କୃଷକ ପାଇଁ କାଳ ହେବନି ତ?

ନୂଆ କୃଷି ଆଇନ - ସଚିନ୍‌ ମହାପାତ୍ର

ଭାରତ‌ରେ ୭୫ ଭାଗ ଲୋକଙ୍କ ବର୍ତ୍ତମାନ ଓ ଭବିଷ୍ୟତ କୃଷି କାର୍ଯ୍ୟ ସହିତ ଯୋଡ଼ି ହୋଇ ରହିଛି। ଏବେ ଯେତେବେଳେ କରୋନା କବ୍‌ଜାରେ ପୂରା ଦେଶ ରହିଛି, ସରକାର ଏବ˚ ଅନେକ ଅର୍ଥଶାସ୍ତ୍ରୀ ମାନୁଛନ୍ତି କି କେବଳ କୃଷି ଏବ˚ କୃଷକର ପରିଶ୍ରମ ଆଧାରରେ ଦେଶର ଅର୍ଥ ବ୍ୟବସ୍ଥା ବଞ୍ଚି ରହିଛି। କିନ୍ତୁ ଅନ୍ୟ ପଟେ କେନ୍ଦ୍ର ସରକାର ଏଭଳି ତିନିଟି କୃଷି ବିଲ୍‌ ଆଣି ସ˚ସଦରେ ପାରିତ କରାଇ ନେଇଛନ୍ତି, ଯାହା ଆଇନରେ ପରିଣତ ହେଲେ ସରକାରଙ୍କ ସମସ୍ତ ଦାବି ସତ୍ତ୍ବେ ଚାଷୀଙ୍କ ହିତରେ କେତେ ରହିବ ତାହା ଏକ ବଡ଼ ପ୍ରଶ୍ନ। ଏକ ସନ୍ଦେହ ସୃଷ୍ଟି ହେଉଛି ଯେ ସରକାର ‘ଏମଏସ୍‌ପି’ରେ କିଣିବା ବ୍ୟବସ୍ଥାକୁ ବନ୍ଦ କରି କୃଷକର ଉତ୍ପାଦକୁ କମ୍ପାନିମାନଙ୍କ ହାତରେ ସିଧାସଳଖ ଟେକି ଦେବାର ଅଭିସନ୍ଧିରେ ଏହି ଆଇନ ଆଣିବାକୁ ଯାଉଛନ୍ତି।

ଏହା ସମସ୍ତେ ଜାଣନ୍ତି ଯେ ବିଶ୍ବ ବାଣିଜ୍ୟ ସ˚ସ୍ଥା (WTO) କୃଷକଙ୍କୁ ମିଳୁଥିବା ‘ଏମଏସ୍‌ପି’ ସହ ସବୁ ସବ୍‌ସିଡି ବନ୍ଦ କରିବାକୁ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଉଛି। ଏହା ପୂର୍ବରୁ ମଧୢ ୟୁପିଏ ଓ ଏନ୍‌ଡିଏ ସରକାର ‘ଏମଏସ୍‌ପି’ ବନ୍ଦ କରେଇବା ପାଇଁ ଉପକ୍ରମ କରିଥିଲେ। ତେବେ କୃଷକ ଆନ୍ଦୋଳନ ଫଳରେ ଏହା ସମ୍ଭବ ହୋଇ ପାରି ନ ଥିଲା। ତେଣୁ ଏହି କରୋନା କାଳରେ ମଧୢ ସରକାରଙ୍କ ଏ ଉଦ୍ୟମ ବିରୋଧରେ କୃଷକ ଆନ୍ଦୋଳନ ତେଜିଥିବା ଦେଖାଗଲାଣି।

ଏବେ ତିନିଟି ବିଲ୍‌ରେ ଥିବା ବ୍ୟବସ୍ଥା ଓ ସେ ସବୁ କେତେ ଚାଷୀ ହିତରେ ତାହା ଦେଖିବା। ପ୍ରଥମ ବିଲ୍‌ଟି କୃଷିଜାତ ଦ୍ରବ୍ୟର ବିକ୍ରି ଓ ବିପଣନରେ କୃଷକଙ୍କୁ ସୁରକ୍ଷା ପ୍ରଦାନ ଓ ସୁବିଧା ସମ୍ବନ୍ଧୀୟ। ଏହି ଜରିଆରେ ସରକାର ଗୋଟେ ଦେଶ ଗୋଟେ କୃଷକ ମାର୍କେଟ୍‌ ସୃଷ୍ଟି କରିବା ପାଇଁ ଚାହାନ୍ତି। ଏହା ଫଳରେ ‘ପ୍ୟାନ୍‌କାର୍ଡ’ଟିଏ ଥିଲେ ଯେ କୌଣସି ବ୍ୟକ୍ତି ବା କମ୍ପାନି ବା ସୁପର ମାର୍କେଟଗୁଡ଼ିକ ଯେ କୌଣସି ସ୍ଥାନରୁ କୃଷିଜ କିଣି ପାରିବେ। ଫଳରେ କୃଷକ ଏବେ ତାର ଅମଳକୁ ବିକ୍ରି କରିବା ପାଇଁ ମଣ୍ତି ବା APMCକୁ ଯିବାକୁ ବାଧୢ ନୁହେଁ। ସୁତରା˚, କୃଷକର ଉତ୍ପାଦର କିଣାବିକା ମଣ୍ତି ବାହାରେ କରାଯାଇପାରିବ। ଏହା ଉପରେ କୌଣସି ପ୍ରକାରର ଶୁଳ୍‌କ ଲାଗୁ ରହିବ ନାହିଁ। ତେଣୁ ଏକ ସନ୍ଦେହ ଜାତ ହେଉଛି ଯେ ମଣ୍ତି ବ୍ୟବସ୍ଥାକୁ ଧୀରେ ଧୀରେ ବନ୍ଦ କରିବା ଲାଗି ସରକାର ଉଦ୍ୟମ କରୁଛନ୍ତି। ଏହି ନୂଆ ବ୍ୟବସ୍ଥାରେ କୃଷକର ଉତ୍ପାଦକୁ କିଣୁଥିବା ବ୍ୟକ୍ତି ବା କମ୍ପାନି ତିନି ଦିନ ମଧୢରେ କୃଷକକୁ ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ବାଧୢ। କମ୍ପାନି ଏବ˚ କୃଷକ ମଧୢରେ କୌଣସି ବିବାଦ ଦେଖାଦେଲେ ଏହାର ସମାଧାନ ଜିଲ୍ଲା ପ୍ରଶାସନ ସ୍ତରରେ କରାଯିବ। ତେବେ କଥା ହେଉଛି ଏଭଳି ବିବାଦରେ କୃଷକ କୋର୍ଟର ଦ୍ବାରସ୍ଥ ହୋଇ ପାରିବେ ନାହିଁ। ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ କ˚ପାନି-ରାଜନେତା-ସରକାର-ପ୍ରଶାସନର ମେଣ୍ଟ ଆଗରେ ଚାଷୀ ହୀନବଳ ହୋଇଯିବ ନାହିଁ ତ? ଧୢାନ ଦେବାର କଥା ଯେ କେନ୍ଦ୍ର ସରକାର ଏହି ବିଲ୍‌ରେ କୌଣସି ଜାଗାରେ କହି ନାହାନ୍ତି ଯେ କମ୍ପାନି ବା ସୁପରମାର୍କେଟ କୃଷକର ଜିନିଷ ‘ଏମଏସ୍‌ପି’ରେ କିଣିବେ। ସୁତରା˚, ଏଭଳି ହୋଇପାରେ ଯେ କୃଷକର ଅମଳ ସମୟରେ ବଡ଼ ବଡ଼ କମ୍ପାନିମାନେ କୃଷିଜର ଦର କମେଇ ତାକୁ କମ୍‌ ପଇସାରେ କିଣି ଭଣ୍ତାରଣ କରିବେ ଏବ˚ ପରେ ସେ ସବୁକୁ ଉଚ୍ଚା ଦରରେ ବିକ୍ରି କରିବେ। ମଣ୍ତିରେ କୃଷକର ଅମଳକୁ ‘ଏମଏସ୍‌ପି’ରେ ହିଁ କ୍ରୟ କରାଯିବାର ନିୟମ ରହିଛି। ଯଦିଓ ମଣ୍ତିରେ କ୍ଷମତାର ଦୁରୁପଯୋଗ କରାଯାଇ ବେପାରୀମାନଙ୍କ ଲାଭ ଲାଗି କୃଷକ ଶୋଷଣ କରାଯାଉଛି, ତାର ଏକ ବଡ଼ ଫାଇଦା ହେଉଛି ଏହା ଯେ କୃଷକମାନଙ୍କ ଉତ୍ପାଦ ଅନ୍ତତଃ ‘ଏମଏସ୍‌ପି’ ଦରରେ କିଣିବା ସରକାରଙ୍କ ଏକ ଦାୟିତ୍ବ। ଅବଶ୍ୟ ମଣ୍ତି ବ୍ୟବସ୍ଥା ଏବେ ହଟିବ ନାହିଁ କି ‘ଏମଏସ୍‌ପି’ ବନ୍ଦ ହେବ ନାହିଁ। ତେଣୁ ଚାଷୀମାନେ ବେପାରୀମାନଙ୍କ ଦ୍ବାରା ପ୍ରତାରିତ ହେଲେ ପୁଣି ମଣ୍ତିକୁ ଫେରି ଆସିବା ଆବଶ୍ୟକ।

ଦ୍ବିତୀୟ ବିଲ୍‌ଟି ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ (୧୯୫୫)ରେ ପରିବର୍ତ୍ତନ। ଏହା କହିଛି ଯେ ଏଣିକି ଚାଷୀ ବା ବେପାରୀମାନେ ଅତ୍ୟାବଶ୍ୟକ ବୋଲି ତାଲିକାରେ ଥିବା ଦ୍ରବ୍ୟର ଅସୀମିତ ଭଣ୍ତାରଣ କରିପାରିବେ। ପୁଣି ଆଳୁ ଓ ପିଆଜ ଭଳି କିଛି ଅତ୍ୟାବଶ୍ୟକ ସାମଗ୍ରୀକୁ ସେହି ତାଲିକାରୁ ବାଦ କରି ଦିଆଯାଇଛି। କେବଳ ଯୁଦ୍ଧ, ଦୁର୍ଭିକ୍ଷ ବା କୌଣସି କୃଷିଜର ମାତ୍ରାଧିକ ଦର ବୃଦ୍ଧି ଘଟିଲେ ଏଭଳି ଭଣ୍ତାରଣରେ ସୀମା ଧାର୍ଯ୍ୟ କରାଯିବ। ଏହି ନିୟମ ପରିବର୍ତ୍ତନ ହେତୁ ଆଶଙ୍କା ହେଉଛି କି ବେପାରୀମାନେ କୃଷକର ଅମଳକୁ କମ୍‌ ପଇସାରେ କିଣି ତାହାର ପ୍ରଚୁର ଭଣ୍ତାରଣ କରିବେ ଏବ˚ ଏଭଳି ବି ହୋଇପାରେ ଏହା ଦ୍ବାରା ଏକ କୃତ୍ରିମ ଅଭାବ ସୃଷ୍ଟି କରି ପରବର୍ତ୍ତୀ ସମୟରେ ସେ ସବୁକୁ ଉଚ୍ଚ ଦରରେ ବିକ୍ରି କରିବେ। ଏହାକୁ ରୋକିବା ପାଇଁ ହିଁ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ଜାରି କରାଯାଇଥିଲା ଯହିଁରେ ଅତ୍ୟାବଶ୍ୟକ ସାମଗ୍ରୀର ସୀମିତ ଭଣ୍ତାରଣର ବ୍ୟବସ୍ଥା ଥିଲା। ଆମ ଦେଶରେ ଦୀର୍ଘ କାଳ ଲାଗି ଉତ୍ପାଦକୁ ଭଣ୍ତାରଣ ଓ ସ˚ରକ୍ଷଣ କରି ରଖିବା ପାଇଁ ଚାଷୀମାନଙ୍କ ଲାଗି କୌଣସି ପ୍ରକାର ବ୍ୟବସ୍ଥା ନାହିଁ। ଏଣୁ ଏହାର ଲାଭ ବଡ଼ବଡ଼ କମ୍ପାନି ଏବ˚ ସୁପର‌୍‌ମାର୍କେଟ ଉଠାଇବେ ଓ ସେହିମାନେ ହିଁ ଦର ନିୟନ୍ତ୍ରଣ କରିବେ। ଉଭୟ ଚାଷୀ ଓ ଖାଉଟି ଏଥିରେ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଅଛି।

ତୃତୀୟ ବିଲ୍‌ଟି ଚୁକ୍ତି ଭିତ୍ତିକ କୃଷି କାର୍ଯ୍ୟ ଲାଗି ମାର୍ଗ ସୁଗମ କରିଛି। ଏହା ଦ୍ବାରା ବଡ଼ ବଡ଼ କମ୍ପାନି ବା ବ୍ୟବସାୟୀମାନେ ଚାଷ କାର୍ଯ୍ୟକୁ ସ˚ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଯିବେ ବୋଲି ଆଶଙ୍କା ଉପୁଜୁଛି। ଏହା କେବଳ ନାମକୁ ମାତ୍ର ଚୁକ୍ତି ଭିତ୍ତିିକ ଚାଷ ହୋଇ ରହିବ। ପ୍ରକୃତରେ କୃଷକମାନେ କ˚ପାନିମାନଙ୍କ ପାଖରେ ଶ୍ରମିକ ହୋଇଯିବେ। ଏହାକୁ ସରକାର ଚାଷର ପାଶ୍ଚାତ୍ୟ ମଡେଲ ବୋଲି କହୁଛନ୍ତି। କିନ୍ତୁ ସରକାର ଭୁଲି ଯାଉଛନ୍ତି ଯେ ଆମ ଦେଶର କୃଷକ ସରଳ ଓ ଭୟାଳୁ। ବଡ଼ ବଡ଼ କ˚ପାନିଙ୍କ ଆଗରେ ନିଜ ଅଧିକାରକୁ ସାବ୍ୟସ୍ତ କରିବାର ଦମ୍ଭ ପାଶ୍ଚାତ୍ୟ କୃଷକର ଥାଇପାରେ, କିନ୍ତୁ ଆମ ଦେଶର କୃଷକଙ୍କ ନିକଟରେ ତାହା ପାଇବା ବିରଳ। ତେଣୁ କୃଷକମାନେ ହିଁ ପରିଶେଷରେ ଶୋଷଣର ଶିକାର ହେବେ। ଏଭଳି ବ୍ୟବସ୍ଥାରେ ଦେଖିବାକୁ ମିଳିବ ଯେ ଫସଲ ଆରମ୍ଭ କାଳରେ କମ୍ପାନି କୃଷକକୁ ଏକ ନିର୍ଦ୍ଧାରିତ ମୂଲ୍ୟ ଦେବାର ପ୍ରତିଶ୍ରୁତିରୁ ଫସଲ ଅମଳ ସମୟରେ ବିଭିନ୍ନ ଆଳ ଦେଖାଇ ଓହରି ଯାଇପାରେ। କୃଷକର ଉତ୍ପାଦ ଚୁକ୍ତି ଅନୁସାରେ ମନ ମୁତାବକ ନୁହେଁ ବୋଲି କହି ତାକୁ ଆଦୌ କିଣି ନ ପାରେ। ତାହା ହେଲେ ଚାଷୀ ପ୍ରାଣ ବିକଳରେ କ˚ପାନିମାନଙ୍କ ହାତରେ କ୍ରୀଡ଼ନକ ସାଜିବାର ଭୟ ରହିଛି।

ସରକାର କହିଛନ୍ତି ଯେ ଏହି ତିନିଟି ସ˚ସ୍କାର ବଳରେ କୃଷକଙ୍କ ପାଇଁ ଏକ ବିଶାଳ ବଜାର ଖୋଲିଯିବ। ଏହା ଦ୍ବାରା କୃଷକ ଲାଭବାନ ହେବେ। କିନ୍ତୁ ଉଲ୍ଲେଖନୀୟ ଯେ ଆମେରିକା ଏବ˚ ଇଉରୋପରେ ମୁକ୍ତ ବଜାର ଆଧାରିତ ନୀତି ଲାଗୁ ହେବା ପୂର୍ବରୁ ୧୯୦୭ରେ ଖୁଚୁରା ଦାମ୍‌ର ୪୦% ରାଶି କୃଷକଙ୍କୁ ମିଳୁଥିଲା। ଏବେ ଖୁଚୁରା ଦରର ମାତ୍ର ୧୫% ଚାଷୀକୁ ମିଳୁଛି। ତେଣୁ ମୁକ୍ତ ବଜାର ସେଠାରେ କେବଳ ବଡ଼ କମ୍ପାନି ଏବ˚ ସୁପର‌୍‌ ମାର୍କେଟକୁ ଫାଇଦା ପହଞ୍ଚାଇଥିଲା। ସୂଚନାଯୋଗ୍ୟ ଯେ ମୁକ୍ତ ବଜାର ବ୍ୟବସ୍ଥା ସତ୍ତ୍ବେ ଇଉରୋପରେ ପ୍ରତିବର୍ଷ ପାଖାପାଖି ସାତ ଲକ୍ଷ କୋଟି ୟୁରୋର ସରକାରୀ ସହାୟତା ଚାଷୀଙ୍କୁ ଦିଆଯାଏ। ସେଭଳି ବ୍ୟବସ୍ଥା ଆମ ଦେଶରେ କରାଯିବ କି?

୧୯୯୯ରେ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌.କରୁଣାନିଧି କୃଷକ ଏବ˚ ଗ୍ରାହକଙ୍କ ମଧୢରେ ସିଧା ସମ୍ବନ୍ଧ ସ୍ଥାପନ କରିବାର ଉଦ୍ୟମ କରିଥିଲେ। ଫଳରେ କୃଷକ ସିଧା ଏଠି ନିଜର ଅମଳ ବିକ୍ରି କରିପାରିଲା ଏବ˚ ଗ୍ରାହକ ମଧୢ ସିଧା କୃଷକଠାରୁ ଜିନିଷ କିଣି ପାରିଲେ। ଏଥିରେ ଖୋଲା ବଜାର ତୁଳନାରେ କୃଷକକୁ ୨୦% ଅଧିକ ମୂଲ୍ୟ ମିଳୁଛି ଏବ˚ ଗ୍ରାହକକୁ ୧୫% କମ୍‌ ଦାମ୍‌ରେ ଜିନିଷ ମିଳି ପାରୁଛି। ତେବେ ଏହି ବଜାରର କଡ଼ା ନିୟମ ଅନୁସାରେ କେବଳ କୃଷକ ହିଁ ନିଜର ଜିନିଷ ବିକ୍ରି କରିପାରେ। ଏହି ବଜାରରେ ଦୋକାନ ବାବଦକୁ ଚାଷୀଙ୍କୁ କୌଣସି ଅର୍ଥ ଦେବାକୁ ପଡ଼େ ନାହିଁ। କେବଳ ସେତିକି ନୁହେଁ କୃଷିଜର ସ˚ରକ୍ଷଣ ଓ ପରିବହନ ଲାଗି ମଧୢ ଆନୁଷଙ୍ଗିକ ବ୍ୟବସ୍ଥା କରାଯାଇଛି। ଏଭଳି କିଛି ନୂଆ ପ୍ରକାର ବ୍ୟବସ୍ଥା ନ କରି ବା ପୁରୁଣା ବ୍ୟବସ୍ଥାରେ ଥିବା ଦୋଷ ଦୁର୍ବଳତା ଦୂର ନ କରି ସରକାର ଏକା ବେଳକେ ଯେମିତି ପରିବର୍ତ୍ତନର ପଦକ୍ଷେପ ନେଇଛନ୍ତି, ତାହା ଚାଷୀଙ୍କ ହିତରେ ଯିବାର ଆଶା କ୍ଷୀଣ।

ରାଷ୍ଟ୍ରୀୟ କିଷାନ ମଜଦୁର ମହାସ˚ଘ
ରାଜ୍ୟ ପ୍ରଭାବରୀ, ଓଡ଼ିଶା
ମୋ: ୯୯୩୭୪୪୦୨୨୦

ସମ୍ବନ୍ଧିତ ଖବର