ତିନିଟି କୃଷି ବିଲ୍‌ ରାଜ୍ୟସଭାରେ ପାରିତ ହେଲାପରେ ତାହା ରାଷ୍ଟ୍ରପତିଙ୍କର ସମ୍ମତି ପାଇସାରିଛି। ଏହି ବିଲ୍‌ ବିରୋଧରେ ଚାଷୀ ଆନ୍ଦୋଳନ ବୃଦ୍ଧି ପାଉଛି। ମୁଖ୍ୟତଃ କୃଷି ଆନ୍ଦୋଳନ ପଞ୍ଜାବ, ହରିଆନା ଓ କର୍ଣ୍ଣାଟକରେ ବେଶି ଦେଖାଦେଉଛି। କୃଷି ବିଲ୍‌କୁ ବିରୋଧ କରି ଅକାଳୀ ଦଳର କ୍ୟାବିନେଟ୍‌ ମନ୍ତ୍ରୀ ହରସିମ୍‌ରତ ବାଦଲ ଇସ୍ତଫା ଦେଇଛନ୍ତି ଏବ˚ ଅକାଳୀ ଦଳ ଏନ୍‌ଡିଏରୁ ଓହରିଯାଇଛି।

Advertisment

ନୂତନ କୃଷି ଆଇନ ଅନୁସାରେ ଚାଷୀମାନେ ମଣ୍ତି ବାହାରେ ବିକ୍ରି କରି ପାରିବେ; ଆନ୍ତଃରାଜ୍ୟ ବିକ୍ରି ଉପରେ କଟକଣା ରହିବ ନାହିଁ। ଚାଷୀ କର୍ପୋରେଟ୍‌ ହାଉସ୍‌, କମ୍ପାନି ବା ବଡ଼ ବଡ଼ ରିଟେଲର (ରେଲିଆନ୍‌ସ ପରି) ସହିତ ଚୁକ୍ତିଭିତ୍ତିକ ଚାଷ କରିପାରିବେ। ଅତ୍ୟାବଶ୍ୟକ ତାଲିକାରୁ ଆଳୁ, ପିଆଜ, ଖାଇବା ତେଲ ଇତ୍ୟାଦିକୁ ବାଦ କରାଗଲା। ଅର୍ଥାତ୍‌, ବ୍ୟବସାୟୀ ଏହି ସବୁ ଦ୍ରବ୍ୟ ଗଚ୍ଛିତ ରଖିବା ଉପରେ କଟକଣା ରଖିବ ନାହିଁ। ଏହି ନୂଆ ଆଇନ କୃଷିକ୍ଷେତ୍ରରେ ପରିବର୍ତ୍ତନ ଆଣିବ ଏବ˚ କୃଷକ ଓ କୃଷିଜାତ ଦ୍ରବ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀ ଏକାଧିକ କଟକଣାରୁ ମୁକ୍ତି ପାଇବେ। କୃଷି କ୍ଷେତ୍ରରେ ବିଦେଶୀ ପୁଞ୍ଜିନିବେଶ ଆସିବ ଏବ˚ ଚୁକ୍ତିଭିତ୍ତିକ ଚାଷରେ ଚାଷୀ ଲାଭବାନ ହେବ।

କିନ୍ତୁ ଚାଷୀ ମନରେ କେତେକ ଆଶଙ୍କା ରହୁଛି, ଯେଉଁଥିପାଇଁ ସେମାନେ ବିକ୍ଷୋଭ କରୁଛନ୍ତି। ସେମାନଙ୍କର ବଡ଼ ଆଶଙ୍କା ହେଲା, ଯେହେତୁ ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ସମ୍ବନ୍ଧରେ ବୈଧାନିକ ବ୍ୟବସ୍ଥା ନାହିଁ, ସରକାର ଏମ୍‌ଏସ୍‌ପି ଉଚ୍ଛେଦ କରିଦେବେ। ଦ୍ବିତୀୟରେ ଚୁକ୍ତିଭିତ୍ତିକ ଚାଷ ହେଲେ କମ୍ପାନି ବା ବଡ଼ ବ୍ୟବସାୟୀମାନଙ୍କର କର୍ତ୍ତୃତ୍ବ ରହିବ ଏବ˚ ଚାଷୀ ଶୋଷଣର ଶିକାର ହେବ। କୃଷିଜାତ ଦ୍ରବ୍ୟର ଦର କମ୍ପାନି ବା ବଡ଼ ବ୍ୟବସାୟୀ ନିୟନ୍ତ୍ରିତ କରିବେ।

ଏହି ବ୍ୟବସ୍ଥାରେ ଅଭ୍ୟସ୍ତ ମଣିଷ ସାଧାରଣତଃ ପରିବର୍ତ୍ତନକୁ ସହଜରେ ଗ୍ରହଣ କରିପାରେ ନାହିଁ। ଆଶା ଓ ଆଶଙ୍କାରେ ପଡ଼ିଯାଏ। ସାଧାରଣ ବଜାରଠାରୁ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ଅଧିକ। ପଞ୍ଜାବ ଓ ହରିୟାନାରେ ଅହର୍ଭିଆ ବା କମିସନ ଏଜେଣ୍ଟମାନେ କାମ କରନ୍ତି। ପଞ୍ଜାବ ସରକାର ମଣ୍ତି ଫିସ୍‌ ଏବ˚ ମାର୍କେଟି˚ ଫିସ୍‌ ଆଦାୟ କରେ। ମଣ୍ତି ବାହାରେ ବିକ୍ରି କଲେ ମଣ୍ତି ଫିସ୍‌ କିମ୍ବା ମାର୍କେଟି˚ ଫିସ୍‌ ଦେବାକୁ ପଡ଼ିବ ନାହିଁ। କମିସନ ଏଜେଣ୍ଟର ଭାଗ ମଧୢ ଦେବାକୁ ହେବନି। କିନ୍ତୁ ଏସବୁ ସୁବିଧା ସତ୍ତ୍ବେ ଚାଷୀମାନେ ବିଲ୍‌ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେମାନଙ୍କର ଆଶଙ୍କା ଏହିସବୁ ଫିସ୍‌ ଏବ˚ କମିସନ ଏଜେଣ୍ଟର ଭାଗ ଦେଇ ମଧୢ ସାଧାରଣ ବଜାରର ଦର ଠାରୁ ସର୍ବନିମ୍ନ ସହାୟକ ମୂଲ୍ୟ ବହୁତ ଅଧିକ। ଏହାଛଡ଼ା କମିସନ ଏଜେଣ୍ଟ ଓ ଚାଷୀ ଭିତରେ ସୁସମ୍ପର୍କ ରହିଥାଏ। ଚାଷ ସମୟରେ ଚାଷ ପାଇଁ କିମ୍ବା ନିଜର ବ୍ୟକ୍ତିଗତ ଖର୍ଚ୍ଚ ପାଇଁ କମିସନ ଏଜେଣ୍ଟ ଠାରୁ ଚାଷୀ ଅଗ୍ରୀମ ଟଙ୍କା ନେଇଥାଏ ଏବ˚ ତା’ର ଅମଳ ମଣ୍ତିରେ ବିିକ୍ରି ହେଲେ, କମିସନ ଏଜେଣ୍ଟ ସେହି ଟଙ୍କା ପାଇଥାଏ। ମଣ୍ତି ବା ଏମ୍‌ଏସ୍‌ପି ଉଠିଗଲେ, କମିସନ ଏଜେଣ୍ଟମାନେ ବି ଚାଲିଯିବେ, ସେମାନଙ୍କର ଧନ୍ଦା ବନ୍ଦ ହୋଇଯିବ। ଭଲମନ୍ଦରେ କମିସନ ଏଜେଣ୍ଟ ଯୋଉ ଅଗ୍ରୀମ ଆଣୁଥିଲା ତାହା ମିଳିବନି। ସରକାର ବା ବ୍ୟାଙ୍କ୍‌ରୁ ଋଣ ପାଇବା କେବେ ସହଜ ନୁହେଁ।

ବଲାଙ୍ଗୀରର ଜଣେ ଚାଷୀ କୁହନ୍ତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ବିଣ୍ଟାଲ ପିଛା ୧୮୬୮ ଟଙ୍କା ଥିଲାବେଳେ ଖୋଲା ବଜାରରେ ଧାନ କ୍ବିଣ୍ଟାଲର ମୂଲ୍ୟ ତେର ଶହ ଚଉଦ ଶହ ଟଙ୍କା ଭିତରେ ରହେ। ମଣ୍ତିରେ ମିଲ୍‌ ମାଲିକ ଧାନରେ ଖୁଣ ଦେଖେଇ, ଉତ୍ତମ ମାନର କହି କ୍ବିଣ୍ଟାଲ ପିଛା ପାଞ୍ଚ କେଜି କାଟିଦିଏ। ମଣ୍ତିରେ ବିକ୍ରି କରିବାକୁ ଚାଷୀଙ୍କୁ କୃଷକ ପରିଚୟ ପତ୍ର ଦିଆଯାଇଥାଏ। ସେଥିରେ ତାଙ୍କର କେତେ ଜମି, କେତେ ଅମଳ ହେବ ଏବ˚ ସେ କେତେ କ୍ବିଣ୍ଟାଲ ବିକ୍ରି କରିପାରିବ ଲେଖାଥାଏ। କ୍ଷୁଦ୍ରଚାଷୀର ସେହି କୃଷକ ପରିଚୟ ପତ୍ର ନ ଥାଏ। ସେମାନେ ବଡ଼ ଚାଷୀଙ୍କର ପରିଚୟ ମାଧୢମରେ ବିକ୍ରି କରନ୍ତି। ସେଥିପାଇଁ ପରିଚୟ ପତ୍ର ରଖିଥିବା ଚାଷୀ କ୍ବିଣ୍ଟାଲ ପିଛା ଦୁଇଶହ ଟଙ୍କା ନିଏ। ତଥାପି ଖୋଲା ବଜାର ଅପେକ୍ଷା ମଣ୍ତିରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ଅଧିକ ରୁହେ।

ଆଇନରେ ବ୍ୟବସ୍ଥା ନ ଥିଲେ ବି ସରକାର ଓ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍‌ଏସ୍‌ପି ରହିଛି, ରହିବ। ଏମ୍‌ଏସ୍‌ପି ଉଠେଇ କୃଷକଙ୍କୁ ଅସନ୍ତୁଷ୍ଟ କରି ରାଜନୈତିକ ଦଳ ନିର୍ବାଚନରେ ଜିତିବା ସମ୍ଭବ ନୁହେଁ। କମ୍ପାନି ବା କର୍ପୋରେଟ୍‌ ହାଉସ୍‌ ସହିତ ଚାଷ ପାଇଁ ଚୁକ୍ତି କରିବାକୁ ଚାଷୀ ବାଧୢ ନୁହେଁ। ଯଦି ସେ ଚୁୁକ୍ତି ଚାଷ କଲେ ଲାଭ ହେବାର ଆଶା ଦେଖିବ, ସେ ଚୁକ୍ତି କରିବ। ଚାଷୀଙ୍କୁ ବାଧୢ କରାଯାଇପାରିବ ନାହିଁ। ଫାର୍ମ ବିଲ୍‌ ସ˚ସଦରେ ପାରିତ ହେଲା ପୂର୍ବରୁ ଅର୍ଡିନାନ୍‌ସ ମାଧୢମରେ କାର୍ଯ୍ୟକାରୀ ହୋଇଥିଲା। ଅର୍ଡିନାନ୍‌ସ କଲାବେଳେ ଅକାଳୀ ଦଳ ବିରୋଧ କରିନଥିଲା। ଚାଷୀ ଅସନ୍ତୋଷକୁ ଦେଖି ବିଲ୍‌ ପାସ୍‌ ହେଲା ପରେ ଅକାଳୀ ଦଳ ବିରୋଧ କରୁଛି, ନିର୍ବାଚନରେ କୃଷକ ଭୋଟ ହରେଇବା ଆଶଙ୍କାରେ। ବିଜେଡି ବିଲ୍‌କୁ ଲୋକସଭାରେ ସମର୍ଥନ କରିଥିଲା, କିନ୍ତୁ ରାଜ୍ୟସଭାରେ ବିରୋଧ କଲା। କ˚ଗ୍ରେସ ତା’ର ୨୦୧୯ ନିର୍ବାଚନ ଇସ୍ତାହାରରେ କୃଷିଜାତ ଦ୍ରବ୍ୟ ବିକ୍ରି ଓ ବାଣିଜ୍ୟ କ୍ଷେତ୍ରରେ ସ˚ସ୍କାର ଆଣିବାକୁ ଘୋଷଣା କରିଥିଲା। ଏବେ ଯୋଉ ଆଇନ ଆସିଛି ତାହା କ˚ଗ୍ରେସର ନିର୍ବାଚନ ଇସ୍ତାହାରଠାରୁ ଭିନ୍ନ ନୁହେଁ। କିନ୍ତୁ କ˚ଗ୍ରେସ ବିରୋଧ କରୁଛି, ଆନ୍ଦୋଳନକୁ ତେଜଉଛି। ରାଜନୈତିକ ଦଳର ପ୍ରାଥମିକତା ରାଜନୀତି, ଭୋଟ ବ୍ୟାଙ୍କ୍‌, ଅର୍ଥନୀତି ନୁହେଁ।

ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ ପଞ୍ଜାବ, ହରିଆନା, କର୍ଣ୍ଣାଟକ ଆଦି ରାଜ୍ୟରେ ବିଲ୍‌ ବିରୋଧରେ ଚାଷୀ ଆନ୍ଦୋଳନ ତୀବ୍ର ହେଲାଣି, କିନ୍ତୁ ଓଡ଼ିଶାରେ ନାହିଁ। କାରଣ, ଓଡ଼ିଶାରେ କିଛି ଅମଳ ହେଉନାହିଁ। ଆଳୁ ଆସୁଛି ପଶ୍ଚିମବଙ୍ଗରୁ, ଅଣ୍ତା, ମାଛ, ପରିବା ଆନ୍ଧ୍ରପ୍ରଦେଶରୁ, ଡାଲି ଓ ଅନ୍ୟାନ୍ୟ ଶସ୍ୟ ଛତିଶଗଡ଼, ରାଜସ୍ଥାନରୁ। ଚାଷ ଥିଲେ ସିନା ଚାଷୀ ଆନ୍ଦୋଳନ କରିବ। କରୋନା ସମସ୍ୟା ପ୍ରାରମ୍ଭରେ ଚେନ୍ନାଇରୁ ୨୭ ଜଣ ମତ୍ସ୍ୟଜୀବୀ ଏକ ଲକ୍ଷ ସତୁରି ହଜାର ଟଙ୍କାର ଗୋଟେ ନୌକା ଖରିଦ କରି ସମୁଦ୍ର ପଥରେ ଜୀବନକୁ ବିପନ୍ନ କରି ଗଞ୍ଜାମ ଫେରିଆସିଲେ। କିନ୍ତୁ ଦୁଇ ମାସ ଭିତରେ ପୁଣି ବାହାରିଲେ ଚେନ୍ନାଇ ଫେରିଯିବାକୁ। କାରଣ ଗଞ୍ଜାମରେ ସେମାନେ ଦିନକୁ ଦୁଇଶହ ଟଙ୍କା ରୋଜଗାର କରୁଥିଲା ବେଳେ ଚେନ୍ନାଇରେ ଦିନକୁ ଛଅଶହ ସାତ ଶହ ଟଙ୍କା ରୋଜଗାର କରୁଥିଲେ। ସେମିତି ଜୀବନ ବିକଳେ ସୁରଟର ଫେରି ଆସିଥିବା ଶ୍ରମିକମାନେ ପୁଣି ଫେରିଯାଉଛନ୍ତି। ଓଡ଼ିଶା ବାହାରକୁ ଯାଇ ଜୀବନକୁ ବିପନ୍ନ କରି ଖଟୁଥିବା ଲୋକ ଓଡ଼ିଶାରେ କାହିଁକି କାମ କରୁନି?

ଓଡ଼ିଶାରେ ୭୦ ପ୍ରତିଶତରୁ ଅଧିକ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବଲାଙ୍ଗୀରର ସେହି ଚାଷୀ କୁହନ୍ତି, ଚାଷରେ ଲାଭ ନାହିଁ। ଧାନ ଅମଳ କରିବାରେ ଏବେ ଅଧିକ ଖର୍ଚ୍ଚ ହେଉଛି। ମୂଲିଆ ମିଳୁନାହାନ୍ତି, ମଜୁରି ମୂଲ୍ୟ ବଢ଼ିଯାଇଛି। ଯଦି ବର୍ଷା ଭଲ ହେଲା, ଠିକ୍‌ ସମୟରେ ମଣ୍ତି ବସିଲା, ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକ୍ରି ହୋଇପାରିଲା, ତେବେ ସେ ଧାନ ଅମଳରୁ ଲକ୍ଷେ ଟଙ୍କା ଲାଭ ପାଇବେ। ସେ ଜଣେ ବଡ଼ଚାଷୀ ହିସାବରେ ଗଣାହୁଅନ୍ତି। ପାଞ୍ଚ ଛଅ ମାସର ପରିଶ୍ରମ, ମାସକୁ କୋଡ଼ିଏ ହଜାର ଟଙ୍କା ବି ମିଳୁନାହିଁ।

ଧାନ ଓ ଗହମ ଉତ୍ପାଦନ ଦେଶରେ ବଳକା ହୋଇପଡ଼ିଲାଣି। ଧାନ ଓ ଗହମର ମୂଲ୍ୟ ବୃଦ୍ଧି ଘଟୁନି। କୃଷି ବିଲ୍‌ ଧାନ, ଗହମ ବ୍ୟତୀତ ପରିବା ଓ ଫଳଚାଷ ପାଇଁ ପ୍ରୋତ୍ସାହନ ଦେବ। କମ୍ପାନି ବା କର୍ପୋରେଟ୍‌ ହାଉସ୍‌ ପୁଞ୍ଜିନିବେଶ କଲେ ଚୁକ୍ତିଭିତ୍ତିକ ଚାଷ ହୋଇପାରିବ, କୃଷିଜାତ ଦ୍ରବ୍ୟ ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ହେଲେ ଚାଷର ଉନ୍ନତି ହେବ। ବଲାଙ୍ଗୀରର ସେହି ଚାଷୀଙ୍କୁ ଧାନ ଛାଡ଼ି ପରିବା ଚାଷ କାହିଁକି କରୁନାହାନ୍ତି ପଚାରିବାରୁ ସେ କହିଲେ, ପରିବା ଚାଷ ପାଇଁ ପାଣି ଦରକାର। ଜଳସେଚନର ସୁବିଧା ନାହିଁ। ଚାଷ ଉପରେ ନିର୍ଭର କରିବାକୁ ପଡ଼ୁଛି। ଜଳସେଚନର ବ୍ୟବସ୍ଥା ହୋଇପାରିଲେ ପରିବା ଚାଷ କରିବାକୁ ଚିନ୍ତା କରିବେ। କିନ୍ତୁ ଯେଉଁ ଅଞ୍ଚଳରେ ପରିବା ଚାଷ ହେଉଛି, ବେଶି ଅମଳ ହେଲେ ଭଣ୍ତାରଘର ନ ଥିବାରୁ ଦର କମିଯାଉଛି। ବର୍ଷେ ବର୍ଷେ କ୍ଷେତରୁ ଚାଷୀ ଟମାଟୋ ତୋଳୁନି କିମ୍ବା ଫିଙ୍ଗି ଦେଉଛି। ଅମଳ ବେଳେ ଦର ହେଉନି, କିନ୍ତୁ ସେପ୍ଟେମ୍ବର, ଅକ୍ଟୋବର ମାସକୁ ପରିବା ଦର ଆକାଶ ଛୁଆଁ ହେଉଛି। ପରିବା ପାଇଁ ଆମେ ଆନ୍ଧ୍ର ଉପରେ ନିର୍ଭର କରୁଛୁ, ଓଡ଼ିଶାରେ ପର୍ଯ୍ୟାପ୍ତ ପରିବା ଚାଷ ହୋଇପାରୁନି। ଚାଷୀ ଓ ଖାଉଟି ଉଭୟ କଷ୍ଟ ପାଉଛନ୍ତି।

ଚାଷ ପାଇଁ ଜଳସେଚନର ଆବଶ୍ୟକତା ରହିଛି। ସେମିତି ଅମଳ ପରେ ସ˚ରକ୍ଷଣ ପାଇଁ ଭଣ୍ତାରଘର, ଶୀତଳ ଭଣ୍ତାରର ଆବଶ୍ୟକତା ଅଛି। ଜଣେ ନାବାର୍ଡର ଅବସରପ୍ରାପ୍ତ ଅଫିସର କହିଲେ, ଶୀତଳଭଣ୍ତାର ପାଇଁ ସବ୍‌ସିଡି ମିଳୁଛି। କେତେଜଣ ବ୍ୟବସାୟୀ ସବ୍‌ସିଡି ପାଇବାରୁୁ ଋଣ ନେଇ ଶୀତଳଭଣ୍ତାର କରିଛନ୍ତି, ଯେମିତି ଗୋଟିଏ ଯାଜପୁର ଜିଲ୍ଲାରେ ଏବ˚ ଅନ୍ୟ ଗୋଟିଏ ମୟୂରଭଞ୍ଜ ଜିଲ୍ଲାରେ ଅଛି। କିନ୍ତୁ ସେହି ଶୀତଳଭଣ୍ତାରରେ ପଶ୍ଚିମବଙ୍ଗରୁ ଆଳୁ ଆସି ରହୁଛି। ଶୀତଳଭଣ୍ତାରରେ ରଖିବାକୁ ଓଡ଼ିଶାରେ ଫଳ ବା ପନିପରିବା ଉତ୍ପାଦିତ ହେଉନାହିଁ।

ଚାଷ ପ୍ରତି ଲୋକଙ୍କର ଆଗ୍ରହ କମିଯାଉଛି, ଜମି ପଡ଼ିଆ ପଡୁଛି। କାରଣ, ଚାଷ କଲେ ରୋଜଗାରର ନିଶ୍ଚିତତା ନାହିଁ, ଚାଷୀ ଉଚିତ ମୂଲ୍ୟ ପାଇବାକୁ ଆଶା କରିପାରୁନି। ଚାଷ ପାଇଁ ଜଳସେଚନ, ପରିବହନ, ଭଣ୍ତାରଘର, ଶୀତଳଭଣ୍ତାର, ବିଜୁଳି ବ୍ୟବସ୍ଥା, ବଜାର ସୁବିଧା ଆଦି ପ୍ରାଥମିକ ଆବଶ୍ୟକତା। ଭିତ୍ତି ସ˚ରଚନା ସରକାରଙ୍କର ଦାୟିତ୍ବ, ସେଥିପାଇଁ କୃଷିନୀତିରେ ପ୍ରାଥମିକତା ଦେବା ଆବଶ୍ୟକ। ଚାଷ ହେଲେ, ଚାଷୀ ଅମଳ କଲେ, ପରେ ବିକ୍ରି ହେବ।

କେ-୮/୫୪୩, କଳିଙ୍ଗ ବିହାର,
ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩