କୃଷକ କଲ୍ୟାଣର ନୂଆ ମାପଦଣ୍ତ

ଅମିତ ଶାହ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ସରକାର ନିଜର ପ୍ରଥମ କାର୍ଯ୍ୟକାଳରୁ ହିଁ ଚାଷୀଙ୍କ କଲ୍ୟାଣ କରିବା ପାଇଁ କଟିବଦ୍ଧ ରହିଛି। ଚାଷୀଙ୍କୁ ସୁହାଇଲା ଭଳି ଘୋଷଣା ପରିବର୍ତ୍ତେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଚେଷ୍ଟା କୃଷି କ୍ଷେତ୍ରକୁ ସମୃଦ୍ଧ ଏବ˚ ଚାଷୀଙ୍କୁ ସଶକ୍ତ କରିବା ଦିଗରେ ରହିଛି। ଚାଷୀଙ୍କ ଆୟକୁ ଦୁଇ ଗୁଣ କରିବାର ଲକ୍ଷ୍ୟ ନେଇ ଏହି ସରକାର ଅଗ୍ରସର ହେଉଛି ଏବ˚ ଏହି ଦିଗରେ ଅନେକ ପଦକ୍ଷେପ ନେଉଛନ୍ତି। ଏହି ଉଦ୍ୟମ ପରିପ୍ରେକ୍ଷୀରେ କୃଷି କ୍ଷେତ୍ରରେ ସ˚ସ୍କାର ସହ ଜଡ଼ିତ ତିନିଟି ବିଲ୍‌ ସ˚ସଦରେ ଉପସ୍ଥାପନ କରାଯାଇଥିଲା। ସେଥିମଧ୍ୟରୁ ବିରୋଧୀଙ୍କ ଅନିଚ୍ଛା ଏବ˚ ଅମୂଳକ ଯୁକ୍ତି କରି ବିରୋଧ କରିଥିବା ସତ୍ତ୍ବେ ଦୁଇଟି ବିଧେୟକ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇ ବର୍ତ୍ତମାନ ଆଇନରେ ପରିଣତ ହୋଇସାରିଛି। କୃଷି ଉତ୍ପାଦନ ଏବ˚ ବାଣିଜ୍ୟ (ପ୍ରୋତ୍ସାହନ ଏବ˚ ସରଳୀକରଣ) ଏବ˚ କୃଷକ (ସଶକ୍ତୀକରଣ ଓ ସୁରକ୍ଷା) ଏହି ଦୁଇଟି ବିଲ୍‌ କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ମଜଭୁତ୍‌ କରିବା ସହ କୃଷି କ୍ଷେତ୍ରର ବିକାଶକୁ ସୁନିଶ୍ଚିତ କରିବ।

ପ୍ରଥମ ବିଧେୟକ ଦେଶର ଅନ୍ନଦାତାଙ୍କୁ ମଧ୍ୟସ୍ଥିମାନଙ୍କ କବଳରୁ ମୁକ୍ତି ଦେବ ଏବ˚ ଚାଷୀମାନେ ସେମାନଙ୍କ ଦ୍ବାରା ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ନିଜ ଇଚ୍ଛାନୁସାରେ ଠିକ୍‌ ମୂଲ୍ୟରେ ବିକ୍ରି କରିବାର ସ୍ବାଧୀନତା ମଧ୍ୟ ପ୍ରଦାନ କରିବ। ଏହି ବିଧେୟକ ଆସିବା ପୂର୍ବରୁ ଆମର ଚାଷୀମାନଙ୍କ ପାଇଁ ବଜାର କେବଳ ସ୍ଥାନୀୟ ମଣ୍ତିରେ ସୀମିତ ଥିଲା, ସେମାନଙ୍କ ଠାରୁ କିଣୁଥିବା ବ୍ୟବସ୍ଥା ମଧ୍ୟ ସୀମିତ ଥିଲା। ଏହା ସହ ସାମଗ୍ରିକ ଭିିତ୍ତିଭୂମିର ଅଭାବ ଥିଲା ଏବ˚ ମୂଲ୍ୟରେ କୌଣସି ପରିବର୍ତ୍ତନ ହେଉନଥିଲା। ଏହି ପ୍ରତିବନ୍ଧ ଯୋଗୁଁ ଚାଷୀମାନଙ୍କୁ ଅଧିକ ପରିବହନ ଖର୍ଚ୍ଚ ପଡ଼ୁଥିଲା। ବିକ୍ରି କରିବା ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେବାକୁ ପଡ଼ୁଥିଲା ଓ ନିଲାମୀରେ ବିଳମ୍ବ ଏବ˚ ସ୍ଥାନୀୟ ମାଫିଆଙ୍କ ମାଡ଼ର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ୁଥିଲା। ତେବେ ଏହି ବିଧେୟକ ଆସିବା ପରେ ଚାଷୀଙ୍କୁ ଏଥିରୁ ମୁକ୍ତି ମିଳିବ। ଯଦ୍ଦ୍ବାରା ଚାଷୀମାନେ ଦେଶର ଯେ କୌଣସି ବଜାରରେ କୃଷିଜାତ ସାମଗ୍ରୀକୁ ବିକ୍ରି କରିବାର ସୁଯୋଗ ପାଇବେ ଏବ˚ ମଧ୍ୟସ୍ଥିମାନଙ୍କ ଠାରୁ ମୁକ୍ତି ପାଇବେ। ଏବେ ଚାଷୀମାନଙ୍କର ‘ଗୋଟିଏ ଦେଶ ଗୋଟିଏ ବଜାର’ର ସ୍ବପ୍ନ ପୂରଣ ହେବ ଏବ˚ ସେମାନଙ୍କୁ ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟସ୍ଥିମାନଙ୍କ ଠାରୁ ମୁକ୍ତି ମିଳିବ।

ଅନ୍ୟ ବିଧେୟକଟି ବିହନ ବୁଣିବା ସମୟରୁ ହିଁ ଚାଷୀଙ୍କୁ ବଜାର ସହ ଯୋଡ଼ିବା ପାଇଁ ସାମର୍ଥ୍ୟ ପ୍ରଦାନ କରିବ। ଏହା ଦ୍ବାରା ଚାଷୀମାନେ ଉଭୟ ଉତ୍ପାଦନ ଏବ˚ ମୂଲ୍ୟ ସହ ଜଡ଼ିତ ଥିବା ସଙ୍କଟରୁ ରକ୍ଷା ପାଇବେ। ଏହା ଦ୍ବାରା ଆମର ଚାଷୀମାନେ କୃଷି ଆଧାରିତ ଉଦ୍ୟୋଗ, ହୋଲସେଲର, ବଡ଼ ଖୁଚୁରା ବ୍ୟବସାୟୀ ଏବ˚ ରପ୍ତାନିକାରୀ ଆଦିଙ୍କ ସହିତ ଚୁକ୍ତିଭିିତ୍ତିକ ଚାଷ କାର୍ଯ୍ୟ କରିବାକୁ ସମର୍ଥ ହେବେ। ଚୁକ୍ତିଭିିତ୍ତିକ କୃଷକମାନଙ୍କୁ ଋଣର ସୁବିଧା, ବୈଷୟିକ ସହାୟତା, ବିହନ ଉପଲବ୍‌ଧି, ଫସଲ ବୀମା ଇତ୍ୟାଦି ସୁବିଧା ଯୋଗାଇ ଦିଆଯିବ। ଏହି ବିଧେୟକ ଦ୍ବାରା କୃଷି କ୍ଷେତ୍ରରେ ବିପୁଳ ପୁଂଜିନିବେଶ ବଢ଼ିବାର ସମ୍ଭାବନା ରହିଛି, ଯାହା ବର୍ତ୍ତମାନ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପରେ ଚାଷୀମାନେ ଏଥିରୁ ବ˚ଚିତ ଥିଲେ। କୃଷି କ୍ଷେତ୍ରରେ ବେସରକାରୀ ପୁଂଜିନିବେଶ ହେବା ଦ୍ବାରା ଏଠାରେ ସ˚ରକ୍ଷଣ, ପରିବହନ ତଥା କୃଷି ଆଧାରିତ ଏଗ୍ରି ଇଣ୍ତଷ୍ଟ୍ରି ପାଇଁ ପଥ ପରିଷ୍କାର ହେବ। ଯାହାର ସିଧା ସିଧା ଲାଭ ଚାଷୀମାନଙ୍କୁ ମିଳିବ। ଫଳସ୍ବରୂପ ଚାଷୀମାନେ କ୍ୟାସ୍‌ ଫାର୍ମ ଏବ˚ କୃଷି ଶିଳ୍ପର ଆବଶ୍ୟକତା ଅନୁଯାୟୀ ଚାଷ କରିପାରିବେ ଏବ˚ ସେମାନଙ୍କର ଆୟକୁ ଅସ˚ଖ୍ୟ ଭାବରେ ବୃଦ୍ଧି କରିପାରିବେ। ଏଠାରେ ଏହା କହିବା ଠିକ୍‌ ହେବ ଯେ ଏହି ଅଧିନିୟମ କୃଷକର ମାଲିକାନା ଏବ˚ ଚାଷ ଅଧିକାରକୁ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ରଖିବ। ଚାଷୀମାନେ କୌଣସି ବି ସମୟରେ ମଧ୍ୟ ଏହି ଚୁକ୍ତିନାମାରୁ ବିନା କୌଣସି ଦଣ୍ତରେ ମୁକ୍ତ ହୋଇପାରିବେ ଏବ˚ ଜମି ବିକ୍ରି, ଲିଜ୍‌ ଏବ˚ ବନ୍ଧକ ରଖିବା ସମ୍ପୂର୍ଣ୍ଣ ଭାବରେ ନିଷେଧ ରହିବ। କିଛି ରାଜ୍ୟରେ ବଡ଼ ବଡ଼ ଚାଷୀମାନେ କୃଷି କର୍ପୋରେଟ ସ˚ସ୍ଥାମାନଙ୍କ ସହ ମିଶି କ୍ୟାସ ଫାର୍ମର ଲାଭ ନେଉଥିଲେ; କିନ୍ତୁ ବର୍ତ୍ତମାନ ଏହି ଲାଭ କ୍ଷୁଦ୍ରଚାଷୀମାନେ ମଧ୍ୟ ନେଇପାରିବେ।

ତେବେ, ଯେଉଁ ବିରୋଧୀ ଦଳମାନେ ସର୍ବଦା ଚାଷୀଙ୍କ ଭୋଟ୍‌ ନେଇ ସେମାନଙ୍କୁ ଅନ୍ଧାର ଏବ˚ ଦାରିଦ୍ର୍ୟ ଭିତରେ ରଖିଥିଲେ ଆଜି ସେମାନଙ୍କୁ ଏହି ପରିବର୍ତ୍ତନ ଭଲ ଲାଗୁନାହିଁ। ଏଥିପାଇଁ ସେହି ଲୋକମାନେ ରାସ୍ତାରୁ ସ˚ସଦ ପର୍ଯ୍ୟନ୍ତ ଏହାକୁ ବିରୋଧ କରୁଛନ୍ତି। ଏହି ବିଧେୟକ ପାରିତ ହେବା ସମୟରେ ରାଜ୍ୟସଭାରେ ସେମାନଙ୍କର ଯେଭଳି ବ୍ୟବହାର ରହିଲା ତାହା ଗଣତନ୍ତ୍ର ଏବ˚ ସ˚ସଦୀୟ ମର୍ଯ୍ୟାଦାକୁ ନଷ୍ଟ କରିବା ଭଳି ଥିଲା। ଏମାନେ ହେଉଛନ୍ତି ସେହି ବ୍ୟକ୍ତି, ଯେଉଁମାନଙ୍କ ଶାସନକାଳରେ ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ମଧ୍ୟସ୍ଥି ତଥା ସାହୁକାରମାନେ ଚାଷୀଙ୍କୁ ଶୋଷଣ କରୁଥିଲେ ଏବ˚ ଦେଶର ଆର୍ଥିକ ବିକାଶରୁ ସେମାନଙ୍କୁ କିଛି ଲାଭ ମିଳୁନଥିଲା। ମାତ୍ର ଆଜି ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚାଷୀଙ୍କୁ ସେହି ଅଧିକାର ଦେଉଛନ୍ତି, ଯାହା ଚାଷୀଙ୍କୁ ୭୦ ବର୍ଷ ପୂର୍ବରୁ ମିଳିବାର ଥିଲା; ଏହା ଦେଖି ଏହି ନେତାମାନଙ୍କ ପେଟରେ ପୀଡ଼ା ହେଉଛି।

ଏହି ବିଧେୟକ ଦ୍ବାରା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ର ଅନ୍ତ ଘଟିବ ବୋଲି ବିରୋଧୀ ଦଳ ଅପପ୍ରଚାର କରୁଛନ୍ତି। ମାତ୍ର ବାସ୍ତବରେ ଏ ପ୍ରକାର କୌଣସି ବ୍ୟବସ୍ଥା ବିଲ୍‌ରେ ନାହିଁ। ଏହି ଆଇନ ଆସିବା ଦ୍ବାରା ଏମ୍‌ଏସ୍‌ପି ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ ବୋଲି ଆମ ସରକାରଙ୍କ ଦ୍ବାରା ସ୍ପଷ୍ଟ କରାଯାଇଛି। ଏମ୍‌ଏସ୍‌ପି ବ୍ୟବସ୍ଥା ଅପରିବର୍ତ୍ତିତ ରହିବ ମାତ୍ର ଏବେ ଚାଷୀମାନଙ୍କ ପାଖରେ ଏମ୍‌ଏସ୍‌ପି ବ୍ୟତୀତ ନିଜ ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରିବାର ଅନେକ ବିକଳ୍ପ ରହିବ।

ବିରୋଧୀ ଦଳ ବୋଧେ ଭୁଲି ଯାଉଛନ୍ତି ୨୦୦୬ ମସିହାରେ କ˚ଗ୍ରେସ ସରକାର ସ୍ବାମୀନାଥନ କମିଟିର ଯେଉଁ ସୁପାରିସକୁ ଅଣଦେଖା କରିଥିଲା, ତାହାକୁ ମୋଦୀ ସରକାର ପୂରଣ କରିଛନ୍ତି। ମୋଦୀ ସରକାର ଏମ୍‌ଏସ୍‌ପିରେ ଲଗାତାର ବୃଦ୍ଧି କରୁଛନ୍ତି। ଏହାର କେବଳ ଗୋଟିଏ ହଲମାର୍କ ନିକଟରେ ଦେଖିବାକୁ ମିଳିଛି। ଏହି ମର୍ମରେ ୨୦୧୪ ତୁଳନାରେ ବର୍ତ୍ତମାନ ଗହମର ଏମ୍‌ଏସ୍‌ପି ୪୧ ପ୍ରତିଶତ, ଧାନର ୪୩ ପ୍ରତିଶତ, ମସୁରର ୭୩ ପ୍ରତିଶତ, ବିରିର ୪୦ ପ୍ରତିଶତ, ମୁଗର ୬୦ ପ୍ରତିଶତ, ହରଡ଼ର ୪୦ ପ୍ରତିଶତ, ସୋରିଷର ୫୨ ପ୍ରତିଶତ, ଚଣାର ୬୫ ପ୍ରତିଶତ, ଚିନାବାଦାମର ଏମ୍‌ଏସ୍‌ପି ୩୨ ପ୍ରତିଶତ ବୃଦ୍ଧି ହୋଇଛି। କେବଳ ଏତିକି ନୁହେଁ, ୨୦୧୪ ତୁଳନାରେ ଗହମ ଏବ˚ ଧାନର କ୍ରୟର ପରିମାଣ ମଧ୍ୟ ଯଥାକ୍ରମେ ୭୩ ପ୍ରତିଶତ ଏବ˚ ୧୧୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୯ରୁ ୧୪ ପର୍ଯ୍ୟନ୍ତ ଶାସନରେ ରହିବା ବେଳେ କ˚ଗ୍ରେସ ସରକାର ଚାଷୀଙ୍କ ଠାରୁ ମାତ୍ର ୧.୫୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଡାଲି କିଣିଥିଲା। ମାତ୍ର ମୋଦୀ ସରକାର ୨୦୧୪ରୁ ୧୯ ମଧ୍ୟରେ ୭୬.୮୫ ଲକ୍ଷ ମେଟ୍ରିକ୍‌ ଟନର ଡାଲି ଚାଷୀଙ୍କ ଠାରୁ କିଣିଛନ୍ତି। ଏହି ୪୯.୬୨ ପ୍ରତିଶତର ପାର୍ଥକ୍ୟ କ˚ଗ୍ରେସର କପଟ ଓ ମୋଦୀଜୀଙ୍କର ସମର୍ପଣକୁ ସଠିକ୍‌ ଭାବରେ ଦର୍ଶାଉଛି। ତେଣୁ ଏଥିରୁ ସ୍ପଷ୍ଟ ହେଉଛି ଯେ ଏମ୍‌ଏସ୍‌ପିକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିବା ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବ˚ ଅରବିନ୍ଦ କେଜରିୱାଲଙ୍କ ସମେତ ଅନ୍ୟ ବିରୋଧୀ ଦଳର ନେତାମାନେ କେବଳ ଏମ୍‌ଏସ୍‌ପି ଉପରେ ଭ୍ରାନ୍ତ ଧାରଣା ସୃଷ୍ଟି କରୁନାହାନ୍ତି ବର˚ ଚାଷୀଙ୍କ ବିକାଶ ମାର୍ଗରେ ମଧ୍ୟ ବାଧା ସୃଷ୍ଟି କରୁଛନ୍ତି।

ଅନେକ ବିରୋଧୀ ଦଳ ବର୍ଷ ବର୍ଷ ଧରି ଚାଷୀଙ୍କ ନାମରେ ରାଜନୀତି କରି ଆସୁଛନ୍ତି ଏବ˚ ସେମାନେ ଚାଷୀଙ୍କ ଭୋଟ ନେଇ ସେମାନଙ୍କ ହିତରେ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି। ମୋଦୀ ସରକାର ଶାସ୍ତ୍ରୀଜୀଙ୍କ ‘ଜୟ ଯବାନ ଏବ˚ ଜୟ କିଷାନ୍‌‘ ସ୍ଲୋଗାନକୁ ଆଗକୁ ନେଇ ବିଗତ ୬ ବର୍ଷ ମଧ୍ୟରେ ଚାଷୀଙ୍କ ପାଇଁ ଅନେକ କାର୍ଯ୍ୟ କରିଛନ୍ତି। ଏହାଦ୍ବାରା ଆମର ଚାଷୀମାନେ ଦ୍ରୁତ ସମୃଦ୍ଧିର ମାର୍ଗରେ ଅଗ୍ରସର ହେଉଛନ୍ତି। ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ଦେଶର କୃଷି ବଜେଟ୍‌ରେ ୩୫.୬ ପ୍ରତିଶତ ବୃଦ୍ଧି ହୋଇଛି ଏବ˚ ୧୬.୩୮ କୋଟି ଚାଷୀଙ୍କୁ ସଏଲ୍‌ ହେଲ୍‌ଥ୍‌ କାର୍ଡ ଦିଆଯାଇଛି। କ୍ଷୁଦ୍ର ଜଳସେଚନରେ ୩୯.୪ ପ୍ରତିଶତର ବୃଦ୍ଧି ହୋଇଛି, କୃଷି ଉପକରଣ କବଜେଟ୍‌ ୧୨୪୮ ଗୁଣା କରାଯାଇଛି, କୃଷି ଋଣ ୫୭ ପ୍ରତିଶତ ଅଧିକ ଦିଆଯାଇଛି ଏବ˚ କୃଷି ଋଣରେ ଦିଆଯାଉଥିବା ରିହାତିରେ ୧୫୦ ପ୍ରତିଶତ ବୃଦ୍ଧି ପାଇଛି। ଏହିସବୁ ଉଦ୍ୟମର ଫଳସ୍ବରୂପ ମୋଦୀ ସରକାରଙ୍କ କାର୍ଯ୍ୟକାଳର ମାତ୍ର ୬ ବର୍ଷରେ ଖାଦ୍ୟଶସ୍ୟର ଉତ୍ପାଦନ ୭.୨୯ ପ୍ରତିଶତ, ଉଦ୍ୟାନ କୃଷି ଉତ୍ପାଦନ ୧୨.୪ ପ୍ରତିଶତ ଏବ˚ ଡାଲି ଉତ୍ପାଦନ ୨୦.୬୫ ପ୍ରତିଶତ ବୃଦ୍ଧି ପାଇଛି।

ଏହା ବ୍ୟତୀତ ମୋଦୀ ସରକାର ଫସଲ ବୀମା ଭଳି ଯୋଜନା ଦ୍ବାରା ଚାଷୀଙ୍କୁ ସୁରକ୍ଷା କବଚ ପ୍ରଦାନ କରିଛନ୍ତି। ଏହି ଯୋଜନା ଅଧୀନରେ ବୀମା କରିଥିବା ଚାଷୀଙ୍କ ସ˚ଖ୍ୟା ୬.୬୬ କୋଟିରୁ ବୃଦ୍ଧି ପାଇ ୧୩.୨୬ କୋଟିରେ ପହଞ୍ଚିଛି। ମୋଦୀ ସରକାର ଚାଷୀମାନଙ୍କୁ ପ୍ରତ୍ୟକ୍ଷ ସହାୟତା ଯୋଗାଇବାରେ ମଧ୍ୟ କିଛି ଊଣା କରିନାହାନ୍ତି। ଯାହାର ଉଦାହରଣ ହେଉଛି ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଏବ˚ ପ୍ରଧାନମନ୍ତ୍ରୀ କୃଷକ ପେନସନ ଯୋଜନା। ଏବେ ସୁଦ୍ଧା ୧୦.୨୧ କୋଟିରୁ ଅଧିକ ଚାଷୀମାନେ କୃଷକ ସମ୍ମାନ ନିଧି ଯୋଜନାରେ ଉପକୃତ ହୋଇଛନ୍ତି ଏବ˚ ଏହି ଯୋଜନାରେ ୯୪ ହଜାର କୋଟିରୁ ଅଧିକ ଟଙ୍କା ସିଧାସଳଖ ଚାଷୀଙ୍କ ଖାତାରେ ଜମା ହୋଇଛି। ସେହିପରି ପେନ୍‌ସନ୍‌ ଯୋଜନାରେ ଏବେ ସୁଦ୍ଧା ୧୯.୯ ଲକ୍ଷ ଚାଷୀ ଯୋଡ଼ି ହୋଇପାରିଛନ୍ତି।

କେବଳ ଏତିକି ନୁହେଁ, ମୋଦୀ ସରକାର ଦେଶର ଚାଷୀମାନଙ୍କୁ ଚୀନର ନକାରାତ୍ମକ ପ୍ରଭାବରୁ ମଧ୍ୟ ବଞ୍ଚାଇଛନ୍ତି। ନିକଟରେ ସରକାର ୧ ଲକ୍ଷ କୋଟି ଟଙ୍କାର କୃଷି ଭିିତ୍ତିଭୂମି ପାଣ୍ଠି ଅଧୀନରେ ଏକ ନୂଆ କେନ୍ଦ୍ରୀୟ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା କୃଷକ, ପ୍ରାଥମିକ କୃଷି ସମବାୟ ସମିତି, କୃଷକ ଉତ୍ପାଦ ସ˚ଗଠନ, କୃଷି ଉଦ୍ୟମୀ ଆଦିକୁ ସାମଗ୍ରିକ କୃଷି ସମ୍ପତ୍ତି ଏବ˚ ଫସଲ ଅମଳ ପରବର୍ତ୍ତୀ କୃଷି ଭିିତ୍ତିଭୂମି ନିର୍ମାଣରେ ସହାୟତା ପ୍ରଦାନ କରିବ।

ସର୍ଦ୍ଦାର ପଟେଲ୍‌ କହିଥିଲେ, ‘ଏହି ଧରିତ୍ରୀ ମା’ କୋଳରେ ଯଦି କାହାକୁ ଛାତି ଫୁଲେଇ ଚାଲିବାର ଅଧିକାର ରହିଛି, ତେବେ ସେ ଧରିତ୍ରୀରୁ ଧନ-ଧାନ୍ୟ ଫଳାଉଥିବା କୃଷକର ହିଁ ଅଛି।’ ଆଜି ମୋତେ ଏହା କହି ଗର୍ବ ଅନୁଭବ ହେଉଛି ଯେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ସରକାର ଚାଷୀଙ୍କୁ ଏହି ଅଧିକାର ଦେଇଛି। ଚାଷୀଙ୍କ କଲ୍ୟାଣ ପାଇଁ ନିଆଯାଇଥିବା ଏହି ପଦକ୍ଷେପର ସୁଫଳ ଶୀଘ୍ର ଦେଶବାସୀ ବୁଝିପାରିବେ ଏବ˚ ‘ଆତ୍ମନିର୍ଭର ଭାରତ’ ପାଇଁ ହେଉଥିବା ପ୍ରଚେଷ୍ଟାରେ ଆମର ଅନ୍ନଦାତା ଚାଷୀମାନେ ସମାନ ଭୂମିକା ଗ୍ରହଣ କରିବେ ବୋଲି ମୋର ଦୃଢ଼ ବିଶ୍ବାସ ରହିଛି।

ସ୍ବରାଷ୍ଟ୍ର ମନ୍ତ୍ରୀ, ଭାରତ ସରକାର

ସମ୍ବନ୍ଧିତ ଖବର