କରୋନା ବିଶ୍ବ ସମେତ ଭାରତର ଅର୍ଥନୀତିକୁ ଏକ ପ୍ରକାର ଦୋହଲାଇ ଦେଇଛି। ବଡ଼ ବଡ଼ ନାମୀଦାମୀ ପ୍ରମୁଖ ଖ୍ୟାତନାମା କମ୍ପାନିଗୁଡ଼ିକ ମଧ୍ୟ ବେପାର ବଣିଜରେ ବେଶ୍ ବଡ଼ ଝଟକା ଅନୁଭବ କରିଛନ୍ତି। ଏତିକି ବେଳେ ଭାରତର ବଡ଼ ବଡ଼ କମ୍ପାନିମାନଙ୍କ ନଜର ମଧ୍ୟକୁ ଦେଶର ଗାଁ, ମଫସଲ ବୋଲି କୁହାଯାଉଥିବା ଅ˚ଚଳ ଆସି ସାରିଲାଣି। ସେମାନେ ବି ଭଲ ଭାବେ ବୁଝି ସାରିଲେଣି ଯେ ଭାରତର ବଜାର ବୋଇଲେ କେବଳ ସହରକୁ ବୁଝିଲେ ହେବନାହିଁ। କାହିଁକି ନା ଗାନ୍ଧୀଜୀ କହିଥିବା ଭଳି ‘ଗାଁରେ ଭାରତର ଆତ୍ମା ଅଛି।’ ତେଣୁ ଗ୍ରାମାଞ୍ଚଳକୁ ନଜରଅନ୍ଦାଜ କଲେ ହେବନାହିଁ। ସତ କଥା ହେଉଛି ଆଜିର ସମୟରେ ଗାଁମାନଙ୍କେର କେବଳ ଛକ ବଜାର ନୁହେଁ ବଡ଼ ବଡ଼ ସପି˚ କମ୍ପ୍ଲେକ୍ସ ମାନ ମଧୢ ଦେଖିବାକୁ ମିଳିଲାଣି, ଯାହା ଗ୍ରାମୀଣ ପରିବେଶକୁ ଚମକାଇ ଦେଲାଣି। ଆଉ ଗାଁ ଗଣ୍ତାରେ ମଧ୍ୟ ସେହି ଜିନିଷ ଉପଲବ୍ଧ ହେଉଛି ଯାହା ସହରର ବଡ଼ ସପି˚ ମଲ୍ରେ।
ଏହି ଦୃଷ୍ଟିକୋଣରୁ ଭାରତରେ ବ୍ୟବସାୟ କରୁଥିବା ଭାରତୀୟ ତଥା ବହୁଦେଶୀୟ ଉଦ୍ୟୋଗଗୁଡ଼ିକ ଏବେ ନୂଆ ଚାରଣ ଭୂମି ଆଡ଼କୁ ମୁହାଁଇଛନ୍ତି। ସହରଗୁଡ଼ିକରେ ସେମାନଙ୍କ ବ୍ୟବସାୟ ଏବେ ଏକ ପରିପୃକ୍ତ ଅବସ୍ଥାକୁ ଚାଲି ଆସିଲାଣି, କିନ୍ତୁ ଗ୍ରାମା˚ଚଳରେ ସେମାନଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି। ଭାରତର ୬ ଲକ୍ଷ ୫୦ ହଜାର ଗ୍ରାମରେ ବସବାସ କରୁଥିବା ୮୫ କୋଟି ଲୋକଙ୍କ ଭିତରେ ରହିଛନ୍ତି ଅସ˚ଖ୍ୟ ଗ୍ରାହକ ଏବ˚ ପୃଷ୍ଠପୋଷକ। ପୃଥିବୀ ପ୍ରସିଦ୍ଧ ଉଦ୍ୟୋଗଗୁଡ଼ିକ ଏବେ ଗ୍ରାମ ମୁହାଁ ହେଉଥିବା ବେଳେ ସ୍ବୀକାର କରିଛନ୍ତି ଯେ ସହର ବାସିନ୍ଦାଙ୍କ ଭଳି ଆବେଗ ପ୍ରଣୋଦିତ କ୍ରେତା ଏବେ ଭାରତୀୟ ଗାଁ ଗହଳିରେ ହେଲେଣି। ପ୍ରସିଦ୍ଧ ବହୁଦେଶୀୟ କମ୍ପାନି ‘ହିନ୍ଦୁସ୍ଥାନ ୟୁନି ଲିଭର୍’ର ବ୍ୟବସାୟର ୪୦ ପ୍ରତିଶତ ଏବେ ଗ୍ରାମ୍ୟ ବଜାରରେ ହେଉଛି। ସେମିତି ‘ମାରୁତି ଅଟୋମୋବାଇଲ’ ହେଉ ବା ‘କୋକାକୋଲା’ ଭଳି ମୃଦୁ ପାନୀୟ କମ୍ପାନି ହେଉ, ସେମାନଙ୍କ ବ୍ୟବସାୟର ୩୦ ପ୍ରତିଶତ ଗ୍ରାହକ ଏବେ ଆସୁଛନ୍ତି ଗାଁ ଗହଳିରୁ। ‘ଏୟାରଟେଲ୍’ କମ୍ପାନି ୮୫ ଲକ୍ଷ ଡିଟିଏଚ୍ ଗ୍ରାହକଙ୍କ ଏକ ତୃତୀୟା˚ଶ ହେଉଛନ୍ତି ଗ୍ରାମ୍ୟ ଭାରତର ବାସିନ୍ଦା। ‘ଗୁଜୁରାଟ କୋ ଅପରେଟିଭ୍ ମିଲ୍କ ମାର୍କେଟି˚ ଫେଡେରେସନ୍’, ଯାହା ‘ଅମୁଲ୍’ ଭାବେ ସୁପରିଚିତ, ତାର ମୁଖ୍ୟ ପରିଚାଳକ ଆର.ଏସ୍. ସୋଧି କହନ୍ତି ଯେ ଖୁବ୍ ଶୀଘ୍ର ‘ଅମୁଲ୍’ ପକ୍ଷରୁ ଦେଶର ଗ୍ରାମା˚ଚଳରେ ଆଇସ୍କ୍ରିମ୍ ପାର୍ଲୋରମାନ ଖୋଲାଯିବ। ସେ କହିଛନ୍ତି ବ୍ୟବସାୟ ଲାଗି କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି ଯେ ଆଇସ୍କ୍ରିମ୍, ପିଜ୍ଜା, ଚକୋଲେଟ ଏବ˚ ବିଭିନ୍ନ ପ୍ରକାର ମୃଦୁ ପାନୀୟର ଗ୍ରାହକମାନଙ୍କ ସ˚ଖ୍ୟା ଭାରତୀୟ ଗ୍ରାମା˚ଚଳଗୁଡ଼ିକରେ ବଢ଼ିବାରେ ଲାଗିଛି।
୨୦୦୯ ତୁଳନାରେ ୨୦୧୯ ମସିହାରେ ଗ୍ରାମା˚ଚଳର ଲୋକେ ଉପଭୋଗ୍ୟ ପଣ୍ୟ ଉପରେ ୨୭ ପ୍ରତିଶତ ଅଧିକ ଖର୍ଚ୍ଚ କରିଛନ୍ତି। ଜଣାପଡ଼ିଛି ଯେ ଏବେ ଭାରତରେ ପ୍ରାୟ ୨୯ କୋଟି ଗ୍ରାମବାସୀ ମୋବାଇଲ୍ ବ୍ୟବହାର କରୁଛନ୍ତି, ଯେଉଁମାନଙ୍କ ଭିତରୁ ୪.୨ କୋଟି ଗ୍ରାମବାସୀ ମୋବାଇଲ୍ରେ ଇଣ୍ଟରନେଟ୍ ବ୍ୟବହାର କରୁଛନ୍ତି। ଏବେ ଭାରତୀୟ ଗ୍ରାମା˚ଚଳର ୫୪ ପ୍ରତିଶତ ଲୋକଙ୍କ ପାଖରେ ମୋବାଇଲ୍ ଅଛି ଏବ˚ ସେମାନେ ବିଭିନ୍ନ କମ୍ପାନି ଦ୍ବାରା ପ୍ରଦତ୍ତ ବିଶେଷ ସେବାର ଲାଭ ବି ଉଠାଉଛନ୍ତି। ଯେମିତିକି ‘ଏୟାରଟେଲ୍’ ଦ୍ବାରା ପ୍ରଦାନ କରାଯାଉଥିବା ମନି ଟ୍ରାନ୍ସଫରର ସୁବିଧା। ଏଥିରେ ବ୍ୟାଙ୍କଗୁଡ଼ିକ ବି ପଛରେ ପଡ଼ିନାହାନ୍ତି। ଗ୍ରାମା˚ଚଳରେ ଶାଖା ଖୋଲିବା ଲାଗି ଅନେକ ବଡ଼ ଘରୋଇ ବ୍ୟାଙ୍କ ବ୍ୟାକୁଳ। ‘ଆଇସିଆଇସିଆଇ’ ଭଳି ବୃହତ୍ ଘରୋଇ ବ୍ୟାଙ୍କ ଗତ ଦେଢ଼ ବର୍ଷ ଭିତରେ ଯେତିକି ନୂଆ ଶାଖା ଖୋଲିଛି ତାର ୬୦ ପ୍ରତିଶତ ଗ୍ରାମା˚ଚଳରେ। ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ ସେଥି ଭିତରୁ ୪୦୦ଟି ଶାଖା ଏମିତି ସବୁ ଗାଁରେ ଖୋଲିଛି, ଯେଉଁଠି ପୂର୍ବରୁ କୌଣସି ବ୍ୟାଙ୍କ ନଥିଲା। ଏଇ ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଯେ ସହର ଓ ଗାଁ ଭିତରେ ରହିଥିବା ଅନ୍ୟ ଯେଉଁ ପ୍ରକାର ପାର୍ଥକ୍ୟ ଓ ବୈଷମ୍ୟ ଥାଉ ବା ନଥାଉ, ଉପଭୋଗ୍ୟ ପଣ୍ୟ ବିକ୍ରି ଖର୍ଦି ଓ ବ୍ୟବହାରରେ ସେ ବ୍ୟବଧାନ କ୍ରମେ କମି କମି ଆସୁଛି ଏବ˚ ଭାରତୀୟ ମହାଭାରତୀୟ କମ୍ପାନିଗୁଡ଼ିକ ସବୁଜତର ଚାରଣ ଭୂମି ପାଇ ବେଶ୍ ଉତ୍ସାହିତ ମଧୢ। ସେହି ପରିପ୍ରେକ୍ଷୀରେ କୁହାଯାଇପାରେ ଯେ ଗାଁ ବଜାରର ଚମକ ଓ ମହକ ସମଗ୍ର ବିଶ୍ବକୁ ବ୍ୟାପି ଯିବାକୁ ଆଉ ଖୁବ୍ ବେଶୀ ଦୂର ନୁହେଁ। ଗାଁରେ ସ୍ଥାନୀୟ ଅ˚ଚଳର ଉପଲବ୍ଧ ସାମଗ୍ରୀ ମଧୢ ବଡ଼ ବଜାର ପାଇଁ ପ୍ରୋତ୍ସାହନ ଯୋଗାଇବେ। ତେଣୁ ଏହି ଚମକ ସହିତ କରୋନା ମାଡ଼ରେ ମାଟି କାମୁଡ଼ି ପଡ଼ିଥିବା ଭାରତୀୟ ଅର୍ଥନୀତିରେ ହୁଏତ ଚମକ ଆସିପାରେ। ତେବେ ଟିକିଏ ସମୟ ତ ଲାଗିବ।
ଗୋତରା, ମାହାଙ୍ଗା, କଟକ
ମୋ- ୯୪୩୭୧୪୨୭୧୭