୨୦୧୮ରେ ଘଟିଥିବା ସଡ଼କ ଦୁର୍ଘଟଣାର ପରିସଂଖ୍ୟାନକୁ ନେଇ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ କରିଥିବା ଏକ ଗବେଷଣାରୁ ଜଣାପଡ଼ିଛି ଯେ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତି ପିଛା ୯୧ ଲକ୍ଷ ଟଙ୍କାର ସାମାଜିକ-ଅର୍ଥନୈତିକ କ୍ଷତି ସାଧିତ ହୋଇଥାଏ। ସେହିପରି ଦୁର୍ଘଟଣାରେ ଅକର୍ମଣ୍ୟ ହୋଇପଡୁଥିବା ବ୍ୟକ୍ତି ପିଛା କ୍ଷତିର ପରିମାଣ ହେଉଛି ୩.୬ ଲକ୍ଷ ଟଙ୍କା। ୨୦୧୮ରେ ଦେଶରେ ୧.୫୧ ଲକ୍ଷ ଜଣ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ବେଳେ ୪.୫୯ ଲକ୍ଷ ଜଣ ଆହତ ହୋଇଥିଲେ। ଏହି ରିପୋର୍ଟର ଗୋଟିଏ ଆକଳନ ଅନୁଯାୟୀ ୨୦୧୮ ମସିହାରେ ଦେଶରେ ହୋଇଥିବା ଦୁର୍ଘଟଣା ଯୋଗୁଁ ସମୁଦାୟ ୧.୪୭ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି। ତେବେ ସବୁ ଦୁର୍ଘଟଣାଜନିତ ମୃତାହତର ତଥ୍ୟ ମିଳୁ ନ ଥିବାରୁ ଏହି କ୍ଷତିର ବାସ୍ତବିକ ପରିମାଣ ୫.୯ ଲକ୍ଷ କୋଟି ଟଙ୍କା ହୋଇପାରେ ବୋଲି ଆକଳନ କରାଯାଇଛି, ଯାହା କି ଦେଶ ଜିଡିପିର ୩.୧ ଶତାଂଶ। ଏହି ହିସାବ ପାଇଁ ଦୁର୍ଘଟଣାଗ୍ରସ୍ତଙ୍କ ଚିକିତ୍ସା ଖର୍ଚ୍ଚ, ଜୀବିକା ହରାଇବା ଯୋଗୁଁ କ୍ଷତି, ଶାରୀରିକ କଷ୍ଟ, ଦୁର୍ଦଶା, ବାହନ ଓ ସରକାରୀ ସମ୍ପତ୍ତିର କ୍ଷତି ଏବଂ ପ୍ରଶାସନିକ ଖର୍ଚ୍ଚକୁ ମିଶାଯାଇଛି। ଉଲ୍ଲେଖଯୋଗ୍ୟ ଯେ ସମୁଦାୟ କ୍ଷତିର ୭୮% ଭାଗ ପାଇଁ କେବଳ ଦୁଇଚକିଆ ଯାନ ଓ ପଥଚାରୀଙ୍କ ଦୁର୍ଘଟଣା ଦାୟୀ। ତେଣୁ ଏମାନଙ୍କ ସୁରକ୍ଷା ପାଇଁ ସରକାର ଅଧିକ କଠୋର ଭାବେ ସଡ଼କ ନିୟମ ଲାଗୁ କରିବା, ଭିତ୍ତିଭୂମି ସଜାଡ଼ିବା ଓ ସ୍ବାସ୍ଥ୍ୟ ସେବା ଯୋଗାଇବା ଉପରେ ଗୁରୁତ୍ବ ପ୍ରଦାନ କରିବା ଜରୁରୀ। ବିଭିନ୍ନ ଦେଶରେ ଏହିଭଳି ଗବେଷଣା କରାଯାଇ କିଭଳି କମ୍ ବିନିଯୋଗରେ ଅଧିକ ସୁରକ୍ଷାକୈନ୍ଦ୍ରିକ ଭିତ୍ତିଭୂମି ଓ ଆଇନ ତିଆରି କରାଯାଇପାରିବ ତାହା ନିର୍ଣ୍ଣୟ କରାଯାଇଥାଏ।
ଦୁର୍ଘଟଣା ମୃତ୍ୟୁରେ ସାମାଜିକ-ଆର୍ଥିକ କ୍ଷତି ମୁଣ୍ଡ ପିଛା ୯୧ ଲକ୍ଷ
ଦର୍ପଣ
/sambad/media/post_attachments/wp-content/uploads/2020/08/accident-fa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)