‌ଟ ଅଫ୍‌ ଇଣ୍ତିଆ’ ସହ ସ˚ପୃକ୍ତ ଥିଲେ; ଯେତେ ବେଳେ ସତ୍ୟ ହେଉଛି, ସେ ଏ ପର୍ଯ୍ୟନ୍ତ ଏହି ଅନୁଷ୍ଠାନର ବିରୋଧ କରିଆସିଛନ୍ତି। ପୁଲିସ୍‌ ଆହୁରି ମଧ୍ୟ କହୁଛି- ଜାନୁଆରି ଆଠ ତାରିଖରେ ଉମର ଏକ ଗୁପ୍ତ ବୈଠକରେ ହି˚ସା ପାଇଁ ଯୋଜନା କରିଥିଲେ। ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ କାଳରେ ହି˚ସା ପାଇଁ ଯୋଜନା କରାଯାଇଥିଲା। ଆଶ୍ଚର୍ଯ୍ୟର କଥା ଯେ, ସେତେ ବେଳେ ଟ୍ରମ୍ପ୍‌ଙ୍କ ଭାରତ ଗସ୍ତ ବାବଦରେ କାହାକୁ କିଛି ଜଣା ନ ଥିଲା। ଯଦି ସେ ଯାଦବ କି ୟେଚୁରୀ ହୋଇଥାଆନ୍ତେ, ଏହି ଆରୋପଗୁଡ଼ିକୁ ନେଇ ହାସ୍ୟରୋଳ ହୋଇଥାଆନ୍ତା ଏବ˚ ଭଲ ସ˚ଳାପ ଲେଖକ ଯୋଗାଡ଼ କରିବା ପାଇଁ ଦିଲ୍ଲୀ ପୁଲିସ୍‌କୁ କହାଯାଇଥାଆନ୍ତା। କିନ୍ତୁ, ସେ ମୁସଲମାନ।

ଆପଣ ଯଦି ଯୁବକ, ବିଦ୍ରୋହୀ, ଭାରତୀୟ ଓ ମୁସଲମାନ, ଉମରଙ୍କ ଗିରଫଦାରିକୁ କେଉଁ ପରି ନେବେ? ଆପଣ ଯୁବକ, ନିଜର ଯୁବକତ୍ବକୁ ନେଇ ଆପଣ ବି କ’ଣ କରିପାରିବେ? ଆପଣ ବିଚାରବନ୍ତ। ଆପଣ ଚାପରେ ରହିଲେ ବି ନିଜର ମୁସଲମାନତ୍ବ ତ୍ୟାଗ କରିପାରିବେନାହିଁ। ତାହା ହେଲେ ଆପଣଙ୍କ ଆଗରେ ବିକଳ୍ପ କ’ଣ?

ଉମର ଖାଲିଦଙ୍କର ଗିରଫଦାରି ତାଙ୍କ ନିଜ ପାଇଁ ତଥା ତାଙ୍କ ଉଦ୍ଦେଶ୍ୟ ପାଇଁ ଏକ ଦୁର୍ଦଶା ନୁହେଁ, ଯେପରି ଏକଦା ତିଲକ କହିଥିଲେ- ମୁକ୍ତ ରହିବା ଅପେକ୍ଷା କାରାଗାରରେ ବନ୍ଦୀ ରହିଲେ, ବିରୋଧର ସ୍ବର ଅଧିକ ଗୁ˚ଜରିତ ହେବ। ଉମର ଜାତୀୟ ବୀର ଭାବେ ଉଭା ହୋଇପାରନ୍ତି। ତାଙ୍କ ଦୁର୍ଦଶା ପ୍ରକୃତରେ ଭାରତର ଚିନ୍ତାଧାରା ପାଇଁ ଏକ ଦୁର୍ଗତି।

(ମତାମତ ଲେଖକଙ୍କ ନିଜସ୍ବ)

[email protected]

ସମ୍ବନ୍ଧିତ ଖବର

Comments are closed.