ସମ୍ବିଧାନରେ ସ˚ଖ୍ୟାଲଘୁ ବିଶେଷାଧିକାର

ଭାଗୀରଥି ମହାସୁଆର

ନିକଟରେ ଆଗ ପଛ ହୋଇ ଭାରତରେ ଦୁଇଟି ଘଟଣା ଘଟିଛି, ଯାହା ସାମ୍ବିଧାନିକ ଓ ସାମାଜିକ ତର୍ଜମା ଆବଶ୍ୟକ କରେ। ପ୍ରଥମଟି ଆସାମର, ଯେଉଁଠି ରାଜ୍ୟ ସରକାର ମଦ୍ରାସା ଓ ସ˚ସ୍କୃତ ଟୋଲ୍‌ଗୁଡ଼ିକ ଉଠିଯିବା ପଦକ୍ଷେପ ନେଇଛନ୍ତି। ଦ୍ବିତୀୟଟି ଦିଲ୍ଲୀରେ, ଯେଉଁଠି ଇମାମ୍‌ମାନଙ୍କ ବେତନ ବୃଦ୍ଧି କରାଯାଇଛି। ଚରିତ୍ର ଦୃଷ୍ଟିରୁ ଗୋଟିଏ ପ୍ରକାର ନ ହେଲେ ମଧୢ ଧର୍ମନିରପେକ୍ଷମାନେ ଏହାର ବିହିତ ଆଲୋଚନା କରିବେ ବୋଲି ଅପେକ୍ଷା ରହିଛି। ଏ କଥାଗୁଡ଼ିକ ସମ୍ବିଧାନର ୨୮,୨୯ ଓ ୩୦ ଧାରାର ପରିସରଭୁକ୍ତ।

ସମ୍ବିଧାନର ୨୮ ଧାରା ଅନୁଯାୟୀ କେତେକ ଅନୁଷ୍ଠାନରେ ଧର୍ମୀୟ ଶିକ୍ଷା ପ୍ରଦାନ ଓ ଧର୍ମୀୟ ଉପାସନାକୁ ସ୍ବାଧୀନତା ଦିଆଯିବ। ଉପଧାରା (୧) ଅନୁଯାୟୀ ସମ୍ପୂର୍ଣ୍ଣ ସରକାରୀ ଧନରେ ପରିଚାଳିତ ଶିକ୍ଷାନୁଷ୍ଠାନଗୁଡ଼ିକରେ କୌଣସି ଧର୍ମୀୟ ଶିକ୍ଷା ପ୍ରଦାନ କରାଯିବ ନାହିଁ। ଉପଧାରା (୨)ରେ ଉଲ୍ଲେଖ ଅଛି ଯେ ରାଜ୍ୟ ପ୍ରଶାସନାଧୀନ ଥିଲେ ମଧୢ ଏଣ୍ତାଉମେଣ୍ଟ ଟ୍ରଷ୍ଟ ଦ୍ବାରା ସ୍ଥାପିତ ଶିକ୍ଷାନୁଷ୍ଠାନଗୁଡ଼ିକରେ ଉପଧାରା (୧)ର କୌଣସି କଟକଣା ଲାଗୁ ହେବ ନାହିଁ। ଉପଧାରା (୩)ରେ ସ୍ପଷ୍ଟ କରାଯାଇଛି ଯେ ଉକ୍ତ (ଉପଧାରା-୨) ଅଧିକାରପ୍ରାପ୍ତ ଶିକ୍ଷାନୁଷ୍ଠାନମାନଙ୍କରେ ପ୍ରଦତ୍ତ ଧର୍ମୀୟ ଶିକ୍ଷା ବା ଉପାସନା ପ୍ରତି କୌଣସି ଅଧୢୟନରତ ଛାତ୍ରକୁ ଇଚ୍ଛା ବିରୋଧରେ ବାଧୢ କରାଯିବ ନାହିଁ। ନାବାଳକଙ୍କ କ୍ଷେତ୍ରରେ ତାଙ୍କ ଅଭିଭାବକଙ୍କ ସ୍ବୀକୃତି ଥିବା ଆବଶ୍ୟକ। ଏଣୁ ୨୮ ଧାରା ପରିସର ମଧୢରେ ଧର୍ମୀୟ ଶିକ୍ଷାଦାନ କରୁଥିବା ଶିକ୍ଷାନୁଷ୍ଠାନମାନଙ୍କୁ ସରକାରୀ ଅନୁଦାନ ଦେବାର ସମସ୍ତ ସୁବିଧା ରହିଛି।

ଏ ପରିପ୍ରେକ୍ଷୀରେ ଦେଖିଲେ ମଦ୍ରାସାଗୁଡ଼ିକୁ ଅଚଳ କରିବା ଅଧିକାର ସରକାରଙ୍କର ନାହିଁ। ଅପରତଃ ସ˚ସ୍କୃତ ଟୋଲ୍‌ଗୁଡ଼ିକ ନିଚ୍ଛକ ଭାଷା ଶିକ୍ଷାପ୍ରଦାନ ଅନୁଷ୍ଠାନ ଏବ˚ ଏଗୁଡ଼ିକୁ ଧର୍ମୀୟ ଅନୁଷ୍ଠାନ ଭାବେ ଚିତ୍ରିତ କରିବା ସମ୍ବିଧାନ ପରିସରର ବାହାରେ। ଏଣୁ ଆସାମ ସରକାରଙ୍କ ପଦକ୍ଷେପଟି ସମ୍ବିଧାନ ବିରୋଧୀ। କିନ୍ତୁ ଦିଲ୍ଲୀ ରାଜ୍ୟର ନିଷ୍ପତ୍ତି ସମ୍ବିଧାନ ଅନୁକୂଳ, ଯଦିଚ ଏହାର ବିଭିନ୍ନ ରାଜନୈତିକ ବିଶ୍ଳେଷଣ କରାଯିବାର ସୁଯୋଗ ରହିଛି।

ଧାରା ୨୯ଟି ସା˚ସ୍କୃତିକ ଓ ଶୈକ୍ଷିକ ଅଧିକାର ରକ୍ଷା ପାଇଁ ସ˚ଖ୍ୟାଲଘୁଙ୍କୁ ଦିଆଯାଇଥିବା ଏକ ଦୃଢ଼ ଅବଲମ୍ବନ। ଏଥିରେ ସ˚ଖ୍ୟାଲଘୁଙ୍କ ଧର୍ମ ଭିତ୍ତିକ ପରିଚୟ ଦିଆ ଯାଇନାହିଁ। ଉପଧାରା (୧)ରେ ଯେଉଁ ଗୋଷ୍ଠୀର ନିର୍ଦ୍ଦିଷ୍ଟ ଭାଷା, ଲିପି ବା ସ˚ସ୍କୃତି ଅଛି, ସେ ସବୁବୁ ସୁରକ୍ଷିତ ରଖିବାର ଅଧିକାର ସେମାନଙ୍କର ଅଛି। ଅର୍ଥାତ୍‌ ଏଥିରେ ‘ଧର୍ମ’ କଥା ଆଦୌ ନାହିଁ। ଉପଧାରା (୨) ମତେ କୌଣସି ସରକାରୀ ପରିଚାଳିତ ବା ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନରେ କାହାକୁ ଧର୍ମ, ଗୋଷ୍ଠୀ, ଜାତି, ଭାଷା ସକାଶେ ଶିକ୍ଷାଗ୍ରହଣରୁ ବଞ୍ଚିତ କରାଯାଇପାରିବ ନାହିଁ। ପ୍ରକୃତରେ କିନ୍ତୁ ଏଇ ସର୍ତ୍ତଟି ମଦ୍ରାସା ବା ଟୋଲ୍‌ମାନେ ପୂରଣ କରନ୍ତି କି ନାହିଁ, ତାହା ଅନୁସନ୍ଧାନ ସାପେକ୍ଷ।

ଏହି ଧାରାଟି ସ˚ଖ୍ୟାଲଘୁ ସମ୍ପ୍ରଦାୟଙ୍କ ସା˚ସ୍କୃତିକ ଓ ଶୈକ୍ଷିକ ସ୍ବାର୍ଥ ରକ୍ଷା ପାଇଁ ସୃଷ୍ଟ ବୋଲି କୁହା ଯାଉଥିଲେ ମଧୢ ଏଥିରେ ଏପରି ଶବ୍ଦ-ବିନ୍ୟାସ ହୋଇଛି ଯେ ଏହାକୁ ‘ସର୍ବଜନୀନ’ ଅନୁଷ୍ଠାନ ଭାବେ ଅର୍ଥ କରିହେବ। ୧୯୭୪ରେ ଗୁଜରାଟର ଏକ କେସ୍‌ରେ ସୁପ୍ରିମକୋର୍ଟ ଏପରି ମତ ଦେଇ ସାରିଛନ୍ତି। ସେ ଦୃଷ୍ଟିରୁ ଦେଖିଲେ ଆସାମ ସରକାରଙ୍କ ଚଳିତ ପଦକ୍ଷେପ ସମୀଚୀନ ନୁହେଁ।

ସମ୍ବିଧାନର ୩୦ ଧାରା, ଯାହା ମୌଳିକ ଅଧିକାରଭୁକ୍ତ, ସ୍ପଷ୍ଟ ଭାବରେ ଶିକ୍ଷାନୁଷ୍ଠାନ ସ୍ଥାପନ ଓ ପରିଚାଳନା ପାଇଁ ସ˚ଖ୍ୟାଲଘୁଙ୍କୁ ଅଧିକାର ପ୍ରଦାନ କରିଛି। ୩୦ (୧) ଧାରାର ଉଲ୍ଲେଖ ଏହା ହିଁ କହିଛି। ତେବେ ସ୍ପଷ୍ଟ କରାଯାଇଛି ଯେ ସ˚ଖ୍ୟାଲଘୁର ଆଧାର ଧର୍ମ କିମ୍ବା ଭାଷା ହୋଇପାରେ। ଧାରା ୨୯ରେ ଧର୍ମ କଥା ନ ଥିଲା। ୩୦ (୧) (କ)ରେ ମଧୢ ସ୍ପଷ୍ଟ କରାଯାଇଛି ଯେ ଏପରି ପ୍ରତିଷ୍ଠିତ/ ପରିଚାଳିତ ଶିକ୍ଷାନୁଷ୍ଠାନର କୌଣସି ସମ୍ପତ୍ତି ଅଧିଗ୍ରହଣ କରିବାକୁ ଗଲାବେଳେ, ତାହାର ମୂଲ୍ୟ ଧାର୍ଯ୍ୟ ଏପରି ହେବ ଯଦ୍ଦ୍ବାରା ତାଙ୍କର ମୂଳ ଅଧିକାର ବ୍ୟାହତ ହେବନାହିଁ। ତେବେ ମୂଲ୍ୟ ଧାର୍ଯ୍ୟ ଓ ମୂଳ ଅଧିକାର କିପରି ବା କାହିଁକି ବିରୋଧୀ ହେବେ ତାହା ଅସ୍ପଷ୍ଟ। କୌଣସି ଭବିତବ୍ୟ (ଅପ୍ରକାଶିତ)କୁ ଦୃଷ୍ଟିରେ ରଖି ଏଭଳି ପ୍ରାବଧାନ କରାଯାଇ ପାରିଥାଏ। ଧାରା ୩୦ (୨)ରେ ଏକ ଶକ୍ତ ସର୍ତ୍ତ ଆରୋପ କରାଯାଇଛି ସରକାରଙ୍କ ଉପରେ। ଧର୍ମ ବା ଭାଷା ଭିତ୍ତିରେ ଗଠିତ ସ˚ଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ଅନୁଦାନ ଦେବା ସମୟରେ କୌଣସି ପକ୍ଷପାତିତା(ସରାଗ ବା ବିରାଗ) ପ୍ରଦର୍ଶନ କରାଯିବ ନାହିଁ।

ଏ ସବୁର ତର୍ଜମାକୁ ବାସ୍ତବ କ୍ଷେତ୍ରକୁ ନେଲେ ଦୁଇଗୋଟି ଉପଲବ୍‌ଧି ମିଳିଥାଏ। ସ˚ଖ୍ୟାଲଘୁ ଧର୍ମ ବା ଭାଷା ଭିତ୍ତିରେ ଚିହ୍ନଟ ହେବେ ବୋଲି ସମ୍ବିଧାନର ନିର୍ଦ୍ଦେଶ। ମଦ୍ରାସା ଧର୍ମଭିତ୍ତିକ; ତେଣୁ ଠିକ୍‌ ଅଛି। କିନ୍ତୁ ସ˚ସ୍କୃତ ଟୋଲ୍‌ଗୁଡ଼ିକ କ’ଣ? ସ˚ସ୍କୃତ ଏକ ଧର୍ମଭିତ୍ତିକ ବା ଧର୍ମୀୟ ଗୋଷ୍ଠୀଭିତ୍ତିକ ଭାଷା ନୁହେଁ। କୌଣସି ଗୋଷ୍ଠୀର ଏହା ମାତୃଭାଷା ନୁହେଁ। ଏହା ଏକ ସ˚ରକ୍ଷଣଯୋଗ୍ୟ ପ୍ରାଚୀନ ଭାଷା, ଯାହାର ଚର୍ଚ୍ଚା ପୃଥିବୀର ଅତୀତକୁ ବୁଝିବା ପାଇଁ ଅତ୍ୟାବଶ୍ୟକ। ଏଣୁ ସ˚ସ୍କୃତ ଟୋଲ୍‌ଗୁଡ଼ିକ କୌଣସି ଦୃଷ୍ଟିରୁ ସ˚ଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ ନୁହେଁ। ଏଗୁଡ଼ିକ ଭାଷା ଶିକ୍ଷା କେନ୍ଦ୍ର। ଯେ କୌଣସି ପରିସ୍ଥିିତିରେ ହେଉ ଆସାମ ସରକାର ନେଇଥିବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଅବୈଧାନିକ। ଯଦି ମଦ୍ରାସା ଓ ଟୋଲ୍‌ଗୁଡ଼ିକ ରାଷ୍ଟ୍ରୀୟ/ଆଞ୍ଚଳିକ ବିପତ୍ତି ବୋଲି ଆସାମ ସରକାର ଭାବୁଥାଆନ୍ତି, ତେବେ ଗଣ ଆଲୋଚନା ହେବା ଆବଶ୍ୟକ।

ଏଥିରେ ଆଲୋଚିତ ତିନିଟି ଧାରା ସ˚ଖ୍ୟାଲଘୁଙ୍କ ଶୈକ୍ଷିକ ପରିଚାଳନା ଅଧିକାରକୁ ସ୍ପଷ୍ଟ କରିଛି। ତେବେ ଏ ପରିଚାଳନା ଅଧିକାର ସୀମାହୀନ ହୋଇପାରିବ ନାହିଁ। ଯେଉଁଠି ସେମାନେ ଦେଶରେ ପ୍ରଚଳିତ ସାଧାରଣ ଆଇନ୍‌ଗୁଡ଼ିକ ଲଙ୍ଘନ କରିବେ, ସେ କ୍ଷେତ୍ରରେ ସରକାର ଅଙ୍କୁଶ ଲଗାଇବାକୁ କୌଣସି ବାରଣ ନାହିଁ। ସମାଜ ମଙ୍ଗଳ, ଶିଳ୍ପଜ୍ଞାନ, ଶିକ୍ଷାର ବିଷୟଗତ ମାନ, ଦକ୍ଷତା, ଶୃଙ୍ଖଳା, ସ୍ବାସ୍ଥ୍ୟରକ୍ଷା, ନୈତିକତା, ଶିକ୍ଷକମାନଙ୍କ ସେବା ସର୍ତ୍ତାବଳୀ ଇତ୍ୟାଦି କ୍ଷେତ୍ରରେ ଉପରୋକ୍ତ ଧାରାଗୁଡ଼ିକ ବାହାରେ ଯେତେ ଆଇନ ଅଛି, ସେ ସବୁକୁ ଏ ଅନୁଷ୍ଠାନମାନେ ମାନିବାକୁ ବାଧୢ। ଏ ସପକ୍ଷରେ ଅନେକ ନ୍ୟାୟାଳୟ ନିଷ୍ପତ୍ତି ଉପଲବ୍‌୍‌ଧ।

ଏହି ଧାରାଗୁଡ଼ିକ ପ୍ରସଙ୍ଗରେ ଅନେକ ପ୍ରଶ୍ନ ଆଲୋଚନାକୁ ଆସିପାରେ। ଯଦି ସମ୍ବିଧାନ ସ˚ଖ୍ୟାଲଘୁମାନଙ୍କ ଧର୍ମ ଶିକ୍ଷା ପରିଚାଳନା ଲାଗି ଏକ ସୁରକ୍ଷା ବ୍ୟବସ୍ଥା କରିଛି, ତାହା କ’ଣ ପାଇଁ? ଧର୍ମ ଶିକ୍ଷା ଓ ପ୍ରଚାର ପାଇଁ ସମ୍ବିଧାନ ତ’ ଅଧିକାର ଦେଇଛି ପ୍ରତ୍ୟେକ ଗୋଷ୍ଠୀକୁ। କାହାକୁ ମନା କରିଛି କି? ବା କୌଣସି ସ˚ଖ୍ୟାଗୁରୁ ଗୋଷ୍ଠୀଙ୍କୁ ଧର୍ମୀୟ ଶିକ୍ଷାନୁଷ୍ଠାନ ପରିଚାଳନା କରିବାକୁ ବିଶେଷାଧିକାର ଦେଇଛି କି? ସ˚ସ୍କୃତ ଶିକ୍ଷାନୁଷ୍ଠାନଗୁଡ଼ିକୁ ହିନ୍ଦୁଧର୍ମର ଅନୁଷ୍ଠାନ ଭାବେ କେଉଁ ଆଧାରରେ ବିଚାର କରାଯାଇଛି? ସ˚ଖ୍ୟାଗୁରୁମାନେ ନିଜସ୍ବ ପରିଚାଳନାରେ ଧର୍ମଶିକ୍ଷା ପ୍ରଦାନକାରୀ ଅନୁଷ୍ଠାନ ସ୍ଥାପନ କଲେ ‘ଧର୍ମନିରପେକ୍ଷତା’ ପ୍ରଶ୍ନ ଚର୍ଚ୍ଚାକୁ ଆସିଯାଉଛି କାହିଁକି? ସମ୍ବିଧାନ ସବୁ ଧର୍ମର ନୁହେଁ କି?

ପଦ୍ମାବତୀ, ପ୍ଲଟ.ନ˚-୫୦/୧୫ବି
ଯମେଶ୍ବର ପାଟଣା, ଭୁବନେଶ୍ବର-୨
ମୋ-୭୭୩୫୫୦୭୯୫୧

ସମ୍ବନ୍ଧିତ ଖବର